ଏକବିଂଶ ଶତାବ୍ଦୀରେ ୨୦୨୧ ମସିହାଟି ବେଜିଂ ପାଇଁ ସବୁଠାରୁ ସଫଳ ବର୍ଷ ଭାବେ ପରିଗଣିତ ହୋଇଛି । ଏଥିସହିତ ଚୀନର ସ୍ପେସ୍ ପ୍ରୋଗ୍ରାମରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଚୀନ ବର୍ତ୍ତମାନ ଏକ କୃତ୍ରିମ ଚନ୍ଦ୍ର ନିର୍ମାଣ କରିଛି, ଯାହା ନୂତନ ଜ୍ଞାନକୌଶଳ ତଥା ଭବିଷ୍ୟତ ମିଶନର ପରୀକ୍ଷା ନିମନ୍ତେ ବୈଜ୍ଞାନିକଙ୍କ ପାଇଁ ଚନ୍ଦ୍ର ଅବସ୍ଥା ଏବଂ ପର୍ଯାବରଣକୁ ଅନୁକରଣ କରିବ ।
ଆଉ ଏବେ ଚୀନ ରାସ୍ତାରେ ପାଦ ଦେଇଛି ଦୁବାଇ । ଦୁବାଇ ଏବେ ଧରିତ୍ରୀ ପୃଷ୍ଠକୁ ଚାନ୍ଦକୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଦୁବାଇ ଆଣୁଥିବା ଚାନ୍ଦ ଅସଲି ନୁହେଁ, ପରନ୍ତୁ କୃତ୍ରିମ ମୁନ୍ ରିସର୍ଟ ପ୍ରୋଜେକ୍ଟ । ଏହି ଚାନ୍ଦ କୃତ୍ରିମ ହୋଇଥିଲେ ସୁଦ୍ଧା ଏହାକୁ ତିଆରି କରୁଥିବା ବ୍ୟକ୍ତି କହିଛନ୍ତି ଏହା ଦେଖିବାକୁ ଅବିକଳ ଚାନ୍ଦ ପରି ହେବ । ଏହି ନୂଆ ଚାନ୍ଦ ତିଆରି କରିବାର ଦାୟିତ୍ବ କାନାଡାର ଆର୍କିଟେକ୍ଟ ଆଣ୍ଡ କମ୍ପାନୀକୁ ଦିଆଯାଇଛି । ପାଞ୍ଚ ଆରବ ଡଲାର ବ୍ୟୟରେ ଏହା ନିର୍ମାଣ ହେବାର ରହିଛି । ଯଦିଓ ଦୁବାଇର ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏହି ଟଙ୍କା କିଛି ନୁହେଁ । କାନାଡାରର ମାଇକେଲ ହେଣ୍ଡରସନ ମୋଟ ୯୦୦ ଫୁଟର ଚାନ୍ଦକୁ ସମ୍ପୂର୍ଣ୍ଣ ରୀପ ଦେବେ ।
ସମସ୍ତ ଉନ୍ନତ ସୁବିଧା ସହିତ ଏହି ଚନ୍ଦ୍ର ଆକୃତିର ମେଗା-ରିସର୍ଟରେ ଏକ ନାଇଟ୍ କ୍ଲବ୍ ଏବଂ ରିସଲାକ୍ସ ସେଣ୍ଟର ମଧ୍ୟ ନିର୍ମାଣ କରାଯିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ଅତିଥିଙ୍କୁ ଆକର୍ଷିତ କରିବାରେ ଚନ୍ଦ୍ର ରିସର୍ଟ ସଫଳ ହେବ ବୋଲି ଆଶା କରାଯାଉଛି । ଏଥିପାଇଁ ରିସୋର୍ଟର ଅଟ୍ଟାଳିକାକୁ ଏକ ବଡ଼ ଆକାର ଦିଆଯିବ । ଏହି ରିସୋର୍ଟରେ ଅତିଥି ମାନେ ଅତାରଣ କରି ଚନ୍ଦ୍ରର ପରିକ୍ରମଣା କରିବା ସହ ସମସ୍ତ ଦୃଶ୍ୟକୁ ଉପଭୋଗ କରିପାରିବେ । ଚନ୍ଦ୍ର ଶଟଲ ରିସର୍ଟ ଚାରିପାଖରେ ଥିବା ଏକ ଟ୍ରାକରେ ଲୋକଙ୍କୁ ବୁଲାଇବାରେ ସକ୍ଷମ ହେବ । ଏହାର ଟ୍ରାକ୍ ରିସର୍ଟ ଗଠନର ମଧ୍ୟଭାଗରେ ଏକ ବୃତ୍ତାକାର ଆକାରରେ ତିଆରି ହେବ ।
୧୦୦ ଫୁଟ ଉଚ୍ଚ କୋଠା ଉପରେ ଚନ୍ଦ୍ର ରିସର୍ଟ ନିର୍ମାଣ କରାଯିବ । ଉଲ୍ଲେଖନୀୟ ବିଷୟ ହେଉଛି, ଦୁବାଇ ଦୁନିଆର ଉଚ୍ଚତମ କୋଠା ଏବଂ ଅନ୍ୟାନ୍ୟ ସୁନ୍ଦର ସ୍ଥାପତ୍ୟ ଆଉ ଚମତ୍କାରିତା ପାଇଁ ଜଣାଶୁଣା । ବୁର୍ଜ ଖଲିଫା ପରି ଉଚ୍ଚ ଅଟ୍ଟାଳିକା ବର୍ଷ ବର୍ଷ ଧରି ଲୋକଙ୍କୁ ଆକର୍ଷିତ କରିଆସୁଛି । ଏହି ପ୍ରକଳ୍ପ ସମାପ୍ତ ହେବା ପରେ, ଲୋକମାନେ ଏହି ଚନ୍ଦ୍ରରେ ବସି ନିଜର ଇଚ୍ଛା ପୂରଣ କରିବାକୁ ସକ୍ଷମ ହେବେ, ଯାହା ପୂର୍ବରୁ ପରିକଳ୍ପନାର ବାହାରେ ଥିଲା।