Category: ମୁଖ୍ୟ ଖବର

  • ୧୫ ତାରିଖରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’, ସତର୍କ କଲା IMD

    ୧୫ ତାରିଖରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’, ସତର୍କ କଲା IMD

    ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ବିପର୍ଯ୍ୟୟ’ । ଆସନ୍ତା ଗୁରୁବାର ଅର୍ଥାତ ୧୫ ତାରିଖରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଜାତୀୟ ପାଣିପାଗ ବିଭାଗ । ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ । ବାତ୍ୟା ବିପର୍ଯ୍ୟୟ ଉପକୂଳରେ ପହଞ୍ଚିବାକୁ ଆହୁରି ୨ ଦିନ ବାକି ଥିବାବେଳେ ଏବେ କିନ୍ତୁ ଏହାର ରୂପ ଦେଖାଇବା ଆରମ୍ଭ କଲାଣି ।

    ତେବେ ଭାରତୀୟ ପାଣିପାଗ ବିଭାଗ IMDର କହିବାନୁସାରେ ‘ବିପର୍ଯ୍ୟୟ’କୁ ଅତି ଭୀଷଣ ବାତ୍ୟା ନ ହୋଇ ଭୀଷଣ ବାତ୍ୟା ହେବ । ‘ବିପର୍ଯ୍ୟୟ’ ବର୍ତ୍ତମାନ ପୋରବନ୍ଦରଠାରୁ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବା ନେଇ ସୂଚନା ମିଳିଛି । ବାତ୍ୟା ଆସୁଥିବାରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

    ଆସନ୍ତାକାଲି ଯାଏ ସୌରାଷ୍ଟ୍ର ଏବଂ କଚ୍ଛରେ ସମୁଦ୍ର ଅଶାନ୍ତ ରହିବ । ଗୁରୁବାର ଅତି ଉଚ୍ଚ ଜୁଆର ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ବିପର୍ଯ୍ୟୟ ଯୋଗୁଁ କଚ୍ଛ ସମେତ ଜାମନଗର, ମୋର୍ବି, ଗିର, ସୋମନାଥ, ପୋରବନ୍ଦର ଏବଂ ଦେବଭୂମି ଦ୍ବାରକା ପ୍ରଭାବିତ ହେବ । ଆଜିଠାରୁ ୧୫ ତାରିଖ ଯାଏ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ । ଘଣ୍ଟାପ୍ରତି ୧୨୫ରୁ ୧୪୫ କିଲୋମିଟର ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ । ବର୍ତ୍ତମାନ ଏନଡିଆରଏଫର ୧୨ଟି ଟିମ୍ ନିୟୋଜିତ ହୋଇଥିବାବେଳେ ଆଉ ୧୫ଟି ଟିମ୍ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ସରକାର କହିଛନ୍ତି ।

  • କେତେ ସ୍ୱାସ୍ଥ୍ୟକର ସରକାରୀ ଅଣ୍ଡା ?

    କେତେ ସ୍ୱାସ୍ଥ୍ୟକର ସରକାରୀ ଅଣ୍ଡା ?

    ସରକାର ଶିଶୁ ଏବଂ ଗର୍ଭବତୀ ମହିଳମାନଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ଚିନ୍ତାକରି  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ଜିବନ ସହିତ ଖେଳୁଛନ୍ତି  କିଛି ଅର୍ଥଲୋଭୀ । ସରକାର ଗର୍ଭବତୀ ଓ ଶିଶୁଙ୍କୁ ଅଣ୍ଡା ଯୋଗାଇବାକୁ ଲକ୍ଷ ଲକ୍ଷ ଅଣ୍ଡା ଦେଉଥିବା ବେଳେ ଏହି ସ୍ୱାର୍ଥପର ଲୋକମାନେ କୁକୁଡା ଅଣ୍ଡା ବଦଳରେ ପ୍ଲାଷ୍ଟିକ ଅଣ୍ଡା ଯୋଗାଇ ଦେଉଥିବା ପରି   ସଙ୍ଗିନ ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସୁଛି ମୟୂରଭଞ୍ଜ ଜିଲ୍ଲା ଲୁହାକାନୀ ପଞ୍ଚାୟତ ଅଧୀନ ସାତଶଳ ଅଙ୍ଗନବାଡ଼ି କେନ୍ଦ୍ର ବିରୋଧରେ।  ସୂଚନା ଅନୁଯାୟୀ,  ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଥିବା ଅଣ୍ଡା ପ୍ଲାଷ୍ଟିକ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଉକ୍ତ ଅଣ୍ଡା ଗୁଡିକୁ ପାଣିରେ ପକାଇଲେ ସମ୍ପୁର୍ଣ୍ଣ ଭାବରେ ଭାସୁଥିବା ସହିତ ସିଝା ଅଣ୍ଡା ଗୁଡିକ ସମ୍ପୁର୍ଣ୍ଣ ରବର ଭଳିଆ ଟାଣ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଅଙ୍ଗନବାଡ଼ି ଦିଦିଙ୍କୁ ପଚାରିବାରୁ ସେ ଦୀର୍ଘ ଦିନରୁ ବିଶୋଇ ଅଞ୍ଚଳର ବନମାଳୀ ଗିରିଙ୍କ ଦୋକାନରୁ ଅଣ୍ଡା ଆଣୁ ଥିବା କହିଛନ୍ତି।   ହେଲେ ଦୋକାନୀ ଜଣକ କେଉଁଠାରୁ ଆଣି ଏହିପରି ଅଣ୍ଡା ଲୁହାକାନି ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଦାବି ହେଉଛି ।  ଅପରପକ୍ଷରେ ସ୍ୱସ୍ଥ୍ୟ ସମ୍ବନ୍ଧିତ ଏହି ଘଟଣାର ଉଚିତ ତଦନ୍ତ କରିବା ସହିତ ଅପରାଧୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମ ବାସୀ ଦାବି କରିଛନ୍ତି।

  • ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି, ତାତି ଓ ଗୁଳୁଗୁଳିରୁ ରକ୍ଷା କଲା କାଳବୈଶାଖୀ ବର୍ଷା

    ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି, ତାତି ଓ ଗୁଳୁଗୁଳିରୁ ରକ୍ଷା କଲା କାଳବୈଶାଖୀ ବର୍ଷା

    ରାଜ୍ୟରେ ପ୍ରବଳ ତାତି, ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗରେ ପରିବର୍ତ୍ତନ ହୋଇଛି । କାଳବୈଶାଖୀ ପ୍ରଭାବରେ ଗତକାଲି ବର୍ଷା ହେବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

    ହିଟୱେଭ ପରେ ବଦଳିଛି ଉପକୂଳ ଓଡ଼ିଶାର ପାଗ । ରାଜ୍ୟରେ ଦେଖିବାକୁ ମିଳିଛି କାଳବୈଶାଖୀ ବର୍ଷା । ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ,ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଝିପିଝିପି ବର୍ଷା ସହ ପବନ ହୋଇଛି । ଆଜି ସାରା ଦିନ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଝିପିଝିପି ବର୍ଷାରୁ ଅସହ୍ୟ ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସେପଟେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତି । ଆଜି ବୌଦ୍ଧ, ବଲାଙ୍ଗିର,ଝାରସୁଗୁଡ଼ା,ସମ୍ବଲପୁର,ବରଗଡ଼,ସୋନପୁର ଜିଲ୍ଲାଗୁଡ଼ିକୁ ସିଭିୟର ହିଟ୍ ୱେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

    ସେପଟେ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହୋଇଛି । ତେଣୁ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଧୀରେ ଧୀରେ ଅଗ୍ରସର ହେଉଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷାର ସମ୍ଭାବନା ରହିଛି । ଗତକାଲି ଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିଛି । ଆଜି ସକାଳେ ମଧ୍ୟ ରାଜଧାନୀ ସମତେ କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଛି ।

  • କେନ୍ଦୁଝର: ଦୁଇ ସାଙ୍ଗଙ୍କ ମଧ୍ୟରେ କଳିରୁ ଗୁଳିମାଡ଼, ଗୁରୁତର ସାଙ୍ଗ SCBରେ ଭର୍ତ୍ତି

    କେନ୍ଦୁଝର: ଦୁଇ ସାଙ୍ଗଙ୍କ ମଧ୍ୟରେ କଳିରୁ ଗୁଳିମାଡ଼, ଗୁରୁତର ସାଙ୍ଗ SCBରେ ଭର୍ତ୍ତି

    କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦିନ ହେଉ ଅବା ରାତି ଅପରାଧୀମାନେ ଅପରାଧ ଘଟାଇବାରେ ଲାଗିଛନ୍ତି । କେତେବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହେଉଛି ତ ଆଉ କେତେବେଳେ ଫେଲ୍ ମାରିଛି । ଏବେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇ ଗୁଳିମାଡ଼ ପରେ ଜଣେ ସାଙ୍ଗ ଗୁରୁତର ହୋଇଛି ।

    କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିମ୍ବିଲା ଗାଁ । ନିକଟରେ ଥିବା ପୋଖରୀ କୂଳରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଏହି କଳି ଶେଷ ସୀମାରେ ପହଞ୍ଚିଥିଲା । ଶେଷରେ ଜଣେ ସାଙ୍ଗ, ଅନ୍ୟ ଜଣେ ସାଙ୍ଗଙ୍କୁ ଗୁଳିମାଡ଼ କରିଥିଲା । ଅଭିଯୁକ୍ତ ବିନୋଦ ପାତ୍ରର ଗୁଳିମାଡ଼ରେ ପୂର୍ଣ୍ଣଚନ୍ଦ୍ର ଦାଶ ଗୁରୁତର ହୋଇଛନ୍ତି । ଗୁଳିମାଡ଼ ପରେ ଗୁରୁତର ଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକେ ।

    ଚିକିତ୍ସା ପାଇଁ ପୂର୍ଣ୍ଣଚନ୍ଦ୍ରଙ୍କୁ ହରିଚନ୍ଦନପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ କିନ୍ତୁ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଲା ନାହିଁ । ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

    ଆଜିକାଲି ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରାୟତଃ ଏଭଳି ଅପରାଧ ଘଟି ଚାଲିଛି । ଚୋରି, ଡକାୟତି, ମରଣାନ୍ତକ ଆକ୍ରମଣ, ଗୁଳିକାଣ୍ଡ ପରି ଘଟଣା ଲୋକଙ୍କୁ ଟେନସନରେ ପକାଇଛି । ପୋଲିସ ପ୍ରଶାସନ ତତ୍ପରତା ଦେଖାଇ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

  • ଭିଜିଲାନ୍ସ ଜାଲରେ ୩ ଅଧିକାରୀ, ଲାଞ୍ଚ ନେବାବେଳେ ଧରିଲା ଟିମ୍

    ଭିଜିଲାନ୍ସ ଜାଲରେ ୩ ଅଧିକାରୀ, ଲାଞ୍ଚ ନେବାବେଳେ ଧରିଲା ଟିମ୍

    ଭିଜିଲାନ୍ସ ଜାଲରେ ବ୍ୟାଙ୍କ ଅଧିକାରୀ । ବ୍ୟାଙ୍କିଂ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରାକରଙ୍କୁ ଧରିଛି ଭିଜିଲାନ୍ସ । ଭବାନୀପାଟଣା ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ କୋମନା ବ୍ରାଞ୍ଚର ବ୍ୟାଙ୍କିଂ ଆସିଷ୍ଟାଣ୍ଟ ପ୍ରଦୀପ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ନୂଆପଡ଼ା ବେଲଟୁକୁରିରେ ଥିବା ୨ ମହଲା କୋଠା ସହ ଆଉ ଏକ ଦୁଇ ମହଲା କୋଠାରେ ରେଡ୍ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସେହପରି ବେଲଟୁକୁରିର ଆଉ ଏକ ସ୍ଥାନରେ ୩ ହଜାର ବର୍ଗଫୁଟ ଜମିରେ ଘର ନିର୍ମାଣ ଚାଲିଛି । ଅଫିସ ଚାମ୍ବରରେ ଛାନବିନ କରିଛି ଭିଜିଲାନ୍ସ ବିଭାଗ । ରେଡରେ ୩ ଡିଏସପି,୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

    ସେପଟେ ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା ଖରିଆର NAC କାର୍ଯ୍ୟାଳୟର ଜୁନିଅର୍ ଇଞ୍ଜିନିୟର ଦେବ ଚନ୍ଦନ ରାଉତ । ଟେକ୍ନିକାଲ କନସଲଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି କନିଷ୍ଠ ଯନ୍ତ୍ରୀ ଦେବଚନ୍ଦନ ରାଉତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ସାର୍ଟିଫିକେଟ୍ ଓ ଫାଇନାଲ୍ ବିଲ୍ ରିଲିଜ୍ ପାଇଁ ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜେଇ । ଏଥିସହ ତାଙ୍କ ଘରୁ ହୀରା ହାର ଜବତ କରିଛି ଟିମ୍ । ଦେବଚନ୍ଦନଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରେ ବି ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । କଟକ ଅଫିସ ଓ ବାସଭବନ ସମେତ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଭୁବନେଶ୍ୱର ସୌଭାଗ୍ୟନଗରରେ ଥିବା ଘର,ଚକେଇସିଆଣିରେ ଥିବା ସମ୍ପର୍କୀୟଙ୍କ ଘର, ନରସିଂହପୁର ଲେହେଙ୍ଗାରେ ଥିବା ପୈତୃକ ଘରେ ଚଢ଼ାଉ ହୋଇଛି ।

