Category: ରାୟଗଡ଼ା

  • ବ୍ରିଜ୍ ଉପରେ କାଳ ସାଜିଲା ଦୁର୍ଘଟଣା: ଧାନ ମିଲିଙ୍ଗ୍ ସାରି ଫେରୁଥିଲେ, ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ

    ବ୍ରିଜ୍ ଉପରେ କାଳ ସାଜିଲା ଦୁର୍ଘଟଣା: ଧାନ ମିଲିଙ୍ଗ୍ ସାରି ଫେରୁଥିଲେ, ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ

    ଖୁସିରେ ଖୁସିରେ ଧାନ ମିଲିଙ୍ଗ୍ ସାରି ଚାଉଳ ଧରି ଘରକୁ ଫେରୁଥିଲେ, ହେଲେ ବାଟରେ ଜକି ବସିଥିଲା ମୃତ୍ୟୁ। ରାୟଗଡ଼ା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଡୁକୁମ୍ ପଞ୍ଚାୟତର କାଚାପାଜୁ ବ୍ରିଜ୍ ନିକଟରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ଏକ ଗାଡ଼ିରେ ଧାନ ମିଲିଙ୍ଗ୍ ସାରି ଚାଉଳ ଧରି ଘରକୁ ଫେରୁଥିବା ବେଳେ ବ୍ରିଜ୍ ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡ୍ରିଞ୍ଜ ସାରକା ଏବଂ ମଦନ ସାରକା।

    ଦୁର୍ଘଟଣାରେ ମୋଟ ୭ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣଙ୍କୁ ବିଷମକଟକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ରାତିର ଅନ୍ଧାର ଏବଂ ବ୍ରିଜ୍ ନିକଟରେ ରାସ୍ତାର ସ୍ଥିତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ କାନ୍ଦବୋବାଳିରେ କାଚାପାଜୁ ଗାଁର ପରିବେଶ ଫାଟି ପଡ଼ୁଛି। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। “ଧାନ ହେଉଛି ଜୀବନର ଆଧାର, କିନ୍ତୁ ସେହି ଆହାର ପାଇଁ ଯାଇ ଆଜି ଦୁଇଟି ପରିବାର ନିଜର ଆତ୍ମୀୟଙ୍କୁ ହରାଇଛନ୍ତି।”

    ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଅଞ୍ଚଳବାସୀ ପ୍ରାର୍ଥନା କରୁଛନ୍ତି।

  • ମାଓମୁକ୍ତ ହେଲା ରାୟଗଡ଼ା: ହିଂସା ଛାଡି ସାମାଜିକ ମୁଖ୍ୟସ୍ରୋତରେ ଫେରିଲେ ମାଓ ସମ୍ପୃକ୍ତ

    ମାଓମୁକ୍ତ ହେଲା ରାୟଗଡ଼ା: ହିଂସା ଛାଡି ସାମାଜିକ ମୁଖ୍ୟସ୍ରୋତରେ ଫେରିଲେ ମାଓ ସମ୍ପୃକ୍ତ

    ମାଓବାଦମୁକ୍ତ ହେଲା ରାୟଗଡ଼ା ଜିଲ୍ଲା। କୁଖ୍ୟାତ ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ସହ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଏହି ସୂଚନା ଏଡିଜି ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ବାସଧାରା–ଘୁମୁସର–ନାଗାବଳି ଡିଭିଜନର ଦୁଇ କୁଖ୍ୟାତ ମାଓବାଦୀ ନିଖିଲ ଓ ଇନ୍ଦୁଙ୍କ ସହ ଅନ୍ୟ ୧୩ ମାଓବାଦୀ — ବିକାଶ, ସୁନ୍ଦର, ପ୍ରଦୀପ, ରୋସନି, ଅରୁଣା, ନନ୍ଦେ, ନିକିତା, କୁମାରୀ, ଦୀପକ, ରାକେଶ, ଲଲିତ, ରାଜେ ଏବଂ ମାଳତି — ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡରେ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ରହିଥିଲା। ଆତ୍ମସମର୍ପଣ କରିଥିବା ସମସ୍ତେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ଫେରିବାକୁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

    ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ । ତେବେ ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି। ମାଓବାଦୀ ମାନେ ହିଂସାକାଣ୍ଡ ରେ ବ୍ୟବହାର କରୁଥିବି ୨ଟି ଏକେ-୪୭, ୫ଟି ଏସଏଲଆର୍, ଗୋଟିଏ ଷ୍ଟେନ୍‌ଗନ୍, ଇନ୍‌ସାସ୍- ୧, ରାଇଫଲ-୧ ସହ ଅଫୁଟା ଗୁଳି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ ଆଇଜି ଅମିତେନ୍ଦ୍ରନାଥ ସିଂହା , ଦକ୍ଷିଣ ପଶ୍ଚିମ ଡିଆଇଜି କନଭର ବିଶାଳ ସିଂ, ରାୟଗଡା ଏସପି ସ୍ଵାତି ଏସ କୁମାର, କଳାହାଣ୍ଡି ଏସପି ଦେବରାଜ ନାଗାର କୋଣ୍ଡା, କନ୍ଧମାଳ ଏସପି ହରିଶ୍ ବିସି, ରାୟଗଡା ଆଶୁତୋଷ କୁଲକର୍ଣ୍ଣି ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

  • “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ

    “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକମୁଖୀ ଯୋଜନା ‘ପିଏମ ଜନମନ’ର ଲକ୍ଷ୍ୟ ସହ ସମ୍ୱନ୍ୱିତ ଏକ ଅନନ୍ୟ ପ୍ରୟୋଗ ଭାବେ ରାୟଗଡା ଜିଲ୍ଲା ପ୍ରଶାସନ, ଓଡ଼ିଶାର ପ୍ରଥମ କରି (ପିଭିଟିଜି), ବିଶେଷ ଭାବେ ପ୍ରଭାବିତ ଜନଜାତିଙ୍କ ନିମନ୍ତେ ଘର ପର୍ଯ୍ୟନ୍ତ ସେବା ପହଞ୍ଚାଇବା ଲକ୍ଷ୍ୟ ରେ ଆଜି ଏକ ଅଭିନଵ ପ୍ରୟାସ ଆରମ୍ଭ କରିଛନ୍ତି I

    ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ କରକମଳ ରେ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ଖେମୁଣ୍ଡୁଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ସଫଳତା ର ସହ ବିଷମକଟକ ବ୍ଲକ ନିୟମଗିରି ର କୁର୍ଲି ପଞ୍ଚାୟତ ଠାରେ ଉଦଘାଟନ ହୋଇଯାଇଛି I

    ବିଷମକଟକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀଙ୍କ ପରିକଳ୍ପନା ଓ ମିଳିତ ଉଦ୍ୟମ ରେ ନିୟମଗିର ଖମ୍ବେସୀ ଗ୍ରାମ ଠାରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ପ୍ରୟୋଗ ଆଜି ଆରମ୍ଭ କରାଯାଇଛି I ଏହି ପ୍ରୟାସ ମାଧ୍ୟମରେ ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା ପିଭିଟିଜି ପଞ୍ଚାୟତ ଓ ସେଥିରେ ବସବାସ କରୁଥିବା ହିତାଧିକାରୀ ମାନଙ୍କୁ ଘର ପର୍ଯ୍ୟନ୍ତ ପେନସନ ପହଞ୍ଚାଇବା ଯୋଜନା ର ପ୍ରୟାସ କରାଯାଇଛି I ଏହା ନିୟମଗିରି ର ଶତାଧିକ ଲାଭାନ୍ବିତଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି I

    ଏହି ପଦକ୍ଷେପ କୁ କେବଳ ଏକ ଦାୟିତ୍ୱ କିମ୍ବା ଦୃଷ୍ଟିକୋଣ ନୁହଁ, ବରଂ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦେଇ ପ୍ରଶାସନ ଯୋଜନା କରିଥିବା ଦେଖିବାକୁ ମିଳିଛି। ପିଭିଟିଜି ଅଞ୍ଚଳ ର ହିତାଧିକାରୀଙ୍କ ନିମନ୍ତେ ପେନ୍ସନ ବିତରଣ ପାଇଁ ବିଶେଷ ଡିଜାଇନ୍ ଥିବା ଲିଫାଫା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଛବି ସହିତ ଘରେ ଘରେ ପେନ୍ସନ ପହଞ୍ଚାଇବାର ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି।

    ପ୍ରକାଶ ଥାଉକି ଏନଏସଏପ ଯୋଜନା ଅଧୀନରେ ଡିବିଟି ମାଧ୍ୟମରେ ପେନ୍ସନ ରାଶି ଲାଭାନ୍ବିତଙ୍କ ଖାତାକୁ ସିଧାସଳଖ ଯାଉଛି। କିନ୍ତୁ ମଧୁବାବୁ ପେନ୍ସନ ଯୋଜନା (ଏମବିପିୱାଇ) ହିତାଧିକାରୀ ମାନଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତରୁ ଯାଇ ଆଣିବାକୁ ପଡୁଛି I ଭୌଗଳିକ ଦୃଷ୍ଟି ରୁ ଓ ଦୂର୍ଗମ ପାହାଡ଼, ଜଙ୍ଗଳ ଅଞ୍ଚଳ ଦେଇ ମାଇଲ୍ ମାଇଲ୍ ଚାଲି ନିକଟସ୍ଥ ପଞ୍ଚାୟତକୁ ଆସିବାକୁ ହିତାଧିକାରୀ ବାଧ୍ୟ ହେଉଥିଲେ। କିନ୍ତୁ ଏହି ପ୍ରୟୋଗ ଦ୍ୱାରା ନିୟମଗିରି ଅଞ୍ଚଳ ର ହିତାଧିକାରୀଙ୍କ “ଘର ପର୍ଯ୍ୟନ୍ତ ପେନ୍ସନ ପହଞ୍ଚାଇବା” ର ବାଟ ଆପଣେଇଛି ବିଷମକଟକ ବ୍ଲକ ପ୍ରଶାସନ।

    “ଏହା କେବଳ ପେନ୍ସନ ବିତରଣ ନୁହେଁ ବରଂ ଲୋକଙ୍କ ସହିତ ଓ ଲୋକଙ୍କ ପାଇଁ ପ୍ରଶାସନ, ଓ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବାର ଏକ ଉଦ୍ୟମ, ଏବଂ ରାୟଗଡା ଜିଲ୍ଲା ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପାଦକ୍ଷେପ ନେଇଛି ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରକାଶ କରିଛନ୍ତି ”

    ଏହି ‘ଦୁଆରେ ପ୍ରଶାସନ’ କାର୍ଯ୍ୟକ୍ରମ ମାଧ୍ୟମରେ କୁର୍ଲି ପଞ୍ଚାୟତ ର ପାଖା ପାଖି ୫୨୦, କାଙ୍କୁବାଡି ର ୩୭୧, ଚାଞ୍ଚଡାଗୁଡା ର ୨୮୦ ଏବଂ ଡାଲିଆକୁଜି ଗ୍ରାମ ପଞ୍ଚାୟତ ର ୨୮୪, ଏଭଳି ଚାରୋଟି ପିଭିଟିଜି ପଞ୍ଚାୟତ ର ପାଖାପାଖି ୧୪୫୫ ରୁ ଅଧିକ ହିତାଧିକାରୀ ଏହି ଯୋଜନା ଦ୍ୱାରା ଲାଭାନ୍ବିତ ହେବେ ବୋଲି ବିଷମକଟକ ବିଡିଓ ଶିବ ପଟନାୟକ ପ୍ରକାଶ କରିଛନ୍ତି I

    ଏହି ପଦକ୍ଷେପ ଆମ ଅଞ୍ଚଳର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଓ ଏହାକୁ ବାସ୍ତବତା ରେ ପରିଣତ କରିବା ପାଇଁ ସରପଞ୍ଚ ସୁଭର୍ଦନୀ ୱାଡକା ଜିଲ୍ଲା ତଥା ବ୍ଲକ ପ୍ରଶାସନ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ତେବେ ଏହି ପ୍ରୟୋଗ ନିୟମଗିରି ପର୍ବତ ଶୃଙ୍ଖଳାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ଆଣିଥିବା କୁହାଯାଉଛି। ଏହି କାର୍ଯ୍ୟକ୍ରମ କୁ ବିଷମକଟକ ର ସଫଳ ସଂଯୋଜନା ବିଷମକଟକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି, ଡିଇଓ ସର୍ବଜିତ ପାଢ଼ୀ କରିଥିବା ବେଳେ ଏହାକୁ ସଫଳ ଆୟୋଜନ ପାଇଁ ସମସ୍ତ ବ୍ଲକ ପ୍ରଶାସନ ନିଜ ର ଯୋଗଦାନ ଦେଇଥିବା ବିଷମକଟକ ବିଡିଓ ପ୍ରକାଶ କରିଛନ୍ତି I

    ବିଷମକଟକରୁ ରବିନ୍ଦ୍ର କୁମାର ସାହୁ ସୂଚନା ଟିଭି

  • ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

    ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

    ଚନ୍ଦ୍ରପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ବିଭିନ୍ନ ପ୍ରକାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରସ୍ଫୁଟିତ କରିବା ଲକ୍ଷକୁ ସରକାର ଆପଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକର ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକଲୋଚନରେ ପ୍ରଦର୍ଶନ କରିବାକୁ ଶିକ୍ଷା ବିଭାଗ ମନୋବଳାଇ ଥିବା ଦେଖିବାକୁ ମିଳିଛି । ଯାହାକି ଆଜି ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆ ଠାରେ ଶିକ୍ଷା ବିଭାଗ ଦ୍ଵାରା ଦୁଇଦିନିଆ ୧୦ ଓ ୧୧ ତାରିଖ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସିଡ଼ିପିଓ ଗୀତାରାଣୀ ସାହୁଙ୍କ ଦ୍ଵାରା ଉଦଘାଟନ ହୋଇଯାଇଥିଲା ।

    ଉକ୍ତ ପ୍ରତିଯୋଗିତାଟି ଦୁଇ ଭାଗରେ ବିଭକ୍ତ କରି ପ୍ରତିଯୋଗୀତା କରାଯାଇଛି । ଗୋଟିଏ ଭାଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ଅନ୍ୟଟି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନେ ଭାଗନେଇ ଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ୧୦୦ ମିଟର ରୁ ୮୦୦ ମିଟର ଦୌଡ଼ , ସଟପୁଟ୍ ଡିସକସ୍, ଲଙ୍ଗ ଜମ୍ପ, ହାଇ ଜମ୍ପ , କବାଡି , ଖୋ-ଖୋ , ବ୍ୟାଡମିଣ୍ଟନ, କ୍ରୀକେଟ୍ , ଭଲିବଲ୍ ଏବଂ ଯୋଗ ଇତ୍ୟାଦି ପ୍ରତିଯୋଗୀତା ଆୟୋଜିତ କରାଯାଇଛି । ଉକ୍ତ କ୍ରୀଡା ପ୍ରତିଯୋଗୀତାରେ ୧୫୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବା ନିମନ୍ତେ ନାମ ପଞ୍ଜିକରଣ କରିଛନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତା ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାର ଗଣେଶ ଶବର ସଭାପତିତ୍ୱ କରିଥିବା ବେଳେ ସିଡିପିଓ ଗୀତାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

    ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ଚନ୍ଦ୍ର ନାୟକ,ଚନ୍ଦ୍ରପୁର ଏସ୍.ଏସ୍.ଡି. ବାଳକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଓ ସିଆରସିସି ରଜନୀକାନ୍ତ ବଳିୟାର ସିଂହ ପରିଚାଳନା କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଗନା ତାଡିଙ୍ଗ ଓ ବ୍ଲକର ସମସ୍ତ ସିଆରସିସି ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋର ହାତ ବଢ଼ାଇଥିଲେ ।

    ବିଭିନ୍ନ ବିଦ୍ୟାଳୟର ପାଞ୍ଚଜଣ କ୍ରୀଡା ଶିକ୍ଷକ ଏହି କ୍ରୀଡାକୁ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା । ଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଆପଲ ରାଜୁ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ସହଯୋଗ କରି ଅତିଥି ମାନଙ୍କୁ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭ ମୁହୂର୍ତ୍ତ ଆରମ୍ଭ କରାଯାଇଥିଲା ।

