Category: ନୟାଗଡ଼

  • ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରାଯାଇଛି। ୨ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଜଣାପଡିଛି। ଏହାସହ ସୌମ୍ୟ ରଞ୍ଜନଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ ହୋଇଛି। ଏହାସହ ବ୍ୟାଙ୍କ ସ୍କାମ ଅଭିଯୋଗ ମଧ୍ୟ ରହିଛି। ୨ ବିଧାୟକଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ନିଜେ ବିଜେଡି ସୁପ୍ରିମୋ ସାମ୍ବାଦିକ ସମ୍ମିଳନୀ ଯୋଗେ ଜଣାଇଛନ୍ତି।

    ସୂଚନା ଯୋଗ୍ୟ, ସେପ୍ଟେମ୍ବର ୧୨ରେ ବିଜେଡି ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କୃତ ହେବାର ଘୋଷଣା ନାମାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସୌମ୍ୟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଜେଡି ସୁପ୍ରିମୋ ନିଜେ ୨ ବିଧାୟକଙ୍କ ବହିଷ୍କୃତ ବିଷୟରେ ସାମ୍ବଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।

  • ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

    ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

    ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହି ପରିବାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି ଦେଶୀ ବାଇଗଣ ବିଶେଷ ଭାବେ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ କରାଯାଇଥାଏ । ଏହା ଆକାରରେ ଛୋଟ ଓ ଏହାର ମୁଣ୍ଡରେ ଛୋଟ ଛୋଟ କଣ୍ଟା ଥାଏ । ଏହା ଅନ୍ଯ ବାଇଗଣ ଅପେକ୍ଷା ମିଠା । ଏହି ବାଇଗଣ କେବଳ ନୟାଗଡ ଜିଲ୍ଲାରେ ଏବଂ କଣ୍ଟିଲୋ ମହାନଦୀ ଅବବାହିକା ଜମିରେ ହିଁ ହୋଇଥାଏ । ସ୍ଥାନୀୟ ଚାଷୀ ଏହାକୁ ବହୁଳ ମାତ୍ରାରେ ଚାଷ କରିଥାନ୍ତି । ଏବି ବିଶେଷ ବାଇଗଣକୁ ଜିଆଇ ଟ୍ୟାଗ ଦେବାକୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା । ଏହାର ସ୍ବତନ୍ତ୍ରତା ଏବଂ ଚାଷ ବିଶେଷତାକୁ ଅନୁଧ୍ଯାନ କରିବା ପରେ କେନ୍ଦ୍ର ସରକାର ଏହ ଜିଆଇ ମାନ୍ଯତା ବା ଜିଓଲୋଜିକାଲ ଆଇଡିଏଣ୍ଟିଫିକେସନ୍ ପ୍ରଦାନ କରିଛନ୍ତି । କଣ୍ଟେଇମୁଣ୍ଡି ବାଇଗଣ ହେଉଛି ଅନ୍ୟ ପ୍ରଜାତିର ବାଇଗଣ ତୁଳନାରେ ଆକାରରେ ବହୁତ ଛୋଟ । ଏହାସହ ଅନ୍ୟ ବାଇଗଣ ତୁଳନାରେ ଏହି ପ୍ରଜାତିର ବାଇଗଣରେ ମଞ୍ଚି ଅଧିକ ଥାଏ । ଗଛର ଉଚ୍ଚତା ବିଶେଷ ନ ଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ । ଏହା ବିଶେଷ ଭାବେ ବାଲିଆ ଅଞ୍ଚଳରେ ଚାଷ କରାଯାଇଥାଏ । ଏହି ବାଇଗଣ ଖାସ୍ କରି କଳାପଥର,ଧଳାପଥର, ସାରୁଅ ବାଘମାରି ଏବଂ ଖୋର୍ଦ୍ଦା ବଜାରରେ ପ୍ରଚୁର ମାତ୍ରାରେ ମିଳେ । କିଲୋ ଅତି କମରେ ୬୦ ଟଙ୍କା ରୁହେ । କଟକ ଭୁବନେଶ୍ବର ବଜାର ଆସିବା ବେଳକୁ ଏହା ସରିଯାଏ । ତେଣୁ ଭୁବନେଶ୍ବରବାସୀ ବି ଏହାକୁ ଖାଇବାକୁ ପାଆନ୍ତି ନାହିଁ ।

  • ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରୁ ଆୟ ବହିର୍ଭୂତ ୨୬୮% ସମ୍ପତ୍ତି ଠାବ

    ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରୁ ଆୟ ବହିର୍ଭୂତ ୨୬୮% ସମ୍ପତ୍ତି ଠାବ

    ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରୁ ଆୟ ଠାରୁ ୨୬୮%ରୁ  ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏହାର ଯଥେଷ୍ଠ ପ୍ରମାଣ ପାଇବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ  ଶନିବାର ଗିରଫ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ପକ୍ଷରୁ ଦିଆଯାଇଛି ବିସ୍ତୃତ ବିବରଣୀ।

    ତଥ୍ୟ ଅନୁସାରେ,  ବ୍ରଜେନ୍ଦ୍ର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ୱରର ନାମୀ ଦାମୀ ଅଞ୍ଚଳରେ ମୋଟ୍ ୫ଟି କୋଠା ରହିଛି। ଭୀମଟାଙ୍ଗୀ ହାଉସିଂ କଲୋନୀ ଓ ଶିଶୁପାଳଗଡ଼ରେ ତାଙ୍କର ଗୋଟିଏ ଲେଖାଏ ଦୁଇ ମହଲା କୋଠା ଥିବା ବେଳେ ରାଜାରାଣୀ କଲୋନୀ ପାଖରେ ଦୁଇଟି ତିନି ମହଲା ବିଶିଷ୍ଟ କୋଠା ଅଛି। ସେହିଭଳି ଲୁଇସ ରୋଡ୍‌ର ଗ୍ୟାରେଜ ଛକରେ ତାଙ୍କର ଆଉ ଗୋଟିଏ ତିନି ମହଲା କୋଠା ଅଛି।

    ଏହା ବ୍ୟତୀତ ତାଙ୍କର ୭ଟି ପ୍ଲଟ ବା ଜମି ରହିଛି। ଏଥିରୁ ୨ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଥିବା ବେଳେ ଅନ୍ୟ ୫ଟି ନିଜ ଗ୍ରାମ ନିମାପଡ଼ା ଅଞ୍ଚଳରେ ରହିଛି। ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ିରେ ଗ୍ରାମରେ ତାଙ୍କର ଏକ ଫାର୍ମ ହାଉସ ରହିଛି। ଏହା ସହ ନିମାପଡ଼ା ବଜାରରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଅଛି, ଯେଉଁଥିରେ ୧୦ଟି ଦୋକାନ ଅଛି।

    ବ୍ୟାଙ୍କ ଓ ବୀମା ଜମା ବାବଦକୁ ବ୍ରଜେନ୍ଦ୍ର କୁମାର ନାୟକ ୧ କୋଟି ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ଏହା ବାଦ୍ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ୍ ଲକରରେ ୬୪୪ ଗ୍ରାମ ଓଜନର ଗହଣା ଆଜି ଜବତ କରିଛି ଭିଜିଲାନ୍ସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୫ଲକ୍ଷ ଟଙ୍କା ହେବ।

  • ୧୦୬ କେଜିର ଗଞ୍ଜେଇ ଜବତ, ୨ ଗିରଫ

    ୧୦୬ କେଜିର ଗଞ୍ଜେଇ ଜବତ, ୨ ଗିରଫ

    ଗୁଇନ୍ଦା ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ନୟାଗଡ ପୋଲିସ ସହାୟତାରେ ଦୁଇ ଜଣଙ୍କୁ କାବୁ କରିନେଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ସେମାନଙ୍କ ଠାରୁ ଏକ ଇନୋଭା କାର ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଦୁହିଁଙ୍କ ଘର କନ୍ଧମାଳ ଜିଲ୍ଳାରେ। ଏନେଇ ଏସଟିଏଫ ଇଟାମିଟି ଥାନାରେ ଏନଡିପିଏସର ଧାରା ୧୯୮୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

    ସୂଚନାକ ମୁତାବକ, ଏସଟିଏଫକୁ ଗୁଇନ୍ଦା ସୂଚନା ମିଳିଥିଲା କି, ନୟାଗଡରେ ବେଆଇନ ଗଞ୍ଜେଇ କାରବାର ହେଉଛି। ଏହାପରେ ଏସଟିଏଫ ନ଼ୟାଗଡ ଇଟାମାଟି ଥାନା ସହ ଯୋଗାଯୋଗ କରିବ। ସହ ରେଡ କରି କନ୍ଧମାଳ ଜିଲ୍ଲାର ଦୁଇ ଗଞ୍ଜେଇ  ଚାଲାଣକାରୀଙ୍କୁ କାବୁ କରି ନେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଫିରିଙ୍ଗିଆର ୨୯ ବର୍ଷୀୟ ଯୁଗଳ ନାୟକ ହୋଇଥିବା ବେଳେ ଅନ୍ୟଜଣେ ୨୪ ବର୍ଷୀୟ ରଞ୍ଜିତ ଭୋଇ। ଉଭୟ ଏକ ଇନୋଭା କରରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କାର ଯାଞ୍ଚ କରି ୧୦୬ କେଜିର ଗଞ୍ଜେଇ ଠାବ କରିଥିଲା।

    ୨୦୨୦ରୁ ଏସଟିଏଫ ଆରମ୍ଭ କରିଥିବା ସ୍ପେସାଲ ଡ୍ରାଇଭରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୯କେଜି ବ୍ରାଉନ ସୁଗାର/ହେରୋଇନ, ୨୦୨ କେଜି କୋକିନ, ୧୧୪ରୁ ଅଧିକ କିଲୋର ଗଞ୍ଜେଇ, ୭୫୦ ଗ୍ରାମର ଅଫିମ ଜବତ କରିବା ସହ ୧୭୧ ଡ୍ରଗ ବେପାରୀଙ୍କୁ ଗିରଫ କରିଛି।

  • ବାପା-ମା’ ସମସ୍ତେ ଛାଡ଼ି ଚାଲିଗଲା ପରେ ପୁଅ ଏବେ ଏକା ହୋଇଯାଇଛି, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

    ବାପା-ମା’ ସମସ୍ତେ ଛାଡ଼ି ଚାଲିଗଲା ପରେ ପୁଅ ଏବେ ଏକା ହୋଇଯାଇଛି, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

    ନୟାଗଡରୁ ଆସିଛି ଏକ ହୃଦୟ ଥରାଇଲା ଭଳି ଖବର । ଜନ୍ମ କଲା ପୁଅକୁ ପର କରିଦେଲେ ନିଜ ଜନ୍ମକଲା ବାପା-ମା । ମନରେ ଅଜସ୍ର ବେଦନା ନେଇ ଜଣେ ନାବାଳକ ପହଞ୍ଚିଥିଲା ରଣପୁର ଥାନାରେ । ଥାନାବାଲାଙ୍କୁ କାନ୍ଦିକାନ୍ଦି ଗୁହାରି କରି କହିଥିଲା, ‘’ବାବୁ ମୁଁ କିଛି ଖାଇନି । ମତେ ମୋ ବାପା ମା ଘରେ ଛାଡି ପଳାଇଛନ୍ତି । ମୁଁ ଏବେ କେଉଁଠିକୁ ଯିବି ।’’ ସତରେ ଏହି ଖବଟରି ବର୍ତ୍ତମାନ ରଣପୁର ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

    ଏହି ନାବାଳକଟି ହେଉଛି ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଗଲ ବଡ଼ ନୂଆଗାଁର ପ୍ରଦୀପ ପ୍ରଧାନଙ୍କ ୧୩ ବର୍ଷର ପୁଅ ସ୍ମୃତିରଞ୍ଜନ ପ୍ରଧାନ । କିଛି ଦିନ ତଳେ ବାପା ପ୍ରଦୀପ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ପୁଅ ଆଉ ସ୍ତ୍ରୀଙ୍କୁ ଛାଡି କେଉଁଆଡେ ଚାଲିଯାଇଥିବା ବେଳେ ଏବେ ମା, ପୁଅକୁ ଛାଡି ନିଜ ବାପଘରକୁ ପଳାଇଛି । ଏହାପରେ ନ୍ୟାୟ ପାଇଁ ନାବାଳକ ରଣପୁର ଥାନାର ଦ୍ୱାରସ୍ଥ ହୋଇଛି । ରଣପୁର ପୋଲିସ, ନୟାଗଡ ଚାଇଲଡ ଲାଇନ ସଦସ୍ୟଙ୍କୁ ଏ ବିଷୟରେ ଜଣାଇ ପିଲାଟିକୁ ହସ୍ତାନ୍ତର କରିଛନ୍ତି । ବାପା-ମା’ ସମସ୍ତେ ଛାଡ଼ି ଚାଲିଗଲା ପରେ ପୁଅ ଏବେ ଏକା ହୋଇଯାଇଛି, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି