Category: ଜିଲ୍ଲା

  • ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ଦିନିକିଆ ବଲାଙ୍ଗୀର ଗ୍ରସ୍ତ ରେ ରହିଥିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ।ଗତକାଲି ପୂର୍ବାହ୍ନରେ ନୂଆପଡ଼ା ଜିଲାରୁ ଆସି ଝିଲିଆଲିଟି ଅଙ୍ଗନୱାଡି କେନ୍ଦ୍ର ରେ ପହଞ୍ଚି ଶିଶୁମାନଙ୍କ ସହ ସମୟ ବିତେଇଥିଲେ । କୁପୋଷଣଠାରୁ ଶିଶୁ ମାନଙ୍କଠାରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କୁ ନେଇ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଧ୍ୟାନ ଦେବାକୁ ମଧ୍ୟ କହିଥିଲେ । ଏହା ପରେ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉଦାହରଣ ତଥା ରାଷ୍ଟ୍ରୀୟ ଶିକ୍ଷାନୀତି ବିଷୟରେ ଉଦ୍ବୋଧନ ଦେଇଥିଲେ । ପରେ ମିଶନ ଶକ୍ତି ମହିଳାମାନଙ୍କୁ ଭେଟି ଶାଢୀ ର ପ୍ରଚାରପ୍ରସାର ସହ ଉଚ୍ଚକୋଟିର ଡିଜାଇନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚେଇବାକୁ ପରାମର୍ଶ ଦେଇଥିଲେ ।

    ଏହା ପରେ ଖପ୍ରାଖୋଲର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।ବ୍ୟବହାର ଭଲ କଲେ ଜଣେ ରୋଗୀ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ ସହ ରୋଗ ର ପ୍ରଭାବ କମିଥାଏ ବୋଲି ଉପସ୍ଥିତ ଡାକ୍ତର ମାନଙ୍କୁ ଜଣେଇଥିଲେ । ମଧ୍ୟାନ ଭୋଜନ ପୂର୍ବରୁ ସେ ହରିଶଙ୍କର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଉଳବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଥିବା ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ । ପରେ ବିଭିନ୍ନ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

  • ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ()କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ବିପିନୀ ବିହାରୀ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ଓଏସ୍‌ଡି ରାଜେନ୍ଦ୍ର କୁମାର ରାଉତ, ସମାଜସେବୀ ଅନନ୍ତ ଚରଣ ସ୍ବାଇଁ, ସମ୍ମାନୀତ ଅତିଥ୍‌ ଭାବେ ହରିହର ବେହେରା, ଶିକ୍ଷାବିତଶ୍ୟାମସୁନ୍ଦର ନାୟକ, ମୁଖ୍ୟବକ୍ତା ଭାବେ ସୁଆଁପଦା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପିକେ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଅଧକ୍ଷା ତରୁଲତା ପତି ଏବଂ ସମ୍ପାଦକ ସରୋଜକୁମାର ନାୟକଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଶିକ୍ଷକ ସୁକାନ୍ତ ଦେହୁରୀ, ଉର୍ବଶୀ ବିଶ୍ଵାଳ, ମନୋରମା ସାହୁ, ବିକାଶକୁମାର ଜେନା, ବେଣୁଧର ଜେନା, ” ବିଷ୍ଣୁପ୍ରିୟା ପଟ୍ଟନାୟକ, କାହ୍ନୁଚରଣ ଜେନା ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅଭିଭାବକ ଉପସ୍ଥିତ ଥିଲେ।

