Category: ବରଗଡ଼

  • ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

    ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପଡିବ ଯବନିକା

    ଗୋପପୁର ଛାଡ଼ି ମଥୁରାନଗରୀରେ ପହଞ୍ଚିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ । କୃଷ୍ଣ, ବଳରାମଙ୍କ ଆଗମନକୁ ନେଇ ସମଗ୍ର ମଥୁରାନଗରୀ ହୋଇଛି ଉତ୍ସବ ମୁଖର । ବେନିଭାଇଙ୍କ ଦର୍ଶନ ପାଇଁ ସମସ୍ତଙ୍କ ମନ ଉଚ୍ଛନ୍ନ । ମଥୁରାନଗରୀ ପରିଭ୍ରମଣ ସମୟେ ବେନି ଭାଇଙ୍କୁ ଘରେ ଘରେ କରାଯାଇଥିଲା ଭବ୍ୟ ସ୍ବାଗତ ଓ ପୂଜାର୍ଚ୍ଚନା । ନଗର ପରିଭ୍ରମଣ ସମୟରେ କୃଷ୍ଣ, ବଳରାମଙ୍କ ସହ ସୁଦାମା ମାଳି ଓ ରଜକଙ୍କ ହୋଇଛି ସାକ୍ଷାତ । । ସେପଟେ ଶ୍ରୀକୃଷ୍ଣଙ୍କ ମଥୁରା ଆଗମନ ପରେ ଗୋପପୁର ହୋଇଛି ଖାଁ ଖାଁ । ଝୁରୁଛି ଯମୁନା, ଝୁରୁଛି କଦମ୍ବ ବଣ । ଶ୍ରୀକୃଷ୍ଣଙ୍କ ଆଉ ବାଜିବନୀ ବଂଶୀ କି ନାଚିବେନି ରାଧା ଓ ଗୋପୀ ଗୋପାଙ୍ଗନା । ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ମାତା ଯଶୋଦାଙ୍କ ସହିତ ସମଗ୍ର ଗୋପପୁରବାସୀ କରୁଛନ୍ତି ବିଳାପ ।

    ଅଟ୍ଟହାସ୍ୟରେ କମ୍ପୁଛି ମଥୁରନଗରୀ । କୁବଳୟା ହାତୀ ପିଠିରେ ବସି ମହାରାଜା କଂସ କରିଥିଲେ ଦିଗବିଜୟ । ରାଜଦରବାରରେ ଶ୍ରୀକୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ କରିଛନ୍ତି ଷଡ଼ଯନ୍ତ୍ର । ପାତ୍ରମନ୍ତ୍ରୀଙ୍କ ବାହୁବଳ ଦେଖି ମହାରାଜା କଂସ ନୃତ୍ୟଗୀତରେ ମଜ୍ଜି କରିଛନ୍ତି ସୁରାପାନ । ରାତିରେ ଶୋଇବା ବେଳେ ହୋଇଛି ସ୍ବପ୍ନ । ମହାରାଜା କଂସ ସ୍ବପ୍ନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟରୂପ ଦର୍ଶନ କରିବା ସହ ଭଣଜା କୃଷ୍ଣଙ୍କ ସହ ହୋଇଛି ଯୁଦ୍ଧ । ଭଣଜାଙ୍କ ସହ ଯୁଦ୍ଧରେ କଂସଙ୍କ ମୃତ୍ୟୁ ଘଟିଥିବା ବେଳେ ଭଉଣୀ କୋଳରେ ଶ୍ରୀକୃଷ୍ଣ ଖେଳିବା ଦେଖି ହୋଇଛନ୍ତି ଭୟଭୀତ।ତେବେ ଉପଜିଲ୍ଲାପାଳ ମଧ୍ଯ ବରଗଡ ଧନୁଯାତ୍ରାକୁ ମନଭରି ଉପଭୋଗ କରିଛନ୍ତି

    ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ

  • ଧନୁଯାତ୍ରାର ତୃତୀୟ ରଜନୀରେ କୃଷ୍ଣ ଜନ୍ମ, ଗୋପପୁରରେ ନନ୍ଦୋତ୍ସବ ପାଳିତ

    ଧନୁଯାତ୍ରାର ତୃତୀୟ ରଜନୀରେ କୃଷ୍ଣ ଜନ୍ମ, ଗୋପପୁରରେ ନନ୍ଦୋତ୍ସବ ପାଳିତ

    ପାରମ୍ପରିକ ଲୋକନାଚ, ଗୀତ ଓ ବାଦ୍ୟରେ ଦୁଲୁକୁଛି ରଙ୍ଗମହଲ, ରାଜ ଦରବାର । ଧନୁଯାତ୍ରା ତୃତୀୟ ରଜନୀରେ ମହାରାଜା କଂସ ଦିଗବିଜୟ ପରେ ମା’ ଶ୍ୟାମାକାଳୀଙ୍କ ଦର୍ଶନ ସାରି ବାହାରିଥିଲେ ମଥୁରା ପରିଭ୍ରମଣରେ । ଭଉଣୀ ଦେବକୀ ଗର୍ଭରୁ ଅଷ୍ଟମ ସନ୍ତାନ ଜନ୍ମର ସୂଚନା ବିଳମ୍ବରେ ଦେବାରୁ ମହାରାଜା କଂସ ଦାସୀ ମୁଦୁସୁଲିଙ୍କୁ କରିଥିଲେ ହତ୍ୟା । ଏହାପରେ ଦେବକୀର ଅଷ୍ଟମ ସନ୍ତାନକୁ ହତ୍ୟା କରିବା ପାଇଁ କାରାଗୃହରେ ପହଞ୍ଚି ବିଜୁଳି କନ୍ୟାକୁ ଶିଳାରେ ପ୍ରହାର କରିଥିଲେ। ଏହି ସମୟରେ ହୋଇଥିଲା ଦୈବବାଣୀ । ଦୈବବାଣୀ ଶୁଣି ମହରାଜା ଭୟଭୀତ ହୋଇ ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ରାକ୍ଷସୀ ପୁତନା ବକା, ଶକଟା, ତୃଣା, ଧେନୁ, ଷଣ୍ଢାଷୁର ଆଦି ଷଡ଼ମଲ୍ଲ ବୀରଙ୍କୁ ଗୋପପୁର ପ୍ରେରଣ କରିବାକୁ ଡକାଇଥିଲେ। ।

    ସେପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ଚାଲିଛି। ପ୍ରେମରେ ବିଭୋର ହୋଇଛନ୍ତି ଗୋପୀ, ଗୋପାଙ୍ଗନା । ଦ୍ବାପରର ଚରିତ୍ର ମହି ମଣ୍ଡଳରେ ଉପସ୍ଥାପନ କରୁଥିବା କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅହେତୁକ ଆନନ୍ଦ। ଅନ୍ୟପଟେ ଏହି ଉତ୍ସାବରେ ଏସପି ବରଗଡ ମଧ୍ୟ ଉପସ୍ଥିତ ରହିଥିଲେ। ସେପଟେ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ ରଜନୀରେ ମଥୁରାନଗରୀରେ କଂସଙ୍କ ମନ୍ତ୍ରଣା କ୍ରମେ ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ଗୋପପୁର ପ୍ରେରଣ, କଂସଙ୍କ ଦ୍ବାରା ମୁକ୍ତେଶ୍ବର ବାବାଙ୍କ ରୁଦ୍ରାଭିଷେକ, ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ପ୍ରେରିତ ପୁତନା, ଷଡ଼ମଲ୍ଲଙ୍କୁ ବଧ, ନନ୍ଦୋତ୍ସବ ନାଟ୍ୟ୍ୟାଭିନୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

