ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ,ଜଳିଗଲା ୧୩ ସିଜ ମୋଟର ସାଇକେଲ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୩ରୁ ଅଧିକ ମୋଟର ସାଇକେଲ। ଜଳିଯାଇଥିବା ମୋଟର ସାଇକେଲ ଅବକାରୀ ବିଭାଗ ଦ୍ବାରା ଜବତ ଗାଡି ଥିଲା। ଏଥିସହ ବହୁ ପରିମାଣର ଅବକାରୀ ସାମଗ୍ରୀ ମଧ୍ୟ ଜଳି ପାଉଁଶ ହୋଇଯାଇଥିଲା। ଦୀର୍ଘ କସରତ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ। ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ହଠାତ୍ ନିଆଁ ଲାଗିଯାଇଥିଲା।

ଗୋଦାମରେ ଗଚ୍ଛିତ ଅବକାରୀ ସାମଗ୍ରୀ, ସ୍ପିରିଟ୍ ନିଆଁ ସଂସ୍ପର୍ଶରେ ଆସିବା ପରେ ହୁତୁହୁତୁ ହୋଇ ଜଳିଉଠିଥିଲା। ସମଗ୍ର ଅଞ୍ଚଳ ନିଆଁରେ ଆଲୋକିତ ହୋଇଉଠିଥିଲା। ନିଆଁର ଏହି ପ୍ରଖରତା ସ୍ପିରିଟ ପାଇଁ ହୋଇଥିବା କୁହାଯାଉଛି। କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କଲାବେଳକୁ ଜବତ ହୋଇଥିବା ଗାଡିଗୁଡିକ ସମ୍ପୂର୍ଣ ପୋଡିଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ଅଧିକାରିଣୀ କ୍ରିଷ୍ଣା ନାୟକ ଇନ୍ସପେକ୍ଟର ପ୍ରକାଶ କୁମାର ସାହୁ , ଡେପୁଟି ସୁପରିଟେଣ୍ଡେଣ୍ଟ ସାବନ କୁମାର ଭୋଳ, ସୀତାରାଣୀ ପଟ୍ଟାୟତ, ଦୀପଦତ୍ତନ ବିଶ୍ୱାଳ ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ। ତେବେ ଗୋଦାମରେ ଥିବା ବଲ୍ବ ଫାଟିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ସୁପରିଟେଣ୍ଡେଣ୍ଟ କ୍ରିଷ୍ଣା ନାୟକ ।

Comments

3 responses to “ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ,ଜଳିଗଲା ୧୩ ସିଜ ମୋଟର ସାଇକେଲ”

  1.  Avatar

    Your point of view caught my eye and was very interesting. Thanks. I have a question for you.

  2. binance Avatar

    Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?

  3. creación de cuenta en Binance Avatar

    Your article helped me a lot, is there any more related content? Thanks!

Leave a Reply

Your email address will not be published. Required fields are marked *