Category: ଅପରାଧ

  • ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

    ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

    ବାମେବାରୀ ଥାନା କାଳିଆପାଳ ଜଙ୍ଗଲ, ଜଗଦଳା ନାଳ ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି ।

    ସୂଚନା ଅନୁସାରେ, ଗତକାଲି ସ୍ଥାନୀୟ କିଛି ଲୋକ ଜଙ୍ଗଲରେ ଛେଳି ଚାରାଇବା ବେଳେ ନାଳ ନିକଟରେ ଏକ ଗଲିଟ ମୃତଦେହ ପଡ଼ିଥିବାର ଦେଖିଥିଲେ । ଏନେଇ ଗାଁ ଲୋକେ ଆଜି ବାମେବାରୀ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ।

    ବ୍ୟକ୍ତିଙ୍କ ମୃତ୍ୟୁ ହେବାର ପାଖାପାଖି ଏକ ସପ୍ତାହ ହୋଇଯିବ ବୋଲି ପୋଲିସ ଅନୁମାନ କରୁଛି । ତେବେ ବ୍ୟକ୍ତି ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାଙ୍କୁ କେହି ହତ୍ୟା କରିଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା କିଛି ଜଣାପଡ଼ିନାହିଁ । ପୋଲିସ୍ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରିରଖିଛି ।

  • ପାନ ଦୋକାନରୁ ଗଞ୍ଜେଇ ଜବତ

    ପାନ ଦୋକାନରୁ ଗଞ୍ଜେଇ ଜବତ

    ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି | କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ର ମାଧପୁର ଗାଁରେ ଏକ ପାନ ଦୋକାନ ଉପରେ ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ | ଆଇଆଇସି ଶିବ ପ୍ରସାଦଙ୍କ ନିର୍ଦେଶ କ୍ରମେ ଏସଆଇ ହେମନ୍ତ ସାମଲ ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରି ୧କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୋକାନୀ ତପନ ବେହେରାଙ୍କୁ ଗିରଫ କରିଥିବା ଜଣା ପଡିଛି |

    ଏନେଇ ପୋଲିସି ନିଜ ଆଡୁ ଏକ ମାମଲା ରୁଜୁ କରି ତପନଙ୍କୁ ଗିରଫ କରିବା ସେ କୋଟ ଚାଲଣ କରିଛି | ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପାଖାପାଖି ପନ୍ଦର ହଜାର ଟଙ୍କା ହେବ ବୋଲି ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି | ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ଏଭଳି ସାହସୀ କାଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ମହିଳାଙ୍କ ମହଲରେ ଚର୍ଚ୍ଚା ହେଉଛି | ଆଇଆଇସି ଙ୍କର ଏଭଳି କାଯ୍ୟକୁ ଦେଖି ବେଆଇନି ଭାବେ ଚୋରା ଗଂଜେଇ ଏବଂ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି | ଆଗକୁ ନିଶା ମୁକ୍ତ ଅଞ୍ଚଳ ହେବ ବୋଲି ଚର୍ଚ୍ଚା ହେଉଛି | ଯେଉଁ କାମ ଅବକାରୀ ବିଭାଗ କରିବା କଥା ସେ କାମ କରି ଦେଖାଇଛନ୍ତି ଚୌଦ୍ୱାର ଏବଂ ଟାଙ୍ଗୀ ପୋଲିସ |

  • ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

    ବିଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

    ବିଲରୁ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର |ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ସିମାନ୍ତ ଜାମଦା ଥାନା ଠାରୁ ମାତ୍ର ୧ କିମି ଦୂର ଵାନ୍ଦଦୁମା ଗ୍ରାମରେ | ଵାନ୍ଦଦୁମା ଗ୍ରାମର ଜଣେ ଚାଷୀ ସକାଳୁ ନିଜ ବିଲକୁ ଚାଷ କାମରେ ଯାଇଥିବାବେଳେ ଏକ ଯୁବକର ମୃତ ଦେହ ପଡ଼ିଥିବା ଗାଁଲୋକଙ୍କୁ ଖବର ଦେଇଥିଲେ | ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଜାରି ରଖିଛନ୍ତି ।