  • କୋଡିପାରୀ ପଞ୍ଚାୟତ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

    କୋଡିପାରୀ ପଞ୍ଚାୟତ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

    କୋଡ଼ିପାରୀ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ଡମ୍ବରୁଧର ମାଝୀଙ୍କ ଦ୍ଵାରା ହେଡକ୍ବାର୍ଟରରେ ୧୬ଟି ଟିମକୁ ନେଇ ପଂଚାୟତ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଅତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଭଲିବଲ ଟୁର୍ନାମେଣ୍ଟରେ ଯୋଡ଼ିପଦର ସହ କୋଡ଼ିପାରି ଝୋଡ଼ିଆ ସାହିର ଫାଇନାଲରେ ମୁକାବିଲା ହୋଇଥିଲା । ଟୁର୍ନାମେଣ୍ଟରେ ଯୋଡ଼ିପଦର ଟିମର ମୁନ୍ନା ନାଏକ, ଭରତ ନାଏକ, କାସିଂ ନାଏକ,କୁନା ନାଏକ, ବରୁଣ ନାଏକ ଏବଂ ରାମ୍ ପ୍ରସାଦ ନାଏକ ଭଲ ପ୍ରଦର୍ଶନ ଦେଖାଇଥିବା ବେଳେ ଯୋଡ଼ିପଦର ଟିମ ଚମ୍ପିୟାନ ହୋଇଥିଲା ।

    ଏହି ଟୁର୍ନାମେଣ୍ଟରେ ଚମ୍ପିୟାନ ଟିମକୁ କୋଡ଼ିପାରି ସରପଞ୍ଚ ଶ୍ରୀ ଡମ୍ବରୁଧର ପୁରସ୍କୃତ କରିଥିବାବେଳେ ରନର୍ସଅପ୍ ହୋଇଥିବା ଟିମ ସମିତି ସଭ୍ୟା ଶ୍ରୀମତୀ ମସ୍ୱିନୀ ବିଡ଼ିକାଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲା ।

  • ବିସ୍ଥାପିତ ମହିଳାଙ୍କ ଦ୍ଵାରା କଳିଙ୍ଗନଗର ମହୋତ୍ସବ ଉଦଘାଟିତ

    ବିସ୍ଥାପିତ ମହିଳାଙ୍କ ଦ୍ଵାରା କଳିଙ୍ଗନଗର ମହୋତ୍ସବ ଉଦଘାଟିତ

    ()ଯାଜପୁର ଜିଲ୍ଲା ଳିଙ୍ଗନଗରରେ ଜମି ହରେଇ ଥିବା ବିସ୍ଥାପିତ ମହିଳାଙ୍କ ଦ୍ଵାରା ଉଦ୍ଘାଟନ ହେଲା କଳିଙ୍ଗନଗର ମହୋତ୍ସବ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଙ୍ଗଳପୁର ପଞ୍ଚାୟତ ତେଲିବାହାଳୀ ମହାପାଟ ପଡିଆରେ କଳିଙ୍ଗନଗର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନି ଉତ୍ସବରେ ବିସ୍ଥାପିତ ମହିଳାଙ୍କ ସହିତ ଦୁଇ ବ୍ଲକର ଚେୟାରମ୍ଯାନ ଉପସ୍ଥିତ ଥିଲେ।ଏହି ମହୋତ୍ସବ ଜାନୁଆରୀ ୨୭ ରୁ ଆରମ୍ଭ ହୋଇ ଫ୍ରେବୃଆରି ୨ ତାରିଖ ଯାଏଁ ଚାଲିବ ।

    ଉକ୍ତ ସଭାରେ କଳିଙ୍ଗନଗର ଏଡିମ ନବକ୍ରିଷ୍ଣ ଜେନା, ପୂର୍ବତନ ଏଡିମ ସନ୍ତୋଷ ମିଶ୍ର ଉପସ୍ଥିତ ଥିଲେ। ତେବେ ସିନେ ତାରକା ପୁପିନ୍ଦର ଏହି ମଞ୍ଚ ର ଉପସ୍ଥାପକ ଥିବାବେଳେ ଓଡ଼ିଆ କମେଡିଆନ ରାଜୁ ଦାସ ଓ ବଲିଉଡ଼ ଗାୟିକା ସୋନା ମହାପାତ୍ର ମଞ୍ଚରେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। ପ୍ରଥମେ ମଞ୍ଚରେ ଜାତୀୟ ସଙ୍ଗୀତରେ ଉଦଘାଟନ ସଭା ଆରମ୍ଭ କରାଯାଇଥିଲା। ଜୟ ଜଗନ୍ନାଥ ଧ୍ଵନିରେ ଅଞ୍ଚଳ ପ୍ରକଳ୍ପିତ ହୋଇଥିଲା। ଓଡିଶୀ ନୃତ୍ୟରେ ଦର୍ଶକମାନେ ଶାନ୍ତି ଶୃଙ୍ଖଳତାର ସହିତ ଭରପୁର ଉପଭୋଗ କରିଥିଲେ ।

  • ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର

    ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର

    ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମୋଟା ଛକ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ପଣଷପୁର ଗ୍ରାମର ସମୀର କୁମାର ବେହେରା ଓ ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ଅଭିମନ୍ୟୁ ବେହେରା ।

    ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗୋଟିଏ ବାଇକରେ ୨ ଜଣ ଯୁବକ ଟାଙ୍ଗି ପଟୁ ଖୋର୍ଦ୍ଧା ଅଭିମୁଖେ ଏକ ବାଇକ ଯୋଗେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ମୋଟା ଛକ ନିକଟରେ ଏକ ଅଜଣା ଗାଡି ବାଇକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ମୋଟରସାଇକେଲରେ ଥିବା ଦୁଇ ଜଣ ଯୁବକ ଛିଟିକି ପଡିଥିଲେ । ହେଲେ ଘଟଣା ସ୍ଥଳରେ ସମୀର କୁମାର ବେହେରାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରୁ ଅଭିମନ୍ୟୁଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

  • ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ ଦୌଡ

    ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ ଦୌଡ

    ()ଶିକ୍ଷାର ବିକାଶ ରେ ସମାଜ ର ବିକାଶ । ସମସ୍ତେ ମିଳିମିଶି ଶିକ୍ଷା ରୂପକ ପ୍ରଦୀପ ପ୍ରଜ୍ବଳନ କରି ସମାଜ ରୁ ନିରକ୍ଷରତା ଦୁର କରିବା ସହିତ ଏକ ବିକଶିତ ସମାଜ ଗଠନ ନିମନ୍ତେ କୀଟ୍ ଓ କିସ୍ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପାରାଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ । ଏହି ମିନି ମାରାଥନ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ । ପାରାଦ୍ୱୀପର ବିଭିନ୍ନ ବିଦ୍ୟାଳୟ ଓ କଲେଜର ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ମାରାଥନ ଦୌଡରେ ଅଂଶଗ୍ରହଣ କରି ମଧୁବନ ମାଉସୀ ମା ମନ୍ଦିର ଠାରୁ ବଡ଼ପଡ଼ିଆ ମାର୍କେଟ ଦେଇ ଗୋପବନ୍ଧୁ ଷ୍ଟାଡିଅମରେ ଶେଷ ହୋଇଥିଲା। ଶିକ୍ଷାର ବିକାଶ କୁ ନେଇ ଡ଼ ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୁଳନୀୟ, ତାଙ୍କ ପ୍ରଚେଷ୍ଟା ରେ କୀଟ ଓ କିସ ଆଜି ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏ ନେଇ ଗୋପବନ୍ଧୁ ଷ୍ଟାଡିଅମ ରେ ଆୟୋଜିତ ସଭାରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ମିନି ମାରାଥନ ଦୌଡରେ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀ ଓ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

