ଶେଷ ପର୍ଯ୍ୟାୟରେ ଗଞ୍ଜାମ ଦଣ୍ଡଯାତ୍ରା

ଗଞ୍ଜାମର ଐତିହାସିକ ଦଣ୍ଡନାଚ ଶେଷ ପର୍ଯ୍ୟାୟରେ । ଆଉ ଗୋଟିଏ ଦିନ ପରେ ମେରୁ ଯାତ୍ରା । ମା ଦଣ୍ଡକାଳୀ ଓ ଦେବ ଦେବ ମହାଦେବଙ୍କୁ ନେଇ ମନସ୍କାମନା ଧାରି ୧୩,୧୮,୨୧ ଦିନ ଯାଏଁ ଖାଲି ପାଦରେ ଗାଆଁକୁ ଗାଆଁ ବୁଲୁଛନ୍ତି । ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଆଦି ପରିବେଷଣ କରୁଛନ୍ତି । ଏଥି ସହିତ ଶରୀରରେ ହଳଦିଆ ଧୋତି ଧାରଣ କରି ଦିନକୁ ଗୋଟିଏ ଓଳି ଖାଇ ରହୁଛନ୍ତି । ତେବେ ମେରୁ ଯାତ୍ରା ବା ପଣା ସଂକ୍ରାନ୍ତିରେ ଶେଷ ହେବ ଦଣ୍ଡନାଚ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ବ୍ଲକ୍ କଳିଙ୍ଗପଦର ଗ୍ରାମରେ ଅଷ୍ଟଦଣ୍ଡଙ୍କ ମହାମିଳନ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ଏହି ଦଣ୍ଡଯାତ୍ରାରେ । ଅନ୍ୟପଟେ ଗାଆଁ ଯୁବକ ମାନେ ଆନନ୍ଦ ପ୍ରସାଦର ମଧ୍ୟ ବ୍ୟବସ୍ଥା କରିଛନ୍ତି । ମେରୁ ଯାତ୍ରାରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ତାରାସିଙ୍ଗି ପୋଲିସ୍ ବାଟାଲିୟନ ସହ କାର୍ଯ୍ୟକ୍ରମ ଉପରେ ରଖିଛି କଡ଼ା ନଜର । ଏହି ଅଷ୍ଟସମ୍ଭୁ ମିଳନରେ ଗେରେଡ଼ା, ମଶାବାଡ଼ି, ତାରାସିଙ୍ଗି, ଗୁଣ୍ଡୁରିବାଡି, କଳିଙ୍ଗପଦର, ବନ୍ତା, ତୋଲଡି ଏବଂ ପଟାଙ୍ଗି ଦଣ୍ଡ ଅଂଶ ଗ୍ରହଣ କରିଛନ୍ତି ଚଳିତ ଦଣ୍ଡଯାତ୍ରାରେ ।

Leave a Reply

Your email address will not be published. Required fields are marked *