Category: ଜିଲ୍ଲା

  • ସମାଜସେବୀ ବିରଭଦ୍ର ରାଉତରାୟଙ୍କ ସ୍ମୃତିରେ ସ୍ୱାସ୍ଥ୍ୟ ଶିବିର

    ସମାଜସେବୀ ବିରଭଦ୍ର ରାଉତରାୟଙ୍କ ସ୍ମୃତିରେ ସ୍ୱାସ୍ଥ୍ୟ ଶିବିର

    ଯାଜପୁର ଦଶରଥପୁରବ୍ଲକ ଅନ୍ତର୍ଗତ କଟକିଟା ପଂଚାୟତର କେସି ଜେନା ନୋଡାଲ ବିଦ୍ୟାଳୟ ଓ ବୀରବସନ୍ତ ରାଉତରାୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶିଷ୍ଠ ସମାଜସେବୀ ବିରଭଦ୍ର ରାଉତରାୟଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣାଟ କେଶରୀ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

    ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ଜିଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ସ୍ଥାନୀୟ ସରପଞ୍ଚ ରାଜଶ୍ରୀ ସାମଲ, କଟିକଟା ସରପଞ୍ଚ କଞ୍ଚନବାଳା ପରିଡା ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ବିରଭଦ୍ର ରାଉତରାୟଙ୍କ ଅଞ୍ଚଳ ପ୍ରତି ଥିବା ଅବଦାନକୁ ମାନେ ପକାଇ ଥିଲେ ।

    ଏହି ସ୍ୱାସ୍ଥ୍ୟ ଶିବିରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର କାଡ଼ିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ଼ାକ୍ତର ସତ୍ୟ ନାରାୟଣ ରାଉତରାୟଙ୍କ ତତ୍ତ୍ବାବଧାନରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ପ୍ରଫେସର ଡ଼ା ସସ୍ମିତା ସ୍ୱାଇଁ , ଡ଼ା ଅଭିଜିତ ରାଉତ ରାୟ , ଡ଼ା ସାର୍ଥକ ନାରାୟଣ ରାଉତ ରାୟ ଙ୍କ ସମେତ ୮ ବିଭାଗର ପ୍ରତିଷ୍ଠିତ ଡାକ୍ତର ମାନେ ଯୋଗ ଦେଇ ଚିକିତ୍ସା କରିଥିଲେ ।

    ଏହି ଅବସରରେ ସ୍ଥାନୀୟ ଅଂଚଳର ୫ଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେବାସହ ରୋଗୀମାନଙ୍କୁ ଏକ ମାସ ପାଇଁ ଆବଶ୍ୟକୀୟ ଔଷଧ ସ୍ମୃତି କମିଟି ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଏଥିସହ ସ୍ୱାସ୍ଥ୍ୟ ଶିବିରରେ ମାଗଣାରେ ଇସିଜି ଓ ଆନୁସଙ୍ଗିକ ପରୀକ୍ଷା କରାଯାଇଥିଲା ।

  • ଟଙ୍କା ଚୋରିକୁ ନେଇ ସ୍କୁଲ୍ ପରିସରରେ ଛାତ୍ରଙ୍କୁ ନିସ୍ତୁକ ମାଡ, ପୋଲିସ ତଦନ୍ତ ଆରମ୍ଭ

    ଟଙ୍କା ଚୋରିକୁ ନେଇ ସ୍କୁଲ୍ ପରିସରରେ ଛାତ୍ରଙ୍କୁ ନିସ୍ତୁକ ମାଡ, ପୋଲିସ ତଦନ୍ତ ଆରମ୍ଭ

    ଟଙ୍କା ଚୋରି କରିଥିବା ସନ୍ଦେହକରି ଜଣେ ନାବାଳକ ଛାତ୍ରକୁ ଆଉଜଣେ ନାବାଳକ ଛାତ୍ର ସ୍କୁଲ୍ ପରିସରରେ ନିସ୍ତୁକ ମାଡ଼ମାରି ଆହତ କରିବା ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରୂଢ଼ାପଦରରରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ଗ୍ରହଣ କରିବା ପରେ , ଘଟଣା ସ୍ଥଳରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

