Author: suchanatv24x7

  • ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲା

    ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲା

    ନବଜାତ ଶିଶୁକୁ ଛାତ ଉପରୁ ଫିଙ୍ଗିଦେଲା ଜଙ୍ଗଲୀ ବିଲେଇ । ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲା କଅଁଳା ଶିଶୁ । ଏମିତି ଭୟଙ୍କର ଘଟଣା ଉତ୍ତରପ୍ରଦେଶର ବୁଦାନ ଜିଲ୍ଲାରେ ଦେଖିବାକୁ ମିଳିଛି । ମାସରେ ଦ୍ୱିତୀୟ ଥର ପାଇଁ ଏହି ସମାନ ଘଟଣା ୟୁପିରେ ଘଟିଛି । ସୋମବାର ଏହି ଘଟଣା ଘଟିଥିବାର ପୋଲିସ ସୂଚନା ଦେଇଛି ।

    ରେଶମା ଓ ତାଙ୍କ ସ୍ୱାମୀ ମହମ୍ମଦ ହାସନ ୟୁପିର ବୁଦାନ ଜିଲ୍ଲାର ଗୌଟରାପଟ୍ଟିରେ ଏକ ଭଡ଼ା ଘରେ ରହୁଥିଲେ । ହାସନ ଜଣେ ଦିନ ମଜୁରିଆ । ବିବାହର ୬ ବର୍ଷ ପରେ ତାଙ୍କର ଜାଆଁଳା ସନ୍ତାନ ଜନ୍ମ ହୋଇଥିଲା । ରେଶମାଙ୍କ କହିବାନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଛୁଆଙ୍କୁ କ୍ଷୀର ପିଆଇ ଛାତ ଉପରେ ଝୁଲଣାରେ ଶୁଆଇ ଦେଇଥିଲେ । ଏହାପରେ ସେ ନିଜ ଘର କାମରେ ଲାଗି ପଡ଼ିଲେ ।

    କିଛି ସମୟ ପରେ ରେଶମା ପୁଅ ରିହାନର କାନ୍ଦିବା ଶବ୍ଦ ଶୁଣିଥିଲେ । ସେ ଦୌଡ଼ି ଛାତକୁ ଗଲା ବେଳେ ଦେଖିଲେ ଯେ, ଗୋଟିଏ କଳା ରଙ୍ଗର ଜଙ୍ଗଲୀ ବିଲେଇଟି ରିହାନକୁ ପାଟିରେ ଜାବୁଡ଼ି ଧରିଛି । ରିହାନଙ୍କୁ ବଞ୍ଚାଇବା ପାଇଁ ସେ ଚିଲାଇବାରୁ ବିଲେଇଟି ଛାତରୁ ଡେଇଁ ପଡ଼ିଲା ଓ ଶିଶୁକୁ ଛାତ ତଳକୁ ଫିଙ୍ଗି ଦେଲା । ରେଶମା ତୁରନ୍ତ ରିହାନକୁ ମେଡିକାଲ ନେଇ ଯାଇଥିଲେ । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଶମାଙ୍କ ସ୍ୱାମୀ ହାସନଙ୍କ କହିବାନୁଯାୟୀ ସେ ଗତ ୧୫ ଦିନ ହେବ ଏକ ଜଙ୍ଗଲୀ ବିଲେଇକୁ ଘର ପାଖରେ ବୁଲୁଥିବାର ଦେଖିଥିଲେ ।

    ପୋଲିସର କହିବାନୁଯାୟୀ ପରିବାରବର୍ଗ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ ନ କରାଇ ଶିଶୁର ଅନ୍ତିମ ସଂସ୍କାର କରିଦେଇଥିଲେ । ଯଦି କୌଣସି ଜଙ୍ଗଲୀ ଜନ୍ତୁ ଅଞ୍ଚଳରେ ବୁଲୁଛି, ତେବେ ସ୍ଥାନୀୟ ଲୋକେ ବନବିଭାଗକୁ ତୁରନ୍ତ ଜଣାଇବା ଦରକାର । ପୂର୍ବରୁ ମଧ୍ୟ ଯୁପିର ଆଗ୍ରା ଜିଲ୍ଲାର ବରୱାର ଗ୍ରାମରେ ଗୋଟିଏ ଦେଢ଼ ମାସର ଶିଶୁକୁ ଜଙ୍ଗଲୀ ବିଲେଇ ମାରି ଦେଇଥିଲା ।

