Author: suchanatv24x7

  • ଦୁନିଆର ସବୁଠୁ ଅଜବ ମନ୍ଦିର, ଏଠି ପୂଜା ନୁହେଁ ହୁଏ ଛାଡପତ୍ର, ମନ୍ଦିରରେ ନାହିଁ କୌଣସି ଦେବତା

    ଦୁନିଆର ସବୁଠୁ ଅଜବ ମନ୍ଦିର, ଏଠି ପୂଜା ନୁହେଁ ହୁଏ ଛାଡପତ୍ର, ମନ୍ଦିରରେ ନାହିଁ କୌଣସି ଦେବତା

    ଜାପାନରେ ଏମିତି ଗୋଟିଏ ମନ୍ଦିର ରହିଛି ଯେଉଁଠାରେ ପୂଜା ନୁହେଁ ହୁଏ ଛାଡପତ୍ର । ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି କଥାଟି ସତ । ଏହି ମନ୍ଦିରରେ ଗୋଟିଏ ବି ଦେବତା କିମ୍ବା ଦେବିଙ୍କ ମୂର୍ତ୍ତି ନାହିଁ ୬୦୦ ବର୍ଷର ପୂରୁଣ ଏହି ମନ୍ଦିର ଟେକୋଜି ମନ୍ଦିର ନାମରେ ଜଣାଶୁଣା । ଏହା ଏକ ଅବଜ ପ୍ରକାରର ଛାଡପତ୍ର ମନ୍ଦିର । ଏଠାକୁ ସେହି ମହିଳା ମାନେ ଆସନ୍ତି ଯେଉଁମାନେ ନିଜ ସ୍ବାମୀ ପାଖେ ଅତିଷ୍ଠ ହୋଇପଡନ୍ତି ।

    ଏହି ମନ୍ଦିରକୁ ମାତ୍ସ୍ୟୁଗୋକା ଟୋକେଇ-ଜିଙ୍କ ନାମରେ ସ୍ଥାପିତ କରାଯାଇଥିଲା । ଏହା ଜାପାନର କାମକୁରା ଶହରର କାନାଗାଓ୍ବା ପ୍ରାନ୍ତରେ ଅବସ୍ଥିତ । ଏହା ଅନେକ ମହିଳାଙ୍କ ବାସସ୍ଥାନ ଭାବେ ଜଣାଶୁଣା, ଯେଉଁମାନେ ଘରୋଇ ହିଂସାର ଶିକାର ହୋଇଛନ୍ତି । ଯେତେବେଳେ ମହିଳାଙ୍କ ପାଇଁ କୌଣସି ଅଧିକାର ନଥିଲା ସେହି ସମୟର ଏହି ମନ୍ଦିର । ସେତେବେଳେ ଜାପନରେ ଛାଡପତ୍ରର କୌଣସି ଆଇନ ନଥିଲା ।

    ୧୨୮୫ ମସିହାରେ ବୌଦ୍ଧ ନନ କାକୁସନ ଶିଦୋ-ନି ଏହି ମନ୍ଦିର ସ୍ଥାପନ କରିଥିଲେ । ଯେଉଁ ମହିଳା ମାନେ ବାହାଘରରେ ଖୁସି ନଥିଲେ ସେମାନେ ଏହି ମନ୍ଦିରକୁ ଆସୁଥିଲେ । ସମୟ ସହିତ ତାଳ ଦେଇ ଏହି ମନ୍ଦିରଟି ଏକ ସୁରକ୍ଷିତ ସ୍ଥାନ ଭାବେ ପ୍ରସିଦ୍ଧ ହୋଇଗଲା । ଜାପାନର ମହିଳା ମାନେ ମଧ୍ୟ ଏଠାରେ ସୁରକ୍ଷିତ ଅନୁଭବ କଲେ । କିଛି ଦିନ ରହିବା ପରେ ମନ୍ଦିର ପକ୍ଷରୁ ଆଧିକାରୀକ ଭାବେ ଛାଡପତ୍ର ସାର୍ଟିଫିକେଟ ମିଳିଯାଇଥାଏ । ଏହାକୁ ସୁଫୁକୁ-ଜି ନାମରେ ଜଣାଯାଏ । ଏହି ସାର୍ଟିଫିକେଟ ଜରିଆରେ ମହିଳାଙ୍କୁ ବିବାହରୁ ମୁକ୍ତି ମିଳେ ।

    ଏହି ମନ୍ଦିରଟି ମଧ୍ୟ ଦେଖିବାକୁ ଖୁବ୍ ଆକର୍ଷଣୀୟ । ବିଭିନ୍ନ ବାସ୍ତୁକଳାରେ ପିରିପୂର୍ଣ୍ଣ ଏହି ସ୍ଥାନଟି ସମ୍ପୂର୍ଣ୍ଣ ପ୍ରକୃତି କୋଳେଇ ନେଲା ପରି ମନେହୁଏ । ଏହାକୁ କାକେକୋମୀ ଡେରା, ସମ୍ପର୍କ ଭାଙ୍ଗୁଥିବା ସ୍ଥାନ ଏବଂ ପଳାୟନ କରିଥିବା ମହିଳାଙ୍କ ମନ୍ଦିର ବା ଛଡପତ୍ର ମନ୍ଦିର ଆଦି କୁହାଯାଏ ।

    À propos du travail conjoint: “Vivien est très assemblé et je – au contraire, sautant souvent du cinquième au dixième. Elle est beaucoup plus expérimentée et plus raide et j’implique prix du cialis en pharmacie est si importante mon opinion. Je n’aime pas et je ne sais pas expliquer mes actions pour comprendre quoi et comment je fais, vous devez simplement me regarder. Vivien, au contraire, très sociable. Elle sait toujours exactement ce qu’il veut. Je ne sais pas ça et est prêt à essayer beaucoup d’options. “

  • ପାୱାର କଟ୍ ହେଉନି, ଅଧିକ ପବନ ହେଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ: ମନ୍ତ୍ରୀ

    ପାୱାର କଟ୍ ହେଉନି, ଅଧିକ ପବନ ହେଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ: ମନ୍ତ୍ରୀ

    ରାଜ୍ୟରେ ତାତି ବଢୁଥିବା ବେଳେ ଅସହ୍ୟ ହେଉଛି ଗୁଳୁଗୁଳି । ଏହି ଗୁଳୁଗୁଳି ପାଇଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍ କାଟ୍ ଲୋକଙ୍କୁ ଟେନସନରେ ପକାଇଛି ।

    ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଦିନ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଛି । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ମନ୍ତ୍ରୀଙ୍କ କହିବାନୁସାରେ ପାୱାର କଟ୍ କେଉଁଠି ବି ହେଉନି । କାଳବୈଶାଖୀ ପ୍ରଭାବରେ ବାରମ୍ବାର ପବନ ହେଲେ ବିଦ୍ୟୁତ୍ କାଟିବାକୁ ବାଧ୍ୟ । କାରଣ ବହୁତ ସ୍ଥାନରେ ଖୁଣ୍ଟ ଉପୁଡ଼ି ଯାଉଛି । ସେଗୁଡ଼ିକ ମରାମତି କରିବା,ବିଦ୍ୟୁତ୍ ତାର ଲଗାଇବା ସମୟସାପେକ୍ଷ । ଏହି କାମ ସଙ୍ଗେ ସଙ୍ଗେ ହୁଏନି ବୋଲି ମନ୍ତ୍ରୀ କହିଛନ୍ତି । ଉପଭୋକ୍ତାମାନେ ଅଧିକ ବିଦ୍ୟୁତ ବ୍ୟବହାର କରୁଛନ୍ତି । ତେଣୁ ଭିତ୍ତିଭୂମି ଲୋଡ୍ ସମ୍ଭାଳିବା ଆବଶ୍ୟକ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ସେଥିପାଇଁ ଅନେକ ସ୍ଥାନରେ ତାର ଏବଂ ଟ୍ରାନ୍ସଫର୍ମର ପୋଡ଼ି ଯାଉଛି । ଏହା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି ।

    ଭିତ୍ତିଭୂମି ଅସୁବିଧା ଓ ଅଭାବ ଯୋଗୁଁ ଯେଉଁଠି ବିଦ୍ୟୁତ୍ କାଟ୍ ଦୁଇରୁ ତିନି ଘଣ୍ଟା ପାଇଁ ହେଉଛି,ସେଠି ପାୱାର ଅଭାବ ନା ରାଜ୍ୟ ସରକାର ବିଦ୍ୟୁତ ଯୋଗାଇ ପାରୁନାହାଁନ୍ତି । ରାଜ୍ୟ ସରକାରଙ୍କ କାମ ହେଉଛି ବିଦ୍ୟୁତ ବିତରଣ କମ୍ପାନୀକୁ ତାଗିଦ କରି ଯେତେ ସମ୍ଭବ ବିଦ୍ୟୁତ ଯୋଗାଇବା । ରାଜ୍ୟ ସରକାର ସେଥିପାଇଁ ତତ୍ପର ଅଛନ୍ତି । କାଳବୈଶାଖୀରେ ଯାହା ଭାଙ୍ଗିବ ତାକୁ ଶୀଘ୍ର ଠିକ୍ କରିବାକୁ ପଦକ୍ଷେପ ନେବାରେ ହେଳା କରୁନାହାଁନ୍ତି ରାଜ୍ୟ ସରକାର ।

  • ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ନାବାଳକ ଉଦ୍ଧାର

    ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ନାବାଳକ ଉଦ୍ଧାର

    ଓଡିଆରେ ଗୋଟିଏ ଲୋକ କଥା ଅଛି, ରଖେ ହରି ମାରେ କିଏ। ଏହି ଉକ୍ତିଟି ଆମାଜନ ଘଞ୍ଚ ଜଙ୍ଗଲରେ ହୋଇଥିବା ପ୍ଲେନ କ୍ରାସର ଏକ ମାସରୁ ଅଧିକ ସମୟ ପରେ ଜୀବିତ ଉଦ୍ଧାର ହୋଇଥିବା ୪ ଜଣ ନାବାଳକଙ୍କୁ ଦେଖିବା ପରେ ସତ୍ୟ ପ୍ରମାଣିତ ହୋଇଛି।ମେ ୧ ତାରିଖ! ସାନ ଜୋସେ ଡେଲ ଗୁଆଭିଆରରୁ ୩୫୦ କିମି ଦୂରରେ ଥିବା ଅରାରାକୁଆରା ଜଙ୍ଗଲରେ ରହିଥିବା କିଛି ଆଦିବାସୀ ଙ୍କୁ ନେଇ ଉଡାଣ ଭରିଥିଲା କେସନା ୨୦୬ ଛୋଟ ବିମାନଟି। କାରଣ ଏମାନଙ୍କ ଜୀବନ ପ୍ରତି ସେଠାକାର ବିଦ୍ରୋହୀ ଗୋଷ୍ଠୀଠାରୁ ବିପଦ ଥିଲା।

    କିନ୍ତୁ ବିମାନ ଉଡାଣ ଭରିବାର ମାତ୍ର କିଛି ସମୟ ପରେ ପାଇଲଟ ବିମାନର ଇଞ୍ଜିନରେ କିଛି ସମସ୍ୟା ଥିବା ରିପୋର୍ଟ କରିଥିଲେ ଓ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସର୍ଚ୍ଚ ଅପରେସନ ପରେ ଏକ ଗଛ ସହ ଭୂଲମ୍ବରେ ବିମାନ ପଡିଥିବା ଦେଖିବାକୁ ମିଳିଥିଲା। ପାଇଲଟ ସହ ପିଲାମାନଙ୍କ ମା ଓ ଜଣେ ସ୍ଥାନୀୟ ଆଦିବାସୀ ନେତାଙ୍କ ମୃତଦେହ ଘଟଣାସ୍ଥଳରୁ ମିଳିଥିଲା।କିନ୍ତୁ ସେଠାରେ ପିଲାଙ୍କର କୌଣସି ପତ୍ତା ମିଳି ନ ଥିଲା। ସେମାନଙ୍କ ଠାବ ପାଇଁ ଆରମ୍ଭ ହୋଇଥିଲା ଏକ ବିରାଟ ଉଦ୍ଧାର ଅଭିଯାନ। ଶହସ୍ରାଧିକ ଅଧିକାରୀଙ୍କ ସହ ଜଙ୍ଗଲ ସହ ପରିଚିତ ଆଦିବାସୀ ଏହି ଅଭିଯାନରେ ହୋଇଥିଲେ ସାମିଲ। ଏଥିରେ ୧୦ ହଜାରରୁ ଅଧିକ ବିମାନ ମଧ୍ୟ ଜଙ୍ଗଲ ଉପରେ ଉଡିଥିଲା ଶିଶୁମାନଙ୍କ ସନ୍ଧାନରେ।ଲଗାତର ୪୦ ଦିନ ଧରି ଚାଲିଥିବା ରେସ୍କୁ ଅପରେସନ ପରେ ଶେଷରେ ସେନା ୪ ନାବାଳକଙ୍କୁ ଘଞ୍ଚ ଜଙ୍ଗଲ ଭିତରେ ଠାବ କରିଛି।

