Category: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

  • ପିତାପଲ୍ଲୀରେ ଭେହିକିଲ ସ୍କ୍ରାପିଂ ୟୁନିଟ ଉଦଘାଟିତ

    ପିତାପଲ୍ଲୀରେ ଭେହିକିଲ ସ୍କ୍ରାପିଂ ୟୁନିଟ ଉଦଘାଟିତ

    ରାଜ୍ୟ ସରକାରଙ୍କ ସହଯୋଗରେ ଦେଶର ଅଗ୍ରଣୀ ଅଟୋମୋବାଇଲ ଉପ୍ତାଦନକାରୀ ସଂସ୍ଥା ଦ୍ୱାରା ରାଜ୍ୟ ରାଜଧାନୀରେ ଉଦଘାଟିତ ହେଲା ବିଶ୍ୱସ୍ତରୀୟ ପୁରୁଣା ଯାନ ସ୍କ୍ରାପିଂ ୟୁନିଟ। ବାର୍ଷିକ ୧୦ ହଜାର ଯାନ ସ୍କ୍ରାପିଂ କ୍ଷମତା ରଖିଛି ଏହି ୟୁନିଟ। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ୟୁନିଟର ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତ ରାୟ, ଢେଙ୍କାନାଲ ବିଧାୟକ ସୁଧୀର ସାମଲ, ଟାଟା ମୋଟର୍ସର ବିଜିନେସ ମୁଖ୍ୟ ଟ୍ରକ ରାଜେଶ କୌଲ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଦେଶର ଦ୍ୱିତୀୟ ଯାନ ସ୍କ୍ରାପିଂ ୟୁନିଟ ହୋଇଛି।


    ଖୋର୍ଦ୍ଧା ପିତାପଲ୍ଲୀରେ ଦେଶର ଦ୍ୱିତୀୟ ଯାନବାହନ ସ୍କ୍ରାପିଂ ୟୁନିଟର ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଏହି ୟୁନିଟ ଜରିଆରେ ପୁରୁଣା ଓ ଅବୈଧ ଗାଡିର ରିସାଇକେଲିଂ କରାଯିବ। ସମସ୍ତ ବ୍ରାଣ୍ଡର ଯାତ୍ରୀବାହୀ, ବାଣିଜ୍ୟିକ ଓ ଘରୋଇ ଗାଡି ସ୍କ୍ରାପ କରିବ ଟାଟାର ପାର୍ଟନର ଏମ୍ପ୍ରେଓ ପ୍ରିମିୟମ। ପୂର୍ବରୁ ରାଜସ୍ଥାନର ଜୟପୁରରେ ପ୍ରଥମ ସ୍କ୍ରାପିଂ ୟୁନିଟ ସ୍ଥାପିତ ହୋଇଥିଲା। ଏହାର ସଫଳତା ପରେ ପିତାପଲ୍ଲୀରେ ଦ୍ୱିତୀୟ ୟୁନିଟ ସ୍ଥାପନ ହୋଇଛି।

    ଟାଟାର ବିଜନେସ ହେଡ ଟ୍ରକ ରାଜେଶ କୌଲ ଉପସ୍ଥିତ ରହି ଗଣମାଧ୍ୟମକୁ କହିଥିଲେ କି, ଟାଟା ମୋଟର୍ସ ଇକୋ ଫ୍ରେଣ୍ଡଲି ମୋବିଲିଟି ସମାଧାନ, ସମ୍ପୂର୍ଣ୍ଣ ଜୀବନଚକ୍ର ପରିଚାଳନା ପାଇଁ ପ୍ରତିଶ୍ରୁତିବଦ୍ଧ। ସ୍କ୍ରାପ ସାମଗ୍ରୀର ସର୍ବାଧିକ ମୂଲ୍ୟ ଓ ଉଜ୍ଜଳ ଭବିଷ୍ୟତ ପାଇଁ ବର୍ଜ୍ୟବସ୍ତୁ ହ୍ରାସ କରାଯିବ। ଏହି ବିକେନ୍ଦ୍ରୀକରଣ ସୁବିଧା ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ। ଏଥିସହ ଏହା ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସୁଯୋଗ ଆଣିଦେବ ଓ ପରିବେଶ ଅନୁକୂଳ ଯାନ ସ୍କ୍ରାପିଂର ଆବଶ୍ୟକତା ପୂରଣ କରିବ।


    ଏହି ୟୁନିଟ ଅତ୍ୟାଧୁନିକ ସୁବିଧା, ରିୱିରି ପରିବେଶ ଅନୁକୂଳ ଅଭ୍ୟାସକୁ ନିୟୋଜିତ କରିବା ଉପରେ ଧ୍ୟାନ ଦେଇ ସମସ୍ତ ବ୍ରାଣ୍ଡର ଯାନ ଭାଙ୍ଗିବା ଉଦ୍ଦେଶ୍ୟ ନେଇ ସ୍ଥାପିତ ହୋଇଛି। ଏହା ସମ୍ପୂର୍ଣ୍ଣ ଡିଜିଟାଲ ସୁବିଧା, ସମସ୍ତ ଅପରେଶନ ବିହୀନ ଓ କାଗଜପତ୍ର ହୀନ। ଏହାବ୍ୟତୀତ ଟାୟାର, ବ୍ୟାଟେରୀ, ଇନ୍ଧନ, ତେଲ, ତରଳ ପଦାର୍ଥ ଓ ଗ୍ୟାସ ସହିତ ବିଭିନ୍ନ ଉପାଦାନର ନିରାପଦ ବିସର୍ଜନ ପାଇଁ ଉତ୍ସର୍ଗୀକୃତ ଷ୍ଟେଶନ ହେବ। ଏଥିପାଇଁ ଯାତ୍ରୀବାହୀ ଓ ବାଣିଜ୍ୟିକ ଯାନର ଆବଶ୍ୟକତା ପୂରଣ ପାଇଁ ନିର୍ଦ୍ଦିଷ୍ଟ ଭାବେ ପରିକଳ୍ପିତ ଉପଯୁକ୍ତ ଡକ୍ୟୁମେଣ୍ଟସନ ଓ ବିଲୋପ ପ୍ରକ୍ରିୟା ଗ୍ରହଣ କରିବ। ଏହା ଦ୍ୱାରା ବିଲୋପ ପ୍ରକ୍ରିୟା ସବିଶେଷ ଧ୍ୟାନକୁ ସୁନିଶ୍ଚିତ କରିବ। ସମସ୍ତ ଉପାଦାନଗୁଡିକର ନିରାପଦ ନିଷ୍କାସନକୁ ନିଶ୍ଚିତ କରିବ। ଏଥିସହ ଏହା ଅଟୋମୋବାଇଲ ଶିଳ୍ପରେ ସ୍ଥାୟୀ ଅଭ୍ୟାସ ପ୍ରତିପାଦନ କରିବାକୁ ସୁବିଧା ଯୋଗାଇବ।

    ଏହି ୟୁନିଟ ସ୍ଥାପନ ଦ୍ୱାରା ବହୁ ଓଡିଆ ଯୁବକ ଯୁବତୀ ନିଯୁକ୍ତି ପାଇବାରେ ସକ୍ଷମ ହେବ। ଏଥିସହ, ଯେଉଁ ଗାଡି ପଡି ପଡି ସ୍ଥାନ, ପରିବେଶ ଦୁଷିତ କରୁଥିଲା, ତାହାକୁ ନଷ୍ଟ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ବହୁ ସରକାରୀ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ।

