Category: ମୁଖ୍ୟ ଖବର

  • କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଦିନିକିଆ ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତ

    କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଦିନିକିଆ ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତ

    କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଦିନିକିଆ ଚିଲିକା ନିର୍ବାଚନମଣ୍ଡଳି ଗସ୍ତ । ଶ୍ରୀ ରୁପାଲା ଗତକାଲି ମଧ୍ୟାହ୍ନରେ ବାଲୁଗାଁ ଚିଲିକା କୂଳ ଜେଟିରେ ପହଞ୍ଚି ଏକ ସରକାରୀ ସଭାରେ ଯୋଗଦେଇଥିଲେ । କେନ୍ଦ୍ର ସରକାରଙ୍କ ସାଗର ପରିକ୍ରମା ଯୋଜନା ଅନ୍ତର୍ଗତ ଆୟୋଜିତ ଏହି ଗସ୍ତରେ ଶ୍ରୀ ରୁପାଲା ଚିଲିକା କୂଳ ମାଛ ମାର୍କେଟ ବୁଲିବା ସହ ବହୁ ମତ୍ସ୍ୟଜୀବିଙ୍କ ସହ ଆଲୋଚନା କରିଥିଲେ । ସଭାରେ ବହୁ ମତ୍ସ୍ୟଜୀବିଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ସ୍ଥାନୀୟ ମତ୍ସ୍ୟଜୀବିଙ୍କୁ ଅବଗତ କରାଇଥିଲେ । ଭାରତ ସରକାର ମତ୍ସ୍ୟଜୀବିଙ୍କ ଉନ୍ନତି ପାଇଁ ସଦାବେଳେ ବଦ୍ଧ ପରିକର ବୋଲି କହିଥିଲେ ଶ୍ରୀ ରୁପାଲା । ଏହାପରେ କେନ୍ଦ୍ରମନ୍ତ୍ରୀ ନଈରୀ ଗ୍ରାମରେ ଏକ ବିଶାଳ ମତ୍ସ୍ୟଜୀବି ସମ୍ମିଳନୀରେ ଯୋଗଦେଇ ମତ୍ସ୍ୟଜୀବିମାନଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଜନହିତକାରି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।

    ପରିଶେଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ସିଙ୍ଗେଶ୍ୱର ପଞ୍ଚାୟତ ମଠପୁର ଗ୍ରାମର ମତ୍ସ୍ୟଜୀବି ତୋଫାନ ବେହେରାଙ୍କ ଘରକୁ ଯାଇ ଭୋଜନ କରିଥିଲେ ଏବଂ ତାଙ୍କ ପରିବାର ସହ ମତ ବିନିମୟ କରିବା ସହ ହାଲଚାଲ ପଚାରି ବୁଝିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳି ସାତପଡ଼ା ଅଭିମୁଖେ ଗସ୍ତ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା ସମ୍ବିତ ପାତ୍ର ଉପସ୍ଥିତ ଉପସ୍ଥିତ ଥିଲେ ।

  • ଅସହାୟ ପରିବାରକୁ ଗୃହ ଦାନ କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦିବ୍ୟାଙ୍ଗ ଦୀପକ

    ଅସହାୟ ପରିବାରକୁ ଗୃହ ଦାନ କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦିବ୍ୟାଙ୍ଗ ଦୀପକ