    ଏହି ପିଲାଙ୍କୁ ଠାବ କରିବାକୁ ସେଠାକାର ସରକାର ସେଠାରେ ଆକ୍ଟିଭ ଥିବା ବିଦ୍ରୋହୀଙ୍କ ସହ ୬ ମାସ ପାଇଁ ଶାନ୍ତି ଚୁକ୍ତି ମଧ୍ୟ କରିଛି। ଏତେ ଦିନ ଧରି ଘଞ୍ଚ, ଅନ୍ଧାରରେ ପୂର୍ଣ୍ଣ ତଥା ଜାଗୁଆର, ସାପ, ବିଭିନ୍ନ ବିଷାକ୍ତ ସରିସୃପରେ ପୂର୍ଣ୍ଣ ଜଙ୍ଗଲରେ ପିଲାମାନଙ୍କ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କାରଣ ଏହି ପିଲାମାନଙ୍କ ବୟସ ୧ ବର୍ଷରୁ ୧୩ ବର୍ଷ ମଧ୍ୟରେ। ଏହାକୁ ନେଇ କୁହାଯାଉଛି କି, ହୁଇଟୋଟୋ ଆଦିବାସୀ ସମ୍ପ୍ରଦାୟର ପିଲାମାନେ ଶିକାର, ମାଛଧରା, ଖାଦ୍ୟ ସଂଗ୍ରହ ସହ ଜଙ୍ଗଲ ସହିତ ବେଶ ପରିଚିତ। ତେଣୁ କୌଣସି ପ୍ରକାରେ ସେମାନେ ନିଜର ବଞ୍ଚି ରହିବାର ସାଧନ ଜଙ୍ଗଲରୁ ସଂଗ୍ରହ କରିବାରେ ହୋଉଥିଲେ ସକ୍ଷମ।ଏହି ସଫଳତାକୁ ନେଇ କଲମ୍ବିଆର ରାଷ୍ଟ୍ରପତି ଗୁଷ୍ଟାଭୋ ପେଟ୍ରୋ ଶୁକ୍ରବାର ସୂଚନା ଦେଇଛନ୍ତି। ୪ ନାବାଳକଙ୍କ ଉଦ୍ଧାର ପରେ ଗୁଷ୍ଟାଭୋ କହିଛନ୍ତି ଆଜିର ଦିନ ଆମ ପାଇଁ ଏକ ଯାଦୁ’ର ଦିନ। ପୂରା ଦେଶ ଖୁସି। ନିଖୋଜର ୪୦ ଦିନ ପରେ ଜୀବିତ ଉଦ୍ଧାର ହୋଇଛନ୍ତି ୪ ଶିଶୁ।

    ଅବଶ୍ୟ ସେମାନେ ଦୁର୍ବଳ ହୋଇ ପଡିଛନ୍ତି। ତେଣୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯିବ।ତେବେ ବିଶ୍ବର ନିଖୋଜ ଇତିହାସରେ ଏହି ଘଟଣାଟି ନିଶ୍ଚିତରୂରେ ଏକ ବିରଳରୁ ବିରଳତମ ଘଟଣା ।

  • କେନ୍ଦୁଝର ଜିଲ୍ଲା ଗସ୍ତରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

    କେନ୍ଦୁଝର ଜିଲ୍ଲା ଗସ୍ତରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

    କେନ୍ଦୁଝର ଜିଲ୍ଲା ଗସ୍ତରେ 5T ସଚିବ ଭି.କେ.ପାଣ୍ଡିଆନ । ଏଥିପାଇଁ ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି କେନ୍ଦୁଝର ଜିଲ୍ଲା । ପାଟଣା ବ୍ଲକ୍ ତୋଣ୍ଡ ହେଲିପ୍ୟାଡରେ ଓହ୍ଲାଇ ଭୀମକୁଣ୍ଡ ଯାଇଥିଲେ 5T ସଚିବ । ଏହାପରେ ସେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ ପରେ ଏହାର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିଥିଲେ ।

