Category: ମୁଖ୍ୟ ଖବର

  • ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କୁ ଝଟକା ଦେଲେ ଫ୍ରାନ୍ସର ବର୍ଣ୍ଣାର୍ଡ ଆର୍ନଲ୍ଟ

    ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କୁ ଝଟକା ଦେଲେ ଫ୍ରାନ୍ସର ବର୍ଣ୍ଣାର୍ଡ ଆର୍ନଲ୍ଟ

    କିଛକ୍ଷଣ ମଧ୍ୟରେ ସବୁ ହୋଇଗଲା ଓଲଟପାଲଟ । ଏଲୋନ ମସ୍କଙ୍କୁ ପଛରେ ପକାଇଲେ ଫ୍ରାନ୍ସର ବର୍ଣ୍ଣାର୍ଡ ଆର୍ନଲ୍ଟ । ଏଥିସହିତ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ପାଲଟିଛନ୍ତି ଆର୍ନଲ୍ଟ । ଫୋବର୍ସ ମୁତାବକ, ନେଟଓ୍ବର୍ଥରେ ଅହେତୁକ ବୃଦ୍ଧି ସହିତ ସେ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ଅଚାନକ ଆର୍ନଲ୍ଟଙ୍କ ସମ୍ପତ୍ତି ବଢି ୨୦୭.୬ ଆରବ ଡଲାରରେ ପହଞ୍ଚିଯାଇଛି ।

    ସେହିପରି ବ୍ଲୁମବର୍ଗ ଅନୁଯାୟୀ, ଆର୍ନଲ୍ଟଙ୍କ ସମ୍ପତ୍ତିରେ ଏକା ଥରକେ ୧୮.୬ ଆରବ ଡଲାରର ବୃଦ୍ଧି ଘଟିଛି । ଏଲନ ମସ୍କଙ୍କ କମ୍ପାନୀ ଟେସଲା ଘାଟାରେ ଚାଲିଥିବା ବେଳେ ନେଟ ଓ୍ବର୍ଥ ୨୦୪.୭ ଆରବ ଡଲାରରେ ପହଞ୍ଚି ଯାଇଛି । ଅର୍ଥାତ ଦୁଇ ଜଣ ଆରବ ପତିଙ୍କ ମଧ୍ୟରେ ୨.୯ ଆରବ ଡଲାରର ବ୍ୟବଧାନ ରହିଛି ।

    ବିଶ୍ବର ଧନୀ ତାଲିକରେ ବର୍ଣ୍ଣାର୍ଡ ଆର୍ନଲ୍ଟ ୨୦୭.୬ ଆରବ ଡଲାର ସହିତ ଏକ ନମ୍ବରରେ ଥିବା ବେଳେ ଏଲନ ମସ୍କ ୨୦୪.୭ ସହ ଦିତୀୟ ଏବଂ ତାଙ୍କ ପଛକୁ ୧୮୧.୩ ଆରବ ଡଲାର ସହିତ ଜେଫ୍ ବେଜୋସ ରହିଛନ୍ତି ତୃତୀୟରେ । ସେହିପରି ଲେରିଏଲିସନଙ୍କ ୧୪୨.୨ ଆରବ ଡଲାର, ମାର୍କ ଜୁକରରବର୍ଗ ୧୩୯.୧ ଆରବ ଡଲାର, ଓ୍ବାରେନ ବଫେଟ ୧୨୭.୨ ଆରବ ଡଲାର, ଲେରୀ ପେଜ୍ ୧୨୭.୧ ଆରବ ଡଲାର, ବିଲ ଗେଟ୍ସ ୧୨୨.୯ ଆରବ ଡଲାର, ସର୍ଗେଇ ବ୍ରିନ ୧୨୧.୭ ଆରବ ଡଲାର ଏବଂ ଷ୍ଟିବ ବାଲ୍ମର ୧୧୮.୮ ଆରବ ଡଲାର ସହିତ ପଛକୁ ରହିଛନ୍ତି ।