    ସୂଚନାଅନୁସାରେ, କଇ଼ଁପୁର ଗ୍ରାମରେ ପାଖାପାଖି ୩ ଦିନ ଧରି ପ୍ରସିଦ୍ଧ ଯନ୍ତାଳ ପର୍ବ ଚାଲୁ ରହିଛି । ମାନସିକଧାରୀ ମାନେ ପଡୋଶୀ ଝାଡଖଣ୍ଡ,ପଶ୍ଚିମବଙ୍ଗ ,ଜାମସେଦପୁର ସମେତ ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଆସି ନିଜ ମାନସିକ ପୂରଣ ପାଇଁ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି | ତେବେ ବାନ୍ଦଦୁମା ଗ୍ରାମରେ ମଧ୍ୟ ଗତକାଲି ରାତିସାରା ଯାତ୍ରା ଚାଲିଥିଲା । ସ୍ଥାନୀୟ କମିଟି ତରଫରୁ ଯାତ୍ରା ,ମେଳା ମଧ୍ୟ ଆୟୋଜନ କରାଯାଇଛି ।

    ତେଣୁ ମେଳା ଦେଖିବାକୁ ଆସିଥିବା କିମ୍ବା ପଡୋଶୀ ଝାଡ଼ଖଣ୍ଡରୁ କେହି ମାରିଦେଇ ଏଠାରେ ଫିଙ୍ଗି ଦେଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ,ଏସଡିପିଓ ଗୋକୁଳାନନ୍ଦ ସାହୁ,ଯାତ୍ରା ଥାନାଧିକାରୀଣୀ ଅନିତା ସ୍ୱାଇଁଙ୍କ ସମେତ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ ।

  • ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଙ୍କ ବ୍ୟାଗରୁ ଗୁଳି ଜବତ

    ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଙ୍କ ବ୍ୟାଗରୁ ଗୁଳି ଜବତ

    ଆଇଓସିଏଲରେ ଯୁବକଙ୍କ ବ୍ୟାଗ ରୁ ମିଳିଲା ଗୁଳି । ତଲାସି ବେଳେ ବ୍ୟାଗ୍ ରୁ ଗୁଳି ଜବତ କରିଛି ସିଆଇଏସ‌ଏଫ । ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀ ର ସୁପରଭାଇଜର ଦେବାଶିଷ ଦାସ ବୋଲି ଜଣାପଡିଛି ।

    ପାରାଦ୍ୱୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ସିଆଇଏସଏଫ ଯବାନ ତଲାସି କରିଥିଲେ | ଏହି ସମୟରେ ବ୍ୟାଗ୍ ରୁ ଗୁଳି ବାହାରିଥିଲା । ଦେବାଶିଷକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ ।

    ଆଇଓସିଏଲ ଏକ ସମ୍ବେଦନଶୀଳ କମ୍ପାନୀ ହୋଇଥିବାରୁ, ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ହେଲେ ସୁପରଭାଇଜର ଜଣଙ୍କ ନିଜ ବ୍ୟାଗ୍ ରେ କଣ ପାଇଁ ଗୋଟିଏ ଗୁଳି ନେଇଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

  • ସତ୍ୟବାନ ସାଜିଲା ସୈତାନ!

    ସତ୍ୟବାନ ସାଜିଲା ସୈତାନ!

    ବୀଭତ୍ସ,ଅମାନୁଷିକତାର ,ଏବଂ ମଣିଷତ୍ବର ସବୁ ସୀମା ଟିପିଲା ଜଲ୍ଲାଦ ସ୍ବାମୀ … ରାଗରେ ଗର୍ଭବତୀସ୍ତ୍ରୀକୁ କଲା ଖଣ୍ତ ଖଣ୍ତ …ଜୀବନରୁ ମାରିବା ପରେ ରଚିଥିଲା ସାଇତାନି ଷଡଯନ୍ତ୍ର…ସ୍ତ୍ରୀକୁ ମାରିବା ପରେ ଫୋନ କରି କରିଥିଲା ମିଛ ନାଟକ … ଫୋନ୍ କରି ଭଉଣୀକୁ କହିଲେ, ସ୍ତ୍ରୀ କୁଆଡ଼େ ନିଖୋଜ ହୋଇ ଯାଇଛି । ଆଉ ଭାଇ ଉପରେ ହେଲା ଭଉଣୀର ସନ୍ଦେହ । ସମ୍ପର୍କୀୟଙ୍କୁ ଜଣାଇ ଭାଇକୁ ଥାନାକୁ ନେଇଗଲେ । ଆଉ ଥାନାରେ ସେ ଯାହା କହିଲା, ପୋଲିସ ଗୋଡ଼ ତଳୁ ବି ମାଟି ଖସିଗଲା । ନିଖୋଜ ନାଟକ ରଚିଥିବା ସ୍ଵାମୀ ହିଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା ପରେ କରି ଦେଇଥିଲା ଖଣ୍ଡ ଖଣ୍ଡ ।

    ଏତିକିରେ ବୁଝି ନଥିଲା ମନ । ସ୍ତ୍ରୀର ମୁଣ୍ଡ, ହାଥ ଓ ଗୋଡ଼କୁ ନଦୀରେ ଫିଙ୍ଗି ଦେଇଥିବା ବେଳେ ଘରେ ସାଇତି ରଖିଥିଲା ଅବଶିଷ୍ଟ ଶରୀର ।ଏଭଳି ବୀଭତ୍ସ, ଲୋମଟାଙ୍କୁରା, ଛାତିଥରା ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାରେ । ଯାହା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ହାଇଦ୍ରାବାଦ ମେଡିପଲ୍ଲୀର ବାଲାଜୀ ହିଲ୍ସରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିବା ପରେ ଶରୀରର ବିଭିନ୍ନ ଅଙ୍ଗକୁ ଫିଙ୍ଗି ଧରା ପଡ଼ିଛନ୍ତି ।ପୋଲିସ ଅନୁସାରେ, ଅଭିଯୁକ୍ତ ପତ୍ନୀର ମୁଣ୍ଡ, ହାଥ ଓ ଗୋଡ଼ ମୁସି ନଦୀରେ ଫିଙ୍ଗି ଦେଇଥିବା ବେଳେ ଘରୁ ଅବଶିଷ୍ଟ ଶରୀର ଜବତ କରାଯାଇଛି । ମୃତ ୨୧ ବର୍ଷର ସ୍ଵାତୀ ୫ ମାସର ଗର୍ଭବତୀ ଥିଲେ । ଶନିବାର ଦିନ ୪ଟା ୩୦ରେ ସ୍ଵାତୀଙ୍କୁ ହତ୍ୟା କରିଥିଲା ସ୍ଵାମୀ । ପେଶାରେ ଡ୍ରାଇଭର ଥିବା ଅଭିଯୁକ୍ତ ସ୍ଵାମୀ, ସ୍ତ୍ରୀକୁ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ନଦୀରେ ଫିଙ୍ଗି ଦେଇଥିଲା ।