    ପୁଅକୁ ଇଞ୍ଜିନିୟର ଓ ଝିଅକୁ ଡାକ୍ତରୀ ପାଠ ପଢ଼ାଇବା ପାଇଁ ସେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଥିସହ ବ୍ୟାଙ୍କରେ ୧୨ ଲକ୍ଷ ୬୨ ହଜାର ଟଙ୍କା ଡିପୋଜିଟ୍ ରଖିଛନ୍ତି । କ୍ରିପ୍ଟୋ କରେନ୍ସିରେ ୧ ଲକ୍ଷ ୨୩ ହଜାର ଟଙ୍କା ନିବେଶ କରିଛନ୍ତି ବିକାଶ ଚନ୍ଦ୍ର ଭୂୟାଁ । ତାଙ୍କ ଘରୁ ୩୮ ଲକ୍ଷ ଟଙ୍କାର ସୁନା ଏବଂ ରୁପା ଗହଣା ଜବତ କରାଯାଇଛି । ଗୋଟିଏ ୪ ଚକିଆ ଗାଡ଼ି,୩ଟି ୨ ଚକିଆ ଗାଡ଼ି ମିଳିଛି ଯାହାର ମୂଲ୍ୟ ୧୩ ଲକ୍ଷ ୪୦ ହଜାର ବୋଲି କହିଛି ଭିଜିଲାନ୍ସ ଟିମ୍ ।

    କିଛି ଦିନ ହେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି । ଅଭିଯୋଗ ପରେ ଅଧିକାରୀମାନଙ୍କ ଘର ରେଡ୍ କରୁଛି ଟିମ୍ । ଏଯାଏ ବହୁ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଲେଣି । ଆସନ୍ତା ଦିନରେ ଭିଜିଲାନ୍ସ ପକ୍ଷରୁ ଏହି ଅଭିଯାନ ଜାରି ରହିବ ।

  • ମୟୂରଭଞ୍ଜ: ଜେଇଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ମାନବୀର ଲୋକେ

    ମୟୂରଭଞ୍ଜ: ଜେଇଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ମାନବୀର ଲୋକେ

    ମୟୂରଭଞ୍ଜ ଯାମଦା ବ୍ଲକରେ ଜଣେ ଜେଇଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ତାରଣା ପଞ୍ଚାୟତରେ ଥିବା ମାନବୀର ଗାଁ ଲୋକେ ଜେଇ ଅନିଲ ମହାପାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ।

    ମାନବୀର ଗାଁରେ ବିଭିନ୍ନ କାମରେ ଅର୍ଥ ହେରଫେର ସହ ଦୁର୍ନୀତି ହେଉଛି । ମାନବୀର ଗାଁରେ ଥିବା ଜାହିରା ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ୨୦୧୯ ମସିହା ମାର୍ଚ୍ଚ ୨୮ ତାରିଖରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା । ପୋଖରୀ ହିଡ଼ ଉପରେ କମ୍ ଖର୍ଚ୍ଚରେ ଆବଶ୍ୟକ ସୁଇଚ୍ ନିର୍ମାଣ କରିବା ବଦଳରେ ୨୦୨୦-୨୧ରେ ଜେଇ ଅନିଲ ମହାପାତ୍ର ଚେକ୍ ଡ୍ୟାମ ନିର୍ମାଣ କରିଥିଲେ । ତେଣୁ ସେ ସନ୍ଦେହ ଘେରକୁ ଆସିଥିଲେ ।

    ମାନବୀର ଜାହିରା ନାଳ ଉପରେ ଚେକ୍ ଡ୍ୟାମ୍ ହେବାର ଥିଲା କିନ୍ତୁ ଏହା ନକରି ଜାହିରା ବନ୍ଧ ହିଡ଼ରେ ନିର୍ମିତ ହୋଇଥିଲା ଚେକ୍ ଡ୍ୟାମ୍ । ଏହି ଅର୍ଥକୁ ସେ ହେରଫେର କରିନେଇଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବତନ ଯାମଦା ବ୍ଲକ୍ ଅଧ୍ୟକ୍ଷା ହେଲେନା ବାଗେ ଓ ତାରଣା ପଞ୍ଚାୟତର ନାଏବ ସରପଞ୍ଚ ଜାମ୍ବିରା ବାଗେ ସୁଇଚ୍ ନର୍ମାଣ ଟଙ୍କା ଗଲା କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ନେତା ଓ ଗାଁ ଲୋକେ । ଘଟଣାର ତଦନ୍ତ କରିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ..

