Category: ଦେଶ-ବିଦେଶ

  • ୧୩ ମାସ ୧୩ ଦିନର ସରକାର ଭାଙ୍ଗିବା ପରେ ବି ଭାଙ୍ଗିନଥିଲେ ଅଟଳ

    ୧୩ ମାସ ୧୩ ଦିନର ସରକାର ଭାଙ୍ଗିବା ପରେ ବି ଭାଙ୍ଗିନଥିଲେ ଅଟଳ

    ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାରତୀୟ ରାଜନୀତିରେ ତାଙ୍କର ଖ୍ୟାତିକୁ କେହି ଚାହିଁଲେ ମଧ୍ୟ ଅଣଦେଖା କରିପାରିବେ ନାହିଁ। ପ୍ରଖର ବକ୍ତା ଏବଂ ଜଣେ ଦକ୍ଷ ଶାସକ ଭାବେ ପରିଚିତ ବାଜପେୟୀଙ୍କ ଡରରେ କମ୍ପୁଥିଲା ପାକିସ୍ତାନ। ଯେତେବେଳେ ସେ ସଂସଦରେ ସେ କଥା ହେଉଥିଲେ ସାରା ବିଶ୍ୱ ତାଙ୍କୁ ଧ୍ୟାନରେ ଶୁଣୁଥିଲା । କବିତା ମାଧ୍ୟମରେ ବାର୍ତ୍ତା ଥିଲା ତାଙ୍କର ପ୍ରଧାନ ଅସ୍ତ୍ର । ଅନେକ ଥର ସେ ତାଙ୍କ କବିତା ଜରିଆରେ ଗୃହରେ ବିରୋଧୀଙ୍କୁ ଜବାବ ଦେଉଥିଲେ ।

    ୧୯୨୪ ମସିହା ଡିସେମ୍ବର ୨୫ ତାରିଖର କଥା । ଗୋଟିଏ ପଟେ ସମଗ୍ର ବିଶ୍ୱ ଖ୍ରୀଷ୍ଟମାସ ଉତ୍ସବରେ ଉଲ୍ଲସୀତ ଥିବା ବେଳେ ଧରାପୃଷ୍ଟରେ ଜନ୍ମ ନେଇଥିଲେ ପ୍ରଖ୍ୟାତ ରାଜନୀତିଜ୍ଞ ଅଟଳ ବିହାରୀ ବାଜପେୟୀ । ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜନ୍ମିତ ଏହି ଶିଶୁଟି ଯେ ଦିନେ ରାଜନୀତିରେ ଏତେ ବଡ ପରିଚୟ ସୃଷ୍ଟି କରିବେ ତାହା କେହି କେବେ କଳ୍ପନା କରିନଥିଲେ । ତାଙ୍କ ପରିବାର ସଦସ୍ୟଙ୍କ କହିବା ମୁତାବକ, ପିଲାଦିନେ ବାଜପେୟୀଙ୍କ ସ୍ମୃତି ଅତ୍ୟନ୍ତ ପ୍ରଖର ଥିଲା । ସେ ପଢିବା ଏବଂ ଲେଖିବାରେ ବହୁତ ଦ୍ରୁତ ଥିଲେ । ଶିଶୁ ମନ୍ଦିରରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବୀ ପରେ ସେ ଗ୍ୱାଲିଅରର ଭିକ୍ଟୋରିଆ କଲେଜରୁ ସ୍ନାତକ ହାସଲ କରିଥିଲେ । ଅଟଳ ବିହାରୀ ବାଜପେୟୀଙ୍କୁ ହିନ୍ଦୀ, ସଂସ୍କୃତ ଏବଂ ଇଂରାଜୀ ଭାଷାର ଏକ୍ସପୋର୍ଟ ଭାବେ ବିବିଚନା କରାଯାଉଥିଲା ।

    ତାଙ୍କର ରାଜନୈତିକ ଯାତ୍ରା କଲେଜ ସମୟରେ ଆରମ୍ଭ ହୋଇଥିଲା । ୧୯୪୨ ମସିହାରେ ସେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟ ମଧ୍ୟରେ ସେ ଆରଏସଏସର ନିକଟତର ହୋଇଥିଲେ । ଇନ୍ଦିରା ସରକାରରେ ଅଟଳ ବିହାରୀ ବାଜପେୟୀ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରୁଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବିରୋଧ କରୁଥିବା ନେତାଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ନାମ ଆଗରେ ଥିଲା। ୧୯୯୧, ୧୯୯୬, ୧୯୯୮ ଏବଂ ୨୦୦୪ ମସିହାରେ ଲୋକସଭା ନିର୍ବାଚନ ଜିତିଥିଲେ । 1996ରେ ବିଜେପି ଲୋକସଭା ନିର୍ବାଚନରେ ଏକ ବୃହତ ବିଜୟ ହାସଲ କରିବା ସହ ମଜବୁତ ଦଳ ଭାବେ ଉଭା ହୋଇଥିଲା ।

    ସେହି ସମୟ ମଧ୍ୟରେ ବିଜେପି ୧୬୧ଟି ଆସନ ଜିତି ସରକାର ଗଠନ କରିବାକୁ ଦାବି କରିଥିଲା । ଏପରିକି ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଥିଲେ । କିନ୍ତୁ, ଦୁର୍ଭାଗ୍ୟବଶତଃ ସଂଖ୍ୟା ଗରିଷ୍ଠତା ପ୍ରମାଣ ନକରିପାରିବାରୁ ସରକାର ମାତ୍ର ୧୩ ମାସ ୧୩ ଦିନରେ ଭାଙ୍ଗିଯାଇଥିଲା । ଭାରତୀୟ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀଙ୍କ ପାଇଁ ତାହା ଥିଲା ସବୁଠୁ ଛୋଟ କାର୍ଯ୍ୟକାଳ । ତା’ପରେ ୧୯୯୮ ମସିହାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେଲା । ପୁଣି ଥରେ ବିଜେପି ସର୍ବ ବୃହତ ଦଳ ହେଲା ଏବଂ ଗଠବନ୍ଧନ ଭାବେ ଏନଡିଏ ଜନ୍ମ ନେଲା । ପୁନଶ୍ଚ ଗୋଟିଏ ଟର୍ମ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଅଟଳବିହାରୀ ବାଜପେୟୀ । ତାଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ଅନେକ ଯୋଜନା ଆଜି ବି ଗରିବ ଲୋକଙ୍କ ମୁହଁରେ ହସ ଫୁଟାଉଛି ।

