
ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ନାଏକ ଓ ଲୋକସଭା ପ୍ରାର୍ଥୀ ମାଳବିକା ସିଂ ଦେଓଙ୍କ ପ୍ରଚାରର ଶ୍ରୀଗଣେଶ। ପ୍ରଚାର ପାଇଁ ଅମାଠ ଓ କେସିଙ୍ଗାରେ ମିଳିତ ପ୍ରଚାର କରିବାକୁ ପହଞ୍ଚିବା ପରେ ଉଭୟଙ୍କୁ ସ୍ଥାନୀୟ ବିଜେପି କର୍ମୀ ଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଛି। ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ବିଧାୟକ ପ୍ରଦୀପ୍ତ ନାଏକ ଗତ ଚାରି ବର୍ଷ ହେଲା ଅସୁସ୍ଥତା ଯୋଗୁଁ କୌଣସି ଅଞ୍ଚଳ ଯାଇନଥିବା ବେଳେ ଚଳିତ ନିର୍ବାଚନ ପାଇଁ ଆଜି ପ୍ରଥମ ରାଜନୈତିକ ଶୋଭାଯାତ୍ରା ରେ ସାମିଲ ହୋଇଛନ୍ତି l ତେବେ ଏହି ପ୍ରଚାର ପୂର୍ବରୁ ଉଭୟ ବିଜେପି କର୍ମୀଙ୍କ ସହ ମା ଅମ୍ବାଜୀ ମନ୍ଦିରରେ ଦର୍ଶନ କରିଥିଲେ l
କେସିଙ୍ଗା ନୁଆଁ ବସଟାଣ୍ଟ ରୁ 35 କିଲୋମିଟର ଭବାନୀ ପାଟଣା ପର୍ଯ୍ୟନ୍ତ ମଟର ସାଇକେଲ ଶୋଭାଯାତ୍ରାରେ ରାଣୀ ମାଳବିକା ଓ ପ୍ରଦୀପ୍ତ ନାଏକ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ଶୋଭାଯାତ୍ରା ରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଅନାମ ନାଏକ, କେସିଙ୍ଗା ନଗର ବିଜେପି ସଭାପତି ମଗନ ସିନ୍ଦୁର ପ୍ରମୁଖ ସାମିଲ ହୋଇଥିଲେ। ବିରାଟ ରାଲି ସହ ବିଭିନ୍ନ ସ୍ଥାନରେ ପଦଯାତ୍ରା କରି ରାଣୀ ମାଳବିକା ମୋଦିଙ୍କ ଡବଲ ଇଞ୍ଜିନ ସରକାର ଗଠନରେ ସହାୟତା କରି ରାଜ୍ୟ ତଥା ଦେଶ ବିକାଶରେ ସହଭାଗୀ ହେବାକୁ ଆହ୍ବାନ ଦେଇଛନ୍ତି ସାଂସଦ ପ୍ରାର୍ଥୀ ତଥା ସ୍ଥାନୀୟ ବିଜେପି କର୍ମକର୍ତ୍ତା
ଏହି ବିଜେପି ରାଲିରେ ବହୁ ସଂଖ୍ଯାରେ ବିଜେପି କର୍ମୀ ଯୋଗଦେଇଥିଲେ। ସମସ୍ତଙ୍କ ମଧ୍ୟରେ ଥିଲା ପୁଣି ପ୍ରଦୀପଙ୍କୁ ଜିତାଇବାର ଝୁଙ୍କ ଓ ମାଳବିକାଙ୍କୁ ସାଂସଦ କରିବାର ପ୍ରତିଶ୍ରୁତି ବଦ୍ଧତା।
I am really inspired with your writing abilities as well as with the format in your blog. Is this a paid theme or did you modify it your self? Anyway keep up the nice quality writing, it is uncommon to peer a great blog like this one today!