    ସେହିପରି ଭାରତର ଦୁଇ ଉଦ୍ୟୋଗପତି ମୁକେଶ ଆମ୍ବାନୀ ଏବଂ ଗୌତମ ଆଦାନୀଙ୍କ ନାଁ ଟପ ୧୦ ଲିଷ୍ଟରେ ନାହିଁ । ୧୦୪.୪ ଆରବ ଡଲାର ସହିତ ମୁକେଶ ଆମ୍ବାନୀ ଦୁନିଆର ସବୁଠୁ ଧନା ତାଲିକାରେ ୧୧ ତମ ସ୍ଥାନରେ ରହିଛନ୍ତି । ସେହିପରି ଗୌତମ ଆଦାନୀ ଗୋଟିଏ ପରେ ଗୋଟିଏ ଝଟକା ଖାଇ ୯୧.୬ ଆରବ ଡଲାର ସହିତ ୧୪ ନମ୍ବରକୁ ଖସିଆସିଛନ୍ତି ।

  • ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା

    ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା

    ବରଗଡ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀ ଗ୍ରାମର ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କୁ ନୃତ୍ୟକଳା ସାଧନା ଓ ପ୍ରଚାରପ୍ରଶାର ନିମନ୍ତେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା । ଶ୍ରୀ ପ୍ରଧାନଙ୍କ ଜନ୍ଣ ଏକ ମଧ୍ୟବିତ୍ତ କୃଷକ ପରିବାରରେ। ପିଲାଟିବେଳୁ ନୃତ୍ଯ କଳା ପ୍ରତି ରହିଛି ଦୁର୍ବଳତା । ପିତା ସୋର୍ଗୀୟ ବଂଶୀଧର ପ୍ରଧାନଙ୍କ ତତ୍ତ୍ଵାଧାନରେ ନୃତ୍ୟଶିକ୍ଷା ଆରମ୍ବ କରିଥିଲେ ସେ । ୧୯୭୪ ମସିହାରେ କୁମ୍ଭାରୀ ସ୍ଥିତ ବ୍ରଜେଶ୍ଵରୀ ନୃତ୍ୟ କଳା ସଂସଦରେ ଶବ୍ଦ ଗୁରୁ ଭାବରେ ନିଯୁକ୍ତି ପାଇବା ସହ ଅଦ୍ୟାବଧି ଶତାଧିକ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେଇ ଆସୁଥିବା ବେଳେ ବର୍ତ୍ତମାନ ମଧ୍ୟ ନୃତ୍ୟଶିକ୍ଷା ଦାନରେ ବ୍ରତି ରହିଆସିଛନ୍ତି। ୧୯୫୪ ରେ ଲୋକସମ୍ପର୍କ ବିଭାଗ ତରଫରୁ ଭୁବନେଶ୍ବରରେ ନିଜେ ନୃତ୍ୟ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ୨୦୦୦ରେ ସଙ୍ଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରରୁ ତମ୍ବ୍ରପତ୍ର ସହ ସମ୍ମାନିତ ହୋଇଥିବାବେଳେ ଓଡ଼ିଶା ସାମ୍ବାଦିକ ୟୁନିଅନ ତ୍ରୟୋଦଶିହିବାର୍ଷିକ ୨୦୦୩ ସମ୍ମିଳନୀ ତରଫରୁ ଭୁବନେଶ୍ବରରେ ମାନପତ୍ର ସହ ସମ୍ମାନିତ ମଧ୍ଯ କରାଯାଇଛି । ଖାଲି ସେତିକିନୁହେଁ ବିଭିନ୍ନ ଅନୁଷ୍ଠାନଠାରୁ ଆରମ୍ବକରି ଖବର କାଗଜ ପର୍ଯ୍ଯନ୍ତ ତାଙ୍କର ଚର୍ଚ୍ଚା ହୁଏ

    ତେବେ ବର୍ତମାନ ତାଙ୍କୁ ୮୬ ବର୍ଷ ବୟସ ହେଉଥିବାବେଳେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଅଞ୍ଚଳର ଲୋକ କଳାକାର, ନୃତ୍ୟାଙ୍ଗନା, ନାଟ୍ୟ କଳାକାର ନୃତ୍ୟ ବିଶାରଦ ପ୍ରମୁଖଙ୍କ ସହ ବହୁ କଳାପ୍ରେମୀମାନେ କୃତଜ୍ଞତା ଜଣାଇଛନ୍ତି। ଓ ବରପାଲି ବ୍ଲକ ଅଞ୍ଚଳରେ ଓ କଳା ଗ୍ରାମ କମ୍ଭାରି ଗ୍ରାମରେ ସମାର୍ଦ୍ଧନା ସହ ଆନନ୍ଦର ଲହରୀ ଖେଳି ଯାଇଛି।

  • ଡେରାବିଶ ଅଞ୍ଚଳରେ ଭକ୍ତି ମୟ ପରିବେଶ ସୃଷ୍ଟି

    ଡେରାବିଶ ଅଞ୍ଚଳରେ ଭକ୍ତି ମୟ ପରିବେଶ ସୃଷ୍ଟି

    କେନ୍ଦ୍ରାପଡା ଡେରାବିଶ ଅରତାମୂଳ ଇଚ୍ଛା ବିହାରୀ କ୍ଷେତ୍ର ରାମ ମନ୍ଦିର ପରିସରରେ ତିନି ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଯାଇଛି. ବିଶ୍ୱଶାନ୍ତି ମହାଯଜ୍ଞରେ ଡେରାବିଶର ଲୁଣା ନଦୀ ତଟସ୍ତ ତିନି ପଞ୍ଚାୟ ବାରିମୂଳର ଶତାଧିକ ଭକ୍ତ ଯଜ୍ଞ ରେ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଆଶ୍ରିବାଦ ନେଇଥିଲେ.ଇଚ୍ଛା ବିହାରୀ କ୍ଷେତ୍ରରେ ଆଜକୁ ପ୍ରାୟ ୬ ବର୍ଷ ଧରି ମହାଜଜ୍ଞ ଅନୁଷ୍ଠିତ ହୋଇ ଆସୁଛି.ତ୍ରିଦିନାତ୍ମକ ଯଜ୍ଞରେ ଅଙ୍କୁରାର୍ପଣ ଠାରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଶ୍ରୀରାମଙ୍କ ରୀତି ନୀତି ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଥିଲା. ଓଡିଶାର କୁନି ପ୍ରବୋଚକ ଭାବେ ଖ୍ୟାତ କେଶବ ଦାସ ଦ୍ବିତିକୃଷ୍ଣ ମହାଯଜ୍ଞ ପରିସରରେ ନିଜ ପ୍ରବୋଚନ ଦେଇ ଭାଗବତ, ଗୀତା ସମ୍ପର୍କିତ ସାରମର୍ସରେ ଧର୍ମ ବାଣୀ ଆଲୋଚନା କରିଥିଲେ.

    ତେବେ କୁନି ପ୍ରବଚକଙ୍କ ଠାରୁ ପ୍ରବଚନ ଶୁଣିବାକୁ ଶତାଧିକ ଭକ୍ତ ଙ୍କ ସାମଗମ ହୋଇଥିଲା. ସମଗ୍ର ଅଞ୍ଚଳ ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା

  • ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ମେଡିକାଲ ପହଞ୍ଚାଇଲେ ବିଧାୟକ

    ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ମେଡିକାଲ ପହଞ୍ଚାଇଲେ ବିଧାୟକ

    କେନ୍ଦୁଝର ଜିଲ୍ଲାର ୨୦ ନଂ ଜାତୀୟ ରାଜପଥ ଘଟଗାଁ ବ୍ଳକ ମେଲଣ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଅଜଣା ଗାଡି ଧକ୍କାରେ ମାର୍ଶାପାଳ ଗ୍ରାମର ଯୁବକ ଗୁରୁତର ହୋଇ ରାସ୍ତାର ପଡିରହିଥିଲେ। ଘସିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ମେଲଣ ନିକଟସ୍ଥ ରଙ୍ଗମାଟିଆ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇ ତାଙ୍କ ବାସଭବନ ଘସିପୁରା ବ୍ଳକ ଗଡ଼ବାନ୍ଦଗୋଡ଼ାକୁ ଫେରୁଥିବାବେଳେ ଯୁବକ ଜଣଙ୍କ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ନକରି ତାଙ୍କ ଗାଡ଼ିରେ ଡ୍ରାଇଭର, ସୁରକ୍ଷାକର୍ମା ଓ ସ୍ଥାନିୟ ଲୋକଙ୍କ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଯୁବକଙ୍କର ଚିକିତ୍ସା ଚାଲିଥିବା ବେଲେ କିପରି ଯୁବକଙ୍କର ଉତ୍ତମ ଚିକିତ୍ସା ହେବ ସେନେଇ ମେଡିକାଲ ଅଧିକ୍ଷକଙ୍କ ଆଲୋଚନା କରିଛନ୍ତି।ତେବେ ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶସାଂ ପାଉଛି।

  • ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ

    ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ

    ୧୧ ଦିନ ଧରି ଚାଲିଥିବା ୭୬ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ହୋଇ ପାପର କ୍ଷୟ ହୋଇଛି ମଥୁରାନଗରୀକୁ କୃଷ୍ଣ, ବଳରାମ ପାଦ ଦେଲା ପରେ ସମଗ୍ର ମଥୁରାବାସୀ ଆନନ୍ଦିତ ହୋଇଛନ୍ତି । କୃଷ୍ଣ, ବଳରାମ ନଗର ପରିଭ୍ରମଣ ସମୟରେ ମଥୁରାବାସୀ ଘରେ ଘରେ ସୁନ୍ଦର ଝୋଟି ଆଙ୍କି କଳସ ସ୍ଥାପନ କରି ଧୂପ, ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ଘଣ୍ଟ, ଶଙ୍ଖ, ସଂକିର୍ତ୍ତନ ତାଳେ ତାଳେ ସମଗ୍ର ମଥୁରାନଗରୀ ଉତ୍ସବମୁଖର ଉଠିଛି । କୃଷ୍ଣ, ବଳରାମ ରଥାରୁଢ଼ ହୋଇ ମଥୁରାନଗରୀ ପରିଭ୍ରମଣ କରିବା ପରେ ଶିବଧନୁ ଭାଙ୍ଗିଥିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ । ହରିବୋଲ, ହୁଲହୁଲି, ଶଙ୍ଖ, ଘଣ୍ଟବାଦ୍ୟରେ ମୁଖରିତ ହୋଇଥିଲା ସମଗ୍ର ପରିବେଶ । ଶ୍ରୀକୃଷ୍ଣ ଓ ବଳରାମଙ୍କ ସହ ଗୋପ ବାଳକଙ୍କ ନାଚଗୀତରେ ବିଭୋର ହୋଇଥିଲେ ମଥୁରାବାସୀ ।

    ଶିବଧନୁ ଭାଙ୍ଗିବା ପରେ କୃଷ୍ଣ, ବଳରାମ ଛୁଟି ଯାଇଥିଲେ କଂସ ମହାରାଜାଙ୍କ ରାଜଦରବାରକୁ । ରାଜଦରବାର ପହଞ୍ଚିବା ପୂର୍ବରୁ ଦ୍ବାରଦେଶରେ କୁବଳୟା ହାତୀ ଓ ପରେ ଅଷ୍ଟମଲ୍ଲଙ୍କ ସହ ଲଢ଼େଇ ହୋଇଥିଲା । କୃଷ୍ଣ, ବଳରାମ କୁବଳୟା ହସ୍ତୀ ଓ ଅଷ୍ଟମଲ୍ଲଙ୍କୁ ବଧ କରି କଂସ ମହାରାଜାଙ୍କ ଦରବାରକୁ ପହଞ୍ଚିଥିଲେ । ସେଠାରେ ମାମୁ କଂସ ଓ ଭଣଜା ଶ୍ରୀକୃଷ୍ଣଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ପରାସ୍ତ ହୋଇ ଶେଷରେ ମହାରାଜା କଂସ ମଞ୍ଚରୁ ଖସି ମୃତ୍ୟୁବରଣ କରିଥିଲେ । ସେପଟେ କାରାଗାରେ ବନ୍ଦୀ ଥିବା ମାତା ଦେବକୀ ଓ ପିତା ବସୁଦେବଙ୍କୁ ଉଦ୍ଧାର କରିଥିଲେ ବେନି ଭାଇ ଶ୍ରୀକୃଷ୍ଣ, ବଳରାମ । କଂସଙ୍କ ମୃତ୍ୟୁ ପରେ ସମଗ୍ର ମଥୁରାନଗରବାସୀ କଂସ ରାଜାର ବଂଶ ବୁଡ଼ୁ, କଂସ ମଲେଁ ଖାଏମା ଲଡ଼ୁ ବୋଲି କହି ଆନନ୍ଦରେ ନାଚି ଉଠିଥିଲେ ।

    ଏଫଭିଓ-ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ଓ ପାପର କ୍ଷୟ ବାର୍ତ୍ତା ନେଇ 76ତମ ଧନୁଯାତ୍ରା ମହୋତ୍ସବ ସମ୍ପନ୍ନ ହୋଇଥିବା ବେଳେ ଆରବର୍ଷକୁ ଅପେକ୍ଷା କରିଛନ୍ତି ସମଗ୍ର ମଥୁରାନଗରୀ ଓ ଗୋପପୁରବାସୀ ।

  • ଧୁମଧାମରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ

    ଧୁମଧାମରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ

    ଆଜି 75 ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ବେଶ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର କୋଣଅନୁକୋଣରେ ମଧ୍ୟ ବେଶ ଧୁଧାମରେ ପାଳନ କରାଯାଇଛି । ଆଜି ସକାଳେ ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ। ଏହି ପରେଡର ନେତୃତ୍ବ ନେଇଥିଲେ ଯୁବ ଆଇପିଏସ ଅଫିସର ଏ ବି ଶିଳ୍ପା। ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସାମରିକ ପ୍ରତିରକ୍ଷା ଏବଂ ଅନ୍ୟ ସେବା ବିଭାଗର ମୋଟ ୧ ହଜାର ୩୨ ଜଣ କର୍ମଚାରୀଙ୍କୁ ବୀରତ୍ବ ପୁରସ୍କାର ଏବଂ ସେବା ପଦକରେ ସମ୍ମାନିତ କରାଯାଇଛି।

    ସେହିପରି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପ୍ୟାରେଡ ଅନୁଷ୍ଠିତ ହୋଇଛି । ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିଥିଲେ। ପରେଡ଼ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସମାରୋହରେ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା,ଏକତା, ପ୍ରଗତି ଏବଂ ସାମରିକ ଶକ୍ତି ପ୍ରଦର୍ଶନ କରାଯାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

  • ସ୍ୱାସ୍ଥ୍ୟ ସେବାରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ଏମ୍ସ୍

    ସ୍ୱାସ୍ଥ୍ୟ ସେବାରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ଏମ୍ସ୍

    ଓଡିଶାରେ ପ୍ରଥମ ଥର ଡ୍ରୋନ ଯୋଗାଇବ ସ୍ବସ୍ଥ୍ଯ ସେବା । ଜରୁରୀ କାଳିନ ସ୍ଥିତି ହେଉ ବା କୈ।ଣସି ଦୁର୍ଗମ ଅଞ୍ଚଳ ହେଉ , ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଥିଲେ ଚଟାପଟ୍ ସ୍ୱାସ୍ଥ୍ୟ ସେବା ଯୋଗାଇବ ଡ୍ରୋନ । ! ସେଥିପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲ ପକ୍ଷରୁ ଏକ ଟ୍ରାଏଲ୍ ରନ୍ ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ରକ୍ତ ହେଉ ବା ମେଡିସିନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯୋଗାଇ ଦିଆଯିବ । ଗତକାଲି ଏହି ଡ୍ରୋନ୍ କ୍ୟାମେରା ଦ୍ୱାରା ଟ୍ରାଏଲ୍ ରନ୍ ସଫଳ ହୋଇଛି । ଦୀର୍ଘ ୬୦/୭୦ କିଲୋମିଟର ରାସ୍ତାକୁ ଅତିକ୍ରମ କରି ସଫଳ ହୋଇଛି ଡ୍ରୋନ୍ କ୍ୟାମେରା । ଭୁବନେଶ୍ୱର ଏମ୍ସ ମେଡିକାଲ ରୁ ଏକ ରକ୍ତ ୟୁନିଟ ପ୍ୟାକେଟ୍ ଧରି ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲା ଏହି ଡ୍ରୋନ୍ କ୍ୟାମେରା , ପୁଣି ଟାଙ୍ଗୀ ସରକାରୀ ମେଡିକାଲ ରୁ ଆଉ ଏକ ୟୁନିଟ ରକ୍ତ ଧରି ଡ୍ରୋନ୍ କ୍ୟାମେରା ଭୁବନେଶ୍ବର ରେ ପହଞ୍ଚିବାରେ ସଫଳତା ପାଇଛି ବୋଲି ଟାଙ୍ଗୀ ଡାକ୍ତରଖାନାର ସୁପରିନ୍-ଟେଣ୍ଡେଟ୍ ସୂଚନା ଦେଇଛନ୍ତି ।

    Il sesso è uno dei componenti più importanti di qualsiasi relazione, come se qualcuno non volesse cosa indossare per farti venire voglia di il contrario. Se tutto è buono a letto – ci sarà anche armonia nella relazione. Ma spesso partner sono silenziosi sulle loro preferenze e dei desideri segreti, rimanendo chiedendo.

  • ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

    ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

    ଗୋପପୁର ଛାଡ଼ି ମଥୁରାନଗରୀରେ ପହଞ୍ଚିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ । କୃଷ୍ଣ, ବଳରାମଙ୍କ ଆଗମନକୁ ନେଇ ସମଗ୍ର ମଥୁରାନଗରୀ ହୋଇଛି ଉତ୍ସବ ମୁଖର । ବେନିଭାଇଙ୍କ ଦର୍ଶନ ପାଇଁ ସମସ୍ତଙ୍କ ମନ ଉଚ୍ଛନ୍ନ । ମଥୁରାନଗରୀ ପରିଭ୍ରମଣ ସମୟେ ବେନି ଭାଇଙ୍କୁ ଘରେ ଘରେ କରାଯାଇଥିଲା ଭବ୍ୟ ସ୍ବାଗତ ଓ ପୂଜାର୍ଚ୍ଚନା । ନଗର ପରିଭ୍ରମଣ ସମୟରେ କୃଷ୍ଣ, ବଳରାମଙ୍କ ସହ ସୁଦାମା ମାଳି ଓ ରଜକଙ୍କ ହୋଇଛି ସାକ୍ଷାତ । । ସେପଟେ ଶ୍ରୀକୃଷ୍ଣଙ୍କ ମଥୁରା ଆଗମନ ପରେ ଗୋପପୁର ହୋଇଛି ଖାଁ ଖାଁ । ଝୁରୁଛି ଯମୁନା, ଝୁରୁଛି କଦମ୍ବ ବଣ । ଶ୍ରୀକୃଷ୍ଣଙ୍କ ଆଉ ବାଜିବନୀ ବଂଶୀ କି ନାଚିବେନି ରାଧା ଓ ଗୋପୀ ଗୋପାଙ୍ଗନା । ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ମାତା ଯଶୋଦାଙ୍କ ସହିତ ସମଗ୍ର ଗୋପପୁରବାସୀ କରୁଛନ୍ତି ବିଳାପ ।

    ଅଟ୍ଟହାସ୍ୟରେ କମ୍ପୁଛି ମଥୁରନଗରୀ । କୁବଳୟା ହାତୀ ପିଠିରେ ବସି ମହାରାଜା କଂସ କରିଥିଲେ ଦିଗବିଜୟ । ରାଜଦରବାରରେ ଶ୍ରୀକୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ କରିଛନ୍ତି ଷଡ଼ଯନ୍ତ୍ର । ପାତ୍ରମନ୍ତ୍ରୀଙ୍କ ବାହୁବଳ ଦେଖି ମହାରାଜା କଂସ ନୃତ୍ୟଗୀତରେ ମଜ୍ଜି କରିଛନ୍ତି ସୁରାପାନ । ରାତିରେ ଶୋଇବା ବେଳେ ହୋଇଛି ସ୍ବପ୍ନ । ମହାରାଜା କଂସ ସ୍ବପ୍ନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟରୂପ ଦର୍ଶନ କରିବା ସହ ଭଣଜା କୃଷ୍ଣଙ୍କ ସହ ହୋଇଛି ଯୁଦ୍ଧ । ଭଣଜାଙ୍କ ସହ ଯୁଦ୍ଧରେ କଂସଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ କୋଳରେ ଶ୍ରୀକୃଷ୍ଣ ଖେଳିବା ଦେଖି ହୋଇଛନ୍ତି ଭୟଭୀତ।ତେବେ ଉପଜିଲ୍ଲାପାଳ ମଧ୍ଯ ବରଗଡ ଧନୁଯାତ୍ରାକୁ ମନଭରି ଉପଭୋଗ କରିଛନ୍ତି

    ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ

  • ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀକୁ ପଟି ପିଟି ମାରିଦେଇଥିବା ଅଭିଯୋଗ

    ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଥିବା ‘ବାସ୍ତବ’ ନିଶା ନିବାରଣ କେନ୍ଦ୍ର ନାଁରେ ସାଂଘାତିକ ଅଭିଯୋଗ । ନିଶା ଛଡ଼ାଇବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିବା ଯବକଙ୍କ ମୃତ୍ୟୁ ।

    ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । କିନ୍ତୁ, ଏବେ ମିଳିଛି କ୍ଷତାକ୍ତ ମୃତଦେହ । ଶରୀରରେ ଗଭୀର ଆଘାତର ଚିହ୍ନ ଲାଗିଥିବାବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ରେ ଥିବା ‘ବାସ୍ତବ’ ନିଶା ନିବାରଣ କେନ୍ଦ୍ର ନାଁ ରେ । ସୁଚନା ଅନୁଯାୟୀ ଯାଜପୁର ଜିଲ୍ଲା ହରିପୁର ଗାଁ ର କେଦାରନାଥ ପରିଡାଙ୍କ ପରିବାର ଲୋକେ ଗତ ୪ ତାରିଖ ଦିନ ବାସ୍ତବ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିଛିଦିନ ତଳେ ପରିବାର ଲୋକେ ଆସିଥିବା ବେଳେ ତାଙ୍କୁ ସିସିଟିଭି ଜରିଆରରେ କେଦାରନାଥଙ୍କୁ ଦେଖାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ତେବେ ଗତକାଲି ସେ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ , ପରେ କେଦାରନାଥଙ୍କ ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା ନେଇ ଜଣାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ପରିବାର ଲୋକେ ଆସି ଦେଖିଥିଲେ ଯେ କେଦାରନାଥଙ୍କ ମୃତ୍ୟୁହୋଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି ଯାହାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବର ଲୋକେ । । ଘଟଣା କୁ ନେଇ ନିଶା ନିବାରଣ କେନ୍ଦ୍ର ର କର୍ତ୍ତୃପକ୍ଷ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

    ତେବେ ନିଶା ନିବାରଣ କେନ୍ଦ୍ରର ମାଲିକ ନିରଞ୍ଜନ ସାହୁ ଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ପଡିଛି । ଅନ୍ୟପଟେ ଅନ୍ୟ ଅନ୍ତେବାସୀ ମାନଙ୍କ ଉପରେ ଅତ୍ୟାଚାର ତଥା ଶାରୀରିକ ନିର୍ଯାତନା ହେଉଥିବା କଥା କହିଛନ୍ତି ଅନ୍ତେବାସୀ ।

  • ସୋନପୁରରୁ ଆସିଲା ଦାଦନ ମୃତ୍ୟୁର କରୁଣ ଚିତ୍ର

    ସୋନପୁରରୁ ଆସିଲା ଦାଦନ ମୃତ୍ୟୁର କରୁଣ ଚିତ୍ର

    ରାଜ୍ୟରେ ଥମିବାର ନାମ ନେଉନି ଦାଦନ କଷଣ । ପେଟପାଟଣା ପାଇଁ ପରରାଇଜକୁ ଦାଦନ ଖଟିବାକୁ ଯାଇ ଫେରିଛି ବ୍ୟକ୍ତିଙ୍କ ମୃତଦେହ। ଗାଁରେ ମୃତଦେହ ପହଞ୍ଚିବା ପରେ ସମଗ୍ର ଗାଁ ଶୋକସାଗରରେ ବୁଡିଯାଇଥିଲା। କାନ୍ଦବୋବାଳିରେ ଫାଟିପଡିଥିଲା ପୂରା ଗାଁ। କିଏ ଭାଇ କୁଆଡେ ଗଲୁ କହି ବାହୁନି କାନ୍ଦୁଛି ତ ପୁଣି କିଏ ଗୁମୁରି ଗୁମୁରି ଲୁହ ଗଡଉଛି। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରୁ।

    ସୂଚନା ମୁତାବକ, ଡୁଙ୍ଗୁରିପାଲି ବ୍ଲକ କପାସିରା ଗାଁର ରଘୁ ଛତି ଜଣେ ଗରିବ ମଣିଷ। ପୁଅ ନୃପତି ବଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୌଣସି କାମ ନ ପାଇ ଗାଁ ଭୂମି ଛାଡି ଚାଲିଯାଇଥିଲେ ତାମିଲନାଡୁ। ସେଠାରେ ଅନେକ ବର୍ଷ ହେବ ସେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ। ଯାହା ରୋଜଗାର କରୁଥିଲେ, ତାର ସିଂହଭାଗ ଗାଁକୁ ପଠାଇ ଯେନତେନ ପ୍ରକାରେ ସେଠାରେ ଚଳିଯାଉଥିଲେ। ହେଲେ ବୁଧବାର ଦିନ ସେଠାରେ ସେ ରହୁଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

    ଗୁରୁବାର ରାତିରେ ଏକ ଆମ୍ବୂଲାନ୍ସରେ ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ଖେଳିଯାଇଥିଲା। ସ୍ଥାନୀୟ ରୀତିନୀତି ଅନୁଯାୟୀ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେପଟେ ସୁବର୍ଣ୍ଣପୁର ଜିଲା ଶ୍ରମ ଅଧିକାରୀ ଡିଲେଶ୍ବର ଶାଖା କପାସିରାରେ ପହଞ୍ଚି ମୃତ ନୃପତି ଛତିଙ୍କ ପରିବାରକୁ ଭେଟିଥିଲେ। ଏହା ସହ ୨୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି।

    ତେବେ ପ୍ରଶାସନିକ ତତ୍ପରତାକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ, ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇ ଦେଉନଥିବା ରାଜ୍ୟ ସରକାର, ନିର୍ବାଚନ ପାଇଁ ତତ୍ପର ହୋଇଛନ୍ତି ସିନା ଦାଦନ କଷଣ ଦୂର କରୁ ନାହାନ୍ତି। ରାଜ୍ୟରେ କେହି ଦାଦନ ଖଟିବାକୁ ଯାଉନଥିବା ସରକାରୀ ତଥ୍ୟକୁ ମିଛ ପ୍ରମାଣିତ କରିଛି ନୃପତିଙ୍କ ମୃତ୍ୟୁ। ଅନ୍ୟପଟେ, ରୋଜଗାରିଆ ପୁଅର ମୃତ୍ୟୁ ପରେ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତାରେ ପରିବାର।