Category: ମୁଖ୍ୟ ଖବର

  • ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ଭିକେ ପାଣ୍ଡିଆନ

    ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ଭିକେ ପାଣ୍ଡିଆନ

    କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗ ଦେଲେ ଭି କାର୍ତ୍ତିକେୟନ । ବିଜେଡିରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଅବସର ପରେ ବିଜେଡିରେ ମିଶିବା ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଆଜି ସେ ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ । ଆଉ ମୁଖ୍ୟମନ୍ତ୍ରୀ ନବୀନ ଏକ ବଡ ଘୋଷଣା କରିଛନ୍ତି । ଦଳର ସମସ୍ତ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦଳରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ । ସୂଚନା ଥାଉକି, ଅକ୍ଟୋବର ୨୩ ତାରିଖରେ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ଭି.କେ. ପାଣ୍ଡିଆନ । ଅକ୍ଟୋବର ୨୪ରେ ତାଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ୫ଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୦୦ ମସିହା IAS ଅଧିକାରୀ ଭି.କେ ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ-ଜିଲ୍ଲାପାଳ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ବିଜେଡିରେ ସାମିଲ ହେବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି ।

  • ଭବିଷ୍ୟତକୁ ନେଇ ସନ୍ଦେହରେ ବିଜେଡି କର୍ମକର୍ତ୍ତା!

    ଭବିଷ୍ୟତକୁ ନେଇ ସନ୍ଦେହରେ ବିଜେଡି କର୍ମକର୍ତ୍ତା!

    ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ଦଳ ଡିଆଁ ସେତିକି ପ୍ରବଳ ହେଉଛି। ତେବେ ବିଭିନ୍ନ ଦଳର ବିଦ୍ରୋହୀ ମୁଣ୍ଡିଆଳଙ୍କ ଶଙ୍ଖ ଦଳ ପ୍ରତି ରହିଛି ପ୍ରବଳ ଆକର୍ଷଣ। କାରଣ ଦଳ ଦେଇଛି ଦୀର୍ଘ ଅଢେଇ ଦଶନ୍ଧିର ସ୍ଥିର ସରକାର। କିନ୍ତୁ ଏବେ ଅନ୍ୟ ଦଳରୁ ଆମଦାନୀ ହେଉଥିବା ନେତାଙ୍କୁ ନେଇ ଶଙ୍ଖ ଶିବିରରେ ନାହିଁ ପୂର୍ବର ସେ ସରାଗ ବୋଲି ଚର୍ଚ୍ଚା ହେଉଛି। ଆନୁଷ୍ଠାନିକଭାବେ, ଉପରଠାଉରିଆ କରି ମିଶ୍ରଣ ପର୍ବ ଯେମିତି ପାଳିତ ହେଉଥିବା କୁହାଯାଉଛି। ଯାହା କାଳେ ଶୁକ୍ରବାର ଦିନ ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଥିଲା ବୋଲି କହୁଛନ୍ତି ନିନ୍ଦୁକମାନେ । ଶୁକ୍ରବାର ତିର୍ତ୍ତୋଲ କଂଗ୍ରେସର ଆଗଧାଡିର ନେତା ନାରାୟଣ ଜେନା ତାଙ୍କ ଶତାଧିକ ସମର୍ଥକଙ୍କୁ ନେଇ ଶଙ୍ଖ ଦଳରେ ସାମିଲ ହେଲେ। ଶଙ୍ଖ ଶିବିରରେ ଶରଣ ମିଳିଥିବାରୁ କଂଗ୍ରେସ ଛଡା ନେତାଙ୍କ ଭିତରେ ବେଶ ଉତ୍ସାହ ଥିଲା। ହେଲେ ମିଶ୍ରଣ ପର୍ବରେ ଉପସ୍ଥିତ ଶାସକ ଦଳର ନେତୃମଣ୍ଡଳୀଙ୍କ ମଧ୍ଯରେ ନଥିଲା ସରାଗ। ମଞ୍ଚରେ ସାଂସଦ ମାନସ ମଙ୍ଗରାଜ ଓ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଥିଲେ। ନାରାୟଣଙ୍କ ବେକରେ ଶଙ୍ଖ ଉତ୍ତରୀୟ ପକାଇ ଦେଇଥିଲେ ଦୁଇ ନେତା। ହେଲେ ଉଭୟଙ୍କ ମୁହଁରେ ନ ଥିଲେ ପ୍ରସନ୍ନତା। ତାକୁ ନେଇ ହେଉଛି ଚର୍ଚ୍ଚା। ମୁହଁକୁ ଦେଖି ଲାଗୁଥିଲା ଯେମିତି କେହି ସେମାନଙ୍କ ଶହେ ପଚାଶ ଖାଇଦେଇଛି ବୋଲି କଥା ହେଉଛନ୍ତି। ମିଡିଆ ସମ୍ମୁଖରେ ସୌଜନ୍ୟତା ଦୃଷ୍ଟିରୁ ମଧ୍ୟ କାଳେ ନଥିଲା ସାମାନ୍ୟତମ ସ୍ମିତହାସ୍ୟ। ଆହୁରି ଶୁଣିବାକୁ ମିଳୁଛି ଉଭୟ ମିଶ୍ର ଓ ମଙ୍ଗରାଜଙ୍କୁ ଦେଖି ଲାଗୁଥିଲା ମଣିଷ ନୁହଁନ୍ତି ଦୁଇଟି ରୋବର୍ଟ, ବଡବାବୁଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି । ଏହାକୁ ନେଇ ବିରୋଧୀ ଶିବିରରେ ଭାରି ଚର୍ଚ୍ଚା। ସେମାନେ କହୁଛନ୍ତି, ଏମିତି ସ୍ଥିତି ଆଗରୁ ନ ଥିଲା। ଆଗରୁ ଦଳରେ ବ୍ଲକସ୍ତରୀୟ ନେତାଟିଏ ସାମିଲ ହେଉଥିବା ବେଳେ ବହୁତ ଉତ୍ସାହ ଦେଖିବାକୁ ମିଳୁଥିଲା ବିଜେଡି ନେତାଙ୍କ ମଧ୍ୟରେ। ଫୁଲ ତୋଡା ଦେଇ ସ୍ବାଗତ କରାଯାଉଥିଲା। ଦଳ ଡିଆଁ ନେତାଙ୍କୁ ମିଶ୍ରଣ ପର୍ବର ପୁରୋଧା ପ୍ରଶଂସାରେ ପୋତିପକାଉଥିଲେ। ଫଟୋ ପାଇଁ ପୋଜ ଦେଉଥିଲେ। ହେଲେ ଶୁକ୍ରବାର ସେମିତି କିଛି ନ ଥିଲା ବୋଲି ଶୁଣିବାକୁ ମିଳିଛି। ଏହାକୁ ନେଇ ରାଜନୀତିରେ ରୁଚି ରଖୁଥିବା ଲୋକେ କହୁଛନ୍ତି, ଦଳରେ ଅନେକ ଦିନରୁ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢୁଥିଲା। ହେଲେ ଗତ ମାସରୁ ଏହା ଚରମରେ ପହଞ୍ଚିଛି। ଦଳ ପାଇଁ ବର୍ଷ ବର୍ଷ ଧରି ଝାଳ ନାଳ ଏକାକାର କରି ସଂଗଠନକୁ ସଜାଡୁଥିବା ନେତାକୁ ନାକଟେକି ଦଳ ସୁପ୍ରିମୋ ଜଣଙ୍କୁ ଦଳର ଅଘୋଷିତ ଉତ୍ତରାଧିକାରୀ କରିବା କେତେଦୂର ଠିକ ବୋଲି କିଛି ପ୍ରଶ୍ନ କରୁଛନ୍ତି। ଏହା ବାଦ ଏବେ କୁଆଡେ ଆଉ ଦଳର କର୍ମକର୍ତ୍ତାଙ୍କର କୌଣସି କାଟତି ନାହିଁ ଦଳରେ। ଯାହା ନିର୍ଦ୍ଦେଶ ଆସୁଛି ତାକୁ ପାଳୁଛନ୍ତି। ଆଉ କିଛି କହୁଛନ୍ତି କି, ପୂର୍ବରୁ ସେମିତି ଦଳରେ ତାର ନିଜସ୍ବ ଅନେକ ମୁଣ୍ଡିଆଳ ହାଉଯାଉ ହେଉଥିଲେ। ତା ଉପରେ ପୁଣି ଗତ ନିର୍ବାଚନରେ ଅନେକ ବାହାରୁ ଆମଦାନୀ ହୋଇଥିଲେ। ସେସବୁ ବାଦ ଅନେକ ବ୍ୟବସାୟୀ କାଳେ ବେଶ ମୋଟା ଅଙ୍କରେ ଦଳରେ ନାଁ ଏଣ୍ଟ୍ରି କରିଥିଲେ ଓ ବିଧାନସଭା ତଥା ସାଂସଦ ଗଲେ। ଏପରି ଅବସ୍ଥାରେ ଏମାନଙ୍କ ଭିତରୁ ଆଗକୁ କିଏ ଟିକେଟ ପାଇବ ଓ କିଏ କାଟ ଖାଇବ ତାକୁ ନେଇ ଦଳରେ ଶୀତଳ ଯୁଦ୍ଧ ଚାଲିଛି। ସମସ୍ତେ ନିଜ ଭବିଷ୍ୟତକୁ ନେଇ ଅନ୍ଧାରରେ। ଏପରି ବେଳରେ ଆଉ କିଏ ଆସିଲେ କୋଉଠି ଆଡଜଷ୍ଟ ହେବ ତାକୁ ନେଇ ଚିନ୍ତାରେ ବିଜେଡି ଦଳିଆ ବୋଲି ଚର୍ଚ୍ଚା ହେଉଛି।