  • ୫୦୦ଟି ଗ୍ୟାସ ସିଲିଣ୍ଡର ସହ ୯ ଲୁଟେରା ଗିରଫ

    ୫୦୦ଟି ଗ୍ୟାସ ସିଲିଣ୍ଡର ସହ ୯ ଲୁଟେରା ଗିରଫ

    ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା ।ବିଭିନ୍ନ ଗ୍ୟାସ ଗୋଦାମରେ ସିକ୍ୟୁରୀଟି ଗାର୍ଡ ଙ୍କୁ ଭୟଭିତ କରି ଲୁଟ କରୁଥିବା ୬ ଜଣ ଆନ୍ତରାଜ୍ୟ ଅପରାଧିଙ୍କ ସମେତ 3 ଜଣ ଗ୍ରାହକଙ୍କୁ ଗିରଫ କରିବାରେ ସଫଳ ହୋଇଛି ବରଗଡ଼ ପୋଲିସ । ଅଭିଯୁକ୍ତ ମାନେ ହେଲେ ଡାନିଏଲ କେର୍କେଟା, ଆଶିଷ ସିଂ, ଦେବାଶିଷ ସେନାପତି, ଡିଲେଶ୍ଵର ପରିଡା ,ସଂଜୟ ପ୍ରଧାନ ,ତାପସ କୁମାର ଗଡ଼ତିଆ ଓ କ୍ରେତା ହଲେ ସମ୍ବଲପୁର ର ବିବେକା ନନ୍ଦ ସାହୁ,ଫିରୋଜ ଖାଁ ଏବଂ ନରେଶ କୁମାର ସାହୁ ।

    ସେମାନଙ୍କ ଠାରୁ ୫୦୦ ଟି ବିଭିନ୍ନ କମ୍ପାନୀର ଗ୍ୟାସ ଭର୍ତି ସିଲିଣ୍ଡର ସହ ୪ ଟି ଲୁହା ଛଡ଼ ,ଗୋଟିଏ କଟର,ଗୋଟିଏ ଟିଭିଏସ ମୋଟର ସାଇକେଲ ,ଗୋଟିଏ ଭୁଜାଲି, ଆଠଟି ମୋବାଇଲ ଓ ଗୋଟିଏ ଚାରି ଚକିଆ ଗାଡି ଜବତ କରାଯାଇଥିବାନେଇ ଏକ ସାମ୍ବାଦିକ ସମ୍ମିଳନିରେ ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ।

    ସୁଚନା ଅନୁଯୟାୀ ଗତ ୪ ତାରିଖ ଦିନ ଅତାବିରା ଥାନ୍ତା ଅଞ୍ଚଳର ସିଦାର୍ଥ ପଣ୍ଡା ନାମକ ଜଣେ ଗ୍ୟାସ ବ୍ୟବସାୟୀଙ୍କ ଇଣ୍ଡିଆନ ଗ୍ୟାସ ଏଜେନ୍ସି ରହିଥିବା ଗୋଦାମରୁ ସିକ୍ୟୁରୀଟି ଗାର୍ଡକୁ ଭୟଭୀତ କରି ୧୫୮ ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ନେଇ ଯାଇଥିବା ଅଭିଯୋଗ କରିଥିଲେ ଯାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା ଗତକାଲି ପଡୋଶୀ ଛତିଶଗଡ଼ ରାଜ୍ୟରେ ସମାନ ଭାବେ ଡକାୟତି କରି ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନାଁ ରେ ବିଭିନ୍ନ ଥାନାରେ ୯ ଗୋଟି ମାମଲା ଥିବା ବେଳେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ।

