ପଲଙ୍କ ଉପରେ ମହିଳା ଶୋଇଥିବା ବେଳେ ମୁଣ୍ଡ ଉପରେ ଗର୍ଜିଲା ଚମ୍ପା ନାଗ, ତାପରେ…

ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା। କୌଣସି ଆଘାତ ନକରି କାହିକିଁ ଗର୍ଜନ ଦେଲା ଏହି ନାଗ । ଏହି ଧଳା ରଙ୍ଗର ନାଗ ଫେଣା ଦେଖି ଯିଏ ନାହିଁ ସେ ଭୟଭୀତ ହେବା ସୁନିଶ୍ଚିତ। ଏହି ଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଲ୍ଲୀନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରେ ।

ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଅନନ୍ତଙ୍କ ପତ୍ନୀଙ୍କ ଅନୁଯାୟୀ, ଶୁକ୍ରବାର ରାତିରେ ଖାଇବା ପିଇବା ସରିବା ପରେ ଶୋଇବାକୁ ଯାଇଥିଲେ। ପଲଙ୍କରେ ପଡୁ ପଡୁ ଆଖିକୁ ନିଦ ମାଡିଆସିଛି, ହଠାତ ଫଁ ଫଁ ଶବ୍ଦ ଶୁଣି ଉଠି ଦେଖନ୍ତି ତ, ମୁଣ୍ଡପଟ କାନ୍ଥ ପାଖ ପଲଙ୍କ ଉପରେ ଏକ ଧଳା ନାଗ ହାତେ ଉଚ୍ଚକୁ ଫଣା ଟେକି ଛିଡା ହୋଇଛି। ମହିଳା ଭୟରେ କୋଠରୀରୁ ବାହାରି ଯାଇ ଅନ୍ୟମାନଙ୍କୁ ଡାକଦେଇଥିଲେ। ଏହି ଘଟଣା ସଙ୍ଗେ ସଙ୍ଗେ ପବନ ବେଗରେ ବ୍ୟାପିଗଲା ଗାଁରେ। ସାହି ପଡିଶା ସବୁ ଧାଇଁଲେ ଅନନ୍ତଙ୍କ ଘରକୁ। ସାପ ସେମିତି ଦୀର୍ଘ ସମୟ ଧରି ଫଣା ଟେକି ପଲଙ୍କ ଉପରେ ରହିଥିଲା। ଯିଏ ଆସିଲେ ସାପକୁ ଦେଖି ମୁଣ୍ଡିଆ ମାରିଥିଲେ। ଖବର ପାଇ ସ୍ଥାନୀୟ ସାପ ଉଦ୍ଧାରକାରୀ ମିର୍ଜା ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ସାପଟି ଚମ୍ପା ନାଗ ବୋଲି ସାହି ପଡିଶା କହିଥିଲେ।

2 thoughts on “ପଲଙ୍କ ଉପରେ ମହିଳା ଶୋଇଥିବା ବେଳେ ମୁଣ୍ଡ ଉପରେ ଗର୍ଜିଲା ଚମ୍ପା ନାଗ, ତାପରେ…

Leave a Reply

Your email address will not be published. Required fields are marked *