  • ବିଶ୍ବର ବିରଳ ମହୁ, ଯାହା ମିଳେ ନେପାଳରେ

    ବିଶ୍ବର ବିରଳ ମହୁ, ଯାହା ମିଳେ ନେପାଳରେ

    ନେପାଳ ହନି ହନ୍ଟିଂ ବା ମହୁ ସଂଗ୍ରହ ହେଉଛି ବିଶ୍ବର ଅନ୍ୟତମ ଦୁଃସାହସିକ କାର୍ଯ୍ୟ ବା ପାରମ୍ପରିକ ବେଉସା, ଯାହା ନେପାଳ ପର୍ଯ୍ୟଟନର ଚମତ୍କାର ଏବଂ ଆଶ୍ଚର୍ୟ୍ୟଜନକ ଦୃଶ୍ୟକୁ ତୋଳି ଧରେ। ମହୁମାଛିଙ୍କ କ୍ଷେତ୍ରରେ ନେପାଳ, ବିଶ୍ୱର ଏକ ଧନୀ ଦେଶ ଏବଂ ପାଗଳ ମହୁମାଛି ବା ମ୍ୟାଡ୍ ହନି ସଂଗ୍ରହ ପାଇଁ ଏହା ଏକ ଶ୍ରେଷ୍ଠ ସ୍ଥାନ। ନେପାଳରେ ଅତିକମରେ ପାଞ୍ଚଟି ଭିନ୍ନ ଭିନ୍ନ ପ୍ରଜାତିର ମହୁମାଛି ଅଛନ୍ତି। ସବୁଠାରୁ ବଡ ଓ ଜଙ୍ଗଲୀ ମହୁମାଛିମାନେ ସୁଉଚ୍ଚ ପାହାଡ଼ର ଉପରେ ମହୁମାଛି ତିଆରି କରନ୍ତି ସେମାନଙ୍କର ବସା । ନେପାଳର ହିମାଳୟ ପାଦ ଦେଶରେ ବସବାସ କରୁଥିବା ଗୁରୁଙ୍ଗ ଜାତି ଲୋକେ ଏହି ମହୁ ସଂଗ୍ରହ କରିଥାନ୍ତି, ଏବଂ ସିଲ୍ ଧୁଙ୍ଗା ଗ୍ରାମର ବାସିନ୍ଦା ଏହି କାର୍ୟ୍ୟରେ ସିଦ୍ଧହସ୍ତ । ପାହାଡ ତୀଖରେ ଝୁଲୁଥିବା ମହୁଫେଣାରୁ ପାଗଳ ମହୁ ବା ମ୍ୟାଡ୍ ହନି ସଂଗ୍ରହ ବର୍ଷକୁ ଦୁଇଥର ବସନ୍ତ ଓ ଶରତ ଋତୁରେ କରାଯାଇଥାଏ ।


    ତେବେ ଏହି ମହୁକୁ କାହିଁକି କୁହାଯାଏ ପାଗଳ ମହୁ ବା ମ୍ୟାଡ୍ ହନି , ସ୍ବାସ୍ଥ୍ୟ ବିଜ୍ଞାନୀଙ୍କ ଗବେଷଣା ଅନୁସାରେ ଏହା ଶାରୀରିକ ପ୍ରଭାବ ପାଇଁ ବେଶ୍ ଜଣାଶୁଣା, ଏହାକୁ କମ୍ ମାତ୍ରାରେ ଖାଇଲେ ହାଲୁକା ମୁଣ୍ଡବିନ୍ଧା ସହ ଅନନ୍ୟ ଆନନ୍ଦର ଅନୁଭବ ହୁଏ, କିନ୍ତୁ ଯେତେବେଳେ ଅଧିକ ମାତ୍ରାରେ ଗ୍ରହଣ କରାଯାଏ, ଏହା ମତ୍ତିଭ୍ରମ,ବାନ୍ତି, ଚେତନା ହରାଇବା,ହାର୍ଟ ଆଟାର୍କ ଏବଂ ବିରଳ କ୍ଷେତ୍ରରେ ମୃତ୍ୟୁର କାରଣ ହୋଇପାରେ। ଏପରିକି ସାଇକେଡେଲିକ୍ ହାଲୁସିନୋଜେନ୍ ହୋଇଥାଏ ଏହି ମହୁ ଖାଇବା ଦ୍ବାରା । ଏହି ମହୁଫେଣା ବା ମହୁ ଶିକାରର ମଜା ନେବା ପାଇଁ ହଜାର ହଜାର ପର୍ୟ୍ୟଟକ ପ୍ରତିବର୍ଷ ନେପାଳ ବୁଲିବାକୁ ଆସନ୍ତି। କାରଣ ଏଠାରେ ବିଶ୍ୱର ସବୁଠାରୁ ବଡ ମହୁମାଛି ନିଜ ବସା ବା ଫେଣା ତିଆରି କରିଥାନ୍ତି ।


    ଏବେ ଆସନ୍ତୁ ଜାଣିବା ଏହି ମହୁ କଣ ପାଇଁ ଏତେ ବିରଳ କାହିଁକି, ଏହି ହିମାନଳୟନ୍ ନେପାଳ ମହୁ ସବୁଠାରୁ ଉତ୍କୃଷ୍ଟ ଓ ଔଷଧୀୟ ଗୁଣରେ ପରିପୂଣ୍ଣ । ଏହି ମହୁକୁ ସଂଗ୍ରହ କରିବା ପାଇଁ ନେପାଳର ହିମାଳୟ ପାଦଦେଶରେ ରହୁଥିବା ଗୁରୁଙ୍ଗ୍ ଜନଜାତି, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସବୁଠାରୁ ବିପଜ୍ଜନକ ମହୁମାଛିମାନଙ୍କ ଠାରୁ ମହୁ ଆଣିବା ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତି। ଏହି ପେଶା ବା ପରମ୍ପରାକୁ ସ୍ଥାନୀୟ ଲୋକେ ଶହ ଶହ ବର୍ଷ ଧରି ପାଳନ କରିଆସୁଛନ୍ତି । ଏହି ମହୁ ସଂଗ୍ରହ ସ୍ଥାନୀୟ ଲୋକମାନଙ୍କ ପାଇଁ ବହୁତ ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରେ। ଏହି ମହୁ ସଂଗ୍ରହ କରିବାକୁ ହେଲେ ଜୀବନକୁ ବାଜି ଲଗାଇବାକୁ ପଡେ । ପ୍ରଥମେ ନିଜ ଗ୍ରାମ ଦେବତୀଙ୍କ ପାଖରେ ମହୁ ସଂଗ୍ରହ ପୂର୍ବଦିନ ଏ ପାରମ୍ପରିକ ପୂଜା କରାଯାଏ । ଏହାକୁ ମାରୁନି ପର୍ବ କହୁଯାଏ । ଏହା ପର ଦିନ ଗ୍ରାମର ସବୁଠାରୁ ବରିଷ୍ଠ ବ୍ୟକ୍ତି ପାହାଡ ତଳେ ନିଆଁ ଲଗାଇ ଠାକୁରଙ୍କୁ ପୂଜା କରିଥାଏ । ଏହାପରେ ଆରମ୍ଭ ହୁଏ ସମୁଦ୍ର ପତନ ଠାରୁ ଉଚ୍ଚରେ ଥିବା 20 ହଜାର ଫୁଟ୍ ଉଚ୍ଚ ହିମାଳୟ ପାହାଡର ଚଢିବା ପ୍ରକ୍ରିୟା । ତୀଖ ଓ ସମାନ୍ତରାଳ ଚଟାଣ ଉପରେ ଝୁଲୁଥିବାମହୁ ଫେଣାକୁ ମାତ୍ର ଏକ ଦଉଡି ସାହାଯ୍ୟରେ ଝୁଲି ସଂଗ୍ରହ କରାଯାଇଥାଏ । ଏହା ପୂର୍ବରୁ 3ଟି ଟିମରେ ଭାଗ ହୋଇଥାଏ । ଗୋଟିଏ ଟିମ୍ ପାହାଡ ତଳେ, ଯିଏ କି ତଳେ ପଡିଥିବା ମହୁ ସଂଗହ କରେ । ଆଉ ଗୋଟିଏ ଟିମ୍ ପାହାଡ ଉପରେ ରହେ, ଆଉ ଗୋଟିଏ ଟିମ୍ ପାହାଡ ତଳକୁ ଝୁଲି ମହୁ ତୋଳିଥାଏ ।

    ଏହି ବିପଦ ପୂର୍ଣ୍ଣ ମହୁ ତୋଳିବା ପରେ, ଯେତେବେଳେ ସୁରକ୍ଷିତ ତଳକୁ ଓହ୍ଲାଇ ଆସନ୍ତି ସେତେବେଳେ ସେମାନଙ୍କୁ ଶୋ ଶୋ ଗୀତରେ ସ୍ବାଗତ କରାଯାଏ । ସଂଗ୍ରହ ହୋଇଥିବା ମହୁକୁ ପ୍ରଥମେ ଗ୍ରାମବାସୀଙ୍କ ମଧ୍ଯରେ କିଛି ପରିମାଣରେ ବାଣ୍ଟି ଦିଆଯାଏ ଓ ବଳକା ବଜାରରେ ବିକ୍ରି କରାଯାଏ । ଗୋଟିଏ ଗୋଟିଏ ମହୁ ବୋତଲ ପିଛା 3 ଶହ ଡଲାରରେ ବିକ୍ରି ହୁଏ । ଆଉ ଆନ୍ତର୍ଜାତୀୟ ବଜାରରେ ଖୁବ୍ ଡିମାଣ୍ଡ । କିନ୍ତୁଏହି ମହୁ ସଂଗ୍ରହ ବେଳେ ଅନେକ ଲୋକ ପାହାଡ ଉପରୁ ପଡ଼ି ନିଜ ହରାଇଥିଲେ ବି ଗୁରୁଙ୍ଗ୍ ଜନଜାତି ଏହି ପରମ୍ପରା ଛାଡି ନାହାନ୍ତି । ଓଲଟି ଏହାର ବଜାର ଚାହିହା ଓ ବଢି ଚାଲିଥିବା ଦାମ୍ ପ୍ରତି ଆକର୍ଷିତ ହୋଇ ଚାକିରି ଛାଡି ମହୁ ସଂଗ୍ରହ କରୁଛନ୍ତି । ତେବେ ଦିନକୁ ଦିନ ଏହି ମହୁ ଓ ମହୁମାଛିଙ୍କ ସଂଖ୍ୟା କମିବାରେ ଲାଗିଛି । କାରଣ ବିଶ୍ବ ତାପମାତ୍ରା ବୃଦ୍ଧି, ପାଣିପାଗ ପରିବର୍ତ୍ତନ ଓ ଜଙ୍ଗଲ ନିଆଁ କାରଣରୁ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି ।

  • ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-୩

    ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-୩

    ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ -୩ ର ଶୁଭାରମ୍ଭ ପାଇଁ ଓଲଟା ଗଣନା ଆରମ୍ଭ ହୋଇଯାଇଛି। ଚନ୍ଦ୍ରୟାନ -୩ ଶୁକ୍ରବାର (ଜୁଲାଇ ୧୪) ଶ୍ରୀହରିକୋଟା କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଏହି ଚନ୍ଦ୍ର ମିଶନ ହେଉଛି ୨୦୧୯ ର ଚନ୍ଦ୍ରୟାନ -୨ ର ଅନୁସରଣ ମିଶନ | ଭାରତର ଏହି ତୃତୀୟ ଚନ୍ଦ୍ର ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ର ପୃଷ୍ଠରେ ଅବତରଣ ପାଇଁ’ସପ୍ଟ ଲ୍ୟାଣ୍ଡିଙ୍ଗ’ କରିବାର ଲକ୍ଷ୍ୟ ରଖିଛନ୍ତି। ‘ଚନ୍ଦ୍ରୟାନ -୨’ ମିଶନ ସମୟରେ, ଶେଷ ମୁହୂର୍ତ୍ତରେ, ଲ୍ୟାଣ୍ଡର ‘ବିକ୍ରମ’ ପଥ ବିଭ୍ରାଟ ହେତୁ ‘ସପ୍ଟ ଲ୍ୟାଣ୍ଡିଙ୍ଗ’ କରିପାରି ନଥିଲେ।

    ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ି ହେବ ଏକ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ସ୍ପେଶ ସାଇଣ୍ଟିଷ୍ଟ ଋତୁ କରିଘାଲ ଶ୍ରୀବାସ୍ତବ ଚନ୍ଦ୍ରୟାନ-୩ ମିଶିନକୁ ଲିଡ୍‌ କରୁଥିବା ବେଳେ ସଆ ରକେଟ ୱିମେନ ନାମରେ ବେଶ୍‌ ଜଣାଶୁଣା। ଚନ୍ଦ୍ରୟାନ-୩ ମିଶିନର ଡାଇରେକ୍ଟର ରୂପେ ଏକ ଗୁରୁ ଦାୟିତ୍ୱ ଋତୁଙ୍କ କାନ୍ଧରେ ନ୍ୟସ୍ତ ଥିବା ବେଳେ ସେ ଏହାକୁ ବେଶ୍‌ ସୂଚାରୂ ରୂପେ ତୁଲାଉଥିବା କହିଛନ୍ତି ପ୍ରମୁଖ ବୈଜ୍ଞାନିକ ।

    ଯଦି ଏହି ମିଶନ ସଫଳ ହୁଏ, ତା’ହେଲେ ଭାରତ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିଅନ୍ ଭଳି ଦେଶର କ୍ଲବରେ ଯୋଡି ହୋଇଯିବ ଯେଉଁମାନେ ଏପରି ସଫଳତା ହାସଲ କରିଛନ୍ତି। ISRO ଗୁରୁବାର (ଜୁଲାଇ ୧୩) ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ‘LVM3M4-ଚନ୍ଦ୍ରୟାନ -୩ ମିଶନ: ଆସନ୍ତାକାଲି (ଶୁକ୍ରବାର-ଜୁଲାଇ ୧୪) ୧୪.୩୫ ଘଣ୍ଟା ରେ ଆରମ୍ଭ ହେବ।

    ସ୍ପେସ୍ ଏଜେନ୍ସି କହିଛନ୍ତି ଯେ ‘ଚନ୍ଦ୍ରୟାନ -୩’ କାର୍ଯ୍ୟକ୍ରମ ଅଧୀନରେ ଆଇଏସଆରଓ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ-ଲ୍ୟାଣ୍ଡିଂ’ ପ୍ରଦର୍ଶନ କରି ଏହାର ଚନ୍ଦ୍ର ମଡ୍ୟୁଲ୍ ସାହାଯ୍ୟରେ ରୋଭରର ଘୂର୍ଣ୍ଣନ ପ୍ରଦର୍ଶନ କରି ନୂତନ ସୀମା ଅତିକ୍ରମ କରିବାକୁ ଯାଉଛି।

    ଏହାପୂର୍ବରୁ, ମଙ୍ଗଳବାର (ଜୁଲାଇ ୧୧) ଦିନ, ଶ୍ରୀହାରିକୋଟା ଠାରେ ଏକ ‘ଉତକ୍ଷେପଣ ଡ୍ରିଲ’ ଅନୁଷ୍ଠିତ ହୋଇଥିଲା ଯାହାକି ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସମସ୍ତ ଉତକ୍ଷେପଣ ପ୍ରସ୍ତୁତି ଏବଂ ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ପରଦିନ ବୈଜ୍ଞାନିକମାନେ ମିଶନ ପ୍ରସ୍ତୁତି ସମୀକ୍ଷା ସମାପ୍ତ କରିଥିଲେ।

  • ଉଲ୍ଲକାପିଣ୍ଡରୁ ଏଲିଏନ ଟେକ୍ନୋନୋଲଜି ସମ୍ଭାବନା ଦର୍ଶାଇଲା ହାର୍ୱର୍ଡ

    ଉଲ୍ଲକାପିଣ୍ଡରୁ ଏଲିଏନ ଟେକ୍ନୋନୋଲଜି ସମ୍ଭାବନା ଦର୍ଶାଇଲା ହାର୍ୱର୍ଡ

    ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବ ଅଛନ୍ତି କି- ଏହାକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା ରତ ବୈଜ୍ଞାନିକ। କେତେବେଳେ ଅନୁସନ୍ଧାନରୁ କିଛି ଗବେଷକ ହଁ କହୁଥିବା ବେଳେ କିଛି ଏହାକୁ ପ୍ରତ୍ୟାକ୍ଷାନ କରିଦିଅନ୍ତି। କେତେବେଳେ ପୁଣି ଆକାଶରେ ଉଡନ୍ତା ଥାଳି ଦେଖା ଦେବା ନେଇ ଦାବି କରାଯାଏ ଓ ପୁଣି ଏଲିଏନ ପ୍ରସଙ୍ଗ ଉଜ୍ଜିବିତ ହୋଇଥାଏ। ବର୍ତ୍ତମାନ ପୁଣି ଏଲିଏନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

    ହାର୍ଭାର୍ଡ ପ୍ରଫେସର ଆଭି ଲୋବ ଏଲିଏନ ଥିବାର କରିଛନ୍ତି ଦାବି। ୨୦୧୪ରେ ପାପୁଆ ନ୍ୟୁ ଗିନି ଉପକୂଳରେ ଖସିପଡିଥିବା ଏଲିଏନ ଟେକ୍ନୋଲୋଜି ଖୋଜି ପାଇବାରେ ସଫଳ ହୋଇଥିବା କହିଛନ୍ତି। ସିବିଏସ୍ଇ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ,ପ୍ରଫେସର ଆଭି ଲୋଏବ ଓ ତାଙ୍କ ଟିମ୍ ଅଧ୍ୟୟନ ପାଇଁ ହାର୍ଭାର୍ଡକୁ ସେହି ଉଲକାପିଣ୍ଡ ଆଣିଥିଲେ। ଅଧ୍ୟୟନ ପରେ ୟୁଏସ୍ ସ୍ପେସ୍ କମାଣ୍ଡ ତାହା ଦ୍ୱିତୀୟ ସୌର ସିଷ୍ଟମର ହୋଇଥିବା ସମ୍ଭାବନା ୯୯.୯୯ ପ୍ରତିଶତ ଥିବା କହିଛନ୍ତି।

    ଅଧ୍ୟୟନ କରିବାକୁ ସରକାର ଆଭି ଲୋବଙ୍କୁ ଅନୁମତି ଦେଇଥିଲେ। ଆଭି ଲୋବ କହିଛନ୍ତି ଯେ ପ୍ରାୟ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଫାୟାରବଲ୍ ପଡିଥିଲା ଓ ସରକାରଙ୍କ ପ୍ରତିରକ୍ଷା ବିଭାଗ ଏହାକୁ ଚିହ୍ନଟ କରିଥିଲା। ଏହା ଏକ ବହୁତ ବଡ କ୍ଷେତ୍ର, ପ୍ରାୟ ବୋଷ୍ଟନର ଆକାର। ତେଣୁ ଆମେ ଏହାକୁ ସଂକୀର୍ଣ୍ଣ କରିବାକୁ ଚାହିଁଥିଲୁ | ବିସ୍ଫୋରଣ ଏବଂ ବିସ୍ଫୋରଣର ଆଲୋକ ମଧ୍ୟରେ ଥିବା ସମୟ ଏବଂ ବିସ୍ଫୋରଣ ତରଙ୍ଗର ପହଞ୍ଚିବା ବିଳମ୍ବକୁ ଆଧାର କରି ଆମେ ପୃଥିବୀରୁ ଅଗ୍ନି ବଲର ଦୂରତା ଅନୁମାନ କରିଛୁ |

    ୟୁଏସ୍ ଟୁଡେ ଅନୁଯାୟୀ, ପ୍ରଫେସର ଆଭି ଲୋଏବଙ୍କ ଦଳ ଦ୍ୱାରା ଆବିଷ୍କୃତ ହୋଇଥିବା ଖଣ୍ଡଗୁଡ଼ିକ ବାସ୍କେଟବଲ ଆକାରର ଉଲ୍ଲକାପିଣ୍ଡ। ୨୦୧୪ ମସିହାରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ପଶ୍ଚିମ ପ୍ରଶାନ୍ତ ମହାସାଗରରେ ପଡିଥିଲା। ଲୋବ କହିଛନ୍ତି ଯେ ସୌର ପ୍ରଣାଳୀ ବାହାରେ ଉତ୍ପନ୍ନ ହେଉଥିବା ଉଲକାପିଣ୍ଡର ଗତି ସୂର୍ଯ୍ୟ ଚାରିପାଖରେ ଥିବା ସମସ୍ତ ତାରାଙ୍କ ତୁଳନାରେ ଦୁଇଗୁଣ ଦ୍ରୁତ ଅଟେ। ବ୍ୟାଖ୍ୟା କରିବାବେଳେ ପ୍ରଫେସର ଆଭି ଲୋଏବ ଏହା କହିଥିଲେ ଯେ, ଆମେ ଦଶଟି ସେଲ ପାଇଥିଲୁ। ଏଗୁଡ଼ିକ ପ୍ରାୟ ଉପଯୁକ୍ତ କ୍ଷେତ୍ର ବା ଧାତବ ପଥର। ଯେତେବେଳେ ତୁମେ ସେମାନଙ୍କୁ ମାଇକ୍ରୋସ୍କୋପ୍ ତଳେ ଦେଖିବ, ସେଗୁଡ଼ିକ ବହୁତ ଭିନ୍ନ ଦେଖାଯାଏ। ସେଗୁଡ଼ିକ ସୁବର୍ଣ୍ଣ, ନୀଳ ଏବଂ ବାଦାମୀ ରଙ୍ଗର, ସେମାନଙ୍କ ମଧ୍ୟରୁ କେତେକ ପୃଥିବୀର କ୍ଷୁଦ୍ର ଆକାର ସଦୃଶ ଦେଖାଯାଏ |

  • ଜୁଲାଇରେ ଉତକ୍ଷେପଣ ହୋଇପାରେ ଚନ୍ଦ୍ରାୟନ-୩: ଇସ୍ରୋ

    ଜୁଲାଇରେ ଉତକ୍ଷେପଣ ହୋଇପାରେ ଚନ୍ଦ୍ରାୟନ-୩: ଇସ୍ରୋ

    ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବା ଇସ୍ରୋର ବଡ ଘୋଷଣା। ବହୁ ପ୍ରତୀକ୍ଷିତ ଚନ୍ଦ୍ରାୟନ-୩ ର ଲଞ୍ଚିଂ ତାରିଖ ଘୋଷଣା। ଚନ୍ଦ୍ରାୟଣ-୩ ଉତକ୍ଷେପଣର ସମ୍ଭାବ୍ୟ ସମୟ ଜୁଲାଇ ୧୩, ମଧ୍ୟାହ୍ନ ୨ଟା ୩୦ ଧାର୍ଯ୍ୟ କରାଯାଇଛି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଭାରତର ହେବ ବଡ ସଫଳତା ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ। ଚନ୍ଦ୍ରାୟନ ୩ର ସୁରକ୍ଷିତ ଲ୍ୟାଣ୍ଡିଂ ଓ ରୋଭିଂ ଜରିଆରେ ଇସ୍ରୋ ଦୁନିଆ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି ସ୍ୱଦେଶୀ ଜ୍ଞାନ କୌଶଳ ।  

    ବାସ୍ତବରେ ଚନ୍ଦ୍ରାୟନ ୩ ହେଉଛି ଚନ୍ଦ୍ରାୟନ ୨ର ଫଲୋଅପ ମିସନ।  ଏହି ମିସନରେ ପୂର୍ବର ଭୁଲକୁ ଦୋହରା ଯିବନାହିଁ। ଏହାକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡ କରିବା ଉପରେ ଇସ୍ରୋ ଦେଇଛି ଗୁରୁତ୍ୱ। କାରଣ ଚନ୍ଦ୍ରାୟନ ୨ର ସଫଳ ଲଞ୍ଚି ପରେ ସବୁ କିଛି ଠିକ ଚାଲିଥିବା ବେଳେ କିନ୍ତୁ ଶେଷ ପର୍ଯ୍ୟୟରେ ଲ୍ୟାଣ୍ଡିଂରେ ଦେଖାଦେଇଥିଲା ସମସ୍ୟା। ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର ୩୫୦ ମିଟର ଉଚ୍ଚରୁ ଦ୍ରୁତତା କାରଣରୁ ଜମି ଉପରେ ବାଡେଇ ହୋଇଥିଲା ଚନ୍ଦ୍ରାୟନ ୨। ତେଣୁ ଚଳିତ ଅଭିଯାନରେ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ।

    ଚନ୍ଦ୍ରାୟନ ୩ର ସ୍ପେସ କ୍ରାପ୍ଟ ସମ୍ପୂର୍ଣ୍ଣ ଅଟୋମାଟିକ ହୋଇଥିବା ବେଳେ ଏଥିରେ ଲଗାଯାଇଛି ଶହ ଶହ ସେନ୍ସର, ଯାହା ଯାନର ଅବତରଣ ଓ ଅନ୍ୟାନ୍ୟ କାର୍ଯ୍ୟରେ କରିବ ସହଯୋଗ । ଏଥିରେ ଏପରି ଯନ୍ତ୍ର ସବୁ ସଂଯୋଗ ହୋଇଛି ଯାହା ଆଲୋକ ଓ ଖଣିଜ ତାପ ଆଧାରରେ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ କରିବ। ତେଣୁ ଲ୍ୟାଣ୍ଡରରେ ଚନ୍ଦ୍ର ପୃଷ୍ଠ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ ଲାଗାଯାଇଛି। ଏହା ଚନ୍ଦ୍ର ପୃଷ୍ଠରେ ଥର୍ମଲ କଣ୍ଡକ୍ଟିଭିଟି ଓ ତାପମାତ୍ରାର କରିବ ଅଧ୍ୟୟନ। ସେହିପରି ଚନ୍ଦ୍ରାୟନ୩ ଯାନରେ ଲାଗିଥିବା ଲୁନାର ସିସ୍ମିକ ଆକ୍ଟିଭିଟି ସେଠା  ଭୂପୃଷ୍ଠର ଭୂକମ୍ପ ସମ୍ବନ୍ଧିତ ସୂଚନା ସଂଗ୍ରହ କରିବ। ଲ୍ୟାଣ୍ଡରେ ଲାଗିଥିବା ଲେଙ୍ଗମୁର ପ୍ରୋବ ଚନ୍ଦ୍ର ଉପରେ ପ୍ଲାଜମାର  ଘନତା ଓ  ତାର ଅନ୍ତରକୁ ଯାଞ୍ଚ କରିବ। ଏହା ବ୍ୟତୀତ ନାସା ଏଥିରେ ପ୍ୟାସିଭ ଲେଜର ରେଟ୍ରୋରିଫ୍ଳେକ୍ଟର ଲଗାଇଛି, ଯାହା ଚନ୍ଦ୍ର ପୃଷ୍ଠ ଉପରେ ଲେଜର ଜରିଆରେ ରେଞ୍ଜିଂ ଷ୍ଟଡି କରିବ। ସେହିପରି ରୋବରରେ ଥିବା ଆଲ୍ଫା ପାର୍ଟିକଲ ଏକ୍ସ- ରେ ସ୍ପେକ୍ଟ୍ରୋମିଟର ଓ ଲେଜର ପ୍ରବର୍ତ୍ତିତ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ଅବତରଣ ସ୍ଥଳରେ ଖଣିଜ, ମାଟି ଓ ସେଠାକାର ରାସାୟନ ମିଶ୍ରଣର ଅଧ୍ୟୟନ କରିବ।

    ଚନ୍ଦ୍ରାୟଣ୨ର ଲ୍ୟାଣ୍ଡର ପରି ଏଥିରେ ୫ ଟି ଥ୍ରୋଟଲ ଇଞ୍ଜିନ ବଦଳରେ ଲାଗିଛି ୪ଟି । ଏହା ବ୍ୟତୀତ ଲ୍ୟାଣ୍ଡରରେ ଲେଜର ଡାପ୍ଲୋର  ଭେଲୋସିମିଟର ଲଗାଯାଇଥିବା ରହିଛି ସୂଚନା । ଏହା ଦ୍ୱାରା ଲ୍ୟାଣ୍ଡିଂ ସହଜ ହେବ। ଗୋଟିଏ ଲ୍ୟାଣ୍ଡର, ଗୋଟିଏ ରୋଭର ଓ ଗୋଟିଏ ପ୍ରପୁଲସନ ମଡ୍ୟୁଲକୁ ନେଇ ଚନ୍ଦ୍ରାୟଣ ୩ର ଗଠନ। ଏହାର ଓଜନ ୩,୯୦୦ କିଲୋ ହୋଇଥିବା ବେଳେ ପ୍ରପୁଲସନ ମଡ୍ୟୁଲର ଓଜନ ରହିଛି ୨,୧୪୮ କିଲୋ। ଏହା ଲ୍ୟାଣ୍ଡର ଓ ରୋଭରକୁ ୧୦୦ କିଲୋମିଟରର ଚନ୍ଦ୍ର କକ୍ଷକୁ ନେଇଯିବ। ତେବେ ଚନ୍ଦ୍ରାୟନ ୨ ସଦୃଶ  ରୋଭର ରହିଛି ଚନ୍ଦ୍ରାୟନ୩ରେ । ଏହାର ଓଜନ ୨୬ କେଜି। ଚନ୍ଦ୍ରାୟନ୩ର ଯନ୍ତ୍ରାଂଶର ପ୍ରପୁଲସନ ମଡ୍ୟୁଲ ୭୫୮ ୱାଟ ବିଜୁଳି ଉତ୍ପାଦନ କରୁଥିବା ବେଳେ ଲ୍ୟାଡର ମଡ୍ୟୁଲ ୭୩୮ ଓ ରୋଭର ୫୦ ୱାଟ ଉତ୍ପନ୍ନ କରିବ। ଚନ୍ଦ୍ରାୟନ ୩ ଲଞ୍ଚିଂର ସମସ୍ତ ପ୍ରସ୍ତୁତି ସରିଛି।

    ଇସ୍ରୋ ତନ୍ନ ତନ୍ନ କରି ସମସ୍ତ ଉପକରଣରର ଯାଞ୍ଚ କରି ସେଥିରେ ସଫଳ ହୋଇଛି। ତେଣୁ ଏହାକୁ ଆଗାମୀ ୧୩ ତାରିଖରେ ଲଞ୍ଚ କରିବାକୁ ଘୋଷଣା କରାଯାଇଛି। ଇସ୍ରୋ ମୁତାବକ ଚନ୍ଦ୍ରାୟନ ୩ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ  ଲଞ୍ଚ କରାଯିବ। ଏହାକୁ  ପ୍ରକ୍ଷେପଣ ଯାନ ମାର୍କ-3 ଜରିଆରେ ପଠାଯିବ। ବିଶେଷକରି ବେସାମରିକ ବିମାନ ଚଳାଚଳ ଏବଂ ସାମରିକ ଆବଶ୍ୟକତାଗୁଡ଼ିକରେ ପୋଜିସନାଲ୍, ନେଭିଗେସନ୍ ଏବଂ ଟାଇମିଂ ସମ୍ବନ୍ଧିତ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଇସ୍ରୋ ଚନ୍ଦ୍ରାୟଣ୩ର ନାଭିକ ସିଷ୍ଟମକୁ ବିକଶିତ କରିଛି | ପୂର୍ବରୁ ମଧ୍ୟ ଭାରତୀୟ ଆଞ୍ଚଳିକ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବେଶ ଖ୍ୟାତି ରଚନା କରିଛି। ଏବେ ଏହି ମିଶନ ମାଧ୍ୟମରେ ନାଭିକ ସିଷ୍ଟମକୁ ଆହୁରି ବିକଶିତ କରି ଇସ୍ରୋ ଭାରତର ଜ୍ଞାନ କୌଶଳକୁ ବିଶ୍ୱ ଆଗରେ ରଖି ଇତିହାସ ରଚିବାକୁ ରଖିଛି ଲକ୍ଷ୍ୟ। 
  • DRDO ସାବାଡ଼ କରିବ କୁଟିଳ ପାକିସ୍ତାନକୁ!

    DRDO ସାବାଡ଼ କରିବ କୁଟିଳ ପାକିସ୍ତାନକୁ!

    thermobaric bomb
    thermobaric bomb generates high temperature explosion

    ଥର୍ମୋବାରିକ ବୋମାର ଭୟାବହତାକୁ ନେଇ ଚର୍ଚ୍ଚା। ଡିଆରଡିଓର ଥରମୋବାରିକ ବୋମା ପାକିସ୍ତାନରେ ଆଣିବ ପ୍ରଳୟ। କୁଟିଳ ପାକିସ୍ତାନକୁ ମାତ୍ ଦେବାକୁ ଡିଆରଡିଓ ୪୫୦ କେଜିର ଥର୍ମୋବାରିକ ବୋମା ପ୍ରସ୍ତୁତ କରିଛି। ତେବେ କଣ ଏହି ବୋମା? କଣ ଏହାର ଭୟାବହତା? ଥର୍ମୋବାରିକ ଏକ ପ୍ରକାର ସାଇଲେଣ୍ଟ ବୋମା, ଯାହା ମଣିଷର ଶ୍ୱାସ କ୍ରିୟାକୁ ପ୍ରଭାବିତ କରିଥାଏ। ମଣିଷର ଫୁସଫୁସରୁ ଅମ୍ଲଜାନକୁ ବାହାର କରି ଦିଏ। ଏହା ଏମିତି ଏକ ବିନାଶକାରୀ ହତିଆର, ଯେଉଁଥିରେ ଧୀରେ ଧୀରେ ମଣିଷ ଭିତରେ ବିଷାକ୍ତ ବାୟୁର ପ୍ରବାହ ବୃଦ୍ଧି ହୋଇ ମୃତ୍ୟୁର କାରଣ ହୋଇଥାଏ। ତେଣୁ  ବୋମାର ପ୍ରୟୋଗ ଉପରେ ଜେନେଭା କନଭେନ୍ସନ ପ୍ରତିବନ୍ଧକ ଲଗାଇ ସାରିଛି। କିନ୍ତୁ ରୁଷ ଏହି ନିଷିଦ୍ଧ ହତିଆରକୁ ବ୍ୟବହାର କରିଛି ୟୁକ୍ରେନ ଉପରେ ବୋଲି ଚର୍ଚ୍ଚା ହେଇଛି ।

    ଏହି ବୋମା ସମ୍ପର୍କରେ କୁହାଯାଇଛି କି, ଏହା ଲୋକଙ୍କ ଫୁସଫୁସରୁ ଅମ୍ଳଜାନ ବାହାର କରିଦେଇପାରେ। ଏହାକୁ ବାୟୁ ବୋମା ବା ଭ୍ୟାକୁମ ବୋମା ମଧ୍ୟ କୁହାଯାଇଥାଏ। ଏହାର ବିସ୍ଫୋରଣରେ ବାୟୁମଣ୍ଡଳରେ ଅକ୍ସିଜେନ ନଷ୍ଟ ହୋଇଯାଇଥାଏ ଓ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥାଏ। ଅନ୍ୟ ପକ୍ଷରେ କହିବାକୁ ଗଲେ ଏହି ବୋମା ମାଡ ହୋଇଥିବା ଅଞ୍ଚଳରେ ତାପମାତ୍ରାରେ ଅହେତୁକ ଭାବେ ବୃଦ୍ଧି ଘଟି ଅଞ୍ଚଳକୁ  ବିଷାକ୍ତ ରାସାୟନିକ କୋଠରୀରେ ପରିଣତ କରିଦିଏ ।

    ଏହି ବୋମା ସ୍ଥାନୀୟ ଅଞ୍ଚଳର ଅମ୍ଳଜାନକୁ ଇନ୍ଧନ ଭାବେ ବ୍ୟବହାର କରି ବାୟୁମଣ୍ଡଳରେ ଘଟାଇଥାଏ ଉଚ୍ଚ ତାପମାତ୍ରାର ବିସ୍ଫୋରଣ । ଥର୍ମୋବାରିକ ହତିଆର ଶ୍ରେଣୀର ସବୁଠାରୁ ଶକ୍ତିଶାଳୀ ହତିଆର ଭାବେ ବେଶ ଜଣାଶୁଣା। ଥର୍ମୋବାରିକ ହତିଆର ସମ୍ପୂର୍ଣ୍ଣ ରୂପେ ଇନ୍ଧନରେ ପ୍ରସ୍ତୁତ। ଫଳ ସ୍ୱରୂପ ଏହା ସମାନ ପରିମାଣର ପାରମ୍ପରିକ ବିସ୍ଫୋରକଠାରୁ ଅଧିକ ଶକ୍ତିଶାଳୀ। ସବୁଠାରୁ ବଡ କଥା, ଥର୍ମୋବାରିକ ହତିଆରର ବ୍ୟବହାର ପାଇଁ ଖାଲି ରକେଟ ଲଞ୍ଚରର ଆବଶ୍ୟକତା ପଡି ନ ଥାଏ।  ଅନେକ ହସ୍ତଚାଳିତ ଲଞ୍ଚର ଦ୍ୱାରା ମଧ୍ୟ ବ୍ୟବହାର ହୋଇପାରେ ଓ ବିମାନରୁ ମଧ୍ୟ ଉତକ୍ଷେପଣ କରାଯାଇପରେ। ତେବେ ରଷିଆ ନିକଟରେ ଥିବା ଏହି ଶ୍ରେଣୀର ବୋମା  ମଧ୍ୟରୁ ସର୍ବ ବୃହତ ବୋମା ୭ ଟନ ତରଳ ଇନ୍ଧନର ଶକ୍ତିସମ୍ପନ୍ନ, ଯାହା ବିସ୍ଫୋରଣ ହେଲେ ୩୯.୯ ଟନ ଟିଏନଟିର  ବିସ୍ଫୋରଣ ସୃଷ୍ଟି କରିପାରେ।

    ଏଠାରେ କହି ରଖୁଛୁ କି, ୨୦୨୨ ଫେବୃଆରୀ ୨୮ରେ ୟୁକ୍ରେନର ରାଜଦୂତ ଆମେରିକାରେ କହିଥିଲେ କି, ରୁଷ ୟୁକ୍ରେନ ଉପରେ ଭାକ୍ୟୁମ ବୋମାର ବ୍ୟବହାକର କରିଥିଲା, ଯେଉଁଥିରେ ୭୦ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପୂର୍ବରୁ  ସିଏନଏନ ପକ୍ଷରୁ ମଧ୍ୟ କୁହାଯାଇଥିଲା କି, ରଷିଆ ୟୁକ୍ରେନର ପୂର୍ବାଞ୍ଚଳରେ ଟିଓଏସ-୧ ରକେଟ ଲଞ୍ଚରଠୁଳ କରିଛି, ଯାହା ଥର୍ମୋବାରିକ ଯୁଦ୍ଧଯାନରୁ ୩୦ ରକେଟ ଲଞ୍ଚର ଧାରଣ କରିବାର କ୍ଷମତା ରଖିଛି।

    ଚର୍ଚ୍ଚା ହେଉଥିଲା କି, ୟୁକ୍ରେନ ନାଗରିକଙ୍କ ପ୍ରାଣବାୟୁ ଛଡାଇବାକୁ ଚେଷ୍ଟା କରୁଛି ରୁଷ। ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି ରୁଷ ଓ ୟୁକ୍ରେନ୍ ଯୁଦ୍ଧକୁ। କିନ୍ତୁ ଏଯାବତ୍ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଏହି କ୍ଷୁଦ୍ର ରାଷ୍ଟ୍ର ଉପରେ ପାଇ ପାରୁ ନାହାନ୍ତି ବିଜୟ। ତେଣୁ ମୃତ୍ୟୁର ଦୂତ କୁହାଯାଉଥିବା ପ୍ରତିବନ୍ଧିତ ଥର୍ମୋବାରିକ ବୋମାକୁ ୟୁକ୍ରେନ ଉପରେ ପ୍ରୟୋଗ କରିଥିବା ୟୁକ୍ରେନ ଲଗାତର ଅଭିଯୋଗ କରି ଆସୁଛି।

  • 2023 JL1: ପୃଥିବୀ ନିକଟତର ହେଉଛି ବସ୍ ଆକାରର ବିଶାଳ ପଥର ଖଣ୍ଡ , କହିଲା NASA

    2023 JL1: ପୃଥିବୀ ନିକଟତର ହେଉଛି ବସ୍ ଆକାରର ବିଶାଳ ପଥର ଖଣ୍ଡ , କହିଲା NASA

    ପୃଥିବୀ ନିକଟତର ହେଉଥିବା ପଥର ଖଣ୍ଡ ସବୁବେଳେ ହେଡଲାଇନ ସୃଷ୍ଟି କରିଥାଏ କାରଣ ଗୋଟିଏ ସହିତ ଧକ୍କା ହେବା ଦ୍ୱାରା ମାନବ ଜଗତ ପାଇଁ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ । ଏଥର ଆମେରିକାର ସ୍ପେସ୍ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ବସ୍ ଆକାରର ପଥର ଖଣ୍ଡ ବିଷୟରେ ଚେତାବନୀ ଦେଇଛନ୍ତି । ଆଜି ଏହା ପୃଥିବୀର ନିକଟତମ ହୋଇପାରେ ବୋଲି ସମ୍ଭାବନା ରହିଛି ।

    ନାସାର ଆଷ୍ଟେରଏଡ୍ ୱାଚ୍ ପେଜ୍ ଅନୁଯାୟୀ,39 ଫୁଟ ବସ୍ ଆକାରର କ୍ଷୁଦ୍ରଗ୍ରହ 2023 JL1, ପ୍ରାୟ 2490000 କିଲୋମିଟର ଦୂରରେ ପୃଥିବୀ ଦେଇ ଯିବ । ଏହା ଘଣ୍ଟା ପ୍ରତି 26,316 କିଲୋମିଟର ବେଗରେ ଯାତ୍ରା କରୁଛି । ନାସା ଅନ୍ୟ ଦୁଇଟି ପଥରଖଣ୍ଡ 2023 JO1 ଏବଂ 2023 JD2 ବିଷୟରେ ମଧ୍ୟ ଚେତାବନୀ ଦେଇଛି । ପୂର୍ବଟି ଏକ ଘରର ଆକାର ପ୍ରାୟ 46 ଫୁଟ । ଏହା 2990000 କିଲୋମିଟର ଦୂରରେ ପୃଥିବୀ ଦେଇ ଗତି କରିବ । ଶେଷଟି ବିମାନ ଆକାରର ପ୍ରାୟ 200 ଫୁଟର ଥିବାବେଳେ ପୃଥିବୀ ଦେଇ 5630000 କିଲୋମିଟର ଦୂର ଦେଇ ଗତି କରିବାର ଆଶା କରାଯାଉଛି ।

    ଉଲ୍ଲେଖଯୋଗ୍ୟ,ନାସାର ଡ୍ୟାସବୋର୍ଡ ଆଷ୍ଟେରଏଡ ଏବଂ ଧୂମପାନକୁ ଟ୍ରାକ୍ କରିଥାଏ ଯାହା ପୃଥିବୀକୁ ଅପେକ୍ଷାକୃତ ନିକଟତର କରିବ । ପ୍ରତ୍ୟେକ ମୁକାବିଲା ପାଇଁ ଡ୍ୟାସବୋର୍ଡ ନିକଟତମ ପଦ୍ଧତିର ତାରିଖ, ଆନୁମାନିକ ବସ୍ତୁର ବ୍ୟାସ,ଆପେକ୍ଷିକ ଆକାର ଏବଂ ପୃଥିବୀଠାରୁ ଦୂରତା ପ୍ରଦର୍ଶନ କରେ । ଏହା ପୃଥିବୀର 7.5 ନିୟୁତ କିଲୋମିଟର ମଧ୍ୟରେ ଥିବା ଆଷ୍ଟେରଏଡକୁ ଟ୍ରାକ୍ କରିଥାଏ । ସମସ୍ତ ଆକାରର ପ୍ରାୟ 30,000 ଆଷ୍ଟେରଏଡ୍ ଏକ କିଲୋମିଟର ଚଉଡ଼ା ଠାରୁ 850ରୁ ଅଧିକ ବଡ଼ । ପୃଥିବୀ ପରିସରରେ ତାଲିକାଭୁକ୍ତ ହୋଇ ସେମାନଙ୍କୁ ନିକଟ ପୃଥିବୀ ଅବଜେକ୍ଟସ୍ (NEOs) ଲେବଲ୍ ଅର୍ଜନ କରିଥିଲା ​। ପରବର୍ତ୍ତୀ 100 ବର୍ଷ ପାଇଁ ସେମାନଙ୍କ ମଧ୍ୟରୁ କେହି ପୃଥିବୀ ପ୍ରତି ବିପଦ ସୃଷ୍ଟି କରୁନାହାଁନ୍ତି ।

    ନାସା ଅନୁଯାୟୀ,ଆମର ସୌର ପ୍ରଣାଳୀ ଗଠନରୁ ଆଷ୍ଟେରଏଡ୍ଗୁଡ଼ିକ ବାକି ଅଛି । ଆମର ସୌର ପ୍ରଣାଳୀ ପ୍ରାୟ 4.6 ବିଲିୟନ୍ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଯେତେବେଳେ ଗ୍ୟାସ୍ ଏବଂ ଧୂଳିର ଏକ ବଡ଼ ମେଘ ଖସିଗଲା । ଯେତେବେଳେ ଏହା ଘଟିଲା,ଅଧିକାଂଶ ସାମଗ୍ରୀ ମେଘର ମଧ୍ୟଭାଗରେ ପଡ଼ି ସୂର୍ଯ୍ୟ ସୃଷ୍ଟି କଲା । ମେଘରେ ଥିବା କେତେକ ଘନୀଭୂତ ଧୂଳି ଗ୍ରହ ହୋଇଗଲା ।

    ସମସ୍ତ ଆଷ୍ଟେରଏଡ ସମାନ ଆକାର ଏବଂ ଆକୃତି ନୁହେଁ । କାରଣ ସୂର୍ଯ୍ୟଠାରୁ ଭିନ୍ନ ଦୂରତାରେ ବିଭିନ୍ନ ସ୍ଥାନରେ ଗ୍ରହ ସୃଷ୍ଟି ହୁଏ । କୌଣସି ଦୁଇଟି ଗ୍ରହ ସମାନ ନୁହଁନ୍ତି ।

  • ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଇଜରର ନିର୍ଦ୍ଦେଶକ ସମ୍ମାନିତ

    ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଇଜରର ନିର୍ଦ୍ଦେଶକ ସମ୍ମାନିତ

    ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବିଜୁ ପଟ୍ଟନାୟକ ପୁରସ୍କାର ୨୦୨୦ ପୁରସ୍କାର ଘୋଷଣା କରାଯାଇଛିା ଜଟଣୀସ୍ଥିତ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି। ୨ ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ।

    ସୁଧାକରଙ୍କ ବ୍ୟତୀତ, ଭୁବନେଶ୍ୱରସ୍ଥିତ ଆଇଏମ୍ଏମ୍ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗର ଏଚଓଡି  ପ୍ରଫେସର ଲୁନା ସାମନ୍ତ, ରାଉରକେଲାସ୍ଥିତ ଏନ୍ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ “ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ। ଦ୍ୱିତୀୟ ଶ୍ରେଣୀରେ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକଟରାଲ ଫେଲୋ ଡ.ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ.ନିବେଦିତା ଦାଶ, ଏନ୍ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ମଧ୍ୟ ମନୋନିତ ହୋଇଛନ୍ତି।

    ସେହିପରି ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ “ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯିବ। ଯୁବବୈଜ୍ଞାନିକ ପୁରସ୍କାର ଓ “ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ର ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ ହେବେ। ଏକ ରାଜ୍ୟସ୍ତରୀୟ ସମାରୋହରେ ସମସ୍ତଙ୍କୁ ପୁରସ୍କୃତ କରାଯିବ |

  • ରକ୍ତ ପରିବହନ କରିବ ଡ୍ରୋନ୍

    ରକ୍ତ ପରିବହନ କରିବ ଡ୍ରୋନ୍

    ରକ୍ତ ଅଭାବ ତଥା ସମୟରେ ରକ୍ତ ନ ପହଞ୍ଚିବାରୁ ଅନେକ ସମୟରେ ବହୁ ଜୀବନ ଚାଲିଯାଉଛି। ଏହି ସମସ୍ୟାକୁ ଏଣିକି ଦୂର କରିବ ଡ୍ରୋନ। ଦୂରଦୂରାନ୍ତରେ ଆବଶ୍ୟକ ହେଉଥିବା ରକ୍ତ ଡ୍ରୋନ୍ ମାଧ୍ୟମରେ ଅଳ୍ପ ସମୟରେ ଡେଲିଭରି ହୋଇପାରିବ । ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତା ପୂରଣ କରିବାକୁ ଡ୍ରୋନ ଟେକନୋଲଜିର ସଫଳ ପ୍ରୟୋଗ ହୋଇଛି। ତେବେ ବର୍ତ୍ତମାନ ପାଇଁ ଏହି ପ୍ରଣାଳୀର ପ୍ରୟୋଗ ଜାତୀୟ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଏହାକୁ ଦେଶର ଅନ୍ୟ ଅଞ୍ଚଳରେ ବି କରାଯିବ ।

    ରାଜଧାନୀ ଦିଲ୍ଲୀରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ଥଳୀ ପରିବହନ ପରୀକ୍ଷା ସଫଳ ହୋଇଛି। ICMR ପକ୍ଷରୁ ଏହି ପରୀକ୍ଷଣ ହୋଇଥିବା ବେଳେ ଏଥିରେ ସଫଳତା ମିଳିଛି। କିଛି ପର୍ଯ୍ୟାୟର ପରୀକ୍ଷଣ ପରେ ସାରା ଦେଶରେ ରକ୍ତ ପରିବହନ ପାଇଁ ଏହି ପଦ୍ଧତିକୁ ସ୍ୱୀକୃତି ଦିଆଯିବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ ସୂଚନା ଦେଇଛନ୍ତି ।

    ବର୍ତ୍ତମାନର ଡ୍ରୋନ ଦ୍ୱାରା ରକ୍ତ ପରିବହନ ପରୀକ୍ଷଣରେ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ମୁଖ୍ୟତଃ ତାପମାତ୍ରା ରକ୍ତକୁ ବ୍ୟବହାର ଉପଯୋଗୀ ରଖିଥାଏ। ଏଥିରେ ବ୍ୟତିକ୍ରମ ହେଲେ ରକ୍ତ ନଷ୍ଟ ହୋଇଯାଏ। ତେଣୁ ଡ୍ରୋନ ମାଧ୍ୟମରେ ରକ୍ତ ପରିବହନ କାଳରେ ନିର୍ଦ୍ଦିଷ୍ଟ ତାପମାତ୍ରାକୁ ଗୁରୁତ୍ୱ ଦିଆଯାଇଛି।  ବାକ୍ସରେ ରକ୍ତ ଥଳିକୁ ରଖି ପରିବହନ କରାଯାଇଥିଲା ବେଳେ ବାକ୍ସକୁ ସେହି ତାପମାତ୍ରାରେ ରଖିବାର ବ୍ୟବସ୍ଥା କରାଯାଇଛି ।

    ପରୀକ୍ଷାମୁଳକ ରକ୍ତ ପରିବହନରେ ରକ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ତାର ମାନ ପରୀକ୍ଷା କରାଯାଇଥିଲା । ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଲା। ଏହି ସଫଳତା ପରେ ଆଇସିଏମ୍‌ଆର ଡିଜି କହିଛନ୍ତି କି, ଅଧିକ ଉଚ୍ଚତାରେ ଯିବା ବେଳେ ଯେପରି ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ନ ହେବ ତାହା ଉପରେ ନଜର ରଖାଯାଇଥିଲା। ଏହି ପରୀକ୍ଷଣରେ ଆମେ ଉତ୍ତୀର୍ଣ୍ଣ ହୋଇଛୁ। ତେଣୁ ଆଗାମୀ ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ରକ୍ତ ଯୋଗାଣକୁ କାର୍ଯ୍ୟକାରୀ କରାଯିବାକୁ ପ୍ରାଥମିକତା ଦିଆଯିବ ।

    ଏଠାରେ କହି ରଖୁଛୁ କଅନେକ ସମୟରେ ରକ୍ତ ଅଭାବରୁ ଅନେକ ରୋଗୀଙ୍କର ଅକାଳ ମୃତ୍ୟୁ ହୋଇଥାଏ। ଯଦି ଡ୍ରୋନ ମାଧ୍ୟମରେ ରକ୍ତ ପରିବହନ ହେବ ତେବେ ଦୂରଦୂରାନ୍ତ ଅଞ୍ଚଳକୁ ସ୍ୱଳ୍ପ ସମୟରେ ରକ୍ତ ପହଞ୍ଚା ଯାଇପାରିବ ଓ ରକ୍ତ ଅଭାବଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସମ୍ଭବ ହେବ।

  • ମହାକାଶରେ ଅନ୍ବେଷଣ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ନାସା ବିକାଶ କରୁଛି “ସ୍ନେକବୋଟ”

    ମହାକାଶରେ ଅନ୍ବେଷଣ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ନାସା ବିକାଶ କରୁଛି “ସ୍ନେକବୋଟ”

    ନାସା ଇଞ୍ଜିନିୟର ମାନେ ଏକ ବୁଦ୍ଧିମାନ ରୋବଟ୍ ସାପ ବିକାଶ କରୁଛନ୍ତି, ଯାହାକି ଅନ୍ୟ ଜଗତକୁ ଅନୁସନ୍ଧାନ କରିବାରେ ଏବଂ ମହାକାଶରେ ନିର୍ମାଣ କାର୍ଯ୍ୟ କରିବାରେ ସକ୍ଷମ ହେବ ।

    ନାସା ଇଞ୍ଜିନିୟର ମାନେ ପୂର୍ବାନୁମାନ କରିଛନ୍ତି ଯେ, ରୋବଟ୍ ସାପ ସ୍ବତନ୍ତ୍ର ଭାବେ ଅନ୍ୟ ଗ୍ରହ କିମ୍ବା ଉପଗ୍ରହର ମାଟି ଖୋଳିବାରେ ବେଶ ସକ୍ଷମ, କୌଣସି ଗ୍ରହ ପୃଷ୍ଠରେ ଥିବା ଫାଟ ଏବଂ ସେଠାରେ ସୃଷ୍ଟି ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ତାହାର ମୁକାବିଲା କରିବାକୁ ଏହା ବହୁତ ସକ୍ଷମ । ପାଞ୍ଚ ବର୍ଷ ମଧ୍ୟରେ ମହାକାଶରେ ଯାତ୍ରା ପାଇଁ ଏହା ପ୍ରସ୍ତୁତ ହୋଇଯିବ ବୋଲି ନାସାର ଇଞ୍ଜିନିୟର ମାନେ ଆକଳନ କରିଛନ୍ତି ।

    କାଲିଫର୍ନିଆର ସିଲିକନ୍ ଭ୍ୟାଲିରେ ଅବସ୍ଥିତ ନାସାର ଆମସ୍ ରିସର୍ଚ୍ଚ ସେଣ୍ଟରର ଲିଡ୍ “ସ୍ନେକବଟ୍” ଇଞ୍ଜିନିୟର ଗ୍ୟାରି ହେଥ କହିଛନ୍ତି ଯେ, ସାପ ଆମକୁ ଅନ୍ତରିକ୍ଷରେ ବିଭିନ୍ନ କାର୍ଯ୍ୟରେ ସହାୟକ ହେବା ସହ ଦକ୍ଷତା ବଢାଇବ । ଏକ ସ୍ନେକବଟ୍ ଖାଲ-ଢିବ ଭୂମିରେ ବି ଯାଇପାରେ, ଯେଉଁଠାରେ ଏକ ଚକିଆ ରୋବୋଟିକ୍ ରୋଭର ଅଟକି ଯିବାର ସମ୍ଭାବନା ଯଥେଷ୍ଟ ଥାଏ ।

    ହେଥ କହିଛନ୍ତି ଯେ, ଆମର ପ୍ରଥମ ପଦକ୍ଷେପ ଥିଲା ଏକ ସରଳ ଯାନ୍ତ୍ରିକ ପରୀକ୍ଷଣ ସାପ ତିଆରି କରିବା ଏବଂ ଅନ୍ୟ ଲ୍ୟାବରେ ପୂର୍ବରୁ କରାଯାଇଥବା କାର୍ଯ୍ୟ ଯୋଗୁଁ ଆମେ ଏହାକୁ ଗୋଟିଏ ଦିନରୁ ବି କମ ସମୟ ଭିତରେ ନିର୍ମାଣ କରିପାରିଥିଲୁ । ଏହା ‘ପୋଲିବୋଟ’ର ପ୍ରତ୍ୟକ୍ଷ ମଡେଲ ଯାହାକୁ ଜେରୋକ୍ସ ପାଲୋ ଅଲଟୋ ରିସର୍ଚ୍ଚ ସେଣ୍ଟରର ମାର୍କ ୟିମ୍ , ପାଲୋ ଅଲଟୋ, ସିଏ ଆଦି ସହଯୋଗରେ ବିକଶିତ କରାଯାଇପାରିଛି । ଆମ ସଂସ୍କରଣରେ ଟିକେ ଅଲଗା ଇଲେକ୍ଟ୍ରୋନିକ୍ସ ଅଛି ବୋଲି ହେଥ କହିଛନ୍ତି । ପରୀକ୍ଷଣ ହୋଇଥିବା ସାପରେ ଗୋଟିଏ ତାର ଅଛି, ଯାହା କମ୍ପ୍ୟୁଟର ମେମୋରିରୁ ଯୋଗାଯୋଗ ଏବଂ ଶକ୍ତି ବହନ କରିଥାଏ ବୋଲି ହେଥ ବର୍ଣ୍ଣନା କରିଛନ୍ତି ।