Category: ମୁଖ୍ୟ ଖବର

  • ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲା କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି । ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏଣେ ବର୍ଷାରେ ତେଲକୋଇ ବେହାଲ। ସମାକୋଇ ପୋଲ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ। ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ। ତେଲକୋଇ-ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ।

    ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।

    ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡ଼ିମଟର ଅଟକି ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇଛି। ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ତେଣେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡି,ସ୍କୁଲ ଓ +୨କଲେଜକୁ ଛୁଟି ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ।

    ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

    ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି ।

  • ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ୍

    ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ୍

    ଆଜି ହେଉଛି ଅଗଷ୍ଟ ୧ ତାରିଖ । ସାରା ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ । ଏହି କ୍ରମରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମସ୍ଥାନ ସୁବର୍ଣ୍ଣପୁରରେ ମଧ୍ୟ ଜୋରସୋରରେ ପାଳନ ହେଉଛି ସମ୍ବଲପୁରୀ ଦିନ । ଦିନ ତମାମ ସମ୍ବଲପୁରୀ ତାଳେ ତାଳେ ନାଚି ଗାଈ ମସଗୁଲ ଅଂଚଳବାସୀ । ଦିନ ସାରା ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନାଚ, ଗୀତ ସହ ସମ୍ବଲପୁରି ବସ୍ତ୍ର ପରିଧାନ କରି ମସଗୁଲ ଅଛନ୍ତି ଅଂଚଳବାସୀ ।

    ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକାଇବା ପାଇଁ 2013 ମସିହା ଅଗଷ୍ଟ ୧ ତାରିଖରୁ ପାଳନ ହେଉଛି ସମ୍ବଲପୁରି ଦିନ । ସ୍ଥାନୀୟ ବ୍ଲକ ଛକ ଠାରେ ଆଜି ପାଳିତ ହୋଇଥିବା ସମ୍ବଲପୁରୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସମ୍ବଲପୁରୀ ଦିନକୁ ଅଧିକ ପ୍ରଚାର ପ୍ରସାର କରିବା ସହିତ ବିଶ୍ୱ ଦରବାରରେ ପହଂଚାଇବାକୁ ଅନୁରୋଧ କରିଥିଲେ । ପରେ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ଯୋଗ ଦେଇ ନୃତ୍ୟ ଗୀତ ପରିବେଷଣ କରିବା ସହିତ ସମ୍ବଲପୁରୀ ଦିନ ପାଳନ କରିଥିଲେ । ଆଜି ସକାଳୁ ଜିଲ୍ଲାରେ ବର୍ଷା ଲାଗି ରହିଥିଲେ ମଧ୍ୟ ସମ୍ବଲପୁରି ଦିନ ଉତ୍ସବ ପାଳନରେ କୌଣସି ପ୍ରକାର ବାଧା ସୃଷ୍ଟି କରିପାରି ନାହିଁ ।

  • ରାଜଧାନୀରେ ହୁ ହୁ ହୋଇ ବଢିଚାଲିଛି ଡେଙ୍ଗୁ

    ରାଜଧାନୀରେ ହୁ ହୁ ହୋଇ ବଢିଚାଲିଛି ଡେଙ୍ଗୁ

    ଭୁବନେଶ୍ୱର ରଙ୍ଗମାଟିଆ ମଞ୍ଚେଶ୍ୱର ଷ୍ଟେସନ ନିକଟରେ ଡେଙ୍ଗୁରେ ଜଣେ 28ବର୍ଷର ମହିଳାଙ୍କ ମୃତ ପରେ ବିଏମସିକୁ ପଶିଛି ହେଜ। ଆଜି ନେସନାଲ ହେଲଥ ମିଶନ ପକ୍ଷରୁ ଏକ ଡେଙ୍ଗୁ ଓ ପରିମଳ ସଚେତନତା କାଯ୍ୟକ୍ରମ କରାଯାଇଅଛି। ଏଥିରେ କ୍ୟାପିଟାଲ ହସ୍ପିଟାଲର ହେଲଥ ସୁପରଭାଇଜର ଅନିଲ ମହାପତ୍ର ଓ ଆଶା କର୍ମୀ, ଅଙ୍ଗନବାଡି ଦିଦି, ବିଏମସି ସାନିଟାରୀ ଇନସ୍ପେକ୍ଟର ଯୋଗଦେଇ ସ୍ଥାନୀୟ ଅଞ୍ଚଳର ସ୍ବଚ୍ଛତାର ଯାଞ୍ଚ କରିବା ସହ ଘାସ ବୃଚ୍ଛ ସଫା କରିବା ସହ ପାଣି ଜମୁଥିବା ସ୍ଥାନରେ ମଶା ମରା ଔଷଧ ସ୍ପ୍ରେ କରିଥିଲେ। ଏଥିସହ ସ୍ଥାନୀୟ ଲୋକଙ୍କୁ ପାଣି ଜମିବାକୁ ନ ଦେବାକୁ ସଚେତନ କରାଇଥିଲେ।


