Category: ଜିଲ୍ଲା

  • ସହିଦ ନିରଞ୍ଜନ ଙ୍କୁ ଭୁଲି ଯାଇଛି ପ୍ରଶାସନ,ଅବ୍ୟବସ୍ଥା ରେ ନିରଞ୍ଜନ ଙ୍କ ସ୍ମତି ପୀଠ

    ସହିଦ ନିରଞ୍ଜନ ଙ୍କୁ ଭୁଲି ଯାଇଛି ପ୍ରଶାସନ,ଅବ୍ୟବସ୍ଥା ରେ ନିରଞ୍ଜନ ଙ୍କ ସ୍ମତି ପୀଠ

    ଆଜି ହେଉଛି‘କାରଗିଲ ବିଜୟ ଦିବସ’। ଆଜିର ଦିନଟି ଭାରତ ପାଇଁ ଏକ ଐତିହାସିକ ଦିନ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲ୍‌ ମାଟିରେ ବିଜୟର ଧ୍ଵଜା ଉଡ଼ାଇଥିଲା ଭାରତ। କାରଗିଲ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ଯବାନ୍ ଶହିଦ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଉର୍ଦ୍ଧ୍ବ ସୈନିକ । ଏହି କାରଗିଲ ଯୁଦ୍ଧରେ ସେମାନଙ୍କ ମଧ୍ୟରୁ ରାଜ୍ୟର ନବମ ଓ ଭଦ୍ରକ ଜିଲ୍ଲାର ଏକମାତ୍ର ଯବାନ ମାଟି ମାଆ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିଲେ ଭଦ୍ରକ ମାଟିର ପୁଅ ନିରଞ୍ଜନ ବେହେରା। ଚାନ୍ଦବାଲି ବ୍ଲକ ଉତୁକୁଡ଼ା ପଞ୍ଚାୟତ ପାଙ୍ଗୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସେହି ବୀର ଯବାନଙ୍କ ଗାଥାକୁ ଭୁଲିଗଲା ପ୍ରଶାସନ । ଆଜି ସହିଦ ନିରଞ୍ଜନ ବେହେରାଙ୍କ ସ୍ମୃତିପିଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି, ମିଳୁନି ସହିଦଙ୍କୁ ସମ୍ମାନ ।
    ଦୀର୍ଘ ୨୧ବର୍ଷ ଧରି ପ୍ରଶାସନ ଏଥିପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଅଂଚଳବାସୀଙ୍କୁ ମର୍ମାହତ କରିଛି । ଶହୀଦ ନିରଞ୍ଜନ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ତତ୍‌କାଳୀନ ବିଧାୟକ ଓ ପ୍ରଶାସନ ଯେଉଁ ଭଳି ଭାବରେ ପାଳନ କରିଥିଲେ ତାହା ପର ବର୍ଷଠାରୁ ତାଙ୍କୁ ସେପରି ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ କିମ୍ବା ତାଙ୍କ ଶ୍ରାଦ୍ଧ ବାର୍ଷିକରେ ସ୍ମୃତିସଭା ଟିଏ ମଧ୍ୟ ହୋଇ ପାରୁନାହିଁ । କେବଳ ପ୍ରଶାସନ ପକ୍ଷରୁ ସହିଦଙ୍କ ଶ୍ରାଦ୍ଧ ବାର୍ଷିକରେ ଫୁଲ ହାରଟିଏ ଦେଇ ସେତିକିରେ କାମ ସାରିଦିଏ ପ୍ରଶାସନ । ଶହୀଦ ନିରଞ୍ଜନ ତାଙ୍କ ନିଜସ୍ବ ଗ୍ରାମ ପାଙ୍ଗୁଡା ସ୍ଥିତ ଶହୀଦ ସ୍ମୃତି ସ୍ତମ୍ଭ ଏବଂ ଶହୀଦ ସ୍ମୃତିପୀଠ ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ଶହୀଦଙ୍କ ସ୍ତମ୍ଭରେ ନୀରଞ୍ଜନଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମିତ ହୋଇପାରିଲା ନାହିଁ କେବଳ ସ୍ତୁତି ମାର୍ଗକୁ ନିରଞ୍ଜନ ମାର୍ଗ ବୋଲି ଦର୍ଶାଯାଇଛି । ଏବେ ସେହି ଶହୀଦ ସ୍ମୃତିପୀଠ ଚର୍ତୁପାର୍ଶ୍ଵରେ ବର୍ଷା ଦିନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଘେରି ରହିଛି । ଏଥିନେଇ ଚାନ୍ଦବାଲି ଅଞ୍ଚଳରୁ ବହୁ ବୁଦ୍ଧୀଜୀବୀ ଏହି ପିଠର ଭିତିଭୂମି ବିକାଶ କରିବା ସହ ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ସ୍ମୃତି ସଭାଟିଏ କରିବାକୁ ଦାବୀ କରିଛନ୍ତି ।

