Category: ଦେଶ-ବିଦେଶ

  • ଆକ୍ସନ ମୁଡ଼ରେ ହରିୟାଣାରେ ED, କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଗିରଫ

    ଆକ୍ସନ ମୁଡ଼ରେ ହରିୟାଣାରେ ED, କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର ଗିରଫ

    ହରିୟାଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ଶନିବାର (୨୦ ଜୁଲାଇ ୨୦୨୪ ) ସୋନିପତରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛି। ସୂଚନାନୁସାରେ, ବେଆଇନ ଖଣି ମାମଲାରେ ପାନୱାରଙ୍କ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଇଡି ଦଳ ତାଙ୍କୁ ଅମ୍ବାଲା କାର୍ଯ୍ୟାଳୟକୁ ନେଇଛନ୍ତି।

    ବିଶେଷ ସୂତ୍ରରୁ ଜଣାଯାଏ ଯେ ନିକଟରେ ବେଆଇନ ଖଣି ସମ୍ପର୍କିତ ଏକ ମାମଲାରେ ଇଡି ଟିମ୍ ଯମୁନାନଗରର ବିଧାୟକ ସୁରେନ୍ଦ୍ର ପାନୱାର ଏବଂ ପୂର୍ବତନ ବିଧାୟକ ଦିଲବାଗ ସିଂଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରୁ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିଲା | ଏହା ପରେ ସୁରେନ୍ଦ୍ର ପାନୱାରଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି।

  • ‘କାଶ୍ମୀର ମୁସଲମାନ ଭୟଭୀତ’,କଠୁଆରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଏହି କଥା କହିଲେ ଫାରୁକ୍ ଅବଦୁଲ୍ଲା

    ‘କାଶ୍ମୀର ମୁସଲମାନ ଭୟଭୀତ’,କଠୁଆରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଏହି କଥା କହିଲେ ଫାରୁକ୍ ଅବଦୁଲ୍ଲା

    ‘କାଶ୍ମୀର ମୁସଲମାନମାନେ ଭୟଭୀତ’,ଜାମ୍ମୁ କାଶ୍ମୀରର କାଥୁଆ ଜିଲ୍ଲାରେ ପୁଣି ଥରେ ଆତଙ୍କବାଦୀମାନେ ଏକ ଭୟଭୀତ ଆତଙ୍କକୁ ଦୋହରାଇଛନ୍ତି । ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ସହିଦ ହୋଇଥିବାବେଳେ ଏହି ଆକ୍ରମଣରେ ଅନ୍ୟ ୫ ସୈନିକ ଆହତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ଏହି ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ସମାଲୋଚନା କରାଯାଉଛି। ଏହି ଘଟଣାରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏହା ଏକ ବଡ ପ୍ରସଙ୍ଗ। କଣ ଏହା ପାକିସ୍ତାନ ହେବ କି? ଏହା ଆମପାଇଁବିନାଶ |

    କଠୁଆରେ ହୋଇଥିବା ଭୟଭୀତ ଆକ୍ରମଣ ଉପରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ​​ଘୃଣା ରାଜନୀତି କରିଛନ୍ତି, ବୋଧହୁଏ ସେ ବର୍ତ୍ତମାନ ପରିବର୍ତ୍ତନ କରିବେ। ସେ କହିଛନ୍ତି ଯେ ଘୃଣାର ମୂଳଦୁଆ ଉପରେ ଏକ ଦେଶ ନିର୍ମାଣ ହୋଇପାରିବ ନାହିଁ। ଆଜି କାଶ୍ମୀର ମୁସଲମାନମାନେ ଭୟଭୀତ ଅଛନ୍ତି। ମୁଁ ମୋ ଜୀବନରେ ଏହିପରି କେବେ ଦେଖି ନାହିଁ | ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏଥିପାଇଁ ଆକ୍ରମଣ ଘଟୁଛି କାରଣ ପାକିସ୍ତାନ କହିଛି ଯେ କାଶ୍ମୀର ଉପରେ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଏହାର ନିଷ୍ପତ୍ତି ଆମର ବିନାଶ ସହିତ ହେବ