    ରାଜଧାନୀ ଭୁବନେଶ୍ବରରେ ହୁ ହୁ ହୋଇ ବଢିଚାଲିଛି ଡେଙ୍ଗୁ। ଅଦ୍ୟାବଧି ରାଜଧାନୀରେ ଡେଙ୍ଗୁ ପାଇଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ ଥିବା ବେଳେ ଏହି ସଂଖ୍ୟା ଅଧିକ ଥିବା ସାଧାରଣରେ ଅଭିଯୋଗ ହେଉଛି। ସଂକ୍ରମିତଙ୍କ ସଂଖ୍ୟା ୫୫୦ ଡେଇଁଛି । ଦୈନିକ ସଂକ୍ରମଣ ଏବେ ୫୦ ଛୁଇଁଲାଣି । ପୂର୍ବରୁ ଖଣ୍ଡଗିରିରେ ଜଣେ ୬ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ରଙ୍ଗମାଟିଆର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବର୍ଷା ପାଇଁ ମଶା ବଂଶ ବୃଦ୍ଧିରେ ରାଜଧାନୀବାସୀ ଆତଙ୍କିତ। ସ୍ଥିତି ଏମିତି ଲାଗି ରହିଲେ ଅଗଷ୍ଟରେ ଏହି ସଂଖ୍ୟା ୧୦୦୦ ପାର୍‌ କରିବ ବୋଲି ଆକଳନ କରାଯାଉଛି।

  • ଖସିଲା ଗର୍ଡର ଲଞ୍ଚିଂ ମେସିନ,ଆଖି ବୁଜିଲେ ୧୬ ଶ୍ରମିକ

    ଖସିଲା ଗର୍ଡର ଲଞ୍ଚିଂ ମେସିନ,ଆଖି ବୁଜିଲେ ୧୬ ଶ୍ରମିକ

    ମଣିଷ ଜୀବନ ପାଣି ଫୋଟକା ଏଇ ଅଛି ଏଇ ନାହିଁ । ମୃତ୍ୟୁ କେତେବେଳେ କେମିତି ଆସେ କେହି ଜାଣନ୍ତି ନାହିଁ ଏମିତି ଏକ ଦୁଃଖଦାୟକ ଦୁର୍ଘଟଣାର ସୂଚନା ମିଳିଛି ମହାରାଷ୍ଟ୍ରର ସାହା ପୁରରେI ସାମ୍ନାରୁ ନୁହେଁ ଉପରୁ ଖସିଲା ମୃତ୍ୟୁ। ଆଉ ଆଖି ପିଛୁଳାକେ ନେଇଗଲା ୧୬ ଜୀବନ ।

    ହିନ୍ଦୁ ହୃଦୟ ସମ୍ରାଟ ବାଲସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ନାମରେ ନାମିତ ହୋଇଥିବା ସମୃଦ୍ଧି ରାଜମାର୍ଗ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଜାତୀୟ ରାଜପଥର ଲମ୍ବା ୭୦୧ କିମି ହୋଇଥିବା ବେଳେ ଏହା ମୁମ୍ବାଇକୁ ନାଗପୁର ସହ ସଂଯୋଗ କରିବ।

    ଏହି ରାଜପଥ କାମରେ ନିୟୋଜିତ ଗର୍ଡର ଲଞ୍ଚିଂ ମେସିନ୍ ଅଚାନକ ଭାବେ ଗତକାଲି ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଖସି ପଡ଼ିଲା। ଏହି ମେସିନ ଓଜନ ଅତ୍ୟଧିକ ଥିବାରୁ ଉକ୍ତ ସମୟରେ ତଳେ ଥିବା ବହୁ ଶ୍ରମିକ ଏହା ତଳେ ଚାପି ହୋଇ ଯାଇଥିଲେ।

    ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ବି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରି ନ ଥିଲା। ଏହାପରେ ତୁରନ୍ତ ଏନଡିଆରଏଫର ୨ଟି ଟିମ୍‌ ଘଟଣାସ୍ଥଳକୁ ପଠା ଯାଇଥିଲା। ସେମାନେ ମେଶିନ ତଳୁ ୧୬ ମୃତଦେହ ବାହାର କରିଥିବା ବେଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମେସିନ ତଳେ ଆହୁରି କିଛି ମୃତଦେହ ଥିବା ଅନୁମାନ କରାଯାଉଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

    ଏହି ମେସିନ ବ୍ୟବହାର ମୁଖ୍ୟତଃ ଜାତୀୟ ରାଜପଥ ଓ ହାଇ-ସ୍ପିଡ ରେଳ ବ୍ରିଜ ନିର୍ମାଣରେ ବ୍ୟବହୃତ ହୋଇଥାଏ। ତେଣୁ ଉକ୍ତ ମେସିନ ତଳୁ ସମସ୍ତ ମୃତଦେହ ବାହାର କରିବା ଏନଡିଆରଏଫ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

  • ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି

    ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି

    ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତଟି ଖେପୁପଡ଼ାରୁ ୧୬୦, ଦୀଘାରୁ ୪୨୦ କିମି ଦୂରରେ ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ । ଆଜି ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା ।

    ଏହାବାଦ ଅନ୍ୟ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲିଠୁ ଲାଗି ରହିଥିବା ଲଗାଣ ବର୍ଷା ହେତୁ ଗତକାଲି ଟୁଇନ ସିଟି ଅବସ୍ଥା ବେହାଲ ହୋଇ ପଡ଼ିଛି । ଲୋକଙ୍କ ଆସବାବ ପତ୍ରଠୁ ଆରମ୍ଭ କରି ଦୋକାନରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ଷା ପାଣିର ବିପର୍ଯ୍ୟୟ ଭିତରୁ ଏବେ ଲୋକେ ନିଜ ନିଜର ସାମଗ୍ରୀ ଖୋଜୁଛନ୍ତି । କେମିତି ପୁଣି ସ୍ୱାଭାବିକ ହେବ ସ୍ଥିତି ସେନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାରେ ।

    ଏହାବାଦ ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଏସବୁ ଅଞ୍ଚଳବାସୀଙ୍କୁ ଆଗୁଆ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

  • ଆଜିଠାରୁ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ରୟାନ-୩ର ଚନ୍ଦ୍ର ଅଭିମୁଖେ ଯାତ୍ରା

    ଆଜିଠାରୁ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ରୟାନ-୩ର ଚନ୍ଦ୍ର ଅଭିମୁଖେ ଯାତ୍ରା

    ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଜୁଲାଇ ୧୪ରେ ଉତ୍‌କ୍ଷେପଣ ପରଠୁ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ସଫଳ ହୋଇଛି ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ବା-ଟିଏଲଆଇ ।ଗତରାତି ୧୨ଟାରୁ ୧ଟା ମଧ୍ୟରେ ଏହି ପ୍ରକ୍ରିୟାକୁ ଇସ୍ରୋ ସୁଚାରୁ ରୂପେ ସମ୍ପାଦନ କରିଥିଲା। ଏଥିପାଇଁ ୨୮ରୁ ୩୦ମିନିଟ୍ ପାଇଁ ଚନ୍ଦ୍ରୟାନ-୩ରେ ଥିବା ପ୍ରପଲ୍ସନ ମଡ୍ୟୁଲର ଥ୍ରଷ୍ଟରକୁ ସକ୍ରିୟ କରାଯାଇଥିଲା। ଫଳରେ ଗତିପଥର ଦିଗ ପରିବର୍ତ୍ତନ ଘଟି ଏହା ଚନ୍ଦ୍ର ଅଭିମୁଖେ ଆଗେଇଛି। ପୂର୍ବରୁ ସ୍ପେସ୍‌କ୍ରାଫ୍ଟର ବେଗ ସେକେଣ୍ଡ ପ୍ରତି ୧୦.୩ କିଲୋମିଟର ଥିବାବେଳେ, ଥ୍ରଷ୍ଟର ସକ୍ରିୟ ହେବା ପରେ ଏହାର ବେଗ ସେକେଣ୍ଡ ପ୍ରତି ଆଉ ୫ଶହ ମିଟର ବଢ଼ିଛି।

    ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ, ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରୟାନ-୩। ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଚରଣ କରିବ ବୋଲି ଆଶା ରଖିଛି ଇସ୍ରୋ।

  • ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା

    ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା

    ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅପରପକ୍ଷରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସୁଚନା ଅନୁଯାୟୀ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ଯନ୍ତ ୩ ମାସଧରି ବନ୍ଦ ରହିଥିଲା ଭିତରକନିକା । ଏହି ସମୟରେ କୁମ୍ଭୀର ହିଂସ୍ର ରହୁଥିବା ରୁ ପର୍ୟ୍ୟଟକ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଭିତରକନିକା ବନ୍ଦ ରହିଥାଏ । ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ଙ୍କ ସହ ଭିତରକନିକା ଉପରେ ନିର୍ଭରକରୁଥିବା ବୋଟ , ହୋଟେଲ , ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ , ଟିୟୁରିଷ୍ଟି ଗାଇଡ଼ ମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏବଂ ଟିୟୁରିଷ୍ଟି ଗାଇଡ଼ ମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଛି ।

    ଅପରପକ୍ଷରେ ପର୍ଯ୍ୟଟକ ଙ୍କୁ ଭିତରକନିକା କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଥିବା ବେଳେ ଲୁଣା ନର୍ସରୀ , ସେଲ୍ଫି ପଏଣ୍ଟ , ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ , ବୋଟ ଲାଇବ୍ରେରୀ, ବ୍ୟାଟେରୀ ବୋଟ ଆଦିର ସୁବିଧା ରହିଛି | ଭିତରକନିକାରେ ଥିବା କଟେଜ୍ ରିନୋଭେସନ କରିବା ସହ 2ଟି ନୂତନ ବ୍ୟାଟେରୀ ଚାଳିତ ଗାଡି ସାମିଲ ହୋଇଛି । ତେବେ ଉଦ୍ୟାନକୁ ଜଳପଥ ଦେଇ ପ୍ରବେଶ କରିବା ପାଇଁ ହେଲେ ଗୁପ୍ତି , ଖୋଳା , ଚାନ୍ଦବାଲି ଏବଂ ସ୍ଥଳପଥ ଦେଇ ଭିତରକନିକା ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ପର୍ଯ୍ୟଟକ ଭିତରକୁ ପ୍ରବେଶ କରି ପାରିବେ । ପ୍ରବେଶ କରିବା ପାଇଁ ପରିଚୟପତ୍ର କୁ ବାଧ୍ୟତାମୂଳକ କରାଯାଥିବା କହିଛନ୍ତି ରେଞ୍ଜ ଅଫିସର ମାନସ ଦାସ ।

    ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପର୍ୟ୍ୟଟକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

  • ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳିମାଡ଼,୪ ମୃତ

    ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳିମାଡ଼,୪ ମୃତ

    ମହାରାଷ୍ଟ୍ରର ପାଲଘର ଠାରେ ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ବିନିମୟ ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁଳି ବିନିମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଚାରି ଜଣଙ୍କ ମଧ୍ୟରେ ଜଣେ ASI ଏବଂ ୩ ଯାତ୍ରୀ ଅଛନ୍ତି। ତେବେ ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଆଜି ସକାଳ ପ୍ରାୟ ୫ ଟାରେ ଏହି ଘଟଣା ଘଟିଛି। ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଥିବା ଦହିସରରେ ଏହି ଗୁଳି ବିନିମୟ ହୋଇଛି। ଗୁଳି ଚଳାଇଥିବା ପୋଲିସ କନଷ୍ଟେବଳ ମୀରା ରୋଡ ନିକଟରେ ଧରାପଡିଛନ୍ତି। କୁହାଯାଉଛି ଯେ, କନଷ୍ଟେବଳ ମାନସିକ ଚାପରେ ପୀଡିତ ଥିଲେ।

    ଜୟପୁର-ମୁମ୍ବାଇ ଟ୍ରେନଟି ସକାଳେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିବା ଜଣାପଡିଛି । ପ୍ରଥମେ ସେ ନିଜ ପାଖରେ ବସିଥିବା ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ।