    ଏଥିସହ ପାଟଣା ମସଜିଦ୍,ପାଟଣା ଆନନ୍ଦେଶ୍ୱର ଶିବ ମନ୍ଦିର ସହ ରାଜନଗରରେ ଥିବା ସର୍ବ ପୁରାତନ ଜଗନ୍ନାଥ ମନ୍ଦିରର ବିକାଶ ନେଇ ଆଲୋଚନା କରିଥିଲେ ଭି.କେ.ପାଣ୍ଡିଆନ୍ । ଭୀମକୁଣ୍ଡ ଆୟୋଜିତ ସାଧାରଣ ସଭାରେ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ 5T ସଚିବ । ତାଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା ।

    ହେଲିପ୍ୟାଡସ୍ଥଳକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲାପାଳ ଆଶିଷ ଠାକରେ,ଏସପି କୁଶଲକର ନିତିନ ଦାଗୁଡୁ,ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ପାଟଣା ବିଡିଓ ଶିବଶଙ୍କର ମୁର୍ମୁ, ଘଟଗାଁ ଏସଡିପିଓ ସୁଶିଲ କୁମାର ମିଶ୍ର, ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଓ ଘଟଗାଁ ଥାନା ଅଧିକାରୀ ପ୍ରତିଭା ସାହୁଙ୍କ ସହ ଅନ୍ୟ କର୍ମଚାରୀ ସଭାସ୍ଥଳ ତଦାରଖ କରିଥିଲେ । 5T ସଚିବଙ୍କ ଏହି ଗସ୍ତ ସମୟରେ ପାଟଣା ଅଞ୍ଚଳର ସମସ୍ୟାର ସାମଧାନ ପାଇଁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

  • ୫ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି

    ୫ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି

    ଅସହ୍ୟ ତାତିରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଆଉ ୫ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି। ଆଗାମୀ ୫ ଦିନ ଯାଏଁ ପାଗର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗକେନ୍ଦ୍ରର ସୂଚନା ଅନୁଯାୟୀ , ରାଜ୍ୟରେ ୩ ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ଝାରସୁଗୁଡା,ସମ୍ବଲପୁର, ବରଗଡ, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ଆଜି ସକାଳୁ ସକାଳୁ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତି ହେଉଛି। ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢ଼େ 9 ଟା ସୁଦ୍ଧା 32 ଡିଗ୍ରୀ ପାର କରିଛି ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ଉପରେ ୨ଟି ସହରର ତାପମାତ୍ରା ରହିଥିଲା । ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ପାର ହୋଇଥିଲା । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

  • ଇତିହାସ ରଚିବା ଅପେକ୍ଷାରେ ଜୋକୋଭିକ୍, ପ୍ରଥମ ଗ୍ରାଣ୍ଡସ୍ଲାମ୍ ଲକ୍ଷ୍ୟରେ ରୁଡ୍

    ଇତିହାସ ରଚିବା ଅପେକ୍ଷାରେ ଜୋକୋଭିକ୍, ପ୍ରଥମ ଗ୍ରାଣ୍ଡସ୍ଲାମ୍ ଲକ୍ଷ୍ୟରେ ରୁଡ୍

    ଫ୍ରେଞ୍ଚ ଓପନ ଫାଇନାଲରେ ଅଭିଜ୍ଞ ନୋଭାକ୍ ଜୋକୋଭିକ୍ ଓ କାସପର ରୁଡ୍ । ରବିବାର ଅର୍ଥାତ୍ ଆସନ୍ତାକାଲି ଟାଇଟଲ୍ ପାଇଁ ଲଢ଼ିବେ ଦୁଇ ଖେଳାଳି । ସେମିରେ ଦମଦାର ପ୍ରଦର୍ଶନ କରି ବିଜୟୀ ହେବା ପରେ ଏବେ ଚାମ୍ପିଅନ୍ ହେବାକୁ ପ୍ରୟାସ କରିବେ ଦୁଇ ଖେଳାଳି ।

    ବିଶ୍ୱର ନମ୍ବର ୱାନ ଖେଳାଳି ତଥା ସ୍ପେନ୍ ତାରକା ଆଲକାରାଜ ଏବଂ ଅଭିଜ୍ଞ ତଥା ସର୍ବିୟା ତାରକା ଜୋକୋଭିକଙ୍କ ମଧ୍ୟରେ ପ୍ରଥମ ସେମି ଖେଳାଯାଇଥିଲା । ଆରମ୍ଭରୁ କଡ଼ା ମୁକାବିଲା ହୋଇଥିବା ବେଳେ ୬-୩ରେ ପ୍ରଥମ ସେଟ୍ ଜିତିଥିଲେ ଜୋକୋଭିକ୍ । ତେବେ ଲଢୁଆ ପ୍ରଦର୍ଶନ କରି ଦ୍ୱିତୀୟ ସେଟକୁ ୭-୫ରେ ଜିତି ନେଇଥିଲେ ଆଲକାରାଜ । ତୃତୀୟ ସେଟ୍ ଆରମ୍ଭରୁ ଆଲକାରାଜ ମାଂସପେଶୀଜନିତ ସମସ୍ୟାରେ ପଡ଼ିଥିଲେ । ତେଣୁ ଏହାର ଫାଇଦା ନେଇ ତୃତୀୟ ଓ ଚତୁର୍ଥ ସେଟ୍ ଜିତି ନେଇଥିଲେ ଜୋକୋଭିକ୍ । ୩-୧ରେ ଆଲକାରାଜଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଜୋକୋଭିକ୍ ।

    ସେପଟେ, ଦ୍ୱିତୀୟ ସେମିରେ ମୁହାଁମୁହିଁ ହୋଇଥିଲେ ଆଲେକଜାଣ୍ଡର ଜିଭେରେଭ ଏବଂ କାସପର ରୁଡ୍ । ଦମଦାର ପ୍ରଦର୍ଶନ କରି ମୁକାବିଲାକୁ ଏକତରଫା କରିଥିଲେ ରୁଡ୍ । ୩-୦ରେ ଜିଭେରେଭଙ୍କୁ ହରାଇ ଲଗାତାର ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ରୁଡ୍ ।

    ଏଯାଏ କ୍ୟାରିୟରରେ ୨୨ଟି ଗ୍ରାଣ୍ଡସ୍ଲାମ୍ ଜିତି ନାଡାଲଙ୍କ ସମକକ୍ଷ ଅଛନ୍ତି ଜୋକୋଭିକ । ଫ୍ରେଞ୍ଚ ଓପନ ଜିତି ଇତିହାସ ରଚିବା ଅପେକ୍ଷାରେ ସର୍ବିୟା ତାରକା । ସେପଟେ, ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାସଲ ଲକ୍ଷ୍ୟରେ ଲଢ଼ିବେ ରୁଡ୍ । ଗତବର୍ଷ ସେ ଫ୍ରେଞ୍ଚ ଓପନ ଏବଂ ୟୁଏସ ଓପନ୍ ରନର୍ସ ଅପ୍ ଥିଲେ ।

  • ଆସନ୍ତା ୧୭ରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

    ଆସନ୍ତା ୧୭ରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

    ମାତ୍ର କେଇଟା ଦିନପରେ ଓଡ଼ିଶା ଆସିବେ ଅମିତ ଶାହ । ୧୭ ତାରିଖରେ ଢେଙ୍କାନାଳ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଢେଙ୍କାନାଳରେ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ । ଏ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

    ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଏକ ବିଶାଳ ସମ୍ମିଳନୀରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ପ୍ରାୟ ୫୦ ହଜାର ହିତାଧିକାରୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସେ ଭେଟିବେ । ୯ ବର୍ଷ ଶାସନ କାଳରେ ମୋଦି ସରକାରଙ୍କ ଗୁଣଗାନ କରିବେ ଶାହ । ତାଙ୍କ ସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟ ନେତୃତ୍ୱବୃନ୍ଦ ଉପସ୍ଥିତ ରହିବେ ।