  • ଭାରତର ଅଦ୍ଭୁତ ପର୍ବ, କୂଅକୁ ଡେଇଁ ଫୁଲ, ଫଳ ଏବଂ ପତ୍ରର ମୁକୁଟ ପିନ୍ଧନ୍ତି ଲୋକେ

    ଭାରତର ଅଦ୍ଭୁତ ପର୍ବ, କୂଅକୁ ଡେଇଁ ଫୁଲ, ଫଳ ଏବଂ ପତ୍ରର ମୁକୁଟ ପିନ୍ଧନ୍ତି ଲୋକେ

    ଭାରତ ବିବିଧ ସଂସ୍କୃତର ଦେଶ । ଏହି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ରହିଛି ଭିନ୍ନ ଭିନ୍ନ ପର୍ବ । ପ୍ରତ୍ୟକ ରାଜ୍ୟରେ ରହିଛି ସ୍ବତନ୍ତ୍ର ପର୍ବ । ସେହିପରି ଗୋଆ ଏପରି ଏକ ରାଜ୍ୟ ଯେଉଁଠାରେ ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ, ଯାହାକୁ ଦୂର ଦୂରାନ୍ତରୁ ଲୋକମାନେ ଦେଖିବାକୁ ଆସନ୍ତି । ଗୋଆର ପ୍ରସିଦ୍ଧ ପର୍ବ ହେଉଛି ‘କ୍ୟାଥୋଲିକ୍ ପର୍ବ’ ଯେଉଁଥିରେ ଅନେକ ବିଷ୍ମୟ କଲାଭଳି ଘଟଣା ଘଟିଥାଏ । ଏହି ପର୍ବକୁ ‘ସାଓ ଜୋଆଓ’ ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ସାଓ ଜୋଆ ପର୍ବ କ’ଣ …

    ଏହି ପର୍ବ ପ୍ରତିବର୍ଷ ଜୁନ୍ 24 ତାରିଖରେ ଗୋଆରେ ପାଳନ କରାଯାଏ । ଏହି ଦିନ ଲୋକମାନେ ଫୁଲ, ପତ୍ର ଏବଂ ଫଳରୁ ନିର୍ମିତ ମୁକୁଟ ପିନ୍ଧନ୍ତି । ସେଣ୍ଟ ଜନ୍ ବେପଟିଷ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଦେବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ । ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପର୍ବ, କୂଅ, ପୋଖରୀ ଏବଂ ନଦୀକୁ ଡେଇଁ ପାଳନ କରାଯାଏ । ଏହି ପର୍ବ ଏତେ ପ୍ରସିଦ୍ଧ ଯେ, ଗୋଆ ପର୍ଯ୍ୟଟନ ବିକାଶ ନିଗମ ପର୍ଯ୍ୟଟକ ମାନଙ୍କ ପାଇଁ ପୁଲ୍ ପାର୍ଟୀ ବ୍ୟବସ୍ଥା କରିଥାଏ ।

    ଏହି ପର୍ବକୁ ଇଂରାଜୀରେ ‘ଲିପ୍ ଅଫ୍ ଜୟ’ କୁହାଯାଏ । ପ୍ରତିବର୍ଷ ମୌସୁମୀ ଆରମ୍ଭ ପୂର୍ବରୁ ଏହି ପର୍ବ ପାଳନ କରାଯାଏ । କୂଅକୁ ଡେଇଁବାର ପରମ୍ପରା ଖ୍ରୀଷ୍ଟିଆନ ଇତିହାସ ସହିତ ସମ୍ପୃକ୍ତ । କୁହାଯାଏ ବେପଟିଷ୍ଟ, ପ୍ରଭୁ ଜିଶୁ ଖ୍ରୀଷ୍ଠଙ୍କ ଜନ୍ମ ଶୁଣି ମା ପେଟ ଭିତରେ ଅତ୍ୟନ୍ତ ଖୁସୀ ହୋଇଯାଇଥିଲେ । ଆଉ ଆନନ୍ଦରେ ନିଜ ମାତୃ ଗର୍ଭରୁ ଡେଇଁ ପଡ଼ିଲେ । ତେଣୁ ସେହି ଦିନଟିକୁ ସ୍ମରଣ କରି ବିଶେଷ କରି ପୁରୁଷ ମାନେ ନିଜ ମା ଗର୍ଭରୁ ଡେଇଁବାର ଅନୁଭବ କରି କୂଅ କିମ୍ବା ପୋଖରୀକୁ ଡେଇଁପଡନ୍ତି ।

  • ସରଯୁ ଘାଟରେ ଭକ୍ତିମୟ ପରିବେଶ

    ସରଯୁ ଘାଟରେ ଭକ୍ତିମୟ ପରିବେଶ

    ପୌରାଣିକ ଅଯୋଧ୍ୟା ନଗରୀ ନିକଟରେ କାହିଁ କେଉଁ କାଳରୁ ପ୍ରବାହିତ ହେଉଛି ପବିତ୍ର ସରଜୁ ନଦୀ… ଅଯୋଧ୍ୟାର ଗରିମା ଯେମିତି ମହାନ, ସେମିତି ମହାନ ସରଜୁର ଗାଥା… ହିମାଳୟର ମାନସରୋବରରୁ ବାହାରି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟ ଦେଇ ପ୍ରବାହିତ ସରଜୁ ବିହାରର ସାରଂ ଜିଲ୍ଲାରେ ଗଙ୍ଗା ନଦୀ ସହିତ ମିଳିତ ହୋଇଛି…ପୌରାଣିକ ମତ ଅନୁସାରେ, ଭଗବାନ ଶ୍ରୀ ରାମଙ୍କର ବନ ଗମନ ଠାରୁ ଅଯୋଧ୍ୟା ପ୍ରତ୍ୟାବର୍ତନ ପର୍ଯ୍ୟନ୍ତ ସମସ୍ତ ଘଟଣାର ମୁକ ସାକ୍ଷୀ ଏହି ସରଜୁ… କଳ କଳ ନାଦରେ ପ୍ରବାହିତ ହେଉଛି ପାପନାଶିନୀ ସରଜୁ… କେହି ଅଟକାଇ ପାରିନି ତାକୁ ତୃଷାର୍ତ୍ତକୁ ଜଳ ଦାନ କରିବାରେ..ସଭ୍ୟତା ଗଢିବାରେ… ଏବଂ ସନାତନ ଧର୍ମକୁ ମହିମାମୟ କରିବାରେ… ଯେମିତି କି ମହାପ୍ରଭୁ ଶ୍ରୀ ରାମଙ୍କ ସେବା କରିବାକୁ ପ୍ରାଣ ପାଇଛି ସରଜୁ… ଭୌଗୋଳିକ ଦୃଷ୍ଟିରୁ ଏହା ସାରଦା ନଦୀର ମୁଖ୍ୟ ସହାୟକ ନଦୀ । ସଂସ୍କୃତ ଭାଷାରୁ ସରଜୁ ଶବ୍ଦର ଉତ୍ପତି ହୋଇଥିବା ବେଳେ ଋଗ୍ ବେଡ଼ରେ ମଧ୍ୟ ଏହାର ନାମୋଲ୍ଲେଖ ରହିଛି …

    ସନ୍ଧ୍ୟା ସମୟରେ ମନମୋହକ ରୂପ ଧାରଣ କରିଥାଏ ସରଜୁ… ଶହ ଶହ ଭକ୍ତଙ୍କ ଉପସ୍ଥିତି, ନଦୀର ଘଟକୁ ଏକ ଭକ୍ତିମୟ ପରିବେଶ ପ୍ରଦାନ କରିଥାଏ … ପ୍ରବାହ ମାନ ସରଜୁ, ଘଣ୍ଟ ଧ୍ୱନି ଓ ଓଁକାର ନାଦରେ ପ୍ରକମ୍ପିତ ହୋଇଉଠେ ସରଜୁ ଘାଟ… ସନ୍ଧ୍ୟା ହେଲେ ପର୍ଯ୍ୟଟକ, ସାଧୁ, ଓ ଭକ୍ତ ମାନଙ୍କ ମଧ୍ୟରେ ଅପୂର୍ବ ସଙ୍ଗମ ସୃଷ୍ଟି କରେ ଏହି ଆଧ୍ୟାତ୍ମିକ ପରିବେଶ । ଖାଲି ସେତିକ ନୁହେଁ, ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରି ସେମାଙ୍କର ମୋକ୍ଷପ୍ରାପ୍ତି ପାଇଁ ପ୍ରାର୍ଥନା କରିଥାନ୍ତି ଶ୍ରଧାଳୁ । ସେଥିପାଇଁ ସେ ସରଜୁ ପାନାଶିନୀ ଭାବେ ପରିଚିତ .. . ଏଠି ମୋକ୍ଷ ପାଇଁ ସାଧାରଣ ଜନତା ଠାରୁ ମୁନି ରୁଷି ପର୍ଯ୍ୟନ୍ତ ସମସ୍ତେ ପ୍ରାଥନାରତ ।

  • ନୂତନ ସଂସଦର ସୁରକ୍ଷା କ୍ଷେତ୍ରରେ ବଡ ଭୁଲ, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଲୋକ ଆଉ ହଳଦିଆ ଧୂଆ…

    ନୂତନ ସଂସଦର ସୁରକ୍ଷା କ୍ଷେତ୍ରରେ ବଡ ଭୁଲ, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଲୋକ ଆଉ ହଳଦିଆ ଧୂଆ…

    ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅସାବଧାନତା ମାମଲା ସାମ୍ନାକୁ ଆସିଛି। ଏଠାରେ ଲୋକସଭାର ଅଧିବେଶନ ସମୟରେ ଜଣେ ଯୁବକ ଗୃହରେ ପ୍ରବେଶ କରିଥିଲେ।

    ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ମାମଲା ସାମ୍ନାକୁ ଆସିଛି। ଏଠାରେ ଲୋକସଭାର ଅଧିବେଶନ ସମୟରେ ଦୁଇଜଣ ଯୁବକ ଦର୍ଶକଙ୍କ ଗ୍ୟାଲେରୀରୁ ଗୃହର ଏକ ଚେୟାର ଉପରକୁ ଡେଇଁପଡିଥିଲେ, ଯାହା ବିଶୃଙ୍ଖଳା ସୃଷ୍ଟି କରିଥିଲା।

    ଏହି ଅଧିବେଶନରେ ଉପସ୍ଥିତ ସାଂସଦଙ୍କ ଅନୁଯାୟୀ ଉଭୟ ଯୁବକଙ୍କ ହାତରେ ଲୁହବୁହା ଗ୍ୟାସ କ୍ୟାଣ୍ଟର ଥିଲା। ତେବେ ସାଂସଦମାନେ ସେମାନଙ୍କୁ ଧରି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ।

    ସେପଟେ ଲୋକସଭାର ଅଧିବେଶନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

    ବିକ୍ଷୋଭକାରୀଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଥିଲେ। ପୋଲିସ ଉଭୟଙ୍କୁ ଗିରଫ କରି ପଚରାଉଚରା କରୁଛି ବିଶେଷ କଥା ହେଉଛି କାଲି ସଂସଦରେ ଆତଙ୍କବାଦୀ ଆକ୍ରମଣର ୨୨ ତମ ବାର୍ଷିକୀ ଥିଲା । ୨୧ ବର୍ଷ ପୂର୍ବେ କାଲି ଆତଙ୍କବାଦୀମାନେ ପୁରୁଣା ସଂସଦ ଗୃହ ଉପରେ ଆକ୍ରମଣ କରିଥିଲେ।

    ସୂଚନାନୁସାରେ, ଅଧିବେଶନ ସମୟରେ ପ୍ରବେଶ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ସାଗର। ଉଭୟ ସାଂସଦଙ୍କ ନାମରେ ଲୋକସଭା ପରିଦର୍ଶନରେ ଆସିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ଲୋକ ମୋୖଶୁର ବିଜେପି ସାଂସଦ ପ୍ରତାପ ସିଂହାଙ୍କ ନାମରେ ଲୋକସଭା ପରିଦର୍ଶକ ପାସ୍ ରେ ଆସିଥିଲେ।

  • ସମ୍ଭାବ୍ୟ ବାତ୍ୟା ମିଚାଉଁ ପାଇଁ ପୂର୍ବତଟ ରେଳପଥର ୫୪ ଟ୍ରେନ୍ ବାତିଲ୍

    ସମ୍ଭାବ୍ୟ ବାତ୍ୟା ମିଚାଉଁ ପାଇଁ ପୂର୍ବତଟ ରେଳପଥର ୫୪ ଟ୍ରେନ୍ ବାତିଲ୍

    Michaung, cyclone alert, east cost railway, cancelled trains, train cancelled, odisha

    ସମ୍ଭାବ୍ୟ ବାତ୍ୟା ମିଚାଉଁ (Michaung) ପାଇଁ ପୂର୍ବ ତଟରୁ ବାହାରୁଥିବା ୧୨ ଓ ପୂର୍ବ ତଟ ଦେଇ ଯାଉଥିବା ୪୨ ଟି ଟ୍ରେନ ବାତିଲ କରାଯାଇଛି । ସମୁଦାୟ ୫୪ ଟି ଟ୍ରେନ ଡିସେମ୍ବର ୨ ରୁ ୭ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବାତିଲ ହୋଇଛି । ଏଥିପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ ଚଳାଚଳ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

    ଆଇଏମଡି ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଡିପ୍ରେସନ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଗଭୀର ଡିପ୍ରେସନରେ ପରିଣତ ହେବ ଏବଂ ଡିସେମ୍ବର ୩ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ରେ ପରିଣତ ହେବ । ବର୍ତ୍ତମାନ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ମିଚାଉଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ପଡୁଚେରୀରୁ ୬୩୦ କିମି ପୂର୍ବ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହେବାପରେ ଗତ ୬ଘଣ୍ଟା ଧରି ୧୮କିମି ବେଗରେ ଗତି କରୁଛି ଡିପ୍ରେସନ୍ ।

    ବାତିଲ ତାଲିକାରେ ହାଓଡ଼ା-ଚେନ୍ନାଇ-ଏକ୍ସପ୍ରେସ (୧୨୮୩୯), ଶଲିମାର-ଚେନ୍ନାଇ କରୋମଣ୍ଡଲ ଏକ୍ସପ୍ରେସ (12841), ଭୁବନେଶ୍ୱର-ଏସଏମଭିବି ଏକ୍ସପ୍ରେସ (୧୨୮୪୫), ଧନବାଦ-ଆଲେପି-ଧାନବାଦ ଏକ୍ସପ୍ରେସ (୧୩୩୫୧) ଏବଂ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ (୨୨୮୭) ଇତ୍ୟାଦି ରହିଛି। ।

    ବାତିଲ୍ ଟ୍ରେନ ତାଲିକା

    1
    ବାରାଉନି-କୋଏମ୍ବାଟୁର ସାପ୍ତାହିକ ସ୍ପେଶାଲ୍ ଏକ୍ସପ୍ରେସ (୦୩୩୫୭) – ଡ଼ିସେମ୍ବର ୨
    କୋଏମ୍ବାଟୁର-ବାରାଉନି ସାପ୍ତାହିକ ସ୍ପେଶାଲ୍ ଏକ୍ସପ୍ରେସ (୦୩୩୫୮) – ଡ଼ିସେମ୍ବର ୬

    2
    ହାଓଡ଼ା-ଏସଏମଭିବି ଏକ୍ସପ୍ରେସ (12245)
    ଏସଏମଭିବି – ହାଓଡ଼ା ଏକ୍ସପ୍ରେସ (12246)

    3
    ଧାନବାଦ-ଆଲ୍ଲାପୁଜହା ଏକ୍ସପ୍ରେସ (୧୩୩୫୧)-ଡ଼ିସେମ୍ବର ୩
    ଆଲ୍ଲାପୁଜହା-ଧାନବାଦ ଏକ୍ସପ୍ରେସ (୧୩୩୫୨)-ଡ଼ିସେମ୍ବର ୪

    4
    12509 ଏସଏମଭିବି -ଗୁଆହାଟି ଏକ୍ସପ୍ରେସ-ଡ଼ିସେମ୍ବର ୫, ୬
    12510 ଗୁଆହାଟି- ଏସଏମଭିବି ଏକ୍ସପ୍ରେସ-ଡ଼ିସେମ୍ବର ୩, ୪

    5
    12659 ନଗରକୋଇଲ -ଶାଲିମର ଏକ୍ସପ୍ରେସ-ଡିସେମ୍ବର ୩
    12660 ଶାଲିମାର-ନଗରକୋଇଲ ଏକ୍ସପ୍ରେସ-ଡିସେମ୍ବର ୬

    6
    12835 ହଟିଆ-ଏସଏମଭିବି ଏକ୍ସପ୍ରେସ-ଡିସେମ୍ବର ୩
    12836 ଏସଏମଭିବି-ହଟିଆ ଏକ୍ସପ୍ରେସ-ଡିସେମ୍ବର ୫

    7
    12839 ହାଓଡ଼ା-ଚେନ୍ନାଇ ଏକ୍ସପ୍ରେସ-ଡିସେମ୍ବର ୪
    12840 ଚେନ୍ନାଇ-ହାଓଡ଼ା ଏକ୍ସପ୍ରେସ-ଡିସେମ୍ବର ୪, ୫, ୬

    8
    12841 ଶାଲିମାର-ଚେନ୍ନାଇ କାରମଣ୍ଡଳ ଏକ୍ସପ୍ରେସ-ଡିସେମ୍ବର ୪, ୮
    12842 ଚେନ୍ନାଇ-ଶାଲିମର କରୋମାଣ୍ଡାଲ ଏକ୍ସପ୍ରେସ-ଡିସେମ୍ବର ୪, ୫, ୬

    9
    12845 ଭୁବନେଶ୍ୱର-ଏସଏମଭିବି ଏକ୍ସପ୍ରେସ-ଡିସେମ୍ବର ୩
    12846 ଏସଏମଭିବି-ଭୁବନେଶ୍ୱର ଏକ୍ସପ୍ରେସ-ଡିସେମ୍ବର ୪

    10
    1282 ହାଓଡ଼ା-ଏସଏମଭିବି ଏକ୍ସପ୍ରେସ -ଡିସେମ୍ବର ୨, ୩, ୪
    12864 ଏସଏମଭିବି-ହାଓଡ଼ା ଏକ୍ସପ୍ରେସ-ଡିସେମ୍ବର ୪,୫, ୬

    11
    12867 ହାଓଡ଼ା-ପୁଡୁଚେରୀ ଏକ୍ସପ୍ରେସ-ଡିସେମ୍ବର ୩
    12868 ପୁଡୁଚେରୀ-ହାଓଡ଼ା ଏକ୍ସପ୍ରେସ-ଡିସେମ୍ବର ୮

    12
    13351 ଧନବାଦ୍-ଆଲେପି ଏକ୍ସପ୍ରେସ-ଡିସେମ୍ବର ୩, ୪
    13352 ଆଲେପି-ଧନବାଦ୍ ଏକ୍ସପ୍ରେସ-ଡିସେମ୍ବର ୬, ୭

    13
    15228 ମୁଜାଫରପୁର- SMVB ଏକ୍ସପ୍ରେସ-ଡିସେମ୍ବର ୪
    15227 SMVB-ମୁଜାଫରପୁର ଏକ୍ସପ୍ରେସ-ଡିସେମ୍ବର ୭

    14
    15629 ଟାମ୍ବରମ୍-ସିଲଗଟ୍ ଟାଉନ୍ ଏକ୍ସପ୍ରେସ-ଡିସେମ୍ବର ୪
    15630 ସିଲଗଟ୍ ଟାଉନ୍-ତାମ୍ବରମ୍ ଏକ୍ସପ୍ରେସ୍ -ଡିସେମ୍ବର ୮

    15
    17488 ବିଶାଖାପାଟନମ୍-କାଦପା ତିରୁମାଲା ଏକ୍ସପ୍ରେସ-ଡିସେମ୍ବର ୩, ୪, ୫
    17487 କଡାପା-ବିଶାଖାପାଟନମ୍ ତିରୁମାଲା ଏକ୍ସପ୍ରେସ-ଡିସେମ୍ବର ୪, ୫, ୬

    16
    18189 ଟାଟାନଗର-ଏର୍ନାକୁଲମ୍ ଏକ୍ସପ୍ରେସ-ଡିସେମ୍ବର ୩
    18190 ଏର୍ନାକୁଲମ୍-ଟାଟାନଗର ଏକ୍ସପ୍ରେସ-ଡିସେମ୍ବର ୫

    17
    18637 ହତୀଆ-SMVB ଏକ୍ସପ୍ରେସ-ଡିସେମ୍ବର ୨
    18638 SMVB-ହତୀଆ ଏକ୍ସପ୍ରେସ-ଡିସେମ୍ବର ୫

    18
    22503 କନ୍ୟାକୁମାରୀ-ଦିବୃଗଡ ବିବେକ ଏକ୍ସପ୍ରେସ୍-ଡିସେମ୍ବର ୬, ୭
    22504 ଦିବୃଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ-ଡିସେମ୍ବର ୨, ୩

    19
    22603 ଖରଗପୁର-ଭିଲୁପୁରମ୍ ଏକ୍ସପ୍ରେସ-ଡିସେମ୍ବର ୭
    22604 ଭିଲୁପୁରମ୍-ଖରଗପୁର ଏକ୍ସପ୍ରେସ-ଡିସେମ୍ବର ୫

    20
    22643 ଏର୍ନାକୁଲମ୍-ପାଟନା ଏକ୍ସପ୍ରେସ-ଡିସେମ୍ବର ୪
    22644 ପାଟନା-ଏର୍ନାକୁଲମ୍ ଏକ୍ସପ୍ରେସ୍-ଡିସେମ୍ବର ୭

    21
    22707 ବିଶାଖାପାଟନମ୍-ତିରୁପତି ଏକ୍ସପ୍ରେସ୍-ଡିସେମ୍ବର ୨
    22708 ତିରୁପତି-ବିଶାଖାପାଟନମ୍ ଏକ୍ସପ୍ରେସ୍-ଡିସେମ୍ବର ୩

    22
    22837 ହଟିଆ-ଏର୍ନାକୁଲମ୍ ଏକ୍ସପ୍ରେସ୍-ଡିସେମ୍ବର ୪
    22838 ଏର୍ନାକୁଲମ୍-ହଟିଆ ଏକ୍ସପ୍ରେସ୍-ଡିସେମ୍ବର ୬

    23
    22841 ସାନ୍ତ୍ରାଗାଚି-ଟାମ୍ବ୍ରାମ ଏକ୍ସପ୍ରେସ-ଡିସେମ୍ବର ୪
    22842 ଟାମ୍ବ୍ରାମ-ସାନ୍ତ୍ରାଗାଚି ଏକ୍ସପ୍ରେସ-ଡିସେମ୍ବର ୬

    24
    22855 ସାନ୍ତ୍ରାଗାଚି-ତିରୁପତି ଏକ୍ସପ୍ରେସ-ଡିସେମ୍ବର ୩
    22856 ତିରୁପତି-ସାନ୍ତ୍ରାଗାଚି ଏକ୍ସପ୍ରେସ-ଡିସେମ୍ବର ୪

    25
    22859 ପୁରୀ-ଚେନ୍ନାଇ ଏକ୍ସପ୍ରେସ-ଡିସେମ୍ବର ୩
    22860 ଚେନ୍ନାଇ-ପୁରୀ ଏକ୍ସପ୍ରେସ-ଡିସେମ୍ବର ୪

    26
    22863 ହାଓଡ଼ା-ଏସଏମଭିବି ଏକ୍ସପ୍ରେସ-ଡିସେମ୍ବର ୪
    22864 ଏସଏମଭିବି-ହାଓଡ଼ା ଏକ୍ସପ୍ରେସ-ଡିସେମ୍ବର ୬

    27
    22869 ବିଶାଖାପାଟନମ୍-ଚେନ୍ନାଇ ଏକ୍ସପ୍ରେସ-ଡିସେମ୍ବର ୪
    22870 ଚେନ୍ନାଇ-ବିଶାଖାପାଟନମ୍ ଏକ୍ସପ୍ରେସ୍ -ଡିସେମ୍ବର ୫

    28
    22871 ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ-ଡିସେମ୍ବର ୩
    22872 ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ-ଡିସେମ୍ବର ୪

  • ବିଶ୍ବକପରେ କ’ଣ ରହିଛି ଅଷ୍ଟ୍ରେଲିଆର ଇତିହାସ? କଙ୍ଗାରୁ ଦଳକୁ ଭାରତ କେମିତି ଦେବ ଟକ୍କର ?

    ବିଶ୍ବକପରେ କ’ଣ ରହିଛି ଅଷ୍ଟ୍ରେଲିଆର ଇତିହାସ? କଙ୍ଗାରୁ ଦଳକୁ ଭାରତ କେମିତି ଦେବ ଟକ୍କର ?

    ୨୦୦୩ ମସିହା ବିଶ୍ବକପ୍ ବଦଲା ନେବ ଭାରତ । ଏକଥା ଆମେ ଏଥିପାଇଁ କହୁଛୁ କାରଣ କଙ୍ଗାରୁ ଦଳ ଠାରୁ ଭାରତ ଅତି ଶୋଚନୀୟ ପରାଜୟର ଶିକାର ହୋଇଥଲା । ଆଜି ବି ସେହି ପରାଜୟକୁ ଭୁଲିପାରୁ ନାହାନ୍ତି କ୍ରିକେଟ ପ୍ରେମୀ । ତେଣୁ, ଏବେ ରୋହିତ ସେନା ଅଣ୍ଟା କଶିଲେଣି କଙ୍ଗାରୁ ଦଳର ବଦଲା ନେବାକୁ । ହତରେ ମାତ୍ର ଆଉ କେଇ ଘଣ୍ଟା ରହିଛି । ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦ ଠାରେ ହେବ ବିଶ୍ବକପ୍ ଫାଇନାଲ ମୁକାବିଲା । ହେଲେ ଅଷ୍ଟ୍ରେଲିଆକୁ ପରାଜୟ କରିବା ଭାରତ ପାଇଁ ବି ଏତେ ସହଜ ନୁହେଁ । କାରଣ କ୍ରିକେଟ କଥା ଆସିଲେ ଅଷ୍ଟ୍ରେଲିଆ ହିଁ ସବୁଠୁ ମଜବୁତ ଦଳର ପରିଚୟ ଦିଏ । ଅଷ୍ଟ୍ରେଲିଆ ନାଁରେ ରହିଛି ୫ଟି ବିଶ୍ବକପ ଜିତିବାର ରେକର୍ଡ ।

