Category: ମୁଖ୍ୟ ଖବର

  • ଆଜି ଭାରତ ପାଇଁ ଏକ ଐତିହାସିକ ଦିନ,ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’

    ଆଜି ଭାରତ ପାଇଁ ଏକ ଐତିହାସିକ ଦିନ,ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’

    ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ ।ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ‘ଚନ୍ଦ୍ରଯାନ-୩’ର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଅଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

    ତେବେ ଯଦି ସବୁ ଠିକ୍ ଠାକ୍ ରୁହେ ତେବେ ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ।ଏହାରି ମଧ୍ୟରେ ଚନ୍ଦ୍ରଯାନ-୩ରୁ ଆସିସାରିଛି ଚନ୍ଦ୍ରର ନୂଆ ଫଟୋ। ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ ପୋଷ୍ଟ କରାଯାଇଛି ।ମିଶନ ଚନ୍ଦ୍ରଯାନ-୩ର ସଫଳତା ପାଇଁ ସମଗ୍ର ଦେଶରେ ଚାଲିଛି ପୂଜାର୍ଚ୍ଚନା ।

    ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ବେଳେ ଦକ୍ଷିଣ ଆଫ୍ରିକାରୁ ଭିସିରେ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଆଜି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ସ୍କୁଲ ପିଲାମାନେ ଏହାକୁ ଦେଖିବା ପାଇଁ ବ୍ୟବସ୍ଥା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ସମସ୍ତ ସରକାରୀ ସ୍କୁଲ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ପିଲାମାନେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଯେପରି ଭଲ ଭାବେ ଦେଖି ପାରିବେ ତାହାର ବ୍ୟବସ୍ଥା କରାଯାଇଛି।

  • କଣିହା ସ୍ଥିତ ବ୍ରାହ୍ମଣୀ ନଦୀ  ସେତୁର ନୂଆ ନାମ ହେଲା ପବିତ୍ର ମୋହନ ସେତୁ

    କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁର ନୂଆ ନାମ ହେଲା ପବିତ୍ର ମୋହନ ସେତୁ

    ଅନୁଗୋଳ ଜିଲ୍ଲା କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିରେ ପବିତ୍ର ମୋହନ ସେତୁ ନାମରେ ନାମିତ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖରେ 5T ସଚିବ ଶ୍ରା ଭି.କେ. ପାଣ୍ଡିଆନ ତାଳଚେର ଗସ୍ତରେ ଯାଇଥିବା ବେଳେ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁ କୁ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବା ପାଇଁ ଜନସାଧାରଣ ଅନୁରୋଧ କରିଥିଲେ । ତଦନୁଯାୟୀ, ରାଜ୍ୟ ସରକାର ଏହି ସେତୁର ନାମକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ୫୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ, ସିଲିଙ୍ଗ ଠାରୁ ତାଳପଦା ରାସ୍ତାକୁ ଯୋଡୁ ଥିବା ଏହି ସେତୁ, ୪୫ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।

  • ଆଠ ବର୍ଷ ପରେ ଦିଲ୍ଲୀରୁ ଧରା ହେଲେ ବିଡ଼ିଓ ବାବୁ

    ଆଠ ବର୍ଷ ପରେ ଦିଲ୍ଲୀରୁ ଧରା ହେଲେ ବିଡ଼ିଓ ବାବୁ

    ଦୀର୍ଘ ୮ ବର୍ଷ ଧରି ଓଡିଶାରୁ ଫେରାର ଥିବା ଜଣେ ପୂର୍ବତନ ବିଡିଓଙ୍କୁ ଶେଷରେ ଗିରଫ କରିଛି ଭିଜିଲାନ୍ସ । ଦିଲ୍ଲୀରେ ନିଜ ପରିଚୟ ଲୁଚାଇ ରହିଥିବା ବେଳେ ଭିଜିଲାନ୍ସ ତାଙ୍କୁ ଉଠାଇ ଆଣିଛି ଓଡିଶା । ଏହି ପୂର୍ବତନ ବିଡିଓଙ୍କ ନାମ ହେଉଛି ରମେଶ ଚନ୍ଦ୍ର ସାହୁ । ସେ ଏକାସାଙ୍ଗେ ୭ଟି ଦୁର୍ନୀତି ମାମଲାରେ ଲିପ୍ତ ଥିଲେ। ଏହି ପୂର୍ବତନ ବିଡିଓ ବାବୁ କୋରାପୁଟ୍ ଜିଲ୍ଲା ନାରାୟଣପାଟଣା ବ୍ଲକ ଦାୟିତ୍ବରେ ଥିବା ବେଳେ ୩୪ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ଏହା ଜଣା ପଡିବା ପରେ ସେ ଓଡିଶା ଛାଡି୨୦୧୫ ରେ ଫେରାର୍ ହୋଇ ଯାଇଥିଲେ । ସେ କେଉଁଠି ଥିଲେ ସେତେବେଳେ ଜଣା ପଡି ନ ଥିଲା । ହେଲେ ଓଡିଶା ଭିଜିଲାନ୍ସ ତାଙ୍କୁ ନିୟମିତ ଟ୍ରାକ୍ କରୁଥିଲା । ଜଣା ପଡିଥିଲା ଯେ ରମେଶ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ଭାଡରେ ରହୁଥିଲେ, ଓ ନିୟମିତ ବ୍ଯବଧାନରେ ଘର ଓ ଟେଲିଫୋନ୍ ନଂମ୍ବର ପରିବର୍ତ୍ତନ କରୁଥିଲେ । ନିକଟରେ ସେ ଆସାମର ଜୋରହଟ୍ ଅଂଚଳ ଚାଲି ଯାଇଥିଲେ । ଗିରଫଦାରୀ ଏଡାଇବାକୁ ଯାଇ ସେ କିଛି ମାସ ସେଠାରେ ରହିଥିଲେ । ହେଲେ ଆସାମରୁ ଦିଲ୍ଲୀ ଫେରିବା ପରେ, ନୂଆ ଠିକଣାରେ ହଠାତ୍ ମାଡି ବସିଲା ଭିଜିଲାନ୍ସ । ରମେଶ ସାହୁଙ୍କୁ ପ୍ରଥମେ ଦିଲ୍ଲୀ ପଟିଆଲା ମେଟ୍ରୋପଲିଟାନ୍ ମାଜିଷ୍ର୍ଟେଟଙ୍କ କୋର୍ଟରେ ହାଜର କରାଯାଇଥିଲା, ସେଠାରୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଓଡିଶା ଅଣାଯାଉଛି ।

