DRDO ସାବାଡ଼ କରିବ କୁଟିଳ ପାକିସ୍ତାନକୁ!

thermobaric bomb
thermobaric bomb generates high temperature explosion

ଥର୍ମୋବାରିକ ବୋମାର ଭୟାବହତାକୁ ନେଇ ଚର୍ଚ୍ଚା। ଡିଆରଡିଓର ଥରମୋବାରିକ ବୋମା ପାକିସ୍ତାନରେ ଆଣିବ ପ୍ରଳୟ। କୁଟିଳ ପାକିସ୍ତାନକୁ ମାତ୍ ଦେବାକୁ ଡିଆରଡିଓ ୪୫୦ କେଜିର ଥର୍ମୋବାରିକ ବୋମା ପ୍ରସ୍ତୁତ କରିଛି। ତେବେ କଣ ଏହି ବୋମା? କଣ ଏହାର ଭୟାବହତା? ଥର୍ମୋବାରିକ ଏକ ପ୍ରକାର ସାଇଲେଣ୍ଟ ବୋମା, ଯାହା ମଣିଷର ଶ୍ୱାସ କ୍ରିୟାକୁ ପ୍ରଭାବିତ କରିଥାଏ। ମଣିଷର ଫୁସଫୁସରୁ ଅମ୍ଲଜାନକୁ ବାହାର କରି ଦିଏ। ଏହା ଏମିତି ଏକ ବିନାଶକାରୀ ହତିଆର, ଯେଉଁଥିରେ ଧୀରେ ଧୀରେ ମଣିଷ ଭିତରେ ବିଷାକ୍ତ ବାୟୁର ପ୍ରବାହ ବୃଦ୍ଧି ହୋଇ ମୃତ୍ୟୁର କାରଣ ହୋଇଥାଏ। ତେଣୁ  ବୋମାର ପ୍ରୟୋଗ ଉପରେ ଜେନେଭା କନଭେନ୍ସନ ପ୍ରତିବନ୍ଧକ ଲଗାଇ ସାରିଛି। କିନ୍ତୁ ରୁଷ ଏହି ନିଷିଦ୍ଧ ହତିଆରକୁ ବ୍ୟବହାର କରିଛି ୟୁକ୍ରେନ ଉପରେ ବୋଲି ଚର୍ଚ୍ଚା ହେଇଛି ।

ଏହି ବୋମା ସମ୍ପର୍କରେ କୁହାଯାଇଛି କି, ଏହା ଲୋକଙ୍କ ଫୁସଫୁସରୁ ଅମ୍ଳଜାନ ବାହାର କରିଦେଇପାରେ। ଏହାକୁ ବାୟୁ ବୋମା ବା ଭ୍ୟାକୁମ ବୋମା ମଧ୍ୟ କୁହାଯାଇଥାଏ। ଏହାର ବିସ୍ଫୋରଣରେ ବାୟୁମଣ୍ଡଳରେ ଅକ୍ସିଜେନ ନଷ୍ଟ ହୋଇଯାଇଥାଏ ଓ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥାଏ। ଅନ୍ୟ ପକ୍ଷରେ କହିବାକୁ ଗଲେ ଏହି ବୋମା ମାଡ ହୋଇଥିବା ଅଞ୍ଚଳରେ ତାପମାତ୍ରାରେ ଅହେତୁକ ଭାବେ ବୃଦ୍ଧି ଘଟି ଅଞ୍ଚଳକୁ  ବିଷାକ୍ତ ରାସାୟନିକ କୋଠରୀରେ ପରିଣତ କରିଦିଏ ।

