Category: ନବରଙ୍ଗପୁର

  • ବାପାର ଅପମାନ ବଦଳରେ ଗଡିଲା ମୁଣ୍ତ

    ବାପାର ଅପମାନ ବଦଳରେ ଗଡିଲା ମୁଣ୍ତ

    ବାପାର ପ୍ରତିଶୋଧ ନେବା ପାଇଁ ପୁଅ ପାଲଟିଲା ରାକ୍ଷସ … ମାତ୍ର ଚଉଦ ବରଷ ବୟସରେ ହାତରେ ଧରିଲା … ମାରଣା ଅସ୍ତ୍ର …ପ୍ରତିଶୋଧ ନିଆଁରେ ଜାଳିଲା ପାଞ୍ଚ ବରଷର ବାଳକକୁ …ନା ଆଗ ଦେଖିଲା ନା ପଛ ବେକରେ ଲଗାଇଲା ମାରଣା ଅସ୍ତ୍ର ….ଦର୍ଶକବନ୍ଧୁ ଏହି ଭଳି ଆଭାବନିୟ ଘଟଣା ଦେଖିବାକୁ ମିଳିଛି ..ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପାପଡାହାଣ୍ଡି ଥାନା ଅଞ୍ଚଳର କୃଷ୍ଣଗୁଡ଼ା ଗାଁରେ, ଜଣେ ୧୪ ବର୍ଷୀୟ ବାଳକ ଜଣେ ୫ ବର୍ଷୀୟ ବାଳକକୁ ନିର୍ମମ ଭାବରେ ହତ୍ୟା କରିଛି। କୁହାଯାଉଛି ଯେ ତାଙ୍କ ବାପାଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ କରାଯାଇଥିଲା। ସମଗ୍ର ଗାଁ ଆଶ୍ଚର୍ଯ୍ୟରେ ଅଛି।

    ଶୁକ୍ରବାର ସକାଳେ, ୫ ବର୍ଷୀୟ ବାଳକ ମଜେଶ ମହୁରିଆ ଖେଳିବାକୁ ବାହାରକୁ ଯାଇଥିଲା। ଯେତେବେଳେ ସେ ବହୁତ ସମୟ ପର୍ଯ୍ୟନ୍ତ ଫେରି ନଥିଲା, ତାଙ୍କ ପରିବାର ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଁ ଲୋକମାନେ ମଧ୍ୟ ଖୋଜାଖୋଜିରେ ସାମିଲ ହୋଇଥିଲେ। ଏହି ସମୟରେ, ଗାଁ ଲୋକ ଦେଖିଲେ ଯେ ପାଖରେ ଥିବା ଏକ ପରିତ୍ୟକ୍ତ ପୁରୁଣା ଘରର ଦ୍ୱାର ବନ୍ଦ ଥିଲା ଏବଂ ଘରୁ ଦୁର୍ଗନ୍ଧ ବାହାରୁଥିଲା।ପରିବାର ଏବଂ ଗାଁ ଲୋକ ଘର ପାଖକୁ ପହଞ୍ଚିବା ପରେ, ଦ୍ୱାର ଭିତରୁ ବନ୍ଦ ଥିଲା। ଯେତେବେଳେ ଲୋକମାନେ ସନ୍ଦେହ କଲେ, ସେମାନେ ଦ୍ୱାର ଭାଙ୍ଗି ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସାନ ପୁଅ ମଜେଶର ମୃତଦେହ ବନ୍ଦ ଘର ଭିତରେ ପଡ଼ିଥିଲା ​​ଏବଂ ଅଭିଯୁକ୍ତ ପୁଅଟି ମଧ୍ୟ ଭିତରେ ଉପସ୍ଥିତ ଥିଲା। ପ୍ରଥମେ ସେ କୌଣସି ସୂଚନା ନ ଥିବା କଥା ମନା କରିଥିଲା, କିନ୍ତୁ ଗାଁ ଲୋକଙ୍କ ଦ୍ୱାରା ପଚରାଯିବାରୁ ସେ ଖସିଯିବାକୁ ଚେଷ୍ଟା କରିଥିଲା। କ୍ରୋଧିତ ହୋଇ ଗାଁ ଲୋକମାନେ ତାକୁ ଧରି ପିଟିଥିଲେ।

    ସୂଚନା ପାଇବା ପରେ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଅଭିଯୁକ୍ତକୁ ଭିଡ଼ରୁ ଉଦ୍ଧାର କରି ସୁରକ୍ଷା ପାଇଁ ହେପାଜତକୁ ନେଇଥିଲେ। ଏହାପରେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ଏବଂ ଏକ ବୈଜ୍ଞାନିକ ତଦନ୍ତ ଦଳକୁ ଘଟଣାସ୍ଥଳକୁ ଡକାଇଥିଲା।ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ​​ଯେ ହତ୍ୟା ଏକ ପ୍ରତିଶୋଧମୂଳକ ଅପରାଧ। କିଛି ଦିନ ପୂର୍ବରୁ ଗାଁରେ ବିବାଦ ହୋଇଥିଲା। ମଜେଶର ବାପା ଶିବ ମହୁରିଆଙ୍କ ₹୪,୦୦୦ ନିଖୋଜ ହୋଇଯାଇଥିଲା। ଚୋରି ସନ୍ଦେହ କରି, ଗାଁ ଲୋକମାନେ ଅଭିଯୁକ୍ତ ପୁଅକୁ ଡାକି ପଚରାଉଚରା କରିଥିଲେ। ପିଲାଟିକୁ ଏକ ଗ୍ରାମ ସଭାରେ ସର୍ବସାଧାରଣରେ ଭର୍ତ୍ସନା କରାଯାଇଥିଲା, ଯାହା ଫଳରେ ତାଙ୍କ ପରିବାର ଗଭୀର ଅପମାନିତ ଅନୁଭବ କରିଥିଲେ।

    ଏହି ଘଟଣା ଦ୍ୱାରା କ୍ରୋଧିତ ହୋଇ ଅଭିଯୁକ୍ତ ପୁଅ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲା ଏବଂ ସୁଯୋଗ ଖୋଜୁଥିଲା ବୋଲି ଜଣାପଡିଛି। ଶୁକ୍ରବାର ଦିନ, ଯେତେବେଳେ ସେ ନିର୍ଦ୍ଦୋଷ ମାଜେଶକୁ ଏକୁଟିଆ ପାଇଲେ, ସେ ତାକୁ ହତ୍ୟା କଲେ।ଘଟଣା ପରେ, ଏକ ବୈଜ୍ଞାନିକ ତଦନ୍ତ ଦଳକୁ ଡକାଯାଇଥିଲା। ଦଳ ଘଟଣାସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରିଥିଲା।ପୋଲିସ କହିଛି ଯେ ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ କାରଣ ଅଭିଯୁକ୍ତ ଏବଂ ପୀଡିତା ଉଭୟ ନାବାଳକ।ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ ଜେନା କହିଛନ୍ତି, “ଉଭୟ ପିଲା ନାବାଳକ। କିଶୋର ନ୍ୟାୟ ଆଇନ ଅନୁଯାୟୀ ମାମଲାର ତଦନ୍ତ କରାଯାଉଛି। ବୈଜ୍ଞାନିକ ଦଳ ତଦନ୍ତ ଆରମ୍ଭ କରିଛି ଏବଂ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଉଛି।”