  • ବରଗଡ ଜିଲ୍ଲା ବରତୁଣ୍ଡା ଓ ଜାମସେଠ ଠାରେ ଦେଖିବାକୁ ମିଳିଛି ମାଉ ପୋଷ୍ଟର

    ବରଗଡ ଜିଲ୍ଲା ବରତୁଣ୍ଡା ଓ ଜାମସେଠ ଠାରେ ଦେଖିବାକୁ ମିଳିଛି ମାଉ ପୋଷ୍ଟର

    ପୁଣି ସାମ୍ନାକୁ ଆସିଲା ମାଓ ପୋଷ୍ଟର । ବରଗଡ ଜିଲ୍ଲା ପାଇକମାଳ ବ୍ଲକ ବରତୁଣ୍ଡା ଏବଂ ଜାମସେଠ ଠାରେ ମାଓବାଦୀ ପୋଷ୍ଟର ଲଗାଇଥିବା ଦେଖଇବାକୁ ମିଳିଛି । ଏହି ଅଞ୍ଚଳରେ ଜୁଲାଇ 28 ତାରିଖ ଠାରୁ ଅଗଷ୍ଟ 3 ତାରିଖ ଯାଏଁ ସହିଦ ଦିବସ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଠିକ ଏହି ସମୟରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ପ୍ରାଦୁର୍ଭାବ ।

    Poiché il sesso senza fretta richiede tempo, sarebbe bello venire con una parola che denota la prontezza ad andare alle azioni cos e una bomba sessuale e passare all’orgasmo. Pensa ad alcune cose come te di più, e da ciò che è meglio rifiutare.

    ପଷ୍ଟରରେ ଜନପ୍ରତିନିଧି, ଠିକାଦାର ସାଜି ଜେସିବିରେ କାମ କରୁଥିବା ତଥା ଦୁର୍ନୀତି ବିଷୟରେ ଅନେକ କିଛି ଉଲ୍ଲେଖ କରାଯାଇଛି । ପୋଷ୍ଟର ତଳେ ବରଗଡ ମହାସମୁନ୍ଦ ଡିଭିଜନ କମିଟି କଥା ଲେଖା ହୋଇଛି । ବରତୁଣ୍ଡା ଠାରେ ଏକ crpf କ୍ୟାମ୍ପ ଅଛି ଏବଂ ଅଳ୍ପ କିଛି ମିଟର ଦୂରରେ ଏହି ପୋଷ୍ଟର ଲାଗିଥିବା ଯୋଗୁଁ ଅଂଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

  • କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଡ଼କ ପଥରେ ଯାଇ କଟକରେ ପହଞ୍ଚିଲେ ସେ। ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥିବାବେଳେ ପ୍ରଥମେ କଟକ ଚଣ୍ଡୀମନ୍ଦିର ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି। ପରେ ରାଷ୍ଟ୍ରପତି ଶୈଳଵାଳା ମହିଳା ମହାବିଦ୍ୟାଳୟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ତାପରେ ନେତାଜୀ ସଂଗ୍ରହାଳୟରେ ନେତାଜୀଙ୍କୁ ମାଲ୍ୟାର୍ପଣ କରି ପରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ଏପରିକି ଓଡ଼ିଆ ଝିଅ ଶ୍ରୀ ମୁର୍ମୁଙ୍କୁ ଭେଟିବା ପାଇ ବେଶ ଉତ୍ସାହିତ ରହିଛନ୍ତି କଟକବାସୀ।

    ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ପୋଲିସ ତତ୍ପର ରହିଥିବା ଦେଖିବାକୁ ମିଳିଛି । ତେବେ ଗସ୍ତରେ କୌଣସି ସମସ୍ୟା ସୃଷ୍ଟି ନ ହେଉ, ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଟକରେ ପହଞ୍ଚି ମହାମହିମ କଟକ ଚଣ୍ଡୀ ଦର୍ଶନ କରିବା ସହିତ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ଓଡ଼ିଆର ଗୌରବ ମଧୁସୂଦନ ଦାସ ଏବଂ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବେ ରାଷ୍ଟ୍ରପତି । ଏପରିକି ଛୋଟ ଠୁ ବଡ଼ ପର୍ଯ୍ୟନ୍ତ ସଭିଏଁ କିଛି ନା କିଛି ଉପହାର ସ୍ଵରୂପ ଭେଟି ନେଇ ଆସିଛନ୍ତି ରାଷ୍ଟ୍ରପତିଙ୍କ ପାଇଁ। କଟକର ପ୍ରଫୁଲ୍ଲ ମହଲ୍ଲ ଓ ଛାତ୍ରୀ ସୋନାକ୍ଷୀ ମହାପାତ୍ର ରାଷ୍ଟ୍ରପତିଙ୍କ ଅବିକଳ ଚିତ୍ର ଆଙ୍କି ଭେଟି ଦେବାର ଆଶା ରଖିଛନ୍ତି। କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

    ରାଷ୍ଟ୍ରପତି କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ‌ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବେ। ସଂଧ୍ୟାରେ ପୁଣି ରାଜଭବନକୁ ଫେରିବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନଦେଖାଯାଏ ସେ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

  • ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

    ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

    ବାଡ଼ ଯେବେ ଫସଲ ଖାଏ,ଗୁହାରି କାହାକୁ ଆଉ ଜଣାଇବା । ବର୍ତ୍ତମାନ ଆମ ସମାଜ କଳୁଷିତ ହେବାରେ ବସିଲାଣି ଦୟାମାୟା କ୍ଷମା ସବୁ ଭୁଗଲାଣି ଏହି ସମାଜରେ ବାସ କରୁଥିବା ମଣିଷ I ଏମିତିକି ଜୁଇରେ ପୋଡାହେଉଥିବା ନିଜ ଝିଆରୀର ପୋଡା ମାଂସ ମଧ୍ୟ ଖାଇବାରେ ପଛାଇନଥିଲା ନିଜ କାକା I ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ I ପାରିବାରିକ କଳହର କରୁଣ ପରିଣତି । ପିଶାଚ ବାପାର ନାରକୀୟ କାଣ୍ଡ । ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

    ସୂଚନା ଅନୁସାରେ ଗତକାଲି ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ ମଦ ପିଇ ଘରକୁ ଯାଇଥିଲେ । ଏହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା । ଏହାଦେଖି ଝଗଡ଼ା ବନ୍ଦ କରିବା ପାଇଁ ଆସିଥିଲା ଝିଅ । ଏଥିରେ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ହରାଇ ବସିଥିଲା ଅଭିଯୁକ୍ତ ।

    ନିଶାସକ୍ତ ବାପା ୧୩ ବର୍ଷର ନାବାଳିକା ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଆଜି ସକାଳୁ ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପିଶାଚ ବାପାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଧରମବନ୍ଧା ଆଇଆଇସି ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି ।

  • ଐଶ୍ୱରୀୟ ଶକ୍ତି ନା ପ୍ରକୃତିର ବିସ୍ମୟ ! 100 ବର୍ଷର ବେଲ ଗଛରେ ନାହିଁ ଗୋଟିଏ କଣ୍ଟା

    ଐଶ୍ୱରୀୟ ଶକ୍ତି ନା ପ୍ରକୃତିର ବିସ୍ମୟ ! 100 ବର୍ଷର ବେଲ ଗଛରେ ନାହିଁ ଗୋଟିଏ କଣ୍ଟା

    ବେଲଗଛ । ଦେବ ଦେବ ମହାଦେବଙ୍କର ଅତି ପ୍ରିୟ ଆଉ ସନାତନ ଧର୍ମର ପୂଜ୍ୟ ପବିତ୍ର ବେଲଗଛ । ଓୌଷଧିୟ ଗୁଣ ପାଇଁ ମଧ୍ୟ ଏହାକୁ ଘରେ ଘରେ ଆଦର ଲଗାଯାଇଥାଏ । ଆଉ ସେଥିପାଇଁ ବେଲଗଛକୁ ଆମେ ପୂଜାକରିଥାଉ। ତେବେ ଆମେ ଏକଥା ବି ସମସ୍ତେ ଜାଣିଛେ ଯେ ବେଲଗଛରେ ସାଧାରଣତ କଣ୍ଟା ଥାଏ । କିନ୍ତି ଯଦି ଆମେ ଆପଣଙ୍କୁ କହିବୁ ୟେ ବେଲ ଗଛରେ କଣ୍ଟା ନାହିଁ । ହୁଏତ ଏ କଥା ଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ । ଯାଜପୁର ପୌରାପାଳିକା ରାଉତରାପୁର ଗ୍ରାମରେ ଏପରି ଏକ ପୁରାତନ ବେଲ ଗଛ ଦେଖିବାକୁ ମିଳିଛି ଯେଉଁଥିରେ ଆଦୈ କଣ୍ଟା ନାହିଁ । ପାଖା ପାଖି 100 ବର୍ଷ ପୁରୁଣା ଏହି ଗଛ । ଏଥିରେ କଣ୍ଟା ନଥିବାରୁ ଏହାକୁ ଏକ ଅଲୌକିକ ଘଟଣା ଭାବି ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ । ତେବେ ଏହି ଗଛ ମୂଳରେ ପୂଜା ପାଇଥାନ୍ତି ମା ବୁଢୀ ବାସୁଳେଇ । ଅନ୍ୟପଟେ ରାଉତରାପୁର ଅଞ୍ଚଳର ସଞ୍ଜୟ ସ୍ଵାଇଁଙ୍କ ଘର ଆଗରେ ରହିଛି ଏହି ଶହେ ବର୍ଷର ପୁରୁଣା ବେଲ ଗଛ । ସଞ୍ଜୟଙ୍କ କହିବା କଥା ଏ ବେଲ ଗଛରେ କିଛି ଐଶ୍ୱରୀୟ ଶକ୍ତି ରହିଛି । ପୂର୍ବରୁ ଅନେକ ଖରାପ ପରିସ୍ଥିତିରୁ ଏହି ଗଛ ମୁକୁଳେଇ ଦେଇଛି। ସେଥିପାଇଁ ଆମେ ଏହି ଗଛକୁ ପୂଜା କରିଆସୁଛୁ।


    ଏହି ବେଲ ଗଛରେ ବେଲ ବି ଫଳିଛି ଆଉ ତ୍ରିଶାଖା ବେଲ ପତ୍ର ବି ରହିଛି । ହେଲେ ବେଲ ଗଛରେ ଗୋଟିଏ ବି କଣ୍ଟା ନାହିଁ। ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି କଣ୍ଟା ବିହୀନ ବେଲ ର ମଞ୍ଜି କି ଚାରା ନଥିବା ବେଳେ କିଭଳି ଏଠାକୁ ଆସିଲା,ତାକୁ ନେଇ ଏବେ ଚର୍ଚ୍ଚା ଜୋର ହେଉଥିବା ବେଳେ ଉଦ୍ୟାନ ବିଭାଗ ର ବିଶେଷଜ୍ଞ ମାନଙ୍କ କହିବା କଥା ହେଲା ଏହା କୌଣସି ଏକ ସ୍ଵତନ୍ତ୍ର ପ୍ରକାର ଗଛ ନୁହେଁ ବରଂ ଚାରା ର ମ୍ୟୁଟେସନ ପାଇଁ ଏଭଳି ହୋଇଥାଏ ବୋଲି ମତ ଦେଇଛନ୍ତି। ତେବେ ସେ କାରଣ ଯା ହେଉନା କାହିଁକି ଏହି 100 ବର୍ଷର ପୁରୁଣା ବେଲ ଗଛର କଣ୍ଟା ନଥିବା ଘଟଣା ପ୍ରଘଟ ପରେ ଏହାକୁ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ଼ ।

  • ବନ୍ଧୁକ ଫେରାଇଲେ ମିଳିବ ନାହିଁ ଦଣ୍ଡ-ବନବିଭାଗ

    ବନ୍ଧୁକ ଫେରାଇଲେ ମିଳିବ ନାହିଁ ଦଣ୍ଡ-ବନବିଭାଗ

    ଶିମିଳିପାଳରେ ଦିନକୁ ଦିନ ଶୀକାରିଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଏାହକୁ ପ୍ରତିହତ କରିବା ପାଇଁ ବନବିଭାଗ ସଜାଗ ମଧ୍ୟ ରହିଛନ୍ତି । କିନ୍ତୁ ଏହି ରି ଭିତରେ ଶୀକାରୀ ବନ୍ୟଜନ୍ତୁ ଙ୍କ ଶୀକାର ସହ ବନକର୍ମଚାରୀଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଉନାହାନ୍ତି । ତେବେ ଏହାକୁ ପ୍ରତିହତ କରିବା ପାଇଁ ପୋଲିସ ଓ ବନବିଭାଗ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ବେଆଇନ ବନ୍ଧୁକ ସମର୍ପଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ବିଶୋଇ ପୋଲିସ ଓ ବନବିଭାଗ ମିଳିତ ଭାବେ ବିଶୋଇ ପଞ୍ଚାୟତର କଲ୍ୟାଣି ମଣ୍ଡପ ଠାରେ ସଚେତନତା ସୃଷ୍ଟି ଲକ୍ଷରେ ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ସରପଞ୍ଚ, ସମିତି ସଭ୍ୟ, ଓ୍ଵାଡ୍ ସଭ୍ୟ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିବା ବେଳେ ବୈଠକରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ ଯୋଗ ଦେଇଥିଲେ, ତତ୍ ସହିତ ବିଶୋଇ ଥାନା ଅଧିକାରିଣୀ ମିନି ଭୋଈ, ମଣଦା ରେଞ୍ଜ ଅଧିକାରିଣୀ ଧରିତ୍ରୀ ମୁର୍ମୁ,ବିଶୋଇ ରେଞ୍ଜ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସିଂ, ତାଳବନ୍ଦ ରେଞ୍ଜ ଅଧିକାରୀ ଶଳେନ୍ଦ୍ର କୁମାର ଦାସ, ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି, ବାଉତିବେଡା ସରପଞ୍ଚ କାଳିଚରଣ ନାଏକ, ଖଡମବେଡା ସରପଞ୍ଚ ସମବାରୀ ସିଂ, ଏନ୍ ବି ପୋଖୁରିଆ ସରପଞ୍ଚ ଡମନ ମୁର୍ମୁ, ବିଶୋଇ ସମିତି ସଭ୍ୟ କାଶୁ ମାଝୀ ସମେତ ବିଶୋଇର ସମସ୍ତ ପୋଲିସ କର୍ମଚାରୀ, ମଣଦା ଓ ବିଶୋଇ ରେଞ୍ଜ ର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ। ବେଆଇନ ଭାବେ ଘରେ ବନ୍ଧୁକ ରଖିବା ଦଣ୍ଡନୀୟ ଅପରାଧ ଅଟେ ଏଣୁ ବନ୍ଧୁକ ରଖିଥିବା ବ୍ୟକ୍ତିମାନେ ଆସନ୍ତା ଜୁଲାଇ ୩୧ ତାରିଖ ପୂର୍ବରୁ ସ୍ଥାନୀୟ ସରପଞ୍ଚ ଓ ଓ୍ଵାଡ୍ ମେମ୍ବର ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ନିକଟରେ ସମର୍ପଣ କରିବା ପାଇଁ ମିଳିତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ବେଆଇନ ବନ୍ଧୁକ ସମର୍ପଣ କରିଥିବା ବ୍ୟକ୍ତିକୁ କୌଣସି ପ୍ରକାର ଦଣ୍ଡ ଦିଆଯିବ ନାହିଁ ବୋଲି ସୂଚନା ପ୍ରଦାନ କରାଯାଇଛି।ଏ ନେଇ ମିଳିତ ବିଭାଗ ପକ୍ଷରୁ ଏକ ସଚେତନତା ରଥ ବିଭିନ୍ନ ଗ୍ରାମରେ ପରିକ୍ରମା କରୁଛି।

  • ତୁଳସୀପୁର ଠାରୁ ସାନହୁଳୀ ଭାୟା ଚହଟା ସଡକର ଭିତ୍ତିପ୍ରସ୍ତର ସ୍ଥାପନ

    ତୁଳସୀପୁର ଠାରୁ ସାନହୁଳୀ ଭାୟା ଚହଟା ସଡକର ଭିତ୍ତିପ୍ରସ୍ତର ସ୍ଥାପନ

    ଆଜି ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ନିଗମାନନ୍ଦ ମହିଳା ମହାବିଦ୍ୟାଳୟ,ଚାରିଛକ ର ୧କୋଟି ୪ଲକ୍ଷ ୯୩ହଜାର ଟଙ୍କା ବ୍ୟୟରେ ନୂତନ ଗୃହର ଭିତିପ୍ରସ୍ଥର ସ୍ଥାପନ କରାଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା -ଗୋପ ବିଧାୟକ ଶ୍ରୀଯୁକ୍ତ ସମିର ରଞ୍ଜନ ଦାଶ ମହୋଦୟ ଯୋଗଦେବା ସହିତ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମିତ୍ର ଓ ପ୍ରମୂଖ ଅଧକ୍ଷା ଶ୍ରୀମତୀ ସ୍ବର୍ଣ୍ଣରଶ୍ମୀ ସାହୁ ଏବଂ ସମସ୍ତ ନେତୃତ୍ବ ମାନେ ଉପସ୍ଥିତ ଥିଲେ….

  • ଜାଲ କାଷ୍ଟ ସାର୍ଟିଫିକେଟ ଦେଇ CDPO ଅଫିସରେ ସୁପରଭାଇଜର ଚାକିରି କରିଥିଲେ, ଧରାପଡିଯିବାରୁ ମାରିବାକୁ ଧମକ ଦେଉଛନ୍ତି

    ଜାଲ କାଷ୍ଟ ସାର୍ଟିଫିକେଟ ଦେଇ CDPO ଅଫିସରେ ସୁପରଭାଇଜର ଚାକିରି କରିଥିଲେ, ଧରାପଡିଯିବାରୁ ମାରିବାକୁ ଧମକ ଦେଉଛନ୍ତି

    ନିଜର କଳା କାରନାମାକୁ ଲୁଚାଇବା ପାଇଁ ସାମ୍ବାଦିକଙ୍କ ପକେଟରେ ଲାଞ୍ଚ ଗୁଞ୍ଜିବାକୁ ଚେଷ୍ଟା କଲେ ଆଉ ଲାଞ୍ଚ ନନେବାରୁ ରାଗିଗଲେ ପ୍ରଧାନ ଶିକ୍ଷକ । ଉତ୍ତେଜିତ ହୋଇ ଗାଳିଗୁଲଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଲେ । ଯାହାକୁ ନେଇ ଆଜି ଥାନାର ଦ୍ବାରସ୍ଥ ହୋଇଛନ୍ତି ସାମ୍ବାଦିକ ସଂଘ । ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର । ସାନ କୋଦଣ୍ଡା ୟୁପି ସ୍କୁଲର ଭାରପ୍ରପ୍ତ ପ୍ରଧାନ ଶିକ୍ଷକ ସୁଧୀର ବେହେରାଙ୍କ ସ୍ତ୍ରୀ ସଂଯୁକ୍ତା ସାହୁ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଆସିକା CDPO ଅଫିସରେ ସୁପରଭାଇଜର ଭାବେ ଦୀର୍ଘ ବର୍ଷ ହେବ କାଯ୍ୟ କରିଆସୁଛନ୍ତି । ଏହା ଭଞ୍ଜନଗର ଉକ୍ତଳ ସାମ୍ବାଦିକ ସଙ୍ଘର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନଜରକୁ ଆସିଥିଲା । ଏହାପରେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ ପ୍ରଦୀପ । ଏହାପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ଭଞ୍ଜନଗର ତହସିଲଦାରଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାଞ୍ଚ ପରେ ଚାକିରି ଚାଲିଯିବା ଭୟରେ ସଂଯୁକ୍ତା ବେହେରାଙ୍କ ସ୍ୱାମୀ ସୁଧୀର ସାମ୍ବାଦିକ ପ୍ରଦୀପ ସ୍ୱାଇଁଙ୍କ ପାଖକୁ ଯାଇ ଜୋର୍ ଜବରଦସ୍ତ ତାଙ୍କ ପକେଟରେ ଟଙ୍କା ଭର୍ତ୍ତି ଏକ ଲଫପା ରଖିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏହାକୁ ପ୍ରଦୀପ ଗ୍ରହଣ ନକରିବାରୁ ପ୍ରଧାନଶିକ୍ଷ ରାଗରେ ଗରମ ହୋଇଯାଇଥିଲେ ।

    ଏଠି ସଂଯୁକ୍ତା ସାହୁଙ୍କ ଚାକିରିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସୁଧୀର ବେହେରାଙ୍କ ସ୍ତ୍ରୀ ସଂଯୁକ୍ତା ଜଣେ ଶୁଣ୍ଢି ଜାତିର ହୋଇଥିବା ବେଳେ ସେ OBC କାଟାଗୋରୀରେ ଆସୁଛନ୍ତି । ହେଲେ ସୁଧୀର ବେହେରାଙ୍କୁ ବିବାହ ପରେ ସେ ସଂଯୁକ୍ତା ସାହୁରୁ ସଂଯୁକ୍ତା ବେହେରା କରି ନିଜକୁ SC ଜାତିରେ ପରିବର୍ତ୍ତନ କିପରି କରିପାରିଲେ ? ଯାହା ଏକ ଆଇନଗତ ଅପରାଧ । ସଂଯୁକ୍ତା ସାହୁ ସୁଣ୍ଢି ଜାତିର ହୋଇଥିବା ବେଳେ ଜାଲ SC ପ୍ରମାଣପତ୍ର ହାସଲ କରି ଦୀର୍ଘ ବର୍ଷ ଧରି ସରକାରଙ୍କ ଆଖିରେ ଧୁଳି ଦେଇ ମୋଟା ଅଙ୍କର ଟଙ୍କା ଲୁଟି ଚାଲିଛନ୍ତି । ଯାହା ବର୍ତ୍ତମାନ ତଦନ୍ତ ପରିସରକୁ ଆସୁ ଵୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ତେବେ ଏହାକୁ ଲୋଲୋଚନକୁ ଆଣିଥିବା ସାମ୍ବାଦିକଙ୍କୁ ହତ୍ୟା ଧମକ ଦିଆଯାଉଥିବା ବେଳେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।

  • ଘରୋଇ କଳହର କରୁଣ ପରିଣତି,ସ୍ୱାମୀ ନେଲା ସ୍ତ୍ରୀର ଜୀବନ

    ଘରୋଇ କଳହର କରୁଣ ପରିଣତି,ସ୍ୱାମୀ ନେଲା ସ୍ତ୍ରୀର ଜୀବନ

    ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ ଦେଖା ଦେଇଛି ଏକ ଅଭାବ ନୀୟ ଘଟଣା । ଯାହାକି ପାରିବାରିକ ସମସ୍ୟାକୁ ନେ ଇ ସ୍ବାମୀ କିଶୋରୀ ନାଏବ ବୟସ୍କ ନିଜ ସ୍ତ୍ରୀ ଦୁଲ୍ଲଭା ନାଏକଙ୍କୁ ଆଜି ସକାଳ ସାଢେ ସାତଟା ବେଳେ ଏକ ଟାଂଗିଆରେ ବେକରେ ଦୁଇ ଚୋଟ ପକାଇ ଦେଇ ଥିଲା ଯାହାକି ଘଟଣାସ୍ଥଳରେ ହଁ ସ୍ତ୍ରୀ ର ମ୍ରୁତ୍ୟୁ ଘଟିଥିଲା । ତାପରେ ଗ୍ରାମବାସୀ ପୋଲିସ କୁ ଖବର ଦେଇ ଥିଲେ କିନ୍ତୁ ଗ୍ରାମର କିଛି ଯୁବକ କିଶୋରୀ ନାଏକକୁ କାବୁ କରିବା ପାଇ ସାହିକୁ ଯାଇଥିଲେ ହେଲେ ମ୍ରୁତ୍ୟୁ ସ୍ତ୍ରୀ ପାଖରେ ଟାଂଗିଆବୁଲାଇ ଥିଲା ଯାହା ଫଳରେ କେହି ପାଖକୁ ଯିବା ପାଇଁ ସାହସ କରିନଥିଲେ ।

  • ନିଖୋଜ ସଫେଇ କର୍ମଚାରୀ ଙ୍କର ଝୁଲନ୍ତା ଶବ ଉଦ୍ଧାର

    ନିଖୋଜ ସଫେଇ କର୍ମଚାରୀ ଙ୍କର ଝୁଲନ୍ତା ଶବ ଉଦ୍ଧାର

    ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଖଲ୍ଲିକୋଟ ଏନ୍ ଏ ସି ହରିଜନ ସାହିରେ ବାସିନ୍ଦା ଯୋଗୀ ନାୟକଙ୍କ ପୁଅ ସ୍ଵାଧୀନ ନାୟକ (୨୫) ତିନି ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକେ ବହୁଆଡେ ଖୋଜା ଖୋଜି ସତ୍ତ୍ବେ ପୁଅକୁ ପାଇନଥିଲେ । ତେବେ ଏନେଇ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଆଜି ସକାଳୁ ମୃତ ଶରୀର ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ ସଫେଇ କର୍ମଚାରୀ । ଏନେଇ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ପୋଲସି କୁ ଖବର ଦେଇଥିଲେ ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।