ଭୋଜି ଖାଇ ଶତାଧିକ ଲୋକଙ୍କୁ ଝାଡ଼ାବାନ୍ତି

କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଦା ଅଞ୍ଚଳରେ ଅଭାବନୀୟ ଘଟଣା । ଅଷ୍ଟପ୍ରହରୀ ଭୋଜି ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ରାଇସୁଙ୍ଗୁଡ଼ା ନିକଟ ଦାରିଆପୁରରେ ଅଷ୍ଟପ୍ରହରୀ ଦେଖିବାକୁ ଆସିଥିଲେ । ସେଠାରେ ଲୋକମାନେ ପ୍ରସାଦ ସେବନ କରିଥିଲେ । ପ୍ରସାଦ ସେବନ କରିବାର କିଛି ସମୟ ପରେ ଝାଡ଼ା ଓ ବାନ୍ତି ହୋଇଥିଲା । ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇଥିଲେ । ବିଳମ୍ବ ନକରି ଅସୁସ୍ଥଙ୍କୁ ସାଲେପୁର,ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

ଅଷ୍ଟପ୍ରହରୀ ଭୋଜି ଖାଇ ଅଧିକାଂଶ ଲୋକ ଏବେ ଅସୁସ୍ଥ ହୋଇଥିବା ବେଳେ ମେଡିକାଲ ଟିମ୍ ପକ୍ଷରୁ ଚିକିତ୍ସା ଆରମ୍ଭ ହୋଇଛି । କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳିପୁର ଗାଁର ବହୁ ଲୋକେ ଅସୁସ୍ଥ ଥିବାରୁ ସାଲେପୁର ଓ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ 2ଟି ଟିମ ଗାଁରେ ପହଂଚି ଚିକିତ୍ସା କରିଛନ୍ତି ।

Leave a Reply

Your email address will not be published. Required fields are marked *