ଉଚ୍ଚତା ବଢ଼ାଇବାକୁ ‘ଗିବସନ’ଙ୍କ ଏ କି ପାଗଳାମି

ବ୍ୟକ୍ତିର ଆତ୍ମବିଶ୍ୱାସ ତାର ବାହ୍ୟ ରୂପ ଉପରେ ଅନେକାଂଶରେ ନିର୍ଭର କରିଥାଏ। ସୁଢଳ, ସୌମ୍ୟକାନ୍ତ ଶରୀରଧାରୀଙ୍କୁ ମଧ୍ୟ ଲୋକେ ଅଧିକ ପସନ୍ଦ କରିଥାନ୍ତି। ତେଣୁ ଯେଉଁମାନଙ୍କର ଉଚ୍ଚତା ସାଧାରଣତଃ କମ ଥାଏ ବା ଯେଉଁମାନେ କଳା ରଙ୍ଗର ହୋଇଥାନ୍ତି ସେମାନଙ୍କ ଭିତରେ ନିଜ ପ୍ରତି ନକାରାତ୍ମକ ଭାବନା ରହିଥାଏ। ଏମିତି ନକାରାତ୍ମକ ଭାବନାକୁ ଦୂର କରିବାକୁ ମୌଜେସ୍ ଗିବସନ ଖର୍ଚ୍ଚ କରିଛନ୍ତି 1.35 କୋଟି ବା 1.70 ଲକ୍ଷ ଡଲାର। ମୌଜେସଙ୍କ ଉଚ୍ଚତା 5.5 ଫୁଟ ଥିବାରୁ ତାଙ୍କ ଭିତରେ ସ୍ଢଷ୍ଟି ହୋଇଥିଲା ହୀନମନ୍ୟତା। ତେଣୁ ସେ ତାଙ୍କ ଉଚ୍ଚତା ଆଉ 5 ଇଞ୍ଚ ବଢାଇବାକୁ ଏକ ବ୍ୟୟବହୁଳ ଓ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର କରିଛନ୍ତି।

ଆମେରିକାର ମିତାସୋଟାରର ବାସିନ୍ଦା ମୌଜେସ(41) ଜଣେ ଇଞ୍ଜିନିୟର ହେବା ସହ ଉବର ମଧ୍ୟ ଚଳାଉଥିଲେ। ଅନେକ ଅର୍ଥ ଉପାର୍ଜନ କରିଛନ୍ତି। ହେଲେ ତାଙ୍କ ଉଚ୍ଚତା 5.5 ଫୁଟ ଥିବାରୁ ସେ ନିରୁତ୍ସାହିତ ଥିଲେ। ତାଙ୍କ ଉଚ୍ଚତା ପାଇଁ ଲଭ ଲାଇଫ ସୁଖଦ ନଥିଲା, ତାଙ୍କ ସହ ଡେଟିଂ ପାଇଁ ମହିଳା ଆକର୍ଷିତ ହେଉନଥିବାରୁ ସେ ବହୁତ ଅବସାଦରେ ରହୁଥିଲେ। ନିଜର ଉଚ୍ଚତା ବଢାଇବାକୁ ମେଡିଟେସନ ସହ ବହୁ ଔଷଧ ମଧ୍ୟ ସେବନ କରିଥିଲେ। କିନ୍ତୁ କୌଣସିଥିରେ ତାଙ୍କୁ କିଛି ସୁଫଳ ମିଳିନଥିଲା। ଶେଷରେ ଜୋତାରେ କିଛି ରଖି ମଧ୍ୟ ଉଚ୍ଚତା ବଢାଇବାକୁ ଚାହିଁଥିଲେ। ସବୁରେ ନିରାଶା ହିଁ ଲାଗିଥିଲା। ତେଣୁ ବ୍ୟୟବହୁଳ ତଥା ଯନ୍ତ୍ରଣାଦାୟକ ଅସ୍ତ୍ରପଚାର କରିବାକୁ ନେଇଥିଲେ ନିଷ୍ପତ୍ତି

ଏଥିପାଇଁ ଆବଶ୍ୟକ ହୋଇଥିଲା 1.70ଲକ୍ଷ ଡଲାର। ତେଣୁ ଦୁଇଥରରେ ଅପରେସନ କରାଇଥିଲେ। ସେଥିପାଇଁ ସେ ତିନି ବର୍ଷ ଧରି କଠିନ ପରିଶ୍ରମ କରିଥିଲେ ଇଞ୍ଜିନିୟର ଓ ଉବର ଡ୍ରଇଭର ଭାବେ ଓ ଏଥିରୁ 75ହଜାର ଡଲାର ସଂଚୟ କରିଥିଲେ। 2016ରେ ସେ ପ୍ରଥମ ଅପରେସନରେ 3 ଇଞ୍ଚ ବଢାଇଥିଲେ। ପ୍ରଥମ ଅପରେସନକୁ ନେଇ ସେ ବହୁତ ଖୁସି ହୋଇଯାଇଥିଲେ। ତଥାପି ଆଉ ଏକ ଅସ୍ତ୍ରୋପଚାର କରି ଆଉ 2 ଇଞ୍ଚ ବଢାଇବାକୁ ଚାହିଁଥିଲେ। ଏଥିପାଇଁ ତାଙ୍କୁ 98ହଜାର ଡଲାର ଦରକାର ହୋଇଥିଲା। ତେଣୁ ଚଳିତ ମାର୍ଚ୍ଚରେ ଦ୍ୱିତୀୟ ଅପରେସନ କରିଥିଲେ।
ଏବେ ତାଙ୍କ ଉଚ୍ଚତା 5.10 ଇଞ୍ଚ ହୋଇଛି ଓ ସେ ଭାରି ଖୁସି। ବର୍ତ୍ତମାନ ସେ ନିଜକୁ ବେଶ କନଫିଡେନ୍ସ ଅନୁଭବ କରୁଛନ୍ତି। ତାଙ୍କୁ ମଧ୍ୟ ଜଣେ ପ୍ରେମିକା ମିଳିଯାଇଛନ୍ତି।

Leave a Reply

Your email address will not be published. Required fields are marked *