    ଦୁଇ ଜଣ ଉକ୍ତ ଟ୍ରେନ୍‌ରେ ଥିଲେ। ଏହି ସମୟରେ କନଷ୍ଟେବଳ ଚେତନ ହଠାତ୍‌ ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଏହାପରେ କନଷ୍ଟେବଳ ଚେତନଙ୍କ ଆଖିବୁଜା ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀ ଆଖି ବୁଜିଛନ୍ତି। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ନିଜ ଜୀବନ ବଞ୍ଚାଇବାକୁ ସେମାନେ ବଗି ଭିତରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ।

    ୪ଜଣଙ୍କୁ ହତ୍ୟା କରିଥିବା ଉକ୍ତ ‘ଆର୍‌ପିଏଫ୍‌’ କନେଷ୍ଟବଳଙ୍କୁ ମୁମ୍ବାଇ ରେଲ୍‌ୱେ ପୋଲିସ ଅଟକ ରଖିଛି।

    ପୁଲିସ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭୋର୍‌ ୫.୨୩ରେ ଟ୍ରେନ୍‌ ନମ୍ବର ୧୨୯୫୬ର ‘ବି୫’ କୋଚ୍‌ରେ ଆଜି ଗୁଳିକାଣ୍ଡ ଘଟିଥିବା ରିପୋର୍ଟ କରାଯାଇଛି। ‘ଏସ୍କର୍ଟ ଡିୟୁଟି’ରେ ଥିବା ସି. ଟି. ଚେତନ ‘ଏସ୍କର୍ଟ ଇନ୍‌-ଚାର୍ଜ’ ‘ଏଏସ୍‌ଆଇ’ ଟିକା ରାମଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ସୁନିଶ୍ଚିତ କରାଯାଇଛି। ଉକ୍ତ ଟ୍ରେନ୍‌ ‘ବିଭିଆଇ’ରେ ପହଞ୍ଚିଥିଲା। ସଦ୍ୟତମ ସୂଚନା ଅନୁସାରେ, ‘ଏଏସ୍‌ଆଇ’ଙ୍କ ସମେତ ୩ଜଣ ସାଧାରଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସିନିୟର୍‌ ‘ଡିଏସ୍‌ସି ବିଟିସି’ ଘଟଣାସ୍ଥଳକୁ ଯାଇଛନ୍ତି।

    ଅଭିଯୁକ୍ତ କନେଷ୍ଟବଳ ଧରାପଡ଼ିଛନ୍ତି। ‘ଡିସିପି’ ନର୍ଥ ‘ଜିଆର୍‌ପି’ଙ୍କୁ ସୂଚନା ଦିଆଯାଇଛି। ପରେ ପରେ ସବିଶେଷ ବିବରଣୀ ପହଞ୍ଚିବ ବୋଲି ଉକ୍ତ ବିବୃତିରେ କୁହାଯାଇଛି।

    ଏନେଇ ୱେଷ୍ଟର୍ଣ୍ଣ ରେଳବାଇର ଡିସିପି କେ. ସନ୍ଦୀପ ବି କହିଛନ୍ତି, ଅଭିଯୁକ୍ତ କାହିଁକି ଏପରି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନି। ତେବେ ପ୍ରାଥମିକ ଯାଞ୍ଚ ପରେ ଅଭିଯୁକ୍ତ କନଷ୍ଟେବଳଙ୍କ ମାନସିକ ସ୍ଥତି ଠିକ୍‌ ନ ଥିବା ଜଣାଯାଇଛି। ଯଦି ତାଙ୍କର ମାନସିକ ସ୍ଥିତି ଠିକ୍‌ ନ ଥିଲା, ତେବେ ତାଙ୍କୁ କିପରି ଡ୍ୟୁଟିରେ ମୁତୟନ କରାଯାଇଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

  • ଆଜି ମହରମ୍,ବାହାର କରାଯିବ ତାଜିଆ

    ଆଜି ମହରମ୍,ବାହାର କରାଯିବ ତାଜିଆ

    ଆଜି ହେଉଛି ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ୍। ଏଥିପାଇଁ ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ। ୭ଟି କାଫିଲା ସହର ପରିକ୍ରମ ପରି ମଦିନା ମୈଦାନରେ ପହଞ୍ଚିବ।

    ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାରେ ୨ଜଣ ଅତିରିକ୍ତ ଏସପି, ଓ ୫ଜଣ ଡିଏସପିଙ୍କ ସହ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଡ୍ରୋନ କ୍ୟାମେରା ସହ ସିସିଟିଭି ଜରିଆରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ସୋଶାଲ ମିଡିଆରେ କୌଣସ ପ୍ରକାର ଗୁଜବ ନ କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

    ସେହିପରି ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ। ଧନୁପାଲି ଥାନା ଛକ, ଜିଲ୍ଲା ସ୍କୁଲ ଛକ, ଭିଏସଏସ ମାର୍ଗ ସମେତ ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ମହରମ୍ ପାଳନ ପାଇଁ ଗତ ୨୭ ତାରିଖରେ ସହରର ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଚଳିତବର୍ଷ ମହରମ୍ ପର୍ବ ପାଳନ ବେଳେ ମିଳିତ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି ।

    ସମଗ୍ର ଭାରତର ମୁସଲିମ ପର୍ବ କମିଟିର ଅଧ୍ୟକ୍ଷ ଡା. ଆୟୁଷ କହିଛନ୍ତି ଯେ, ଶାହମାରୀ ଖୂରେମ ମୁହଁରେ କହିଛନ୍ତି । ସକାଳ ୯ଟାରେ ମଙ୍ଗଳବାର ଠାରୁ ଯାତ୍ରା ଆରମ୍ଭ ତାଜିଆରେ ଶୋଭାଯାତ୍ରା ଆରମ୍ଭ କରାଗଲା । ଏହା ପରେ ପାରମ୍ପାରି ରୂପରେ ବିସର୍ଜନ କରାଯିବ
    ଶୋକ ପରେ ଏକ ନଦୀ ଏବଂ ପରମରାକୁ ଶୀରୀନ ଏବଂ କମଳପତି ଘାଟରେ ତାଜିଆର ବିସର୍ଜନ କରାଯିବ । କମଳପତି ଘାଟରେ, କରବଲା, ଏବଂ ସରୀନି ନଦୀ କୂଳର ଲୋକ ମାନେ ପ୍ରସ୍ତୁତ କରିଛନ୍ତି ।

  • ମାଓବାଦୀଙ୍କ ସହିଦ ସପ୍ତାହ ପାଳନ,ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

    ମାଓବାଦୀଙ୍କ ସହିଦ ସପ୍ତାହ ପାଳନ,ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

    ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକରେ ମାଓବାଦୀଙ୍କ ଦବଦବା ରହିଥିବା ବେଳେ ହିସାଂକାଣ୍ଡକୁ ଏଡାଇବା ପାଇଁ ପୋଲିସ ସଜାଗ ରହିଛି ।

    ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି ରାୟଗଡା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ବିଏସଏଫ୍, ସିଆରପିଏଫ୍, ଡିଭିଏଫ୍, ଏସ୍ଓଜି ଓ କେନ୍ଦ୍ରୀୟ ଯବାନ ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

    ନିୟମଗିରି ଅଞ୍ଚଳରେ ପୋଲିସ ଓ ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଜାରି ରହିଛି । ଅନ୍ୟପଟେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ଉପସ୍ତିତିକୁ ଜାହିର କରିଛନ୍ତି ।

    ଏହାକୁ ଦୃଷ୍ଟିରେ ରଖି କିଛି ଜାଗାକୁ ବସ ଚଳାଚଳକୁ ବନ୍ଦ ରଖିଛି ଓଏସ୍ଆରଟିସି । ବିଶେଷ କରି ରାୟଗଡା-ଥୁଆମାଳରାମପୁର, ରାୟଗଡା-ଚନ୍ଦ୍ରପୁର, ରାୟଗଡା-ନାରାୟଣପାଟଣା, ରାୟଗଡା-ଗୁଲୁଗୁଡା, ରାୟଗଡା-ବ୍ରହ୍ମପୁର ଓ ସାନ୍ଦୁବାଡି-ନାରାୟଣପାଟଣାକୁ ଆଜିଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ କିଛି ଯାଗାକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି ।

    ତେବେ ସମସ୍ତ ପ୍ରକାର ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପୋଲିସ ସଜାଗ ରହିଥିବା ରାୟଗଡା ଅତିରିକ୍ତ ଏସ୍ପି ବିଷ୍ଣୁପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।