  • ଚାନ୍ଦବାଲି ବ୍ଳକରେ ଚକଡ଼ା ପୋକ ଆତଙ୍କ, ଚିନ୍ତାରେ ଚାଷି

    ଚାନ୍ଦବାଲି ବ୍ଳକରେ ଚକଡ଼ା ପୋକ ଆତଙ୍କ, ଚିନ୍ତାରେ ଚାଷି

    କଥାରେ ଅଛି ଚାଷକାମ ଯାହାର କେଡେ ଆନନ୍ଦ ତାହାର କିନ୍ତୁ ତାର ବିପରୀତ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକର ମୌସୁଧା ଗ୍ରାମ ପଞ୍ଚାୟତ ସହିତ ମତ୍ତ ଗ୍ରାମଞ୍ଚାୟତ ରେ । ଚାଷୀ ମୁଣ୍ଡରେ ଚିନ୍ତା ଚକଡା ପୋକ । ଚକଡ଼ା ପୋକ ପାଇଁ ଉଜୁଡି ଯିବାକୁ ବସିଛି ବର୍ଷକର ଫସଲ । ମୁଣ୍ଡରେ ହାତ ଦେଇ ହତାଶାରେ ଚାଷିକୂଳ । ଚାନ୍ଦବାଲି ବ୍ଳକର ଅନେକ ପଞ୍ଚାୟତରେ ଦେଖା ଦେଇଛି ଏହି ଚକଡ଼ା ପୋକ ଆତଙ୍କ । ଧାନ ଫସଲ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ । ପୋକ ନିୟନ୍ତ୍ରଣ ପାଇଁ ଯେତେ କୀଟ ନାଶକ ଔଷଧ ପ୍ରୟୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା କହିଛନ୍ତି ଚାଷୀ । ଏପଟେ କୃଷି ଅଧିକାରିଣୀ କହିଛନ୍ତି ପୋକ ଦାଉରୁ ଫସଲକୁ ସୁରକ୍ଷା ପାଇଁ ଚାଷୀଙ୍କୁ ସଚେତନ କରାଯାଉଛି ।

    ଦୀର୍ଘ ଛଅ ମାସ ଧରି ମାଟି ସହ ମାଟି ହୋଇ ଖଟି ଆସିଥିଲା ଚାଷୀ । ଶେଷରେ ତାରି ଜମିରେ ରାଜୁତି କରି ଖୁସି ଛଡାଇ ନେଇଛି ଚକଡ଼ା । ଏମାନଙ୍କୁ କେମିତି କ୍ଷତି ପୂରଣ ମିଳିବ ,ଏମାନେ କେମିତି ଋଣ ସୁଝିବେ ,ବର୍ଷକର ଆହାର କେମିତି ଯୋଗାଡ଼ କରିବେ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ଯଦି ଚାଷୀ ମାନଙ୍କୁ ସରକାରୀ ସହାୟତା ନମିଳେ ପରିବାର ପ୍ରତିପଷଣ କରି ନପାରି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷି ।