    ଗତକାଲି ଦକ୍ଷିଣ ଆଫ୍ରିକାକୁ ହରାଇ କଙ୍ଗାରୁ ଦଳ ଫାଇନାଲରେ ପ୍ରବେଶ କରିଛି । ହେଲେ ସମସ୍ତଙ୍କ ନଜର ଭାରତୀୟ ଦଳ ଉପରେ । ବିଶ୍ବକପରେ ଅଷ୍ଟ୍ରେଲିଆର ରେକର୍ଡକୁ ତୁଳନା କଲେ ଭାରତ ଯଦିଓ ଅନେକ ପଛରେ, ତଥାପି ଏଥର ଭାରତ ଟିକିଏ ଅଲଗା ଭାରତ । ଜୋସ, ଜୁନୁନ୍ ଏବଂ ଫର୍ମରେ ଭରପୁର ଭାରତୀୟ ଦଳ ଲାଗାତାର ବିଜୟ ମୁକୁଟ ପିନ୍ଧି ଚାଲିଛି । ଏଥର ରୋହିତ ସେନା ପୁରା ଦମରେ ଆଗେଇ ଚାଲିଛି । ମିଶନ ଓ୍ବାର୍ଲ୍ଲଡ କପ୍ ।

    ଅଷ୍ଟ୍ରେଲିଆର ପୂର୍ବ ପ୍ରଦର୍ଶନ ଅନ୍ୟ ଦଳ ଅପେକ୍ଷା ବହୁତ ଭଲ ରହିଛି । ୨୦୦୩ ବିଶ୍ବକପରେ ଭାରତ ୧୨୫ ରନରେ କଙ୍ଗାରୁ ଠାରୁ ହାରିଥିଲା । ସେତେବେଳେ ଦଳର ନେତୃତ୍ବ ନେଇଥିଲେ ସୌରଭ ଗାଙ୍ଗୁଲି । ଫାନାଲ ମ୍ୟାଚରେ ୩୬୦ ରନର ଟାର୍ଗେଟ କରି ଭାରତ ୩୯.୨ ଓଭରରେ ୨୩୪ ରନରେ ଅଟକି ଯାଇଥିଲା । ହେଲେ ଏହି ୨୦ ବର୍ଷ ଭିତରେ ଭାରତୀୟ କ୍ରିକେଟ ସମ୍ପୂର୍ଣ୍ଣ ବଦଳି ଯାଇଛି । ଭାରତ ଏପର୍ଯ୍ୟନ୍ତ ୧୦ଟି ଯାକ ମ୍ୟାଚ ଜିତିସାରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ୧୦ଟି ମ୍ୟାଚରୁ ୮ଟିରେ ବଜୟ ଲାଭ କରିଛି । ଏଥିସହିତ ଅଷ୍ଟ୍ରେଲିଆ ୮ମ ଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ।

    ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୭ଟି ଫାଇନାଲରୁ ୫ଟି ଜିତିଛି । ୧୯୭୫ରେ ଓ୍ବେଷ୍ଟଇଣ୍ଟିଜ ଏବଂ ୧୯୯୬ରେ ଶ୍ରୀଲଙ୍କା ଠାରୁ ହାରିଛି ଅଷ୍ଟ୍ରେଲିଆ । ୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ଲଗାତାର ୩ ଥର ବିଶ୍ବବିଜେତା ହୋଇଛି ଅଷ୍ଟ୍ରେଲିଆ ଦଳ । ୧୯୮୭ ମସିହାରେ ଇଂଲଣ୍ଡ, ୧୯୯୯ରେ ପାକିସ୍ତାନ, ୨୦୦୩ରେ ଭାରତ, ୨୦୦୭ରେ ଶ୍ରିଲଙ୍କା ଏବଂ ୨୦୧୫ରେ ନ୍ୟୁଜିଲାଣ୍ଡକୁ ବିଶ୍ବକପ୍ ଫାଇନାଲରେ ହରାଇଥିଲା ଅଷ୍ଟ୍ରେଲିଆ ।

    ସେହିପରି ଭାରତୀୟ କ୍ରିକେଟ ଟିମ୍ ଏହା ପୂର୍ବରୁ ୩ ଥର ବିଶ୍ବକପ୍ ଫାଇନାଲ ଖେଳିଛି । ୧୯୮୩ରେ ଓ୍ବେଷ୍ଟଇଣ୍ଡିଜ ଏବଂ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା । ହେଲେ ୨୦୦୩ରେ ଅଷ୍ଟ୍ରେଲିଆ ଠାରୁ ପରାଜୟର ଶିକାର ହୋଇଥିଲା ଭାରତ ।

    http://www.aplauz.pila.pl/oferta/slusarka-w-stali/
  • ‘ସେ ଜଣେ ଭଲ କ୍ରିକେଟର, ହେଲେ ସେ ଭଲ ମଣିଷ ନୁହେଁ ‘, ମହମ୍ମଦ ଶାମିଙ୍କ ବିଷୟରେ ଏମିତି କହିଲେ ହସିନ ଜାହାଁ

    ‘ସେ ଜଣେ ଭଲ କ୍ରିକେଟର, ହେଲେ ସେ ଭଲ ମଣିଷ ନୁହେଁ ‘, ମହମ୍ମଦ ଶାମିଙ୍କ ବିଷୟରେ ଏମିତି କହିଲେ ହସିନ ଜାହାଁ

    ଅନ୍ତର୍ଜାତୀୟ ବିଶ୍ୱକପ- ୨୦୨୩ ରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପରେ ମହମ୍ମଦ ଶାମି ଏବେ ଚର୍ଚ୍ଚାରେ | ଏହି ସମୟରେ ତାଙ୍କ ପତ୍ନୀ ହସିନ ଜାହାଁ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ ଜଣେ ଭଲ କ୍ରିକେଟର, କିନ୍ତୁ ଜଣେ ଭଲ ମଣିଷ ବି ହୋଇଥାନ୍ତେ! ସେ କହିଛନ୍ତି, ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବେ ଜାଣନ୍ତି ସେମାନେ ଜାଣନ୍ତି ଯେ ମୋ ସହିତ ଭୁଲ ହୋଇଛି | ସେ କହିଥିଲେ, କେତେ ବଢିଆ ହେଇଥାନ୍ତା ମୁଁ, ମୋ ଝିଅ ଏବଂ ସେ ଏକାଠି ରହି ଭଲ ଜୀବନ ବିତାଇପାରିଥାନ୍ତେ । ସେ କହିଛନ୍ତି, ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଆମ ଦେଶ ଫାଇନାଲ ଜିତି ବିଶ୍ୱକପ ଆମ ପାଖକୁ ଆଣୁ ​​|

    ହସିନ ଜାହାଁ କହିଛନ୍ତି ଯେ, ତାଙ୍କର ଏବଂ ଶାମିଙ୍କ ସମ୍ପର୍କକୁ ତାଙ୍କ କ୍ୟାରିୟର ସହିତ ଯୋଡ଼ା ନ ଯାଉ କାରଣ କାରଣ ତାଙ୍କର କ୍ୟାରିୟର ଅଛି, ଯାହା ତାଙ୍କ ବ୍ୟକ୍ତିଗତ ଜୀବନର ସମ୍ପର୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଅର୍ଥାତ୍ ମୋର ଏବଂ ତାଙ୍କ ମଧ୍ୟରେ ବିବାଦର କ୍ୟାରିୟର ସହିତ କୌଣସି ଲେଣ ଦେନ ନାହିଁ।

    ହସିନ ଜାହାଁ କହିଛନ୍ତି, ଜାଣିଶୁଣି ନକାରାତ୍ମକ କଥା ମୋ ବିଷୟରେ ବିସ୍ତାର କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ସହ ମୋର ଲଢ଼େଇ ଚାଲୁଛି , ସେ ଆର୍ଥିକ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ | ମୋ ବିରୁଦ୍ଧରେ ତାଙ୍କ ପାଖରେ ଏକ ଟିମ ଅଛି ଯିଏକି କ୍ରମାଗତ ଭାବରେ ମୋତେ ଦୁର୍ବ୍ୟବହାର କରନ୍ତି | ବେଳେବେଳେ ଏହି ଚିନ୍ତାଧାରା ମୋ ହୃଦୟରେ ଆସେ ଯେ ଆମେ ଏକାଠି ବଞ୍ଚିଥାନ୍ତେ କିନ୍ତୁ ଶାମିଙ୍କ ନକରାତ୍ମକ ମନ ଏବଂ ଲୋଭ ହେତୁ ଆମେ ଆଜି ଏଭଳି ପରିସ୍ଥିତିରେ ଅଛୁ |

  • ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ନାସନାଲ ପ୍ରେସ ଡେ ପାଳିତ

    ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ନାସନାଲ ପ୍ରେସ ଡେ ପାଳିତ

    ଆଜି ଜାତୀୟ ସାମ୍ବାଦିକ ଦିବସ। ସମାଜ ଗଠନରେ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଦେଶ ସ୍ବାଧୀନତା ପୂର୍ବରୁ ସମ୍ବାଦପତ୍ର ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା। ଗଣମାଧ୍ୟମ ହେଉଛି ଜନତା ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ମାଧ୍ୟମ। ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପରି ଲୋକଙ୍କ ଅସୁବିଧା ସରକାରଙ୍କ ନିକଟରେ ଉପସ୍ଥାପନ କରିବା ହେଉଛି ଗଣମାଧ୍ୟମର କର୍ତ୍ତବ୍ୟ। କିନ୍ତୁ ଆଜିର ସମ୍ବାଦପତ୍ର ଓ ସାମ୍ବାଦିକ ବହୁ ସମସ୍ୟା ଭୋଗୁଛନ୍ତି। ସାମ୍ବାଦିକଙ୍କ ସୁରକ୍ଷା ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି। ପ୍ରେସ ବର୍ତ୍ତମାନ ଏକ ଘଡିସନ୍ଧି ସମୟ ଦେଇ ଗତିକରୁଛି। କିଛି ବର୍ଷ ହେବ ପ୍ରେସ ତାର ଗରିମା ହରାଇଛି। କେଉଁଠି ଚାପରେ ତ କେଉଁଠି ନିଜ ଅସ୍ତିତ୍ବକୁ ଜଳାଞ୍ଜଳି ଦେଉଥିବାରୁ ଏପରି ଘଟୁଛି। ଫଳରେ ଲୋକଙ୍କ ମଧ୍ୟରେ ଆଉ ପ୍ରେସ ଉପରେ ପୂର୍ବ ଆସ୍ତା ନାହିଁ। ଦଳୀୟ ଭିତ୍ତିରେ ହେଉ ବା ଚାପରେ ଭିନ୍ନ ଖବରକୁ ନେଇ ଦ୍ବନ୍ଦ୍ବରେ ଜନତା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ।

    ତେବେ ସାମ୍ବାଦିକଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ହୋଇଛି । ବିଭିନ୍ନ ସମୟରେ ସାମ୍ବାଦିକଙ୍କ ଉପରେ ମାଡ ହେଉଛି, ସେମାନଙ୍କ ବିରୋଧରେ ମିଛ ମକଦମା କରି ଫସା ଯାଉଛି। ଯାହା ଏକ ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ । ତଥାପି ଏସବୁ ଚାପରେ ଭୟଭୀତ ନ ହୋଇ ସତ୍ୟ ଉପସ୍ଥାପନ କରିବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବ ସାମ୍ବାଦିକମାନେ ମତ ପ୍ରକାଶ କରିଛନ୍ତି।

    ତେଣୁ ଗଣମାଧ୍ୟମକୁ ସ୍ବାଧୀନ କରିବାକୁ ମତପ୍ରକାଶ ପାଇଛି। ତେବେ ସ୍ବାଧୀନତାର ଅର୍ଥ ନୁହେଁ ସ୍ବେଚ୍ଛାଚାରିତା। ଯେତେ ଚାପ ଆସୁ, ଯେତେ ପ୍ରତିବନ୍ଧକ ଗଣମାଧ୍ୟମ ସମ୍ମୁଖରେ ଠିଆ ହେଉ ପଛେ ନିର୍ଭିକତାର ସହ ନିଜ ଦାୟିତ୍ବ ସମ୍ପାଦନ କରିବା ଆବଶ୍ୟକ ବୋଲି ନାସନାଲ ପ୍ରେସ ଡେ ଅବସରରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ହାଇକୋର୍ଟର ପୂର୍ବତନ ଜଷ୍ଟିସ ଡା ଡି ପି ଚୌଧୁରୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରେସର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

  • ଇତିହାସ ରଚିଲେ ବିରାଟ, କୋହଲିଙ୍କ ବ୍ୟାଟରୁ ସବୁଠୁ ଅଧିକ ଦିନିକିଆ ଶତକ

    ଇତିହାସ ରଚିଲେ ବିରାଟ, କୋହଲିଙ୍କ ବ୍ୟାଟରୁ ସବୁଠୁ ଅଧିକ ଦିନିକିଆ ଶତକ

    ବିରାଟ…ବିରାଟ…ବିରାଟ… ଆଜି ସାରା ଦୁନିଆ ବେମିସାଲ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମଖ । କାରଣ ବିରାଟ କରିଛନ୍ତି ବରିରାଟ ରେକର୍ଡ । ନିଜ ବ୍ୟାଟରେ ଲେଖିଛନ୍ତି ଅଲିଭା ଅଲିଭା ଇତିହାସ । କାରଣ ଆଜି ସେ ଏମିତି ଏକ ରେକର୍ଡ କରିଛନ୍ତି ଯାହାକୁ ଛୂଇବା ଏକ ସ୍ବପ୍ନ ପରି ମନେହୁଏ । ଆଜି ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ବିଶ୍ବକପର ସେମିଫାଇନାଲ ମ୍ୟାଚରେ ବିରାଟଙ୍କ ବ୍ୟାଟରୁ ବାହରିଥିଲା ଦିନିକିଆର ସବୁଠୁ ଅଧିକ ଶତକ । ଅର୍ଥାତ ବିରାଟ ଆଜି କ୍ରିକେଟ ଗଡ ସଚିନଙ୍କ ୪୯ ତମ ଦିନିକିଆ ଶତକକୁ ପଛରେ ପକାଇ ଦେଇଛନ୍ତି । ଆଜି ସାରା ବିଶ୍ବ ଦେଖିଥିଲା ବିରାଟଙ୍କ ବ୍ୟାଟର ସେହି ଯାଦୁଗରୀ ୫୦ ତମ ଶତକ ।

    ବିରାଟ କୋହଲିଙ୍କ ପାଇଁ ଚଳିତ ବିଶ୍ବକପ ଅତି ଅନୁକୁଳ ସାବ୍ୟସ୍ତ ହୋଇଛି । ଗୋଟିଏ ପରେ ଗୋଟିଏ ସ୍ମରଣୀୟ ଇନିଂସ ତାଙ୍କ ବ୍ୟାଟରୁ ବାହାରିଥିବା ବେଳେ ସବୁଠୁ ଅଧିକ ଦିନିକିଆ ଶତକ ହାସଲ କରିବାର ରେକର୍ଡ ମଧ୍ୟ ବିରାଟ ନାଁରେ ଯୋଡି ହୋଇଛି । ବିରାଟ ଏହାପୂର୍ବରୁ ସଚିନଙ୍କ ୪୯ ତମ ଦିନିକିଆ ଶତକର ସମକକ୍ଷ ହୋଇଥିବା ବେଳେ ଆଜି ୫୦ ତମ ଶତକ କରି ଦୁନିଆକୁ ନିଜର ଦମ୍ ଦେଖାଇଛନ୍ତି । ଖାଲି ସେତିକି ନୁହେଁ କୌଣସି ବିଶ୍ବକପରେ ସବୁଠୁ ଅଧିକ ରନର ରେକର୍ଡ ମଧ୍ଯ ସେ ହାସଲ କରିଛନ୍ତି । ସଚିନ ୨୦୦୩ ବିଶ୍ବକପରେ ମୋଟ ୬୭୩ ରନ କରିଥିବା ବେଳେ ଆଜି ତାହା ଭାଙ୍ଗିଦେଲେ ବିରାଟ । ପୂର୍ବରୁ କୌଣସି ବିଶ୍ବକପରେ ସଚିନ ହାଏଷ୍ଟ ସ୍କୋରର ଥିବା ବେଳେ ତାଙ୍କ ପଛକୁ ଥିଲେ ମେଥୁ ହେଡେନ, ରୋହିତ ଶର୍ମା ଏବଂ ଡେଭିଡ ଓ୍ବାର୍ଣ୍ଣର । ହେଡେନ ୨୦୦୭ ମସିହା ବିଶ୍ବକପରେ ୬୫୯ ରନ କରିଥିବା ବେଳେ ରୋହିତ ୨୦୧୯ ବିଶ୍ବକପରେ ୬୪୮ ଏବଂ ଓ୍ବାର୍ଣ୍ଣର ୨୦୧୯ ବିଶ୍ବକପରେ ୬୪୭ ରନ ସ୍କୋର କରିଥଲେ । ତେଣୁ, ରନ୍ ମାମଲାରେ ମଧ୍ୟ ବିଶ୍ବକପରେ ବିରାଟ ସବୁଠୁ ଅଧିକ ରନ କରିବାର ରେକର୍ଡ ହାସଲ କରିଛନ୍ତି ।

    ସେହିପରି ଦିନିକିଆ ରନ୍ ମାମଲାରେ ଅଷ୍ଟେଲିଆର ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି । ରିକି ମୋଟ ୧୩୭୦୪ ରନ କରିଥିବା ବେଳେ ବିରାଟ ତାଙ୍କୁ ପାର କରିଛନ୍ତି । ବିରାଟଙ୍କ ଉପରେ ରହିଛନ୍ତି କୁମାର ସାଙ୍ଗାକାରା ଏବଂ ସଚିନ ତେନ୍ଦୁଲକର । ସଚିନ ମୋଟ ୧୮୪୨୬ ରନ ସହିତ ଟପରେ ଥିବା ବେଳେ ତାଙ୍କ ପଛକୁ ୧୪୨୩୪ ରନ ସହିତ ସାଙ୍ଗାକାରା ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

  • ପରଲୋକରେ ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟ

    ପରଲୋକରେ ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟ

    ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ। ତେବେ ଗତରାତିରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଏନେଇ ସାହାର ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ଦର୍ଶନ ପରେ ଲକ୍ଷ୍ନୌ ନିଆଯିବ । ସେଠି ସାହାରା ସିଟିରେ ତାଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ମିଳିଛି। ସୁବ୍ରତ ରାୟଙ୍କ ପତ୍ନୀ, ପୁଅ ଓ ଭାଇ ଅଛନ୍ତି।


    ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ । ୨୦୦୨ରେ ବିଜିନେସମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ୨୦୦୨ ମସିହାରେ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାର, ୨୦୧୦ରେ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ, ରୋଟାରୀ ଇଣ୍ଟରନ୍ୟାସନାଲ ପକ୍ଷରୁ ଧନ୍ଦାମୂଳକ ଉତ୍କର୍ଷ ପୁରସ୍କାର, କର୍ମବୀର ସମ୍ମାନ, ଉଦ୍ୟମ ଶ୍ରୀ, ବାବା-ଇ-ରୋଜଗାର ପୁରସ୍କାର ଏବଂ ୨୦୦୧ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ ସୁବ୍ରତ ରାୟ ।