Category: ଅନୁଗୋଳ

  • ଗଡସନ୍ତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍କାଉଟ୍ ଗାଇଡ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

    ଗଡସନ୍ତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍କାଉଟ୍ ଗାଇଡ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

    ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଭାରତ୍ ସ୍କାଉଟ୍ ଓ ଗାଇଡ ର ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଜିଲ୍ଲା ଟ୍ରେନିଂ କମିଶନର ମିଷ୍ଟର ସତ୍ୟାନନ୍ଦ ରାଉତ, ଜିଲ୍ଲା ଅର୍ଗାନାଇଜେସନ କମିଶନ ଶ୍ରୀମତୀ ଅଭିପ୍ସା ପ୍ରିୟଦର୍ଶିନୀ ସେନାପତି, ନେହେରୁ ହାଇସ୍କୁଲ ପ୍ରଧାନଶିକ୍ଷକ ଶ୍ରୀଧର ଗଡନାୟକଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏଥିରେ ନୂତନ ଭାବରେ ୩୨ ଜଣ ସ୍କାଉଟ୍ ଓ ୩୨ ଜଣ ଗାଇଡଙ୍କୁ ମନୋନୀତ କରାଯାଇଛି । ଜିଲ୍ଲା ଟ୍ରେନିଂ କମିଶନର ସତ୍ୟାନନ୍ଦ ରାଉତ, ସ୍କାଉଟ ଶିକ୍ଷକ ହରେ କୃଷ୍ଣ ସାହୁ ଓ ଅଭିପ୍ସା ପ୍ରିୟଦର୍ଶିନୀ ସେନାପତି ସ୍କାଉଟ ଓ ଗାଇଡରେ ପିଲା ମାନଙ୍କ ଭବିଷ୍ୟତ ବିଷୟରେ ସେମାନଙ୍କୁ ଅବଗତ କରିଥିଲେ। ଏହି ଅବସରରେ ସ୍କାଉଟ୍ ଓ ଗାଇଡଙ୍କୁ କ୍ଯାପ୍, ବ୍ୟାଚ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତ ସ୍କାଉଟ ଓ ଗାଇଡର ପତାକା ଉତ୍ତୋଳନ କରି ପ୍ରାର୍ଥନା ଏବଂ ସଙ୍ଗୀତ ଗାନ କରାଯାଇଥିଲା । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରି ଧ୍ଵଜା ଅବତରଣ ପୂର୍ବ ପରେ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ଦୀପକ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ।

  • ଖଜୁରିଆ ଜାତି ସମାଜ ମହାସଂଘ ଅଧିବେଶନ ଅନୁଷ୍ଠିତ

    ଖଜୁରିଆ ଜାତି ସମାଜ ମହାସଂଘ ଅଧିବେଶନ ଅନୁଷ୍ଠିତ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ ନାକିଚି ପଞ୍ଚାୟତ ଜୟଗଡ ବଙ୍ଗଳାଠାରେ ଖଜୁରିଆ ସମାଜ ମହାସଂଘ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାପତି ନବ ବେହେରା, ସମ୍ପାଦକ ପବିତ୍ର ବେହେରାଙ୍କ ଆହ୍ଵାନ କ୍ରମେ ଆଠମଲ୍ଲିକ ଉପଖଣ୍ଡସ୍ତରୀୟ ଅଧିବେଶନରେ ଖଜୁରୀଆ ସମାଜର ସାମୂହିକ ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ପୂର୍ବତନ ଅନୁଗୋଳ ଜିଲ୍ଲାପରିଷଦ ଅଧ୍ଯକ୍ଷା ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ । ସମସ୍ତଙ୍କ ସହ ସମାନ ହୋଇ ମଣିଷ ପରି ମଣିଷ ବଞ୍ଚିବାକୁ ସମ୍ୱିଧାନ ଦେଇଥିବା ଅଧିକାର କିପରି ହାସଲ କରାଯାଇ ପାରିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନ୍ୟପଟେ ଖଜୁରିଆ ସମାଜ ଆଗରେ ପ୍ରତିବନ୍ଧକ ହୋଇ ଠିଆ ହୋଇଥିବା ସରକାରୀ ନୀତି ନିୟମ ଦୂର କରିବା ଦିଗରେ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ଏଠାରେ ଉପସ୍ଥିତ ବ୍ୟକ୍ତିମାନେ ମତ ଦେଇଥିଲେ। ଏହି ସମାବେଶରେ ଖଜୁରୀଆ ସମାଜର ୨୦୦ ରୁ ଉର୍ଦ୍ଧ ସଦସ୍ୟ ଯୋଗଦେଇଥିଲେ । ଖଜୁରୀଆ ମହାସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆମନ୍ତ୍ରିତ ଅତିଥିମାନେ ବିଭିନ୍ନ ପ୍ରକାର ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଜାତିଭାଇଙ୍କୁ ସଚେତନ କରିଥିଲେ।

  • ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ବାର୍ଷିକ ପୂଜା

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ବାର୍ଷିକ ପୂଜା

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା ଚର୍ଚ୍ଚିକା ଙ୍କ ବାର୍ଷିକ ପୂଜା ପାଳିତ ହୋଇ ଯାଇଅଛି. ଦୀର୍ଘ ତେତିଶି ବର୍ଷ ଧରି ଏଠାରେ ହୋଇଆସୁଅଛି ମାଙ୍କ ପୂଜା । ବିଭିନ୍ନ ଅଞ୍ଚଳ ରୁ ଭକ୍ତ ମାନେ ଆସି ମାଙ୍କୁ ଦର୍ଶନ କରିବା ସହ ମା ଙ୍କ କୃପା ଲାଭ କରିଥିଲେ । ଲୋକଙ୍କ ବିଶ୍ୱାସ ରହିଛି ମା ଙ୍କୁ ,ଯିଏ ଯାହା ମନାସି ଥାଏ ସେ ତାହା ପାଇଥାଏ । ଏହି ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଏ, ସରପଞ୍ଚ ସସ୍ମିତା ସେଠି, ବିଜେଡି ବ୍ଲକ ସଭାପତି ବୃନ୍ଦାବନ ସାହୁ, ପୂର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ. ଏହି ଯାତ୍ରା କୁ ସହଯୋଗ କରିଥିଲେ ମା ଚର୍ଚ୍ଚିକା ୟୁଥ କ୍ଲବ

  • ଅନୁଗୁଳ ଜିଲ୍ଲା ରାଇଫୁଲ ଆସୋସିଏସନ ସୁଟିଙ୍ଗ ରେଞ୍ଜର ଭୂମିପୂଜା

    ଅନୁଗୁଳ ଜିଲ୍ଲା ରାଇଫୁଲ ଆସୋସିଏସନ ସୁଟିଙ୍ଗ ରେଞ୍ଜର ଭୂମିପୂଜା

    ଅନୁଗୁଳ ଜିଲ୍ଲାର ତାଳଚେରଠାରେ ଥିବା ଜିଲ୍ଲା ବନ୍ଧୁକ ଚାଳନା ସଙ୍ଘ ଦ୍ବାରା ୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏକ ଅତ୍ୟାଧୁନିକ ସୁଟିଙ୍ଗ ରେଞ୍ଜ ହେବାକୁ ଯାଉଛି। ସୁଟିଂ ରେଞ୍ଜ ପ୍ରତିଷ୍ଠା ପାଇଁ ଭୂମିପୂଜନ ହୋଇଯାଇଛି। ରାଇଫୁଲ କ୍ଳବ ସ୍ଥାପନକୁ ୫୮ବର୍ଷ ପୂରିଛି। ଏହି ଅତ୍ୟାଧୁନିକ ସୁଟିଙ୍ଗ ରେଞ୍ଜ ନିର୍ମାଣ ଦ୍ବାରା ରାଜ୍ୟ ,ଦେଶ ଓ ସମଗ୍ର ଜିଲ୍ଲାରେ ବହୁ ପ୍ରତିଭାବାନ ସୁଟର ଏଠାରେ ଶିକ୍ଷା ଲାଭ କରିପାରିବେ ଓ ନିଜର ପ୍ରତିଭା ଦେଖାଇ ଅଂଚଳକୁ ଗର୍ବିତ କରାଇବେ ବୋଲି ଏହି ଭୂମି ପୂଜନ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ କହିଥିଲେ।

    ଏହି ଭୂମିପୂଜନ ଉତ୍ସବରେ ଡିଷ୍ଟିକ ରାଇଫୁଲ କ୍ଳବର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜା ପ୍ରବୀର ଚନ୍ଦ୍ର ଧୀର ,ରାଜକୁମାର ବିଂକେଶ ଚନ୍ଦ୍ର ଦେବ ,ବରିଷ୍ଟ ସଦସ୍ୟ ବାବୁଲା ସାହୁପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ସୁଟର ,ୱାର୍ଡ କାଉନସିଲର ଯୋଗ ଦେଇଥିଲେ ।

  • ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଫଳାଫଳ ଘୋଷଣା

    ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଫଳାଫଳ ଘୋଷଣା

    ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଫଳାଫଳ ଘୋଷଣା କରାଯାଇଛି । ‘କ’ ଆଉ ‘ଖ’ ଦୁଇଟି ବିଭାଗରେ ସମସ୍ତ ପୂଜା କମିଟି ଗୁଡିକ ଭଲ ପଦର୍ଶନ କରିଥିବା ବେଳେ କିଛି କମିଟି ମଧ୍ୟରେ ମୂର୍ତ୍ତି ସାଜସଜ୍ଜା, ଭଷାଣି ଶୋଭାଯାତ୍ରା, ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତା ଉପରେ ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିଲା । ଏହି ଅବସରରେ ଆଜି ସ୍ଥାନୀୟ ପଞ୍ଚାୟତ ଶୋଭାଗୃହ ଠାରେ ଫଳାଫଳ ଘୋଷଣା ପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ଗଣେଶ ପୂଜା ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଥିବାରୁ ସମସ୍ତଙ୍କୁ ପ୍ରଶାସନ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଧନ୍ୟବାଦ ଦେଇଥିଲେ ।

    ସାଜସଜ୍ଜା, ଭାଷାଣି ଶୋଭାଯାତ୍ରା ଓ ଶାନ୍ତିଶୃଙ୍ଖଳା ତିନୋଟି ବିଭାଗର ପ୍ରତିଯୋଗିତା ମଧ୍ୟରେ କ ବିଭାଗ ମୂର୍ତ୍ତିରେ ପ୍ରଥମ ସ୍ଥାନ ଅଧିକାର କରିଛି ରାମଚନ୍ଦ୍ର ବଜାର ।
    ଦ୍ୱିତୀୟ ସ୍ଥାନରେ ନୂଆ ବସଷ୍ଟାଣ୍ଡ ଓ ଜୟ ହିନ୍ଦ୍ କ୍ଳବ କୁମ୍ଭାର ସାହି ଯୁଗ୍ମ ବିଜେତା ହୋଇଥିବା ବେଳେ ଚିତ୍ରକୁଟ ବଜାର ଗଣେଶ ପୂଜା କମିଟି ଓ ବିଶ୍ୱକର୍ମା ବଜାର ଗଣେଶ ପୂଜା କମିଟି ଯୁଗ୍ମ ଭାବେ ସ୍ଥାନ ଅଧିକାର କରିଛନ୍ତି ।

    ସେହିପରି ଖ ବିଭାଗ ମୂର୍ତ୍ତିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତ୍ରିନାଥ ଗଣେଶ ପୂଜା କମିଟି ସିଂହ ସାହି । ଦ୍ୱିତୀୟ ସ୍ଥାନ ପାଇଛନ୍ତି ଗଣପତି ପୂଜା କମିଟି ଓ ମହଲଷ୍ମୀ ଗଣେଶ ପୂଜା କମିଟି । ତୃତୀୟ ବିଜେତା ଭାବେ ଦୁଇଟି କମିଟି ଯଥା, କାରିଗର ପଡା ଯୁବକ ସଙ୍ଘ ଗଣେଶ ପୂଜା କମିଟି ଓ ହାଣ୍ଡିଧୂଆଁ ପୂଜା କମିଟି ହାତେଇ ନେଇଛନ୍ତି । ସେହିପରି ସାଜସଜ୍ଜାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାମଚନ୍ଦ୍ର ବଜାର, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ନୂଆ ବସ ଷ୍ଟାଣ୍ଡ ଗଣେଶ ପୂଜା କମିଟି ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବଉଳଛକ ରାସ ପାର୍ଟି ଗଣେଶ ପୂଜା କମିଟି ।ସେହିପରି ଖ ବିଭାଗ ସଜସଜ୍ଜାରେ ୧ମ ସ୍ଥାନ ଅଧିକାର କରିଥିବା କମିଟି ହେଲା ବିନାୟକ ଗଣେଶ ପୂଜା କମିଟି ହାଣ୍ଡିଧୂଆଁ, ଦ୍ୱିତୀୟ ହେଲେ ଗଣେଶ ପୂଜା କମିଟି ହାଣ୍ଡିଧୂଆଁ ଓ ତୃତୀୟ ବିଜେତା ହେଲେ ଜୟ ମା ମଙ୍ଗଳା ଜମ୍ବୁବଣିଆ ସାହି ପୂଜା କମିଟି । ଏଥିସହ ସ୍ୱଚ୍ଛତାରେ କ ବିଭାଗରେ ପ୍ରଥମ ସ୍ଥାନରେ ହାଟୋତୋଟା ଗଣେଶ ପୂଜା କମିଟି ୨ୟ-ରାମଚନ୍ଦ୍ର ବଜାର ଗଣେଶ ପୂଜା କମିଟି ଓ ବସ ଷ୍ଟାଣ୍ଡ ଗଣେଶ ପୂଜା କମିଟି ଯୁଗ୍ମ ବିଜେତା ଓ ତୃତୀୟ ମଧ୍ୟ ଯୁଗ୍ମ ଭାବେ ବଉଳଛକ ଓ ହନୁମାନ ପଡା ଗଣେଶ ପୂଜା କମିଟି ବିଜୟୀ ଘୋଷିତ ହୋଇଛନ୍ତି ।

    ସେହିପରିସ୍ୱଚ୍ଛତା ଖ ବିଭାଗ ରେ ପ୍ରଥମ ହୋଇଛନ୍ତି,ମୁନିସିପଲଟି କମ୍ପେକ୍ସ ପୂଜା କମିଟି ୨ୟ-ଗଣେଶ ପୂଜା କମିଟି ହାଣ୍ଡିଧୂଆଁ ଓ ଜୟ ମାଆ ମଙ୍ଗଳା ଜାମ୍ବୁବଣିଆ ସାହି ଗଣେଶ ପୂଜା କମିଟି।ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତିହରଗୌରୀ ଗଣେଶ ପୂଜା କମିଟି ।ଅନ୍ୟପକ୍ଷରେ ତାଳଚେର ଗଣେଶ ପୂଜା ର ମୁଖ୍ୟ ଆକର୍ଷଣ ତାଳଚେର ଗଣେଶ ପୂଜା ର ଭଷାଣି ଶୋଭାଯାତ୍ରା ର ଫଳା ଫଳ ଘୋଷଣା କରାଯାଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ କ ବିଭାଗ ବଉଳଛକ ରାସପାର୍ଟି ,କଳିଙ୍ଗ ଗଣେଶ ପୂଜା କମିଟି ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ବେଳେ , ତୃତୀୟ ସ୍ଥାନ ଅଧିକାର କରିଥିଲେ ହତୋତୋଟା ଗଣେଶ ପୂଜା କମିଟି । ସେହିପରି ଖ ବିଭାଗ ଭାଷାଣି ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ କାରିଗର ପଡା ଗଣେଶ ପୂଜା କମିଟି ।ଦ୍ୱିତୀୟ ମୋହାଲଷ୍ମୀ ଗଣେଶ ପୂଜା କମିଟି ଓ ତୃତୀୟ ସ୍ଥାନରେ ତ୍ରିନାଥ ଗଣେଶ ପୂଜା କମିଟି ବିଜୟୀ ହୋଇଛନ୍ତି ।ଅନ୍ୟ ପକ୍ଷରେ ଚଳିତ ବର୍ଷ ପ୍ରଥମ ଥର ଭାବେ ୧୦ ଟି କମିଟି କୁ ଶାନ୍ତି ଶୃଙ୍ଖଳା ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା ବେଳେ ସେଥିମଧ୍ୟରୁ ୮ଟି କମିଟି ପୁରସ୍କୃତ କରାଯାଇଛି ।
    ଶାନ୍ତିଶୃଙ୍ଖଳା ରେ ୮ଟି ପୁରସ୍କାର ଘୋଷଣା ମଧ୍ୟରେ ୧ମରେ କଳିଙ୍ଗ ମାର୍କେଟ ଗଣେଶ ପୂଜା କମିଟି ।୨ୟରେ ମୋହଲଷ୍ମୀ ଗଣେଶ ପୂଜା କମିଟି ।୩ୟରେ ମହାରଣା ସାହି ଗଣେଶ ପୂଜା କମିଟି , ୪ର୍ଥ ରେ ଛତ୍ରକୁଟ ବଜାର ଗଣେଶ ପୂଜା କମିଟି , ୫ମରେ ଜୟ ମାଆ ହିଙ୍ଗୁଳା ରାଣୀ ମନ୍ଦିର ଗଣେଶ ପୂଜା କମିଟି ।
    ୬ଷ୍ଟ ରେ ମୁନିସିପାଲଟିବଜାର ଗଣେଶ ପୂଜା କମିଟି ନୁହୁରା ସାହି । ୭ମ ରେ ବାପୁଜି ନଗରଯୁବକ ସଙ୍ଘ ଗଣେଶ ପୂଜା କମିଟି । ୮ମରେ ଶ୍ରୀ ଗଣେଶ ପୂଜା କମିଟି ଜେଲ ରୋଡ଼ ତାଳଚେରକୁ ଶାନ୍ତି ଶୃଙ୍ଖଳା ରେ ଭଷାଣି ଶୋଭାଯାତ୍ରା ପାଳନ ପାଇଁ ପୁରସ୍କୃତ ଘୋଷିତ ହୋଇଛି ।ତେବେ ସବୁଠାରୁ ଅଧିକ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଥମ କମିଟି କୁ ତାଳଚେର ଉପଖଣ୍ଡ ,ପୋଲିସ ଅଧିକାରୀ ମାନସ ରଞ୍ଜନ ବାରିକ ଦଶ ହଜାର ଟଙ୍କା ପୁରସ୍କାର ପ୍ରଦାନ ଘୋଷଣା କରିଥିଲେ ଓ ଦ୍ୱିତୀୟ କମିଟି କୁ ପାଞ୍ଚ ହଜାର ଟଙ୍କା ତୃତୀୟ ଶାନ୍ତିଶୃଙ୍ଖଳା କମିଟି କୁ ତିନି ହଜାର ଟଙ୍କା ପ୍ରଦାନ ପାଇଁ ପୁରସ୍କାର ଘୋଷଣା କରାଯାଇଛି ।।ଏହି ପୁରସ୍କାର ଘୋଷଣା ବୈଠକରେ କମିଟି ର କାର୍ଯ୍ୟକାରୀ ସଭାପତି ତଥା ଏସ ଡି ପି ଓ ମାନସ ରଞ୍ଜନ ବାରିକ ,ସାଧାରଣ ସମ୍ପାଦକ ଦିଲିପ ପାଣି ,ଉପସଭାପତି ଡ଼ଃ ରଶ୍ମିରଞ୍ଜନ ମିଶ୍ର ,ପ୍ରକାଶ ମହାରଣା ,କୋଷାଧ୍ୟକ୍ଷ ରଣଜିତ ମହାପାତ୍ର ,ସୌଭାଗ୍ୟ ମହାରଣା କେଶବ ଭୁତିଆ ଓ ମେଡିଆ ସଂଯୋଜକ ତପନ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ଓ ସମସ୍ତ ଗଣେଶ ପୂଜା କମିଟି ର ସଭାପତି ସମ୍ପାଦକ ଓ ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ ।

  • ପୁଣି ଦନ୍ତା ନେଲା ଆଉ ଏକ ଜୀବନ

    ପୁଣି ଦନ୍ତା ନେଲା ଆଉ ଏକ ଜୀବନ

    ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ବସଲା ଗ୍ରାମରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ବସଲା ଗ୍ରାମର ଭାବଗ୍ରାହୀ ଜେନା (୫୬)। ଭାବଗ୍ରାହୀ ପାଖ ପଡିଆକୁ କୌଣସି କାର୍ଯ୍ୟ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ଙ୍କ ଭିଡ଼ ଲାଗି ରହିଛି।

  • ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଉପଲକ୍ଷେ ୭୩ ୟୁନିଟ୍ ରକ୍ତଦାନ

    ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ଦିନ । ଏହି ଉପଲକ୍ଷେ ଆଜି ଅନୁଗୋଳ ବିଜେପି ପକ୍ଷରୁ ମୁନିସିପାଲିଟି ଟାଉନ ହଲ୍ ଠାରେ ବିଜେପି ତରଫରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

    ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ବିଜେପି ନେତା ଦିଲୀପ ପ୍ରଧାନ, ବିଜେପି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଯଯାତି ପଟ୍ଟନାୟକଙ୍କ ସମେତ ଭାରତୀୟ ଜନତା ପାର୍ଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

  • ଚଡକ ମାରି ବଳଦ ମୃତ୍ୟୁ

    ଚଡକ ମାରି ବଳଦ ମୃତ୍ୟୁ

    ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଂଚାୟତ ନାବାଦୀପ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଜୁଳି ମାରି ୩ଗୋରୁ ମୃତ । ସୁଚନା ଅନୁଯାୟୀ ନାବଦୀପ ପୁର ରହଣି ଛକ ଠାରେ ମଦନ ଭୋଇ ଗୋରୁ ଚରାଉ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ବଳଦ ଚାରୁଥିବା ସମୟରେ ଚଡକ ମାରି ୩ବଳଦର ମୃତ୍ୟୁ ଘଟିଛି ।

    ନାବଦୀପପୁର ଗ୍ରାମର ନିରୁ ପ୍ରଧାନ, ସୁକୁଟୁ ପ୍ରଧାନ ଓ ନିର୍ମଳ ପ୍ରଧାନର ଗୋଟିଏ ଲେଖାଏଁ ବଳଦର ମୃତୁ ଘଟିଛି । ଫଳରେ ପରିବାର ଦୁଃଖରେ ଭାଂଗିପଡ଼ିଛନ୍ତି । ତେବେ କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ୩ପରିବାର ।

  • ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ରକ୍ତ ଦାନ ଶିବିର ଅନୁଷ୍ଠିତ

    ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ରକ୍ତ ଦାନ ଶିବିର ଅନୁଷ୍ଠିତ

    ଅନୁଗୋଳ ଜିଲ୍ଲାର ପୋଲିସ ଟ୍ରେନିଂ କଲେଜ ଠାରେ ଆଜି ଶନିବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଆଜି ଅନୁଗୋଳ ପୋଲିସ ଟ୍ରେନିଂ କଲେଜକୁ ୮୬ ବର୍ଷ ପୁର୍ତ୍ତୀ ନେଇ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା ।

    ଏହି ରକ୍ତ ଦାନ ଶିବିରଟିକୁ ଅନୁଗୋଳ ଡି ଆଇ ଜି ଯେ.ଏନ ପଙ୍କଜ ଉଦଘାଟନ କରିବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତ ଶିବିରଟି ସକାଳ ୯ ଘଟିକାରୁ ଆରମ୍ବ ହୋଇଥିଲା । ଏହି ରକ୍ତ ଦାନ ଶିବିରଟିକୁ ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ଅଧିକାରୀ ମାନେ ଆୟୋଜନ କରିଥିଲେ।

  • ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

    ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

    ଖଣି ଖାଦାନ ଭରା ଅନୁଗୋଲ ଜିଲ୍ଲାରେ ଅତି ଶୋଚନୀୟ ହୋଇ ପଡିଛି ୫୫ନଂ ଜାତୀୟ ରାଜପଥ । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ପରିବହନ ଗାଡି ଯାଆସ କରୁଥିବାରୁ ରାସ୍ତାର ଦୁରବସ୍ଥା ନ କହିଲେ ଭଲ । ରାଜସ୍ବ ଦେଉଥିବା ରାସ୍ତା ନିଜେ ଦୁର୍ବିସହ ହୋଇ ପଡିଛି । ଏହା ସହ ମହାନଦୀ କୋଇଲା ଖଣିର ବିସ୍ଥାପିତଙ୍କ ସମସ୍ୟା ନେଇ ଆଜି ବିଜୁ ଜନତା ଦଳ ଅନୁଗୋଳ ଜିଲ୍ଲା ପକ୍ଷରୁ ଅନୁଗୋଳ ପିଟିସି ଛକ ଠାରେ ୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ରାଜପଥ ନିର୍ମାଣ, ମରାମତି ତଥା ମହାନଦୀ କୋଇଲା ଖଣି ଦ୍ବାରା ପ୍ରଭାବିତ ବିସ୍ଥାପିତଙ୍କ ସମସ୍ଯା ସମାଧାନ ପାଇଁ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ରାସ୍ତା ରୋକ ତଥା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଜିଲ୍ଲାର ସମସ୍ତ ବିଧାୟକ, ଢେଙ୍କାନାଳ ଲୋକସଭା ସାଂସଦ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ, ପରିଷଦ ଅଧ୍ୟକ୍ଷ, ସମବାୟ ବ୍ୟାଙ୍କ ସଭାପତି ଓ ନିର୍ଦ୍ଦେଶକ ବୃନ୍ଦ, ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବୃନ୍ଦ, ବ୍ଲକ ପୌରପାଳିକା ଅଧ୍ୟକ୍ଷ, ସମସ୍ତ ବ୍ଲକ ଓ ପୌରପାଳିକାର ବିଜେଡି ସଭାପତି, ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଜୁ ମହିଳା-ଯୁବ-ଛାତ୍ର ଜନତା ଦଳର ସଭାପତି ଓ କର୍ମକର୍ତ୍ତା ପ୍ରମୂଖ ଉପସ୍ଥିତ ଥିଲେ।