IPL: ଆଜି ଡବଲ ମୁକାବିଲା, କିଏ ଜିତିବ ମ୍ୟାଚ୍ ?

ଫଟାଫଟ୍ କ୍ରିକେଟ୍ IPLରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ସାଢ଼େ ୩ଟାରେ ଲକ୍ଷ୍ନୌ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ ପଞ୍ଜାବ ଓ ମୁମ୍ବାଇ ।

ଲକ୍ଷ୍ନୌ ସୁପର ଜିଆଣ୍ଚସ ୫ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଦଳର ବ୍ୟାଟିଂ ଲାଇନ୍ ଅପ୍ ଶକ୍ତିଶାଳୀ ରହିଛି । ମାତ୍ର ଅଧିକାଂଶ ମ୍ୟାଚରେ ମ୍ୟାଚ୍ ହାତଛଡ଼ା କରୁଛି ଟିମ୍ । ଗତ ମ୍ୟାଚରେ ବାଙ୍ଗାଲୋର ବିପକ୍ଷରେ ୧୨୭ ରନ୍ ଚେଜ୍ କରିବାରେ ଫେଲ୍ ମାରିଲା ଦଳ । କଥା ଏତିକିରେ ସରିନଥିଲା । ମ୍ୟାଚ୍ ପରେ ବାଙ୍ଗାଲୋର ଖେଳାଳି କୋହଲି ଏବଂ ଲକ୍ଷ୍ନୌ ମେଣ୍ଟର ଗମ୍ଭୀର ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଟିକେ ବିଗିଡ଼ିବାରୁ ସେମାନଙ୍କୁ ଫାଇନ୍ ଦେବାକୁ ପଡ଼ିଥିଲା । ତେଣୁ ଦଳ ନିଜର ତ୍ରୁଟି ସୁଧାରି ଜିତିବାକୁ ପ୍ରୟାସ କରିବ ।

ସେପଟେ, ଚେନ୍ନାଇ ମଧ୍ୟ ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟି ମ୍ୟାଚରେ ହାରିଛି । ଧୋନିଙ୍କ ନେତୃତ୍ୱରେ ଏଥର ଭଲ ପ୍ରଦର୍ଶନ କରୁଛି ଚେନ୍ନାଇ । ବ୍ୟାଟିଂ ଓ ବୋଲିଂ ସବୁ ଡିପାର୍ଟମେଣ୍ଟରେ ଖେଳାଳିମାନେ ନିଜ ନିଜ ପରଫରମାନ୍ସ ଦେଉଛନ୍ତି । ଆଜି ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ୍ ଜିତିବାକୁ ଜୋରଦାର ଉଦ୍ୟମ କରିବ ଧୋନି ବାହିନୀ ।

ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ପଞ୍ଜାବ । ମୁମ୍ବାଇ ୪ଟି ମ୍ୟାଚରେ ଜିତିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଦଳ ଧୀରେ ଧୀରେ ଟ୍ରାକକୁ ଫେରୁଛି । ଅଧିନାୟକ ରୋହିତ ଶର୍ମା ଆଉଟ୍ ଅଫ୍ ଫର୍ମରେ ଥିବାବେଳେ ସୂର୍ଯ୍ୟକୁମାର, କ୍ୟାମରେନ୍ ଗ୍ରୀନ ଫୁଲ ଫର୍ମରେ ଅଛନ୍ତି । ବେଷ୍ଟ ଫିନିସର ଭାବେ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ତେବେ ବୋଲିଂକୁ ନେଇ ସାମାନ୍ୟ ଟେନସନରେ ଅଛି ଦଳ । ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବେ ବୋଲର । ଅନ୍ୟପଟେ, ଚଳିତଥର ପଞ୍ଜାବ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ୫ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୪ଟିରେ ପରାସ୍ତ ହୋଇଛି ପଞ୍ଜାବ । ୟଙ୍ଗଷ୍ଟରମାନଙ୍କୁ ନେଇ ମୈଦାନକୁ ଓହ୍ଲାଇବେ ଅଧିନାୟକ ଧୱନ । ଦମଦାର ପ୍ରଦର୍ଶନ ସହ ମୁମ୍ବାଇକୁ ଚକମା ଦେବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ଟିମ୍ ।

Leave a Reply

Your email address will not be published. Required fields are marked *