    ଏହି ବିଭତ୍ସ ହତ୍ୟା ପରେ, ସମଗ୍ର କୃଷ୍ଣଗୁଡ଼ା ଗାଁ ନୀରବ ହୋଇଯାଇଛି। ଗାଁ ଲୋକେ କେବେ କଳ୍ପନା କରିନଥିଲେ ଯେ ଦୁଇଟି ପରିବାର ମଧ୍ୟରେ ଏକ ଛୋଟ ଆର୍ଥିକ ବିବାଦ ଏତେ ଭୟଙ୍କର ପରିଣାମ ଆଣିବ।ଜଣେ 14 ବର୍ଷୀୟ ନାବାଳକ କିପରି ଏତେ କଠୋର ପଦକ୍ଷେପ ନେଇପାରେ ତାହା ଭାବି ସମସ୍ତେ ଭୟଭୀତ।ଏହି ଘଟଣା ସମାଜ ପାଇଁ ପ୍ରଶ୍ନ ଉଠାଏ: ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ହିଂସା ଏବଂ ପ୍ରତିଶୋଧ ନେବା ପଛରେ କ’ଣ କାରଣ ଅଛି? ପୁଅଟି ଏକା ଏହି ପଦକ୍ଷେପ ନେଇଛି ନା କେହି ପ୍ରରୋଚିତ ହୋଇଛି ତାହା ନିର୍ଣ୍ଣୟ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି।ଏହି ଭୟଙ୍କର ଘଟଣା କେବଳ ନବରଙ୍ଗପୁର ଜିଲ୍ଲାକୁ ନୁହେଁ ବରଂ ସମଗ୍ର ଓଡ଼ିଶା ରାଜ୍ୟକୁ ଥରାଇ ଦେଇଛି। ଗୋଟିଏ ପଟେ ଜଣେ ୫ ବର୍ଷର ବାଳକ ନିଜ ଜୀବନ ହରାଇଲା, ଅନ୍ୟପଟେ ଜଣେ ୧୪ ବର୍ଷର ବାଳକ ତା’ର ଶୈଶବ ଏବଂ ଭବିଷ୍ୟତ ଉଭୟ ହରାଇଲା।

  • ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ, ଖୋଳତାଡ଼ କରୁଛି ଟିମ୍

    ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ, ଖୋଳତାଡ଼ କରୁଛି ଟିମ୍

    ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ପ୍ରଶାନ୍ତଙ୍କ ଠାରୁ ଅଧିକ ତଥ୍ୟ ହାସଲ କରାଯିବ । ସେଥିପାଇଁ ତାଙ୍କୁ ଏବେ ରିମାଣ୍ଡରେ ନେଇଛି ଭିଜିଲାନ୍ସ ଟିମ୍ ।

    ପ୍ରଶାନ୍ତ ରାଉତଙ୍କ ପାଇଁ ଅଡୁଆ ବଢୁଛି । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ମୋଟ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ । ନଗଦ ୩ କୋଟି ୨ ଲକ୍ଷ ଟଙ୍କା,ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଡିପୋଜିଟ ବାବଦରେ ୯୨ ଲକ୍ଷ ୩୪ ହଜାର ଟଙ୍କାର ତଥ୍ୟ ମିଳିଥିଲା । ସେହିପରି ତାଙ୍କ ନାଁରେ ୫ଟି ପ୍ଲଟ୍ ରହିଛି । ୩୭ ଲକ୍ଷ ଟଙ୍କାର ଯାନବାହନ, ୨୧ ଲକ୍ଷ ୩୫ ହଜାର ଟଙ୍କାର ସୁନା ଗହଣା ଜବତ କରାଯାଇଥିଲା । ଦୁଇ ପିଲାଙ୍କ ପାଠପଢ଼ା ବାବଦରେ ସେ ଖର୍ଚ୍ଚ କରିଛନ୍ତି ୮୭ ଲକ୍ଷ ଟଙ୍କା ।

    ସେପଟେ ବେନାମୀ ଆକାଉଣ୍ଟ କରି ଟଙ୍କା କାରବାର କରୁଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ନଗଦ ୩ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ବିଭାଗ । ପ୍ରଶାନ୍ତ ରାଉତ ନିଜ ଆୟ ଠାରୁ ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ । ଦୀର୍ଘ ୨୦ ଘଣ୍ଟାର ମାରାଥନ୍ ରେଡ୍ କରିଥିଲା ଟିମ୍ । ଠାବ ସମ୍ପତ୍ତି ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା । ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜାମିନ ଖାରଜ ହୋଇଥିଲା । ଶେଷରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

    ବେଆଇନ୍ ଭାବେ ସମ୍ପତ୍ତି ଠୁଳ କରିବା ଘଟଣାକୁ ନେଇ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର । ଏବେ ଘଟଣାର ଖୋଳତାଡ଼ ଜାରି ରହିଛି । ଆଜିଠାରୁ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ।

  • ନବରଙ୍ଗପୁର: ଅତିରିକ୍ତ ଉପଜିଲ୍ଲାପାଳ ଗିରଫ, ନିଜ ଆୟର ୫୦୬% ଅଧିକ ସମ୍ପତ୍ତି ଠାବ

    ନବରଙ୍ଗପୁର: ଅତିରିକ୍ତ ଉପଜିଲ୍ଲାପାଳ ଗିରଫ, ନିଜ ଆୟର ୫୦୬% ଅଧିକ ସମ୍ପତ୍ତି ଠାବ

    ଶେଷରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଟିମ୍ । ତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ୫ କୋଟିରୁ ଅଧିକ ପରିମାଣର ସମ୍ପତ୍ତି ଠାବ ହୋଇଛି । ନିଜ ଆୟର ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ଏ ନେଇ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି ।

    ଗତକାଲି ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ରେଡ୍ ହୋଇଥିଲା । ଏକକାଳୀନ ୯ଟି ଜାଗାରେ ଚଢ଼ାଉ କରିଥିଲା ଭିଜାଲାନ୍ସ । ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ୨ ଲକ୍ଷ ଜବତ କରିଥିଲା ଟିମ୍ । ଭୁବନେଶ୍ବର, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସ ଭଳି ସ୍ଥାନରୁ ଏସବୁ ଟଙ୍କା ଜବତ କରାଯାଇଛି ।

    ପ୍ରଶାନ୍ତ କୁମାର ମୋଟ ୯୨ ଲକ୍ଷ ୩୪ ହଜାର ଟଙ୍କା ଡିପୋଜିଟ୍ କରିଛନ୍ତି । ବ୍ୟାଙ୍କରେ ୩୮ ଲକ୍ଷ ଥିବାବେଳେ ବେନାମୀ ଆକାଉଣ୍ଟରେ ବାକି ଟଙ୍କା ଡିପୋଜିଟ୍ ରହିଥିବା କହିଛି ଭିଜିଲାନ୍ସ ବିଭାଗ ।

    ସେହିପରି ପିଲାଙ୍କ ପାଠ ପଢ଼ାରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ପ୍ରଶାନ୍ତ । ତାଙ୍କର ୫ଟି ପ୍ଲଟ୍ ଥିବା କହିଛି ଭିଜିଲାନ୍ସ ଟିମ୍ ।

    ବେଆଇନ୍ କାରବାର ପାଇଁ ଜଙ୍ଗଲ ମାଫିଆ, ଉନ୍ନୟନ କାମ ବାବଦରେ ବାଲିମାଫିଆ,ଖଣି ମାଫିଆ ଏବଂ ଠିକାଦାରମାନଙ୍କ ଠାରୁ ଚାନ୍ଦା ଆଦାୟ କରୁଥିଲେ । ବେଆଇନ୍ ଭାବେ ଲାଞ୍ଚ ନେଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । କୋଟି କୋଟି ଟଙ୍କା ଆୟ କରିବା ପରେ ଶେଷରେ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ଉରେ ୯ଟି ଟିମ୍ ସାମିଲ ହୋଇଥିଲେ ।

  • ଭିଜିଲାନ୍ସ ଜାଲରେ ଅଧିକାରୀ, ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟିକୋଟି ଟଙ୍କା

    ଭିଜିଲାନ୍ସ ଜାଲରେ ଅଧିକାରୀ, ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟିକୋଟି ଟଙ୍କା

