Category: ସୁବର୍ଣ୍ଣପୁର

  • ରାମଜୀପଡା ଠାରେ ସୋମନାଥ ବ୍ରତ ଅନୁଷ୍ଠିତ

    ରାମଜୀପଡା ଠାରେ ସୋମନାଥ ବ୍ରତ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ଗ୍ରାମର ରାମଜୀ ପଡା ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୋମନାଥ ବ୍ରତ ଅନୁଷ୍ଠିତ ହୋଇଯାଇଛି ।ଏହି ସୋମନାଥ ବ୍ରତକୁ ବଡ ଓଷା ବୋଲି କୁହାଯାଏ। ଏହି ବ୍ରତକୁ ପୁଅ ଝିଅ ସମସ୍ତେ ପାଳି ଥାନ୍ତି ।ବିଜୟା ଦଶମୀ ଦିନ ଏହି ବ୍ରତ ପଡିଥାଏ । ଏବଂ ବିଶ୍ବାସ ରହିଛି ଯେ ମନସ୍କାମନା ପୁରଣ ହୋଇଥାଏ । ତେବେ ଏହି କାର୍ଯ୍ୟକ୍ରମ ରେସୁନ୍ଦରାକାଣ୍ଡ ପରାୟଣ ସ୍ୱପ୍ନା ରାଣୀ ଯୋଶୀଙ୍କ ଦ୍ୱାରା ପରିବେଷଣ ହୋଇଥିଲା କାର୍ଯ୍ୟକ୍ରମ । ବିଭିନ୍ନ ଦୂର ଦୁରାନ୍ତରଙ୍କ ସମାଗମ ହୋଇଥିଲା । ଏଥିରେ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

  • ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ସୁରଭି ଶିଶୁ ମହୋତ୍ସବ

    ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ସୁରଭି ଶିଶୁ ମହୋତ୍ସବ

    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ସମ୍ମାନିତ ଅତିଥି ପୁରୁଷୋତ୍ତମ ମିର୍ଦ୍ଧା ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ତେଣୁ ସମସ୍ତ ଛାତ୍ର ଛାତ୍ରୀ ଆଗେଇ ଆସିବାକୁ ଆହ୍ଵାନ ଦିଆଯାଇଥିଲା । ଏଥିରେ ନୃତ୍ୟ, ଗୀତ, ବକ୍ତୃତା ଭଳି ୨୧ଟି ପ୍ରତିଯୋଗୀତାରେ ୩୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ମନୋନୀତ ହେବେ। ଜିଲ୍ଲା ସ୍ତରରେ ଉତ୍ତୀର୍ଣ୍ଣ ହେବେ ସେମାନେ ରାଜ୍ୟ ସ୍ତରୀୟ ଶିଶୁ ଦିବସରେ ଭୁବନେଶ୍ଵର ଠାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

  • ଚାହୁଁ ଚାହୁଁ ଜଳିଗଲା କାର, ଅଳ୍ପକେ ବର୍ତିଲେ ୪ ଜଣ

    ଚାହୁଁ ଚାହୁଁ ଜଳିଗଲା କାର, ଅଳ୍ପକେ ବର୍ତିଲେ ୪ ଜଣ

    ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଗାଡିରେ ଥିବା ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର ତିଲେଇମାଲ ଛକ ନିକଟରେ ଘଟିଛି ଏହି ଅଘଟଣ । ବୁର୍ଡାରୁ ସୋନପୁରକୁ ଆସୁଥିବା ଏକ କାରରେ ତିଲେଇମାଲ ଛକ ନିକଟରେ ହଠାତ ନିଆଁ ଲାଗିଯାଇଥିଲା ।

    ଗାଡି ଚାଳକ ସମେତ ଗାଡିରେ ଥିବା ଅନ୍ୟ ୩ ଜଣ ଗାଡିରୁ ବାହାରି ଆସିଥିଲେ । ଫଳରେ ଅଳ୍ପକେ ବର୍ତିଯାଇଥିଲେ ସୁଦ୍ଧା କାରଟି ସମ୍ପୁର୍ଣ୍ଣ ପୋଡିଯାଇଥିବା ଜଣାଯାଇଛି । କାରଟି ସୋନପୁର ସହରର ଲିପୁନ ପଧାନଙ୍କ ବୋଲି ଜଣାପଡିଛି ।