ଏହି ବୋମା ସ୍ଥାନୀୟ ଅଞ୍ଚଳର ଅମ୍ଳଜାନକୁ ଇନ୍ଧନ ଭାବେ ବ୍ୟବହାର କରି ବାୟୁମଣ୍ଡଳରେ ଘଟାଇଥାଏ ଉଚ୍ଚ ତାପମାତ୍ରାର ବିସ୍ଫୋରଣ । ଥର୍ମୋବାରିକ ହତିଆର ଶ୍ରେଣୀର ସବୁଠାରୁ ଶକ୍ତିଶାଳୀ ହତିଆର ଭାବେ ବେଶ ଜଣାଶୁଣା। ଥର୍ମୋବାରିକ ହତିଆର ସମ୍ପୂର୍ଣ୍ଣ ରୂପେ ଇନ୍ଧନରେ ପ୍ରସ୍ତୁତ। ଫଳ ସ୍ୱରୂପ ଏହା ସମାନ ପରିମାଣର ପାରମ୍ପରିକ ବିସ୍ଫୋରକଠାରୁ ଅଧିକ ଶକ୍ତିଶାଳୀ। ସବୁଠାରୁ ବଡ କଥା, ଥର୍ମୋବାରିକ ହତିଆରର ବ୍ୟବହାର ପାଇଁ ଖାଲି ରକେଟ ଲଞ୍ଚରର ଆବଶ୍ୟକତା ପଡି ନ ଥାଏ।  ଅନେକ ହସ୍ତଚାଳିତ ଲଞ୍ଚର ଦ୍ୱାରା ମଧ୍ୟ ବ୍ୟବହାର ହୋଇପାରେ ଓ ବିମାନରୁ ମଧ୍ୟ ଉତକ୍ଷେପଣ କରାଯାଇପରେ। ତେବେ ରଷିଆ ନିକଟରେ ଥିବା ଏହି ଶ୍ରେଣୀର ବୋମା  ମଧ୍ୟରୁ ସର୍ବ ବୃହତ ବୋମା ୭ ଟନ ତରଳ ଇନ୍ଧନର ଶକ୍ତିସମ୍ପନ୍ନ, ଯାହା ବିସ୍ଫୋରଣ ହେଲେ ୩୯.୯ ଟନ ଟିଏନଟିର  ବିସ୍ଫୋରଣ ସୃଷ୍ଟି କରିପାରେ।

ଏଠାରେ କହି ରଖୁଛୁ କି, ୨୦୨୨ ଫେବୃଆରୀ ୨୮ରେ ୟୁକ୍ରେନର ରାଜଦୂତ ଆମେରିକାରେ କହିଥିଲେ କି, ରୁଷ ୟୁକ୍ରେନ ଉପରେ ଭାକ୍ୟୁମ ବୋମାର ବ୍ୟବହାକର କରିଥିଲା, ଯେଉଁଥିରେ ୭୦ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପୂର୍ବରୁ  ସିଏନଏନ ପକ୍ଷରୁ ମଧ୍ୟ କୁହାଯାଇଥିଲା କି, ରଷିଆ ୟୁକ୍ରେନର ପୂର୍ବାଞ୍ଚଳରେ ଟିଓଏସ-୧ ରକେଟ ଲଞ୍ଚରଠୁଳ କରିଛି, ଯାହା ଥର୍ମୋବାରିକ ଯୁଦ୍ଧଯାନରୁ ୩୦ ରକେଟ ଲଞ୍ଚର ଧାରଣ କରିବାର କ୍ଷମତା ରଖିଛି।

ଚର୍ଚ୍ଚା ହେଉଥିଲା କି, ୟୁକ୍ରେନ ନାଗରିକଙ୍କ ପ୍ରାଣବାୟୁ ଛଡାଇବାକୁ ଚେଷ୍ଟା କରୁଛି ରୁଷ। ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି ରୁଷ ଓ ୟୁକ୍ରେନ୍ ଯୁଦ୍ଧକୁ। କିନ୍ତୁ ଏଯାବତ୍ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଏହି କ୍ଷୁଦ୍ର ରାଷ୍ଟ୍ର ଉପରେ ପାଇ ପାରୁ ନାହାନ୍ତି ବିଜୟ। ତେଣୁ ମୃତ୍ୟୁର ଦୂତ କୁହାଯାଉଥିବା ପ୍ରତିବନ୍ଧିତ ଥର୍ମୋବାରିକ ବୋମାକୁ ୟୁକ୍ରେନ ଉପରେ ପ୍ରୟୋଗ କରିଥିବା ୟୁକ୍ରେନ ଲଗାତର ଅଭିଯୋଗ କରି ଆସୁଛି।

Leave a Reply

Your email address will not be published. Required fields are marked *