  • ଡ୍ୟାମରୁ ମିଳିଲା ମୃତଦେହ

    ଡ୍ୟାମରୁ ମିଳିଲା ମୃତଦେହ

    ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତ ର କଣ୍ତମପଦର ଡ଼୍ୟାମରେ ମୃତ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଆଜି ଭାଲେରି ସୋମବାର ହାଟକୁ ଯିବା ସମୟରେ ମୃତ ଶବ ଡ଼୍ୟାମରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇ ଥିଲେ । ଘଟଣା ସ୍ଥଳରେ ସରପଞ୍ଚ ପହଞ୍ଚି ପୋଲିସ୍ ଓ ଅଂଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ଓ ଅଂଗ୍ନିଶମ ବାହିନୀ ପହଞ୍ଚି ଶବ ଟିକୁ ଡ଼୍ୟାମ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକେ ଶବକୁ ଚିହ୍ନଟ କରି ତାଙ୍କ ସଂମ୍ପର୍କୀୟ ଲୋକ ଙ୍କୁ ଖବର ଦେଇଥିଲେ ।

    ମୃତ ମହିଳା ଜଣକ ହେଲେ କବିତା କୁମ୍ବ୍ରିକା । ସ୍ବାମୀ ନୂଆ ପ୍ରାସ୍କାକା ଗ୍ରାମ ବଡକାଚାପାଇ । ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । ବିବାହ ର ଗୋଟିଏ ବର୍ଷ ନପୁରୁଣୁ ନିରିହ ଜୀବନ ଚାଲିଗଲା । ନା ଦେଖିଥିଲା ସଂସାର ନା ପାଇଥିଲା ପରିବାର । ମୃତ ମହିଳା ଜଣକ କାଲପାଇ ଗ୍ରାମର ବୋଲି ଜଣାପଡିଛି । ତାଙ୍କ ବଡ ଭଉଣୀ କହିବା ଅନୁଯାୟୀ ସେ ଏକ ଘରୋଇ ପାଳ ମିଲ୍ ରେ କୁଲି କାମ କରୁଥିଲେ । ଶନିବାର ଦିନ ସାଙ୍ଗ ସାଥିଙ୍କ ସହ କାମକୁ ଯାଇ ସବୁ ଦିନ ପରି ଆଉ ଘରକୁ ଫେରିନଥିଲେ ।

    ତାଙ୍କ ସ୍ବାମୀ ଘରକୁ ଏପର୍ଯ୍ୟନ୍ତ ଫେରି ନାହାନ୍ତି ବୋଲି ଗାଁ ସାରା ଓ ସମ୍ପର୍କୀୟ ଲୋକଙ୍କୁ ପଚରାଉଚରା କରି ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ହଠାତ୍ ହାଟକୁ ଯାଉଥିବା ଲୋକମାନଙ୍କ ଠାରୁ ଖବର ପାଇଥିଲେ ଏକ ମୃତ ଦେହ ଡ଼୍ୟାମ ଭିତରେ ଭାସୁଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ସେନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

  • ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

    ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠାରେ ଅବସ୍ଥାପିତ ଏସ୍.ଏସ୍. ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପାଠପଢ଼ା ରେ ବାଧାପ୍ରାପ୍ତ ହେଉଥିବାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ନୂତନ ଜିଲ୍ଲାପାଳ ଆଜି ପ୍ରଥମ ଥର ଭାବେ ଚନ୍ଦ୍ରପୁର ଗସ୍ତକରି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଶିବିର ଅନୁଷ୍ଠିତ କରାଯାଇଥିବା ବେଳେ , ଶିକ୍ଷକ ନଥିବାରୁ ପାଠପଢାରେ ଅସୁବିଧା ହେଉଥିବାରୁ ରାୟଗଡ଼ା ଜିଲ୍ଲାପାଳ ଙ୍କୁ କଲେଜ ଛାତ୍ରୀ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

