ବିହାର ରାଜନୀତି: ଫ୍ଲୋର ଟେଷ୍ଟ ପୂର୍ବରୁ କଂଗ୍ରେସ ଜାଲରେ ଫସିବେ କି ଜିତେନ ରାମ୍?

ବିହାରରେ ପଲଟୁରାମ ପଲଟି ମାରିବା ପରେ ପୁଣି ଏନଡିଏ ସରକାର ଗଠିତ ହୋଇଛି । କିନ୍ତ ଏବେ ଫ୍ଲୋର ଟେଷ୍ଟ ବାକି ଅଛି । ଏଥିସହିତ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ, ‘ହମ୍’ ସଂଯୋଜକ ଜିତନ୍ ରାମ ମାଞ୍ଝି ଆଜିକାଲି ବେଶ ଚର୍ଚ୍ଚାରେ । ଜିତନ୍ ରାମ ମାଞ୍ଝି ‘ହମ୍’ ପାଇଁ ଦୁଇଟି ମନ୍ତ୍ରୀ ପଦବୀ ଦାବି କରୁଛନ୍ତି । ଏହାରି ଭିତରେ ଜିତନ ରାମ ମାଞ୍ଝିଙ୍କୁ ନେଇ ଏକ ବଡ ଖବର ଆସିଛି । କଂଗ୍ରେସ, ଜିତନ ରାମ ମାଞ୍ଜିଙ୍କୁ ସିଏମ ପଦ ପଇଁ ଅଫର୍ କରିଛନ୍ତି ।

ଯେତେବେଳେ କଂଗ୍ରେସ ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ ଏନଡିଏ ସରକାରରେ ମାଞ୍ଝି ଦୁଇଟି ମନ୍ତ୍ରୀ ପଦ ଦାବି କରୁଛନ୍ତି । ଏହା ଉପରେ ଅଖିଳେଶ ପ୍ରସାଦ ସିଂ ଜିତନ ରାମ ମାଞ୍ଝିଙ୍କୁ ଏକ ଖୋଲା ଅଫର ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଆମ ସହିତ ଆସନ୍ତୁ, ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବୁ । ଏହି ବିବୃତ୍ତି ପରେ ବିହାର ରାଜନୀତିରେ ହଇଚଇ ଆରମ୍ଭ ହୋଇଛି ।

ଏହି ସମୟରେ, ଏହି ପ୍ରସଙ୍ଗରେ ଆରଜେଡି ପ୍ରବକ୍ତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ, ସବୁ କଥା ସାର୍ବଜନୀନ କରାଯାଇପାରିବ ନାହିଁ । ତେଜସ୍ୱୀ ଯାଦବ କେବଳ ବିସ୍ମିତ କରିବା ପାଇଁ ଜଣାଶୁଣା । ସେ ସ୍ପଷ୍ଟ ଭାବେ କହିଛନ୍ତି, ଯେ ଖେଳ ଏବେବି ଚାଲିଛି ।

ତେବେ ଏଠାରେ କହିରଖୁଛୁ ଯେ, ଗ୍ରାଣ୍ଡ ଆଲାଏନ୍ସରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏରେ ଯୋଗ ଦେଇଥିଲେ । ଏହି ନୂତନ ସରକାରରେ ବିଜେପିରୁ ୨ ଜଣ ଡେପୁଟି ସିଏମ୍ ଗଠନ କରାଯାଇଛି । ‘ହମ୍’ ଅଧ୍ୟକ୍ଷ ସନ୍ତୋଷ ସୁମନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସୋହିପରି ସ୍ୱାଧୀନ ବିଧାୟକ ସୁମିତ ସିଂ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିସହିତ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଜିତନ ରାମ ମାଞ୍ଝି ଦୁଇଟି ମନ୍ତ୍ରୀ ପଦବୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *