
କାହିଁ କେଉଁ କାଳରୁ ମଣିଷର ବିଭିନ୍ନ ଧାତୁରେ ନିର୍ମିତ ଅଳଙ୍କାର ପ୍ରତି ରହିଆସୁଛି ଦୁର୍ବଳତା। ସେ ସୁନା ହେଉ ବା ହୀରା, ଅବା ରୂପା, ଏହି ସବୁ ବହୁମୂଲ୍ୟ ଧାତୁର ଅଳଙ୍କାର ପିନ୍ଧିବା ଓ ଧାତୁକୁ ଗଚ୍ଛିତ ରଖିବାରେ ମଣିଷ ସଦା ସର୍ବଦା ଲାଗିଆସିଛି। ସେହି ସବୁ ଧାତି ଭିତରେ ସବୁଠୁ ଅଧିକ ଅକର୍ଷଣ ଓ ଚାହିଦା ରହିଛି ସୁନାର। ଖାଲି ବ୍ୟକ୍ତି ବିଶେଷରେ ନୁହେଁ, ରାଜ୍ୟ ଓ ରାଷ୍ଟ୍ର ମଧ୍ୟ ଏହି ଧାତୁକୁ ନେଇ ଗୌରବ ଅନୁଭବ କରନ୍ତି। ଯୋଉଁ ରାଷ୍ଟ୍ର ପାଖରେ ଯେତେ ଅଧିକ ସୁନା ସେ ସେତେ ସମୃଦ୍ଧଶାଳୀ ରାଷ୍ଟ୍ର। ଗତବର୍ଷ ଡିସେମ୍ବରରେ ସୁନା ଗଚ୍ଛିତ ରଖିଥିବା ରାଷ୍ଟ୍ରଙ୍କର ଏକ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ଭାରତ ରହିଛି ନବମ ସ୍ଥାନରେ।
ସୁନାରେ ସୃଦ୍ଧର ଦେଶମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ଆମେରିକା ପାଖରେ ବିଶ୍ୱର ସବୁ ଦେଶଠାରୁ ରହିଛି ଅଧିକ ସୁନା। ସୁନା ସମୃଦ୍ଧ ରାଷ୍ଟ୍ର ତାଲିକା ଅନୁଯାୟୀ, ଆମେରିକା ପାଖରେ ୮ ହଜାର ୧୩୩ ମେଟ୍ରିକ୍ ଟନ୍ ସୁନା ରହିଛି। ଆମେରିକା ପଛକୁ ଆସେ ଜର୍ମାନୀ। ଜର୍ମାନ ୩ ହଜାର ୩୫୫ ମେଟ୍ରିକ୍ ଟନ୍ ସୁନା ଠୁଳ କରି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସେହିପରି ଇଟାଲୀ ୨ ହଜାର ୪୫୨ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରଖି ତୃତୀୟ ସ୍ଥାନରେ ରହିଛି। ତାଲିକାରେ ଫ୍ରାନ୍ସ ୪ର୍ଥ ସ୍ଥାନରେ ରହିଥିବା ବେଳେ ତା ପଖରେ ରହିଛି ୨ ହଜାର ୨୯୯ ମେଟ୍ରିକ୍ ଟନ୍ ସୁନା। କିନ୍ତୁ ପରମାଣୁ ଶକ୍ତିକୁ ନେଇ ସମୃଦ୍ଧ ଚାଇନା ପାଖରେ ୨ ହଜାର ୧୧ ଟନ୍ ସୁନା ଗଚ୍ଛିତ ରହିଛି। ଚାଉନା ପଛକୁ ଆସୁଛି ସୁଇଜରଲ୍ୟାଣ୍ଡ। ସୁଇଜରଲାଣ୍ଡ ପାଖରେ ୧ ହଜାର ୪୦ ଟନ୍ ସୁନା ଥିବା ବେଳେ ଜାପାନ ପାଖରେ ୮୪୬ ଟନ୍ ସୁନା ଗଚ୍ଛିତ ରହିଛି।
କିନ୍ତୁ ସୁନାକୁ ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହାର କରିଥିବା ଭାରତ ସୁନା ସମୃଦ୍ଧ ତାଲିକାରେ ୯ମ ସ୍ଥାନରେ ରହିଛି। ଭାରତ ପାଖରେ ରହିଛି ୭୮୭ ଟନ୍ ସୁନା। ଭାରତ ପରେ ଏହି ତାଲିକାରେ ନେଦରଲାଣ୍ଡ, ତୁର୍କୀ, ସାଉଦି ଆରବ, ୟୁକେ, ସ୍ପେନ୍, ପୋଲାଣ୍ଡ, ସିଙ୍ଗାପୁର, ବ୍ରାଜିଲ, ସ୍ୱୀଡେନ୍ ରହିଛନ୍ତି।

ବିଶ୍ୱରେ ମାନ୍ଦା ଅବସ୍ଥାକୁ ନେଇ ଆଲୋଚନା ଲାଗି ରହିଥିବା ବେଳେ ସୁନାର ଦାମ ବେଳକୁ ବେଳ ଅଧିକ ହେବାରେ ଲାଗିଛି। ପ୍ରତିଦେଶର ରିଜର୍ଭ ବ୍ୟାଙ୍କଗୁଡ଼ିକ ସୁନା ଜମା କରି ରଖୁଛନ୍ତି। ଏହାକୁ ଏକ୍ସଚେଞ୍ଚରେ ବ୍ୟବହାର କରାଯାଉଛି।