    ଏହି ଘଟଣା ପରେ ଅଭିଭିବାକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମୁତାବକ, ରୁଢାପଦର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଠାରେ ଏକ ଆଶ୍ରମ ବିଦ୍ୟାଳୟ ସ୍ଥାପନ କରାଯାଇଛି । ଏଠାରେ ପାଖାପାଖି ୨୫୦ ଜଣ ଛାତ୍ର ପାଠପଢୁଛନ୍ତି । ତେବେ ଶୁକ୍ରବାର ରାତିରେ ୯ମ ଶ୍ରେଣୀର କିଛି ପିଲା ୬ଷ୍ଠ ଶ୍ରେଣୀର ଜଣେ ଛାତ୍ର ସେମାନଙ୍କ ମଧ୍ୟରୁ ଜଣଙ୍କର ଟଙ୍କା ଚୋରି ହୋଇଯାଇଥିବା କହି ପଚରା ଉଚରା କରିଥିଲେ । ପିଲାଟି ମନା କରିବା ପରେ ମଧ୍ୟ ୯ମ ଶ୍ରେଣୀ ଛାତ୍ର ନ ମାନି ତାକୁ ନିସ୍ତୁକ ପିଟିଥିଲେ ।



    ପୀଡିତ ଛାତ୍ର କ୍ୟାମେରା ସମ୍ମୁଖରେ ସବୁ କଥା କହିଥିଲେ। ତେବେ, ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ପଚାର ଉଚରା କରିବାକୁ ନେଇଯାଇଥିବା କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ପିଲାଙ୍କୁ ପାଠ ପଢାଇବାକୁ ପଠାଇଥିବା ବେଳେ ଏଠାରେ ଯାହା ହେଉଛି ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଣେ ଅଭିଭାବକ।

    ତେବେ ଏହି ଆଶ୍ରମ ବିଦ୍ୟାଳୟରେ ୨୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ନିଯୁକ୍ତ ଶିକ୍ଷକଙ୍କ ସଂଖ୍ୟା କିନ୍ତୁ ୫ ରେ ସୀମିତ ରହିଛି । ସେହିପରି, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ଶ୍ରେଣୀ ଗୃହ ରହିଥିବା ବେଳେ ହଷ୍ଟେଲରେ ୱାର୍ଡେନ ନାହାନ୍ତି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ । ଏଠାରେ କହି ରଖୁଛୁ କି, ପୂର୍ବରୁ ଦୁଇଜଣ ନାବାଳକ ବିଦ୍ୟାଳୟ ପରିସରରୁ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଫେରି ଆସିଥିବା କୁହାଯାଉଛି; ଅନ୍ୟଜଣଙ୍କର ସୂଚନା ଏ ଯାଏଁ ମିଳିପାରିନାହିଁ ।

  • ଗଡସନ୍ତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍କାଉଟ୍ ଗାଇଡ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

    ଗଡସନ୍ତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍କାଉଟ୍ ଗାଇଡ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

    ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଭାରତ୍ ସ୍କାଉଟ୍ ଓ ଗାଇଡ ର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଜିଲ୍ଲା ଟ୍ରେନିଂ କମିଶନର ମିଷ୍ଟର ସତ୍ୟାନନ୍ଦ ରାଉତ, ଜିଲ୍ଲା ଅର୍ଗାନାଇଜେସନ କମିଶନ ଶ୍ରୀମତୀ ଅଭିପ୍ସା ପ୍ରିୟଦର୍ଶିନୀ ସେନାପତି, ନେହେରୁ ହାଇସ୍କୁଲ ପ୍ରଧାନଶିକ୍ଷକ ଶ୍ରୀଧର ଗଡନାୟକଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏଥିରେ ନୂତନ ଭାବରେ ୩୨ ଜଣ ସ୍କାଉଟ୍ ଓ ୩୨ ଜଣ ଗାଇଡଙ୍କୁ ମନୋନୀତ କରାଯାଇଛି । ଜିଲ୍ଲା ଟ୍ରେନିଂ କମିଶନର ସତ୍ୟାନନ୍ଦ ରାଉତ, ସ୍କାଉଟ ଶିକ୍ଷକ ହରେ କୃଷ୍ଣ ସାହୁ ଓ ଅଭିପ୍ସା ପ୍ରିୟଦର୍ଶିନୀ ସେନାପତି ସ୍କାଉଟ ଓ ଗାଇଡରେ ପିଲା ମାନଙ୍କ ଭବିଷ୍ୟତ ବିଷୟରେ ସେମାନଙ୍କୁ ଅବଗତ କରିଥିଲେ। ଏହି ଅବସରରେ ସ୍କାଉଟ୍ ଓ ଗାଇଡଙ୍କୁ କ୍ଯାପ୍, ବ୍ୟାଚ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତ ସ୍କାଉଟ ଓ ଗାଇଡର ପତାକା ଉତ୍ତୋଳନ କରି ପ୍ରାର୍ଥନା ଏବଂ ସଙ୍ଗୀତ ଗାନ କରାଯାଇଥିଲା । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରି ଧ୍ଵଜା ଅବତରଣ ପୂର୍ବ ପରେ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ଦୀପକ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ।

  • ହିଞ୍ଜିଳିକାଟୁ: ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳିକାଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଶେଷ

    ହିଞ୍ଜିଳିକାଟୁ: ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳିକାଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଶେଷ

    ହିଞ୍ଜିଳିକାଟୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରାୟୋଜିତ ବାଳିକାଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଅନୁଷ୍ଠାନ ୧୬ ଜାନୁଆରୀ ଠାରୁ ଆରମ୍ଭ ହୋଇ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏଥିରେ ଯୁକ୍ତ ଦୁଇ ପ୍ରଥମ ବର୍ଷରୁ ପ୍ରାୟ ୪୬୦ ଜଣ ବାଳିକାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଉଷାରାଣୀ ପାତ୍ର, ସଙ୍ଗୀତ ସ୍ବାଇଁ, ଏଵଂ ଚାନ୍ଦିନୀ ପ୍ରଧାନଙ୍କ ପରି ତିନି ଜଣ ମାଷ୍ଟର ଟ୍ରେନରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷଣର ଉଦଯାପନୀ ଦିବସରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ଅରୁଣ କୁମାର ଖାଡଙ୍ଗା ମୁଖ୍ୟ ଅତିଥି ରହିବାବେଳେ, ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ଼ କେଶଵ ଚନ୍ଦ୍ର ଷଡଙ୍ଗୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଆତ୍ମସୁରକ୍ଷା ତାଲିମ ଶିବିର ଦାୟିତ୍ୱରେ ଥିଵା ଅଧ୍ୟାପିକା ସାଇ ଲକ୍ଷ୍ମୀ ଅମ୍ବାତି ସଭା ସଂଚାଳନ କରିଥିଲେ। ଏଥିରେ ସମସ୍ତ ଭାଗ ନେଇଥିବା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପାଇଁ ମାନପତ୍ର ପ୍ରଦାନ କରାଯାଇଥିଲା। ସଭା ଶେଷରେ ଅଧ୍ୟାପିକା ରୁଵିନା ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

  • ଆର୍ ଆର୍ ଇଲେକ୍ଟ୍ରି କମ୍ପାନୀର ସାଧାରଣ ବୈଠକ

    ଆର୍ ଆର୍ ଇଲେକ୍ଟ୍ରି କମ୍ପାନୀର ସାଧାରଣ ବୈଠକ

    ହୋଟେଲ ମୀରାବେଲଠାରେ ଆର ଆର ଇଲେକ୍ଟ୍ରିକ କମ୍ପାନୀ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର, ଆସିଷ୍ଟାଣ୍ଟ ସେଲେସ ମ୍ୟାନେଜର ଦୀପକ ପାଲ, ଏବଂ ସେଲସ ଏକଜୁକେଟିଭ ପ୍ରଶାନ୍ତ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି କମ୍ପାନୀର ବିକ୍ରେତା ଡିଲରମାନଙ୍କୁ ଆର ଆର ବ୍ରାଣ୍ଡର ଜିନିଷ ଉପରେ ସଚେତନତା ଓ ଉପକାରିତା ଉପରେ ଆଲୋଚନା କରିଥିଲେ। ଆର ଆର କମ୍ପାନୀର ଉପକରଣ ଓ ଅତ୍ୟାଧୁନିକ ଶୈଳୀ ଉପରେ ଏବଂ ଅନ୍ୟ କମ୍ପାନୀ ଅପେକ୍ଷା ଆର ଆର ବ୍ରାଣ୍ଡର ଜିନିଷ ବିକ୍ରୟ କରି ଡିଲରମାନେ କିଭଳି ଲାଭବାନ ହୋଇପାରିବେ ସେ ବିଷୟରେ ବ୍ରାଞ୍ଚ ମ୍ୟାନେଜର ଆଲୋକପାତ କରାଇଥିଲେ। ସର୍ବଶେଷରେ ଟାର୍ଗେଟ ହାସଲ କରିଥିବା ଡିଲର୍ସମାନଙ୍କୁ କମ୍ପାନୀ ତରଫରୁ ଉପହାର ପ୍ରଦାନ କରାଯାଇଥିଲା। ଆର ପି ଏଣ୍ଟର ପ୍ରାଇଜେସର ଏମ ଡି ଅଭାୟନନ୍ଦ ହୋତାଙ୍କ ତତ୍ୱାଵଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 80ରୁ 100 ଡିଲର ଅଂଶଗ୍ରହଣ କରିଥିଲେ ଏବଂ କମ୍ପାନୀର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ। କମ୍ପାନୀ ତରଫରୁ ୨୦୨୩ ମସିହାରେ ଅଧିକ ବିକ୍ରି କରିଥିବା ମହାଦେବ ଇଲେକ୍ଟ୍ରିକାଲସ ପ୍ରଥମ, ମା ତାରିଣୀ ଲାଇଟ ହାଉସ ଦ୍ୱିତୀୟ, ତାରିଣୀ ଇଲେକ୍ଟ୍ରିକାଲଶକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

  • ମା ଜେନା ଭୂୟାଣୀଙ୍କ ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା

    ମା ଜେନା ଭୂୟାଣୀଙ୍କ ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା

    ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡାଝୋଲା ଗ୍ରାମପଞ୍ଚାୟତର ଦଳେଇଭାଗ ଗ୍ରାମ ହୋଇ ଉଠିଥିଲା ଉତ୍ସବମୁଖର। ଗ୍ରାମଦେବତୀ ମା ଜେନା ଭୂୟାଣୀ ଠାକୁରାଣୀଙ୍କ ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଗ୍ରାମରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ଏହି ଉତ୍ସବ ଗତ ତିନି ଦିନ ହେବ ଚାଲୁଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଉତ୍ସବର ପ୍ରଥମ ଦିନରେ ମାଆଙ୍କ ଅଙ୍କୁରଅର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଦିନ ୧୦୮ କଳସ ଯାତ୍ରା ହୋଇଥିଲା। ଆଜି ଶେଷ ଦିନରେ ମାଙ୍କ ମନ୍ଦିର ପ୍ରତିଷ୍ଠା ହୋଇ ମୂର୍ତ୍ତି ସ୍ଥାପିତ ହୋଇଥିଲା। ବହୁ ବର୍ଷ ହେବ ଏକ କରଞ୍ଜ ଗଛ ମୂଳରେ ମା ପୂଜା ପାଇ ଆସୁଥିବା ବେଳେ ଦଲେଇଭାଗ ଗ୍ରାମର ଦିଲ୍ଲୀପ କୁମାର ସାହୁଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ମାଙ୍କ ମନ୍ଦିର ,ରାସ୍ତା ଓ ପାଚେରୀ ସ୍ଥାପିତ ହୋଇଥିଲା ।

    ଦାଲେଇଭାଗ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ବଡ଼ ଧୁମ ଧାମରେ ନାଚ,ଗୀତ,ସଂକ୍ରିତନ୍ ,ହରିବୋଲ ହୁଳ ହୁଳିରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ସିମିଲିସାହିର ସମାଜସେବୀ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଆସାଇ ବିଧାୟକ ପ୍ରାଥି ଡକ୍ଟର ରବୀନ୍ଦ୍ର ସେଠୀ ଉପସ୍ଥିତ ରହିଥିଲେ। ମଞ୍ଚାସିନ୍ନ ଅତିଥି ଭାବେ ନୂଆଗାଁ ବ୍ଲକ ଭାଇସ ଚେୟାରମ୍ୟାନ ପର୍ଶୁରାମ ସ୍ୱାଇଁ,ଦଳେଇଭାଗ ଗ୍ରାମ ସଭାପତି ରମାକାନ୍ତ ସାହୁ,ଅଞ୍ଚଳର ଯୁବ ସାମ୍ବାଦିକ ରବୀନ୍ଦ୍ର କୁମାର ସାହୁ ଏବଂ ଭବାନୀ ପ୍ରସାଦ ଦେଓ ଉପସ୍ଥିତ ରହିଥିଲେ। ମାଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା ମଧ୍ୟ ହୋଇଥିଲା ।

    ଏହି ଅଞ୍ଚଳର ଗ୍ରାମବାସୀଙ୍କ କହିବା କଥା ଏହି ଠାକୁରାଣୀ ବହୁ ପ୍ରତ୍ୟକ୍ଷ ଆମ ଗ୍ରାମକୁ ବିପଦ ଆସିବାକୁ ଦିଏ ନାହିଁ ଅସୁବିଧା ସମୟରେ ପାଖରେ ଆସି ଠିଆ ହୋଇଥାଏ ।ଯଦି ସରକାରଙ୍କ ତରଫରୁ କିଛି ସରକାରୀ ସହାୟତା ମିଳି ପାରନ୍ତା ତା ହେଲେ ଏହା ଏକ ପିକିନିକ ସ୍ଥାନରେ ପରିଣତ ହୋଇପାରନ୍ତା।

  • ସ୍ତ୍ରୀକୁ ପୋଡ଼ି ମାରିବା ମାମଲାରେ ସ୍ୱାମୀକୁ ସଜା

    ସ୍ତ୍ରୀକୁ ପୋଡ଼ି ମାରିବା ମାମଲାରେ ସ୍ୱାମୀକୁ ସଜା

    ସ୍ତ୍ରୀକୁ ପୋଡି ମାରିଦେଇଥିବା ଘଟଣାରେ ପତ୍ନୀ ହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୈରାଜଜ। ଅଭିଯୁକ୍ତ ରଞ୍ଜନ ଗାଗରାଇ ନିଜ ସ୍ତ୍ରୀ ଜତନୀ ମୁଣ୍ଡାକୁ କିରୋସିନ ଢାଳି ନିଆଁ ଲଗାଇ ମାରିଦେଇଥିବା ନେଇ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈରାଜଜ୍ । ସୁଚନା ଅନୁୟାୟୀ ଚମ୍ପୁଆ ଉପଖଣ୍ଡ ବଡ଼ବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦା ଗ୍ରାମର ରଞ୍ଜନ ଗାଗରାଇ ନିଜ ସ୍ତ୍ରୀ ଜତନୀ ମୁଣ୍ଡାକୁ ଗତ ରାତିରେ ଘର ଭିତରେ କିରୋସିନି ଢାଳି ପୋଡି ମାରିଦେବାକୁ ଉଦ୍ୟମ କରିଥିଲା।

    ଗୁରୁତର ଜତନି ମୁଣ୍ଡା କୁ ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ଜତନି ମୃତ୍ୟୁ ହୋଇଥିଲା । ଏନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୃତକଙ୍କ ମୃତ୍ଯୁକାଳୀନ ଜମାନବନ୍ଦୀ ଆଧାରରେ ଏକ ମାମଲା ରୁଜୁ କରି ଆସାମୀ ରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

  • ଆଦର୍ଶ ସରପଞ୍ଚ ପୁରସ୍କାର ପାଇବେ ଡେରାବିଶ ପଲେଇ ପଞ୍ଚାୟତର ସରପଞ୍ଚ

    ଆଦର୍ଶ ସରପଞ୍ଚ ପୁରସ୍କାର ପାଇବେ ଡେରାବିଶ ପଲେଇ ପଞ୍ଚାୟତର ସରପଞ୍ଚ

    () ନିଜ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଉନ୍ନତି ମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସଫଳ ପୂର୍ବକ ନିୟୋଜିତ କରି ଆଦର୍ଶ ସରପଞ୍ଚ ଭାବେ ମନୋନୀତ ହୋଇଛନ୍ତି ଡେରାବିଶ ପଲେଇ ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ସାହୁ.। କଳିଙ୍ଗ ଷ୍ଟାଡିୟମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କାର ପାଇବେ। ଅକ୍ଷୟ ପୂର୍ବରୁ ଥରେ ସମିତିସଭ୍ୟ ଓ ଥରେ ସରପଞ୍ଚ ଥିବାବେଳେ ୨୦୨୨ ପଞ୍ଚାୟତ ନିର୍ବାଚନ ରେ ସେ ପୁଣି ଥରେ ପଲେଇ ପଞ୍ଚାୟତ ବାସିଙ୍କ ଦ୍ୱାରା ନିର୍ବାଚିତ ହୋଇ ସରପଞ୍ଚ ହୋଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅକ୍ଷୟ ଲୋକଙ୍କ ପାଖକୁ ପଞ୍ଚାୟତ ପହଞ୍ଚି ବୋଲି ସମସ୍ତ ପ୍ରୟାସ କରି ସଫଳତା ପାଇଛନ୍ତି। ଜଣେ ସୁଯୋଗ୍ୟ ଲୋକ ପ୍ରତିନିଧି ଭାବେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ସହ ବ୍ଲକ ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମରେ ନିଜକୁ ସଦା ସର୍ବଦା ତତ୍ପର ରଖିଥାନ୍ତି । ନିଜ ପଞ୍ଚାୟତକୁ ସେ ଶ୍ରେଷ୍ଠ ପଞ୍ଚାୟତ କରିବେ ବୋଲି ଦୃଢ଼ ଲକ୍ଷ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଦର୍ଶ ସରପଞ୍ଚ ପୁରସ୍କାର ପାଇବା ନେଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

  • ଭିସା ଷ୍ଟିଲ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

    ଭିସା ଷ୍ଟିଲ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

    ନିଆରା ଢଙ୍ଗରେ ସଡ଼କ ସୁରକ୍ଷା ମାସ ପାଳିଲେ ଭିସା ଷ୍ଟୀଲ କର୍ମଚାରୀ । ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଜ୍ଜିତ ହୋଇ ଲୋକମାନଙ୍କୁ ଗୋଲାପ ଫୁଲ ସହିତ ଚକୋଲେଟ୍ ଦେଇ ସଚେତନ କରାଇଲେ । ସୂଚନା ମୁତାବକ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅନ୍ତର୍ଗତ ଭିସା ଷ୍ଟିଲ ଗ୍ରୁପ ତରଫରୁ ଏକ ପଦଯାତ୍ରା କରି ସଡ଼କ ସୁରକ୍ଷା ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଭିସା ଗ୍ରୁପର କର୍ମଚାରୀ ବାସୁଦେବ ପ୍ରଧାନ ଯମ ରାଜାଙ୍କ ବେଶ ଓ ନିର୍ମଳ ଚନ୍ଦ୍ର ବଳ ଚିତ୍ରଗୁପ୍ତ ବେଶ ପରିଧାନ କରି ରାସ୍ତା ଉପରେ ଲୋକମାନଙ୍କୁ ହେଲମେଣ୍ଟ ପିନ୍ଧି ଗାଡି ଚଳାଇବା,ମଦ୍ୟପାନ କରି ଗାଡି ନ ଚଳାଇବା,ଟ୍ରାଫିକ ନିୟମ କୁ ମାନିବା, ଗାଡିଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ଓ ଦ୍ରୁତ ଗତିରେ ଗାଡି ନ ଚଳାଇବା ପାଇଁ ଡ୍ରାଇଭର ମାନଙ୍କୁ ସଚେତନ କରାଇଥିଲେ । ଯେଉଁ ମାନେ ଟ୍ରାଫିକ ନିୟମ କୁ ମାନି ଗାଡି ଚଳାଉଥିଲେ, ସେମାନଙ୍କୁ ଚକଲେଟ ଓ ଫୁଲ ଦେଇ ସମ୍ମାନ ଜଣାଇ ଥିଲେ। ଭିସା ଗ୍ରୁପ ର ଏଭଳି ଏକ ପ୍ରୟାସ କୁ ସାଧାରଣ ଗାଡି ଚାଳକ ମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଦେବା ସହ ଏଭଳି ଏକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

  • ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

    ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

    ()କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ଟେଲାପାଲି ଗ୍ରାମର ନଦୀରୁ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ହୋଇଛି । ଟେଲାପାଲି ଗ୍ରାମର ୪ଜଣ ଯୁବକ ସୁନୀଲ ରଣା, ବିକାଶ ରଣା, ସିକୁ ରଣା ଏବଂ ନୀଳକଣ୍ଠ ରଣା ଆଜି ସକାଳୁ ଶୌଚ ହେବାପାଇଁ ନଦୀକୁ ଯାଇଥିଲେ । ସେଠାରେ ଥିବା ଏକ ନାଳରେ ଏକ ବିରଳ ପ୍ରଜାତିର ପକ୍ଷୀଟିଏ ବସିଥିବା ଦେଖି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ । ପରେ ତାକୁ ଉଦ୍ଧାର କରି ଫିରିଙ୍ଗିଆ ଫରେଷ୍ଟର ପ୍ରବୀଣ ଦାସଙ୍କୁ ଘଟଣା ସମ୍ୱନ୍ଧରେ ଜଣେଇଥିଲେ । ଖବର ପାଇ ଫିରିଙ୍ଗିଆ ଫରେଷ୍ଟର ଟେଲାପାଲି ଗ୍ରାମରେ ପହଂଚିଥିଲେ । ପରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ପାତ୍ର ମଧ୍ୟ ଟେଲାପାଲି ଗ୍ରାମରେ ପହଂଚି ସୁରକ୍ଷିତ ଭାବେ ଫୁଲବାଣୀକୁ ନେଇଯାଇଥିଲେ । ଉଭୟ ବନାଞ୍ଚଳ ଅଧିକାରୀ ଓ ଫରେଷ୍ଟରଙ୍କ କହିବା ପ୍ରକାରେ ଉଦ୍ଧାର ହୋଇଥିବା ପକ୍ଷୀର ମୁଣ୍ଡରେ ଆଘାତ ରହିଛି ତେଣୁ ତାକୁ ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ସେ ସୁସ୍ଥ ଥିବା କହିଛନ୍ତି।