    “ଦୁଃଖୀଟିଏ ହିଁ ଅନ୍ୟ ଜଣେ ଦୁଃଖୀର ମନ ବୁଝିପାରେ.” ଏହି ଉକ୍ତିକୁ ବାସ୍ତବତାର ରୂପ ଦେଇଛନ୍ତି କେନ୍ଦ୍ରାପଡି ଜିଲ୍ଲା ଡେରାବିଶ ଅଢଙ୍ଗା ଗ୍ରାମର ଦିବ୍ୟାଙ୍ଗ ଯୁବକ ଦୀପକ ଜେନା। ନିଜେ ଦୀପକ ଜନ୍ମ ରୁ ପୋଲିଓ ରୋଗ ଯୋଗୁଁ ଚାଲି ପାରନ୍ତିନାହିଁ। ହେଲେ ଜଣେ ଅସହାୟ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଦୁଃଖ ଦେଖି ସହି ନପାରି ତାଙ୍କୁ ଏକ ପକ୍କା ଘର ନିର୍ମାଣ କରି ପ୍ରଦାନ କରି ଏବେ ବେଶ ପ୍ରଶଂସା ସାଉଁଟୁଛନ୍ତି। ଡେରାବିଶ ବ୍ଲକ ହରିଅଙ୍କ ଜେନା ସାହିର ମାନସୀ ଜେନାଙ୍କ ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ଦୀର୍ଘ ବର୍ଷ ହେବ ଘରୁ କୁଆଡେ ଚାଲିଯାଇଛନ୍ତି। ସେଥିପାଇଁ ମାନସୀ ଦୁଇ ଝିଅଙ୍କ ସହ ନିଜ ଵୃଦ୍ଧା ମା ଫୁଲ ଜେନାଙ୍କ ସହ ପୈତୃକ ଘରେ ରହୁଥିଲେ। ହେଲେ ଘରେ କେହି ପୁରୁଷ ନ ଥିବାରୁ ତଥା ଆର୍ଥାଭାବରୁ ଘର ମରାମତି ସମ୍ଭବ ନ ଥିଲା। ମାଟି ଘରଟି ଭାଙ୍ଗିଯିବା ସହ ଛପର ନ ହୋଇ ପଡିଥିଲା। ଅନ୍ୟପଟେ ପୂର୍ବରୁ ଇନ୍ଦିରା ଆବାସରେ ମାନସୀଙ୍କ ବାପାଙ୍କ ଘର ଖଣ୍ଡେ ମିଳିଥିଲେ ମଧ୍ୟ ଘର କାମ ସାରିବା ଆଗରୁ ବାପା ଆରପାରିକୁ ଚାଲିଯାଇଥିଲେ। ତେଣୁ ଆଉ ସରକାରୀ ଯୋଜନାରେ ଘର ମିଳିବା ମାନସୀଙ୍କ ପାଇଁ ସମ୍ଭବ ନ ଥିଲା।

    ତେଣୁ ବର୍ଷା, ଖରା ଓ ଶୀତରେ ଏହି ଚାରି ପ୍ରାଣୀ ଭଙ୍ଗା ଘରେ ନାନା କଷ୍ଟ ସହି କାଳାତିପାତ କରୁଥିଲେ। ଏସମ୍ପର୍କରେ ଆଦ୍ୟାଶା ନାମକ ସ୍ବେଚ୍ଛାସେବୀ ସଂଗଠନ ଜାଣିବାକୁ ପାଇଥିଲା, ଯାହାର ପ୍ରତିଷ୍ଠାତା ଥିଲେ ଦୀପକ। ସେ ଗତ ଜୁନ ମାସରେ ଏହି ପରିବାର ନିକଟରେ ପହଞ୍ଚିଥିଲେ ଓ ସେମାନଙ୍କ ଅସହାୟତାକୁ ଆଖିରେ ଦେଖିଥିଲେ। ଯାହା ଦୀପକଙ୍କ ଅନ୍ତରାତ୍ମାକୁ କୋରିପକେଇଥିଲା ଭିତରୁ। ତେଣୁ ସେ ନିଜ ସଂଗଠନର କର୍ମକର୍ତ୍ତାଙ୍କ ସହ ଏହି ପରିବାର ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଅଣ୍ଟାଭିଡିଥିଲେ। ସମସ୍ତେ ନିଜ ନିଜ ସାଧ୍ୟମୁତାବକ ଅର୍ଥ ସଂଗ୍ରହ କରିବା ସହ ଅଞ୍ଚଳର ଲୋକଙ୍କଠାରୁ ମଧ୍ୟ ସାହାଯ୍ୟ ନେଇଥିଲେ।

    ଶେଷରେ ଚଳିତ ବର୍ଷର ପ୍ରଥମ ଦିନରେ ଘର ତିଆରି ସାରି ଘରର ଚାବି ମାନସୀଙ୍କ ପରିବାରକୁ ପ୍ରଦାନ କରିଥିଲେ। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ମଙ୍ଗଳ ତଥା ସାମାଜିକ ସୁରକ୍ଷା ଭିନକ୍ଷମ ସଶକ୍ତି କରଣ ଅଧିକାରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୀପକଙ୍କୁ ବହୁ ପ୍ରଶଂସା କରିଥିଲେ। ତେବେ ଏହାକୁ ନେଇ ଦୀପକ କହିଥିଲେ, ଜଣେ ଦୁଃଖୀ ବୁଝିପାରେ ଅନ୍ୟଜଣେ ଦୁଃଖୀର ଦୁଃଖ।

    ଦୀପକଙ୍କ ଏପରି କାର୍ଯ୍ୟ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟମାନଙ୍କ ବଞ୍ଚିବାର ସାହାରା ହୋଇଥିବାରୁ ତାଙ୍କୁ ବିଭିନ୍ନ ବର୍ଗରୁ ପ୍ରଶଂସା କରାଯାଉଛି।

  • ପିପିଏଲ କାରଖାନା ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ

    ପିପିଏଲ କାରଖାନା ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ

    This image has an empty alt attribute; its file name is @pdp-pakhiganana-1024x576.jpg

    ପାରାଦ୍ଵୀପ କୁଜଙ୍ଗ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ବରେ ପିପିଏଲ କାରଖାନା ସମେତ ୪ ଟି ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ । ୫ ଟି ଟିମ୍ ରେ ୨୦ ଜଣ ସଦସ୍ୟ କରୁଛନ୍ତି ପକ୍ଷୀ ଗଣନା।

    ପିପିଏଲ କାରଖାନା ପରିସର, ଜଟାଧାର ତଣ୍ଡା, ବନ୍ଦର , ହାଓ୍ବାଖାନା ରେ ପକ୍ଷୀ ଗଣନା ଜାରି । ସକାଳୁ ଘନ କୁହୁଡି ଯୋଗୁ ପକ୍ଷୀ ଗଣନାରେ ଅସୁବିଧା ହେଉଥିଲେ ମଧ୍ଯ ଚଳିତ ବର୍ଷ ପକ୍ଷୀ ଙ୍କ ସଂଖ୍ୟା ଅଧିକ ଥିବା ଆକଳନ କରାଯାଉଛି।

    ଗତବର୍ଷ ପିପିଏଲ ସାର କାରଖାନା ପରିସରରେ ପାଖାପାଖି ୨୨ ହଜାର ବିଦେଶାଗତ ପକ୍ଷୀ ଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ଜଟାଧାର ତଣ୍ଡା, ହାଓ୍ବାଖାନା ଓ ଶରବନ୍ତ ପ୍ରଭୁତି ଅଞ୍ଚଳରୁ ମୋଟ ୩୯ ହଜାର ପକ୍ଷୀ ଙ୍କ ସମାଗମ ହୋଇଥିଲା।

  • ନଣ୍ଡାବର_ବରପଦା-ବାତୋ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

    ନଣ୍ଡାବର_ବରପଦା-ବାତୋ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରୁଆଁ ପଞ୍ଚାୟତ ପାଟସୁରା ଠାରେ ଓଡିଶା ସରକାରଙ୍କ ପୂର୍ତ୍ତବିଭାଗ ପକ୍ଷରୁ ନଣ୍ଡାବର_ବରପଦା-ବାତୋ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଫଳକକୁ ଫିତା କାଟି କାର୍ଯ୍ଯର ଶୁଭାରମ୍ଭ କରିଥିଲେ। ଏହି ରାସ୍ତା ହେବା ଫଳରେ ସ୍ଥାନୀୟ ଲୋକମାନେ ସୁରୁଖୁରୁରେ ଗମନା ଗମନ କରିପାରିବେ ବୋଲି କହିଛନ୍ତି ବିଧାୟକ ।

    ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ, ଜିଲ୍ଳା ପରିଷଦ ସଞ୍ଜୟ ମଲ୍ଲିକ, ତରୁଆଁ ସରପଞ୍ଚ ରଶ୍ମିରଂଜିତା ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଏହି ରାସ୍ତା ନିର୍ମାଣ ଦ୍ବାରା ୧୦ ଖଣ୍ଡ ପଞ୍ଚାୟତ ଲୋକଙ୍କ ଯାତାୟାତ ସମସ୍ୟା ଦୂର ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଖୁସି ଦେଖିବାକୁ ମିଳିଥିଲା।

  • ୨୦ ହଜାର ଲାଞ୍ଚ ନେଇ ଫଶିଲେ ଆରଆଇ

    ୨୦ ହଜାର ଲାଞ୍ଚ ନେଇ ଫଶିଲେ ଆରଆଇ

    ଭିଜିଲାନ୍ସ ଜାଲରେ ବିଲେଇପଦା ଆରଆଇ ପିର୍ ଖାନ । ଜମିପଟ୍ଟା କରାଇଦେବା ବାବଦକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଯୋଡ଼ା ବ୍ଳକ, ମୁର୍ଗାବେଡା ଅଞ୍ଚଳର ଦୁବୁରାଜ ହେମ୍ରମ ଅନଲାଇନରେ ଜମିପଟ୍ଟା ଆବେଦନ କରିବା ପରେ ବି ଜମିପଟ୍ଟା ପାଇପାରୁନଥିଲେ । ଏନେଇ ବିଲେଇପଦା ଆରଆଇଙ୍କ ନିକଟରେ ବହୁବାର ନେହୁରା ହୋଇଥିଲେ । ତେବେ ଜମି ପଟ୍ଟା କରାଇ ଦେବା ପାଇଁ ସେ ଦୁବୁରାଜ ହେମ୍ରମଙ୍କ ଠାରୁ ୫୦ ହାଜର ଟଙ୍କା ଦାବି କରିଥିଲେ ।

    ଏନେଇ ଦୁବୁରାଜ, କେନ୍ଦୁଝର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଆରଆଇ ପିର୍ ଖାନ ନିଜ କାର୍ଯ୍ୟାଳୟରେ ଦୁବୁରାଜଙ୍କ ଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା । ଭିଜିଲାନ୍ସ ଟିମ୍ ଆର ଆଇଙ୍କୁ ନିଜ ହେପାଜତରେ ନେଇ ତଦନ୍ତ ଜାରୀ ରଖିଛନ୍ତି । ବଡ଼ବିଲ ତହସିଲ କଲୋନୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଏବଂ ତେଲକୋଇ ସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଛି ବୋଲି ସୂଚନା ରହିଛି ।

    ତେବେ ଯାଞ୍ଚ ପରେ ଆରଆଇଙ୍କ ଠାରୁ କେତେ କଣ ମିଳିଲା ସେନେଇ ସୂଚନା ମିଳିପାରିବ । ବାଲେଶ୍ଵର ଡିଏସପି, ଏସଏସ ପୂଜାରୀ, କେନ୍ଦୁଝର ଡିଏସପି ଡି. କେ. ନାଏକଙ୍କ ସମେତ ୬ ଜଣିଆ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ତେବେ ଘଟଣା ସମ୍ପର୍କରେ ଭିଲିଲାନ୍ସ ଡିଏସପି କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।

  • ଦିଲ୍ଲୀପ ସାମନ୍ତରାୟଙ୍କ ବିଳମ୍ବିତ ରାତିରେ ମୃତ୍ୟୁ

    ଦିଲ୍ଲୀପ ସାମନ୍ତରାୟଙ୍କ ବିଳମ୍ବିତ ରାତିରେ ମୃତ୍ୟୁ

    ହାଇଟେକ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି। ଗତ ରବିବାର ଦିନ ଦିଲୀପ ସାମନ୍ତ ରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ଘୋଷଣା ପରେ ମଞ୍ଚେଶ୍ୱର ଥାନା ପୋଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

    ପରିବାର ଲୋକ ମଧ୍ୟ ମୃତଦେହର ସତ୍କାର କରିଥିଲେ। କିନ୍ତୁ ଏହି ଘଟଣାରେ ଶୁକ୍ରବାର ଆସିଥିଲା ସାଙ୍ଘାତିକ ଟ୍ବିଷ୍ଟ। ଚିକିତ୍ସିତ ହେଉଥିବା ଜ୍ୟୋତିରଞ୍ଜନ ଭେଣ୍ଟିଲେଟରରୁ ବାହାରିବା ପରେ ନିଜକୁ ଦିଲ୍ଲୀପ ସାମନ୍ତରାୟ କହିବାରୁ ମୃତଦେହ ହସ୍ତାନ୍ତରରେ ସାଙ୍ଘାତିକ ଭୁଲ ହୋଇଥିବା ଜଣାପଡିଥିଲା। ଯେଉଁଥିପାଇଁ ଉଭୟ ପରିବାର ଙ୍କ ମାଧ୍ୟ୍ରେ ମେଡିକାଲରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

    ତେବେ ଅନ୍ୟପଟେ ଦିଲ୍ଲୀପଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଦିଲ୍ଲୀପଙ୍କ ପତ୍ନୀ ମୃତ୍ୟୁକୁ ବରଣ କରି ନେଇଛନ୍ତି। ଦୁଇଟି ପରିବାର ସମ୍ପୂର୍ଣ୍ଣ ଉଜୁ଼ଡି ଯାଇଛି ଏଭଳି ଅବହେଳାରୁ। ଏହା ପଛରେ କାହାର ଭୁଲ ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି।

  • ଲୁଟେରା ଚି଼ହ୍ନଟ ପରେ ମଧ୍ୟ ପୋଲିସ ନିରବତାକୁ ନେଇ ଏସପିଙ୍କ ଦ୍ବାରସ୍ଥ ସୀତାଂଶୁ

    ଲୁଟେରା ଚି଼ହ୍ନଟ ପରେ ମଧ୍ୟ ପୋଲିସ ନିରବତାକୁ ନେଇ ଏସପିଙ୍କ ଦ୍ବାରସ୍ଥ ସୀତାଂଶୁ

    ବ୍ୟାଙ୍କ ଆଗରୁ ୩ ଲକ୍ଷ ଝାମ୍ପିନେଲେ ଲୁଟେରା । ଥାନାରେ ଏତଲା ପରେ ପୋଲିସ ସନ୍ଦେହରେ ଦୁଇ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି କହୁଥିବା ବେଳେ କିନ୍ତୁ ଲୁଟର ଶିକାର ବ୍ୟକ୍ତି ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ ଲୁଟେରାଙ୍କୁ ଚି଼ହ୍ନଟ କରିଥିଲେ ମଧ୍ୟ ପୋଲିସର ନିରବତାକୁ ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ଏପରି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବିରୋଧରେ।

    ସୂଚନା ଅନୁଯାୟୀ, ଗତମାସ ୪ ତାରିଖ ଅପରାହ୍ନ ୧ଟା୩୦ରେ ଧାନ ବ୍ୟବସାୟୀ ସୀତାଂଶୁ ଶେଖର ବିଶ୍ବାଳ ଚାଷୀମାନଙ୍କ ଧାନ ଟଙ୍କା ଦେବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ନେଉଥିବା ବେଳେ ଅନ୍ୟ ଏକ ମୋଟର ସାଇକେଲରେ ତିନି ଜଣ ଆସି ସୀତାଂଶୁଙ୍କ ଗାଡ଼ିକୁ ଅଟକାଇ ଧାରୁଆ ଅସ୍ତ୍ର ତାଙ୍କ ବେକରେ ଲଗାଇ ବ୍ୟାଗ ଛଡାଇ ଆଖି ପିଛୁଳାକେ ରାଣୀଚାଲ ଆଡକୁ ଚାଲିଯାଇଥିଲେ।

    ସୀତାଂଶୁ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ୧୧୨କୁ ଫୋନ କରିଥିଲେ। ପୋଲିସ ତଦନ୍ତ କରି ୨ ଜଣଙ୍କୁ ଗିରଫ କରି ଥାନାରେ ରଖିଥିଲା। ସେମାନଙ୍କଠାରୁ ଦୁଇଟି ଖଣ୍ଡା ମଧ୍ୟ ଜବତ କରାଯାଇଥିଲା। ସୀତାଂଶୁ ମଧ୍ୟ ଅଟକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରିଥିଲେ। ଏସବୁ ସତ୍ତ୍ବେ ୧ ମାସ ବିତିଯାଇଥିଲେ ମଧ୍ଯ ପୋଲିସ ନିରବ ବସିଛି। ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ କିଛି ଫଳ ମିଳୁନାହିଁ। ଅନ୍ୟପଟେ ଚାଷୀମାନେ ସୀତାଂଶୁଙ୍କୁ ବସେଇ ଉଠେଇ ଦେଉନାହାନ୍ତି ଟଙ୍କା ପାଇଁ। ତେଣୁ ଏସପିଙ୍କ ନିକଟରେ ସୀତାଂଶୁ ଅଭିଯୋଗ କରିଛନ୍ତି। 7 ଦିନ ମଧ୍ୟରେ ଉଚିତ ନ୍ୟାୟ ନମିଳେ ଆସନ୍ତା 12 ତାରିଖରୁ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ସୀତାଂଶୁ |

    ଚରମ୍ପା ଟ୍ରକ୍ ଆସୋସିଏସନରେ ଥିବା ସି.ସି.ଟି.ଭିରେ ଲୁଟର ଚିତ୍ର କଏଦ ହୋଇଛି। ତଥାପି ପୋଲିସର ନିରବତା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେପଟେ ଏସପିଙ୍କ ନିକଟରେ ଅଭିଯୋଗ ପରେ କେବେ ସୀତାଂଶୁଙ୍କ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା.

  • ଜାଗା ମିଶନ ହୋଡିଂ ହଟାଇବାକୁ ନେଇ ଥାନାରେ ମାମଲା

    ଜାଗା ମିଶନ ହୋଡିଂ ହଟାଇବାକୁ ନେଇ ଥାନାରେ ମାମଲା

    ସରକାରଙ୍କ ଜାଗା ମିଶନ ହୋଡିଂ ହଟିବା ପରେ ଅଞ୍ଚଳରେ ଅସନ୍ତୋଷ। ହୋଡିଂ ହଟାଇଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଛି ଥାନାରେ ଅଭିଯୋଗ। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଥାନା ଆଗରେ ଏକତ୍ରୀତ ହୋଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜଗତସିଂହପୁର ପାରାଦୀପ ପୋର୍ଟ ଅଧୀନରେ ଥିବା ପିପିଏଲ ପୋଲିସ ଷ୍ଟେସନରେ ପିପିଏଲ କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଛି ଅଭିଯୋଗ ।

    ସୂଚନା ମୁତାବକ ପାରାଦ୍ୱୀପ ପୌରପାଳିକାର ୭ ନମ୍ବର ୱାର୍ଡ ଶାରଳା କଲୋନୀରେ ପୌରପାଳିକା ତରଫରୁ ଲଗାଯାଇଥିଲା ଜାଗା ମିଶନ ବୋର୍ଡ । ହେଲେ ଏହାକୁ ପିପିଏଲର ମାନବ ସମ୍ବଳ ଅଧିକାରୀ ସୁଧୀ ରଞ୍ଜନ ମିଶ୍ର କମ୍ପାନୀର ସିକ୍ୟୁରିଟି ଗାର୍ଡମାନଙ୍କୁ ଲଗାଇ ବାହାର କରିଥିଲେ। ଏହାକୁ ନେଇ ତେଜିଛି ଅସନ୍ତୋଷ। ପିରିଏଲ ଅଧିକାରୀ ବୋର୍ଡ ହଟାଇବା ସହ ଅଶ୍ଳୀଳ ଅଶ୍ଳୀଳ ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ କରାଯାଉଛି।

    ଏଥିସହ ୭ ନମ୍ବର ୱାର୍ଡର ପରିଷଦ ସରୋଜିନୀ ସାହୁଙ୍କ ସମେତ ଶତାଧିକ ଲୋକ ପିପିଏଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ବିକାଶର ସ୍ବପ୍ନ ଦେଖୁଥିବା ବେଳେ ପିପିଏଲ ସାର କାରଖାନାର ର ଜଣେ ବରିଷ୍ଠ ଅଧିକାରୀ ସରକାରଙ୍କ ଯୋଜନାର ବୋର୍ଡକୁ ଫୋପାଡିବାକୁ ନିନ୍ଦା କରାଯିବା ସହ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।

    ୭ ନମ୍ବର ୱାର୍ଡର ଶତାଧିକ ୱାର୍ଡ ବାସିନ୍ଦା ପୋଲିସରେ ଲିଖିତ ଅଭିଯୋଗ କରିବା ସହ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ଯଥାଶୀଘ୍ର ଦୋଷୀ କୁ ଦଣ୍ଡବିଧାନ ଦାବି କରିଛନ୍ତି l ଯଦି ଏହି ଘଟଣା ରେ ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତେବେ ଆଗାମୀ ଦିନରେ ୭ ନମ୍ବର ୱାର୍ଡ ବାସିନ୍ଦା ରାଜରାସ୍ତା କୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି l

  • ଲକ୍ଷ୍ମୀ ମାଝୀ ମୃତ୍ଯୁର ୧୫ ଦିନ ବିତି ଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ

    ଲକ୍ଷ୍ମୀ ମାଝୀ ମୃତ୍ଯୁର ୧୫ ଦିନ ବିତି ଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ

    ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଜିଲ୍ଲା ଆଦିବାସୀ ମହାସଂଘ ଡାକରାରେ ବନ୍ଦ ପାଳନ କରାଯାଉଛି । ମା’ ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ବନ୍ଦ ପାଳନ କରୁଛି । ପରିତାପର ବିଷୟ କି ଯେ,ଆଜିକୁ ୧୫ ଦିନ ହେଲା ପରେ ମଧ୍ୟ ଆସାମିକୁ ପୋଲିସ ଧରିବାରେ ବିଫଳ ହୋଇଛି । ଏଣୁ ଏହାର ପ୍ରଦିବାଦରେ ଏହି ଘଟଣାର ମୁଖ୍ୟ ଆସାମୀ ଓ ସହଯୋଗୀ ଦୋଷୀ ମାନଙ୍କୁ
    ଗିରଫ କରି ଫାଶୀଦଣ୍ଡ ଏବଂ ସ୍ବର୍ଗତ ଲକ୍ଷ୍ମୀଙ୍କୁ ନ୍ୟାୟ ଦେବା ଦାବୀରେ ଆଜି  ଆଦିବାସୀ ସମାଜ, କାଶୀପୁର ତରଫରୁ ବନ୍ଦ ପାଳନ କରାଯାଇଛି ।

    ତେବେ ଦେଖିବାକୁ ବାକି ରହିଲା କେବେ ମା ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେଉଛି

  • ବିଡିଓର ପରିଚୟ ଦେଇ ଇନ୍ଦିରା ଆବାସ ଗୃହ ପାଇଁ ୨୦ ହଜାର ଠକିନେଇଥିବା ଠକକୁ ଧରିଲା ପୋଲିସ

    ବିଡିଓର ପରିଚୟ ଦେଇ ଇନ୍ଦିରା ଆବାସ ଗୃହ ପାଇଁ ୨୦ ହଜାର ଠକିନେଇଥିବା ଠକକୁ ଧରିଲା ପୋଲିସ

    ବିଡିଓର ପରିଚୟ ଦେଇ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ ଟଙ୍କା ଚୋରି ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା।ଜିଲ୍ଲାର ଜଣା ଶୁଣା କୁଖ୍ୟାତ ଅପରାଧି ଇଶ୍ଵର ମହାଳିକଙ୍କୁ ଗିରଫ କରିଛି ପୋଲିସ ।ଏହା ସହ ତାର ମୁଖ୍ୟ ସହଯୋଗୀ ମଧ୍ୟ ପୋଲିସ ହାତରେ ଧରା ପଡ଼ିଛି। ଏବଂ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ୭୫ ଟି ମାମଲା ରହିଥିବା ବାଲେଶ୍ୱର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

    ସୁଚନା ଅନୁଯାୟୀ ନିଜକୁ ବିଡିଓର ପରିଚୟ ଦେଇ ଇନ୍ଦିରା ଆବାସ ଗୃହ ଦେବା ଆଳରେ ୨୦ ହଜାର ଠକି ନେଉଥିବା ଡିସେମ୍ବର ୩୦ ତାରିଖ ରେ ପଣ ପଣା ଅଞ୍ଚଳର ସୁଲୋଚନା ପ୍ରଧାନ ଖନ୍ତାପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ତେବେ ଏହି ଘଟଣାର ତଦନ୍ତ କରି ବାଲେଶ୍ଵର ସଦର ଏସଡିପିଓ ଏବଂ ଖନ୍ତାପଡା ପୁଲିସ୍ ଘଟଣାରେ ମୁଖ୍ୟ ସଂପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।