Category: ମୁଖ୍ୟ ଖବର

  • ଅସୁସ୍ଥ ଏ.ଆର ରେହେମାନ

    ଅସୁସ୍ଥ ଏ.ଆର ରେହେମାନ

    ହସ୍ପିଟାଲରେ ଭର୍ତ୍ତି ହେଲେ ଓସ୍କାର ବିଜେତା ତଥା ବଲିଉଡ ସଂଗୀତଜ୍ଞ ଏ.ଆର ରେହେମାନ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ସକାଳେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 58 ବର୍ଷୀୟ ରହମାନଙ୍କୁ ସକାଳ ସାଢେ 7ଟା ରେ ଗ୍ରୀମ୍ସ ରୋଡରେ ଥିବା ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ତାଙ୍କର ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରାଯାଇଥିଲା। ଯନ୍ତ୍ରଣାର ଗମ୍ଭୀରତା ସମ୍ବନ୍ଧରେ ଜାଣିବା ପାଇଁ ସଂଗୀତଜ୍ଞଙ୍କୁ ଆଞ୍ଜିଓଗ୍ରାମ କରିବାକୁ ପଡ଼ିପାରେ ବୋଲି ଡାକ୍ତରୀ ସୂତ୍ରରୁ ଜଣାପଡିଛି।

    ରେହେମାନ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି । ଏ.ଆର ରେହେମାନଙ୍କ ଅସୁସ୍ଥତା ଖବର ଶୁଣାବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏନେଇ ଏକ୍ସରେ ସୂଚନା aଦେଇ ଷ୍ଟାଲିନ କହିଛନ୍ତି,”ଏ.ଆର ରେହେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଶୁଣିବା ମାତ୍ରେ ମୁଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲି ।

    ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଘରକୁ ଫେରି ଆସିବେ ବୋଲି ଡାକ୍ତର କହିଛନ୍ତି।”ବିଲଉଡ ଇଣ୍ଡଷ୍ଟ୍ରିର ମ୍ୟୁଜିକ ଲିଜେଣ୍ଡ ଏ ଆର୍‌ ରେହମାନ । ଦେଶ ତଥା ବିଦେଶରେ ରେହମାନ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରଛନ୍ତି । ସ୍ବରର ଯାଦୁରେ ସଭିଙ୍କ ହୃଦୟରେ ରାଜ କରୁଛନ୍ତି ରେହମାନ । ବିଶ୍ବର କୋଣଅନୁକୋଣରେ ତାଙ୍କର କୋଟିକୋଟି ଫ୍ୟାନ୍ସ ତାଙ୍କ ଆଲବମ ଆଧୁନିକ ସଙ୍ଗୀତ ଦୁନିଆକୁ ଏକ ନୂତନ ସ୍ତରକୁ ନେଇଯାଇଛି ।

    ଜୟ ହୋ, ଏନା ସୋନା ଏବଂ ତେରେ ବିନା ଭଳି ଗୀତର ରଚନା ପାଇଁ ସେ ବେଶ ଜଣାଶୁଣା । ତାଙ୍କୁ ସଙ୍ଗୀତ ଜଗତର ବାଦଶାହ ” ବୋଲି କୁହାଯାଏ ।

  • ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ | ପାରାଦୀପ ଇଫକୋ ଛକରେ ଦୃର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ | ଗାଡ଼ିରୁ ଓହ୍ଲାଇ କାମ କରିବା ପାଇଁ ଯାଉଥିବା ବେଳେ ଚଢ଼ିଗଲା ହାଇୱା । ମୃତ ଯୁବକ ଜଣଙ୍କ ହେଲେ ଭୁତୁମୁଣ୍ଡାଇ ଗ୍ରାମର ପ୍ରଫୁଲ୍ଲ ବାରିକ| ପ୍ରଫୁଲ୍ଲ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷନ୍ତି | ଆଜି ସକାଳୁ ଇଫକୋ କମ୍ପାନୀ ଢଳେଇ କାମ ପାଇଁ ଲାଗି ଘରୁ ବାହାରି ଆସୁଥିବା ବେଳେ ପଛରୁ ଏକ ହାଇୱା ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ | ପଡିଯିବା ପରେ ଗାଡ଼ିର ପଛ ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା |

    ଘଟଣାସ୍ଥଳରେ ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ହୋଇଥିବା ବେଳେ ଗାଡ଼ିର ଡ଼୍ରାଇଭର ଫେରାର ହୋଇଯାଇଛି। ମୃତକଙ୍କ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବୀ କରିଛନ୍ତି । ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ଇଫକୋ କମ୍ପାନୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।

  • କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

    କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

    କଳିଙ୍ଗାଘାଟିରେ ବସ ଦୁର୍ଘଟଣା | ଯାତ୍ରୀବାହୀ ବସ ଓଲଟି ଜଣେ ଗୁରୁତର,ତିନି ଆହତ | ସୂଚନା ଅନୁଯାୟୀ, ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗାଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିଲା |

    ଯାତ୍ରୀମାନେ ବସର ସାମ୍ନା ଓ ପଛ କାଚ ଭାଙ୍ଗି ବାହାରି ପଡିଥିଲେ | ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ଜଣେ ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିବା ବେଳେ ଅନ୍ୟ ତିନି ଜଣ ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

  • ଥମୁନି ଲୁହର ଧାର,କମୁନି ବନ୍ଧୁ-ବାନ୍ଧବଙ୍କ ଭିଡ଼, କିଏ ଭାଙ୍ଗିଲା ସୁନାସଂସାର!

    ଥମୁନି ଲୁହର ଧାର,କମୁନି ବନ୍ଧୁ-ବାନ୍ଧବଙ୍କ ଭିଡ଼, କିଏ ଭାଙ୍ଗିଲା ସୁନାସଂସାର!

    ବାପାର ଫଟୋକୁ ଧରି କାନ୍ଦୁଛି କୁନି ଝିଅ । କଁଅଳ ଆଖିରେ ଲୁହ ଧାର ଧାର। ଆଜକୁ ସାତ ଦିନ ହେବ ଘରେ ଚୁଲି ଜଳୁନି କି, ବନ୍ଧୁ ବାନ୍ଧବଙ୍କ ଭିଡ଼ ବି କମୁନି । ଘରର ରୋଜଗାରିଆ ପୁଅକୁ ହରେଇ ମାଆ ଆଖିରେ ବି ଲୁହ ଶୁଖୁନି । ମାତ୍ର ୨୫ବର୍ଷ ବୟସରେ ବିଧବା ସାଜିଥିବା ପତ୍ନୀ ଏବେ ଦୁଇ କନ୍ୟା ସନ୍ତାନଙ୍କୁ ଧରି ସତେଯେମିତି ବୋକା ପାଲଟି ଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ହରିପୁର ଗ୍ରାମରେ ।

    ସୂଚନାଅନୁସାରେ, ସ୍ୱପ୍ନା ବିଶ୍ୱାସ ଓ ବିଶୁ ବିଶ୍ୱାସ ଉଭୟ ପତି ପତ୍ନି । ସ୍ୱାମୀ ବିଶୁ ବିଶ୍ଵାସ ସମୁଦ୍ରରେ ମାଛ ଧରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଚଳିତ ମାସ ୩ ତାରିଖ ଦିନ ସନ୍ଧ୍ୟାରେ ୫ ହଜାର ଟଙ୍କା ନେଇ ଘରୁ ବାହାରି ଥିଲେ ବିଶୁ । ଲକ୍ଷ୍ୟ ଥିଲା ଆବଶକୀୟ ସରଞ୍ଜାମ କିଣି ବୋଟ ନେଇ ସମୁଦ୍ରକୁ ମାଛ ଧରିବାକୁ ଯିବେ । ହେଲେ ଚାନ୍ଦବାଲି ସହରରେ ପହଞ୍ଚିବା ପରେ ବିଶୁଙ୍କର କିଛି ସାଙ୍ଗ ତାଙ୍କ ଠାରୁ ୨୦୦୦ ଟଙ୍କା ଲୁଟି ନେଇଥିଲେ । ରାତି ପ୍ରାୟ ୧୧.୩୦ ସମୟରେ କେହି ଦୁର୍ବୃତ୍ତ ତଣ୍ଟି ଚିପି ତାଙ୍କ ଦାଣ୍ଡ ଦୁଆରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ବାହାରେ କିଛି ଶବ୍ଦ ହେଉଥିବା ଶୁଣି ପତ୍ନୀ କବାଟ ଖୋଲି ଦେଖିଥିଲେ ତାଙ୍କ ସ୍ୱାମୀ ତଳେ ପଡି ଛଟପଟ ହେଉଛନ୍ତି । କଥା କହି ପାରୁ ନାହାଁନ୍ତି । ସଙ୍ଗେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରିବାର ଲୋକେ । ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶୁଙ୍କୁ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ଯୁ ହୋଇଥିଲା । ବିଶୁଙ୍କ ଶବ ସତ୍କାର କରିବା ପରେ ଚାନ୍ଦବାଲି ଥାନାରେ ପତ୍ନୀ ସ୍ୱପ୍ନା ସ୍ୱାମୀଙ୍କ ବନ୍ଧୁ ଧନ ଓ ତାଙ୍କ ସହ ମିଶୁଥିବା ଅନ୍ୟ ସାଙ୍ଗ ମାନଙ୍କୁ ସେ ସନ୍ଦେହ କରୁଥିବା ଅଭିଯୋଗ କରିଥିଲେ ।

    ଯେହେତୁ ସ୍ୱାମୀଙ୍କ ଗଳାରେ ଦାଗ ରହିଛି ,ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ସେ ସନ୍ଦେହ କରୁଛନ୍ତି । ବିଶୁଙ୍କ ମୃତ୍ୟୁ ପରେ ତାଙ୍କ ସାଥି ଧନ ଚାନ୍ଦବାଲି ଛାଡି ଫେରାର ହୋଇଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଭଦ୍ରକ ସହରରୁ ବିଶୁର ସାଙ୍ଗ ଧନକୁ ଧରି ପୋଲିସର ଜିମା ଦେଇଥିଲେ ବିଶୁ ର ପରିବାର ଲୋକେ । ହେଲେ ପୋଲିସ ତାଙ୍କୁ ଗିରଫ ନକରି ପଚରାଉଚରା କରି ଛାଡି ଦେଇଥିବା ଜଣାପଡିଛି । ଏଠାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।

    ତଣ୍ଟିର ଦୁଇଟି ଦାଗ ,ତଣ୍ଟି ଚିପି ମରିଦେବାର ଉଦ୍ୟମ କରିବାର ସ୍ପଷ୍ଟ ଚିତ୍ର ଥିବା ବେଳେ ଅଭିଯୁକ୍ତକୁ କାହିକିଁ ଧରୁନି ପୋଲିସ? କାହା ଚାପରେ ଚାପି ହେଉଛି ପୋଲିସ ? ଏପଟେ ଚାନ୍ଦବାଲି ଥାନାରେ ଭାରପ୍ରାପ୍ତ ଥାନାଧିକାରୀକୁ ଏ ବିଷୟରେ ପଚାରିବାରୁ ତଦନ୍ତ ଚାଲିଛି ,ପୋଷ୍ଟବଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି । ତେବେ ବିଶୁ ହତ୍ୟାକାରୀକୁ କେବେ ଧରିଛି ପୋଲିସ ଏବଂ କେବେ ମିଳିବ କୁନି ଛୁଆଙ୍କୁ ନ୍ୟାୟ ତାହା ଦେଖିବାକୁ ବାକି ରହିଲା ।

  • ବରିପାଳ ଗ୍ରାମରେ ବାବା ଲୋକନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ

    ବରିପାଳ ଗ୍ରାମରେ ବାବା ଲୋକନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବରିପାଳ ଗ୍ରାମରେ ବହୁ ଆଡମ୍ବରରେ ବାବା ଲୋକନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ରୀତିନୀତି ଅନୁଯାୟୀ ରେମାଳ ନନ୍ଦୀ ରୁ ଗ୍ରାମର ଶତାଧିକ ମହିଳା, ପୂଜକ ମାନସ କୁମାର ହୋତା ,ମହେଶ୍ୱର ହୋତା, କୁନା ମିଶ୍ର ଙ୍କ ଦ୍ଵାରା କଳସ ବୁଡାଇ ଗ୍ରାମ ପରିକ୍ରମା କରିଥିଲେ । ପରେ ମନ୍ଦିର ନିକଟକୁ ଆସିଥିଲେ । ଅକ୍ଷୟ କୁମାର ସା ,ରୁକ୍ମଣୀ ଜେନା କର୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ତିନି ଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ହୋଇଥିଲା । ପ୍ରଥମ ସନ୍ଧ୍ୟା ରେ ଭଜନ ସମାରୋହରେ କଣ୍ଠଶିଳ୍ପୀ ସ୍ୱର ଭରଦ୍ୱାଜ ,ଶ୍ରୀ କ୍ଷେତ୍ର ଭଜନ ସନ୍ଧ୍ୟା ,ତୃତୀୟ ଭଜନ ସନ୍ଧ୍ୟା ରେ କଣ୍ଠଶିଳ୍ପୀ ଶ୍ରୀ ଚରଣ ଙ୍କ ଦ୍ୱାରା ଭଜନ ସମାରୋହ ହୋଇଥିଲା । ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

