Category: ମୁଖ୍ୟ ଖବର

  • ଅଣସଂଗଠିତ ଶ୍ରମିକଙ୍କୁ ନବୀନ ସରକାରଙ୍କର ବଡ ଉପହାର

    ଅଣସଂଗଠିତ ଶ୍ରମିକଙ୍କୁ ନବୀନ ସରକାରଙ୍କର ବଡ ଉପହାର

    ଅଣସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କର ବଡ ଉପହାର । ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ଡେଲିଭରି ବୟ, କୁମ୍ଭାର, କମାର, ପାଇପମିସ୍ତ୍ରୀ ଭଳି ପଚାଶ ବର୍ଗ । ଏହା ସହ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟ ସରକାର ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ତେବେ ଏହି ଯୋଜନାର ସୁବିଧା କେବଳ ବୋର୍ଡରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକ ମାନଙ୍କୁ ମିଳିପାରିବ । ସେହିପରି ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି । ସ୍ବଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

    ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ୫୦ଟି ବର୍ଗ ହେଉଛି
    (୧) ଦରଜୀ, ଏମ୍ବ୍ରୋଡୋରୀ କାରିଗର,
    (୨) ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ କରୁଥିବା କର୍ମଚାରୀ
    (୩) ମହାରଣା
    (୪) ମତ୍ସ୍ୟଜୀବୀ
    (୫) କମାର
    (୬) ରେଳବାଇ କୁଲି
    (୭) ମାଲ ଲୋଡିଂ ଏବଂ ଅନ୍‌ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ
    (୮) କୁମ୍ଭାର
    (୯) ପଥର ଶିଳ୍ପୀ ଏବଂ ସହାୟକ
    (୧୦) ଜରି ଗୋଟାଳି
    (୧୧) ପରିମଳ କର୍ମଚାରୀ
    (୧୨) ରଜକ/ ଲଣ୍ଡ୍ରୀ ଓ Dry Cleaner କର୍ମଚାରୀ
    (୧୩) ବୁଣାକାର, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର
    (୧୪) କତା ଶିଳ୍ପ ଶ୍ରମିକ
    (୧୫) ଲୋକକଳା କଳାକାର
    (୧୬) ଚିତ୍ରଶିଳ୍ପୀ/ପଟ୍ଟଚିତ୍ର ଶିଳ୍ପୀ
    (୧୭) ମାଂସ କଟାଳି
    (୧୮) ରତ୍ନ ପଥର ତଥା ସୁନାରୂପା କାରିଗର
    (୧୯) ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ କାର୍ଯ୍ୟରତ ଶ୍ରମିକ
    (୨୦) ଫଟୋଗ୍ରାଫର ଓ ଭିଡିଓଗ୍ରାଫର
    (୨୧) ୱେଲ୍‌ଡିଂ କାରିଗର, ୱେଲ୍‌ଡିଂ ସହାୟକ
    (୨୨) ଇଲେକ୍ଟ୍ରିସିଆନ
    (୨୩) ପାଣି ପାଇପ ମିସ୍ତ୍ରୀ
    (୨୪) Tool Maker, Dye Maker, ରଙ୍ଗ ପ୍ରସ୍ତୁତକାରୀ
    (୨୫) ମେକାନିକାଲ ଓ ଇଲେକ୍ଟ୍ରିକାଲ ଯନ୍ତ୍ରାଂଶ ମରାମତି କର୍ମଚାରୀ
    (୨୬) ମାଳି
    (୨୭) ଆସବାବପତ୍ର ମରାମତିରେ ନିୟୋଜିତ ଶ୍ରମିକ
    (୨୮) ତେଜରାତି ଓ ପରିବା ଦୋକାନରେ କାର୍ଯ୍ୟରତ ସହାୟକ
    (୨୯) ଫୁଲ ଦୋକାନୀ
    (୩୦) ଟେଣ୍ଟହାଉସ/ଡେକୋରେସନ କାର୍ଯ୍ୟରେ ନିୟୋଜିତ ଶ୍ରମିକ
    (୩୧) ବ୍ୟାଣ୍ଡପାର୍ଟି ସଦସ୍ୟ
    (୩୨) ମନୋରଞ୍ଜନ କଳାକାର
    (୩୩) ମ୍ୟୁଜିସିଆନ ଓ କଣ୍ଠଶିଳ୍ପୀ
    (୩୪) ଚଳଚ୍ଚିତ୍ର ଅପରେଟର/ସହାୟକ
    (୩୫) ସିନେମା ହଲ୍‌ ବୁକିଂ କ୍ଲର୍କ
    (୩୬) ବାଦ୍ୟଯନ୍ତ୍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ
    (୩୭) ସମସ୍ତ ପ୍ରକାର କାରିଗର
    (୩୮) ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ
    (୩୯) ଡଙ୍ଗା ଚାଳକ/ସହାୟକ
    (୪୦) Snacks ମିକ୍ସଚର୍‌ ଫ୍ୟାକ୍ଟ୍ରି ଶ୍ରମିକ
    (୪୧) ଆଚାର, ବଡି, ପାମ୍ପଡ ପ୍ରସ୍ତୁତକାରୀ
    (୪୨) ସ-ମିଲ୍‌ ଶ୍ରମିକ
    (୪୩) କ୍ଷୀର ବିକ୍ରୟ କରୁଥିବା ବ୍ୟକ୍ତି
    (୪୪) କେୟାରଟେକର/ହାଉସ କିପର/Bedside Attendant
    (୪୫) କେକ୍‌/କ୍ୟାଣ୍ଡି ପ୍ରସ୍ତୁତକାରୀ
    (୪୬) ବରଫ ପ୍ରସ୍ତୁତକାରୀ/ ଆଇସକ୍ରିମ ପ୍ରସ୍ତୁତକାରୀ
    (୪୭) ଡାଇରୀ ପ୍ରଡକ୍ଟ ପ୍ରସ୍ତୁତକାରୀ
    (୪୮) ଟ୍ରାଭେଲ ଓ ଟୁରିଷ୍ଟ ଗାଇଡ
    (୪୯) ଡେଲିଭରୀ ବଏ
    (୫୦) କୃଷି ଶ୍ରମିକ (Cultivator) ।

    ସୂଚନାଯୋଗ୍ୟ ଯେ ୨୦୧୭ ମଇ ପହିଲାରୁ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ।

  • ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

    ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

    ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା, ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲିସିସ୍ ସେବା, ମାଗଣା ରକ୍ତସେବା, ମାଗଣା ଆମ୍ବୁଲାନ୍ସ ସେବା ଇତ୍ୟାଦି ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ଯୋଗାଇ ଦିଆଯାଉଛି।

    ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାଦ୍ୱାର ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ। ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁଯାୟୀ ଡାକ୍ତରଖାନାମାନଙ୍କରେ ଶଯ୍ୟା ପିଛା ଦିଆଯାଉଥିବା ସାଧାରଣ ଦୈନିକ ଖାଦ୍ୟ ବାବଦକୁ ୮୫ ଟଙ୍କା ବଦଳରେ ୧୧୦ ଟଙ୍କା, ଶିଶୁମାନଙ୍କ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା, ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୯୫ ଟଙ୍କାରୁ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା ଏବଂ ତରଳ ଖାଦ୍ୟ ବାବଦକୁ ଦିଆଯାଉଥିବା ଦୈନିକ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି।

    ସୂଚନାଯୋଗ୍ୟ ଯେ, ରାଜ୍ୟର ୬୧୮ଟି ସରକାରୀ ଡାକ୍ତରଖାନାରେ ଏହି ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ।

  • ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

    ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

    କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ଛୁଇଁଛି ତଥାପି ମା’ଙ୍କୁ ଜଳାସାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସେ ଯାହାହେଉନା କାହିଁକି ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କର ଅନ୍ୟ ଏକ ଗମ୍ଭୀରାକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବା ବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

    ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣିଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

    ଏହାପରେ ଆଜି ସକାଳେ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରା ମା’ଙ୍କ ମନ୍ଦିର ପରିସରରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି। ସିଂହନାଥ ପୀଠରେ ବି ୧୪୪ ଧାରା ଜାରି କରାଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍‌ ମୁତୟନ କରାଯାଇଛନ୍ତି।

  • ମୁଣ୍ଡଳୀଠାରେ ବଢୁଛି ଜଳସ୍ତର

    ମୁଣ୍ଡଳୀଠାରେ ବଢୁଛି ଜଳସ୍ତର

    ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ପାଇଁ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ପ୍ରସ୍ତୁତି ହୋଇଛି। ୭ଟି ଜିଲ୍ଲାରେ ରେସକ୍ୟୁ ଟିମ୍‌ ମୁତୟନ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍‌ ପ୍ରବାହିତ ହେବା ସମ୍ଭାବନା ରହିଛି । ମୁଣ୍ଡଳି ପାସ୍‌ କରିବାର ୧୨ ଘଣ୍ଟା ପରେ ବନ୍ୟା ଜଳ ୩ଟି ଜିଲ୍ଲାରେ ପାଣି ପହଞ୍ଚିବ । ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାପାଳ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ। ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୨୩ ଓଡ୍ରାଫ୍, ୮ ଏନ୍‌ଡିଆର୍‌ଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଛି। ଏହି ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଣି ପଶିବା ଆଶଙ୍କା ଅଧିକ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏଥିନିମନ୍ତେ ୪ ଟି ବ୍ଲକ୍‌ର ୩୨ ଟି ପଞ୍ଚାୟତ ପାଇଁ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ଦୁଇଟି ଓଡ୍ରାଫ୍ ଟିମ୍ ପହଞ୍ଚିଛି । ମାର୍ଶାଘାଇ, ଗରଦପୁର, ମହାକାଳପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟ ଆଜି ଅଧାରୁ ଛୁଟି ହୋଇଥିବା ବେଳେ ଆସନ୍ତା କାଲି ବି ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି। ଅଧିକାଂଶ ସ୍କୁଲକୁ ଆଶ୍ରୟ ସ୍ଥଳୀ ରୂପେ ବ୍ୟବହାର କରାଯିବ । ତେଣୁ ସ୍କୁଲ ଛୁଟି କରାଯାଇଥିବା ବେଳେ ଶିକ୍ଷକମାନକୁ ଆଶ୍ରୟ ସ୍ଥଳୀ କାମରେ ନିୟୋଜିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଏହି ବନ୍ୟା ଜଳ ମୁଖ୍ୟତଃ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ପ୍ରବେଶ କରିବ। ଏହା ବାଦ ନୟାଗଡ଼, କଟକ ଓ ଅନୁଗୁଳର  କିଛି ତଳି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ ଆଶଙ୍କା ଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।

  • ପରଲୋକରେ ଦେବଦାସ୍‌ ଫେମ୍‌ କଳା ନିର୍ଦ୍ଦେଶକ ନିତିନ ଦେଶାଇ

    ପରଲୋକରେ ଦେବଦାସ୍‌ ଫେମ୍‌ କଳା ନିର୍ଦ୍ଦେଶକ ନିତିନ ଦେଶାଇ

    ଯୋଦ୍ଧା ଆକବର ଏବଂ ଲଗାନ ପରି ଐତିହାସିକ ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶାଇ ୫୭ ବର୍ଷ ବୟସରେ ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ।

    ଏନଡି ଷ୍ଟୁଡିଓର ମାଲିକ ନିତିନ ଦେଶାଇ ତାଙ୍କ ଷ୍ଟୁଡିଓରେ ଆତ୍ମହତ୍ୟା କରିଛନ୍ତି। ସେ ୨୫୦l ଟି ବିଜ୍ଞାପନ ଚଳଚ୍ଚିତ୍ର, ୧୮୦ଟି ଚଳଚ୍ଚିତ୍ର ଏବଂ ପ୍ରାୟ ୧୦୦ ଟିଭି ଶୋ’ରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ |

    ଆପଣ ନିତିନଙ୍କ ଦକ୍ଷତା ଅନୁମାନ କରିପାରିବେ ଯେ ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ୪ ଟି ଜାତୀୟ ଏବଂ ୯ ଟି ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଛି |

    ଏଥିସହ ନିତିନ ଦେଶାଇଙ୍କ ସେହି ଷ୍ଟୁଡିଓ ଯେଉଁଥିରେ ଭାରତର ସବୁଠୁ ବଡ ଥିମ୍ ପାର୍କ ନିର୍ମାଣ କରାଯାଇଥିଲା |

    ମେ ମାସରେ ଏକ ବିଜ୍ଞାପନ ଏଜେନ୍ସି ନିତିନଙ୍କୁ ୫୧ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଥିଲା ।

    ତାଙ୍କ ଉପରେ ଏହି ଅଭିଯୋଗ ଥିଲା ଯେ ନିତିନ କାମ କରିବା ପରେ ଟଙ୍କା ଦିଅନ୍ତିନାହାଁ, ଯଦିଓ ନିତିନ ଏହି ସବୁ କଥାକୁ ଅସ୍ୱୀକାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟା କରିବାର କାରଣ ଜଣାପଡିନାହିଁ।

    ତାଙ୍କର ଏହି ପଦକ୍ଷେପକୁ ନେଇ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହେବା ସହିତ ତାଙ୍କ ମୃତ୍ୟୁ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କୁ ଚକିତ କରିଦେଇଛି ।

  • କନ୍ଦାଇଲାଣି ବର୍ଷା, ଘରେ ପଶିଲାଣି ପାଣି, ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା

    କନ୍ଦାଇଲାଣି ବର୍ଷା, ଘରେ ପଶିଲାଣି ପାଣି, ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା

    ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଗତ ଦୁଇ ଦିନର ଭାରି ଲଗାଣ ବର୍ଷା, ରାଜ୍ୟର ସ୍ଥିତି ବେହାଲ କରି ଦେଇଛି । ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟ ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ 83 ଦଶମିକ 8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ବିଭାଗ କହିଛି, ଏଠାରେ କେବଳ ଗୋଟିଏ ଦିନରେ 390 ମିଲିମିଟର ବର୍ଷା ହୋଇଛି, ସେହିପରି ରାଜ୍ୟର 4ଟି ବ୍ଲକରେ ଗତ 24 ଘଣ୍ଟା ମଧ୍ୟରେ 300 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ବ୍ଲକ୍ ଗୁଡିକ ହେଉଛି ବୌଦ୍ଧ, କରଜିଂଆ, ଜୁଜୁମୁରା, ରେଢାଖୋଲ । ବୈାଦ୍ଧରେ 390 ମିଲିମିଟର, ମୟୁରଭଂଜର କରଜିଂଆରେ 300 ମିଲିମିଟର, ସମ୍ବଲପୁରର ଜୁଜୁମୁରାରେ 361 ମିଲିମିଟର ଓ ରେଢାଖୋଲରେ 348 ମିଲିମିଟର ବର୍ଷା ହୋଇଛି ।

    ସେହିପରି 17ଟି ବ୍ଲକରେ 2 ଶହ ମିଲିମିଟରରୁ ଉର୍ଦ୍ଧ ବର୍ଷା ରେକର୍ଡ ହୋଇଛି । ଏହି ବ୍ଲକ ଗୁଡିକ ହେଉଛି ଆଠମଲ୍ଲିକ, କିଶୋରନଗର, ଡୁଡୁକା, ଫିରିଙ୍ଗିଆ, ବାଲିଗୁଡା, ନୂଆଗାଁ, ଫୁଲବାଣି, ସାହାଡାପଡା, ପାଟଣା, ଠାକୁରମୁଣ୍ଡା, ଜୋଶିପୁର, ରରୁଆଁ, ସୁକୁରୁଳି, ବୀରମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରୁପାଲି । ସେହିପରି 67ଟି ବ୍ଲକରେ ଶହେ ମିଲିମିଟର ଉପରେ ବର୍ଷା ରେକର୍ଡ କରାଯାଇଛି ।

    ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ପଶ୍ଚିମ ବଙ୍ଗର ଗାଙ୍ଗେୟ ଅଂଚଳରେ ଏକ ଗଭୀର ଅବପାତ ସୃଷ୍ଟି ହୋଇଛି । ଏହି ଅବପାତ ବାଙ୍ଗଲାଦେଶ ଓ ଏହାର ଉପକୂଳବର୍ତ୍ତୀ ଅଂଚଳରୁ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ 31 କିଲୋମିଟର ବେଗରେ ପଶ୍ଚିମ ବଙ୍ଗ ଆଡକୁ ଗତି କରୁଛି । ଧୀରେ ଧୀରେ ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗକୁ ଗତି କରି ଝାରଖଣ୍ଡ ଆଡେ ମୁହାଁଇବ । ଏବଂ ଧୀରେ ଧୀରେ ଦୁର୍ବଳ ହେବ । ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେଉଛି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଆଡେ ହେଉଛି ବର୍ଷା । ସ୍ଥିତି ଏପରି ହେଲାଣି ଯେ ତଳିଆ ଅଂଚଳରେ ପାଣି ପଶି ଘର ଜଳବନ୍ଦୀ ହୋଇ ଗଲାଣି । ରାସ୍ତା ଉପରେ ପାଣି ଚାଲିଛି । ଅନେକ ଅଂଚଳ ବିଛିନ୍ନ ହୋଇ ଯାଇଛି । ଏସଆରସି ସ୍ଥିତି ସମୀକ୍ଷା କରିଛନ୍ତି । ଦେବଗଡରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଗାମୀ ଭାରି ବର୍ଷାକୁ ନଜରରେ ରଖି କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ଓଡ୍ରାଫ୍ ଟିମ୍ଓ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

  • ବନ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

    ବନ୍ୟା ସ୍ଥିତି ସମୀକ୍ଷା କଲେ ଏସଆରସି

    ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଗତ ଦୁଇ ଦିନ ଧରି ସାରା ରାଜ୍ୟରେ ଝିପି ଝିପିରୁ ନେଇ ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ, ଅନେକ ଜିଲ୍ଲାରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । ଏପରି ସ୍ଥଳେ ଆଗାମୀ 24 ଘଣ୍ଟା ଯାଏଁ, 10ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି 83.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଶେଷ ଖବର ମିଳିଥିବା ଯାଏଁ ଅନେକ ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ଜଳ ବା ପ୍ରବଳ ବର୍ଷାର ଉଛୁଳା ଜଳ ତଳିଆ ଅଂଚଳରେ ପ୍ରବେଶ କରିବା ଆରମ୍ଭ କରିଛି । ଏହାକୁ ନେଇ ରାଜ୍ୟ ସ୍ପେଶାଲ ରିଲିଫ କମିଶନର ଗୁରୁତ୍ବ ପୂର୍ଣ୍ଣ ବୈଠକ ଡାକିଛନ୍ତି ।

    ଲଗାଣ ବର୍ଷା ଓ ଆଗାମୀ ରେଡ୍ ୱାର୍ଣ୍ଣିଂକୁ ନଜରରେ ରଖି ଏସଆରସି ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଳୋଚନା କରିଛନ୍ତି । ବିଶେଷ କରି ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାପାଳମାନଙ୍କୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ବର୍ଷା ଜଶ ପ୍ରବେଶ କରୁଛି, ସେଠାରେ ପ୍ରଭାବିତ ଲୋକମାନଙ୍କୁ ଥଇଥାନ କରିବା ସହ ରନ୍ଧା କିମ୍ବା ଶୁଖିଲା ଖାଦ୍ୟ ଦେବା ସହ ପାନୀୟ ଜଳ ଓ ରହିବା ବନ୍ଦୋବସ୍ତ ପାଇଁ କୁହାଯାଇଛି । ସ୍ଥିତି ଉପରେ ନଜର ରଖି, ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ବିଶେଷ କରି ଅନୁଗୋଳ, ବାଲେଶ୍ବର, ବରଗଡ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦୁଝର, କଳାହାଣ୍ଡି, ମୟୁରଭଂଜ, ନୂଆପଡା, ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲପାଳଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ଏସଆରସି । ସରକାରୀ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ସାପ କାମୁଡା ଇଂଜେକ୍ସନ୍ ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡିଲେ ଜିଲ୍ଲାପାଳ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି । ରାସ୍ତା ଉପରେ ପାଣି ଚାଲୁଥିଲେ, କମ୍ବା ଗଛ ଉପୁଡି ପଡିଥିଲେ ଏହାକୁ କିପରି ଗମନାଗମନ ଯୋଗ୍ୟ କରି ହେବ ତାହାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

    ବୌଦ୍ଧ,ମୟୁରଭଂଜ, ସୁବର୍ଣ୍ଣପୁର ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର,ଯାଜପୁର,ଭଦ୍ରକ ଜିଲ୍ଲାରେ ଉଦ୍ଧାରକାରୀ ଦଳ ମୁତୟନ ସହ ପୀଡିତଙ୍କୁ ସାହାଯ୍ୟ କରିବା ଲାଗି ଅଗ୍ନିଶମ ବିଭାଗ ଡିଜିଙ୍କୁ ଅନୁରୋଧ କରାଯାଇଛି । ସେହିପରି କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ରେଢାଖୋଲରେ ଆଗାମୀ 2 ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପାଇଁ ଆକଳନ ଥିବାରୁ ସେଠାରେ ଓଡ୍ରାଫ୍ ଟିମ୍ ମୁତୟନ ପାଇଁ କୁହାଯାଇଛି । ସେହିପରି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନଡିଆରଏଫ୍ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଏସିଆରିସି ବିଭିନ୍ନ ନଦୀ ଜଳର ମଧ୍ୟ ସମୀକ୍ଷା କରିଛନ୍ତି । ଲଗାଣ ବର୍ଷା ସ୍ଥିତିକୁ ଦେଖି ଦେବଗଡ ଜିଲ୍ଲାରେ ଆଜି ଓ ଆସନ୍ତାକାଲି 2 ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

  • ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କଲା ବିଜେଡି

    ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କଲା ବିଜେଡି

    ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜେଡି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା ମଲ୍ଲିକ। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ।

    ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ । ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ସେ ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ।ଏହାପରେ ବିଧାନସଭା ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମେ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ।

  • ବୈତରଣୀରେ ବିପଦ ସଂକେତ

    ବୈତରଣୀରେ ବିପଦ ସଂକେତ

    ଲଘୁଚାପ ପ୍ରଭାବରୁ କେନ୍ଦୁଝର ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି। ଆଜି ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମି.ମି ବର୍ଷା ହୋଇଥିବା ବେଳେ ଆନନ୍ଦପୁର ରେ ୯୬.୨ ମିଲିମିଟର ବର୍ଷା ହୋଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁ ବଢିବାକୁ ଲାଗିଛି ବୈତରଣୀ ନଦୀ। ନଦୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏବେ ୩୮.୯୦ ମିଟରରେ ଜଳସ୍ତର ରହିଛି। ଆଜି ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଚାଲିଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିବା ସହିତ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଅନୁମାନ କରାଯାଉଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

  • ପ୍ରବଳ ବର୍ଷାରେ କେନ୍ଦୁଝର ବେହାଲ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନ ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

    ପ୍ରବଳ ବର୍ଷାରେ କେନ୍ଦୁଝର ବେହାଲ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନ ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

    କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି । ତେଲକୋଇ ବ୍ଲକ ରେ ଥିବା ସମାକୋଇ ନଦୀ ଉପରେ ୧୦ଫୁଟର ପାଣି ଯାଉଛି, ଯାହାଫଳରେ ତେଲକୋଇରୁ ଭୁବନେଶ୍ୱର, ଯାଜପୁର, ତାଳଚେର, ଅନଗୁଳ, ସମ୍ବଲପୁର ଏହିପରି ପ୍ରାୟ ଜାଗାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।ଏଥିସହିତ ଜିଲ୍ଲାର ପାଟଣା ବ୍ଲକ, ଚମ୍ପୁଆ ବ୍ଲକ, ହରିଚନ୍ଦନପୁର ଭଳି ବ୍ଲକ ଗୁଡିକରେ ଛୋଟ ଛୋଟ ନଦୀ ନାଳ ଥିବା ପୋଲ ଉପରେ ପାଣି ଚାଲୁ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।