  • ଗୁଜୁରାଟରେ ତିଆରି ହୁଏ ବିଶ୍ବର ସବୁଠୁ ବଡ ରୁଟି, ଯାହାର ଓଜନ ୧୪୫ କେ.ଜି, ଗୋଟିଏ ରୁଟିରେ ପୂରା ଗାଁ ଖାଇବେ

    ଗୁଜୁରାଟରେ ତିଆରି ହୁଏ ବିଶ୍ବର ସବୁଠୁ ବଡ ରୁଟି, ଯାହାର ଓଜନ ୧୪୫ କେ.ଜି, ଗୋଟିଏ ରୁଟିରେ ପୂରା ଗାଁ ଖାଇବେ

    ବିଭିନ୍ନ ପ୍ରକାରର ଖାଦ୍ୟ ପାଇଁ ଭାରତ ସାରା ବିଶ୍ୱରେ ପ୍ରସିଦ୍ଧ । ଏଠାରେ ଖାଦ୍ୟର ସ୍ୱାଦ ଏବଂ ରାନ୍ଧିବାର ଶୈଳି ପ୍ରତି ଶହେ କିଲୋମିଟରରେ ଅନ୍ତରରେ ବଦଳିଥାଏ । କିନ୍ତୁ, ରୁଟି ଏପରି ଏକ ଜିନିଷ ଯାହା ସମଗ୍ର ଭାରତରେ ସମାନ ଭାବରେ ତିଆରି ହୋଇଥାଏ । ଆକାର ମଧ୍ୟ ସବୁ ସ୍ଥାନରେ ସମାନ । ହେଲେ ସମଗ୍ର ଭାରତରେ କେବଳ ଗୋଟିଏ ସ୍ଥାନ ଅଛି ଯେଉଁଠାରେ ବିଶ୍ୱର ସବୁଠୁ ବଡ ରୁଟି ତିଆରି କରାଯାଏ । ଏହି ରୁଟି ଏତେ ବଡ ଯେ, ଗୋଟିଏ ଗାଁର ମଧ୍ୟ ପେଟ ପୂରିଯିବ । ତେବେ ଆସନ୍ତୁ ଜାଣିବା ଏହି ଅନନ୍ୟ ରୁଟିର କାହାଣୀ ବିଷୟରେ ।

    ଦୁନିଆର ସବୁଠୁ ବଡ ରୁଟି ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘର ଗୁଜୁରାଟର ଜାମନଗରରେ ତିଆରି ହୋଇଛି । ଯଦିଓ ଏହି ରୁଟି ପ୍ରତିଦିନ ତିଆରି ହୁଏନାହିଁ । ବରଂ ଏହା କେବଳ କିଛି ବିଶେଷ ଉତ୍ସବରେ ତିଆରି ହୋଇଥାଏ । ଯେମିତି ଡାଗଡୁ ସେଠ୍ ଗଣପତି ସର୍ବସାଧାରଣ ମହୋତ୍ସବ କିମ୍ବା ଜଲାରାମ ବାପାଙ୍କ ଜନ୍ମ ବାର୍ଷିକୀ ଆଦି ଉତ୍ସବରେ । ଏହି ରୁଟି ଜଲାରାମ ମନ୍ଦିରର ଜିଣୋଦ୍ଧାର କମିଟି ଦ୍ୱାରା ପ୍ରସ୍ତୁତ କରାଯାଏ । ଆଉ ଏଥିରେ ମନ୍ଦିରକୁ ଆସୁଥିବା ଲୋକମାନେ ପେଟ ଭରି ଖାଆନ୍ତି । ଲୋକମାନେ ଏହି ବିଶେଷ ଦିନରେ ଏହି ରୁଟି ଖାଇବା ପାଇଁ ଦୂରଦୂରାନ୍ତରୁ ଜାମନଗରକୁ ଆସନ୍ତି ।

    ଆପଣଙ୍କୁ କହିରଖୁଛୁ ଯେ, ଜଣେ କିମ୍ବା ଦୁଇ ଜଣ ନୁହେଁ ବରଂ ଅନେକ ମହିଳା ଏକାଠି ହୋଇ ଦୁନିଆର ସବୁଠୁ ବଡ ରୁଟି ତିଆରି କରନ୍ତି ଏବଂ ଘଣ୍ଟା ଘଣ୍ଟା ପରିଶ୍ରମ ପରେ ଏହି ରୋଟି ପ୍ରସ୍ତୁତ ହୁଏ । ଏହି ରୁଟି ତିଆରି ପାଇଁ ବହୁତ ଅଟା ବ୍ୟବହୃତ ହୁଏ । ଯେତେବେଳେ ଏହି ରୁଟି ପ୍ରସ୍ତୁତ ହୁଏ, ଏହାର ଓଜନ ୧୪୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ରୁଟି ରାନ୍ଧିବା ପାଇଁ ମନ୍ଦିର ନିକଟରେ ଏକ ବଡ଼ ସ୍ୱତନ୍ତ୍ର ତାଓ୍ବା ରହିଛି । ସେଥିରେ ଏହି ସ୍ବତନ୍ତ୍ର ରୁଟି ରନ୍ଧାଯାଏ । ରୁଟି ରାନ୍ଧିବା ପାଇଁ ଅନେକ ଲୋକ ମଧ୍ୟ ନିୟୋଜିତ ହୁଅନ୍ତି ଏବଂ ରୋଟି ଜଳି ନଯିବା ପାଇଁ ନିଆଁର ଆଞ୍ଚ କମ୍ ରଖାଯାଏ ।

  • ଆହୁରି ଉଗ୍ର ହେବ ‘ବିପର୍ଯ୍ୟୟ’,ଜୁନ୍ ୧୫ ସୁଦ୍ଧା ଗୁଜରାଟ ଉପକୂଳ ନିକଟରେ ପହଞ୍ଚିପାରେ

    ଆହୁରି ଉଗ୍ର ହେବ ‘ବିପର୍ଯ୍ୟୟ’,ଜୁନ୍ ୧୫ ସୁଦ୍ଧା ଗୁଜରାଟ ଉପକୂଳ ନିକଟରେ ପହଞ୍ଚିପାରେ

    ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହେଉଛି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ । ଏହା ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ବିପର୍ଯ୍ୟୟ ଆହୁରି ତୀବ୍ରତର ହେବାର ସମ୍ଭାବନା ରହିଛି । ଏଥିସହ ଅତ୍ୟନ୍ତ ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସୂଚନା ଅନୁସାରେ ଅତି ଉଗ୍ର ପାଲଟିଥିବା ଏହି ସାମୁଦ୍ରିକ ବାତ୍ୟା, ଉତ୍ତର ଆଡ଼କୁ ଗତିଶୀଳ ହୋଇ ଜୁନ୍‌ ୧୫ରେ ପାକିସ୍ତାନ ଓ ନିକଟବର୍ତ୍ତୀ ସୌରାଷ୍ଟ୍ର ଓ କଚ୍‌ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି ।

    ପାଣିପାଗ ବିଭାଗ ଟ୍ୱିଟ୍ କରି ଜଣାଇଛି ଯେ ଗତକାଲି ରାତି ପ୍ରାୟ ୨.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପୋରବନ୍ଦରର ଦକ୍ଷିଣ ଓ ଦକ୍ଷିଣପଶ୍ଚିମକୁ ପ୍ରାୟ ୫୧୦ କିଲୋମିଟର୍‌ ଦୂର ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଏହା ଆହୁରି ଉଗ୍ର ହେବ ଏବଂ ଜୁନ୍ ୧୫ ତାରିଖ ସୁଦ୍ଧା ପାକିସ୍ତାନ ଏବଂ ସୌରାଷ୍ଟ୍ର ଓ କଚ୍‌ ଉପକୂଳ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଅନୁସାରେ,ବାତ୍ୟା ‘ବିପର୍ଯ୍ୟୟ’ଗୁଜରାଟ ଉପକୂଳରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିବ ନାହିଁ । ଏହାର ପ୍ରଭାବରେ ସୌରାଷ୍ଟ୍ର ଏବଂ କଚ୍‌ରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ।

    ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କେରଳର ୮ଟି ଜିଲ୍ଲାରେ ‘ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୁମ୍ବାଇ,ରାଇଗଡ଼,ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

  • ଦୁନିଆର ସବୁଠୁ ଅଜବ ମନ୍ଦିର, ଏଠି ପୂଜା ନୁହେଁ ହୁଏ ଛାଡପତ୍ର, ମନ୍ଦିରରେ ନାହିଁ କୌଣସି ଦେବତା

