ଭଦ୍ରକରୁ ଜମିଜମା ବିବାଦର କରୁଣ ଚିତ୍ର, ଭାଉଜକୁ ଗାଁ ଦାଣ୍ଡରେ ଥିବା ଖୁଣ୍ଟିରେ ବାନ୍ଧି ନିସ୍ତୁକ ପିଟିଲା ଦିଅର

ଜମିବାଡ଼ି ବିବାଦକୁ ନେଇ ଭାଉଜକୁ ଖୁଣ୍ଟିରେ ବାନ୍ଧି ପିଟିଲା ଦିଅର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ପଞ୍ଚାୟତ ସୋଧ ଗ୍ରାମରେ । ନରୋତ୍ତମ ବାରିକଙ୍କ ସ୍ତ୍ରୀ ରମାମଣି ବାରିକ ଓ ସାନ ଦିଅର ଅଭିମନ୍ୟୁ ବାରିକ ମଧ୍ୟରେ ଜମି ଜମା ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ହେବ ବିବାଦ ଦେଖାଦେଇଛି । ତେବେ ଘଟଣା ରବିବାର ଦିନ ଉଗ୍ରରୂପ ନେଇଥିଲା । ରମାମଣିଙ୍କୁ ତାଙ୍କ ଦିଅର, ଯା’, ପରିବାରର ଅନ୍ୟ ସଦସ୍ୟମାନେ ଏକ ଖୁଣ୍ଟରେ ରସି ସାହାଯ୍ୟରେ ବାନ୍ଧି ପିଟୁଥିବା ଭିଡ଼ିଓ ଭାଇରାଲ ହୋଇଛି ।

ଜଣେ ମହିଳାଙ୍କ ବିରୋଧରେ ହୋଇଥିବା ଏଭଳି ଜଘନ୍ୟ ଅପରାଧ କୌଣସି ବ୍ୟକ୍ତିବିଶେଷଙ୍କର ହୃଦୟ ବିଗଳିତ କରିଦେଇପାରେ କିନ୍ତୁ ତାଙ୍କ ନିଜ ଦିଅର ଏଭଳି ହିଁ ହୀନକାର୍ଯ୍ୟ କରି ମଧ୍ୟ ସଗର୍ବରେ ମୁଣ୍ଡଟେକି ଚାଲିବା ସଭ୍ୟ ସମାଜ ପ୍ରତି ଅପମାନ। ତେବେ ଏହି ଅମାନୁଷିକ ନିର୍ଯ୍ୟାତନା ଦ୍ୱାରା ରମାମଣି ଗୁରୁତର ହେବାପରେ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଇଥିଲା ।

ତାଙ୍କ ସ୍ୱାମୀ ଓ ପୁଅ ଉଭୟ ମୁକ ଏବଂ ଅତି ନିରୀହ ସ୍ୱଭାବର ହୋଇଥିବାରୁ ଏମାନଙ୍କୁ ଜୀବନରୁ ମାରିଦେବାକୁ ଦିଅର ଉଦ୍ୟମ କରୁଥିବା ବିଷୟରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ତେବେ, ଏନେଇ ପ୍ରଥମେ ଧାମନଗର ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ରମାମଣି ଅଭିଯୋଗ କରିଛନ୍ତି।

5 thoughts on “ଭଦ୍ରକରୁ ଜମିଜମା ବିବାଦର କରୁଣ ଚିତ୍ର, ଭାଉଜକୁ ଗାଁ ଦାଣ୍ଡରେ ଥିବା ଖୁଣ୍ଟିରେ ବାନ୍ଧି ନିସ୍ତୁକ ପିଟିଲା ଦିଅର

  1. I am really inspired together with your writing skills and also with the structure for your weblog. Is that this a paid theme or did you modify it yourself? Either way stay up the nice high quality writing, it’s rare to look a nice blog like this one nowadays!

  2. Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?

Leave a Reply

Your email address will not be published. Required fields are marked *