ଶ୍ରୀଲଙ୍କା: ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ, ସୂଚନା ଦେଲେ ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀ, ବିଶ୍ବକପରେ ଖରାପ ପ୍ରଦର୍ଶନ ପାଇଁ ଏପରି ନିଷ୍ପତ୍ତି, ମୁଖ୍ୟତଃ ଭାରତଠୁ ହାରିବା ପରେ ଭଙ୍ଗାଗଲା କ୍ରିକେଟ ବୋର୍ଡ, ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ମଧ୍ୟବର୍ତ୍ତୀକାଳୀନ ବୋର୍ଡ ଗଠିତ, ଏଥିରେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନିଯୁକ୍ତି

ଭୁବନେଶ୍ବର: ପାରଦ ହ୍ରାସ ପାଇ ଶୀତ ଆରମ୍ଭ ସମ୍ଭାବନା, ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବା ଅନୁମାନ, ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଗାଜା: ଇସ୍ରାଏଲ-ହମାସ ଯୁଦ୍ଧ ଥମିବାର ମାନ ନେଉନି, ଯୁଦ୍ଧରେ ଜାତିସଂଘର ୮୮ ପ୍ରତିନିଧି ମୃତ, ଗାଜାରେ ନିୟୋଜିତ ଅବସ୍ଥାରେ ମୃତ୍ୟୁ ହୋଇଛି, ଏହି ଯୁଦ୍ଧରେ ୟୁଏନର ସର୍ବାଧିକ ପ୍ରତିନିଧିଙ୍କ ମୃତ୍ୟୁ ହେଲାଣି

ଦିଲ୍ଲୀରେ ଆସନ୍ତା ୧୦ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ

ଜାତୀୟ ରାଜଧାନୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ। ସବୁଆଡେ ଭରି ରହିଛି ଧୂଳି ଓ ଧୂଆଁ। ବାୟୁର ମାନ ଏପରି ନିମ୍ନଗାମୀ…

କେନ୍ଦୁଝର: ଗୋରୁ ବୋଝେଇ ଗାଡି ଓଲଟି ୧୪ ଗୋରୁ ମୃତ, ବିଞ୍ଝବାହାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଗାଡି, ବହୁ ଗୋରୁ ଆହତ

ବାଲେଶ୍ବର: ନୀଳଗିରିରେ ପରିତ୍ୟକ୍ତ କନ୍ୟାଶିଶୁ ଉଦ୍ଧାର, ୬ନମ୍ବର ୱାର୍ଡ ମସଜିଦ ନିକଟରୁ ଉଦ୍ଧାର ହୋଇଛି ଶିଶୁ, ଶିଶୁର ସ୍ଥିତି ଗୁରୁତର, ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଧୂଆଁମୟ ଜାତୀୟ ରାଜଧାନୀ, ଏକ୍ୟୁଆଇ ସ୍ତରରେ ଲଗାତର ହ୍ରାସ, ଲୋକେ ଭୋଗୁଛନ୍ତି ସମସ୍ୟା, ଆସନ୍ତା ୧୦ ଯାଏଁ ସବୁ ପ୍ରାଥମିକ ସ୍କୁଲ ବନ୍ଦ, ଷଷ୍ଠରୁ ଦ୍ବାଦଶ ପିଲାଙ୍କ ହେବ ଅନଲାଇନ ପାଠପଢା, ଟ୍ବିଟରରେ ସୂଚନା ଦେଲେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶି

ଛତିଶଗଡ: ମଙ୍ଗଳବାର ଛତିଶଗଡରେ ପ୍ରଥମ ପର୍ଯ୍ଯାୟ ନିର୍ବାଚନ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର, ମାଓପ୍ରବଣ ସୁକମା ଓ ବିଜାପୁର ଜିଲ୍ଲାକୁ ଏୟାର ଲିଫ୍ଟ ହେଉଛନ୍ତି ନିର୍ବାଚନ କର୍ମଚାରୀ, ସେପଟେ ନାରାୟଣପୁର ଜିଲ୍ଲା ଉପସଭାପତିଙ୍କୁ ହତ୍ୟା, ହତ୍ୟା ପଛରେ ନକ୍ସଲଙ୍କ ହାତ ଥିବା ସୂଚନା

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡିଆଙ୍କୁ ନିଯୁକ୍ତି, ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଞ୍ଜନ ମିଶ୍ର

ପାକିସ୍ତାନ: ପାକ୍ ଏୟାର ବେସରେ ଆତଙ୍କୀ ଆକ୍ରମଣ, ପଞ୍ଜାବ ମିଆଁୱାଲି ଏୟାର ଫୋର୍ସ କ୍ୟାମ୍ପ ଉପରେ ଆକ୍ରମଣ, ୩ ଯୁଦ୍ଧ ବିମାନ ପୋଡି ପାଉଁଶ, ସେନାର ପାଲଟା ଗୁଳିମାଡରେ ୩ ଆତଙ୍କୀ ନିହତ