  • ଧମକାଉଛି ପୋଲିସ, ଏସପିଙ୍କୁ ଭେଟିଲେ ପୀଡିତା

    ଧମକାଉଛି ପୋଲିସ, ଏସପିଙ୍କୁ ଭେଟିଲେ ପୀଡିତା

    ଦୁଷ୍କର୍ମ ପୀଡିତାଙ୍କ ଉପରେ ପୋଲିସ କର୍ମଚାରୀଙ୍କ ନିର୍ଯାତନା ଓ ପ୍ରମାଣ ନଷ୍ଟ ଘଟଣା; ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଲେ ପୀଡିତା

    କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଷୁଡିପଡ଼ିଛି | ପୋଲିସ ହାତବାନ୍ଧି ବସିଛି | ଆସାମୀ ଘଟଣା ଘଟାଇ ଖୁଲମଖୁଲା ବାହାରେ ବୁଲୁଛି |କେନ୍ଦ୍ରାପଡ଼ାରେ ପ୍ରତ୍ଯେକ ଥାନାଞ୍ଚଳରେ ଦୁଷ୍କର୍ମକାରୀ ବାହାରେ ବୁଲୁଛି ପୀଡ଼ିତା ନ୍ୟାୟ ପାଇଁ ପୋଲିସ ପାଖରେ ଗୁହାରି କରି କରି ଥକିପଡୁଛି | ହେଲେ ନ୍ୟାୟ ପାଇବା ତ ଦୂରର କଥା, ପୀଡ଼ିତାକୁ ଡରାଇ ଧମକାଇ କୋର୍ଟ ପର୍ଯନ୍ତ ଯେମିତି ନ ପହଞ୍ଚିବ ସେ ବ୍ୟବସ୍ଥା କରାଯାଉଛି | ଏହି ପରି ଏକ ଘଟଣା କେନ୍ଦ୍ରପଡା ଜିଲ୍ଲା ଡେରାବିଶ ଥାନା ଖମଳ ଅଞ୍ଚଳରେ ଘଟିଯାଇଛି |

    କିଛି ଦିନ ତଳେ ପିଉସୀ ଓ ତାଙ୍କ ନାବାଳିକା ଝିଆରୀଙ୍କୁ ଦୁଇ ଅଭିଯୁକ୍ତ ଭାଇ ଦୁଷ୍କର୍ମ କରିଥିବା ଘଟଣାରେ ଡେରାବିଶ ଥାନା ପୋଲିସ ଦୁଇ ଭାଇ ସୁଜିତ ସେଠି ଓ ରାଜକିସୋର ସେଠିଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି | ହେଲେ ଡେରାବିଶ ଥାନା କର୍ମଚାରୀ ଶିଖା ପାତ୍ର ଘଟଣାକୁ ଚପାଇ ଦେବା ପାଇଁ ଦୁଇ ପୀଡିତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ଜବରଦସ୍ତୀ ମନା କରିଦେଇଥିଲେ| ଘଟଣା ସମୟରେ ପୀଡିତା ଜଣଙ୍କ ହାତ ଯୋଡି ପୋଲିସ ପାଖରେ କାକୁତି ମିନତୀ ହେବା ସହ ଯୁକ୍ତିତର୍କ ହୋଇଥିଲା | ଶୁଣନ୍ତୁ କଣ କହୁଛନ୍ତି ପୀଡ଼ିତା |

    ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାର ପୋଲିସ ମେଡ଼ିକାଲ ଟେଷ୍ଟ ଗଲେ ତମକୁ ବସୁଧାକୁ ପଠେଇଦବୁ, ତମେ ଘରକୁ ଯିବ ନାହିଁ, ତମର ଲାଇଫ ରିସ୍କ ହେଇଯିବ ଆଦି କହି ତାଙ୍କୁ ଭୟଭୀତ କରାଯାଉଛି | ପୋଲିସ ଆସାମୀକୁ ଘଣ୍ଟ ଘୋଡାଇବା ପାଇଁ ପ୍ରଲୋଭିତ ହୋଇ ପ୍ରଭାବିତ ହୋଇ ଭିତିରି ବୁଝାମଣା କରି କେସକୁ ଚାପି ଦେଉଛି | ତେଣୁ ଥାନାରୁ ନେଇ କୋର୍ଟ ପର୍ଯନ୍ତ ନ୍ୟାୟ ପାଉ ପାଉ ପୀଡ଼ିତାମାନଙ୍କୁ ଭୟଭୀତ କରାଯାଉଛି | ସାକ୍ଷୀକୁ ପ୍ରଭାବିତ କରୁଥିବା ମହିଳା କନଷ୍ଟେବଳ ଶିଖା ପାତ୍ରଙ୍କୁ ତୁରନ୍ତ ସସପେଣ୍ଡ କରିବା ପାଇଁ ଦାବି କରିଛନ୍ତି | ଏ ନେଇ ମୂଳନିବାସୀ ୟୁନାଇଟେଡ଼ ଫୋରମ ପକ୍ଷରୁ ଏସପିଙ୍କୁ ଭେଟି ୭ ଦିନର ସମୟ ଦିଆଯାଇଥିବା କହିଛନ୍ତି ରାଜ୍ୟ ଅଧ୍ୟକ୍ଷ |

    ଘଟଣା ସମୟର ଭିଡିଓ ଭାଇରଲ ହେବା ପରେ ପୋଲିସ କର୍ମଚାରୀ ଶିଖା ପାତ୍ରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ଗତକାଲି ପୀଡିତା ଯୁବତୀଙ୍କ ସହ ମୂଳନିବାସୀ ଇଉନାଇଟେଡ଼ ଫୋରମର କର୍ମକର୍ତା କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ଉକ୍ତ ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରୁଥିବା ପୋଲିସ କର୍ମଚାରୀ ଶିଖା ପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ଏ ନେଇ କଣ କହିଛନ୍ତି ମୂଳ ନିବାସି ଇଉନାଇଟେଡ଼ ଫୋରମ ମହିଳା ରାଜ୍ୟ ସଭାପତି ସୁପ୍ରଭା ମଲ୍ଲିକ ଶୁଣନ୍ତୁ |

    ତେବେ ପୋଲିସ ଜାଣିଶୁଣି ଦୁଷ୍କର୍ମ ପୀଡିତାଙ୍କୁ ଡରାଇ ମେଡିକାଲ ଟେଷ୍ଟ ପାଇଁ ମନା କରିବାକୁ ବାଧ୍ୟ କରୁଥିବା କେନ୍ଦ୍ରାପଡ଼ାର ଏକାଧିକ ଥାନାରେ ଦେଖିବାକୁ ମିଳୁଛି | ପୋଲିସ କର୍ମଚାରି ଶିଖା ପାତ୍ରଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ପୀଡିତା ଯୁବତୀ ଦାବି ରଖିଛନ୍ତି | ଦାବିପୂରଣ ନ ହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ମୂଳ ନିବାସୀ ଇଉନାଇଟେଡ଼ ଫୋରମ ମହିଳା ରାଜ୍ୟ ସଭାପତି ସୁପ୍ରଭା ମଲ୍ଲିକ |

  • ଛତ୍ରପୁରରେ ଗର୍ଜିଲେ ଆଶାକର୍ମୀ

    ଛତ୍ରପୁରରେ ଗର୍ଜିଲେ ଆଶାକର୍ମୀ

    ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଶା କର୍ମୀଙ୍କୁ ମାସିକ ୧୮ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ, ଇଏସଆଇରେ ଅନ୍ତର୍ଭୁକ୍ତ ସହ ସାମାଜିକ ସୁରକ୍ଷା ବାବଦରେ ପେନସନ୍, ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣାରେ ଆଶା କର୍ମୀଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ଯୋଗ୍ୟତା ଅନୁସାରେ ଆଶାକର୍ମୀଙ୍କୁ ଏନଏଏମ ଭାବେ ନିଯୁକ୍ତି ଆଦି ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

    ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରେଣୁବାଳା ସାହୁ, ସମ୍ପାଦିକା ବବିତା ରାଉଳ, ଜିଲ୍ଲା ପ୍ରଭାରୀ କୁମୁଦିନୀ ପ୍ରଧାନ, ରାଜ୍ୟ ବିଏମଏସ କାର୍ଯ୍ୟକାରୀ କମିଟି ସଭ୍ୟ ଲିଙ୍ଗରାଜ ସାହୁଙ୍କ ସହ ପ୍ରମୁଖ ବ୍ୟକ୍ତି ସାମିଲ ଥିଲେ ।

  • ଧରା ପଡିଲେ ୧୦ ବାଂଲାଦେଶୀ, ଫରେନର୍ସ ଆକ୍ଟରେ ଗିରଫ

    ଧରା ପଡିଲେ ୧୦ ବାଂଲାଦେଶୀ, ଫରେନର୍ସ ଆକ୍ଟରେ ଗିରଫ

    ପୁଣି ସ୍ମାର୍ଟସିଟିରୁ ଧରାପଡିଲେ ବାଂଲାଦେଶୀ । ଭୁବନେଶ୍ବର ଦେଇ ଟ୍ରେନରେ ଯିବା ବେଳେ ମାଡିବସିଲା ଏସଟିଏଫ ଟିମ୍‌ । ଭୁବନେଶ୍ବର ଷ୍ଟେସନରୁ ୧୦ଜଣ ଠାବ ହୋଇଥିବାବେଳେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ୍ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରେ ବାଂଲାଦେଶୀ ଯୁବତୀକୁ ଆଣି ଦେହ ବ୍ୟବସାୟ କରୁଥିବା ଘଟଣା ସାମ୍ନାକୁ ଆସିଥିବା ପରେ ଏବେ ପୁଣି ବାଂଲାଦେଶୀ ଶ୍ରମିକ ଭାବେ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଛି । ବିନା ପାସପୋର୍ଟରେ ଭାରତୀୟ ସୀମା ଅନୁପ୍ରବେଶ କରିବା ପରେ ଭୁବନେଶ୍ୱର ଦେଇ ଏମାନେ କର୍ଣ୍ଣାଟକ ଯାଉଥିଲେ ।

    ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଅଛନ୍ତି ୬ ଜଣ ପୁରୁଷ ଓ ତିନି ଜଣ ମହିଳା ସହ ଜଣେ ନାବାଳକ । ନାବାଳକକୁ ସୁଧାର ଗୃହରେ ରଖାଯାଇଥିବା ବେଳେ ବାକି ୯ ଜଣଙ୍କୁ ଗିରଫ କରଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ହସିମ ,ସୋଜିବ ଖାନ,ଆଲାମ ସେକ, ମହମ୍ମଦ ଆଜିମ,ଦିଲ୍ଲାରା ସେଖ, ମହମ୍ମଦ ସୋହା, କରିମା ବେଗମ, ମୋନିରା ବେଗମ , ସାହାନା ବେଗମ ।

    ତେବେ ଏମାନଙ୍କୁ ଫରେନର୍ସ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଏସଟିଏଫ ଏସପି ରବି ଶତପଥି କହିଛନ୍ତି ‘‘ବିଶେଷ ସୁତ୍ରରୁ ବାଂଲାଦେଶୀଙ୍କ ସୂଚନା ମିଳିଥିଲା। ଯା‌ହାକୁ ଆଧାର କରି ଅଫିସର ରଶ୍ମି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍ ଭୁବନେଶ୍ୱର ଷ୍ଟେସନରେ ଛାନଭିନ ବେଳେ ଆମେ ସେମାନଙ୍କୁ ଠାବ କରିଥିଲୁ । ୬ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ଜୁଭେନାଇଲକୁ ଆମେ ଧରିଥିଲୁ ।

    ୯ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେମାନେ ବିଶେଷ କରି ଗରିବ ଖଟିକିଆ ବର୍ଗର । ଯେଉଁମାନେ କି ଦିନମଜୁ୍ରିଆ ଭାବେ କାମ କରନ୍ତି । ଏମାନଙ୍କ ମଧ୍ୟରେ ଗିରଫ ହୋଇଥିବା ଦଲାଲ ଯେ କି ଏଜେଣ୍ଟ ମହମ୍ମଦ ହସିମ ଆସାମ ବାଂଲାଦେଶ ସୀମା ପାର୍‌ କରାଇବା ପରେ ଅଟୋରେ ଆସାମର ଧୁବୁରି ପହଂଚିଥିଲେ । ସେଠାରୁ ବସ ଯୋଗେ ଗୌହାଟି ପହଁଚିବା ପରେ ସେଠାରୁ ଟ୍ରେନ ଯୋଗେ କର୍ଣ୍ଣାଟକ ଯିବା ପାଇଁ ବସିଥିଲେ। ହେଲେ ଭୁବନେଶ୍ୱର ଷ୍ଟେସନରେ ସେମାନଙ୍କର ସୂଚନା ପାଇଁ ଚଢାଉ କରାଯାଇଥିଲା ।

    ବିନା ପାସପୋର୍ଟରେ ଅନୁପ୍ରବେଶ କରିବା ନେଇ ସମସ୍ତଙ୍କୁ ଫରେନର୍ ଆକ୍ଟରେ ଗିରଫ କରଯାଇଛି। ଏବେ ଏଜେଣ୍ଟ ମହମ୍ମଦ ହସିମକୁ ରିମାଣ୍ଡରେ ନେବୁ । ଏମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣ ପୂର୍ବରୁ ଏପରି ଅନୁପ୍ରବେଶ କରି ଯିବା ଆସିବା କରିଛନ୍ତି । ତେବେ ଏବେ ଏହାର ସମସ୍ତ ଦିଗକୁ ନେଇ ତର୍ଜମା କରାଯିବ। ଏନେଇ ଦୁଇ ଜଣ ଅଧିକାରୀ ସେଣ୍ଟ୍ରାଲ ଇଣ୍ଟେଲିଜେନସ ବ୍ୟୁରୋ ଟିମର ଅଫିସର ମଧ୍ୟ ଭେଟିଛନ୍ତି। ଏସଟିଏଫ ଏସ୍ପିଙ୍କୁ ଭେଟି ତଥ୍ୟ ନେଇଛନ୍ତି। ସେହି ହିସାବରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ’’।

    ଓଡ଼ିଶା ଉପକୂଳରେ ଢିଲା ସୁରକ୍ଷା ଓ ପଡୋଶୀ ରାଜ୍ୟର ବୈଦେଶିକ ସୀମାରେ ଗଳାବାଟ ଦେଇ ଏବେ ବାଟ ଆପଣାଇଛନ୍ତି ବାଂଲାଦେଶୀ । ଯା‌ହାକୁ ନେଇ ଆଖିରେ ‌ଆଙ୍ଗୁଠି ଗେଞ୍ଜି ଭାରତ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅନୁପ୍ରବେଶ କରି ନିଜର ପ୍ରଭାବ ବିସ୍ତାର କରୁଛନ୍ତି। ଏନେଇ ଅନେକ ଅପରାଧିକ ଗତିବିଧି ମଧ୍ୟ ବୃଦ୍ଧି ହେଉଛି । କାଁଭା କେଉଁଠି କେମିତି ଦିନ ମଜୁରିଆ ବା ଶ୍ରମିକ ଭାବେ କାମ କରୁଥିବା ବେଳେ କେଉଁଠି ଦେହବ୍ୟବସାୟ ଓ ସାଇବର ଠକେଇ ଓ ଡ୍ରଗସ କାରବାର ବା ଅନେକ ଅପରାଧିକ କାର୍ଯ୍ୟ କରି ଅନେକ ସମୟରେ ଧରାପଡିଛନ୍ତି।