  • କ୍ଷୀର ବ୍ୟବସାୟୀ ନଦୀଘାଟରୁ ପାଣି ଆଣି କ୍ଷୀରରେ ମିଶାଉଥିଲା,ଜିଲ୍ଲାପାଳ ଉଠାଇଲେ ଫଟୋ

    ଆଜିକାଲି ବଜାରକୁ ଯାହା ଆସିଲା ସବୁ ନକଲି ବା ଭେଜାଲ ସେ ଘରର ରାସନ ହେଉ ଅବା ହାଟରୁ ମିଳୁଥିବା ପନିପରିବା ଏମିତିକି ପ୍ୟାକେଟ ମିଳୁଥିବା କ୍ଷୀର ମଧ୍ୟ ଏଥିରୁ ବାଦପଡ଼ିନି I ସେଥିପାଇଁ ସାଧାରଣତଃ ସମସ୍ତେ କ୍ଷୀର ପାଇଁ ସକାଳୁ ଭିଡ଼ ଲଗାଇଥାନ୍ତି କାହିଁକିନା ନଗଦ ଓ ଫ୍ରେସ କ୍ଷୀର ସେମାନେ ପାଇଥାନ୍ତି I ହେଲେ ଏବେ କ୍ଷୀର ବ୍ୟବସାୟୀ ମଧ୍ୟ ଗାଁରୁ ନେଇ ସହର ଆଡେ ଯେତେବେଳେ ଯା’ନ୍ତି ବିକିବାକୁ କାରଣ ଫ୍ରେସ କ୍ଷୀର ସହରରେ ଡିମାଣ୍ଡ ସହିତ ଭଲ ଦୁଇ ପଇସା ମିଳିଯିବା ଆଶାରେ Iହେଲେ ଏମିତି କିଛି ବ୍ୟବସାୟୀ ଅଛନ୍ତି ଯେଉଁମାନେ ଘରୁ ବା ବାଟରେ କେଉଁଠି ଗାଡ଼ିଆ ବା ନଦୀ ମିଳିଯାଏ ତେବେ ସେମାନେ ସେଇଠି କ୍ଷୀରରେ ପାଣି ମିଶିବାକୁ ଭୁଲନ୍ତି ନାହିଁ I

    ଏମିତି ଏକ ଭେଜାଲ କରୁଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି I ଜଣେ କ୍ଷୀର ବ୍ୟବସାୟୀ ଗାଁରୁ ସହରକୁ କ୍ଷୀର ନେଇ ବାଇକରେ ଯିବାବେଳେ ବାଟରେ ଗାଡି ରଖି ନଦୀଘାଟରୁ ପାଣି ଆଣି କ୍ଷୀରରେ ମିଶାଉଥିଲା । ଏହି ସମୟର ତା’ ଉପରେ ପଡିଥିଲା ମର୍ଣ୍ଣିଙ୍ଗ ୱାକରେ ଯାଉଥିବା ଜିଲ୍ଲାପାଳଙ୍କ ନଜର । ଜିଲ୍ଲାପାଳ ତୁରନ୍ତ ନିଜ ମୋବାଇଲରେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ । ଏବେ ଏହି ଭିଡିଓ ଭାଇରରାଲ ହେବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଲୋକେ ।

    ସୂଚନା ମୁତାବକ, ମଧ୍ୟପ୍ରଦେଶ ସ୍ୟୋପୁର ସହର ନିକଟ ଦେଇ ବହିଯାଉଛି ମୋର୍ଣ୍ଡଙ୍ଗ୍ରୀ ନଦୀ । ଏହିପଟ ଦେଇ ଯାଉଥିବା ଜଣେ କ୍ଷୀର ବ୍ୟବସାୟୀ ବାଇକରେ ଯାଉଥିବାବେଳେ ଏହି ନଦୀ କୂଳରେ ଅଟକିଥିଲା ଏବଂ ନଈ ପାଣି ଆଣି ସବୁ କ୍ଷୀର କ୍ୟାନରେ ମିଶାଇଥିଲା । ସେହି ପଟ ଦେଇ ମର୍ଣ୍ଣିୱାକରେ ଯାଉଥିଲେ ସ୍ୟୋପୁର ଜିଲ୍ଲାପାଳ ସଞ୍ଜୟ କୁମାର । କ୍ଷୀରରେ ପାଣି ମିଶାଇବାର ସବୁ ଫଟୋ ମୋବାଇଲେରେ ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କେବଳ ଏତିକି ନୁହେଁ କ୍ଷୀର ବାଲାକୁ ଆଗକୁ ଏଭଳି ନକରିବାକୁ ତାଗିଦ ମଧ୍ୟ କରିଥିଲେ ।

  • ପାରାଦୀପକୁ ଗ୍ରାସ କରିଛି ପାନୀୟ ଜଳ ସଙ୍କଟ, ଲୋକେ ପିଉଛନ୍ତି ବିଷାକ୍ତ ପାଣି

    ପାରାଦୀପକୁ ଗ୍ରାସ କରିଛି ପାନୀୟ ଜଳ ସଙ୍କଟ, ଲୋକେ ପିଉଛନ୍ତି ବିଷାକ୍ତ ପାଣି

    ପାନୀୟ ଜଳ ସଙ୍କଟ ଦେଇ ଗତି କରୁଛନ୍ତି ପାରାଦ୍ୱୀପ ଅଞ୍ଚଳ ବାସିନ୍ଦା । ଦିନଥିଲା ଯେଉଁ ଅଞ୍ଚଳରେ ଶହେଫୁଟ ତଳେ ମଧୁର ଜଳ ମିଳୁଥିଲା ଆଜି ହଜାର ହଜାର ଫୁଟ ଖୋଲିଲେ ମଧ୍ୟ ସ୍ୱଚ୍ଛ ପାନୀୟ ଜଳ ମୁନ୍ଦାଏ ମିଳିବା କଷ୍ଟକର ହୋଇପଡୁଛି । ଯାହାର ପ୍ରମୁଖ କାରଣ ପାଲଟିଛି ବେଆଇନ ଭାବରେ ଭୁତଳ ଜଳର ବ୍ୟବସାୟୀକରଣ । କିଛି ଶିଳ୍ପସଂସ୍ଥା ସେମାନଙ୍କ ପ୍ରକଳ୍ପ କାର୍ଯ୍ୟ ପାଇଁ ସରକାରୀ ଭାବରେ ପାଣି ନେଇନଥିବା ବେଳେ ପାଣିର ଆବଶ୍ୟକତା ପୂରଣ ପାଇଁ କିଛି ସଂସ୍ଥା ବା ବ୍ୟବସାୟୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହାଦ୍ୱାରା ଏହି ସଂସ୍ଥା ବା ବ୍ୟବସାୟୀ ମାନେ ପାଇପ ଯୋଗେ ବୋରିଂ କରି ମୋଟର ଦ୍ୱାରା ପାଣି ଉଠାଇ ପ୍ରତ୍ୟକ ଦିନ ଶହ ଶହ ଟ୍ରିପ ପାଣି ସପ୍ଲାଇ କରି ଭଲ ରକମର ଲାଭ କରୁଥିବା ବେଳେ ସାଧାରଣ ଲୋକ ଏହାର ପରିଣାମ ଭୋଗୁଛନ୍ତି ।

    ପାନୀୟ ଜଳର ଅଭାବକୁ ନେଇ ପାରାଦ୍ୱୀପର ବସ୍ତି ବାସିନ୍ଦା ବିଭିନ୍ନ ସମୟରେ ଅଭିଯୋଗ କରିଆସୁଛନ୍ତି । ପୂର୍ବରୁ ପ୍ରାୟତଃ ନଳକୂପ ଯୋଗେ ଭଲ ପିଇବା ପାଣି ମିଳୁଥିବାରୁ ପାନୀୟ ଜଳର ଆବଶ୍ୟକତା ପୂରଣ ହୋଇଯାଉଥିଲା । ପାରାଦ୍ୱୀପର କିଛି ଶିଳ୍ପସଂସ୍ଥା ଓ କିଛି ଲାଭଖୋର ବ୍ୟବସାୟୀ ଦିନରାତି ଭୁତଳ ଜଳକୁ ବ୍ୟବସାୟ ନିମନ୍ତେ ଉତ୍ତୋଳନ କରି ନିଜର ବ୍ୟବସାୟ ଓ ନିଜ ମୁନାଫା କରିଚାଲିଛନ୍ତି । ଯାହାଫଳରେ ଭୁତଳ ଜଳ ହ୍ରାସ ପାଇବା ସହିତ ନଳକୂପରେ ଆଇରନ ଓ ଲବଣ ଯୁକ୍ତ ପାଣି ବାହାରୁଛି । ପାରାଦ୍ୱୀପ ବନ୍ଦର ପକ୍ଷରୁ ବସ୍ତି ଅଞ୍ଚଳକୁ ଦିନକୁ ସ୍ୱଳ୍ପ ସମୟ ପାଇପ ଯୋଗେ ଆସୁଥିବା ପାଣି ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ଷଣ୍ଢକୁଦ ବସ୍ତିରେ ରହିଥିବା ପାଇପ ନିକଟରେ ପାଣି ପାଇଁ ପ୍ରତିଯୋଗିତା ଲାଗୁଛି ।