    ରାଷ୍ଟ୍ରୀୟ ସମ୍ମିଳନୀ ମୁଖ୍ୟ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଯେତେବେଳେ ମୁଁ ଆଲୋଚନାର ଓକିଲାତି କଲି, ଆଜି ମୋତେ ଖଲିସ୍ତାନୀ, ପାକିସ୍ତାନୀ ଏବଂ ଆମେରିକୀୟ ଏଜେଣ୍ଟ କୁହାଯାଉଛି। ମୁଁ ସର୍ବଦା ବନ୍ଧୁତ୍ବ ବିଷୟରେ କଥାବାର୍ତ୍ତା କରିଛି ଏବଂ ଆଜି ମଧ୍ୟ ମୁଁ ସମାନ କଥା କହୁଛି ଯେ କାଶ୍ମୀର ପ୍ରସଙ୍ଗ ଯୁଦ୍ଧ ମାଧ୍ୟମରେ ସମାଧାନ ହେବ ନାହିଁ।

  • ମସ୍କୋରେ ନିଜ ଅଭିଭାଷଣରେ ମୋଦି ଓଡିଶାକୁ ଦେଲେ ସ୍ଥାନ

    ମସ୍କୋରେ ନିଜ ଅଭିଭାଷଣରେ ମୋଦି ଓଡିଶାକୁ ଦେଲେ ସ୍ଥାନ

    ଋଷର ରାଜଧାନୀରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନି। ଓଡିଶାର ଅସ୍ମିତାର ଅନ୍ୟତମ ପ୍ରତୀକ ସମ୍ବଲପୁରୀ ଉତ୍ତରୀୟ ଦେଖିଲା ମସ୍କୋ ।… ପ୍ରାଧାନମନ୍ତ୍ରୀ ମୋଦି ଏବେ ଋଷ ଗସ୍ତରେ ଅଛନ୍ତି। ଏହି ଗସ୍ତ କାଳରେ ଆଜି ମସ୍କୋରେ ଅବସ୍ଥାପିତ ଭାରତୀୟଙ୍କୁ ଦେଇଛନ୍ତି ସମ୍ବୋଧନ। ଏହି ସମ୍ବୋଧନ କାଳରେ ସେ ଜୟ ଜଗନ୍ନାଥ କହିବା ସହ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଛନ୍ତି ।ମସ୍କୋ ସମବେଶରେ ମୋଦି ପ୍ରାୟ ୫୦ ମିନିଟ ରହିଥିଲେ। ଏହି ସମୟରେ ତାଙ୍କ ଚରାଚରିତ ପୋଷାକ ସହ କାନ୍ଧରେ ଦେଖିବାକୁ ମିଳିଛି ସମ୍ବଲପୁରୀ ଉତ୍ତରୀୟ। ନିଜ ଭାଷଣରେ ଭାରତରେ ବିଗତ ୧୦ ବର୍ଷରେ ହୋଇଥିବା ବିକାଶ,ନିର୍ବାଚନରେ ଏନଡିଏର ବିଜୟ, ଆଗାମୀ ଦିନ ପାଇଁ ମୋଦିଙ୍କ ଭିଜନ କଥା କହିଥିଲେ ମୋଦି।

    ଭାଷଣ ଶେଷରେ ଓଡିଶାରେ ଚଳିତ ନିର୍ବାଚନ ଏକ ବିପ୍ଲବ ଆଣିବା କଥା କହିବା ସହ ଏଥିପାଇଁ ସେ ଓଡିଶାର ଉତ୍ତରୀୟ ପକାଇଥିବା କହିଥିଲେ। ସମସ୍ତଙ୍କ ଉପରେ ଜଗନ୍ନାଥଙ୍କ କୃପା ବର୍ଷା ହେଉ ବୋଲି କାମନା କରିଥିଲେ।

    ମୋଦିଙ୍କ ଏହି ଅବତାର ଓ ଭାଷଣରେ ଓଡିଶା, ରଥଯାତ୍ରା ଓ ଓଡିଶା ଉତ୍ତରୀୟର ଉଲ୍ଲେଖକୁ ଦେଖି ମନେ ହେଉଛି, ଓଡିଶାରେ ବିଜେପିର ବିଜୟ ମୋଦିଙ୍କ ଏକ ବହୁ ପ୍ରତୀକ୍ଷିତ ସ୍ବପ୍ନ ସାକାର କରିଛି। ତେଣୁ ଉତ୍କଳୀୟ ଭାବାବେଗରେ କବଳିତ ହୋଇଯାଇଛନ୍ତି ମୋଦି।

  • ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ମାମଲା, ୩ ପକ୍ଷଙ୍କୁ ସୁପ୍ରିମ କୋର୍ଟଙ୍କ ରିପୋର୍ଟ ତଲବ

    ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ମାମଲା, ୩ ପକ୍ଷଙ୍କୁ ସୁପ୍ରିମ କୋର୍ଟଙ୍କ ରିପୋର୍ଟ ତଲବ

