ଶିଆଳ କାମୁଡ଼ାରେ ୬ ଗୁରୁତର

ଶିଆଳ କାମୁଡାରେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ତଳଦୁମୁକା ଗାଁରେ ପାଗଳ ଶିଆଳ ଆତଙ୍କରେ ଆତଙ୍କିତ ସ୍ଥାନୀୟ ବାସିନ୍ଦା । ଏକ ପାଗଳ ଶିଆଳ ତଳଦୁମୁକା ଗାଁରେ ଅନେକ ଲୋକଙ୍କୁ କାମୁଡିବା ସହ ଲହୁଲୁହାଣ କଲାଣି । କେତେବେଳେ ବିଲରେ ତ କେତେବେଳେ ଗାଁ ରାସ୍ତାରେ ଆଉ କେତେବେଳେ ଗାଁ ଭିତରେ ପଶି ଲୋକଙ୍କୁ ଆକ୍ରମଣ କରୁଛି ।

ସେହିପରି ଆଜି ସକାଳୁ ଶିଆଳ କାମୁଡାରେ ୬ଜଣ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ନାବାଳିକା ଥିବା ସୂଚନା ମିଳିଛି । ଏହା ଵ୍ୟତୀତ ଗାଁ ଲୋକେ ମଧ୍ୟ ଏହି ପାଗଳ ଶିଆଳର ଶିକାର ହୋଇଛନ୍ତି । ଖବର ପାଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।

Leave a Reply

Your email address will not be published. Required fields are marked *