  • ଅଣ ଓଡିଆଙ୍କ ହାତରେ ଓଡିଶାର ଗଞ୍ଜେଇ କାରବାର

    ଅଣ ଓଡିଆଙ୍କ ହାତରେ ଓଡିଶାର ଗଞ୍ଜେଇ କାରବାର

    ରାଜ୍ୟରେ ବଢିଚାଲିଛି କଳାଜହର କାରବାର । ଏହାକୁ ନିପାତ କରିବା ପାଇଁ ଅନେକ ଯୋଜନା କଲାପରେ ବି ଥମୁନି କାରବାର । ରାଜ୍ୟରେ ଗଢ୍ଜେଇ ତାଲାଣ ଘଟଣା ଏକ ପ୍ରକାର ଚିରାଚରିତ ହୋଇଗଲାଣି । ଆଇନ ଆଖିରେ ଧୁଳି ଦେଇ ନିଶା ମାଫିଆ ମାନେ ରାଜ୍ୟ, ରାଜ୍ୟ ବାହାରକୁ ବିଭିନ୍ନ ଉପାୟରେ କରୁଛନ୍ତି ଗଢ୍ଜେଇ ଚୋରା ଚାଲାଣ । ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ଗରିବ ନିରୀହ ଖଟି ଖିଆଙ୍କ ଦ୍ଵାରା ଅବାଧରେ ଜହର ଚାଷ ହେଉଥିବା ବେଳେ , ଗଞ୍ଜେଇର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବଢ଼ିବାରେ ଲାଗିଛି । ତେବେ ଗଞ୍ଜେଇ କାରବାର ଉପରେ ରୋକ ଲଗାଇବାକୁ ଅଂଟା ଭିଡ଼ିଛି ଅବକାରୀ ବିଭାଗ।

    ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ କାରବାର ବଢୁଥିବା ବେଳେ । ସୋନପୁର ଜିଲ୍ଲାର ଶରଧାପାଲି ଛକରୁ ଏକ ବୋଲେରୋ ରୁ 30 କେଜି ଗଞ୍ଜେଇ ଜବତ କରିଛି ସୁବର୍ଣ୍ଣପୁର ଅବକାରୀ ବିଭାଗ । ତେବେ ବିହାର ନୱାଡା ର ସୋନି କୁମାର, ମୁକେଶ କୁମାର ଙ୍କ ସହ ଝାରଖଣ୍ଡ ର ଅନିଲ ପାଣ୍ଡେ କୁ ଗିରଫ କରିଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲାରୁ ଏହି ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ଦେବା ସହ ଆଜି ସମସ୍ତଙ୍କୁ କୋଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

    ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

    ଲାଞ୍ଚ ନେଉଥିବା ବେଳେ ତରଭା ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଗୁରୁ ଓ ଦଲାଲ ହେମନ୍ତ ବିଶିଙ୍କୁ ମାଡି ବସିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ଜମି କାଗଜ ପତ୍ର ପ୍ରସ୍ତୁତ କରିବାକୁ ଅଭିଯୋଗକାରୀଙ୍କଠାରୁ ୨୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ଉଭୟଙ୍କୁ ଧରିଛି।

    ସୂଚନା ମୁତାବକ, ୬ ଜଣଙ୍କର ଜମି ରେଜିଷ୍ଟେସନ ପାଇଁ ଦସ୍ତାବିଜ ପ୍ରସ୍ତୁତ କରିବାକୁ ଥିଲା। ଉପନିବନ୍ଧକ କାର୍ଯ୍ୟାଳୟକୁ ଯିବାରୁ ସେଠାରେ କାମ କରେଇ ଦେବାକୁ ପ୍ରତି ଆବେଦନକାରୀଙ୍କୁ ୪ ହଜାର ଲେଖା ଦେବାକୁ କହିଥିଲେ କାର୍ଯ୍ୟାଳୟର ମୁଖ୍ୟ କିରାଣି ଶିବ ପ୍ରସାଦ ଓ ଦଲାଲ ହେମନ୍ତ। ଏହାକୁ ନେଇ ସୁନାରିପଡାର ପ୍ରଦୀପ ସାହୁ ସୋନପୁର ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଏକ ଯୋଜନା ହୋଇଥିଲା ଉଭୟଙ୍କୁ ଧରିବାକୁ।

    ଯୋଜନା ମୁତାବକ, ଆଜି ପ୍ରଦୀପ ସାହୁ ୬ ଜଣଙ୍କର ୨୪ ହଜାର ଟଙ୍କା ଦେବାକୁ ଯାଇଥିଲେ। କାର୍ଯ୍ୟାଳୟ ବାହାରେ ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସର ମିଳିତ ଟିମ ଜଗିବସିଥିଲେ। ପ୍ରଦୀପ କିରାଣି ଓ ଦଲାଲଙ୍କୁ ୨୪ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ରେଡ ହ୍ୟାଣ୍ଡେଡ ମାଡି ବସିଥିଲେ। ଉଭୟଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।  ମାମଲାରେ ପୋଲିସ ଉଭୟଙ୍କୁ ନିଜ ଅଧୀନକୁ ନେବା ସହ ଅଧିକ ତଦନ୍ତ ଚଳାଇଛି। ସମ୍ବଲପୁର ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି।  

  • ମେଡିକାଲ ଯାଇ ଆଉ ଫେରିଲେ ନାହିଁ, ଆସିଲା ବାପ ପୁଅର ଶବ

    ମେଡିକାଲ ଯାଇ ଆଉ ଫେରିଲେ ନାହିଁ, ଆସିଲା ବାପ ପୁଅର ଶବ

    ଅତ୍ୟନ୍ତ ଦୁଃଖଦ ଘଟଣା । ଦୁଃଖ ବେଳେ ବେଳେ ଏମିତି ଆସେ ଯାହା କଳ୍ପନାର ବାହାରେ ଥାଏ । ପୁଣି ଗୋଟିଏ ଘରୁ ଦୁଇ ଜଣଙ୍କ ମୃତ୍ୟୁ । ଗୋଟିଏ ଶ୍ମଶାନରେ ଜଳିଲା ବାପା ଓ ପୁଅଙ୍କ ଶବ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନ୍‌ଏସିରୁ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

    ନିହାତି ହୃଦୟ ବିଦାରକ ଘଟଣା । ବାପା ଆଦି ସା’ ଓ ପୁଅ ଆର୍ତ୍ତତ୍ରାଣଙ୍କ ମୃତ୍ୟୁ ହୋଇଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାପା ଆଦି ସା’ଅସୁସ୍ଥ ଥିବାରୁ ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନେଇଥିଲେ । ପୁଅ ମଧ୍ୟ ମେଡିକାଲରେ ରାତିରେ ଥିଲେ । ହେଲେ ଆଜି ଭୋରୁଭୋରୁ ଆର୍ତ୍ତତ୍ରାଣ ହସ୍ପିଟାଲ ବାହାରକୁ ଯାଇଥିଲେ । ନିଜ କାମ ସାରି ଶିଡ଼ି ଚଢ଼ି ବାପାଙ୍କ ନିକଟକୁ ଫେରୁଥିଲେ । ଶିଡ଼ି ଚଢ଼ୁଥିବା ବେଳେ ଅଚେତ୍ ହେବାରୁ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । କିନ୍ତୁ ସେଠାରେ ପୁଅ ଆର୍ତ୍ତତ୍ରାଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

    ଦୁଃଖ ଏତିକିରେ ସରିନଥିଲା । ମେଡିକାଲରେ ପୁଅର ମୃତ୍ୟୁ ଖବର ବାପାଙ୍କ ନିକଟରେ ପହଞ୍ଚିଥିଲା । ସେ ଚିକିତ୍ସାଧୀନ ଅବସ୍ଥାରେ ବେଡରେ ପଡ଼ିଥିଲେ । ଏଭଳି ଖବର ଶୁଣି ସେ ଭାଙ୍ଗିପଡ଼ିଲେ । ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା । ଅସୁସ୍ଥ ବାପା ସହ ପୁଅ ମେଡିକାଲ ଯାଇ ଆଉ ଫେରିଲେ ନାହିଁ । ଗାଁକୁ ସେମାନଙ୍କ ଶବ ଫେରିଲା । ତରଭା ଏନ୍‌ଏସି ଶ୍ମଶାନରେ ଉଭୟ ବାପ ଓ ପୁଅଙ୍କ ଜୁଇ ଜଳିଥିଲା । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।