    ପଡ଼ୋଶୀଙ୍କ ଛାତରୁ ମିଳିଲା କୋଟି କୋଟି ଟଙ୍କା । ଭିଜିଲାନ୍ସ ଚଢ଼ାଉ ଦେଖି ଟଙ୍କା ବିଡ଼ା ପ୍ୟାକେଟ୍ ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଲେ ଅତିରିକ୍ତ ଜିଲ୍ଲାପାଳ ବାବୁ । ଆଉ ଟଙ୍କା ସବୁ ଗୋଟାଇ ଭିଜିଲାନ୍ସ ଗଣିବା ବେଳକୁ ଏହା ତିନି କୋଟି ପାର୍ ହୋଇସାରିଥିଲା । ସରକାରୀ ଅଧିକାରୀ କେତେ ମାତ୍ରାରେ ଦୁର୍ନୀତି କରିପାରନ୍ତି,ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ବର କାନନବିହାରସ୍ଥିତ ଦୁଇତାଲା ବଙ୍ଗଳା, ନବରଙ୍ଗପୁରସ୍ଥିତ ବାସଭବନ, ନବରଙ୍ଗପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ଭଦ୍ରକସ୍ଥିତ ପୈତୃକ ଗାଁ ଠାରେ ଏହି ଚଢ଼ାଉ କରାଯାଇଛି । ଏହାକୁ ଛାଡ଼ି ଅନ୍ୟ ୫ଟି ସ୍ଥାନରେ ବି ଚଢ଼ାଉ ହୋଇଛି । ତେବେ ଶ୍ରୀ ରାଉତ ଭୁବନେଶ୍ଵର କାନନବିହାରସ୍ଥିତ ନିଜ ଘରେ କାଗଜ ପେଟି ଭିତରେ ପାଞ୍ଚ ଶହ ଟଙ୍କିଆ ନୋଟ୍ ବିଡ଼ା ସବୁ ଲୁଚାଇ ରଖିଥିଲେ । ୬ଟି ପେଟିରେ ୨ କୋଟି ୨୫ ଲକ୍ଷ ଟଙ୍କା ରଖା ହୋଇଥିଲା ।

    ଭିଜିଲାନ୍ସ ଚଢ଼ାଉ ହେବା ଜାଣିବା ପରେ ଶ୍ରୀ ରାଉତ ଏହି ଟଙ୍କା ପେଟି ନିଜ ପଡ଼ୋଶୀଙ୍କ ଛାତକୁ ଫୋପାଡ଼ି ଦେଇଥିଲେ । ହେଲେ ତଳେ ଥିବା ଭିଜିଲାନ୍ସ ଅଧିକାରୀ ଓ ଟିମ୍ ଏହାକୁ ଦେଖି ନେଇଥିଲେ । ତୁରନ୍ତ ପଡ଼ୋଶୀଙ୍କ ଛାତକୁ ଯାଇ ଏହି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆବଶ୍ୟକସ୍ଥଳେ ପଡ଼ୋଶୀଙ୍କ ଘରେ ଆହୁରି ଯାଞ୍ଚ ହେବ ବୋଲି ଜଣାପଡ଼ିଛି । ସେହିପରି ଶ୍ରୀ ରାଉତଙ୍କ ନବରଙ୍ଗପୁରସ୍ଥିତ ଘରୁ ବି ନଗଦ ୭୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ସେଠାରେ ବି ରାଉତ ବାବୁ ନଗଦ ଟଙ୍କା ଲୁଚାଇ ରଖୁଥିଲେ । ଟଙ୍କାକୁ ଛାଡ଼ିଦେଲେ ଘରୁ ସୁନା ବିସ୍କୁଟ,ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଛି ।

    WATCH VIDEO:

  • ପେନସନ୍ ପାଇଁ ବୃଦ୍ଧାଙ୍କ ସଂଘର୍ଷ, ଚେୟାର ସାହାଯ୍ୟରେ ରାସ୍ତାରେ ଚାଲିଛନ୍ତି ‘ସୂର୍ଯ୍ୟ’

    ପେନସନ୍ ପାଇଁ ବୃଦ୍ଧାଙ୍କ ସଂଘର୍ଷ, ଚେୟାର ସାହାଯ୍ୟରେ ରାସ୍ତାରେ ଚାଲିଛନ୍ତି ‘ସୂର୍ଯ୍ୟ’

    COURTESY : ANI

    ପାଦରେ ଟିକେ ବି ଶକ୍ତି ନାହିଁ, ଛିଡ଼ା ହେବାକୁ ବି ବଳ ନାହିଁ । ରାସ୍ତାରେ ଚାଲିଛନ୍ତି ୭୦ ବର୍ଷୀୟା ବୃଦ୍ଧା । ତାଙ୍କ ପାଇଁ ଆଶାବାଡ଼ି ସାଜିଛି ଚେୟାର । ନବରଙ୍ଗପୁର ଜିଲ୍ଲାର ସୂର୍ଯ୍ୟ ହରିଜନ । ପେନସନ୍ ଟଙ୍କା ପାଇଁ ରାସ୍ତାରେ ବୃଦ୍ଧାଙ୍କୁ ଏଭଳି ଚାଲିବାକୁ ପଡ଼ିଛି ।

    ଝରିଗାଁ ବ୍ଲକ୍‌ ବାଣୁଆଗୁଡ଼ା ଗାଁର ସୂର୍ଯ୍ୟ ହରିଜନଙ୍କ ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି । ବୃଦ୍ଧାଙ୍କ ଅସହାୟତା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଖୁବ୍ ବ୍ୟଥିତ କରିଛି । ଏଠାରେ ମାନବିକତା ଗଲା କୁଆଡ଼େ, ବ୍ୟାଙ୍କ ବନ୍ଧୁମାନଙ୍କୁ ଏଦୃଶ୍ୟ ଦେଖାଯାଉନି କି ବୋଲି ଟ୍ୱିଟ୍ କରି ପ୍ରଶ୍ନ ପଚାରିଛନ୍ତି ଅର୍ଥମନ୍ତ୍ରୀ । ଏଥିରେ ବିଳମ୍ବ ନକରି ବୃଦ୍ଧାଙ୍କ ପେନସନ୍ ଟଙ୍କା ପୈଠ କରିଥିବା ଟ୍ୱିଟରରେ ଉତ୍ତର ରଖିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ଏଥିସହ ଆସନ୍ତାମାସରୁ ଘରେ ଟଙ୍କା ଦିଆଯିବ ବୋଲି ଅର୍ଥମନ୍ତ୍ରୀଙ୍କୁ ସେ ଅବଗତ କରାଇଛନ୍ତି ।

    ବୃଦ୍ଧାଙ୍କ ଜୀବନରେ ବାରମ୍ବାର ଏଭଳି ଘଟଣା ଆସୁଛି । ଭତ୍ତା ଟଙ୍କା ଉଠାଇବାକୁ ଯାଉଥିବା ବେଳେ ପାଦ ଖସି ଗୋଡ଼ ଭାଙ୍ଗିଗଲା । ବହୁ କଷ୍ଟରେ ମେଡିକାଲରେ ଚିକିତ୍ସିତ ହେଲେ । ୪ ମାସ ହେଲା ଶଯ୍ୟାଶାୟୀ ଥିବାରୁ ଏବେ ଭତ୍ତା ଟଙ୍କା ମିଳିନଥିଲା । ସାମାନ୍ୟ ସୁସ୍ଥ ଥିବାବେଳେ ବାଣୁଆଗୁଡ଼ା ଗ୍ରାହକ ସେବା କେନ୍ଦ୍ର ଯାଇଥିଲେ । ମାତ୍ର ସମସ୍ୟାର ସମାଧାନ ହୋଇନଥିଲା । ସେହିପରି ସାରିଆପଡ଼ା ଗ୍ରାହକ ସେବାକେନ୍ଦ୍ରରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଶେଷରେ ସେ ଝରିଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ । ବୃଦ୍ଧାଙ୍କ ଏଭଳି ଅବସ୍ଥା ଦେଖି ବ୍ୟାଙ୍କ ମ୍ୟାନେଜର ତାଙ୍କୁ ୬ ମାସର ୩ ହଜାର ଟଙ୍କା ପ୍ରଦାନ କରିଥିଲେ ।

    ଏଭଳି ଦୃଶ୍ୟ ନିହାତି ହୃଦୟ ବିଦାରକ । ବାର୍ଦ୍ଧକ୍ୟ ଅବସ୍ଥାରେ ଚେୟାର ସାହାରାରେ ରାସ୍ତାରେ ଚାଲିବା ଭାରି କଷ୍ଟକର । ମାନବିକତା ଦୃଷ୍ଟିରୁ ତାଙ୍କ ଘରେ ପେନସନ୍ ଟଙ୍କା ପହଞ୍ଚାଇବାରେ ଅସୁବିଧା କେଉଁଠି । ଭିଡିଓ ଭାଇରାଲ୍ ହେଲା, ସମାଲୋଚନା ପରେ କର୍ତ୍ତୃପକ୍ଷ ପଦକ୍ଷେପ ନେଲେ । ତେଣୁ ଏଭଳି ସ୍ଥିତିରେ ଆମକୁ କି ପ୍ରକାର ପଦକ୍ଷେପ ନେବା ଜରୁରୀ ସେ ସମ୍ପର୍କରେ ଜାଣିବା ଉଚିତ ।

  • ମୁଁ ସରପଞ୍ଚ ମାତ୍ର ଆସୁନି ପାଠ

    ମୁଁ ସରପଞ୍ଚ ମାତ୍ର ଆସୁନି ପାଠ

    ଆଧୁନିକ ଯୁଗର ସରପଞ୍ଚ ମାନେ, ନା ଆସୁଛି ପାଠପଢ଼ା ନା ଲେଖା । ଏମିତି ସେମିତି ନିର୍ବାଚନରେ ଲୋକଙ୍କୁ ଭୁଆଁ ବୁଲାଇ ଭୋଟ୍ ହାତେଇଲେ । ଶେଷରେ କ୍ଷମତା ପାଇଲେ ଅପାଠୁଆ ମ୍ୟାଡମ ସରପଞ୍ଚ । ଆଉ ଏବେ ମ୍ୟାଡମଙ୍କ ନା କାଟିଦେଲେ ମାନ୍ୟବର କୋର୍ଟ ।

    ଆଜ୍ଞା ହଁ, ଏ ହେଉଛନ୍ତି ମଡର୍ଣ୍ଣ ଯୁଗର ସରପଞ୍ଚ ସୁନିତା ବାଈ ଗଣ୍ଡ । ନବରଙ୍ଗପୁର ରାଇଘର ବ୍ଲକ୍ କୁନ୍ଦେଇ ସରପଞ୍ଚ ସୁନିତା । ପାଠପଢ଼ା ଆସେନି କିନ୍ତୁ ସେ ପଲିଟିକ୍ସରେ ମାହିର । ଲୋକଙ୍କୁ ବିଭିନ୍ନ ଲୋଭ ଦେଖାଇ, ପ୍ରତିଶ୍ରୁତି ଦେଇ ଭୋଟ୍ ପାଇଲେ । ହେଲେ ତାଙ୍କୁ ଲେଖାପଢ଼ା ଆସେନି ।

    ଏ କଥା ସମସ୍ତେ ଜାଣିଥିଲେ କିନ୍ତୁ କୋର୍ଟରେ ପିଟିସନ୍ ଦାୟର କଲେ ପୂର୍ବତନ ସରପଞ୍ଚ ସନରାଜ ଗଣ୍ଡଙ୍କ ପତ୍ନୀ ରଞ୍ଜିତା । ରାଇଘର ସିଭିଲ୍ କୋର୍ଟରେ ପିଟିସନ ଦାୟର ପରେ ଶୁଣାଣି ହେଲା । ଚରମବାଣୀ ଶୁଣାଇଲେ କୋର୍ଟ । ସରପଞ୍ଚ ସୁନିତାଙ୍କ ପଦ ରଦ୍ଦ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଶିକ୍ଷାର ମାନ ବୁଝିନଥିବା ଏଭଳି ସରପଞ୍ଚ ଶେଷରେ ନିରାଶ ହୋଇଛନ୍ତି ।

    କୋର୍ଟରେ ମାମଲାର ଶୁଣାଣି ବେଳେ ନିର୍ବାଚନ ପରିଚାଳନା ଓକିଲ ନରସିଂହ ତ୍ରିପାଠୀ,ସନରାଜ ଗଣ୍ଡ, ସଞ୍ଜୀବ ଭକ୍ତ,ଶେଖ୍ ବାବା ଅଲିସା,ପ୍ରଫୁଲ୍ଲ ସିଂ,ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।