    ନିଟ୍‌ ୟୁଜି ପରୀକ୍ଷା ପେପର ଲିକ୍‌ ଘଟଣାରେ ସୁପ୍ରିମକୋର୍ଟଙ୍କ ତିନି ସଂସ୍ଥାକୁ ରିପୋର୍ଟ ତଲବ। ନିଟ ଅନିୟମିତତା ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିବା ବେଳେ ସର୍ବୋଚ୍ଚ କୋର୍ଟ ସିବିଆଇ, ପରୀକ୍ଷା ଆୟୋଜକ ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ଘଟଣାର ପୂର୍ଣ୍ଣ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ମାମଲାରେ ୧୦ ଜୁଲାଇ ସଂଧ୍ୟା ୫ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ରିପୋର୍ଟ ଦାଖଲର ଦିନକ ପରେ ଅର୍ଥାତ ଜୁଲାଇ ୧୧ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ।

    ଗତ ନିଟ-ୟୁଜି ପରୀକ୍ଷାରେ ପେପର ଲିକ ସାରା ଦେଶରେ କେନ୍ଦ୍ର ବିରୋଧରେ ଏକ ଜନ ଆନ୍ଦୋଳନର ରୂପ ନେଇଛି। ପରୀକ୍ଷା ପୁଣି କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ତେବେ କେନ୍ଦ୍ର ସରକାର ପୁନଃ ପରୀକ୍ଷାକୁ ବିରୋଧ କରି ଏହି ଅନିୟମିତତା କିଛି ସ୍ଥାନ ଓ କିଛି ପିଲାଙ୍କ ଦ୍ବାରା ହୋଇଛି। ପୁଣି ପରୀକ୍ଷା ହେଲେ ୨୩ ଲକ୍ଷ ପିଲା ଅସୁବିଧା ଭୋଗିବେ ବୋଲି ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଛି କେନ୍ଦ୍ର। କୋର୍ଟ ମଧ୍ୟ ଆଜି ଶୁଣାଣି ପରେ କେତେକାଂଶରେ ଏହି ମତ ସହ ଏକମତ ହୋଇଛନ୍ତି।

    ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ପୁନଃ ପରୀକ୍ଷା ପାଇଁ ଆବେଦନକାରୀ କରୁଥିବା ଯୁକ୍ତି ଶୁଣିବା ପରେ କହିଛନ୍ତି, ପେପର ଲିକ ହୋଇଛି ବୋଲି ଆମକୁ ମାନିବାକୁ ପଡ଼ିବ। ତେବେ ପୁନଃ ପରୀକ୍ଷା ଶେଷ ବିକଳ୍ପ। ୨୩ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ। ଏହା ପୂର୍ବରୁ ଲିକ୍‌ର ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ଯଦି ସଚ୍ଚୋଟ ଉପାୟରେ ପାସ୍‌ କରିଥିବା ଶିକ୍ଷାର୍ଥୀଙ୍କୁ ଦାଗୀ ପିଲାଙ୍କ ଠାରୁ ଅଲଗା କରାଯାଇ ପାରିବ, ତା’ହେଲେ ରି-ଟେଷ୍ଟର କୌଣସି ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

  • ମହିଳାଙ୍କ ଋତୁସ୍ରାବ କାଳୀନ ଛୁଟି ସମ୍ବନ୍ଧିତ ଆବେଦନ ସୁପ୍ରିମ କୋର୍ଟରେ ଖାରଜ

    ମହିଳାଙ୍କ ଋତୁସ୍ରାବ କାଳୀନ ଛୁଟି ସମ୍ବନ୍ଧିତ ଆବେଦନ ସୁପ୍ରିମ କୋର୍ଟରେ ଖାରଜ

    ମହିଳାଙ୍କ ମାସିକ ଋତୁସ୍ରାବ କାଳୀନ ଛୁଟି ଆବେଦନ ସମ୍ବନ୍ଧିତ ଯାଚିକା ସୁପ୍ରିମ କୋର୍ଟରେ ରଦ୍ଦ। କୋର୍ଟ ଏହି ଆବେଦନକୁ ରଦ୍ଦ କରିଥିଲେ ମଧ୍ୟ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ଏହି ଯାଚିକାର ଗୁରୁତ୍ବ ବୁଝି ଏହା ଉପରେ ରାଜ୍ୟ ଓ କେନ୍ଦ୍ର ସରକାର, ମାନବ ସମ୍ବଳ ବିଭାଗ ସହ ପରାମର୍ଶ କରି ଏକ ନୀତିଗତ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି କି, ମହିଳାଙ୍କୁ ଏପରି ଛୁଟି ଦେବା ଉପରେ ଆମର ନିର୍ଣ୍ଣୟ ପ୍ରତିକୂଳ ଓ ହାନିକାରକ ହୋଇପାରେ। ଏପରି ଆଦେଶ ମହିଳାଙ୍କୁ ନିଯୁକ୍ତି ଦେବା ବେଳେ ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବ ନିଯୁକ୍ତିଦାତାଙ୍କ ଉପରେ ବୋଲି ମୁଖ୍ଯ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଓ ବିଚାରପତି ଜେ ବି ପାରଦିୱାଲା ଓ ବିଚାରପତି ମନୋଜ ମିଶ୍ରାଙ୍କ ପୀଠ କହିଛନ୍ତି।

    ସୁପ୍ରିମ କୋର୍ଟ ଶୁଣାଣି କାଳରେ କହିଛନ୍ତି କି, ଏମିତି ଛୁଟି ଅଧିକାଂଶ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରରୁ ଦୂରେଇ ରଖିବ, ଯାହା କୋର୍ଟ ଚାହୁଁ ନ ଥିବା କହିଛନ୍ତି। ତେଣୁ ଏହା ଉପରେ ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟ ସଚିବ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟାଙ୍କ ସହ ଆଲୋଚନା କରିବାକୁ ସ୍ବାଧୀନତା ଦେଇଛନ୍ତି। ଋତୁସ୍ବାବ ସମୟରେ ଅଧିକାଂଶ ମହିଳାଙ୍କୁ ପ୍ରବଳ ଯନ୍ତ୍ରଣା ହେଉଥିବାରୁ କର୍ମକ୍ଷେତ୍ରରେ ମହିଳାଙ୍କୁ ଛୁଟି ଦେବାକୁ ଦାୟର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି କହିଛନ୍ତି ସର୍ବୋଚ୍ଚ କୋର୍ଟ। ଏହା ଉପରେ ନୀତିଗତ ନିଷ୍ପତ୍ତି ନେବାର କ୍ଷମତା ନ୍ୟାୟପାଳିକାର ନାହିଁ। ତେବେ ବର୍ତ୍ତମାନ କେବଳ ବିହାର ଓ କେରଳରେ ମହିଳାଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ମହିଳା କର୍ମଚାରୀଙ୍କୁ ବିହାରର ୨ ଦିନ ଛୁଟି ଦିଆଯାଉଥିବା ବେଳେ କେରଳରେ ୩ ଦିନିଆ ଛୁଟି ବ୍ୟବସ୍ଥା ରହିଛି।

  • ଆଜିଠାରୁ ଲାଗୁ ହେଲା ନୂଆ ତିନି ଆଇନ

    ଆଜିଠାରୁ ଲାଗୁ ହେଲା ନୂଆ ତିନି ଆଇନ

    ୨୦୨୪ ଜୁଲାଇ ୧, ସୋମବାର, ଭାରତୀୟ ଆଇନ ଇତିହାସରେ ଆସିଲା ବିରାଟ ପରିବର୍ତ୍ତନ। ଆଜିଠାରୁ ଦେଶରେ ଲାଗୁ କରାଯାଇଛି ୩ ନୂଆ ଅପରାଧିକ ଆଇନ। ବ୍ରିଟିଶ ଅମଳର ଇଣ୍ଡିଆନ ପେନାଲ କୋଡ (IPC) ହେଲା ଭାରତୀୟ ନ୍ୟାୟ ସଂହିତା (BNS)। କୋଡ ଅଫ କ୍ରିମିନାଲ ପ୍ରୋସିଜ୍ୟୁଅର ବା (CRPC) ଏବେ ହେଲା ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ (IEA) ହେଲା ଭାରତୀୟ ସାକ୍ଷ୍ୟ ଅଧିନିୟମ (BAS)। ଜୁଲାଇ ୧ ରାତି ୧୨ଟାରୁ ନୂଆ ତିନିଟି ଆଇନକୁ ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଏଣିକି ଅନଲାଇନରେ ମଧ୍ୟ ଏଫଆଇଆର ଦାୟର କରାଯାଇ ପାରିବ। ଏହା ବ୍ୟତୀତ, ମହିଳାଙ୍କ ସହ ଜଡିତ ଅପରାଧ ମଧ୍ୟରୁ ଅଧିକାଂଶରେ ଅଧିକ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ତେବେ ୩ଟି ନୂଆ ଆଇନରେ କଣ ବିଶେଷତା ରହିଛି ସେ ସମ୍ବନ୍ଧରେ ଆସନ୍ତୁ ଜାଣିବା।

    ୧ ଜୁଲାଇ ପୂର୍ବରୁ ଅର୍ଥାତ୍ ଜୁନ ୩୦, ୨୦୨୪ ପର୍ଯ୍ୟନ୍ତ ଦାୟର ହୋଇଥିବା ମାମଲା ପୂର୍ବ ନିୟମ ମୁତାବକ ଯାଞ୍ଚ ଓ ଟ୍ରାଏଲ ହେବ।
    ସିଆରପିସିରେ ୪୮୪ ଧାରା ଥିଲା, ଏବେ ବିଏନଏସଏସରେ ଏହାକୁ ବଢାଇ ୫୨୧ କରାଯାଇଛି। ସେହିପରି ଆଇପିସିରେ ପୂର୍ବରୁ ୩୫୭ ଧାରା ରହିଥିଲା, ଯାହା ଏବେ ୫୧୧ ହୋଇଛି। ଆଇଇଏରେ ୧୬୭ ଧାରା ଥିଲା, ତାକୁ ନୂଆ ବିଏସଏରେ ବଢାଇ ୧୭୦ ଧାରା କରାଯାଇଛି।
    ଏଥିରେ ଡିଜିଟାଲ ସାକ୍ଷ୍ୟକୁ ମଧ୍ୟ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ତେବେ ଏଥିପାଇଁ ଫରେନ୍ସିକ ଯାଞ୍ଚ ହେବ।
    କୌଣସି ଅପରାଧିକ ମାମଲାରେ କେହି ବି ନାଗରିକ କୌଣସି ସ୍ଥାନରୁ ଏଫଆଇଆର ଦାୟର କରିପାରିବେ। ଏହାକୁ ଯାଞ୍ଚ ପାଇଁ ସମ୍ପୃକ୍ତ ଥାନାକୁ ପଠାଇ ଦିଆଯିବ।

    ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ
    ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ଦାଖଲ

    ଅଭିଭାବକଙ୍କ ଉପସ୍ଥିତିରେ ମହିଳା ପୋଲିସ ନେବେ ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ
    ୭ ଦିନ ଭିତରେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ ପ୍ରଦାନ
    ସାଙ୍ଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନ
    ‘ରାଜଦ୍ରୋହ’ ବଦଳରେ ‘ଦେଶଦ୍ରୋହ’ ଶବ୍ଦ ସାମିଲ

    ସମସ୍ତ ତଲାସୀ ଓ ଜବତ କ୍ଷେତ୍ରରେ ଭିଡ଼ିଓଗ୍ରାଫି ବାଧ୍ୟତାମୂଳକ
    ଗିରଫ ହେବା ପରେ ବ୍ୟକ୍ତି ପରିବାର ଓ ସମ୍ପର୍କୀୟଙ୍କୁ ଜଣାଇପାରିବେ
    ନିଜର ସ୍ଥିତି ସମ୍ପର୍କରେ ଜଣାଇବାକୁ ମିଳିଛି ଅଧିକାର
    ଗିରଫ ସମ୍ପର୍କିତ ସମସ୍ତ ତଥ୍ୟ ଥାନା କିମ୍ବା ପୋଲିସ ମୁଖ୍ୟାଳୟରେ ରଖାଯିବ
    ବ୍ୟକ୍ତିଗତ ନୁହେଁ; ଇଲେକ୍ଟ୍ରୋନିକ ମାଧ୍ୟମରେ କରିହେବ FIR

