Category: ଦେବଗଡ଼

  • ଓଲଟିଲା ହାଇଓ୍ବା, ଉଦ୍ଧାର କଲେ ସମାଜସେବୀ

    ଓଲଟିଲା ହାଇଓ୍ବା, ଉଦ୍ଧାର କଲେ ସମାଜସେବୀ

    ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ରେଙ୍ଗାଲି ଡ୍ୟାମ ରାସ୍ତା ହୃଦପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ହାଇଓ୍ବା ଟ୍ରକ | ଦେବଦୂତ ସାଜି ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ।

    ସୂଚନା ଅନୁସାରେ, ବୁଡାପାଳ ରୁ ରେଙ୍ଗାଲି ଡ୍ୟାମ ଅଭିମୁଖେ ଆସୁଥିବା ଏକ ହାଇଓ୍ବା ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ ଡ୍ରାଇଭର | ଡ୍ରାଇଭର ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ନରେନ୍ଦ୍ର କୁମାର ସାହୁ | ସେହିବାଟ ଦେଇ ସମାଜସେବୀ ନିଲେଶ ଯାଉଥିବା ବେଳେ ଏହା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଅଧିକ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଯୁବ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

  • ତ୍ରି-ଦିବସୀୟ ଭାଗବତ ଯଜ୍ଞ ଅନୁଷ୍ଠିତ

    ତ୍ରି-ଦିବସୀୟ ଭାଗବତ ଯଜ୍ଞ ଅନୁଷ୍ଠିତ

    ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ବ୍ଲକର ଖିଲେଇ ପଂଚାୟତର ଆଦିବାସୀ ଅଧ୍ୟୁଷିତ ବାଲିପସି ଗ୍ରାମରେ ଏକଲ ଭାଇ ଭଉଣୀ ସହଯୋଗରେ ତ୍ରି-ଦିବସୀୟ ଭାଗବତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଭାଗବତ ଯଜ୍ଞରେ ମୁଖ୍ୟ ଅତିଥି ଭାବରେ ପୂଜ୍ୟ ସ୍ବାମୀ ସନ୍ଥ ଅଭୟ ଚୈତନ୍ୟ ମହାରାଜ ଯୋଗ ଦେଇ ଗ୍ରାମବାସୀଙ୍କୁ ମାର୍ଗଦର୍ଶନ ଦେବା ସହିତ ଆଗକୁ ଏହି କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ କହିଥିଲେ। ମାର୍ଗଦର୍ଶନରେ ଭାଗବତ ଆଲୋଚନା ସହିତ ରାମ ଧର୍ମ ସଂସ୍କୃତି ବାର୍ତ୍ତା ଦିଆଯାଇଥିଲା। ପୂଜ୍ୟ ସ୍ବାମୀ ସନ୍ଥ ଅଭୟ ଚୈତନ୍ୟ ମହାରାଜଙ୍କ ଉପସ୍ଥିତି ଆଉ ତାଙ୍କ ଠାରୁ ମାର୍ଗ ଦର୍ଶନ ପାଇଁ ଗ୍ରାମବାସୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା l ଗ୍ରାମର ପ୍ରମୁଖ ଦାମୋଦର ଗଡ଼ନାୟକ, ଗ୍ରାମ ବାସୀମାନେ ଯଜ୍ଞରେ ସାହାଯ୍ୟ କରିଥିଲେ। ଏହି ତ୍ରିଦିବସୀୟ ଯଜ୍ଞରେ ଅଞ୍ଚଳର ବହୁ ବ୍ୟକ୍ତି ଯୋଗଦେଇଥିଲେ। ତିନି ଦିନ ବ୍ୟାପୀ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଯାହା ଲୋକଙ୍କ ପରିବେଶ ସହ ଦେହ ଓ ମନକୁ ପବିତ୍ରତାରେ ଭରି ଦେଇଥିଲା।

  • ଦେବଗଡ଼ରେ ଥମୁନି ହାତୀ ଉତ୍ପାତ

    ଦେବଗଡ଼ରେ ଥମୁନି ହାତୀ ଉତ୍ପାତ

    ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ନୁଆଡିହ ଫରେଷ୍ଟ ରେଞ୍ଜର ମହାସିନ୍ଧୁ, ଫୁଲଝରି, ନୁଆଡିହରେ ଦୀର୍ଘ ୨ ମାସ ହେଲା ହାତୀଙ୍କ ଉପସ୍ଥିତି ଚିନ୍ତାର କାରଣ ପାଲଟିଛି । ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି ହାତୀ ଆଉ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।ଆଉ ଏଥିରେ ଅତିଷ୍ଠ ହୋଇପଡିଲେଣି ସ୍ଥାନୀୟ ଲୋକେ ।ତେବେ ଗତକାଲି ସନ୍ଧ୍ୟା ସମୟରେ ହାତୀପଲ ଗାଁ ରେ ପଶିଆସିଥିଲେ ଫଳରେ ଗ୍ରାମ ବାସୀ ଭୟଭୀତ ହୋଇପଡିଥିଲେ । ଖବର ପାଇ ନିକଟସ୍ଥ ବନବିଭାଗ ଉକ୍ତ ଜାଗାରେ ପହଞ୍ଚି ଦୀର୍ଘ ଏକ ଘଣ୍ଟା ପରେ ଗ୍ରାମ ବାସୀଙ୍କ ସହାୟତାରେ ହାତୀ କୁ ଘଉଡାଇବାରେ ସଫଳ ହୋଇଥିବା ବେଳେ ନଷ୍ଟ ହେଇଥିବା ଧାନ ଚାଷର କ୍ଷୟ କ୍ଷତି ଆକଳନ କରି କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବି କରିଥିଲେ।

  • ଛୁରୀ ଭୁଷିଲେ…ପଥର ଛେଚି ଜୀବନ ନେଲେ !

    ଛୁରୀ ଭୁଷିଲେ…ପଥର ଛେଚି ଜୀବନ ନେଲେ !

    BRUTAL MURDER !

    ଜଣେ ମହିଳାଙ୍କୁ ନିର୍ମମ ହତ୍ୟା (Brutal murder)। ଅଫିସରୁ କାମ ସାରି ଘରକୁ ଫେରୁଥିଲେ । ମହିଳା ଜଣଙ୍କ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଘରକୁ ଫେରିବା ସମୟରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଦେବଗଡ଼ ସହର ପ୍ରଧାନପାଟ ରାସ୍ତାର ଏସକେଏସ ଫାଇନାନ୍ସ ଅଫିସ ସମ୍ମୁଖରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

    ମୃତ ମହିଳା ସମ୍ବଲପୁର କୁଚିଣ୍ଡା ଅଞ୍ଚଳର ରିତା ସାହୁ । ସୂଚନା ଅନୁଯ।ୟୀ ଗତକାଲି ରାତି ପ୍ରାୟ ୧୨ଟା ବେଳେ ରିତା, ଫାଇନାନ୍ସ ଅଫିସରୁ କାମ ସାରି ସ୍କୁଟିରେ ଭଡ଼ା ଘରକୁ ବାହାରୁଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ(miscreants) ରୀତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସେ ସ୍କୁଟିରୁ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଉପରେ ପଥର କଚାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ସେଠାରେ ମହିଳାଙ୍କ ମତ୍ୟୁ ହୋଇଥିଲା । ଖବର ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ (seized)କରି ଘଟଣାର ତଦନ୍ତ ଜାରି ରଖିଛି । ଆଜି ସକାଳେ ଏସପି ପ୍ରମୋଦ ରଥ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ହତ୍ୟାର କାରଣ ଅସ୍ପଷ୍ଟ (unclear)ଥିବାବେଳେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ (accelerated)କରିଛି ।