  • କର୍ପୋରେଟର ନାଁରେ କଳଙ୍କ,

    କର୍ପୋରେଟର ନାଁରେ କଳଙ୍କ,

    ବିଏମସି ବିଭିନ୍ନ ସମୟରେ ସହରକୁ ସୁନ୍ଦର କରିବାକୁ ବହୁ ପଦକ୍ଷେପ ନେଉଛି | ନିଜ ୱାର୍ଡ ରେ ଅଳିଆ ଉଠିନପାରିବା ଡ୍ରେନେଜ ଓ ଆହୁରି ବିଭିନ୍ନ ସମସ୍ୟା ଘେରରେ ଚର୍ଚ୍ଚା ରେ ରହୁଥିବା 29 ନମ୍ବର ୱାର୍ଡ କର୍ପୋରେଟର ଆଜି ଶାଳୀନତା ର ସବୁ ସୀମା ପାରକରିଦେଇଛି | ଆଗରୁ କଣ୍ଟ୍ରାକ୍ଟର କୁ କାମକରେଇ ନଦେବା ବିଭିନ୍ନ ଜାଗାରୁ ବଟି ମାଗି, ପ୍ରଚୁର ମଦପି କାହାକୁ ବାଡେଇ କେଶ ହେବାପରେ ଥାନାରେ ଭୁଲମାଗିବା ଭଳି ଆଗରୁ ଜନସାଧାରଣ ଦେଖିସାରିଛନ୍ତି | ଆଜି ୱାର୍ଡ ରେ ଜଣେ ହୁଣ୍ଡା ନାମକ ବ୍ୟକ୍ତି ବାଲି, ଗୋଡି, ଇଟା, ଚିପ୍ସ, ଆଦି ବିଏମସି ଜାଗାରେ ଟ୍ରକ ଟ୍ରକ ଗଦାକରୀ ବିକ୍ରି କରୁଥିବାର ଅଭିଯୋଗ ଆସିବା ପରେ 29 ନମ୍ବର ୱାର୍ଡ ଏସାଇ ଜାଗାମୁଣ୍ଡରେ ପହଂଚି ଗାଡିକୁ ସିଜ କରିବା ସହିତ ଫାଇନ ପକେଇଥିଲେ | ମାତ୍ର ସୂଚନା ଯୋଗ୍ୟ କି କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ ) ହୁଣ୍ଡାଙ୍କ ଠାରୁ ଏସବୁ ଆସବାପତ୍ର ଗଦାକରିବା ବାବଦକୁ ମୋଟା ଅଙ୍କର ପଇସା ନେଉଛି ! ତେଣୁ ସେଠାରେ ଫାଇନ ଓ ଗାଡିକୁ ସିଜ ଘଟଣାକୁ ସହିପାରିନଥିଲା ମାଲିକ ହୁଣ୍ଡା ଫୋନକରିଥିଲା 29 ନମ୍ବର ୱାର୍ଡ ର କର୍ପୋରେଟର ଅପରୂପ ନାରାୟଣ ରାଉତ ଓରପ (ଜୀବନ ) କୁ | ବାସ ଏତିକିରେ କାମଶେଷ ସେଠାରେ ତୁରନ୍ତ ( ଜୀବନ ) ପହଂଚି ଯାଇଥିଲା ଓ କିଛି ବୁଝିବା ଆଗରୁ ବିଏମସି କର୍ମଚାରୀ ପାଖରୁ ଆରମ୍ଭ କରି 29 ନମ୍ବର ୱାର୍ଡ ବିଏସି ର ମହିଳା ଏସାଇ ମନୀଷା ମହାନ୍ତି ଙ୍କୁ ଦୋଅଖରୀ ଠୁ ଆରମ୍ଭ କରି ମୋ ୱାର୍ଡ ରେ ପଶିବା ପୂର୍ଵରୁ ମୋତେ ଫୋନ କରିକି ପଶିବ ନହେଲେ ସମସ୍ତଙ୍କୁ ଗୋଡ଼େଇ ଗୋଡେଇ ବାଡ଼େଇବି ବୋଲି ଚିତ୍କାର କରିଉଠିଥିଲେ | ବର୍ତମାନ ଜଣେ ଜନପ୍ରତିନିଧି କାହା ଭାଉରେ ଏପରି ନିଜର ପଦବୀର ଦୁରୁପଯୋଗ କରୁଛନ୍ତି ବୋଲି ସ୍ଥାନୀୟ 29 ନମ୍ବର ୱାର୍ଡ ରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି | ଏନେଇ ସହିଦନଗର ଥାନାରେ ବିଏମସି ପକ୍ଷରୁ ମାମଲା ମଧ୍ୟ ରୁଜୁ କରିଛି ଏଥିରେ ଜଣେ ଜନପ୍ରତିନିଧି କଣ ଏମିତି ଆଚରଣକରିବା ଟା କେତେଦୂର ଠିକ ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିବାରେ ଲାଗିଛି ?

  • ସୂଚନା ଅଧିକାର କର୍ମୀ କହି କୋଟିକୋଟି ଟଙ୍କା ଠକେଇ ମାମଲା: ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

    ସୂଚନା ଅଧିକାର କର୍ମୀ କହି କୋଟିକୋଟି ଟଙ୍କା ଠକେଇ ମାମଲା: ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

    ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା, ରାକେଟର ମାଷ୍ଟରମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ। ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ପୂର୍ବରୁ ଏହି ମାମଲାରେ ଏସଟିଏଫ୍ ନକଲି ସରକାରୀ RTI ଅଧିକାରୀ କିଶୋର ମିଶ୍ରକୁ ଗିରଫ କରିଥିଲା।

    ମୁଖ୍ୟ ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ବାସିନ୍ଦା, କିନ୍ତୁ ଭୁବନେଶ୍ୱରରେ ରୁହେ। ପେସାରେ ମଦ ବେପାରୀ। କାହ୍ନୁ ର ଏକ ବିଦେଶୀ ମଦ ଦୋକାନ ରହିଛି । ସେ ଏହାର ମାଲିକ। ଏହା ସହ କାହ୍ନୁ ଏକ ଗ୍ରାଜୁଏଟ୍ । କାହ୍ନୁ ଚରଣ ପ୍ରଧାନ ନାମରେ ପ୍ରଥମେ ଏକ ମାମଲା କୋରାପୁଟରେ ଅଛି। ପରେ ଏସଟିଏଫକୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଅତୀତରେ କାହ୍ନୁ ଚରଣ ବିରୋଧରେ ଅନେକ ମାମଲା ବି ରହିଛି। ସେ ଅତି କମରେ ଚାରିଟି ଠକେଇ ମାମଲାରେ ଜଡ଼ିତ ଥିବା ଜଣା ପଡିଛି। ଅନେକ ସାଧାରଣ ଲୋକ କାହ୍ନୁର ନାଁକୁ ସଚିବ / ଅତିରିକ୍ତ ସଚିବ ଇତ୍ୟାଦି ଭାବରେ ନିଜ ମୋବାଇଲରେ ଷ୍ଟୋର୍ କରିଥିବା ଜଣାଯାଇଛି।

    ଅଭିଯୁକ୍ତ କାହ୍ନୁ ଚରଣ ପ୍ରଧାନଠାରୁ ଦାମି ମୋବାଇଲ୍ ଫୋନ୍, ଜାଲ୍ ସରକାରୀ ବିଜ୍ଞପ୍ତି / ଅର୍ଡର ଆଦି ଅପରାଧିକ ଦଲିଲ ଜବତ କରାଯାଇଛି। କିଛି ଖବରକାଗଜରେ କିଛି ନକଲି ଚାକିରି ବିଜ୍ଞାପନ ପ୍ରକାଶ କରି ସେ ଠକୁଥିଲା। ସେପଟେ କାହ୍ନୁର ସହଯୋଗୀ କିଶୋର ମିଶ୍ର ନିଜକୁ ଜଣେ ସୂଚନା ଅଧିକାର କର୍ମୀର ପରିଚୟ ଦେଇ ତାର ବରିଷ୍ଠ ଅଧିକାରୀଙ୍କ ସହିତ ଘନିଷ୍ଠତା ଅଛି କହି କ୍ରସର ଲାଇସେନ୍ସ, ମଦ ଲାଇସେନ୍ସ, ସ୍ଥାନାନ୍ତର / ପୋଷ୍ଟିଂ ଆଦି ମାମଲାରେ କୋଟିକୋଟି ଟଙ୍କା ଠକେଇ କରିଥିବା ଜଣାଯାଇଛି। ତାର ଆକାଉଣ୍ଟରୁ କୋଟି କୋଟି ଟଙ୍କାର ନେଣଦେଣ ହୋଇଥିବା ଜଣାଯାଇଛି। ସେ ଥାଇଲ୍ୟାଣ୍ଡକୁ ପଳାଇ ଯାଇଥିଲା। ନିକଟରେ ଓଡ଼ିଶା ଫେରିଥିଲା। ଏହା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ଏହା ସହ ଗତ ଚାରି ବର୍ଷ ମଧ୍ୟରେ ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ନେଣଦେଣ ହୋଇଛି ତାହା ଜାଣିବା ପାଇଁ RBI କୁ ଚିଠି ଲେଖିଛି STF।

  • ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗ ବେରୋଜଗାର

    ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗ ବେରୋଜଗାର

    ଏକ ଆକଳନ ଅନୁସାରେ ୧୬ ରୁ ୨୪ ବର୍ଷ ବୟସର ୨୧.୩ ପ୍ରତିଶତ ଯୁବକ କେବଳ ଜୁନ ମାସରେ ଚାଇନାରେ ବେକାର ହୋଇଯାଇଛନ୍ତି।

    ଚାଇନାରେ ବର୍ତମାନ ଯୁବକମାନଙ୍କର ବଡ଼ ସମସ୍ୟା ହେଉଛି ରୋଜଗାର, କାରଣ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗମାନେ ବେରୋଜଗାର ହେବାରେ ଲାଗିଛନ୍ତି।ଏହା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ଏଥି ସହିତ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହା ଯୋଗୁ ସେମାନଙ୍କ ଆଖିରୁ ରାତିର ନିଦ ହଜି ଯାଇଛି। ଏକ ଆକଳନ ଅନୁସାରେ ୧୬ ରୁ ୨୪ ବର୍ଷ ବୟସର ୨୧.୩ ପ୍ରତିଶତ ଯୁବକ କେବଳ ଜୁନ ମାସରେ ଚାଇନାରେ ବେକାର ହୋଇଯାଇଛନ୍ତି। ଏହି ସଂଖ୍ୟା ପ୍ରତି ମାସରେ ରେକର୍ଡ ସ୍ତରରେ ପହଞ୍ଚୁଛି । ଶନିବାର ବେଜିଂରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉପସ୍ଥିତ ଲୋକମାନେ ଚ୍ୟାଲେଞ୍ଜିଂ ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ। ଦେଶରେ କୋଭିଡ ପରବର୍ତ୍ତୀ ମନ୍ଥରତାକୁ ସୂଚାଇ ଚାଇନା ଗତ କିଛି ମାସ ମଧ୍ୟରେ ଅନେକ ସୂଚକ ପ୍ରକାଶ କରିଛି। କୁହାଯାଉଛି କମ ଗ୍ରାହକଙ୍କ ଚାହିଦା ଯୋଗୁ କମ୍ପାନୀଗୁଡିକ ଲୋକଙ୍କୁ ନିଯୁକ୍ତି ଦେଉନାହାଁନ୍ତି।

  • ଖାଇକୁ ଖସିପଡିଲା ସେନା ଗାଡି,୯ ଯବାନ ମୃତ

    ଖାଇକୁ ଖସିପଡିଲା ସେନା ଗାଡି,୯ ଯବାନ ମୃତ

    ଶନିବାର ସନ୍ଧ୍ୟାରେ ଲଦାଖରେ ଏକ ସେନା ଗାଡି ସୈନ୍ୟବାହିନୀର ଏକ ଗାଡ଼ି ନଦୀକୁ ଖସିପଡିବାରୁ ​​ ୯ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଜଣେ ଆହତ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦକ୍ଷିଣ ଲଦାଖର ନିଓମାସ୍ଥିତ କିଆରି ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ନେତା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୫ ଟ୍ରକ୍ ଏକା ସାଙ୍ଗରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିଥିବା ଟ୍ରକ୍‌ରେ ୧୦ ଜଣ ଯବାନ ଥିଲେ । ସହିଦ ମାନଙ୍କ ମଧ୍ୟରେ ଜଣେ ଜୁନିଅର କମିସନ୍ ଅଫିସର(ଜେସିଓ) ଏବଂ ଆଠ ଜଣ ସାଧାରଣ ଯବାନ ରହିଥିଲେ, ଯେଉଁ ମାନଙ୍କର ମୃତ ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ସେନା ପକ୍ଷରୁ ବଡ଼ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ସେନାର ମୋଟ ୫ଟି ଗାଡ଼ି ସାଙ୍ଗ ହୋଇ ଯାଉଥିବା ବେଳେ ସେଥିରୁ ଏହି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନାର ଏହି ଗାଡ଼ି ଗୁଡ଼ିକ ମୋଟ ୩୪ ଜଣ ଯବାନଙ୍କୁ ନେଇ କାରୁରୁ କିୟାରୀ ଆସୁଥିଲେ। ତେବେ କିୟାରୀ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    1. NB SUB RAMESH LAL
    2. HAV MAHENDRA SINGH
    3. HAV VIJAY KUMAR
    4. NK N CHANDRA SEKHAR
    5. NK TEJPAL
    6. GNR MAN MOHAN
    7. GNR ANKIT
    8. GNR TARANDEEP SINGH
    9. GNR VAIBHAV
  • ଗୌରବର ଆଉ ଏକ ଫର୍ଦ୍ଦ ଯୋଡିଲା ବ୍ରାହ୍ମଣୀ ପବ୍ଲିକ ସ୍କୁଲ

    ଗୌରବର ଆଉ ଏକ ଫର୍ଦ୍ଦ ଯୋଡିଲା ବ୍ରାହ୍ମଣୀ ପବ୍ଲିକ ସ୍କୁଲ

    ବିଦ୍ୟାଳୟ ହେଉଛି ବିଦ୍ୟାର ମନ୍ଦିର । ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତି ପାଇଁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାଏ । ଏକ ସୁସ୍ଥ ଏବଂ ଶିକ୍ଷିତ ସମାଜ ଗଢିବାରେ ବିଦ୍ୟା ଆଉ ବିଦ୍ଯାଳୟର ଭୂମିକା ସର୍ବୋପରି । ଯାହାକୁ ଭଲଭାବେ ହୃଦୟଙ୍ଗମ କରିଥିଲେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ । ତଣୁ କୁନି କୁନି ପିଲାଙ୍କ ଉଜ୍ଜଳମୟ ଭବିଷ୍ୟତ କଥା ଚିନ୍ତା କରି ଢେଙ୍କାନାଳ ଜିଲ୍ଲା ଓଡପଡା ବ୍ଲକ ଅନ୍ତର୍ଗତ ଖଡଗପ୍ରସାଦ ଗ୍ରାମରେ ତିଆରି କଲେ ବ୍ରାହ୍ମଣୀ ପବ୍ଲିକ ସ୍କୁଲ ନାମରେ ଏକ ଶିକ୍ଷା ମନ୍ଦିର । ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିଚାଲିଥିବା ଏହି ବିଦ୍ୟାଳୟ ସହ ଏବେ ଆଉ ଏକ ଗୌରବର ଫର୍ଦ୍ଦ ଯୋଡି ହୋଇଯାଇଛି । ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଛି “ମେରି ମିଟି ମେରା ଦେଶ” ଅଭିଯାନ କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଓ ସମର ଶିକ୍ଷାର୍ଥୀ ବାହିନୀର ମୁଖ୍ୟାଳୟ, ୧୨ ଓଡ଼ିଶା ବାଟାଲିୟନ ଏବଂ ଢେଙ୍କାନାଳ କମାଣ୍ଡିଙ୍ଗ୍ ଅଫିସର୍ ଶ୍ରୀଯୁକ୍ତ ଲଳିତ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଏହା ପାଳିତ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ, ତାଙ୍କ ସୁପୁତ୍ର ଶିଳ୍ପ ଉଦ୍ୟୋଗୀ ତଥା ଯୁବ ନେତା ଡ.ଅବିନାଶ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼.ନୀହାର ରଞ୍ଜନ ସିଂହ ଅଧ୍ୟକ୍ଷତା କରିଥିଲେ । ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଏନସିସି କ୍ୟାଡେଟ, ନିକଟସ୍ଥ ମଙ୍ଗଳପୁର ଗ୍ରାମକୁ ଯାଇ ଶ୍ରୀଯୁକ୍ତ ଗଗନ ରାଉତଙ୍କ ଶହୀଦ ପିତା ସ୍ବର୍ଗତ ଗୋପବନ୍ଧୁ ରାଉତଙ୍କ ଜନ୍ମଭୂମିରୁ ମୃତ୍ତିକା ସ°ଗ୍ରହ କରିଥିଲେ । ସ°ଗୃହୀତ ମୃତ୍ତିକାକୁ ଢେଙ୍କାନାଳ ୧୨ ବାଟାଲିଅନ୍ ସହାୟତାରେ ଭୁବନେଶ୍ୱର ପଠାଯିବ । ସେଠାରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ନିର୍ମିତ ହେବାକୁ ଥିବା ଅମୃତ ବାଟିକାରେ ସିଞ୍ଚନ ନିମନ୍ତେ ପଠାଯିବ । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଚାରା ଗଛ ଅଣାଯାଇ ଉକ୍ତ ବାଟିକାରେ ରୋପଣ କରାଯିବାର ବ୍ୟବସ୍ଥା ରହିଛି ।

    ଏନସିସି କ୍ୟାଡେଟଙ୍କ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସ°ଗ୍ରାମ କେଶରୀ ପରିଡ଼ା, ଅନୀତା ବରାଳ, ସ୍ୱର୍ଣ୍ଣଲତା ରାଉତ, ଚମ୍ପାଵତୀ କୁଣ୍ଡୁ ପ୍ରମୁଖ ପରିଚାଳନା କରିଥିଲେ । ଦେଶମାତୃକାର ଏହି ପବିତ୍ର କାର୍ଯ୍ୟ ନିମନ୍ତେ ନିୟୋଜିତ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି ବୋଲି କହିଥିଲେ ଡ଼.ଅବିନାଶ ସାମଲ । ଏହି ଉତ୍ସବରେ ଆଖପାଖର ୫ ଖଣ୍ଡ ଗାଁର ବାସିନ୍ଦା ଯୋଗ ଦେଇ ଶହୀଦ ଗୋପବନ୍ଧୁ ରାଉତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବୀରପୁତ୍ରଙ୍କୁ ଜନ୍ମ ଦେଇଥିବା ଏହି ମାଟି ଅମୃତ ବାଟିକାରେ ସିଞ୍ଚନ ପାଇଁ ଯାଉଥିବାରୁ ଗ୍ରାମବାସୀ ଗର୍ବିତ ହେବା ସହ ଭାବବିହ୍ୱଳ ହୋଇଉଠିଥିଲେ।

  • ସହିଦ ପୁଅକୁ ଝୁରି ଝୁରି ଶେଷରେ ଆଖି ବୁଜିଲେ ମା’

    ସହିଦ ପୁଅକୁ ଝୁରି ଝୁରି ଶେଷରେ ଆଖି ବୁଜିଲେ ମା’

    ସହିଦ ପୁଅକୁ ଝୁରି ଝୁରି ଚାଲିଗଲା ମା’ର ଜୀବନ। ସହିଦ ହେବାର ୮ ଦିନ ପରେ ଚାଲିଗଲେ ମା’। ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ । ଶୁକ୍ରବାର ସକାଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ହସପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସପ୍ତାହକ ମଧ୍ୟରେ ପୁଅକୁ ଝୁରି ଝୁରି ମାଆଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ତବ୍ଧ ହୋଇ ଯାଇଛନ୍ତି ଅଞ୍ଚଳବାସୀ । ଗତ ୧୧ ତାରିଖରେ ଝାଡ଼ଖଣ୍ଡରେ ମାଓବାଦୀଙ୍କ ସହ ମୁକାବିଲା ବେଳେ ସୁଶାନ୍ତ ସହିଦ ହୋଇଥିବା ଖବର ଆସିଥିଲା। ପୁଅ ସହିଦ ହେବା ଖବର ଶୁଣି ପୁରାପୂରି ଭାଙ୍ଗି ପଡ଼ିଥିଲେ ସୁଶାନ୍ତଙ୍କ ମା’ ଓ ଅସୁସ୍ଥ ହୋଇପଡ଼ିଥିଲେ। ଶେଷରେ କଟକରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଦେଇଛନ୍ତି। ସହିଦ ସୁଶାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା । ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ପରିବାରରେ ସୁଶାନ୍ତଙ୍କ ଗର୍ଭବତୀ ପତ୍ନୀ ଛଡ଼ା ଆଉ କେହି ନାହାନ୍ତି।

  • ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ମୃତଦେହ

    ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ମୃତଦେହ

    ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ବଇଁଚୁଆ କାଜ ନିକଟ ଏକ ବନ୍ଦ ଘରେ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ପଡି ରହିଛି । ମୃତ ବ୍ୟକ୍ତି ଦୁଇ ଜଣ ହେଉଛନ୍ତି ନିଆଳି ଅଞ୍ଚଳର ସୁକାନ୍ତ ଦାସ (୪୮) ଏବଂ ଜଗବନ୍ଧୁ ବେହେରା (୨୨) ବୋଲି ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ବାତବରଣ ଖେଳିଯାଇଛି । ତେବେ କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟୁ ହେଲା,ଏହା ହତ୍ୟା ନା ଆତ୍ମହତ୍ୟା ଖବର ପାଇ ବାଲିପାଟଣା ପୁଲିସ ଛାନଭିନ୍ ଆରମ୍ଭ କରିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିବାରେ ଲାଗିପଡିଛି । ତେବେ ପୂର୍ବଶତ୍ରୁତାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ମୃତକମାନେ ଉକ୍ତ ଗୁହାଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।