  • ବିଜୁ ବାବୁଙ୍କ ଭୁତ ଆମକୁ ଡ଼ରାଇଥିଲା… ବିଜୟ ମହାପାତ୍ର

    ବିଜୁ ବାବୁଙ୍କ ଭୁତ ଆମକୁ ଡ଼ରାଇଥିଲା… ବିଜୟ ମହାପାତ୍ର

    ବରିଷ୍ଠ ନେତା ବିଜୟ ମହାପାତ୍ର ବିଜୁବାବୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି । ବିଶେଷକରି ବିଜୁବାବୁଙ୍କ ଅସ୍ଥିକୁ ନେଇ ବିଜୟ କିଛି ବିସ୍ମୟକର କଥା କହିଛନ୍ତି । ଯାହା କେବେ ବି ଶୁଣି ନ ଥିବେ ।

    ବିଜୟ କହିଛନ୍ତି, ବିଜୁବାବୁଙ୍କ ଅସ୍ଥି ଆମ ଘରେ ୩/୪ ବର୍ଷ ରହିଥିଲା । ଥରେ ଏମିତି ଉତପାତ କଲା ଯେ ଆମେ ଭୟଭୀତ ହୋଇପଡ଼ିଥିଲୁ ।

    କିଛି ନ ଥିବ କବାଟ-ଝରକା ଜୋରରେ ଖାଲି ବାଡ଼େଇ ହେବ । ଦୁଆରେ ପବନ ବହିବ । ଏହା ପରେ ପଣ୍ଡିତଙ୍କ ସହ କଥା ହୋଇ ଅସ୍ଥି ବିସର୍ଜନ ପାଇଁ ନିଷ୍ପତ୍ତି ନେଇଥିଲି । ପ୍ରୟାଗରାଜ ଯାଇଥିଲି । ନବୀନ ଯାଇ ନ ଥିଲେ । ପ୍ରୟାଗରାଜରେ ଏକ ଅଦ୍ଭୁତ ଘଟଣା ଘଟିଥିଲା । ତମ୍ବା ପାତ୍ରଟି ବୁଡ଼ିବା ପାଇଁ ଅଧଘଣ୍ଟା ସମୟ ଲାଗିଥିଲା । ଏହା ମୋ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିଛି ବୋଲି ବିଜୟ କହିଛନ୍ତି ।

    ଅନ୍ୟପକ୍ଷରେ ବିଜୁବାବୁଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ପୋଲ୍ ଖୋଲି ଦେଇଛନ୍ତି ଭାଜପା ବିଧାୟକ ବାବୁ ସିଂ । ସେ କହିଛନ୍ତି, ବିଜୁବାବୁଙ୍କ ଦେହାନ୍ତ ସମୟରେ ହସ୍ପିଟାଲ ଯାଇ ନ ଥିଲେ ନବୀନ ପଟ୍ଟନାୟକ । ସେତେବେଳେ ଦିଲ୍ଲୀପ ରାୟ ଟଙ୍କା ପୈଠ କରିବାରୁ ବିଜୁବାବୁଙ୍କ ମୃତଦେହ ହସ୍ପିଟାଲରୁ ବାହାରିଥିଲା । ଖାଲି ଏତିକି ନୁହେଁ, ବିଜୁବାବୁଙ୍କ ଅସ୍ଥି ମଧ୍ୟ ନେଇ ନ ଥିଲେ ନବୀନ । ବିଜୁଙ୍କ ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର ଏହି ଅସ୍ଥିକୁ ନେଇ ନିଜ ଘରେ ରଖିଥିଲେ । ବାବୁ ସିଂ ଏହା କହିବା ପରେ ରାଜ୍ୟ ରାଜନୀତି ଖୁବ୍ ସରଗରମ ହୋଇଉଠିଛି ।

  • ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

    ହାଇୱା ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ | ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସୀଙ୍ଗିଯୁବା କଲେଜ ନିକଟରେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ସୀଙ୍ଗିଯୁବା ଗ୍ରାମର ଟଙ୍କଧର ସାହୁ | ସୂଚନା ଅନୁସାରେ, ରାମପୁର ପଟରୁ ବୃଦ୍ଧା ଜଣକ ସାଇକଲରେ ଆସୁଥିବା ସମୟରେ ପଛପଟୁ ଆସୁଥିବା ହାଇୱା ଧକ୍କା ଦେଇଥିଲା | ଧକ୍କା ଦେବା ଫଳରେ ବୃଦ୍ଧ ଜଣକ ଛିଟିକି ପଡ଼ିଥିଲେ | ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ |

    ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହଇୱାକୁ ଜବତ କରିବା ସହ ଡ଼୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି |