Category: ମୁଖ୍ୟ ଖବର

  • ମୃତ ହାତୀଶାବକ ଜବତ ପରେ ଘଟଣାର ତଦନ୍ତ ଆରମ୍ଭ କଲା ବନବିଭାଗ

    ମୃତ ହାତୀଶାବକ ଜବତ ପରେ ଘଟଣାର ତଦନ୍ତ ଆରମ୍ଭ କଲା ବନବିଭାଗ

    କେନ୍ଦୁଝର ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅନ୍ତର୍ଗତ ଦଡୁଆଁ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଜନ୍ମ ପରେ ଏକ ହାତୀ ଶାବକର ସନ୍ଦେହ
    ଜନ କ ମୃତ୍ୟୁ ଘଟିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୨ଟା ସମୟରେ ଉକ୍ତ ଗ୍ରାମରେ ମାଈ ହାତୀଟି ଏକ ଶାବକକୁ ଜନ୍ମ ଦେଇଥିଲା। ମାତ୍ର ଶାବକ ହାତୀଟିର ଆଜି ସକାଳେ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳଇଛି ।

    ବନ ବିଭାଗ ଶାବକ ର ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି

  • ବର୍ବରତାର ସୀମା ଅତିକ୍ରମ: ଚଳନ୍ତା କାରରେ ତିନି ଘଣ୍ଟା ଧରି ଗଣ ଦୁଷ୍କର୍ମ

    ବର୍ବରତାର ସୀମା ଅତିକ୍ରମ: ଚଳନ୍ତା କାରରେ ତିନି ଘଣ୍ଟା ଧରି ଗଣ ଦୁଷ୍କର୍ମ

    ଚାରିଜଣ ଦୃବୁତ ଶନିବାର ସନ୍ଧ୍ୟା ୭ ଟାରେ ହିରାନଗରରୁ ଜଣେ ଝିଅକୁ ଅପହରଣ କରି ଚଳନ୍ତା କାରରେ କରିଥିଲେ ଦୁଷ୍କର୍ମ। ଝିଅଟି ଚିତ୍କାର ପରେ ଚିତ୍କାର କରି ଚାଲିଥିଲା ​​କିନ୍ତୁ ତା ସ୍ୱର କାରର ବନ୍ଦ ଝରକାର କାଚରେ ଚାପି ହୋଇ ରହିଗଲା | ପରେ ଝିଅଟିକୁ ମୁଖାନି ଛକରେ ଫୋପାଡ଼ି ଫେରାର ହୋଇଯାଇଥିଲେ। ହିରାନଗର ପୋଲିସ କହିବା ଅନୁଯାୟୀ ଝିଅର ଅଭିଯୋଗ ଉପରେ ୪ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ତଦନ୍ତ ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଦିଆଯାଇଥିବାବେଳେ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି।

    ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁଖାନି ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଜଣେ ୨୨ ବର୍ଷର ଝିଅ ପାଲମ ନଗର ପାଇଁ ପ୍ରାୟ ସାତଟା ବେଳେ ତାଙ୍କ ଘରୁ ବାହାରି ଯାଇଥିଲେ | ସେ ଇ-ରିକ୍ସା ଦେଇ ସୁଶୀଲା ତିୱାରୀ ଡାକ୍ତରଖାନା ନିକଟରେ ଓହ୍ଲାଇଥିଲେ। ତାଙ୍କ ଭାଇ ତାଙ୍କୁ ନେବାକୁ ସେଠାକୁ ଆସିବାର ଥିଲା। ଯେତେବେଳେ ସେ ଦୀର୍ଘ ସମୟ ଧରି ଆସିନଥିଲେ, ସେ ତାଙ୍କ ମା’ଙ୍କୁ ଫୋନ କରିଥିଲେ, କିନ୍ତୁ ସେ କଲ୍ ର ଉତ୍ତର ନଦେବାରୁ , ସେ ଚାଲିକି ହିରାନଗର ଛକ ନିକଟରେ ପହଞ୍ଚିଥିଲେ |

    ଏହି ସମୟରେ ଏକ କାର ତାଙ୍କ ନିକଟରେ ଅଟକି ଥିଲା ଯେଉଁଥିରେ ଚାରି ଜଣ ଲୋକଥିଲେ | ସେମାନେ ଝିଅଟିକୁ କାର ଭିତରକୁ ଟାଣି ନେଇ କାର ଲକ କରିଦେଇଥିଲେ। ଝିଅଟି ଅଭିଯୋଗ କରିଛି ଯେ କାରରେ ମଦ୍ୟପାନ କରୁଥିବା ଯୁବକ ତାଙ୍କ ଫୋନକୁ ଛଡାଇ ଜବରଦସ୍ତ ମଦ୍ୟପାନ କରାଇଥିଲେ। ପରେ ଗାଡି ତିନି ଘଣ୍ଟା ଧରି ରାସ୍ତାରେ ବୁଲିବାକୁ ଲାଗିଲା | ଏହି ସମୟରେ ଚାରିଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ। ଝଅକୁ ମୁଖାନି ଛକରେ ପକାଇବା ପରେ ଚାରିଜଣ ପଳାଇ ଯାଇଥିଲେ। ଏଠାରେ ଝିଅଟି ତାଙ୍କ ସାଙ୍ଗକୁ ଡାକିଲା ଯାହା ସହିତ ସେ ଏକ ସ୍କୁଟିରେ ଘରେ ପହଞ୍ଚିଥିଲା ​​| ପରଦିନ ଝିଅଟି ଚାରି ଜଣଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲା।

  • ‘ମାଗେ’ ପର୍ବ ଅବସରରେ କୁକୁଡା ଉଡାଇ ମଜା ନେଲେ କଞ୍ଚନପୁରବାସୀ

    ‘ମାଗେ’ ପର୍ବ ଅବସରରେ କୁକୁଡା ଉଡାଇ ମଜା ନେଲେ କଞ୍ଚନପୁରବାସୀ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କଞ୍ଚନପୁର ଗ୍ରାମର ବୀର ବିର୍ସା ମୁଣ୍ଡା, ବଡାମ ବୁଢା ହୋ ସମାଜ ପକ୍ଷରୁ ତୃତୀୟ ବାର୍ଷିକ ମାଗେ ପର୍ବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇ କୁକୁଡ଼ା ଉଡ଼ା ପର୍ବକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପର୍ବ ତିନି ଦିନ ଧରି ପାଳନ କରାଯାଇଥିଲା।

    ହୋ ସମାଜ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ମାଘ ସଂକ୍ରାନ୍ତି ପରେ ଯେକୌଣସି ଦିନ ୩ ଦିନ ବ୍ୟାପୀ ଏହି ପର୍ବ ପାଳନ କରିଥାନ୍ତି। ଏଥିରେ ଭୂମି ପୂଜନ, କୂଳ ପୂଜନକୁ ଗୁରୁତ୍ୱ ଦିଆ ଯାଇଥାଏ । ପର୍ବରେ ଆଦିବାସୀ ପୁରୁଷ, ମହିଳାମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ସହିତ କୁକୁଡ଼ା ଉଡ଼ା ମୁଖ୍ୟ ଆକର୍ଷଣ ହୋଇଥାଏ।

    ଚଳିତ ପର୍ବ ପାଳନ ଅବସରରେ ଆଖ ପାଖ ଗ୍ରାମରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଲାଗି ଥିବାରୁ ଲୋକେ କିଣା ବିକା କରି ପର୍ବ ର ମଜା ନେଇଥିଲେ। ହୋ ସମାଜ କମିଟି ସଭାପତି ରୋହିତ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପର୍ବରେ ଉପ ସଭାପତି ରବୀନ୍ଦ୍ର ମୁଣ୍ଡା, ସମ୍ପାଦକ ରଘୁନାଥ ମୁଣ୍ଡା, ଗଣେଶ୍ୱର ମୁଣ୍ଡା, ସୁକରାମ ମୁଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

  • ପ୍ରଶାସନ ଦୃଷ୍ଟି ଆଢୁଆଳେ ବିତୁଛି ଚାରି ପ୍ରାଣୀ କୁଟୁମ୍ବ

    ପ୍ରଶାସନ ଦୃଷ୍ଟି ଆଢୁଆଳେ ବିତୁଛି ଚାରି ପ୍ରାଣୀ କୁଟୁମ୍ବ

    ସକାଳୁ ସକାଳୁ ସାଧାରଣ ଲୋକଙ୍କୁ ଦେଶ ବିଦେଶର ଖବର ପହଁଚାଉ ଥିବା ବ୍ୟକ୍ତିଟିଏ ହେଉଛନ୍ତି ଜପ ମଲ୍ଲିକ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିକ୍ଷୀରି ପଂଚାୟତ ଅନ୍ତର୍ଗତ ନଳଦିଆ ପାଳନ୍ଦା ଗାଁରେ ଜପଙ୍କ ଘର। ନିଜ ଘରର ଅଭାବ ଅସୁବିଧାକୁ ପଛରେ ପକାଇ ନିଜ କର୍ତ୍ତବ୍ୟ ସମ୍ପାଦନରେ ଆନନ୍ଦିତ ହୋଇଥାନ୍ତି। ଖବର କାଗଜ ବାଣ୍ଟୁ ବାଣ୍ଟୁ କାଗଜର ପ୍ରଥମ ପୃଷ୍ଠାରେ ଥିବା ବିଭିନ୍ନ ସରାକୀର ଯୋଜନା ବିଷୟରେ ମଧ୍ୟ ଜାଣିଛନ୍ତି। ହେଲେ ତାଙ୍କ ଖବର ସ୍ଥାନୀୟ ପ୍ରଶାସନ ପାଖରେ ନାହିଁ। ଜପ ମଲ୍ଲିକ ଖାଲି ଖବରକାଗଜ ବାଣ୍ଟନ୍ତି ନାହିଁ, ଗାଁ ଗହଳିର ଖବର ସଂଗ୍ରହ କରନ୍ତି ମଧ୍ୟ। ଏଥିରେ ପାଆନ୍ତି ଆନନ୍ଦ, ଆତ୍ମତୃପ୍ତି। ହେଲେ ଯାହା ରୋଜଗାର କରନ୍ତି ତାହା ପରିବାର ପ୍ରତିପୋଷଣ ପାଇଁ ସମୁଦ୍ରକୁ ଶଙ୍ଖେ। ଜପ ମଲ୍ଲିକଙ୍କ ପରିବାର କହିଲେ, ବୁଢା ବାପାଙ୍କ ସହ ସ୍ତ୍ରୀ ଓ ଗୋଟିଏ ପୁଅ। ସମ୍ପତ୍ତି କହିଲେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ କୁଡିଆ ଘର। ଯାହା ପାଲରେ ଘୋଡାଇ ହୋଇଛି। ଅତି ଗରିବ ପରିବାରଟିଏ ଜପଙ୍କ ପରିବାର। ପୁଅ ଦଶମ ପାସ କରି ଉଚ୍ଚ ଶିକ୍ଷା ପାଇଁ ଇଛା ଥିଲେ ମଧ୍ୟ ପରିବାରର ଅନଟନ ପାଇଁ ପାଠରେ ଡୋରି ବାନ୍ଧିଦେଲା। ଛିଣ୍ଡା ପଲିଥିନି ଘେରା ଘରରେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖା ଯାଉଛି। ବର୍ଷା ଦିନେ ପାଣି ଘରେ ଲହଡି ଭାଙ୍ଗୁଛି। ଏତେ ସମସ୍ୟା ଭିତରେ ପଡିଥିଲେ ମଧ୍ୟ ପ୍ରଶାସନର ନିଘା ନାହିଁ ଜପଙ୍କ ପରିବାର ପ୍ରତି। ବାରମ୍ବାର ପ୍ରଶାସନ ନିକଟରେ ଘର ଖଣ୍ଡେ ପାଇଁ ନିବେଦନ କରି ମଧ୍ୟ କୌଣସି ସୁଫଳ ମିଳିନାହିଁ।

    ଆମ ସରକାର କହୁଛନ୍ତି ରାଜ୍ୟରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି। ହେଲେ ସାଧାରଣ ଲୋକଙ୍କଠାରୁ ସ୍ଥାନୀୟ ପ୍ରଶାସକଙ୍କ ଘରେ ଖବରକାଗଜ ବାଣ୍ଟୁଥିବା ଖବର ସରବରାହ ସଂସ୍ଥାର ଜଣେ ମଣିଷ ଘର ଖଣ୍ଡିଏ ନ ପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଯାହା ଆମ ପ୍ରଶାସନର ଦାୟିତ୍ବହୀନତାକୁ ପଦାରେ ପକାଇ ଦେଉଛି। ତେବେ ଯଦି ସରକାର ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରୁଛନ୍ତି ଜପଙ୍କ ପରିବାର ।

  • ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାରାଷ୍ଟ୍ର ଅଧିକାରୀ

    ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାରାଷ୍ଟ୍ର ଅଧିକାରୀ

    ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ମହାରାଷ୍ଟ୍ର ଅଧିକାରୀ। ପଢିବାକୁ ଆସିଛନ୍ତି ବିକାଶାଭିମୁଖୀ କାର୍ଯ୍ୟପ୍ରଣାଳୀ। ଏଠୁ ଶିକ୍ଷାଗ୍ରହଣ କରି ନିଜ ରାଜ୍ୟରେ ସେହି ଜ୍ଞାନ ମାଧ୍ୟମରେ ଆଣିବେ ଉନ୍ନତି। ଆମ ରାଜ୍ୟରେ ଶିକ୍ଷା, ପଞ୍ଚାୟତିରାଜ, କୃଷି, ଜୀବନଧାରଣ ପରି ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶ ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ। ତେଣୁ ମହାରାଷ୍ଟ୍ରର ସୋଲାପୁର, ସତ୍ତାରା ଓ ପୁନେ ଜିଲ୍ଲାର ବହୁ ବ୍ଲକ ପ୍ରଶାସନିକ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଆସିଛନ୍ତି ଓଡିଶା। ଏହି ଅବସରରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ 5Tଉଚ୍ଚ ବିଦ୍ୟାଳୟରେ ପହଁଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ।

    ଏହି ଅବସରରେ ବିଦ୍ୟାଳୟର ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ଦେଖିବା ସହ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏଥିରେ ଘସିପୁରା ବ୍ଳକ ଶିକ୍ଷା ଅଧିକାରୀ ତପଧନ ସ୍ୱାଇଁ,ବିଡିଓ ମାନସ ରଞ୍ଜନ ସାମଲ, ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ମହାରାଷ୍ଟ୍ର ଅଧିକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସନ୍ଦେହମୋଚନ କରିଥିଲେ।

  • ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ସ୍ୱାମୀର ଛୁରା ମାଡ଼

    ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ସ୍ୱାମୀର ଛୁରା ମାଡ଼

    ପରକିଆ ପ୍ରୀତି ସନ୍ଦେହରେ ମହିଳାଙ୍କୁ ଛୁରା ମାଡ଼। ସ୍ୱାମୀର ଛୁରୀ ମାଡ଼ରେ ଗୁରୁତର ହୋଇ ସ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର ଅବସ୍ଥାରେ ବlସନ୍ତି ଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି କରୁଛି ଘଟଣାର ଅନୁଧ୍ୟାନ। ସେପଟେ ଘଟଣା ଘଟାଇ ଅଭିଯୁକ୍ତ ସ୍ବାମୀ ଫେରାର।

    ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ନଦୀ ସାହି ଅଞ୍ଚଳରେ। ସୂଚନା ଅନୁଯାୟୀ ସ୍ୱାମୀ ସ୍ତ୍ରୀଙ୍କ ମଧ୍ଯରେ ଆଜି ସକାଳୁ ବଚସା ହୋଇଥିଲା। ସ୍ୱାମୀ ନିଜ ସ୍ତ୍ରୀ କୁ ସନ୍ଦେହ କରୁଥିଲେ କି ତାଙ୍କର ଅନ୍ୟ କୌଣସି ବ୍ୟକ୍ତି ସହିତ ପ୍ରେମ ସମ୍ପର୍କ ରହିଛି। ସ୍ତ୍ରୀ ମୋବାଇଲ ଯୋଗେ ଅନ୍ୟ ସହିତ କଥା ହେଉଥିବା ବେଳେ ସେହି ସନ୍ଦେହ ଆହୁରି ଘନିଭୂତ ହେଉଥିଲା।

    ଯାହାକୁ ନେଇ ଉଭୟଙ୍କ ମଧ୍ଯରେ ଆଜି ଝଗଡା ଉଗ୍ର ରୂପ ନେଇଥିଲା। ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀଙ୍କ ପେଟ ଓ ଦୁଇ ହାତକୁ ଛୁରା ମାଡ କରିଥିଲେ। ସ୍ବାମୀଙ୍କ ଆକ୍ରମଣରେ ପତ୍ନୀ ଲହୁଲୁହାଣ ହୋଇ ପଡିଥିବା ବେଳେ ସେ ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ। ତେବେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ତାଙ୍କର ସମ୍ପର୍କୀୟମାନେ ହସ୍ପିଟାଲ ନେଇ ଭର୍ତ୍ତି କରିଥିଲେ।

  • ସମାଜସେବୀ ବିରଭଦ୍ର ରାଉତରାୟଙ୍କ ସ୍ମୃତିରେ ସ୍ୱାସ୍ଥ୍ୟ ଶିବିର

    ସମାଜସେବୀ ବିରଭଦ୍ର ରାଉତରାୟଙ୍କ ସ୍ମୃତିରେ ସ୍ୱାସ୍ଥ୍ୟ ଶିବିର

    ଯାଜପୁର ଦଶରଥପୁରବ୍ଲକ ଅନ୍ତର୍ଗତ କଟକିଟା ପଂଚାୟତର କେସି ଜେନା ନୋଡାଲ ବିଦ୍ୟାଳୟ ଓ ବୀରବସନ୍ତ ରାଉତରାୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶିଷ୍ଠ ସମାଜସେବୀ ବିରଭଦ୍ର ରାଉତରାୟଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣାଟ କେଶରୀ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

    ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ଜିଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ସ୍ଥାନୀୟ ସରପଞ୍ଚ ରାଜଶ୍ରୀ ସାମଲ, କଟିକଟା ସରପଞ୍ଚ କଞ୍ଚନବାଳା ପରିଡା ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ବିରଭଦ୍ର ରାଉତରାୟଙ୍କ ଅଞ୍ଚଳ ପ୍ରତି ଥିବା ଅବଦାନକୁ ମାନେ ପକାଇ ଥିଲେ ।

    ଏହି ସ୍ୱାସ୍ଥ୍ୟ ଶିବିରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର କାଡ଼ିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ଼ାକ୍ତର ସତ୍ୟ ନାରାୟଣ ରାଉତରାୟଙ୍କ ତତ୍ତ୍ବାବଧାନରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ପ୍ରଫେସର ଡ଼ା ସସ୍ମିତା ସ୍ୱାଇଁ , ଡ଼ା ଅଭିଜିତ ରାଉତ ରାୟ , ଡ଼ା ସାର୍ଥକ ନାରାୟଣ ରାଉତ ରାୟ ଙ୍କ ସମେତ ୮ ବିଭାଗର ପ୍ରତିଷ୍ଠିତ ଡାକ୍ତର ମାନେ ଯୋଗ ଦେଇ ଚିକିତ୍ସା କରିଥିଲେ ।

    ଏହି ଅବସରରେ ସ୍ଥାନୀୟ ଅଂଚଳର ୫ଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେବାସହ ରୋଗୀମାନଙ୍କୁ ଏକ ମାସ ପାଇଁ ଆବଶ୍ୟକୀୟ ଔଷଧ ସ୍ମୃତି କମିଟି ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଏଥିସହ ସ୍ୱାସ୍ଥ୍ୟ ଶିବିରରେ ମାଗଣାରେ ଇସିଜି ଓ ଆନୁସଙ୍ଗିକ ପରୀକ୍ଷା କରାଯାଇଥିଲା ।

  • ଟଙ୍କା ଚୋରିକୁ ନେଇ ସ୍କୁଲ୍ ପରିସରରେ ଛାତ୍ରଙ୍କୁ ନିସ୍ତୁକ ମାଡ, ପୋଲିସ ତଦନ୍ତ ଆରମ୍ଭ

    ଟଙ୍କା ଚୋରିକୁ ନେଇ ସ୍କୁଲ୍ ପରିସରରେ ଛାତ୍ରଙ୍କୁ ନିସ୍ତୁକ ମାଡ, ପୋଲିସ ତଦନ୍ତ ଆରମ୍ଭ

    ଟଙ୍କା ଚୋରି କରିଥିବା ସନ୍ଦେହକରି ଜଣେ ନାବାଳକ ଛାତ୍ରକୁ ଆଉଜଣେ ନାବାଳକ ଛାତ୍ର ସ୍କୁଲ୍ ପରିସରରେ ନିସ୍ତୁକ ମାଡ଼ମାରି ଆହତ କରିବା ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରୂଢ଼ାପଦରରରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ଗ୍ରହଣ କରିବା ପରେ , ଘଟଣା ସ୍ଥଳରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

    ଏହି ଘଟଣା ପରେ ଅଭିଭିବାକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମୁତାବକ, ରୁଢାପଦର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଠାରେ ଏକ ଆଶ୍ରମ ବିଦ୍ୟାଳୟ ସ୍ଥାପନ କରାଯାଇଛି । ଏଠାରେ ପାଖାପାଖି ୨୫୦ ଜଣ ଛାତ୍ର ପାଠପଢୁଛନ୍ତି । ତେବେ ଶୁକ୍ରବାର ରାତିରେ ୯ମ ଶ୍ରେଣୀର କିଛି ପିଲା ୬ଷ୍ଠ ଶ୍ରେଣୀର ଜଣେ ଛାତ୍ର ସେମାନଙ୍କ ମଧ୍ୟରୁ ଜଣଙ୍କର ଟଙ୍କା ଚୋରି ହୋଇଯାଇଥିବା କହି ପଚରା ଉଚରା କରିଥିଲେ । ପିଲାଟି ମନା କରିବା ପରେ ମଧ୍ୟ ୯ମ ଶ୍ରେଣୀ ଛାତ୍ର ନ ମାନି ତାକୁ ନିସ୍ତୁକ ପିଟିଥିଲେ ।



    ପୀଡିତ ଛାତ୍ର କ୍ୟାମେରା ସମ୍ମୁଖରେ ସବୁ କଥା କହିଥିଲେ। ତେବେ, ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ପଚାର ଉଚରା କରିବାକୁ ନେଇଯାଇଥିବା କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ପିଲାଙ୍କୁ ପାଠ ପଢାଇବାକୁ ପଠାଇଥିବା ବେଳେ ଏଠାରେ ଯାହା ହେଉଛି ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଣେ ଅଭିଭାବକ।

    ତେବେ ଏହି ଆଶ୍ରମ ବିଦ୍ୟାଳୟରେ ୨୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ନିଯୁକ୍ତ ଶିକ୍ଷକଙ୍କ ସଂଖ୍ୟା କିନ୍ତୁ ୫ ରେ ସୀମିତ ରହିଛି । ସେହିପରି, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀ ଗୃହ ରହିଥିବା ବେଳେ ହଷ୍ଟେଲରେ ୱାର୍ଡେନ ନାହାନ୍ତି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ । ଏଠାରେ କହି ରଖୁଛୁ କି, ପୂର୍ବରୁ ଦୁଇଜଣ ନାବାଳକ ବିଦ୍ୟାଳୟ ପରିସରରୁ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଫେରି ଆସିଥିବା କୁହାଯାଉଛି; ଅନ୍ୟଜଣଙ୍କର ସୂଚନା ଏ ଯାଏଁ ମିଳିପାରିନାହିଁ ।

  • ରାମଚନ୍ଦ୍ରପୁର ବାବା ରାମେଶ୍ବର ଯୁବକ ସଂଘ ତରଫରୁ ସର୍ବଭାରତୀୟ ଦିବା-ରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

    ରାମଚନ୍ଦ୍ରପୁର ବାବା ରାମେଶ୍ବର ଯୁବକ ସଂଘ ତରଫରୁ ସର୍ବଭାରତୀୟ ଦିବା-ରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ବାବା ରାମେଶ୍ବର ଯୁବକ ସଂଘ ତରଫରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଗତକାଲି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ମୂଖ୍ଯ ଅତିଥି ଭାବେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ଯକ୍ଷା ସୁଜାତା ସାହୁ ପ୍ରମୁଖ ଯୋଗଦେଇ ଖେଳ ଶୁଭାରମ୍ଭ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଶ ଅଂଶ ଗ୍ରହଣ କରୁଥିବା ବେଳେ ରାଉଣ୍ତ ଲିଗ ପର୍ଯ୍ଯାୟରେ ଖେଳ ଶୁଭାରମ୍ଭ ହୋଇଛି । ତିନି ଦିନ ଧରି ଆୟୋଜିତ ଏହି ସର୍ବଭାରତୀୟ ଦିବାରାତ୍ର ଭଲିବଲ ମ୍ଯାଚ ଆୟୋଜନରେ ରାମେଶ୍ବର ଆଞ୍ଚଳିକ ଯୁବକ ସଂଘର ସଭାପତି ପ୍ରଦିପ କୁମାର ସାହୁଙ୍କ ସମେତ ମନ୍ମଥକୁମାର ସାହୁ, ରବିନ୍ଦ୍ର ସ୍ବାଇଁ, କଳ୍ପତରୁ ନାଥ ପ୍ରମୁଖ ସହଯୋଗ କରିଥିଲେ ।

  • ଅଚିହ୍ନା ରୋଗରେ ଆକ୍ରାନ୍ତ ଗ୍ରାମବାସୀ, ୩ ଦିନରେ ଗଲାଣି ୩ ଜୀବନ

    ଅଚିହ୍ନା ରୋଗରେ ଆକ୍ରାନ୍ତ ଗ୍ରାମବାସୀ, ୩ ଦିନରେ ଗଲାଣି ୩ ଜୀବନ

    ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଅଜଣା ରୋଗ ଆତଙ୍କ। ଅଜଣା ରୋଗରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହେଲେଣି। ସୂଚନା ଅନୁଯାୟୀ, କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ କେ. କରଳ ଗ୍ରାମରେ ସପ୍ତାହେ ହେବ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ୩ ଜଣଙ୍କର ୩ ଦିନରେ ଏହି ରୋଗରେ ମୃତ୍ୟୁ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ହେଲାଣି। ଆହୁରି ଅନେକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ଥିତି ଗୁରୁତର ରହିଥିବା ଗ୍ରାମବାସୀ କହୁଛନ୍ତି। ତେବେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କର ପେଟ ବ୍ୟଥା ହେବା ସହ ପେଟ ଫୁଲି ସେମାନଙ୍କ ମୃତ୍ୟୁ ହୋଇଯାଉଛି। ଏହିପରି ସେମାନଙ୍କ ମୃତ୍ୟୁ ହେଉଛି। ପ୍ରାୟ ୪ ଜଣ ଗୁରୁତର ହୋଇପଡିଥିବା ବେଳେ ମେଡିକାଲ ନେବାରେ ସମସ୍ୟା ହେଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ।

    ଏନେଇ ବିଡିଓଙ୍କୁ ମଧ୍ୟ ଜଣାସରିଛି। ହେଲେ କିଛି ପଦକ୍ଷେପ ନିଆଯାଇନାହିଁ। ଏହି ରୋଗ ପାଣି ପାଇଁ ହୋଇଥାଇପାରେ ବୋଲି ସରପଞ୍ଚ କହୁଛନ୍ତି। ଗାଁରେ ଥିବା ନଳକୂପ ଖରାପ ହୋଇଯାଇଥିବାରୁ ନାଳ ପାଣି ପିଉଛନ୍ତି ଗ୍ରାମବାସୀ।ସେପଟେ ଗ୍ରାମରେ ଆହୁରି ଅନେକ ସମସ୍ୟା ଥିବା ସତ୍ତ୍ବେ କେହି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି ସରପଞ୍ଚ।

    ତେବେ କାଶୀପୁରର ଏହି ଗାଁଟି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତିକରୁଛି। ଗାଁ ପାଇଁ ପାନୀୟ ଜଳ, ରାସ୍ତା ମୁଖ୍ୟ ସମସ୍ଯା ହୋଇଛି। କେହି ରୋଗରେ ପଡିଲେ, ସେମାନଙ୍କୁ ମେଡିକାଲ ନେବାକୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ତେଣୁ ଅନେକ ସମୟରେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ସେପଟେ, ୪ ଜଣଙ୍କ ମୃତ୍ୟୁ ପରେ ମଧ୍ୟ ମେଡିକାଲ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ। ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।