ଚାର୍ଲ୍ସ ୩ ହେଲେ ବ୍ରିଟେନର ୪୦ତମ ରାଜା

ବ୍ରିଟେନ ପାଇଲା ତାର ନୂଆ ରାଜା। ଚାର୍ଲ୍ସ ୩ଙ୍କର ଆଜି ହୋଇଛି ରାଜ୍ୟାଭିଷେକ। ୧୯୫୩ ପରେ, ୭୦ ବର୍ଷର ବ୍ୟବଧାନରେ ସଂଯୁକ୍ତ ରାଷ୍ଟ୍ରରେ ହେଉଛି ରାଜ୍ୟାଭିଷେକ। ଚାର୍ଲ୍ସଙ୍କ ମା’ କୁଇନ ଏଲିଜାବେଥ୨ଙ୍କ ଗତ ସେପ୍ଟେମ୍ୱରରେ ମୃତ୍ୟୁ ପରଠାରୁ ରାଜ ଗାଦି ଖାଲି ପଡିଥିଲା। ଶନିବାର ଦିନ ଚାର୍ଲ୍ସ ରାଜଗାଦି ଅଳଙ୍କୃତ କରିବା ସହ ହୋଇଛନ୍ତି ୪୦ତମ ସମ୍ରାଟ। ଏହି ଅବସରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଭାଗ ନେଇଛନ୍ତି।

ରାଜ୍ୟାଭିଷେକ ପାଇଁ କିଙ୍ଗ ଚାର୍ଲ୍ସ ଓ ତାଙ୍କ ପତ୍ନୀ କାମିଲା ଡାଇମଣ୍ଡ ଜୁବଲି ଷ୍ଟେଟ କୋଚରେ ଥିବା ୱେଷ୍ଟମିନିଷ୍ଟର ଆବେରେ ପହଞ୍ଚିଥିଲେ। ଉଭୟ ୬ଟି ଧୁଷର ଘୋଡା ଟାଣିଥିବା ଗାଡିରେ ସବାର ହୋଇ ସୁରକ୍ଷା କର୍ମୀ ଓ ଅଶ୍ବାରୋହୀଙ୍କ ସୁରକ୍ଷା ବଳୟରେ ସେଠାକୁ ଅଣାଯାଇଥିଲା।  ବ୍ରେଟେନର ପରମ୍ପରା ଓ ସଂସ୍କୃତି ମୁତାବକ ରାଜ୍ୟାଭିଷେକ କରାଯାଇଛି।

ବ୍ରିଟେନର ରାଜ୍ୟାଭିଷେକ ଇତିହାସରେ ଚାର୍ଲ୍ସ ହେଉଛନ୍ତି କିଙ୍ଗ ଚାର୍ଲ୍ସ ୧୪ଦଶ ଶତାବ୍ଦୀର ଆବେରେ ସ୍ଥାପିତ ସିଂହାସନରେ ୩୬୦ ବର୍ଷ ପୁରୁଣା ମୁକୁଟ ପରିଧାନ କରିଥିବା ସବୁଠାରୁ ବୟସ୍କ ସମ୍ରାଟ ହୋଇଛନ୍ତି। ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ୨୦୦୦ ଅତିଥିଙ୍କ ଆଗମନ ହୋଇଛି। ହେଲେ ୧୯୫୩ରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜ୍ୟାଭିଷେକ ବେଳେ ୮୦୦୦ ଅତିଥିଙ୍କ ଆଗମନ ହୋଇଥିଲା। ଚାର୍ଲ୍ସଙ୍କ ପତ୍ନୀ କାମିଲା ମଧ୍ୟ ମୁକୁଟ ଧାରଣ କରିବେ, ହେଲେ ଏଥିଲାଗି ଏକ ପୃଥକ ସମାନ କିନ୍ତୁ ସାଧାରଣ ସମାରୋହର ଆୟୋଜନ ହେବ।

