
ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାରତୀୟ ରାଜନୀତିରେ ତାଙ୍କର ଖ୍ୟାତିକୁ କେହି ଚାହିଁଲେ ମଧ୍ୟ ଅଣଦେଖା କରିପାରିବେ ନାହିଁ। ପ୍ରଖର ବକ୍ତା ଏବଂ ଜଣେ ଦକ୍ଷ ଶାସକ ଭାବେ ପରିଚିତ ବାଜପେୟୀଙ୍କ ଡରରେ କମ୍ପୁଥିଲା ପାକିସ୍ତାନ। ଯେତେବେଳେ ସେ ସଂସଦରେ ସେ କଥା ହେଉଥିଲେ ସାରା ବିଶ୍ୱ ତାଙ୍କୁ ଧ୍ୟାନରେ ଶୁଣୁଥିଲା । କବିତା ମାଧ୍ୟମରେ ବାର୍ତ୍ତା ଥିଲା ତାଙ୍କର ପ୍ରଧାନ ଅସ୍ତ୍ର । ଅନେକ ଥର ସେ ତାଙ୍କ କବିତା ଜରିଆରେ ଗୃହରେ ବିରୋଧୀଙ୍କୁ ଜବାବ ଦେଉଥିଲେ ।
୧୯୨୪ ମସିହା ଡିସେମ୍ବର ୨୫ ତାରିଖର କଥା । ଗୋଟିଏ ପଟେ ସମଗ୍ର ବିଶ୍ୱ ଖ୍ରୀଷ୍ଟମାସ ଉତ୍ସବରେ ଉଲ୍ଲସୀତ ଥିବା ବେଳେ ଧରାପୃଷ୍ଟରେ ଜନ୍ମ ନେଇଥିଲେ ପ୍ରଖ୍ୟାତ ରାଜନୀତିଜ୍ଞ ଅଟଳ ବିହାରୀ ବାଜପେୟୀ । ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜନ୍ମିତ ଏହି ଶିଶୁଟି ଯେ ଦିନେ ରାଜନୀତିରେ ଏତେ ବଡ ପରିଚୟ ସୃଷ୍ଟି କରିବେ ତାହା କେହି କେବେ କଳ୍ପନା କରିନଥିଲେ । ତାଙ୍କ ପରିବାର ସଦସ୍ୟଙ୍କ କହିବା ମୁତାବକ, ପିଲାଦିନେ ବାଜପେୟୀଙ୍କ ସ୍ମୃତି ଅତ୍ୟନ୍ତ ପ୍ରଖର ଥିଲା । ସେ ପଢିବା ଏବଂ ଲେଖିବାରେ ବହୁତ ଦ୍ରୁତ ଥିଲେ । ଶିଶୁ ମନ୍ଦିରରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବୀ ପରେ ସେ ଗ୍ୱାଲିଅରର ଭିକ୍ଟୋରିଆ କଲେଜରୁ ସ୍ନାତକ ହାସଲ କରିଥିଲେ । ଅଟଳ ବିହାରୀ ବାଜପେୟୀଙ୍କୁ ହିନ୍ଦୀ, ସଂସ୍କୃତ ଏବଂ ଇଂରାଜୀ ଭାଷାର ଏକ୍ସପୋର୍ଟ ଭାବେ ବିବିଚନା କରାଯାଉଥିଲା ।
ତାଙ୍କର ରାଜନୈତିକ ଯାତ୍ରା କଲେଜ ସମୟରେ ଆରମ୍ଭ ହୋଇଥିଲା । ୧୯୪୨ ମସିହାରେ ସେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟ ମଧ୍ୟରେ ସେ ଆରଏସଏସର ନିକଟତର ହୋଇଥିଲେ । ଇନ୍ଦିରା ସରକାରରେ ଅଟଳ ବିହାରୀ ବାଜପେୟୀ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରୁଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ବିରୋଧ କରୁଥିବା ନେତାଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ନାମ ଆଗରେ ଥିଲା। ୧୯୯୧, ୧୯୯୬, ୧୯୯୮ ଏବଂ ୨୦୦୪ ମସିହାରେ ଲୋକସଭା ନିର୍ବାଚନ ଜିତିଥିଲେ । 1996ରେ ବିଜେପି ଲୋକସଭା ନିର୍ବାଚନରେ ଏକ ବୃହତ ବିଜୟ ହାସଲ କରିବା ସହ ମଜବୁତ ଦଳ ଭାବେ ଉଭା ହୋଇଥିଲା ।
ସେହି ସମୟ ମଧ୍ୟରେ ବିଜେପି ୧୬୧ଟି ଆସନ ଜିତି ସରକାର ଗଠନ କରିବାକୁ ଦାବି କରିଥିଲା । ଏପରିକି ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଥିଲେ । କିନ୍ତୁ, ଦୁର୍ଭାଗ୍ୟବଶତଃ ସଂଖ୍ୟା ଗରିଷ୍ଠତା ପ୍ରମାଣ ନକରିପାରିବାରୁ ସରକାର ମାତ୍ର ୧୩ ମାସ ୧୩ ଦିନରେ ଭାଙ୍ଗିଯାଇଥିଲା । ଭାରତୀୟ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀଙ୍କ ପାଇଁ ତାହା ଥିଲା ସବୁଠୁ ଛୋଟ କାର୍ଯ୍ୟକାଳ । ତା’ପରେ ୧୯୯୮ ମସିହାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେଲା । ପୁଣି ଥରେ ବିଜେପି ସର୍ବ ବୃହତ ଦଳ ହେଲା ଏବଂ ଗଠବନ୍ଧନ ଭାବେ ଏନଡିଏ ଜନ୍ମ ନେଲା । ପୁନଶ୍ଚ ଗୋଟିଏ ଟର୍ମ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଅଟଳବିହାରୀ ବାଜପେୟୀ । ତାଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ଅନେକ ଯୋଜନା ଆଜି ବି ଗରିବ ଲୋକଙ୍କ ମୁହଁରେ ହସ ଫୁଟାଉଛି ।
Can you be more specific about the content of your article? After reading it, I still have some doubts. Hope you can help me.
Thank you, your article surprised me, there is such an excellent point of view. Thank you for sharing, I learned a lot.