    ଦୁନିଆର ସବୁଠୁ ଅଜବ ମନ୍ଦିର, ଏଠି ପୂଜା ନୁହେଁ ହୁଏ ଛାଡପତ୍ର, ମନ୍ଦିରରେ ନାହିଁ କୌଣସି ଦେବତା

    ଜାପାନରେ ଏମିତି ଗୋଟିଏ ମନ୍ଦିର ରହିଛି ଯେଉଁଠାରେ ପୂଜା ନୁହେଁ ହୁଏ ଛାଡପତ୍ର । ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି କଥାଟି ସତ । ଏହି ମନ୍ଦିରରେ ଗୋଟିଏ ବି ଦେବତା କିମ୍ବା ଦେବିଙ୍କ ମୂର୍ତ୍ତି ନାହିଁ ୬୦୦ ବର୍ଷର ପୂରୁଣ ଏହି ମନ୍ଦିର ଟେକୋଜି ମନ୍ଦିର ନାମରେ ଜଣାଶୁଣା । ଏହା ଏକ ଅବଜ ପ୍ରକାରର ଛାଡପତ୍ର ମନ୍ଦିର । ଏଠାକୁ ସେହି ମହିଳା ମାନେ ଆସନ୍ତି ଯେଉଁମାନେ ନିଜ ସ୍ବାମୀ ପାଖେ ଅତିଷ୍ଠ ହୋଇପଡନ୍ତି ।

    ଏହି ମନ୍ଦିରକୁ ମାତ୍ସ୍ୟୁଗୋକା ଟୋକେଇ-ଜିଙ୍କ ନାମରେ ସ୍ଥାପିତ କରାଯାଇଥିଲା । ଏହା ଜାପାନର କାମକୁରା ଶହରର କାନାଗାଓ୍ବା ପ୍ରାନ୍ତରେ ଅବସ୍ଥିତ । ଏହା ଅନେକ ମହିଳାଙ୍କ ବାସସ୍ଥାନ ଭାବେ ଜଣାଶୁଣା, ଯେଉଁମାନେ ଘରୋଇ ହିଂସାର ଶିକାର ହୋଇଛନ୍ତି । ଯେତେବେଳେ ମହିଳାଙ୍କ ପାଇଁ କୌଣସି ଅଧିକାର ନଥିଲା ସେହି ସମୟର ଏହି ମନ୍ଦିର । ସେତେବେଳେ ଜାପନରେ ଛାଡପତ୍ରର କୌଣସି ଆଇନ ନଥିଲା ।

    ୧୨୮୫ ମସିହାରେ ବୌଦ୍ଧ ନନ କାକୁସନ ଶିଦୋ-ନି ଏହି ମନ୍ଦିର ସ୍ଥାପନ କରିଥିଲେ । ଯେଉଁ ମହିଳା ମାନେ ବାହାଘରରେ ଖୁସି ନଥିଲେ ସେମାନେ ଏହି ମନ୍ଦିରକୁ ଆସୁଥିଲେ । ସମୟ ସହିତ ତାଳ ଦେଇ ଏହି ମନ୍ଦିରଟି ଏକ ସୁରକ୍ଷିତ ସ୍ଥାନ ଭାବେ ପ୍ରସିଦ୍ଧ ହୋଇଗଲା । ଜାପାନର ମହିଳା ମାନେ ମଧ୍ୟ ଏଠାରେ ସୁରକ୍ଷିତ ଅନୁଭବ କଲେ । କିଛି ଦିନ ରହିବା ପରେ ମନ୍ଦିର ପକ୍ଷରୁ ଆଧିକାରୀକ ଭାବେ ଛାଡପତ୍ର ସାର୍ଟିଫିକେଟ ମିଳିଯାଇଥାଏ । ଏହାକୁ ସୁଫୁକୁ-ଜି ନାମରେ ଜଣାଯାଏ । ଏହି ସାର୍ଟିଫିକେଟ ଜରିଆରେ ମହିଳାଙ୍କୁ ବିବାହରୁ ମୁକ୍ତି ମିଳେ ।

    ଏହି ମନ୍ଦିରଟି ମଧ୍ୟ ଦେଖିବାକୁ ଖୁବ୍ ଆକର୍ଷଣୀୟ । ବିଭିନ୍ନ ବାସ୍ତୁକଳାରେ ପିରିପୂର୍ଣ୍ଣ ଏହି ସ୍ଥାନଟି ସମ୍ପୂର୍ଣ୍ଣ ପ୍ରକୃତି କୋଳେଇ ନେଲା ପରି ମନେହୁଏ । ଏହାକୁ କାକେକୋମୀ ଡେରା, ସମ୍ପର୍କ ଭାଙ୍ଗୁଥିବା ସ୍ଥାନ ଏବଂ ପଳାୟନ କରିଥିବା ମହିଳାଙ୍କ ମନ୍ଦିର ବା ଛଡପତ୍ର ମନ୍ଦିର ଆଦି କୁହାଯାଏ ।