    ଆମେ ବାରମ୍ବାର ଏଭଳି ଅଭିଯୋଗ ପରେ ଅଭିଯୋଗ କରିଆସୁଛି ଏହା କୈଣସି ସମାଧାନ ହେଇ ପାରୁ ବୋଲି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଙ୍କୁ ଅଭିଯୋଗ ପରେ ଛାତ୍ରୀ ମାନେ ଅଭିଯୋଗ ର ସମାଧାନ ପାଇଁ ପ୍ରାୟ ୨ ଘଣ୍ଟା ଧରି ବର୍ଷାରେ ଅଦାହୋଇ ଦାବି ପୁରଣ ପାଇଁ ଅଟଳ ରହି ଧାରଣ ଦେଇଥିବା ଦେଖିବାକୁ ମିଳିଥିଲା ।

    ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଆଇ.ଆଇ.ସି ଓ ଏସଡିପିଅ ମିଳିତ ବୁଝାସୁଝା କରି ଧାରଣ ଦେଇଥିବା ଛାତ୍ରୀଙ୍କୁ ପ୍ରତିଶୃତି ଦେଇ ଧାରଣାରୁ ଅହରିଯିବାକୁ କହିଥିଲେ । ପ୍ରାୟ ୨ ଘଣ୍ଟା ଧାରଣାର ପ୍ରତିଶୃତି ଆଧାର ରେ ଧାରଣା ରୁ ଅହରି ଯାଇଥିବା ଦେଖିବାକୁ ମିଳିଛି ।

  • ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ

    ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ

    ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ । ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥ‌ିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଜିଲ୍ଲାର ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ କୁଞ୍ଜ ବିହାରୀ ରାଉତକୁ ଗିରଫ କରିଛି ଭିଜିଲାନ୍ସ । ଅଭିଯୁକ୍ତଙ୍କଠାରୁ ଟଙ୍କା ମଧ୍ୟ ଜବତ କରାଯାଇଛି ।

    ସୂଚନା ଅନୁସାରେ ରାୟଗଡା ଜିଲ୍ଲା ମୁନିଗୁଡ଼ା ସି ଏଚ୍ ସି ର କିରାଣୀ କୁଞ୍ଜ ବିହାରୀ ରାଉତ ଜଣେ ଗରିବ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ତାଙ୍କ ଅଫିସ ରୁମରେ ମୋଟ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ପ୍ରଥମ କିସ୍ତି ବାବଦରେ ୩୦୦୦ ଟଙ୍କା ନେଇ ଦ୍ଵିତୀୟ କିସ୍ତିର ୩,୦୦୦ ଟଙ୍କା ଲାଞ୍ଚ ପାଇଁ ଜିଦ୍ ଧରିଥିଲେ  ଅନ୍ୟ କୌଣସି ଉପାୟ ଅଭିଯୋଗକାରୀ ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ।

    ଭିଜିଲାନ୍ସ ଟିମ୍‌ର ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ବୁଧବାର ଦିନ ଶ୍ରୀ ରାଉତଙ୍କୁ ବଳକା ୩୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟଙ୍କା ସହ ତାଙ୍କୁ ଗିରଫ କରିଛି। ଆୟ ବହର୍ଭୂତ ସମ୍ପତି ଠୁଳ ଆଶଙ୍କା କରି ରାଉତ ଙ୍କ ଦୁଇଟି ସ୍ଥାନରେ ଥ‌ିବା ଘରେ ଏକକାଳୀନ ଚଢ଼ଉ କରାଯାଇଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୭/୨୦୨୫, ଧାରା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ଅଭିଯୁକ୍ତ ଶ୍ରୀ ରାଉତ, ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଥ‌ବା ଜଣାପଡିଛି।

  • ହର ଘର ତ୍ରିରଙ୍ଗା ପତାକା ସଭା ଯାତ୍ରା ଅନୁଷ୍ଠିତ

    ହର ଘର ତ୍ରିରଙ୍ଗା ପତାକା ସଭା ଯାତ୍ରା ଅନୁଷ୍ଠିତ

    ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକରେ ହର ଘର ତ୍ରିରଙ୍ଗା ପତାକା ସଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ୧୪ ଅଗଷ୍ଟ ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ । ଏହି ଅବସରରେ ମୁନିଗୁଡା ବ୍ଲକ ମଣ୍ଡଳ ସଭାପତି ସୁବାଷ ଗୈଡ ଙ୍କ ନେତୃତ୍ୱରେ ମୁନିଗୁଡା ମହାବିଦ୍ୟାଳୟ ଠାରୁ ସଭା ଯାତ୍ରା ବାହାରି ମୁନିଖୋଲ କନିକା ମନ୍ଦିର ଛକ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।

    ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ନୁଣ୍ଡୃକା ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁନିଗୁଡ଼ା ସମ୍ମାନିତ ଅତିଥି କୋରାପୁଟ ଲୋକ ସଭା ପ୍ରତିନିଧି କାଳିରାମ ମାଝୀ, ସମ୍ମାନୀୟ ଅତିଥି ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମ ଚନ୍ଦ୍ର ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଲେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧିବାରେ ସଫଳ ହେଉଛି ।

    ଜାତୀୟ ପତାକା ଦେଶ ବାସୀଙ୍କ ପାଇଁ ସମ୍ମାନ ଓ ଗୌରବ ବହନ କରିଥାଏ। ଏହା ହେଉଛି ଆମ ଦେଶର ପ୍ରତୀକ । ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ, ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତାର ପ୍ରତୀକ ଅଟେ। ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ ହେବେ ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେ ନାହିଁ। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ।

    ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକ ସାକ୍ଷୀ। ଆଜି ର ଏହି ହର ଘର ତ୍ରିରଙ୍ଗା ପତାକା ସଭା ଯାତ୍ରାରେ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦଳପତି, ମୁନିଗୁଡା ଆଇ . ଆଇ . ସି ସୈଦାମିନି ବେହେରା , ମୁନିଗୁଡା ବ୍ଲକ୍ ଯୁବ ମୋର୍ଚ୍ଚା ସଭାପତି ଟୁନା କରକରିଆ , ମୁନିଗୁଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ହୃଷିକେଶ ଜାଲି , ପୂର୍ବତନ ମଣ୍ଡଳ ସଭାପତି ଜଗା ଶବର , ଜିଲ୍ଲା ସଂମ୍ପାଦକ ରାମ କୃଷ୍ଣ ପଣ୍ଡା , ରାୟଗଡ଼ା ଜିଲ୍ଲା ମହିଳା ସଂମ୍ପାଦିକା ସୁଶିଳା ଶରାପ, ସାଧାରଣ ସମ୍ପାଦକ ଗରିବ ଗରଡିଆ ପ୍ରମୁଖ ଉପସ୍ଥିତ ଥିଲେ ।

    ଏହି ଅବସରରେ ୪୦୦ ମିଟର ତ୍ରିରଙ୍ଗା ପତାକା ଧରି ପଦଯାତ୍ରା କରାଯାଇଥିଲା । ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ଠାରେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଲୋକ ପ୍ରତିନିଧି, ଛାତ୍ରୀଛାତ୍ର, ବ୍ଲକ ସ୍ତରୀୟ ଅଧିକାରୀ, ଏବଂ ବିଏସଏଫ୍ ଯବାନ ଓ ପୋଲିସ ବିଭାଗର କର୍ମଚାରୀ ମିଳିତ ରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ ଟ୍ରାଫିକ ନିୟନ୍ତ୍ରଣ ରଖି ଆଜିର ଏହି ହର ଘର ତ୍ରିରଙ୍ଗା ପତାକା ସଭା ଯାତ୍ରା କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

  • ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ,ମାଡି ବସିଲା ‎ଭିଜିଲାନ୍ସ

    ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ,ମାଡି ବସିଲା ‎ଭିଜିଲାନ୍ସ

    ପୁଣି ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ । ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଜିଲ୍ଲାର ମୁନିଗୁଡା ଗୋଷ୍ଠୀ । ସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ ତଥା କିରାଣୀ କୁଞ୍ଜ ବିହାରୀ ରାଉତକୁ ଗିରଫ କରିଛି ଭିଜିଲାନ୍ସ ।

    ଅଭିଯୁକ୍ତଙ୍କଠାରୁ ରଙ୍ଗ ବୋଳା ଟଙ୍କା ମଧ୍ୟ ଜବତ କରିଛି। ଏ ନେଇ ଓଡ଼ିଶା ଭିଜିଲାନ୍ସ ଜୟପୁର ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତି ଅନୁଯାୟୀ, ରାୟଗଡା ଜିଲ୍ଲା ମୁନିଗୁଡ଼ା  ସି ଏଚ୍ ସିର  ପୁରୁଷ ସ୍ବାସ୍ଥ୍ୟକର୍ମୀ ତଥା କିରାଣୀ କୁଞ୍ଜ ବିହାରୀ ରାଉତ ଜଣେ ଗରିବ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ତାଙ୍କ ଅଫିସ ରୁମରେ ମୋଟ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ  ପ୍ରଥମ କିସ୍ତି ବାବଦରେ ୩୦୦୦ ଟଙ୍କା ନେଇ ଦ୍ଵିତୀୟ କିସ୍ତିର ୩,୦୦୦ ଟଙ୍କା ଲାଞ୍ଚ ପାଇଁ ଜିଦ୍ ଧରିଥିଲେ  ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଶେଷରେ ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ।

    ଭିଜିଲାନ୍ସ ଟିମ୍‌ର ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ‎ବୁଧବାର ଦିନ ଶ୍ରୀ ରାଉତଙ୍କୁ ବଳକା ୩୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟଙ୍କା ସହ ତାଙ୍କୁ ଗିରଫ କରିଛି। ଆୟ ବହର୍ଭୂତ ସମ୍ପତି ଠୁଳ ଆଶଙ୍କା କରି ରାଉତଙ୍କ ଦୁଇଟି ସ୍ଥାନରେ ଥିବା ଘରେ ଏକକାଳୀନ ଚଢ଼ଉ କରାଯାଇଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୭/୨୦୨୫, ଧାରା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ଅଭିଯୁକ୍ତ ଶ୍ରୀ ରାଉତ, ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଥିବା ଜଣାପଡିଛି।

  • ବିଶ୍ଵ ଆଦିବାସୀ ଦିବସ ପାଳିତ

    ବିଶ୍ଵ ଆଦିବାସୀ ଦିବସ ପାଳିତ

    ଆଜି ବିଶ୍ୱ ପ୍ରସିଦ୍ଧ ଆଦିବାସୀ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ବିଶ୍ଵ ଆଦିବାସୀ ଦିବସ ରାୟଗଡ଼ା ଜିଲ୍ଲାର ୧୧ ଟି ବ୍ଲକରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ସାରା ବିଶ୍ବରେ ଆଦିବାସୀ ଦିବସ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ର ରାୟଗଡ଼ା, ବିଷମକଟକ , ମୁନିଗୁଡା ବ୍ଲକ ଠାରେ ମହା ଆଡମ୍ବରରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

    ଏହି ବିଶ୍ଵ ପ୍ରସିଦ୍ଧ ଆଦିବାସୀ ଦିବସରେ ଆଦିବାସୀ ମାନେ ପ୍ରଥମେ ନିଜର ଜଳ , ଜଙ୍ଗଲ, ମାଟି ,ପବନ ର ଅଧିକାରୀ ଆମେ ଆମ ମାଟି ଆମ ମା କୁ ଛାଡ଼ିବୁ ନାହିଁ ବୋଲି ସ୍ଳୋଗାନ ଦେଇ ସହର ପରିକ୍ରମା କରି ନିଜ ପାରମ୍ପରିକ ବାଜା ବଜାଇ ନୃତ୍ୟ ପରିବେଷଣ କରିଥିଲେ ।

    ବର୍ଷକୁ ଥରେ ଆସିଥାଏ ଏହି ବିଶ୍ଵ ଆଦିବାସୀ ଦିବସ । ଏହି ବିଶ୍ଵ ଆଦିବାସୀ ଦିବସ ରେ ଆଦିବାସୀ ମାନେ ତାଙ୍କର ପାରମ୍ପରିକ ନୃତ୍ୟ କୁ ସବୁଦିନ ପାଇଁ ବଜାଇ ରଖିବା ପାଇଁ ବିଭିନ୍ନ ଢ଼ଙ୍ଗରେ ନୃତ୍ୟ ପରିବେଷଣ କରି ସଚେତନ କରିବା ସହ ଏହି ବିଶ୍ଵ ଆଦିବାସୀ ଦିବସ ପାଳନ କରୁଥିବା ଦେଖିବାକୁ ମିଳୁଛି ।