  • ଚିରନିଦ୍ରାରେ ଯଲିଉଡ଼ ହାସ୍ୟ କଳାକାର ରବି ଶତପଥୀ

    ଚିରନିଦ୍ରାରେ ଯଲିଉଡ଼ ହାସ୍ୟ କଳାକାର ରବି ଶତପଥୀ

    ଦିନେ ସେ ମଞ୍ଚରେ ହସାଉଥିଲେ ଆଉ ଆଜି ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି . ଯାତ୍ରା ରଙ୍ଗମଞ୍ଚ ରେ ଦର୍ଶକ ଙ୍କୁ ହସେଇ ହସେଇ ବେଦମ କରୁଥିବା ଭେଟେରାନ କମେଡିଆନ ରବି ଶତପଥୀ ସ୍ୱର ଆଜି ନିରବି ଯାଇଛି । ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ। ରବି ଶତପଥୀ ପିଲାବେଳୁ କଳା ପ୍ରତି ଆକର୍ଷିତ ହୋଇ ପ୍ରଥମେ ପାଲାରେ ଗାୟକ ଭାବରେ ବେଶ ପରିଚୟ ଲାଭ କଲେ ।କିନ୍ତୁ ସେଥିରୁ ପରିବାର ଚଳାଇବାକୁ କଷ୍ଟ କର ହୋଇପଡିଲା । ପାଲା ପରିବେଷଣ ରୁ ଦୁରେଇ ଯାଇ ଯାତ୍ରା ରଙ୍ଗମଞ୍ଚ ପ୍ରତି ଆକୃଷ୍ଟ ହୋଇଥିଲେ । ଯାତ୍ରା ଜଗତ ରେ ପ୍ରବେଶ କରିବା ପରେ ଧୀରେ ଧୀରେ ଓଡିଶାର ପ୍ରତିଷ୍ଠିତ ଯାତ୍ରା ରଙ୍ଗମଞ୍ଚରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବା ସହିତ ଯାତ୍ରା ଜଗତର ଜଣେ ଅପ୍ରତିଦ୍ବନ୍ଦି ହାସ୍ୟ କଳାକାର ଭାବରେ ପ୍ରସିଦ୍ଧି ଲାଭ କରିଥିଲେ । ପାଲା ଛାଡି ଯେତେବେଳେ ଯାତ୍ରା ଜଗତରେ ପ୍ରବେଶ କଲେ ରବି ଶତପଥୀ ଙ୍କୁ ପ୍ରଥମ ପରିଚୟ ଦେଇଥିଲା ତାରପୁର ଗଣନାଟ୍ୟ ର ଗୁଣ୍ଡୁଚି ମିଶ୍ର ଚରିତ୍ର ହେଉ କିମ୍ବା ଶାଗୁଣା ବସିଛି ଡେଣା ମେଲେଇ ଦେଇଥିଲା ଭିନ୍ନ ପରିଚୟ । ସେ ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ। ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି ଅନେକ ପୁରସ୍କାର ପାଇଥିଲେ ସେ। ରବି ଶତପଥୀଙ୍କ ପରଲୋକରେ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

  • ଭଞ୍ଜନଗରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ

    ଭଞ୍ଜନଗରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ

    ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଷ୍ଟାଡ଼ିୟମ ଠାରେ ଏକ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯାଇଛି । ଏହି ମେଳାକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମେଳାର ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ସମେତ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ଭଳି ମେଳା ଆୟୋଜନ ଦ୍ୱାରା ପାରମ୍ପରିକ କୃଷିପଦ୍ଧତି ବଦଳରେ ଉନ୍ନତ ଶୈଳୀରେ କୃଷିକାର୍ଯ୍ୟ ପରିଚାଳିତ ହୋଇପାରିବ । ଚାଷ ଉପରୁ ମୁଁହ ଫେରାଉଥିବା ଚାଷୀମାନେ ପୁଣି ଚାଷକାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବେ । ବିଶେଷ କରି ଉନ୍ନତ ଏବଂ ଅତ୍ୟାଧୁନିକ ଶୈଳୀ ଏବଂ ବୈଜ୍ଞାନିକ ପଦ୍ଧତିରେ ନିର୍ମିତ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷକାର୍ଯ୍ୟକୁ ଅଧିକ ସହଜ ଭାବରେ ଚାଷୀମାନେ କରିପାରିବେ । ଏଥିପାଇଁ ରିହାତି ମୂଲ୍ୟ ରେ କୃଷିଯନ୍ତ୍ରପାତି ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ପକ୍ଷରୁ ହୋଇଥିବା ଏଭଳି ପରିକଳ୍ପନା ଦ୍ୱାରା କୃଷି ଓ କୃଷକଙ୍କ ଆହୁରି ଅଧିକ ବିକାଶ କରାଯାଇପାରିବ ବୋଲି ମତପ୍ରକାଶ ପାଇଥିଲା ।

    ତେବେ ଉକ୍ତ ମେଳାରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର କୃଷିଜିଲ୍ଲା ଅଧିକାରୀ ସୁଧାଂଶୁ କୁମାର ନନ୍ଦ,ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ମଲ୍ଲିକ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ ଙ୍କ ସମେତ କୃଷି ବିଭାଗ ର ବିଭିନ୍ନ ପଦାଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।

  • ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରି ଆଜି ବନ୍ଦ ଡାକରା ଦେଇଛି କୋଶଲ ସେନା

    ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରି ଆଜି ବନ୍ଦ ଡାକରା ଦେଇଛି କୋଶଲ ସେନା

    ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ। ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ମହାବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପଡ଼ିଛି ବଲାଙ୍ଗୀର ଜିଲ୍ଲାରେ। ଅଖଚକ, ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ଜରୁରୀକାଳୀନ ସେବା ଚାଲୁରହିଛି। ଏହି ବନ୍ଦ ଡାକରାକୁ ସହରର ବିଭିନ୍ନ ସଂଗଠନ ମଧ୍ୟ ସହଯୋଗ କରୁଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବାରୁ ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରି ଆଜି ଏହି ମହାବନ୍ଦ ଡାକରା ଦିଆଯାଇଥିବା ସୂଚନା ଦେଇଛନ୍ତି।

  • ଧରାପଡିଲା ଗଞ୍ଜେଇ ବେପାରୀ,ସ୍କୁଟି ସହିତ ୮ କେଜି ଗଞ୍ଜେଇ ଜବତ

    ଧରାପଡିଲା ଗଞ୍ଜେଇ ବେପାରୀ,ସ୍କୁଟି ସହିତ ୮ କେଜି ଗଞ୍ଜେଇ ଜବତ

    ପୋଲିସ କବଜାରେ ଗଞ୍ଜେଇ ବେପାରୀ । ଗତ କାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ପୋଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ଵର ଛକ ନିକଟରେ ଯାନବାହାନ ଯାଂଚ ସମୟରେ ଜଣେ ସ୍କୁଟି ଚାଳକଙ୍କ ଠାରୁ ୮ କିଲୋ ୭୪ ଗ୍ରାମ ଗଞ୍ଜେଇ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସ୍ଥାନୀୟ ରାଜପଥର ଚଣ୍ଡେଶ୍ଵର ଛକ ନିକଟରେ ଗାଡି ଯାଂଚ କରୁଥିବାବେଳେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ବରପଲି ଗ୍ରାମର ଭଗବାନ ସ୍ବାଇଁଙ୍କ ସ୍କୁଟି ଗାଡିକୁ ତନଖି କରି ସେଥିରେ ଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ କୁ ଜବତ୍ କରିଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାରେ ଟଙ୍କା ହେବ ବୋଲି ଜଣାପଡିଛି। ପୋଲିସ ଉକ୍ତ ସାମଗ୍ରୀ ସହିତ ସ୍କୁଟି ଗାଡିକୁ ଜବତ କରିବା ସହିତ ଉକ୍ତ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

  • ବିଶ୍ବକପରେ କ’ଣ ରହିଛି ଅଷ୍ଟ୍ରେଲିଆର ଇତିହାସ? କଙ୍ଗାରୁ ଦଳକୁ ଭାରତ କେମିତି ଦେବ ଟକ୍କର ?

    ବିଶ୍ବକପରେ କ’ଣ ରହିଛି ଅଷ୍ଟ୍ରେଲିଆର ଇତିହାସ? କଙ୍ଗାରୁ ଦଳକୁ ଭାରତ କେମିତି ଦେବ ଟକ୍କର ?

    ୨୦୦୩ ମସିହା ବିଶ୍ବକପ୍ ବଦଲା ନେବ ଭାରତ । ଏକଥା ଆମେ ଏଥିପାଇଁ କହୁଛୁ କାରଣ କଙ୍ଗାରୁ ଦଳ ଠାରୁ ଭାରତ ଅତି ଶୋଚନୀୟ ପରାଜୟର ଶିକାର ହୋଇଥଲା । ଆଜି ବି ସେହି ପରାଜୟକୁ ଭୁଲିପାରୁ ନାହାନ୍ତି କ୍ରିକେଟ ପ୍ରେମୀ । ତେଣୁ, ଏବେ ରୋହିତ ସେନା ଅଣ୍ଟା କଶିଲେଣି କଙ୍ଗାରୁ ଦଳର ବଦଲା ନେବାକୁ । ହତରେ ମାତ୍ର ଆଉ କେଇ ଘଣ୍ଟା ରହିଛି । ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦ ଠାରେ ହେବ ବିଶ୍ବକପ୍ ଫାଇନାଲ ମୁକାବିଲା । ହେଲେ ଅଷ୍ଟ୍ରେଲିଆକୁ ପରାଜୟ କରିବା ଭାରତ ପାଇଁ ବି ଏତେ ସହଜ ନୁହେଁ । କାରଣ କ୍ରିକେଟ କଥା ଆସିଲେ ଅଷ୍ଟ୍ରେଲିଆ ହିଁ ସବୁଠୁ ମଜବୁତ ଦଳର ପରିଚୟ ଦିଏ । ଅଷ୍ଟ୍ରେଲିଆ ନାଁରେ ରହିଛି ୫ଟି ବିଶ୍ବକପ ଜିତିବାର ରେକର୍ଡ ।

    ଗତକାଲି ଦକ୍ଷିଣ ଆଫ୍ରିକାକୁ ହରାଇ କଙ୍ଗାରୁ ଦଳ ଫାଇନାଲରେ ପ୍ରବେଶ କରିଛି । ହେଲେ ସମସ୍ତଙ୍କ ନଜର ଭାରତୀୟ ଦଳ ଉପରେ । ବିଶ୍ବକପରେ ଅଷ୍ଟ୍ରେଲିଆର ରେକର୍ଡକୁ ତୁଳନା କଲେ ଭାରତ ଯଦିଓ ଅନେକ ପଛରେ, ତଥାପି ଏଥର ଭାରତ ଟିକିଏ ଅଲଗା ଭାରତ । ଜୋସ, ଜୁନୁନ୍ ଏବଂ ଫର୍ମରେ ଭରପୁର ଭାରତୀୟ ଦଳ ଲାଗାତାର ବିଜୟ ମୁକୁଟ ପିନ୍ଧି ଚାଲିଛି । ଏଥର ରୋହିତ ସେନା ପୁରା ଦମରେ ଆଗେଇ ଚାଲିଛି । ମିଶନ ଓ୍ବାର୍ଲ୍ଲଡ କପ୍ ।

    ଅଷ୍ଟ୍ରେଲିଆର ପୂର୍ବ ପ୍ରଦର୍ଶନ ଅନ୍ୟ ଦଳ ଅପେକ୍ଷା ବହୁତ ଭଲ ରହିଛି । ୨୦୦୩ ବିଶ୍ବକପରେ ଭାରତ ୧୨୫ ରନରେ କଙ୍ଗାରୁ ଠାରୁ ହାରିଥିଲା । ସେତେବେଳେ ଦଳର ନେତୃତ୍ବ ନେଇଥିଲେ ସୌରଭ ଗାଙ୍ଗୁଲି । ଫାନାଲ ମ୍ୟାଚରେ ୩୬୦ ରନର ଟାର୍ଗେଟ କରି ଭାରତ ୩୯.୨ ଓଭରରେ ୨୩୪ ରନରେ ଅଟକି ଯାଇଥିଲା । ହେଲେ ଏହି ୨୦ ବର୍ଷ ଭିତରେ ଭାରତୀୟ କ୍ରିକେଟ ସମ୍ପୂର୍ଣ୍ଣ ବଦଳି ଯାଇଛି । ଭାରତ ଏପର୍ଯ୍ୟନ୍ତ ୧୦ଟି ଯାକ ମ୍ୟାଚ ଜିତିସାରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ୧୦ଟି ମ୍ୟାଚରୁ ୮ଟିରେ ବଜୟ ଲାଭ କରିଛି । ଏଥିସହିତ ଅଷ୍ଟ୍ରେଲିଆ ୮ମ ଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ।

    ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୭ଟି ଫାଇନାଲରୁ ୫ଟି ଜିତିଛି । ୧୯୭୫ରେ ଓ୍ବେଷ୍ଟଇଣ୍ଟିଜ ଏବଂ ୧୯୯୬ରେ ଶ୍ରୀଲଙ୍କା ଠାରୁ ହାରିଛି ଅଷ୍ଟ୍ରେଲିଆ । ୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ଲଗାତାର ୩ ଥର ବିଶ୍ବବିଜେତା ହୋଇଛି ଅଷ୍ଟ୍ରେଲିଆ ଦଳ । ୧୯୮୭ ମସିହାରେ ଇଂଲଣ୍ଡ, ୧୯୯୯ରେ ପାକିସ୍ତାନ, ୨୦୦୩ରେ ଭାରତ, ୨୦୦୭ରେ ଶ୍ରିଲଙ୍କା ଏବଂ ୨୦୧୫ରେ ନ୍ୟୁଜିଲାଣ୍ଡକୁ ବିଶ୍ବକପ୍ ଫାଇନାଲରେ ହରାଇଥିଲା ଅଷ୍ଟ୍ରେଲିଆ ।

    ସେହିପରି ଭାରତୀୟ କ୍ରିକେଟ ଟିମ୍ ଏହା ପୂର୍ବରୁ ୩ ଥର ବିଶ୍ବକପ୍ ଫାଇନାଲ ଖେଳିଛି । ୧୯୮୩ରେ ଓ୍ବେଷ୍ଟଇଣ୍ଡିଜ ଏବଂ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା । ହେଲେ ୨୦୦୩ରେ ଅଷ୍ଟ୍ରେଲିଆ ଠାରୁ ପରାଜୟର ଶିକାର ହୋଇଥିଲା ଭାରତ ।

    http://www.aplauz.pila.pl/oferta/slusarka-w-stali/
  • ‘ସେ ଜଣେ ଭଲ କ୍ରିକେଟର, ହେଲେ ସେ ଭଲ ମଣିଷ ନୁହେଁ ‘, ମହମ୍ମଦ ଶାମିଙ୍କ ବିଷୟରେ ଏମିତି କହିଲେ ହସିନ ଜାହାଁ

    ‘ସେ ଜଣେ ଭଲ କ୍ରିକେଟର, ହେଲେ ସେ ଭଲ ମଣିଷ ନୁହେଁ ‘, ମହମ୍ମଦ ଶାମିଙ୍କ ବିଷୟରେ ଏମିତି କହିଲେ ହସିନ ଜାହାଁ

    ଅନ୍ତର୍ଜାତୀୟ ବିଶ୍ୱକପ- ୨୦୨୩ ରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପରେ ମହମ୍ମଦ ଶାମି ଏବେ ଚର୍ଚ୍ଚାରେ | ଏହି ସମୟରେ ତାଙ୍କ ପତ୍ନୀ ହସିନ ଜାହାଁ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ ଜଣେ ଭଲ କ୍ରିକେଟର, କିନ୍ତୁ ଜଣେ ଭଲ ମଣିଷ ବି ହୋଇଥାନ୍ତେ! ସେ କହିଛନ୍ତି, ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବେ ଜାଣନ୍ତି ସେମାନେ ଜାଣନ୍ତି ଯେ ମୋ ସହିତ ଭୁଲ ହୋଇଛି | ସେ କହିଥିଲେ, କେତେ ବଢିଆ ହେଇଥାନ୍ତା ମୁଁ, ମୋ ଝିଅ ଏବଂ ସେ ଏକାଠି ରହି ଭଲ ଜୀବନ ବିତାଇପାରିଥାନ୍ତେ । ସେ କହିଛନ୍ତି, ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଆମ ଦେଶ ଫାଇନାଲ ଜିତି ବିଶ୍ୱକପ ଆମ ପାଖକୁ ଆଣୁ ​​|

    ହସିନ ଜାହାଁ କହିଛନ୍ତି ଯେ, ତାଙ୍କର ଏବଂ ଶାମିଙ୍କ ସମ୍ପର୍କକୁ ତାଙ୍କ କ୍ୟାରିୟର ସହିତ ଯୋଡ଼ା ନ ଯାଉ କାରଣ କାରଣ ତାଙ୍କର କ୍ୟାରିୟର ଅଛି, ଯାହା ତାଙ୍କ ବ୍ୟକ୍ତିଗତ ଜୀବନର ସମ୍ପର୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଅର୍ଥାତ୍ ମୋର ଏବଂ ତାଙ୍କ ମଧ୍ୟରେ ବିବାଦର କ୍ୟାରିୟର ସହିତ କୌଣସି ଲେଣ ଦେନ ନାହିଁ।

    ହସିନ ଜାହାଁ କହିଛନ୍ତି, ଜାଣିଶୁଣି ନକାରାତ୍ମକ କଥା ମୋ ବିଷୟରେ ବିସ୍ତାର କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ସହ ମୋର ଲଢ଼େଇ ଚାଲୁଛି , ସେ ଆର୍ଥିକ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ | ମୋ ବିରୁଦ୍ଧରେ ତାଙ୍କ ପାଖରେ ଏକ ଟିମ ଅଛି ଯିଏକି କ୍ରମାଗତ ଭାବରେ ମୋତେ ଦୁର୍ବ୍ୟବହାର କରନ୍ତି | ବେଳେବେଳେ ଏହି ଚିନ୍ତାଧାରା ମୋ ହୃଦୟରେ ଆସେ ଯେ ଆମେ ଏକାଠି ବଞ୍ଚିଥାନ୍ତେ କିନ୍ତୁ ଶାମିଙ୍କ ନକରାତ୍ମକ ମନ ଏବଂ ଲୋଭ ହେତୁ ଆମେ ଆଜି ଏଭଳି ପରିସ୍ଥିତିରେ ଅଛୁ |

  • ହସ୍ତତନ୍ତ ବସ୍ତ୍ର ପ୍ରତି ବଢୁଛି ଲୋକପ୍ରିୟତା

    ହସ୍ତତନ୍ତ ବସ୍ତ୍ର ପ୍ରତି ବଢୁଛି ଲୋକପ୍ରିୟତା

    ଦିନକୁ ଦିନ ହସ୍ତତନ୍ତ ବସ୍ତ୍ର ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ପ୍ରକାଶ ପାଉଛି। ବିଶେଷ କରି ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ସହ ରାଜ୍ୟର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ ପାଇଁ ଲୋକଙ୍କ ଆଗ୍ରହ ଦେଖା ଯାଉଛି। ଏହି ହସ୍ତତନ୍ତ ବସ୍ତ୍ରର ବ୍ୟବସାୟୀକରଣ କରିବାର ଆବଶ୍ୟକତା ଦେଖି ରାଜ୍ୟ ସରକାର ହସ୍ତତନ୍ତ ମେଳା ଆୟୋଜନ କରୁଛନ୍ତି। ଏହାର ଲକ୍ଷ୍ୟ ହେଉଛି ବୁଣାକାର ମାନଙ୍କୁ ସିଧାସଳଖ ବଜାର ସହ ଯୋଡିବା ଓ ସଠିକ୍ କାମକୁ ସଠିକ୍ ଦାମ ଦେବା। ଏହି ଉଦ୍ଦେଶ୍ୟ ରଖି କେନ୍ଦୁଝର ଜିଲ୍ଲାର ଗଣ ପର୍ବ ଭାବେ ପରିଚିତ କାଳୀ ପୂଜା ଅବସରରେ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳା ଆୟୋଜନ କରାଯାଇଛି। ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାକୁ କେନ୍ଦୁଝରଗଡ ପୌରପାଳିକା ନଗରପାଳିକା ନିକୁ ସାହୁ ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରିଥିଲେ।। ଏହି ଅବସରରେ ଡିଏଫ୍ଓ ଧନରାଜ ଏଚ ଡି, ଉପଜିଲ୍ଲାପାଳ ରାମଚନ୍ଦ୍ର କିଷ୍କୁଙ୍କ ସହ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

    ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଜେଲରୋଡ ଠାରେ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନବ୍ୟାପୀ ବୟନିକା ପକ୍ଷରୁ ୬୦ଟି ଷ୍ଟଲରେ ହସ୍ତତନ୍ତ ଶିଳ୍ପ ପ୍ରଦର୍ଶନୀ ଓ ବିକ୍ରୟ ମେଳା ହେବ। ଏହି ଆୟୋଜନ କେନ୍ଦୁଝର ପୂଜା ବଜାରକୁ ଅଧିକ ସରଗରମ କରିଛି । ପ୍ରକାଶ ଯେ ଗତବର୍ଷ ଆୟୋଜିତ ହୋଇଥିବା ମେଳାରେ ୯୦ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏକ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟବସାୟ କରିବାର ଲକ୍ଷ୍ୟ ରଖିଛି ହସ୍ତତନ୍ତ ବିଭାଗ।