    କିଛି ଦିନ ପୂର୍ବ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଅମିତ ଶାହଙ୍କ ଗସ୍ତ ନେଇ ସୂଚନା ଦେଇଥିଲେ । ୧୭ରେ ଅମିତ ଶାହ ଏବଂ ୨୨ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବେ ବୋଲି ସେ କହିଥିଲେ । ବିଜେପିର ମହାଜନସମ୍ପର୍କ ଯାତ୍ରାରେ ଯୋଗଦେବାକୁ ସେମାନେ ଓଡ଼ିଶା ଆସିବେ । ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ଦାୟିତ୍ବ ନେବା ପରେ ଏବେ ଦଳ ଆକ୍ସନ ମୁଡରେ ଅଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏହି ଗସ୍ତ ଦଳର ସଂଗଠନକୁ ଅଧିକ ସକ୍ରିୟ କରିବ ବୋଲି ନେତା ଓ କର୍ମୀ ଆଶା ରଖିଛନ୍ତି ।

  • ଜମ୍ମୁକାଶ୍ମୀର: କଠୁଆ ଜିଲ୍ଲାରୁ ବିମାନ ଆକୃତିର ବେଲୁନ୍ ଉଦ୍ଧାର, ସର୍ଚ୍ଚ ଅପରେସନ୍ ଜାରି

    ଜମ୍ମୁକାଶ୍ମୀର: କଠୁଆ ଜିଲ୍ଲାରୁ ବିମାନ ଆକୃତିର ବେଲୁନ୍ ଉଦ୍ଧାର, ସର୍ଚ୍ଚ ଅପରେସନ୍ ଜାରି

    ଜମ୍ମୁ ଓ କଶ୍ମୀରର କଠୁଆ ଜିଲ୍ଲାରୁ PIA ଲୋଗୋ ଥିବା ଗୋଟାଏ ବିମାନ ଆକୃତିର ବେଲୁନ୍‌ ଉଦ୍ଧାର କରାଯାଇଛି । କଳା ଓ ଧଳା ରଙ୍ଗର ରହସ୍ୟମୟ ବେଲୁନ୍‌ କଠୁଆ ଜିଲ୍ଲାର ହୀରାନଗର ଅଞ୍ଚଳରୁ ମିଳିଛି । ଗୋଟିଏ ପଡ଼ିଆରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା ଏହି ବେଲୁନ୍ । ସୁରକ୍ଷାବାହିନୀ ପକ୍ଷରୁ ଉକ୍ତ ବେଲୁନ୍‌ ଜବତ କରାଯାଇଛି । ଏହା କେଉଁଠୁ ଏବଂ କିପରି ଆସିଲା ତାହା ଜାଣିବା ଲାଗି ତଲାସୀ ଅଭିଯାନ ଜାରି ରହିଛି ।

    ସୂଚନା ଅନୁସାରେ ଚଳିତବର୍ଷ ‌ଫେବ୍ରୁଆରୀରେ ଶିମ୍‌ଲାର ଏକ ସେଓ ବଗିଚାରୁ ଗୋଟିଏ ବିମାନ ଆକୃତିର ସବୁଜ ଓ ଧଳାରଙ୍ଗର ବେଲୁନ୍‌ ଉଦ୍ଧାର କରାଯାଇଥିଲା। ସେଥିରେ ମଧ୍ୟ PIAର ଲୋଗୋ ଛାପା ଯାଇଥିଲା । ସେହିପରି,ଚଳିତବର୍ଷ ମେ ୨୦ ତାରିଖରେ ଆଉ ଗୋଟିଏ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଅମୃତସରରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିମାରି ଖସାଇ ଦିଆଯାଇଥିଲା । ସେଥିରେ ନିଶାଦ୍ରବ୍ୟ ଥିବା ସନ୍ଦେହରେ ବ୍ୟାଗ୍‌ଟିଏ ମଧ୍ୟ ଜବତ କରାଯାଇଥିଲା । ଡ୍ରୋନ୍ ମିଳିବାର ପୂର୍ବଦିନ ପଞ୍ଜାବ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ବିଏସ୍‌ଏଫ୍‌ ଯବାନମାନେ ୪ଟି ପାକିସ୍ତାନୀ ଡ୍ରୋନ୍‌ ମଧ୍ୟରୁ ସେଥିରୁ ୩ଟି ଡ୍ରୋନ୍‌କୁ ଗୁଳିମାରି ଖସାଇ ଦେଇଥିଲେ।