ଆଜିର ଏହି ଭବ୍ୟ ସମାରୋହରେ ବ୍ରିଟେନ ରାଜପରିବାରରେ ପ୍ରଚଳିତ  ସମସ୍ତ ନିତି ନିୟମର ପାଳନ ହୋଇଛି। ସମ୍ରାଟ ଚାର୍ଲ୍ସ ୩ଙ୍କ ହାତରେ ରାଜ୍ୟାଭିଷେକ କାଳରେ ସାମୂହିକ ବାଇବେଲ ପାଠ ସମୟରେ ଥିଲା ରାଜ ଦଣ୍ଡ ଓ ଖଣ୍ଡା। ରାଜଦଣ୍ଡ ସୁନାରେ ଛାଉଣି ହୋଇଥିବା ବେଳେ ଖଣ୍ଡାରେ ଜଡାଯାଇଛି ବିଶ୍ୱର ସବୁଠାରୁ ବଡ ରଙ୍ଗହୀନ ହୀରା। ତେବେ ଆଜିର ସମାରୋହ ତୁଳନାରେ ଏଲିଜାବେଥ୨ଙ୍କ ରାଜ୍ୟାଭିଷେକ ଅଧିକ ବଡଧରଣର ଥିଲା।

ଆଜିର ସମାରୋହରେ ବିଭିନ୍ନ ରାଷ୍ଟ୍ରରୁ ବହୁ ରାଜନେତା, ବିଶିଷ୍ଠ ବ୍ୟକ୍ତିଙ୍କ ଆଗମନ ହୋଇଛି। କାର୍ଯ୍ୟକ୍ରମରେ ବ୍ରିଟେନ ସରକାରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ହିନ୍ଦୁ ପ୍ରଧାନମନ୍ତ୍ରୀ ଋଷି ସୁନକ ବାଇବେଲ ପାଠ କରିବା ସହ ବ୍ରିଟେନର ଉଚ୍ଚ ପରମ୍ପରା ଓ ସଂସ୍କୃତିର ବର୍ଣ୍ଣନା କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ରାଜ ଦମ୍ପତିଙ୍କ ଦୁଇ ପୁଅ ରାଜକୁମାର ହେରୀ ଓ ଆଣ୍ଡ୍ରେଉସାମିଲ ହୋଇଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟକ୍ରମରେ କୌଣସି ଭୂମିକା ନଥିଲା। ଉଭୟ ମଧ୍ୟ ଚାର୍ଲ୍ସଙ୍କ ପ୍ରସେସନରୁ ଅଲଗା ରଖା ଯାଇଥିଲା। ଏହା ବ୍ରିଟେନର ପରମ୍ପରା।

ରାଜ୍ୟାଭିଷେକ ପରେ ରାଜ ଦମ୍ପତିଙ୍କୁ ସେଠାରେ ଉପସ୍ଥିତ ଅତିଥିଗଣ ଅଭିନନ୍ଦନ ଜଣାଇଛନ୍ତି।  ସମସ୍ତ କାର୍ଯ୍ୟକ୍ରମ ପରେ ରାଜ ଦମ୍ପତି ଗୋଲ୍ଡ ଷ୍ଟେଟ କୋଚସ୍ଥିତ ବେକିଂ ହାମ ପାଲେସକୁ ଫେରିଯିବେ। ଏହା ପରେ ସେ ରାଜ ପରିବାରର ସମସ୍ତ ସଦସ୍ୟଙ୍କ ସହ ଦେଶର କମନ ହେଲ୍ଥର ସଦସ୍ୟ ଓ ୪୦୦୦ ବ୍ରିଟିଶ ନାଗରିକଙ୍କ ସହ ରେଗାଲିଆରେ ଉପସ୍ଥିତ ହେବେ।  ପୁଣି ବେକିଂ ହାମ ପାଲେସ ଫେରିଯାଇ ରାଜ ଭବନର ବାଲକୋନୀରୁ ସର୍ବସାଧାରଣ ଦର୍ଶନ ଦେବେ। ସେଠାରେ ତାଙ୍କୁ ସେନା ପକ୍ଷରୁ ଫ୍ଲାଇ ପାଷ୍ଟ ସହ ସମ୍ୱର୍ଦ୍ଧନା ଦିଆଯିବ। ଏହି ରାଜ୍ୟାଭିଷେକ କାର୍ଯ୍ୟକ୍ରମ ୩ ଦିନ ବ୍ୟାପୀ ଚାଲିବ।

Leave a Reply

Your email address will not be published. Required fields are marked *