  • ମୈତ୍ରୀ କମ୍ପାନୀ ପକ୍ଷରୁ ପୌଷ ପର୍ବ “ଟକି ମରା “ପାଳନ ନିମନ୍ତେ ନୂତନ ବସ୍ତ୍ର ବଣ୍ଟନ

    ମୈତ୍ରୀ କମ୍ପାନୀ ପକ୍ଷରୁ ପୌଷ ପର୍ବ “ଟକି ମରା “ପାଳନ ନିମନ୍ତେ ନୂତନ ବସ୍ତ୍ର ବଣ୍ଟନ

    ()ପୌଷ ପର୍ବ “ଟକି ମରା ” ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ତଥା ଉଭୟ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଦିବାସୀଙ୍କ ହେଉଛି ଗଣ ପର୍ବ । ଏହି “ଟକି ମରା ” ପର୍ବ ପ୍ରାୟ ୮ ଦିନ ଧରି ଆଦିବାସୀ ପରମ୍ପରାରେ ଅତି ନିଆରା ଭାବେ ପାଳନ କରାଯାଇଥାଏ।ଏହି ପରିପେକ୍ଷୀରେ କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ଅଞ୍ଚଳ ଏବଂ ଥୁଆମୂଳ ରାମପୁର ଅନ୍ତର୍ଗତ ତଳଆମ ପଦର ତୁଣ୍ଡାମୁହିଁ ଗ୍ରାମ ସମେତ କେରୋପାଇ ଜିପି ମହାଜାଲ ଗ୍ରାମରେ ପୌଷ ପର୍ବ ” ଟକି ମରା ” ପର୍ବ ପାଳନ ନିନାମନ୍ତେ ମୈତ୍ରୀ କମ୍ପାନୀ CSR ଆନୁକୂଲ୍ୟରେ ଗ୍ରାମବାସୀଙ୍କୁ ନୂତନ ବସ୍ତ୍ର, ଶାଢ଼ୀ, କମ୍ବଳ ଓ ଯୁବକ ପିଢିଙ୍କୁ ଭଲି ବୋଲ ନେଟ, କ୍ରିକେଟ ବ୍ୟାଟ ବୋଲ ଆଦି କ୍ରୀଡା ସାମଗ୍ରୀ ବଣ୍ଟନ କରିଥିବା ଦେଖିବାକୁ ମିଳିଛି।

    ଏହି କାର୍ଯ୍ୟକ୍ରମ ରେ ଉକ୍ତ ଅଞ୍ଚଳର ପାଞ୍ଚ ହଜାର ରୁ ଉର୍ଦ୍ଧ ଲୋକେ ଯୋଗଦାନ କରିଥିବା ସୂଚନା ମିଳୁ ଥିବାବେଳେ ମୈତ୍ରୀ କମ୍ପାନୀର ଶହାର୍ଦ୍ଧ୍ୟ ବଦାନ୍ୟତାକୁ ଅଞ୍ଚଳରେ ପ୍ରସଂଶା କରାଯାଉଛି ।

  • କିଟ ଓ କିସ୍ ପକ୍ଷରୁ ଯାଜପୁରରେ ଆୟୋଜିତ ହୋଇଛି ମିନି ମାରାଥନ

    କିଟ ଓ କିସ୍ ପକ୍ଷରୁ ଯାଜପୁରରେ ଆୟୋଜିତ ହୋଇଛି ମିନି ମାରାଥନ

    କିଟ ଓ କିସ ପକ୍ଷରୁ ଯାଜପୁରରେ ଆୟୋଜିତ ହୋଇଛି ମିନି ମାରାଥନ । ଏଜୁକେସନ ଫର ଅଲର ବାର୍ତା ପ୍ରଚାର କରିବା ଉଦ୍ଧେଶ୍ୟରେ ଆଜି ସକାଳୁ ନରସିଂହ ଚୌଦୁରି ମହାବିଦ୍ୟାଳୟ ନିକଟରୁ ଏହି ମିନି ମାରାଥନ ଆରମ୍ଭ ହୋଇଥିଲା । ଯାଜପୁର ବିଧାୟକଙ୍କ ପ୍ରତିନିଧି ସତ୍ୟପ୍ରକାଶ ଦାସ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ଜିଲାର ବିଭିନ୍ନ କଲେଜରୁ ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ନରସିଂହ ଚୌଦୁରି ମହାବିଦ୍ୟାଳୟ ରୁ ବାହାରିଥିବା ଏହି ମିନି ମାରାଥନ ଯାଜପୁର ପୌରପାଳିକା ଅଧିନସ୍ଥ ହକି ପ୍ରଶିକ୍ଷଣ କେନ୍ଦ୍ରରେ ଉଦଯାପିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଉଦଘାଟକ ଭାବେ ଭୁଲେଖ ଓ ବନ୍ଦୋବସ୍ତ ର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ କିଟ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ । କଳିଙ୍ଗଟିଭି ପ୍ରତିନିଧି ଅବିନେଶ୍ୱର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲପାଳ ଯାଜପୁର ନବକୃଷ୍ଣ ଜେନା ଯୋଗ ଦେଇ ଡଃ ସାମନ୍ତଙ୍କ ପକ୍ଷରୁ ରାଜ୍ୟ ର ଆଦିବାସୀ ମାନଙ୍କ ଛାତ୍ର ଛାତ୍ରୀଙ୍କ ପାଇଁ ହେଉଥିବା ଉନ୍ନତିମୁଳକ ପଦକ୍ଷେପ ପାଇଁ ଦେଶ ବିଦେଶରୁ ପ୍ରଶଂସା ମିଳୁଛି ବୋଲି କହିଥିଲେ ।

    ମୁଖ୍ୟ ବକ୍ତା ଭାବେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ, ସମ୍ମନିତ ଅତିଥି ଭାବେ ଜିଲା କ୍ରିଡା ଅଧିକାରୀ ପଂକିର ମୋହନ ଟୁଡୁ, ଏନସି କଲେଜର ଅଧ୍ୟକ୍ଷ ବି ସି ଦାସ ଯୋଗ ଦେଇ ଏଭଳି ମିନି ମାରାଥନ ଆୟୋଜନ ଫଳରେ ଶିକ୍ଷାର ପ୍ରଚାର ପ୍ରସାର ହୋଇପାରିବ ଏଥିପାଇଁ କିଟ ଓ କିସ ପ୍ରତିଷ୍ଠାତାଙ୍କୁ ପ୍ରଶଂସା କରିଥିଲେ । କିଟ ପକ୍ଷରୁ ସମାବେଶ ନାୟକ, ଡଃ ସନ୍ଦୀପ ପଣ୍ଡା, ,ବିଜୟ ମଲ୍ଳିକ, କଳିଙ୍ଗ ଟିଭି ପ୍ରତିନିଧି ଦେବାଶିଷ ସାହୁ ପ୍ରମୁଖ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଯାଜପୁର ମାଟିର ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିଯୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରଯାଇଥିଲା। ମିନିମାରାଥନରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଧୁଭୁଷଣ ଆଚାର୍ଯ୍ୟ ପରିଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

  • ଜେ.ସି.ଆଇ ପକ୍ଷରୁ ସମ୍ବାଦିକ ସମ୍ବର୍ଦ୍ଧିତ

    ଜେ.ସି.ଆଇ ପକ୍ଷରୁ ସମ୍ବାଦିକ ସମ୍ବର୍ଦ୍ଧିତ

    ()ଜୁନିୟର ଚାମ୍ବର୍ସ ଇଣ୍ଟର୍ନେସନାଲ (ଜେସିଆଇ) ପକ୍ଷରୁ ତାଳଚେର ଠାରେ ଗଣତନ୍ତ୍ର ଉତ୍ସବ ପାଳନ ଅବସରରେ ରେମୁଆଁ ସ୍ଥିତ ଶ୍ରୀ ଶଙ୍କର ପ୍ରିମିଶେଷରେ ଅନୁଷ୍ଠାନ ପକ୍ଷରୁ ଜାତୀୟ ଯୋନ ପୂର୍ବତନ ସଭାପତି ଆଶିଷ ଅଗ୍ରୱାଲ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିବା ବେଳେ ,ତାଳଚେର ଶାଖା ସଭାପତି କୁଶଲ ଅଗ୍ରୱାଲ ଜାତୀୟ ପତକା ଉତ୍ତୋଳନ କରିଥିଲେ ।ଏବଂ ଦେଶ ବର୍ତମାନ ବିକାଶ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ଏଥିରେ ସମସ୍ତଙ୍କୁ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।ସେହିପରି ଅନୁଷ୍ଠାନର ଲିଗାଲ ଉପଦେଷ୍ଟା ଡ଼ଃ ରଶ୍ମିରଞ୍ଜନ ମିଶ୍ର ,,ସମ୍ବିଧାନର ମୌଳିକ ଅଧିକାର ଓ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ।ତେବେ ଏହିପରିପେକ୍ଷି ରେ ସୂଚନା ଟି ଭି ରିପୋର୍ଟେ ଜରିଆରେ ତଥା ସମ୍ବାଦିକ କ୍ଷେତ୍ରରେ ସମାଜ ସଂସ୍କାର ଉପରେ ନିଜର ଲେଖା ମାଧ୍ୟମରେ ପରିଚୟ ସୃଷ୍ଟି କରିଥିବା ସମ୍ବାଦିକ ତପନ ମହାରଣାଙ୍କୁ ସାଇଲେଣ୍ଟ ୱାର୍କର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

    ସେହିପରି ଏ ଅଞ୍ଚଳର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କାର୍ତ୍ତ୍ୟବକୁ ସୁଚାରୁ ରୂପେ ତୁଲାଉଥିବା ଦୁଇଜଣ ବିଦ୍ୟୁତ କର୍ମଚାରୀ ଅଙ୍ଗଦ ସାହୁ ଓ ବିଜୟ ବେହେରାଙ୍କୁ ମଧ୍ୟ ସାଇଲେଣ୍ଟ ୱାର୍କର ଭାବେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ତାଳଚେରରେ ପ୍ରବଳ ଘନ କୁହୁଡି ସତ୍ବେ ଏହି କାର୍ଯ୍ୟକ୍ରମରେ ଜେ ସି ଆଇ ଅନୁଷ୍ଠାନର ବହୁ ବରିଷ୍ଟ ସଦସ୍ୟ ସଦସ୍ୟା ମାନେ ସାମିଲ ହୋଇଥିଲେ ।

  • ରେଲୱେ ଫାଇନାନ୍ସ କର୍ପୋରେସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମଟରଚାଳିତ ଗାଡି , ସାଇକେଲ ବଣ୍ଟନ

    ରେଲୱେ ଫାଇନାନ୍ସ କର୍ପୋରେସନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମଟରଚାଳିତ ଗାଡି , ସାଇକେଲ ବଣ୍ଟନ

    ()ଯାଜପୁର ସହର ସ୍ଥିତ ଉତ୍କଳ ମଣ୍ଡପରେ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ ଓ କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରୀଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଦିବ୍ୟାଙ୍ଗଙ୍କ ଉଦ୍ଦେଶ୍ୟରେ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ବୈକୁଣ୍ଠପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଙ୍ଗ ମାନେ ଈଶ୍ୱରଙ୍କ ଦ୍ଵିତୀୟ ରୂପ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ତଥା ମୃତ୍ୟୁଞ୍ଜୟ ମିଶ୍ର , ବିଜେପି ଦିଲ୍ଲୀ ପ୍ରଦେଶ ପୂର୍ବାଞ୍ଚଳ ପ୍ରଚାର ମନ୍ତ୍ରୀ ସଞ୍ଜୟ କୁମାର ମିଶ୍ର, ସମ୍ମାନୀୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥି , ଡ ଗୁରୁଦତ୍ତ ଲେଙ୍କା ପ୍ରମୁଖ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ୫୦୦ରୁ ଉର୍ଦ୍ଧ ଦିବ୍ୟାଙ୍ଗଙ୍କୁ ବ୍ୟାଟେରିଚାଳିତ ସାଇକେଲ, ଟ୍ରାଇ ସାଇକେଲ, ଆଶା ବାଡ଼ି, ଶ୍ରବଣ ଯନ୍ତ୍ର ଆଦି ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ଉଦ୍ଦେଶ୍ୟରେ ଏକ ଜିଲ୍ଲା ସ୍ତରୀୟରେ ସ୍ବାସ୍ଥ୍ୟ ଶିବିର କରାଯାଇ ୧୨ହଜାରରୁ ଉର୍ଦ୍ଧ ଚିହ୍ନଟ ହୋଇଥିବା ଦିଵ୍ୟାଙ୍ଗଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯିବା ସହ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗତକାଲି ମଧ୍ୟ ଦଶରଥପୁର ବ୍ଲକ କଣ୍ଠ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମ ରେ ୩୦୦ରୁ ଉର୍ଦ୍ଧ୍ବ ଦିବ୍ୟଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଗାଡି, ଶ୍ରବଣ ଯନ୍ତ୍ର ଆଦି ପ୍ରଦାନ କରାଯାଇଥିଲା।