    ସ୍ତ୍ରୀକୁ ହତ୍ୟା ପରେ ଭଉଣୀକୁ ଫୋନ୍ କରି କହିଥିଲା, ପତ୍ନୀ କେଉଁ ଆଡ଼େ ପଳାଇଛି । କିନ୍ତୁ ଭାଇ ଉପରେ ଭଉଣୀର ସନ୍ଦେହ ହୋଇଥିଲା । ଆଉ ଭଉଣୀ ଏନେଇ ସମ୍ପର୍କୀୟଙ୍କୁ ଜଣାଇବା ପରେ ଥାନାରେ ଭାଇ କହିଥିଲା ସ୍ତ୍ରୀକୁ ହତ୍ୟାର ସବୁସତ । ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ମହେନ୍ଦ୍ର ସ୍ତ୍ରୀକୁ ହତ୍ୟା କରିଥିବା ମାନି ଯାଇଥିଲା । ଆଉ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଥିବା ବି କହିଥିଲା । ତେବେ ପୋଲିସ ନଦୀରେ ଖୋଜାଖୋଜି କରିଥିଲେ ବି ସଫଳତା ମିଳିନି । ଫରେନସିକ୍ ଟିମ୍ ମହିଳାଙ୍କ ମୃତଦେହର ଅବଶିଷ୍ଟ ଅଂଶରୁ ସାକ୍ଷ୍ୟ ଏକତ୍ର କରି ଡିଏନଏ ପରୀକ୍ଷା ପାଇଁ ପଠାଇଛି । ମୃତ ସ୍ଵାତୀଙ୍କ ପିତାଙ୍କ ଅନୁସାରେ, ମହେନ୍ଦ୍ରଙ୍କ ସହ ତାଙ୍କ ପରିବାରର ସମ୍ପର୍କ ଖରାପ ରହିଥିଲା । ଏପରିକି ଝିଅ ସ୍ଵାତୀକୁ ବାରମ୍ବାର ପ୍ରତାରିକ କରି ଆସୁଥିଲା ମହେନ୍ଦ୍ର । ଏବେ ଝିଅକୁ ହତ୍ୟା ପରେ ପରିବାର ଜ୍ଵାଇଁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

  • ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ

    ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ

    ବର୍ତ୍ତମାନର ସବୁଠାରୁ ବଡ ଖବର, ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ । ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଯୁଯୁମୁରା ଥାନାରେ ଅଭିଯୋଗ ହେବା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି | ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଏପରି ଖବର ଦେଖିବାକୁ ମିଳୁଛି | ଯାହା ଆପଣ ଦେଖୁଛନ୍ତି,ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି, ପୁଣି ଜଣେ ନାବାଳିକା ଶିକାର ହୋଇଛନ୍ତି ଗଣଦୁଷ୍କର୍ମର | ଏହି ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୁଲିସ ଉଠାଇନେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣାରେ ଅନ୍ୟ ଜଣେ ଫେରାର ରହିଛି । ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

  • ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ

    ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ

    ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ । ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥ‌ିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଜିଲ୍ଲାର ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ କୁଞ୍ଜ ବିହାରୀ ରାଉତକୁ ଗିରଫ କରିଛି ଭିଜିଲାନ୍ସ । ଅଭିଯୁକ୍ତଙ୍କଠାରୁ ଟଙ୍କା ମଧ୍ୟ ଜବତ କରାଯାଇଛି ।

    ସୂଚନା ଅନୁସାରେ ରାୟଗଡା ଜିଲ୍ଲା ମୁନିଗୁଡ଼ା ସି ଏଚ୍ ସି ର କିରାଣୀ କୁଞ୍ଜ ବିହାରୀ ରାଉତ ଜଣେ ଗରିବ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ତାଙ୍କ ଅଫିସ ରୁମରେ ମୋଟ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ପ୍ରଥମ କିସ୍ତି ବାବଦରେ ୩୦୦୦ ଟଙ୍କା ନେଇ ଦ୍ଵିତୀୟ କିସ୍ତିର ୩,୦୦୦ ଟଙ୍କା ଲାଞ୍ଚ ପାଇଁ ଜିଦ୍ ଧରିଥିଲେ  ଅନ୍ୟ କୌଣସି ଉପାୟ ଅଭିଯୋଗକାରୀ ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ।

    ଭିଜିଲାନ୍ସ ଟିମ୍‌ର ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ବୁଧବାର ଦିନ ଶ୍ରୀ ରାଉତଙ୍କୁ ବଳକା ୩୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟଙ୍କା ସହ ତାଙ୍କୁ ଗିରଫ କରିଛି। ଆୟ ବହର୍ଭୂତ ସମ୍ପତି ଠୁଳ ଆଶଙ୍କା କରି ରାଉତ ଙ୍କ ଦୁଇଟି ସ୍ଥାନରେ ଥ‌ିବା ଘରେ ଏକକାଳୀନ ଚଢ଼ଉ କରାଯାଇଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୭/୨୦୨୫, ଧାରା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ଅଭିଯୁକ୍ତ ଶ୍ରୀ ରାଉତ, ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଥ‌ବା ଜଣାପଡିଛି।

  • ପୁଣି ଆଉ ଜଣେ ନାବାଳିକା…

    ପୁଣି ଆଉ ଜଣେ ନାବାଳିକା…

    ରାଜ୍ୟରେ ଅସୁରକ୍ଷିତ ମହିଳା … ଘରକୁ ଫେରିବା ବାଟରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ….ଓଡିଶାରେର ଢେଙ୍କାନାଳରେ ଟପିଗଲା ସବୁ ସୀମା …. ସବୁ ସୀମା ପାର କରି ଭିଅଉଛନ୍ତି ନାରକୀୟ କାଣ୍ଡ, ନା ଅଛି ପୋଲିସ ର ଭୟ, ନା ମାନୁଛନ୍ତି ଆଇନ କାନୁନ, ହଁ ଦର୍ଶକବନ୍ଧୁ.ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଘଟଣା।ଘରକୁ ଫେରିବା ବାଟରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।ପିଡିତା ଛାତ୍ରୀ ଜଣଙ୍କ ପାଟି କରି ଚିଲେଇବାରୁ ଘରୁ ଧାଇଁ ଆସିଥିଲେ ମାଆ। ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ତିନି ଜଣ।ଫାଣ୍ଡିରେ ଏତଲା ପରେ ସଦରଥାନ ପୋଲିସ ତିନିଜଣଙ୍କୁ ଅଟକ ରଖି ଛାନଭିନ ଆରମ୍ଭ କରିଛି।

    ଛାତ୍ରୀଙ୍କୁ ଡାକ୍ତରୀମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।ଘଟଣାକୁ ଚପାଇ ଦେବାକୁ ପୋଲିସ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପିଡିତା ଛାତ୍ରୀ ଙ୍କ ମାଆ। ଏ ସମ୍ପର୍କରେ ପୋଲିସ୍ ର ପ୍ରତିକ୍ରିୟା ମିଳିପାରିନାହିଁ । ଢେଙ୍କାନାଳ ରେ ଦୁଇ ଟୀ ଘଟଣା ଘଟି ଲାଣି ଛାତ୍ରୀ ମାନଙ୍କ ସହ ଏଇଭଳି ଘଟଣା ନିନ୍ଦା କରୁଛନ୍ତି ସାଧାରଣ ଲୋକମାନେ

  • ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ,ମାଡି ବସିଲା ‎ଭିଜିଲାନ୍ସ

    ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ,ମାଡି ବସିଲା ‎ଭିଜିଲାନ୍ସ

    ପୁଣି ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ । ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଜିଲ୍ଲାର ମୁନିଗୁଡା ଗୋଷ୍ଠୀ । ସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ ତଥା କିରାଣୀ କୁଞ୍ଜ ବିହାରୀ ରାଉତକୁ ଗିରଫ କରିଛି ଭିଜିଲାନ୍ସ ।

    ଅଭିଯୁକ୍ତଙ୍କଠାରୁ ରଙ୍ଗ ବୋଳା ଟଙ୍କା ମଧ୍ୟ ଜବତ କରିଛି। ଏ ନେଇ ଓଡ଼ିଶା ଭିଜିଲାନ୍ସ ଜୟପୁର ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତି ଅନୁଯାୟୀ, ରାୟଗଡା ଜିଲ୍ଲା ମୁନିଗୁଡ଼ା  ସି ଏଚ୍ ସିର  ପୁରୁଷ ସ୍ବାସ୍ଥ୍ୟକର୍ମୀ ତଥା କିରାଣୀ କୁଞ୍ଜ ବିହାରୀ ରାଉତ ଜଣେ ଗରିବ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ତାଙ୍କ ଅଫିସ ରୁମରେ ମୋଟ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ  ପ୍ରଥମ କିସ୍ତି ବାବଦରେ ୩୦୦୦ ଟଙ୍କା ନେଇ ଦ୍ଵିତୀୟ କିସ୍ତିର ୩,୦୦୦ ଟଙ୍କା ଲାଞ୍ଚ ପାଇଁ ଜିଦ୍ ଧରିଥିଲେ  ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଶେଷରେ ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ।

    ଭିଜିଲାନ୍ସ ଟିମ୍‌ର ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ‎ବୁଧବାର ଦିନ ଶ୍ରୀ ରାଉତଙ୍କୁ ବଳକା ୩୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟଙ୍କା ସହ ତାଙ୍କୁ ଗିରଫ କରିଛି। ଆୟ ବହର୍ଭୂତ ସମ୍ପତି ଠୁଳ ଆଶଙ୍କା କରି ରାଉତଙ୍କ ଦୁଇଟି ସ୍ଥାନରେ ଥିବା ଘରେ ଏକକାଳୀନ ଚଢ଼ଉ କରାଯାଇଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୭/୨୦୨୫, ଧାରା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ଅଭିଯୁକ୍ତ ଶ୍ରୀ ରାଉତ, ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଥିବା ଜଣାପଡିଛି।

  • ଟ୍ରାନ୍ସପୋର୍ଟ ଅଫିସରୁ ବଡ଼ ଧରଣର ଲୁଟ୍

    ଟ୍ରାନ୍ସପୋର୍ଟ ଅଫିସରୁ ବଡ଼ ଧରଣର ଲୁଟ୍

    ବଡ଼ବିଲରେ ଏକ ଟ୍ରାନ୍ସପୋର୍ଟ ଅଫିସରୁ ବଡ଼ ଧରଣର ଲୁଟ୍ । ବଡ଼ବିଲ – କିରିବୁରୁ ରାସ୍ତାରେ ଏସଡିପିଓ ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ସିଟି ସେଣ୍ଟର୍ ମାର୍କେଟ କମ୍ପ୍ଲେକ୍ସରେ ଏହି ଲୁଟ୍ ହୋଇଛି । କମ୍ପ୍ଲେକ୍ସର ବେସମେଣ୍ଟରେ ରହିଥିବା ରିଦ୍ଧିକନ୍ ଲଜିଷ୍ଟିକ୍ ଅଫିସର ପଛପଟ ଝରକା ଭାଙ୍ଗି ମଧ୍ୟ ରାତ୍ରୀରେ କଳାକନା ବୁଲାଇଛନ୍ତି ଦୃବୃର୍ତ୍ତ । ଅଫିସ ଲକରରେ ରହିଥିବା ଲକ୍ଷାଧିକ ଟଙ୍କା ନେଇଯିବା ସହଉ ବିଭିନ୍ନ ନଥିପତ୍ର, ପ୍ରିଣ୍ଟର ଓ ଡିଭିଆର୍ ଆଦି ପୋଡ଼ି ଦେଇଛନ୍ତି ଦୃବୃର୍ତ୍ତ। ଏଥିସହ ୪ଟି ସିସିଟିଭି କ୍ୟାମେରା ତାଡ଼ି ନେଇଯାଇଛନ୍ତି । ତେବେ କମ୍ପ୍ଲେକ୍ସ ଓ ଆଖ ପାଖରେ ଲାଗିଥିବା ଅନ୍ୟ କେତେକ ସିସିଟିଭି କ୍ୟାମେରାରେ ଦୃବୃର୍ତ୍ତଙ୍କ ଚିତ୍ର କଏଦ୍ ହୋଇଥିବା ଜଣାପଡ଼ିଛି ।

    ଘଟଣାରେ ଏକାଧିକ ଦୃବୃର୍ତ୍ତ ସାମିଲ ଥିବାବେଳେ, ସେମାନେ ରେନ୍ କୋର୍ଟ ପିନ୍ଧିଥିବା କୁହାଯାଉଛି । ଖବର ପାଇ ବଡ଼ବିଲ ଏସଡିପିଓ ଏବଂ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଡକାଯାଇଛି । ଏନେଇ ସଂପୃକ୍ତ ଟ୍ରାନ୍ସପୋର୍ଟ ସଂସ୍ଥା କିମ୍ବା ପୋଲିସ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।