IPL: ଗୁଜରାଟ ବିପକ୍ଷରେ ଜିତିବ କି ଦିଲ୍ଲୀ, କିଏ ବନିବ ହିରୋ ?

IPLରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ ମ୍ୟାଚ୍ ।

ପଏଣ୍ଟ ଟେବୁଲର ଶେଷରେ ରହିଛି ଦିଲ୍ଲୀ । ୮ଟି ମ୍ୟାଚରୁ ଦଳ ମାତ୍ର ୨ଟିରେ ବିଜୟୀ ହୋଇଛି । ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଦିଲ୍ଲୀ । ପ୍ଲେ ଅଫ୍ ରାଉଣ୍ଡକୁ ଯିବାକୁ ହେଲେ ଦଳକୁ ସବୁ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ଅଧିନାୟକ ୱାର୍ଣ୍ଣର ଫ୍ଲପ୍ ସୋ’ ଜାରି ରଖିଥିବା ବେଳେ ଅନ୍ୟମାନେ ମଧ୍ୟ ଆଉଟ୍ ଅଫ୍ ଫର୍ମରେ ଅଛନ୍ତି ।

ସେପଟେ, ଗତବର୍ଷର ଚାମ୍ପିଅନ୍ ଗୁଜରାଟ ଏଥର ମଧ୍ୟ ଦମଦାର ପ୍ରଦର୍ଶନ ଜାରି ରଖିଛି । ୮ଟି ମ୍ୟାଚରୁ ଦଳ ୬ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ବ୍ୟାଟିଂ ଓ ବୋଲିଂ ପ୍ରତି ଡିପାର୍ଟମେଣ୍ଟରେ ଭଲ ପ୍ରଦର୍ଶନ କରୁଛନ୍ତି ଖେଳାଳି । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଏବେ ପ୍ଲେ ଅଫ୍ ରାଉଣ୍ଡ ନିକଟତର ହୋଇଛି । ଆଜିର ମ୍ୟାଚ୍ ଜିତିବାକୁ ଦଳ ସମସ୍ତ ବଳ ପ୍ରୟୋଗ କରିବ । ତେଣୁ ମୈଦାନରେ ଦୁଇ ଟିମ୍ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *