Category: ନୂଆପଡ଼ା

  • ନୂଆପଡାରେ ଆରମ୍ଭ ହେଲା ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା

    ନୂଆପଡାରେ ଆରମ୍ଭ ହେଲା ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା

    ସ୍ଥାନୀୟ ସରକାରୀ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟର ମାରାଗୁଡା ମଣ୍ଡପରେ ଦୁଇ ଦିନିଆ ପିଏମ୍‌ଶ୍ରୀ ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ବିଧାୟକ ଜୟ ଢୋଲକିଆ କଳାହାଣ୍ଡି ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ ଜିଲ୍ଲା ପରିଷଦ ଉପାଧକ୍ଷ ଦୀପିକା ଦୀପ ପଦ୍ମଶ୍ରୀ ଉପାଧିରେ ବିଭୂଷିତ ଶିକ୍ଷା ଓ ଭାଷା ଜାତୀୟ ପରାମର୍ଶ ଦାତା ନୂଆ ଦିଲ୍ଲୀ ମହେନ୍ଦ୍ର ମିଶ୍ର ଜିଲ୍ଲା ପ୍ରାନ୍ତୀୟ ବନଖଣ୍ଡ ଅଧିକାରୀ ମହମ୍ମଦଆଜିଜ ଖାନ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

    ଏହି କାର୍ଯ୍ୟକ୍ରମ ରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଆବାହକ ରୂପେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଜିଲ୍ଲାର କୋଣ ଅନୁକୋଣରୁ ଅନେକ ପ୍ରତିଭାବାନ ଛାତ୍ର ଛାତ୍ରୀ ଅନେକ ବିଜ୍ଞାନ ସମ୍ମତ ଏକକ ବ୍ୟବହୃତ ପ୍ଲାଷ୍ଟିକ ତଥା ଆବର୍ଜନା ରୁ ନବନିର୍ମିତ ହୋଇପାରୁଥିବା ଗୃହଉପଯୋଗୀ ସାମଗ୍ରୀ କିପରି ନିର୍ମାଣ କରାଯାଇପାରେ ସେନେଇ ଅନେକ ପ୍ରକଳ୍ପ ପ୍ରଦର୍ଶନୀ କରିଥିଲେ।

    ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ କିପରି ଅଧିକ ସ୍ୱାଭଲମ୍ବୀ ହୋଇପାରିବେ ସେଥିପାଇଁ ସମଗ୍ର ଶିକ୍ଷା ଅଭିଯାନ ର ଆଇଇଡି ସଂଯୋଜକ ହେମନ୍ତ ଭୋଇ ଏବଂ ତାଙ୍କର ସହଯୋଗୀଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏକ ଷ୍ଟଲ ବହୁତ ପ୍ରେରଣାଦାୟୀ ଥିଲା। ରାଜ୍ୟସରକାର ରାଜ୍ୟରେ ୧୨୫୦୦ ପିଏମଶ୍ରୀ ବିଦ୍ୟାଳୟ ପରିଚାଳନା ପାଇଁ ଖୋଲିଥିବା ବେଳେ ନୂଆପଡା ଜିଲ୍ଲାରେ ୧୨ ଟି ପାଇଁ ଅନୁମୋଦିତ କରିଥିବାରୁ ନିଜେ ଜିଲ୍ଲାପାଳ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ସନ୍ଧ୍ୟା ସମୟରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାରାଗୁଡା ମଣ୍ଡପ ଦୁଲୁକି ଉଠିଥିଲା।

  • ନୂଆପଡ଼ାରେ ନବୀନଙ୍କ ଏଣ୍ଟ୍ରି, ଭକ୍ତ,ମୋହନ ଛାନିଆ

    ନୂଆପଡ଼ାରେ ନବୀନଙ୍କ ଏଣ୍ଟ୍ରି, ଭକ୍ତ,ମୋହନ ଛାନିଆ

    ନୂଆପଡ଼ାରେ ପହଞ୍ଚିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଚାର ପାଇଁ ଥଳ କୂଳ ପାଇଲେନୀ ବିଜେପି କଂଗ୍ରେସ। ନବୀନ ବାବୁଙ୍କୁ ଦେଖି କୋମନା ଅଞ୍ଚଳର କର୍ମୀଙ୍କ ମନରେ ଯୋସ ବଢ଼ିଛି।ପୁଣି ଆରମ୍ଭ ହେବ ସେବା ଓ ବିକାଶର ନୂଆ ଧାରା ।ନୂଆପଡ଼ା ଉପ ନିର୍ବାଚନ ପ୍ରଚାରରେ ନବୀନ ଙ୍କ ପାଖରୁ ଏହି ବାର୍ତ୍ତା ପାଇ ଯେମିତି ନୂଆ ଉତ୍ସାଅ ଓ ଉଦ୍ଦୀପନା ରେ ଭାରି ଯାଇଛି ନୂଆପଡ଼ା। ନୂଆପଡ଼ାରେ ପୁଣି ବିଜେଡ଼ିର ଗଡ ବାଜଇ ରଖିବାକୁ ନବୀନ କରିଛନ୍ତି ପଣ।

    ବିଜୁ ଜନତା ଦଳକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଛନ୍ତି ଭୋଟର।ଏବେ ନୂଆପଡ଼ା ଗହଣରେ ନବୀନଙ୍କ ପ୍ରଚାର କର୍ମୀଙ୍କ ମନରେ ଯୋସ୍ ଭରିଛି । ସମସ୍ତଙ୍କୁ ବିଜୟ ବାନ ଉଡ଼ାଇବା ପାଇ ଦୃଢ଼ମାନା କରିଛି। ଜିଲ୍ଲା ବାସୀ ସେମାନଙ୍କର ପ୍ରିୟ ନେତାଙ୍କୁ ପାଖରେ ଦେଖିବାର ଉତ୍କଣ୍ଠା ଦେଖି ଲାଗୁଛି ବିଜେଡି ପାଇ ନୂଆପଡ଼ା ଏକ ନୂଆ ଦିସା ତିଆରି କରିବ।

    ସେପଟରେ ନବୀନଙ୍କ ଗସ୍ତ କୁ ନେଇ ବିରୋଧୀ ମହଲରେ ଭାଳେଣି ପଡ଼ିଲାଣି। କିନ୍ତୁ ନୂଆ ପଡ଼ାରେ ବିଯୁଜନତା ଦଳର ବୃହତ୍ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ବିଜେଡି ନେତା ଓ କର୍ମୀ। ଆସନ୍ତା ୭ ତାରିଖରେ ମଧ୍ୟ ନୂଆପଡ଼ା ପ୍ରଚାରରେ ଯୋଗଦେବେ ନବୀନ ପଟ୍ଟନାୟକ । ନବୀନ ଯେଉଁଟି ଠିଆହୋଇ ଯାଆନ୍ତି ସେଠାରୁ ଆରମ୍ଭ ହୁଏ ବିକାଶର ଧାରା।ବିଜେଡି କର୍ମୀ ଙ୍କ ମଧରେ ହୋଇଯାଏ ସତ ସିଂହ ର ବଳ ।

    ନବୀନଙ୍କ ଆଗରେ କାମ ଦିଏନି ଅନ୍ୟ ଦଳର ରଣ କୌଶଳ ବୋଲି ବିଜେଡି କର୍ମୀ ମତ ରଖିଛନ୍ତି।ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ କଣ ଲାଗୁଛି ନବୀନଙ୍କ ଏହି ଗସ୍ତ ନୂଆପଡ଼ା ବିଜେଡି ପାଇଁ କେତେ ଲାଭ ଦାୟକ ହେବ। ବିରୋଧୀଙ୍କୁ କେତେ ମହଙ୍ଗା ପଡ଼ିବ । ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ବିଜେଡି କର୍ମୀଙ୍କ ମନରେ ଯେଉ ଉତ୍ସାହ ଭରିଛନ୍ତି ତାହା ବିଜେଡି ବିଜୟ ସୁନିଶ୍ଚିତ କରିବ କି ? ନା ପୁଣି ବିଜେଡ଼ି ଭେଳା ବୁଡିବ ତାହା ଦେଖିବାକୁ ବାକି ରହିଲା।

  • ନୂଆପଡାରେ ଶଙ୍ଖ ବଜେଇବେ ନବୀନ

    ନୂଆପଡାରେ ଶଙ୍ଖ ବଜେଇବେ ନବୀନ

    ଚିନ୍ତାରେ ବିଜେପି ବଡ଼ ଖେଳ ଖେଳିଲେ ନବୀନ। ନୂଆପଡ଼ା ପାଣିପାଗ ବଦଳେଇ ଦେବେ ନବୀନ। ଚୋର ହେଲା ବିଜେପି ଭୋଟ ଛଣୀନେବ ବିଜେଡ଼ି। ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମଙ୍କ ମାଷ୍ଟରଷ୍ଟ୍ରୋକ ନେ଼ଇ ଚର୍ଚ୍ଚା। ବିଜେପି କୁ ଚୋର କରି ନୂଆପଡ଼ା ଶିମ୍ପାଥି ଓ ମହିଳାଙ୍କ ଭୋଟ ପାଇଁ ସ୍ନେହାଙ୍ଗିନୀ ଗୋଟି ଚାଳନା ବୋଲି କୁହାଯାଉଛି। ନବୀନ ଖମ୍ ଖିଆଲି ନୁହେଁ ଭାବିଚିନ୍ତି ପ୍ରାର୍ଥୀ ଦେଇଥିବା କୁହା ଯାଉଛି। ଜୟଙ୍କ ବଦଳରେ ଆଉ କାହାକୁ ଭୋଟ ଦେଇ ଦଳକୁ ଭାଙ୍ଗିବା ବଦଳରେ ସ୍ନେହାଙ୍ଗିନୀ ଙ୍କୁ ପ୍ରାର୍ଥୀ କରି ନବୀନ ନୂଆପଡ଼ା ବିଜେଡ଼ିକୁ ଏକ କରି ରଖିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଇଛି।

    ନବୀନ ଯଦି ଅନ୍ୟ ଦଳରୁ ନେତା ଆମଦାନୀ କରିଥାନ୍ତେ ତାହେଲେ ବିଜେଡ଼ି ଭୋଟ ମାଇନସ କରିଥାନ୍ତା। କିନ୍ତୁ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ଏବେ ବିଜେପି ଓ କଂଗ୍ରେସ ଉପରେ ଚାପ ପକାଇଛନ୍ତି ନବୀନ। ମହିଳା ଭୋଟ ସହ ପ୍ରାର୍ଥୀ ଚୋରୀ ଆଉ ଗତ ଦେଢ଼ ବର୍ଷରେ ବିଜେପି ସରକାରର ଅପାରଗତା ବଖାଣି ବିଜେଡ଼ି ଭୋଟ ଛାଣି ନେବ ବୋଲି କୁହାଯାଉଛି। ନୂଆପଡ଼ା ନହେଲେ ପଶ୍ଚିମ ଓଡ଼ିଶାର ଜଣେ ଲଢ଼ୁଆ ନେତ୍ରୀ । ତାଙ୍କ ପାଇଁ ଦଳୀୟ ସମର୍ଥନ ରହିବ ।

    ଅନ୍ୟପଟେ ଜୟଙ୍କ ଦଳ ଡିଆଁ ପରେ ବିଜେଡ଼ି ଆଉ ବିଜେପିରେ ଦେଖାଦେଇଥିବା ଆସୋନ୍ତାସର ଲାଭ ବିଜେଡ଼ିକୁ ମିଳିବ ବୋଲି କୁହାଯାଉଛି। ଏବେବି ବିଜେଡ଼ିର ରାଜନୀତି ଆଗରେ ବିଜେପି-କଂଗ୍ରେସ କ୍ଲିନ୍ ବୋଲ୍ଡ ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ ନୂଆପଡ଼ା ଏଥର କାହାର ହେଉଛି। ଆଉ କିଏ ବାଜିମାତ କରୁଛି।

  • ଦୁଇ ଜଣଙ୍କୁ ମାରି ଯନ୍ତାରେ ମଣିଷ ଖିଆ କଲରାପତରିଆ ବାଘ

    ଦୁଇ ଜଣଙ୍କୁ ମାରି ଯନ୍ତାରେ ମଣିଷ ଖିଆ କଲରାପତରିଆ ବାଘ

    ନୂଆପଡ଼ାରେ ଆତଙ୍କ ଖେଳାଇଥିବା ମଣିଷଖିଆ କଲରା ପତରିଆ ବାଘ ଯନ୍ତାରେ। ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମବନ୍ଧା ଅଞ୍ଚଳର କୋଦୋପାଲିରୁ ଧରାପଡ଼ିଛି ଏହି କଲରାପତରିଆ ବାଘ। ଗତକାଲି ରାତିରେ ଜଣଙ୍କ ଛାତ ଉପରେ ବାଘ ବସିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହା ଦେଖି ଲୋକଙ୍କ ଭିତରେ ଖେଳିଯାଇଥିଲା ଆତଙ୍କ। ଏନେଇ ତୁରନ୍ତ ବନବିଭାଗକୁ ସୂଚିତ କରାଯିବା ପରେ ବାଘ ଧରିବା ଅଭିଯାନ ଆରମ୍ଭ ହୋଇଥିଲା। ରାତି ପ୍ରାୟ ୧୧ଟା ବେଳେ ବାଘଟି ଯନ୍ତାରେ ପଡ଼ିଥିଲା। ଯନ୍ତାରେ ପଡ଼ିବା ପରେ ଗତକାଲି ବିଳମ୍ବିତ ରାତିରେ ବାଘକୁ ନୂଆପଡ଼ା ରେଞ୍ଜ ଅଫିସ୍‌କୁ ଅଣାଯାଇଥିଲା।
    ଏହି କଲରାପତରିଆ ବାଘ ଗତ ୫ ଦିନ ମଧ୍ୟରେ ଦୁଇ ଜଣଙ୍କୁ ମାରିଥିବା ବେଳେ ଜଣଙ୍କୁ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଶୁକ୍ରବାର ସିଲିଆରିବାହାରା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ଗତକାଲି ବାଘଟି ତାଙ୍କୁ ମାରି ଖାଉଥିବାର ଲୋକେ ଦେଖିଥିଲେ।

  • ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

    ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା

    ବାଡ଼ ଯେବେ ଫସଲ ଖାଏ,ଗୁହାରି କାହାକୁ ଆଉ ଜଣାଇବା । ବର୍ତ୍ତମାନ ଆମ ସମାଜ କଳୁଷିତ ହେବାରେ ବସିଲାଣି ଦୟାମାୟା କ୍ଷମା ସବୁ ଭୁଗଲାଣି ଏହି ସମାଜରେ ବାସ କରୁଥିବା ମଣିଷ I ଏମିତିକି ଜୁଇରେ ପୋଡାହେଉଥିବା ନିଜ ଝିଆରୀର ପୋଡା ମାଂସ ମଧ୍ୟ ଖାଇବାରେ ପଛାଇନଥିଲା ନିଜ କାକା I ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ I ପାରିବାରିକ କଳହର କରୁଣ ପରିଣତି । ପିଶାଚ ବାପାର ନାରକୀୟ କାଣ୍ଡ । ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା ପିଶାଚ ବାପା । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଜବତ କରିବା ସହ ପିଶାଚ ବାପାକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

    ସୂଚନା ଅନୁସାରେ ଗତକାଲି ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ ମଦ ପିଇ ଘରକୁ ଯାଇଥିଲେ । ଏହି ସମୟରେ ସ୍ତ୍ରୀ ଗୋପପୁରୀ ମାଝୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା । ଏହାଦେଖି ଝଗଡ଼ା ବନ୍ଦ କରିବା ପାଇଁ ଆସିଥିଲା ଝିଅ । ଏଥିରେ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ହରାଇ ବସିଥିଲା ଅଭିଯୁକ୍ତ ।

    ନିଶାସକ୍ତ ବାପା ୧୩ ବର୍ଷର ନାବାଳିକା ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଆଜି ସକାଳୁ ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପିଶାଚ ବାପାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଧରମବନ୍ଧା ଆଇଆଇସି ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି ।

  • ପାଟ୍ରୋଲିଂରେ ଯାଇଥିବା ୪ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

    ପାଟ୍ରୋଲିଂରେ ଯାଇଥିବା ୪ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ

    ଜଣେ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରି ମାରିଦେବା ଘଟଣା ନୂଆପଡା ଜିଲ୍ଲା କୋମନା ରେଞ୍ଜରେ ଆତଙ୍କ ସୃଷ୍ଟି କରିଛି । ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି।

    ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ୪ ବନ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ଭାଲୁଟି ସେମାନଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ୱାଚର ସନ୍ତୋଷ କୁମାର ଡୁଣ୍ଡିଙ୍କୁ ଭାଲୁଟି ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଫରେଷ୍ଟ ଗାର୍ଡ଼ ଶଶଧର ସାଣୀ ଓ ସାଗର ଠେଲା ଗୁରୁତର ଆହତ ହୋଇଥିଲେ। ଗାଁ ଲୋକଙ୍କ ସହାୟତାରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଗୁରୁତ ଅବସ୍ଥାରେ ଶଶଧର ଓ ସାଗରଙ୍କୁ ଉଦ୍ଧାର କରିଥିଲେ। ପରେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନୂଆପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ଘଟିଛି।

    ଗୁରୁତର ଥିବା ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶଶିଧର ଟାଣିଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ପ୍ରୋଟେକସନ୍ ଗାର୍ଡ ସାଗର ଠେଲାଙ୍କୁ ନୂଆପଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସୁରକ୍ଷା ଦାବିରେ କୋମନା ମେଡିକାଲ ସମ୍ମୁଖରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ କୋମନା ବିଡିଓ, କୋମନା ତହସିଲଦାର ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୢତ ହୋଇଥିଲା। ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି ।

  • ସାବଧାନ ! IPL ଜୁଆଡ଼ିଙ୍କୁ ଧରିଲା ପୋଲିସ

    ସାବଧାନ ! IPL ଜୁଆଡ଼ିଙ୍କୁ ଧରିଲା ପୋଲିସ

    ଫଟାଫଟ୍ କ୍ରିକେଟ୍ IPLରେ ବ୍ୟାଟିଂ ଅପେକ୍ଷା ବେଟିଂର ଚାହିଦା ବଢୁଛି । ମ୍ୟାଚ୍ ଜିତିବା, ହାରିବା ଉପରେ ବାଜି ଜୋରଦାର ହେଉଛି । ମାନେ ଅର୍ଥ ଲଗାଇ ଜୁଆ ଖେଳ ହେଉଛି । ଖେଳାଳିଙ୍କୁ ଚୌକା, ଛକା ସହ ମ୍ୟାଚ୍ ଜିତିବା ଜରୁରୀ । ହେଲେ ଏଠି ଅର୍ଥ କେତେ ଜିତୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । କଳେବଳେ କୌଶଳେ, ମ୍ୟାଚରୁ ଆପଣ କେତେ ଟଙ୍କା ଲାଭ ପାଉଛନ୍ତି ତା ଉପରେ ଜୁଆଡ଼ିଙ୍କ ନଜର ଥାଏ । କିନ୍ତୁ ଆପଣ ଜାଣି ନାହାଁନ୍ତି ବୋଧେ ଆପଣଙ୍କ ପିଛା କରୁଛି ପୋଲିସ । କେବେ ମାଡ଼ି ବସିବ ଟିକେ ସାବଧାନ ହୁଅନ୍ତୁ ।

    ହଁ ଜୁଆଡ଼ି ବନ୍ଧୁ, IPL ଉପରେ କଡ଼ା ନଜର ରଖିଥିବା ପୋଲିସ ଟିମ୍ ବିଭିନ୍ନ ସ୍ଥାନରୁ ବେଟିଂ କରୁଥିବା ଜୁଆଡ଼ିଙ୍କୁ ଗିରଫ କରୁଛି । ଏବେ ନୂଆପଡ଼ା ଜିଲ୍ଲା ଖରିଆର ରୋଡରେ ଆଇପିଏଲ ବେଟିଂରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି ଖରିଆର ରୋଡ୍ ଟାଉନ୍ ଥାନା ପୋଲିସ । SI ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଏକ ଘରେ ରେଡ୍ କରିଥିଲା । ରାତିରେ ପାଟ୍ରୋଲିଂ ବେଳେ ଖବର ପାଇ ଏହି ଚଢା଼ଉ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ରାୟପୁର, ବେମାତାରା ଏବଂ ରାଜ ନନ୍ଦଗାଁ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ୨୧ଟି ଫୋନ୍, ୪ଟି ଲାପଟପ୍, ୧୫ ଏଟିଏମ୍ କାର୍ଡ, ୧୦ଟି ଚେକ୍ ବୁକ୍ ଜବତ ହୋଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ୫ଟି ପାସବୁକ୍, ଆଧାର କାର୍ଡ, ଡିଏଲ୍, ଏୟାର ବ୍ୟାଗ୍ ଜବତ କରିଛି ପୋଲିସ । ସମସ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।