    À propos du travail conjoint: “Vivien est très assemblé et je – au contraire, sautant souvent du cinquième au dixième. Elle est beaucoup plus expérimentée et plus raide et j’implique prix du cialis en pharmacie est si importante mon opinion. Je n’aime pas et je ne sais pas expliquer mes actions pour comprendre quoi et comment je fais, vous devez simplement me regarder. Vivien, au contraire, très sociable. Elle sait toujours exactement ce qu’il veut. Je ne sais pas ça et est prêt à essayer beaucoup d’options. “

  • ପାୱାର କଟ୍ ହେଉନି, ଅଧିକ ପବନ ହେଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ: ମନ୍ତ୍ରୀ

    ପାୱାର କଟ୍ ହେଉନି, ଅଧିକ ପବନ ହେଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ: ମନ୍ତ୍ରୀ

    ରାଜ୍ୟରେ ତାତି ବଢୁଥିବା ବେଳେ ଅସହ୍ୟ ହେଉଛି ଗୁଳୁଗୁଳି । ଏହି ଗୁଳୁଗୁଳି ପାଇଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍ କାଟ୍ ଲୋକଙ୍କୁ ଟେନସନରେ ପକାଇଛି ।

    ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଦିନ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଛି । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ମନ୍ତ୍ରୀଙ୍କ କହିବାନୁସାରେ ପାୱାର କଟ୍ କେଉଁଠି ବି ହେଉନି । କାଳବୈଶାଖୀ ପ୍ରଭାବରେ ବାରମ୍ବାର ପବନ ହେଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ । କାରଣ ବହୁତ ସ୍ଥାନରେ ଖୁଣ୍ଟ ଉପୁଡ଼ି ଯାଉଛି । ସେଗୁଡ଼ିକ ମରାମତି କରିବା,ବିଦ୍ୟୁତ୍ ତାର ଲଗାଇବା ସମୟସାପେକ୍ଷ । ଏହି କାମ ସଙ୍ଗେ ସଙ୍ଗେ ହୁଏନି ବୋଲି ମନ୍ତ୍ରୀ କହିଛନ୍ତି । ଉପଭୋକ୍ତାମାନେ ଅଧିକ ବିଦ୍ୟୁତ ବ୍ୟବହାର କରୁଛନ୍ତି । ତେଣୁ ଭିତ୍ତିଭୂମି ଲୋଡ୍ ସମ୍ଭାଳିବା ଆବଶ୍ୟକ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ସେଥିପାଇଁ ଅନେକ ସ୍ଥାନରେ ତାର ଏବଂ ଟ୍ରାନ୍ସଫର୍ମର ପୋଡ଼ି ଯାଉଛି । ଏହା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି ।

    ଭିତ୍ତିଭୂମି ଅସୁବିଧା ଓ ଅଭାବ ଯୋଗୁଁ ଯେଉଁଠି ବିଦ୍ୟୁତ୍ କାଟ୍ ଦୁଇରୁ ତିନି ଘଣ୍ଟା ପାଇଁ ହେଉଛି,ସେଠି ପାୱାର ଅଭାବ ନା ରାଜ୍ୟ ସରକାର ବିଦ୍ୟୁତ ଯୋଗାଇ ପାରୁନାହାଁନ୍ତି । ରାଜ୍ୟ ସରକାରଙ୍କ କାମ ହେଉଛି ବିଦ୍ୟୁତ ବିତରଣ କମ୍ପାନୀକୁ ତାଗିଦ କରି ଯେତେ ସମ୍ଭବ ବିଦ୍ୟୁତ ଯୋଗାଇବା । ରାଜ୍ୟ ସରକାର ସେଥିପାଇଁ ତତ୍ପର ଅଛନ୍ତି । କାଳବୈଶାଖୀରେ ଯାହା ଭାଙ୍ଗିବ ତାକୁ ଶୀଘ୍ର ଠିକ୍ କରିବାକୁ ପଦକ୍ଷେପ ନେବାରେ ହେଳା କରୁନାହାଁନ୍ତି ରାଜ୍ୟ ସରକାର ।