  • ଭାରତରେ ବାଲ୍ୟବିବାହ ବିଶ୍ୱର ଏକ-ତୃତୀୟାଂଶ

    ଭାରତରେ ବାଲ୍ୟବିବାହ ବିଶ୍ୱର ଏକ-ତୃତୀୟାଂଶ

    ବାଲ୍ୟ ବିବାହ ବନ୍ଦ କରିବାକୁ ଭାରତ ସରକାରଙ୍କ ସବୁ ଯୋଜନା ବିଫଳ। ଏବେ ମଧ୍ୟ ଦେଶରେ ବେଧକ ବାଲ୍ୟ ବିବାହ ହେଉଛି। ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟ ମୁତାବକ ବିଶ୍ବରେ ୬୪୦ ମିଲିୟନ ବାଲ୍ୟ ବିବାହ ମଧ୍ୟରୁ ଭାରତରେ ୨୦୦ ମିଲିୟନ, ଯାହା ବିଶ୍ବ ରିପୋର୍ଟର ଏକ ତୃତୀୟାଂଶ। ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟ ୨୦୨୪ ଅନୁଯାୟୀ, ପ୍ରତି ୫ଜଣରେ ଜଣେ ନାବାଳିକା ବିବାହ କରୁଛନ୍ତି। ସେହିପରି ଏପର୍ଯ୍ୟନ୍ତ ଆମ ଭିତରେ ଲିଙ୍ଗଗତ ବିଭେଦତା ଭରି ରହିଥିବା ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। ମହିଳା ବିରୋଧୀ ହିଂସା ସମାଜ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା କହିଛି ଜାତିସଂଘ।ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ଅସମାନତା ଦୂର କରିବା ପାଇଁ ପ୍ରାୟ ୧୭୬ବର୍ଷ ସମୟ ଲାଗିବ ବୋଲି କହିଛି ଜାତିସଂଘ।

    ଏହା ବ୍ୟତୀତ, ୨୦୧୫ରେ ବିଶ୍ୱର ଶୀର୍ଷ ନେତୃତ୍ବଙ୍କ ଦ୍ୱାରା ଦାରିଦ୍ର୍ୟ ଦୂରିକରଣ ଠାରୁ ଲିଙ୍ଗଗତ ସମାନତା ହାସଲ ପରି ବିଭିନ୍ନ ସମସ୍ୟା ଦୂର କରିବାକୁ ୧୬୯ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ସେସବୁର ୧୭ ପ୍ରତିଶତ ପୂରଣ କରିବାକୁ ଆମକୁ ୨୦୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି କୁହାଯାଇଛି।

    ଲକ୍ଷ୍ୟ ପୂରଣ ପାଇଁ ୟୁଏନ ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଶାନ୍ତି ସ୍ଥାପନା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ଅନ୍ତର୍ଜାତୀୟ ଅର୍ଥ ପ୍ରୋତ୍ସାହନା ଦିଗରେ ବିଫଳତା, ବିକାଶ ପଥରେ ବାଧକ ସାଜୁଥିବା କହିଛନ୍ତି। ତଥାପି ୨୦୩୦ର ଏଜେଣ୍ଡାକୁ ପୂରଣ କରିବା ପାଇଁ ତ୍ୱରିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରାଯାଇଛି।

  • ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ଫୋରଣ, ୧୮ ଜଣଙ୍କ ମୃତ୍ୟୁ

    ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ଫୋରଣ, ୧୮ ଜଣଙ୍କ ମୃତ୍ୟୁ

    ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି, ୪୨ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବୋତ୍ତର ନାଇଜେରିଆର ଗେଜା ସହରରେ ଶନିବାର ଦିନ ତିନୋଟି ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏକ ବିବାହ ସମାରୋହ ଚାଲିଥିବା ବେଳେ ଜଣେ ମହିଳା ପିଠିରେ ଛୁଆକୁ ବାନ୍ଧି ଆସି ପହଞ୍ଚିଥିଲେ ଓ ନିଜକୁ ବିସ୍ଫୋରଣରେ ଉଡାଇଦେଇଥିଲେ। ଏଥିରେ ବିବାହ ମଣ୍ଡପ ପାଲଟି ଯାଇଥିଲା ଧ୍ବଂସ ସ୍ତୁପ। ଭୋଜିରେ ଭାଗ ନେବାକୁ ଆସିଥିବା ଅତିଥିଙ୍କ ମଧ୍ୟରୁ ଅନେକ ବିସ୍ଫୋରଣରେ ପ୍ରାଣ ହରାଇଥିଲେ।


    ଆଧିକାରିକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେମରୁନ ନିକଟବର୍ତ୍ତୀ ସହରରେ ଥିବ ଏକ ହସ୍ପିଟାଲରେ ମଧ୍ୟ ବିସ୍ଫୋରଣ ହୋଇଛି। ଅନ୍ୟ ଏକ ଶ୍ମଶାନ ଭୂମିରେ ମଧ୍ୟ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗୁରୁତର ଆହତଙ୍କୁ ରାଜଧାନୀ ମୈଦୁଗୁରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


    ଏହି ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ବୋକୋ ହରାମ ନିଜକୁ ଦାୟୀ କରିଛି। ଏହା ପୂର୍ବରୁ ୨୦୧୪ରେ ବୋକୋ ହରାମ ଗ୍ବେଜା ସହରକୁ ନିଜ କବଜାକୁ ନେଇଯାଇଥିଲା। ପ୍ରାୟ ଏକ ବର୍ଷ ପରେ ୨୦୧୫ରେ ସେନା ସହରକୁ ନିଜ କବଜାକୁ ନେଇଥିଲା।

  • ପଞ୍ଚାୟତ ମୁଖିଆରୁ ନିଟ୍ ପେପର ଲିକ ମୁଖିଆ: ସଂଜୀବ ଓରଫ ଲୁଟନ ମୁଖିଆକୁ ଖୋଜୁଛି ପୋଲିସ

    ପଞ୍ଚାୟତ ମୁଖିଆରୁ ନିଟ୍ ପେପର ଲିକ ମୁଖିଆ: ସଂଜୀବ ଓରଫ ଲୁଟନ ମୁଖିଆକୁ ଖୋଜୁଛି ପୋଲିସ

    ପାଟନା ମେଡିକାଲ କଲେଜରେ ଆଡମିଶନ ପାଇଁ ଏନଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ମାମଲାର ଯାଞ୍ଚ ଖୁବ୍ ଜୋର ସୋରରେ ଚାଲିଥିବାବେଳେ ପାଟନା ପୁଲିସ ଓ ଅର୍ଥନୈତିକ ଅପରାଧ ଶାଖାର ଛାନଭିନ୍ ରେ ନୂଆ ନୂଆ ଚେହେରା ସାମନାକୁ ଆସୁଛି। ପ୍ରଥମେ ସିକନ୍ଦର, ଅମିତ୍ , ଅନୁରାଗ ଅଂଶୁଳ ଓ ଅତୁଲଙ୍କ ପରେ ଏବେ ସଞ୍ଜୀବ ମୁଖିଆର ନାଁ ସାମନାକୁ ଆସିଛି। ଏହି ଘଟଣାର ସଂଜୀବ ମୁଖିଆଙ୍କୁ କିଙ୍ଗପିନ ବୋଲି କୁହାଯାଉଛି । ଅର୍ଥନୈତିକ ଅପରାଧ ଶାଖା ଓ ପାଟନା ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

    ମିଡ଼ିଆ ରିପୋର୍ଟ ମୁତାବକ, ସଞ୍ଜୀବ ମୁଖିଆକୁ ନିଟ୍ ପରୀକ୍ଷାର ପ୍ରଶ୍ନ ପତ୍ର ଜଣେ ପ୍ରଫେସର ମୋବାଇଲ ମାଧ୍ୟମରେ ପଠାଇଥିଲେ। ଏହାପରେ ସେ ପ୍ରତି ଛାତ୍ର ପିଛା ୪୦ ଲକ୍ଷ ଟଙ୍କାରେ ଡିଲ୍ କରିଥିଲା । ଏହାର ପୂରା ପ୍ଲାନିଂ ନିଜେ ସଞ୍ଜୀବ ହିଁ କରିଥିଲା। ସେ ସିକନ୍ଦର ଯଦୁବଂଶୀ ଓ ଅନ୍ୟମାନଙ୍କୁ ପେପର ଉପଲବ୍ଧ କରାଇ ଥିଲେ। ଏହାପରେ ୪ ମେ’ର ରାତି ଓ ୫ ମେ ରେ ନିଟ୍ର ପ୍ରାର୍ଥୀଙ୍କୁ ପ୍ରଶ୍ନ ପତ୍ରର ଉତ୍ତର ପାଟନାର ଖେମନି ଚକ ସ୍ଥିତ ପ୍ଲେ ଆଣ୍ଡି ଲର୍ନ ସ୍କୁଲର ହଷ୍ଟେଲରେ ଦିଆ ଯାଇଥିଲା। ସଞ୍ଜୀବ ମୁଖିଆର, ରବି ଅତ୍ରି ଗ୍ୟାଙ୍ଗ ସହ ସିଧାସଳଖ ସଂପର୍କ ରହିଛି।

    ଉଲ୍ଲେଖନୀୟ ଯେ, ନିଟ୍ ପେପର ଲିକ୍ କାଣ୍ଡରେ ଫେରାର ଥିବା ସଞ୍ଜୀବ ମୁଖିଆଙ୍କ ଉପନାମ ଲୁଟନ ମୁଖିଆ ମଧ୍ୟ ରହିଛି। ସେ ନାଳନ୍ଦାର ନୁରସରାୟ ହର୍ଟିକଲଚର କଲେଜରେ ଟେକ୍ନିକାଲ ସହାୟକ ପଦରେ ମୁତୟନ ଥିଲା। ଚାକିରି ଛାଡ଼ି ସେ ରାଜନୀତରେ ପାଦ ରଖି ଥିଲା ଏବଂ ନିଜ ପଞ୍ଚାୟତର ମୁଖିଆ ହୋଇଥିଲା। ୨୦୧୬ରେ ପୁଲିସ୍ ଭର୍ତ୍ତି ପରୀକ୍ଷାରେ ପେପର ଲିକ୍ରେ ସର୍ବ ପ୍ରଥମେ ତାର ନାଁ ଆସିଥିଲା, ପରେ ବିଏସସି ଶିକ୍ଷକ ଭର୍ତ୍ତି ପରୀକ୍ଷାରେ ପେପର ଲିକ୍ କାଣ୍ଡରେ ତାର ସଂପୃକ୍ତି ରହିଛି। ସଞ୍ଜୀବ ମୁଖିଆ ବିଏସସି ଶିକ୍ଷକ ବହାଲି ପେପର ଲିକ୍ କାଣ୍ଡରେ ଜେଲ୍ ଯାଇ ସାରିିଛି ଏବଂ ତାର ପୁଅ ଡାକ୍ତର ଶିବ କୁମାର ଏହି ମାମଲାରେ ଏବେ ବି ଜେଲ୍ ରେ ଅଛି।

  • ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଦୁଇ ସରିଫ ଭାଇ

    ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଦୁଇ ସରିଫ ଭାଇ

    ବଦଳିଛି ପାକିସ୍ଥାନର ମିଜାଜ। ମୋଦିଙ୍କ ଶପଥଗ୍ରହଣ ପରେ ବଢାଇଛି ବନ୍ଧୁତାର ହାତ। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରି ହାଟ୍ରିକ୍ କରିଛନ୍ତି। ମୋଦିଙ୍କ ଶପଥପାଠ ପରେ ପାକିସ୍ଥାନ ଆଡୁ ବଢିଛି ବନ୍ଧୁତ୍ବର ହାତ। ସୋମବାର ଦିନ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ ଦଳର ମୁଖ୍ଯ ନୱାଜ ସରିଫ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ X ହ୍ୟାଣ୍ଡରେ ଟ୍ବିଟ କରି ଲେଖିଛନ୍ତି କି, ତୃତୀୟ ଥର ପାଇଁ ମୋଦି ଜୀ ଦାୟିତ୍ବ ଗ୍ରହଣ କରିଥିବାରୁ ମୋର ହାର୍ଦ୍ଧିକ ଅଭିନନ୍ଦନ। ବର୍ତ୍ତମାନ ନିର୍ବାଚନରେ ତାଙ୍କ ଦଳର ସଫଳତା ଦର୍ଶାଉଛି କି ଲୋକଙ୍କର ତାଙ୍କ ନେତୃତ୍ବ ପ୍ରତି ବିଶ୍ବାସ ରହିଛି। ଆସନ୍ତୁ ଘୃଣାକୁ ଭୁଲି ଦକ୍ଷିଣ ଏସିଆର ୨ ବିଲିୟନ ଜନତାଙ୍କ ବିକାଶ ପାଇଁ ମିଳିତ ଭାବେ କାମ କରିବା। ନୱାଜଙ୍କ ଏହି ଶୁଭେଚ୍ଛା ପୂର୍ବରୁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ସେବୱାଜ ସିରଫ ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଇ ଲେଖିଥିଲେ କି, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରୁଥିବାରୁ ତାଙ୍କୁ ମୋ ତରଫରୁ ଆନ୍ତରିକ ଶୁଭେଚ୍ଛା। ଯାହାର ପ୍ରତ୍ତ୍ୟୁତର ଦେଇଛନ୍ତି ମଧ୍ୟ ମୋଦି। ସେମାନଙ୍କ ଟ୍ବିଟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ଗୋଟିଏ ପଟେ ପାକିସ୍ଥାନର ଦୁଇ ଶୀର୍ଷ ନେତୃତ୍ବ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ନୱାଜ ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବର ହାତ ସଂପ୍ରସାରଣ କରୁଛନ୍ତି, ଅନ୍ୟପଟେ ଶପଥ ସମାରୋହ ଦିନ ତୀର୍ଥ ଯାତ୍ରୀଙ୍କ ଗାଡି ଉପରେ ଆତଙ୍କୀ ଆକ୍ରମଣ କରିଛି, ଯେଉଁ ଆକ୍ରମଣରେ ୧୦ରୁ ଅଧିକ ଲୋକଙ୍କ ଜୀବନହାନୀ ଘଟିଛି। ଯାହା ପାକିସ୍ଥାନର ଦୋମୁହାଁ ନୀତିକୁ ପ୍ରତିପାଦନ କରୁଛି।