
ନବୀନ ଓଡିଶା କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ। ଗ୍ରାମ ପଞ୍ଚାୟତର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ଆସୁଥିଲେ ମଧ୍ୟ ପଞ୍ଚାୟତ ଅଧିକାରୀ ପାତରଅନ୍ତର ନୀତି ଆପଣାଉଥିବା ଅଭିଯୋଗ କରି ନବୀନ ଓଡିଶା କାର୍ଯ୍ୟକ୍ରମ କାଳରେ ଦେଖାଦେଇଥିଲା ଉତ୍ତେଜନା। ବିରୋଧକାରୀ ଗ୍ରାମବାସୀ କାର୍ଯ୍ୟକ୍ରମ ନ କରାଇ ଦେବାକୁ ଅଡିବସିବାରୁ ହାତାହାତି ପରିସ୍ଥିତି ସୃ୍ଷ୍ଟି ହୋଇଥିଲା। (ଭିଜୁଆଲ) ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କଳାପଥର ଗ୍ରାମପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ଯ ପାଇଁ ଆସିଥିଲା ପଚାଶ ଲକ୍ଷ ଟଙ୍କା। କିନ୍ତୁ ଏହି ଉନ୍ନୟନ କାର୍ଯ୍ୟରୁ ବାଦ ପଡିଥିଲା ପଞ୍ଚାୟତର ସତର ନମ୍ବର ୱାର୍ଡ ।
ତେବେ ଶନିବାର ଦିନ ଯେତେବେଳେ କଳାପଥର ପଞ୍ଚୟତରେ ପଞ୍ଚାୟତବାସୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶାମୁଖୀ କାର୍ଯ୍ୟ ସମ୍ପର୍କରେ ସଚେତନ କରିବାକୁ ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନକରାଯାଇଥିଲା, ସେତେବେଳେ ତାତିଥିଲେ ୧୭ ନମ୍ବର ୱାର୍ଡର ବାସିନ୍ଦା। ୱାର୍ଡରେ ବିକାଶ ହୋଉନଥିବା ବେଳେ କେଉଁ ମୁହଁରେ ବିକାଶର ଡିଣ୍ଡିମ ପିଟୁଛି ସରକାର ବୋଲି ଅଭିଯୋଗ ଆଣିଥିଲେ ଗ୍ରାମବାସୀ। ତେଣୁ ସେହି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଗ୍ରାମବାସୀଙ୍କ ସହ ଆପ ଦଳର କିଛି କର୍ମକର୍ତ୍ତା ହୋ ହଲ୍ଲା କରିଥିଲେ। ଅନେକ ସମୟ ପାଇଁ କାର୍ଯ୍ୟକ୍ରମରେ ଉତ୍ତେଜନା ଦେଖାଦେଇଥିବା ବେଳେ ଯେନତେନ ପ୍ରକାରେ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Your article helped me a lot, is there any more related content? Thanks!