  • ‘ମହାନଦୀ ଆଳତୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ

    ‘ମହାନଦୀ ଆଳତୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ

    ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପକ୍ଷୀ ଗ୍ରାମ ରୁପେ ପରିଚିତ ଗୋବିନ୍ଦପୁର ଗାଁ ର ମହାନଦୀ କୂଳରେ ” ମହାନଦୀ ଆଳତୀ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଗୋବିନ୍ଦପୁର ଗ୍ରାମବାସୀଙ୍କ ଉଦ୍ୟମରେ ତଥା ହଜାର ହଜାର ଅଂଚଳବାସୀଙ୍କ ଉପସ୍ଥିତିରେ ଏହି ପୁଣ୍ୟ ମହାନଦୀ ଆଲତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏଥିରେ ଆଖପାଖ ୬-୭ ଟି ଗ୍ରାମପଞ୍ଚାୟତ ର ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । ମହାନଦୀ ଆଲତୀ କାର୍ଯ୍ୟକ୍ରମରେ କର୍ତ୍ତା ଦାୟିତ୍ବ ସଂପାଦନ କରିଥିଲେ ଗୋବିନ୍ଦପୁର ଗ୍ରାମର ବୁଦ୍ଧଦେବ ପାତ୍ର ତଥା ତାଙ୍କ ପତ୍ନୀ ବେଲମତି ପାତ୍ର । ପୂଜାକାର୍ଯ୍ୟ ସଂପାଦନ କରିଥିଲେ ପଣ୍ଡିତ ସରୋଜ କୁମାର ଦାସ । ଜଙ୍ଗଲ କମିଟୀ ସଭାପତି ଯୋଗେଶ୍ବର ନାୟକ ତଥା ଅନ୍ଯାନ୍ଯ ସଦସ୍ଯ ମଧ୍ଯ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ମହାନଦୀ ଆଳତୀ ସମୟରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ।

    ଆଖପାଖ ଗ୍ରାମପଞ୍ଚାୟତ ତଥା ଦୂରଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଏହି ଅବସରରେ ବିଶିଷ୍ଟ ମହିଲା କିର୍ତ୍ତନ ଗାୟିକା ଭାନୁମତି ସେଠ କିର୍ତ୍ତନ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

  • ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ

    ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ

    ବରଗଡ ଜିଲ୍ଲା ବୁକୁରମୁଣ୍ଡା ମହିମା ପିଠରେ ଧୂମଧାମରେ ପାଳିତ ହୋଇଯାଇଛି ହୋମଯଜ୍ଞ । ମହିମାପୀଠର ବାବା ଗିରିଜା ଶଙ୍କର ଦାସଙ୍କ ସମେତ ଅଞ୍ଚଳ ବାସି ମିଶି ପ୍ରତି ବର୍ଷ ପ୍ରଥମ ଦିନରେ ହୋମଯଜ୍ଞ କରିଥାନ୍ତି । ତେବେ ତିନିଦିନ ଧରି ଏହି ମହିମା ଯାତ୍ରାକୁ ପ୍ରତିଦିନ ହଜାର ହଜାର ଦର୍ଶକ ମହିମା ହୋମରେ ଘିଅ ଅର୍ପଣ କରି ପୁଣ୍ୟ ଲାଭକରିବା ସହିତ ଯାତ୍ରା ଦେଖିବାର ମଜା ଉଠାଇଥାନ୍ତି । ଏବଂ ମିନା ବଜାର ସହ ଦୋକାନ ବଜାର ମଧ୍ୟ ସଜାଉଠାଇଛନ୍ତି ଲୋକେ ।ଅନ୍ୟପଟେ ଅଂଚଳର ଯୁବକ ମାନେ ଏକ ରକ୍ତ ଦାନ ଶିବିର କରି ଥିଲେ। ବରଗଡ ଥିବା ବିକାଶ ହସ୍ପିଟାଲର ଡ଼. ମୁରଲୀ କ୍ରିଷ୍ଣା ସଂକଳ୍ପ ପରିବାର ବରଗଡ଼ରୁ ଆସି ରକ୍ତ ଦାନ ଶିବିରରେ ସଜହଯୋଗ କରିଥିଲେ । ରଙ୍କ ମଣି ବାରିକଗତି କୃଷ୍ନ ଭୋଇ, ପରମାନନ୍ଦ ବାରିକ ଛବିଲ ବାରିକ ସହିତ ବୁକୁରା ମୁଣ୍ଡା ପାଲେସେନ ମହୁଲ ପାଲି, ଟେମରି, ସୁଧା, ଛେଲିଆ ମାଲ ସେମେତ ଅଂଚଳର ହଜାର ହଜାର ଲୋକ ସାମିଲ ହୋଇଥିଲେ । ତେବେ ଶିବିରରେ ସମୁଦାୟ୧୨୫ଜଣ ଯୁବକ ରକ୍ତ ଦାନକରିଥିଲେ । ଏବଂ ସମସ୍ତଙ୍କୁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

  • ବାଂଜିପାଲୀ ହାଇସ୍କୁଲର ୨୫ତମ ରଜତ ଜୟନ୍ତୀ ଉତ୍ସବ ପାଳିତ

    ବାଂଜିପାଲୀ ହାଇସ୍କୁଲର ୨୫ତମ ରଜତ ଜୟନ୍ତୀ ଉତ୍ସବ ପାଳିତ

    ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ବାଂଜିପାଲୀ ମହାନଦୀ ହାଇସ୍କୁଲର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି। ମହାନଦୀ ତଟରେ ବାଂଜିପାଲୀ ଗ୍ରାମପଞ୍ଚାୟତରେ ଥିବା ଏହି ସ୍କୁଲ ସ୍ଥାନୀୟ ଅଞ୍ଚଳରେ ଉତ୍ତମ ଶିକ୍ଷା ତଥା ମେଧାବୀ ଛାତ୍ର ଗଢିବାରେ କୃତିତ୍ବ ଅର୍ଜନ କରିଛି। ଆୟୋଜିତ ଏହି ରଜତ ଜୟନ୍ତୀ ସମାରୋହରେ ମୁଖ୍ଯ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାଇସ-ଚାନ୍ସଲର୍ ବିଧୁଭୁଷଣ ମିଶ୍ର, ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ମନ୍ତୀ ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ଯ ଯୋଗଦାନ କରିଥିଲେ। ମୁଖ୍ଯ ବକ୍ତା ଭାବରେ ମହାତ୍ମାଗାନ୍ଧୀ ଡିଗ୍ରୀ କଲେଜ ଭୁକ୍ତ ର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଦାଶ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମହତ୍ବ ବୁଝାଇବା ସହ ଉଭୟ ପୁସ୍ତକଗତ ଶିକ୍ଷା ସହ ଅନ୍ୟାନ୍ୟ ଆକ୍ଟିଭିଟିରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଥିଲେ।

    ଏଥିସହିତ ବରଗଡ DEO , ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ, ଅମ୍ବାଭୋନା ବ୍ଲକ ABEO, ଜିଲ୍ଲା ପରିଷଦ ସଭ୍ଯା ଗଣ , ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲରେ ଅଧ୍ୟୟନ କରିଥିବା ସମସ୍ତ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥିବାରୁ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଏହି ଅବସରରେ ସ୍କୁଲ ପାଇଁ ଅଦମ୍ଯ ପ୍ରଚେଷ୍ଟା କରିଥିବା ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯିବା ସହ ପୁରସ୍କୃତ ମଧ୍ଯ କରାଯାଇଥିଲା । ମଂଚ ପରିଚାଲନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍କୁଲର ସହକାରୀ ଶିକ୍ଷକ କ୍ଷିତେଶ୍ବର ମିଶ୍ର । ଏହି ଅବସରରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ କରାଯାଇଥିଲା ।

  • ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

    ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

    ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏଥିରେ ବରଗଡ ଜ଼ିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ଓ କଂସ ମହାରାଜ ହୃଷିକେଶ ଭୋଇଙ୍କ ସମେତ ଅସଂଖ୍ୟ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଆସନ୍ତା ଜାନୁୟାରୀ 15 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଶୁଭ ଦିଆଯାଇଛି । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦେବୀ ମାଁ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବରଗଡର ହାଟପଦା ସଞ୍ଚାର ପଡିଆ ଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା।

    ସ୍ଥାନୀୟ ତଳିପଡା ସ୍ଥିତ ବରଗଡ଼ର ଇଷ୍ଟଦେବୀ ମାଁ ସମଲେଶ୍ବରୀ ଦେବୀଙ୍କ ମନ୍ଦିରରେ ପ୍ରଥମେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଞ୍ଚାର ପଡିଆକୁ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଉପଜିଲ୍ଲାପାଳ ଏବଂ ଏଡିଏମ ପହଞ୍ଚିଥିଲେ।

  • ଅତାବିରା: ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

    ଅତାବିରା: ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

    ବୁଧବାର ମଧ୍ଯାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା କୁବେଟା ସୋରୁମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।ମୃତ ବାଇକ ଆରୋହୀ ଜଣକ ସମ୍ବଲପୁର ଜିଲ୍ଲା ମାନେଶ୍ଵର ଭୋଇପାଲି ଗ୍ରାମର ଡି ଲକ୍ଷ୍ମୀନାରାୟଣ ବୋଲି ଜଣାପଡିଛି । ସୂଚନା ଅନୁସାରେ OD15C 9738 ନମ୍ବର ବିଶିଷ୍ଟ ଏକ ହିରୋହୋଣ୍ଡା ବାଇକ ଯୋଗେ ଜଣେ ବ୍ଯକ୍ତି ଅତାବିରାରୁ ସମ୍ବଲପୁର ପଟକୁ ଯାଉଥିଲେ। ଏହି ସମୟରେ ଅତାବିରା କୁବେଟା ସୋରୁମ ଆଗରେ ପଛପଟୁ ଆସୁଥିବା ଏକ କଣ୍ଟେନର ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ ଘଟିଥିଲା। ଖବର ପାଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କିରିଥିଲା। ସେ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିବା ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ଯ ପ୍ରଶାସନ ଦୁର୍ଘଟଣା ରୋକିବା ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ସୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

  • ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନ୍, ୨୦ ଆହତ

    ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନ୍, ୨୦ ଆହତ

    ମାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା।ଏକ ପିକଅପ୍ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଥନାପତିଟିକ୍ରା ରେମଣ୍ଡା ରାସ୍ତା ମଝି ନାଲିଆପାଖରେ ।ସୁଚନା ଅନୁଯାୟୀ ଭେଡେନ ଥାନା ରେମଣ୍ଡା ଚମାରପଡାର ମହିଲା ପୁରୁଷ ମିଶି ୨୦ OD17 1963 ନମ୍ବରଥିବା ଗୋଟିଏ ପିକଅପ୍ ଗାଡି ଯୋଗେ ଉଲୁଣ୍ଡା ମେଟାକାନି ମନ୍ଦିରରୁ ଦର୍ଶନ ସାରି ନିଜ ଗାଁ ରେମଣ୍ଡାକୁ ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ଗାଡିରେ ବସିଥିବା ସମସ୍ତେ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର ସଦସ୍ଯ ମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାରକରି ଅଧିକ ଚିକିତ୍ସା ପାଇଁ ଭେଡେନ ଡାକ୍ତରଖାନାକୁ ନେଇଥିଲେ ।

  • ଗୋପାଇପାଲିରେ ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ

    ଗୋପାଇପାଲିରେ ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ

    ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଗୋପାଇପାଲି ଖେଳ ପଡିଆ ଠାରେ ବିଜୁ ପରିବାର ତରଫରୁ ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବରେ ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଭାସ ସିଂ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଆଗଲପୁର ପେକ୍ସ ସଭାପତି ବିରୋସେନ ସାହୁ, ବରପାଲି ପେକ୍ସ ସଭାପତି ଗୁରୁ ମେହେର, ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜାପାନ ମହାପାତ୍ର, ଏପିକଲ ଚେୟାରମ୍ୟାନ ପ୍ରଭାତଆଦିତ୍ୟ ମିଶ୍ର ଏବଂ ଯୁବନେତା ସୁବ୍ରତ ସିଂ ଯୋଗ ଦେଇଥିଲେ ।

    ଏହି କାର୍ଯ୍ୟକ୍ରମରେ ଭିଳିକି ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିସହହ ଗୋପାଇପାଲି ପଂଚାୟତର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବଡ଼ଗାଁ ସରପଞ୍ଚ ପ୍ରତିନିଧି ମହାଦେବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବିଜେଡି କର୍ମୀ ଉପସ୍ଥିତ ଥିଲେ ।