ଗୁଜରାଟ ହାଇକୋର୍ଟରେ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି। ମାନହାନୀ ମାମଲାରେ ହୋଇଥିବା ଦଣ୍ଡବିଧାନ ଉପରେ ରାହୁଲ ରୋକ ଲଗାଇବାକୁ ଦେଇଥିବା ଯାଚିକାରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ଗ୍ରୀଷ୍ମ ଅବକାଶ ପରେ ରାୟ ଶୁଣାଯିବ।

ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି କରିଥିଲେ କି, ‘ଏହା ପ୍ରଥମ ମାମଲା, ଯେଉଁଥିରେ ଅପରାଧିକ ମାନହାନୀ ପାଇଁ ସର୍ବାଧିକ ଦଣ୍ଡ ବିଧାନ ହୋଇଛି’। ତେବେ ଜଷ୍ଟିସ ହେମନ୍ତ ପ୍ରାଚକ କହିଥିଲେ, ବର୍ତ୍ତମାନ କୌଣସି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇ ପାରିବ ନାହିଁ। ତେଣୁ ଗ୍ରୀଷ୍ମ ଅବକାଶ ପରେ ମାମଲାର ଚୂଡ଼ାନ୍ତ ରାୟ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ କାଳରେ ରାହୁଲ ପ୍ରଚାର ବେଳେ କହିଥିଲେ କି କାହିଁକି ସବୁ ମୋଦି ଚୋର। ଏହା ଉପରେ ସୁରଟରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହା ଉପରେ ମାର୍ଚ୍ଚ ମାସରେ ରାହୁଲଙ୍କୁ ସୁରଟ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା କରିଥିଲେ। ଫଳରେ ରାହୁଲଙ୍କ ସାଂସଦ ପଦ ଚାଲିଯାଇଥିଲା ଓ ତାଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡିବାକୁ ହୋଇଥିଲା।  ତେବେ ସୁରଟ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ରାହୁଲ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *