Category: ମୁଖ୍ୟ ଖବର

  • ରାଜଧାନୀରେ ବୁଲିଲା ଖଣ୍ଡା

    ରାଜଧାନୀରେ ବୁଲିଲା ଖଣ୍ଡା

    ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ । ଖଣ୍ଡା ଓ କଟୁରୀରେ ଯୁବକଙ୍କୁ ହାଣି ଲହୁଲୁହାଣ କରି ପକାଇଛି ଦୁର୍ବୃତ୍ତ ।ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛର କାରଣ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କଡା ସୁରକ୍ଷା ବଳୟ ଭିତରେ ଥିବା ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଦୁର୍ବର୍ତ ଏଭଳି କାଣ୍ଡ ଘଟାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

  • ଭୁଲ ଇଞ୍ଜେକ୍ସନ ଦେବାରୁ ରୋଗୀର ଗଲା ଜୀବନ

    ଭୁଲ ଇଞ୍ଜେକ୍ସନ ଦେବାରୁ ରୋଗୀର ଗଲା ଜୀବନ

    ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନେରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମହାନ୍ତ। ତାଙ୍କୁ ୪୫ ବର୍ଷ ହୋଇଥିଲା।

    ଗଙ୍ଗାଧରଙ୍କର ପେଟ ଯନ୍ତ୍ରଣା ହେଉଥିଲା। ପରିବାର ଲୋକେ ଗୁରୁବାର ଦିନ ୩ଟା ସମୟରେ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ପେଟ ଯନ୍ତ୍ରଣା ଅଧିକ ହୋଇଥିଲା। ଏନେଇ ପରିବାର ଲୋକେ ନର୍ସ ଦିଦିଙ୍କୁ ଜଣାଇଥିଲେ। ନର୍ସ ଦିଦି ଆସି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା। ନର୍ସ ଦିଦି ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

  • ମାଓ ଆକ୍ରମଣରେ ଓଡିଆ ସିଆରପିଏଫ୍ ଯବାନ ସହିଦ

    ମାଓ ଆକ୍ରମଣରେ ଓଡିଆ ସିଆରପିଏଫ୍ ଯବାନ ସହିଦ

    ଝାଡଖଣ୍ଡରେ ମାଓ ହମଲାରେ ଓଡିଆ ସିଆରପିଏଫ୍ ଯବାନ ସହିଦ । ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଘଟଣା ଘଟିଛି। ସିଆରପିଏଫ୍‌ର ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ଫଳରେ ନକ୍ସଲଙ୍କ ଗୁଳିମାଡ଼ରେ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ସେହିପରି ଆଉ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନ୍ନା ଲାଲ ଯାଦବ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଘର ଉତ୍ତର ପ୍ରଦେଶରେ। ତାଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  • ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

    ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

    ପାରିବାରିକ କଳହର କରୁଣ ପରିଣତି । କେହି କିଛି ବୁଝିବା ଅ।ଗରୁ ମଉସାର ଛୁରାମାଡାରେ ଅ।ଖିବୁଜିଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୁମ୍ଭାରପ଼ଡା ଥାନା ଅନ୍ତର୍ଗତ ଉପର ମାଳିସାହିରେ । | ମୃତକ ହେଲେ ସୌମ୍ୟ ରଞ୍ଜନ ପ୍ରଧାନ | ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତମାନେ ପୁରୀ ମେଡିକାଲରେ ଚିକିତ୍ସତ ହେଉଛନ୍ତି।
    ସୂଚନା ଅନୁଯାୟୀ ଅଭିଯୁକ୍ତ ନୃସିଂହ ମହାନ୍ତି ଓ ତାର ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ନୃସିଂହ ନିଜ ପତ୍ନୀ ନନ୍ଦିନୀକୁ ସବୁବେଳେ ମାଡ ମାରୁଥିଲା ,ଏହି ଘଟଣା ଅତିଶୟ ହେବାରୁ ପତ୍ନୀ ନନ୍ଦିନୀ ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ଏହାକୁ ନେଇ ଅଭିଯୁକ୍ତ ସ୍ବାମୀ ନୃସିଂହ ଘଟଣା ଦିନ ଶଶୁର ଘରକୁ ଯାଇ ପତ୍ନୀ ନନ୍ଦିନୀ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ୍ କରିଥିଲା । ସେଠାରେ ଉପସ୍ଥିତ ଥିବା ସଢୁ, ପୁତୁରା, ଦେଢ଼ ଶାଶୁ, ଶାଶୁ ନୃସିଂହଙ୍କ ପାଖରୁ ନନ୍ଦିନୀକୁ ସୁରକ୍ଷିତ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ନୃସିଂହ ଏକ ଧାରୁଆ ଛୁରିରେ ସମସ୍ତଙ୍କୁ ଅ।କ୍ରମଣ କରିଥିଲା । ଏକ ଛୁରିରେ ଆକ୍ରମଣ କରିଥଲେ, ଏଥିରେ 4ଜଣ ଅ।ହତ ହୋଇଥିବା ବେଳେ ପୁତୁରା ସୌମ୍ୟ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକେ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଚିକିତ୍ସାଧୀନ ଅବସ୍ଥାରେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ ଙ୍କ ମୃତ୍ୟୁ ହୋଇଛି ।

    ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ନୃସିଂହ ମହାନ୍ତି ଓ ତାଂକ ବଡ଼ ଭାଈ କାଶୀନାଥ ମହାନ୍ତି। ନୃସିଂହ ମହାନ୍ତି ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ନୃସିଂହଙ୍କ ପ୍ରମୁଖ ସହଯୋଗୀ ହେଉଛନ୍ତି ବଡ ଭାଇ କାଶୀନାଥ ମହାନ୍ତି । ଦୁଇ ଫେରାର ହେବାକୁ ଯୋଜନା କରୁଥୀବା ବେଳେ ପୁରୀ ସଦର ଅଂଚଳ ସମଗରା ଗ୍ରାମରୁ ଦୁଇ ଜଣକୁ ଧରିବାରେ ସଫଳ ହୋଇଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀ, ଲୁହା ରଡ଼ ଓ ଏକ ହାତୁଡି ଜବତ କରିଛି ପୋଲିସ୍।

  • ନୂଆ ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

    ନୂଆ ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ଏଥିରେ ୧୯ ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ ମୋହର। ଏଥିମଧ୍ୟରେ ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରି ମିଳିଛି। ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବା ନେଇ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା। ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗ କୁ ପ୍ରୋତ୍ସାହିତ, ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସହାୟକ ହେବ। ଯୁବ ବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ- ଇ ପାଠ୍ୟକ୍ରମ ରଖାଯିବ।

    ଏହାଛଡ଼ା ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ। ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ। ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ। ଏଥିଲାଗି ୪୮.୮୪୨ ଏକର ଜମି ପ୍ରଦାନ କରିବେ ସରକାର। ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ।


    ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନାକୁ ମଧ୍ୟ ମଞ୍ଜୁରି ମିଳିଛି। ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଜୁରି, ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଞ୍ଜୁରି ବ୍ୟାଙ୍କ ଶାଖା ନଥିବା ପଞ୍ଚାୟତକୁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା ଦିଆଯିବ। ରାଜ୍ୟର ୪୩୭୩ ପଞ୍ଚାୟତରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବା ପ୍ରସ୍ତାବରେ ମୋହର ଲାଗିଛି। ଆହୁରି ଆଗେଇବ ମିଲେଟ ମିଶନ । ଆସନ୍ତା 3 ବର୍ଷ ପାଇଁ 2 ହଜାର 6 କୋଟି ଟଙ୍କା ମଂଜୁର ।

  • ଗୋଟିଏ ଦିନରେ ଦୁଇଟି ସୁପରହିଟ ସିନେମା,କାହା ପଲା ରହିବ ଭାରୀ

    ଗୋଟିଏ ଦିନରେ ଦୁଇଟି ସୁପରହିଟ ସିନେମା,କାହା ପଲା ରହିବ ଭାରୀ

    ସିନେପ୍ରେମୀଙ୍କ ଅପେକ୍ଷାର ଦିନ ସରିଲା କାହିଁକିନା ଆଜି ଗୋଯିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇ ସୁପରଷ୍ଟାରଙ୍କ ବହୁ ପ୍ରତିକ୍ଷୀତ ସିନେମା । ଗୋଟି ପଟେ ସନ୍ନି ଦେଓଲଙ୍କ ‘ଗଦର ୨’ ରିଲିଜ ହେଉଥିବା ବେଳେ ଅନ୍ୟ ପଟେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ‘ଓଏମଜି ୨’ । ଉଭୟ ଚଳଚ୍ଚିତ୍ରରେ ଏହି ଦୁଇ ସୁପରଷ୍ଟାର ଭିନ୍ନ ଏବଂ ଦମଦାର ଚରିତ୍ରରେ ନଜର ଆସିଛନ୍ତି । ସନ୍ନି ନିଜର ୨୧ ବର୍ଷ ପୁରୁଣା ଅବତାର ତାରା ସିଂହ ଭୂମିକାରେ କମବ୍ୟାକ କରୁଥିବାବେଳେ ଅକ୍ଷୟ କୁମାର ‘ଓଏମଜି ୨’ ସିନେମାରେ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି । ସିନେମା ଘରେ ଉଭୟ ସିନେମାକୁ ଲୋକଙ୍କ ଭଲ ପାଇବା ମିଳିଛି ।

    ଆଜି ବଲିଉଡର ଦୁଇ ସୁପରହିଟ ଚଳଚ୍ଚିତ୍ରର ସିକ୍ୱେଲ ଏକା ଦିନରେ ରିଲିଜ ହେଉଛି । ଯେଉଁଥିପାଇଁ ଫିଲ୍ମ କ୍ରିଟିକ୍ସଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ଏବଂ ଅଭିନେତାଙ୍କ ନଜର ମଧ୍ୟ ବକ୍ସ ଅଫିସ ଉପରେ ରହିଛି । ତେଣୁ କେଉଁ ସିନେମା କାହା ଉପରେ ଭାରୀ ପଡ଼ିବ ତାହାର କଲେକ୍ସନ ଜାଣିବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । ତେବେ ଏକ ରିପୋର୍ଟ ଅନୁସାରେ, ପ୍ରାରମ୍ଭରୁ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦମଦାର ଆରମ୍ଭ କରିଛି ‘ଗଦର ୨’ । ଅର୍ଥାତ୍ ବର୍ତ୍ତମାନ ସିନେମା ଘରେ ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ଆଗରେ ତାରା ସିଂହ(ସନ୍ନି ଦେଓଲ) ଖୁବ ଆଗରେ ରହିଛନ୍ତି । ଅକ୍ଷୟ କୁମାର ଅଭିନୀତ ‘ଓଏମଜି ୨’ ଆଡଭାନ୍ସ ବୁକିଙ୍ଗରେ ପ୍ରାୟ ୧ ଲକ୍ଷ ଟିକେଟ ବିକ୍ରି ହୋଇଥିବା ବେଳେ ପ୍ରଥମ ଦିନରେ ଏହା ୧୦-୧୧ କୋଟି ଇନକମ୍ କରିପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେପଟେ ସନ୍ନିଙ୍କ ‘ଗଦର ୨’ ପାଇଁ ୪ ଲକ୍ଷ ପାଖାପାଖି ଆଡଭାନ୍ସ ଟିକେଟ ବୁକିଂ ହୋଇଯାଇଛି । ତେଣୁ ଏହି ରେକର୍ଡ ଅନୁସାରେ, ‘ଗଦର ୨’ ସିନେମାର ପ୍ରଥମ ଦିନର କଲେକ୍ସନ ପ୍ରାୟ ୩୦-୩୫ କୋଟିରେ ପହଞ୍ଚିପାରେ ।

  • ତୃତୀୟ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

    ତୃତୀୟ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

    ଆରବିଆଇ ନୀତି ଅନିଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି (ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ଯେ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଉନାହିଁ। ରେପୋ ହାର 6.50 ପ୍ରତିଶତରେ ରଖାଯାଇଛି । ଏହା ମଧ୍ୟ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ଆସ୍ବସ୍ତି ମିଳିଥିବା ବେଳେ ,କିନ୍ତୁ ଏହା ପରେ ଯେଉଁମାନେ ବ୍ୟାଙ୍କରୁ ଶସ୍ତା ଋଣ ଅପେକ୍ଷା କରିଛନ୍ତି ସେମାନେ ବର୍ତ୍ତମାନ ନିରାଶ ହୋଇଛନ୍ତି। ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକରେ ନୀତି ହାରକୁ 6.5 ପ୍ରତିଶତରେ ପରିବର୍ତ୍ତନ ନକରିବାକୁ ସହମତି ପ୍ରକାଶ ପାଇଛି। ଆର୍‌ବିଆଇର ରାଜ୍ୟପାଳ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରାସ୍ଫୀତି ହ୍ରାସ ଉପରେ ଆରବିଆଇର ଧ୍ୟାନ ଦିଆଯାଇଛି ଏବଂ ଆମ ଅର୍ଥନୀତିରେ ଅଭିବୃଦ୍ଧି ଅକ୍ଷୁର୍ଣ୍ଣ ରହିଛି। ଯଦିଓ ମୁଦ୍ରାସ୍ଫୀତି ଆରବିଆଇର ଲକ୍ଷ୍ୟଠାରୁ ଅଧିକ ରହିଛି, କିନ୍ତୁ 4 ପ୍ରତିଶତ ମୁଦ୍ରାସ୍ଫୀତି ହାସଲ କରିବାକୁ ଆରବିଆଇ ପ୍ରତିଶୃତିବଦ୍ଧ। ମୂଳ ମୁଦ୍ରାସ୍ଫୀତି ହାର ହ୍ରାସ ପାଉଛି ଏବଂ ଏହି କାରଣରୁ ଏହାର ପ୍ରଭାବ ନୀତି ହାର ଉପରେ ମଧ୍ୟ ଦେଖାଯିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଜୁଲାଇ-ଅଗଷ୍ଟରେ ମୁଦ୍ରାସ୍ଫୀତି ହାର ଅଧିକ ହେବ ଏବଂ ଏହା ମୁଖ୍ୟତ ପନିପରିବାର ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଦେଖାଯିବାର ସମ୍ଭାବନା ରହିଛି।ତେବେ ଆରବିଆଇ ମୁଦ୍ରାସ୍ଫୀତି ହାର ପୂର୍ବାନୁମାନକୁ ବୃଦ୍ଧି କରିଛି ଯେ ରିଜର୍ଭ ବ୍ୟାଙ୍କ 2024 ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ପୂର୍ବାନୁମାନକୁ ବୃଦ୍ଧି କରିଛି । 2023-24 ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର 5.4 ପ୍ରତିଶତ ବୋଲି ଆକଳନ କରାଯାଇଛି, ଯାହା ଗତଥର 5.1 ପ୍ରତିଶତରେ ରଖାଯାଇଥିଲା। ମୁଦ୍ରା ନୀତି କମିଟି ମୁଦ୍ରାସ୍ଫୀତି ହାର ଉପରେ ନଜର ରଖିବ ବୋଲି ଆରବିଆଇ ରାଜ୍ୟପାଳ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଭାରତୀୟ ଅର୍ଥନୀତି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି, ଯଦିଓ ଖାଦ୍ୟ ମୁଦ୍ରାସ୍ଫୀତି ଚିନ୍ତାର ବିଷୟ ପାଲଟିଛି।ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ଏବଂ ଏହା ପରେ ରେପୋ ହାର 6.50 ପ୍ରତିଶତ ରହିଛି। ଏଥି ସହିତ, ଓଲଟା ରେପୋ ହାର 3.35 ପ୍ରତିଶତରେ ଅପରିବର୍ତ୍ତିତ ରହିଛି । MSF ବ୍ୟାଙ୍କ ହାର 6.75 ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

  • ନିଖିଳ ଉତ୍କଳ କୁଇ ସମାଜ ପାଳିଲା ବିଶ୍ୱ ଆଦିବାସୀ ଦିବସ

    ନିଖିଳ ଉତ୍କଳ କୁଇ ସମାଜ ପାଳିଲା ବିଶ୍ୱ ଆଦିବାସୀ ଦିବସ

    ଆଜି ବିଶ୍ୱ ଆଦିବାସୀ ଦିବସ। ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଜି ଉଦୟଗିରିଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି।

    ଏହା ପରେ ମାଟି ପୂଜା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    ସଭାପତି ଯଉବନ ପ୍ରଧାନ, ଉଛବ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଦୀପକ୍ ପ୍ରଧାନଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ଏହି ସର୍ବ ପୁରାତନ ଦିବସ ପାଳନ କାର୍ଯ୍ୟକ୍ରମରେ ଜି ଉଦୟଗିରି, ଟିକାବାଲି, ସାରଙ୍ଗଗଡ, ରାଇକିଆ ଆଦି ଅଞ୍ଚଳର ବହୁ କୁଇ ସମ୍ପ୍ରଦାୟର ଜନତା ଯୋଗଦେଇଛନ୍ତି।

    ସରକାର ବିଭିନ୍ନ ସମୟରେ ଆଦିବାସୀଙ୍କୁ ଅଣଦେଖା କରୁଥିବା ଯୋଗୁ ସଙ୍ଘବଦ୍ଧ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଭାପତି କହିଥିଲେ। ସେହିପରି ଏହି ଦିବାସ ପାଳନ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଉପସ୍ଥିତ ।

    ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ପାରମ୍ପରିକ ନୃତ୍ୟ ଗୀତ ଗାଇ କୁଇ ଜନଜାତିର ଲୋକେ ଜି ଉଦୟଗିରି ସହର ପରିକ୍ରମା କରିଥିଲେ। ଏହା ଜାତି ସଂଘ ଦ୍ୱାରା ଆଦିବାସୀଙ୍କୁ ମିଳିଥିବା ସ୍ବୀକୃତିର ପାଳନ।

  • ଅତ୍ୟାଧୁନିକ ପୋଷାକ ପିନ୍ଧିଥିଲେ ମିଳିବ ନାହିଁ ଅନୁମତି

    ଅତ୍ୟାଧୁନିକ ପୋଷାକ ପିନ୍ଧିଥିଲେ ମିଳିବ ନାହିଁ ଅନୁମତି

    ଯଦି ଆପଣ ମର୍ଯ୍ୟଦାହୀନ ପୋଷାକ ବା ଅତ୍ୟାଧୁନିକ କୁହଯାଉଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ତେବେ ଆପଣକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

    ଯଦି ଆପଣ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଥିବା ବିଶ୍ୱ ପ୍ରସିଦ୍ଧ କାଞ୍ଚି ଧାମ ମନ୍ଦିରରେ ବାବା ନିବ କରୋରୀ ମହାରାଜଙ୍କୁ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ।

    କାରଣ ମନ୍ଦିରରେ ପ୍ରବେଶ ପାଇଁ ଏବେ କଡ଼ା କଡ଼ି ହୋଇଛି ନିୟମ । ଯଦି ଆପଣ ମର୍ଯ୍ୟଦାହୀନ ପୋଷାକ ବା ଅତ୍ୟାଧୁନିକ କୁହଯାଉଥିବା ପୋଷାକ ପିନ୍ଧି ମନ୍ଦିରକୁ ଆସୁଛନ୍ତି, ତେବେ ଆପଣକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

    ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ମନ୍ଦିର କମିଟି । ବୋର୍ଡ ପକ୍ଷରୁ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।

    ଖାଲି ଏଇ ଗୋଟିଏ ନିୟମ ନୁହେଁ, ଅନେକ ନିୟମକୁ କଡ଼ା କଡ଼ି କରାଯିବା ସହ ଅନେକ ନୂଆ ନିୟମ ମଧ୍ୟ ମନ୍ଦିର ସୁରକ୍ଷା ଓ ମର୍ଯ୍ୟାଦା ପାଇଁ ଲାଗୁ କରାଯାଇଛି ।

    ଅନ୍ୟ ନିୟମଟି ହେଲା କୌଣସି ଶ୍ରଦ୍ଧାଳୁ ତଥା ଭକ୍ତ ମନ୍ଦିର ଭିତରେ କୌଣସି ପ୍ରକାର ଫଟୋଗ୍ରାଫି ବା ଭିଡିଓଗ୍ରାଫି କରିପାରିବେ ନାହିଁ ।

    ଯଦି କୌଣସି ଭକ୍ତ ଲୁଚା ଛପାରେ ଏଭଳି ନିୟମ ଉଲଂଘନ କରୁଥିବା ଦେଖାଯାନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ସହ ସେମାନଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

    ମନ୍ଦିର କମିଟିର ସଦସ୍ୟ ପ୍ରଦୀପ ଶାହା କହିଛନ୍ତି ଯେ ବାବା ନିବ କରୋରୀ ମହାରାଜ ଭଗବାନ ହନୁମାନଙ୍କ ଅବତାର ଭାବରେ ଜଣାଶୁଣା । ବାବା ନିବ କରୋରୀ ମହାରାଜ ତାଙ୍କର ଚମତ୍କାର ଶକ୍ତି ପାଇଁ ମଧ୍ୟ ଜଣାଶୁଣା ।

    ମନ୍ଦିରର ମଧ୍ୟ ନିଜସ୍ୱ ଏକ ମର୍ଯ୍ୟାଦା ରହିଛି । ଏପରି ପରିସ୍ଥିତିରେ ଅଣପାରମ୍ପରିକ ପୋଷକ ପିନ୍ଧି ଆସିଲେ, ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

    ମନ୍ଦିର କମିଟି ଅନୁଯାୟୀ, ଭକ୍ତମାନେ ଛୋଟ ପୋଷାକ, ଚିରା ଜିନ୍ସ କିମ୍ବା ନାଇଟ୍ ସୁଟ ପିନ୍ଧି ମନ୍ଦିରକୁ ଆସିପାରିବେ ନାହିଁ ।

  • ସ୍ୱାମୀଙ୍କୁ କଳା କହିଲେ ମିଳିପାରେ ଛାଡ଼ପତ୍ର :କର୍ଣ୍ଣାଟକ ହାଇ କୋର୍ଟ

    ସ୍ୱାମୀଙ୍କୁ କଳା କହିଲେ ମିଳିପାରେ ଛାଡ଼ପତ୍ର :କର୍ଣ୍ଣାଟକ ହାଇ କୋର୍ଟ

    ଜଣେ ପତ୍ନୀ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରିବା ଏକ ନିଷ୍ଠୁରତା କର୍ଣ୍ଣାଟକ ହାଇକୋର୍ଟ ଏକ ବିଚାରରେ କହିଛନ୍ତି, । ଏହି କାରଣରୁ ଛାଡପତ୍ର ଦିଆଯାଇପାରେ। ଏହି ମନ୍ତବ୍ୟ ଦେଇ ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ,ରେକର୍ଡରେ ଥିବା ସମସ୍ତ ତଥ୍ୟ ଅନୁସନ୍ଧାନ କରିବା ପରେ କୋର୍ଟ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ପତ୍ନୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ଅନ୍ୟ କୌଣସି କାରଣ ବିନା ତାଙ୍କ ଠାରୁ ଅଲଗା ରହୁଥିଲେ।

    କଳା କହିବା ଏକ ନିଷ୍ଠୁରତା। ଏହା ପରେ ହିନ୍ଦୁ ବିବାହ ଆଇନର ଧାରା ୧୩ (ଆଇ) (ଏ) ଅନୁଯାୟୀ ହାଇକୋର୍ଟ ଏହି ଦମ୍ପତିଙ୍କୁ ଛାଡପତ୍ର ପ୍ରଦାନ କରିଥିଲେ। ଖବର ଅନୁଯାୟୀ, ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ ଏବଂ ଉଭୟଙ୍କର ଗୋଟିଏ ଝିଅ ଅଛି। ୨୦୧୨ ମସିହାରେ ସ୍ୱାମୀ ବେଙ୍ଗାଲୁରୁର ଏକ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

    ହାଇକୋର୍ଟ କହିଛନ୍ତି ଯେ, ତାଙ୍କ ଶରୀରର ରଙ୍ଗ ହେତୁ ପତ୍ନୀ ତାଙ୍କୁ ଅନେକ ସମୟରେ ଅପମାନିତ କରୁଥିଲେ, କିନ୍ତୁ ଝିଅ ହେତୁ ସ୍ୱାମୀ ତାଙ୍କ ଅପମାନକୁ ସହ୍ୟ କରି ଆସୁଥିଲେ। ମହିଳା ଜଣକ ଆଇପିସିର ଧାରା ୪୯୮ଏ ଅନୁଯାୟୀ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଥିଲେ।

    ଘରୋଇ ହିଂସା ଅଧିନିୟମ ଅନୁଯାୟୀ ଏକ ମାମଲା ଦାୟର କରିଥିଲେ ଏବଂ ତାଙ୍କ ଶିଶୁ କନ୍ୟା ସହିତ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ତେବେ ମହିଳା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସ୍ୱାମୀ ଏବଂ ତାଙ୍କ ପରିବାର ତାଙ୍କ ସହ ଅସଦାଚରଣ କରିଛନ୍ତି।