    ଶିଳ୍ପସଂସ୍ଥାରୁ ନିର୍ଗତ ରାସାୟନିକ ବର୍ଜ୍ୟଜଳ ମାଟି ଭିତରକୁ ପ୍ରବେଶ କରି ଭୁତଳ ଜଳ ପ୍ରଦୂଷିତ କରୁଛି । ଭୁତଳ ଜଳ ପ୍ରଦୂଷିତ ହେବା ଫଳରେ ଏହା ବ୍ୟବହାର ପାଇଁ ଅନୁପଯୁକ୍ତ ହେଉଛି । ସମୁଦ୍ରକୂଳ ଅଞ୍ଚଳ ଷଣ୍ଢକୁଦ ବସ୍ତିରେ ଯେଉଁ କିଛି ସ୍ଥାନରେ ମଧୁର ଜଳ ମିଳୁଥିଲା ତାହା ଆଜି ପ୍ରଭାବିତ ହୋଇଛି ଭୁତଳ ଜଳର ବ୍ୟବସାୟୀ କରଣକୁ ନେଇ । ଅସାଧୁ ଉପାୟରେ ଭୁତଳ ଜଳ ବ୍ୟବସାୟ କରାଯାଉଥିବା ନେଇ ଅଭିଯୋଗ ପାଇବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଉଭୟ ପୌରାଧ୍ୟକ୍ଷ ଓ ବିଧାୟକ ।

    ପାନୀୟ ଜଳର ଉତ୍କଟ ସମସ୍ୟା ନେଇ ପାରାଦ୍ୱୀପ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ଲାଭଖୋର ବ୍ୟବସାୟୀଙ୍କ ଭୁତଳ ଜଳ ବ୍ୟବସାୟୀ କରଣ ପାରାଦ୍ୱୀପ ଜନସାଧାରଣ ଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ପାରାଦ୍ୱୀପ ବିଧାୟକ ଓ ପୌରାଧ୍ୟକ୍ଷ ଅବଗତ ହେବାପରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ ସଂସ୍ଥା ଉପରେ କେବେ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

  • ସରକାରୀ ସହାୟତା ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଲେ ଦିବ୍ୟାଙ୍ଗ ପରିବାର

    ସରକାରୀ ସହାୟତା ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଲେ ଦିବ୍ୟାଙ୍ଗ ପରିବାର

    ଦୁଇ ଦିବ୍ୟାଙ୍ଗ ପିଲାକୁ ଧରି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ବାପା ମାଆ । ରହିବା ପାଇଁ ଘର ଖଣ୍ଡିଏ ଏବଂ ମୁନସିପାଲିଟିରେ ପରିବାରରୁ ଜଣଙ୍କୁ ନିଯୁକ୍ତି ଦାବି କରି ଧାରଣାରେ ବସି ରହିଛନ୍ତି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କୀ ଗୋପୀନାଥ କଲୋନୀର ଏକ ଭଡା ଘରେ ଦୁଇ ଦିବ୍ୟାଙ୍ଗଙ୍କୁ ଧରି ରହିଆସୁଛନ୍ତି ଶିବଶଙ୍କର ନାୟକ ଏବଂ ନିରୁପାମା ନାୟକ । ଝିଅ ମାମାଲିଙ୍କୁ ୧୬ ବର୍ଷ ହୋଇଥିବା ବେଳେ ପୁଅ ସାନୁକୁ ୧୪ ବର୍ଷ । ପ୍ରଶାସନ ପକ୍ଷରୁ ଏହି ଦୁଇ ପିଲାଙ୍କୁ କେବଳ ଶାରିରୀକ ଅକ୍ଷମ ଭତ୍ତା ହିଁ ମିଳୁଛି । ହେଲେ ପରିବାରକୁ ଆଉ କୌଣସି ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନାହିଁ । ଘର ଖଣ୍ଡେ ନଥିବାରୁ ରାଜ୍ୟପାଳ ଗଣେଶୀଲାଲଙ୍କୁ ପରିବାର ଲୋକେ ଦେଖା କରିବା ପରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଦଉଡି ଦଉଡି ନୟାନ୍ତ ହେବା ପରେ ମଧ୍ୟ ଆଜିପର୍ଯ୍ୟନ୍ତ ଘରଟିଏ ମିଳିପାରିଲା ନାହିଁ । ବାଧ୍ୟ ହୋଇ ଦୁଇ ଦିବ୍ୟାଙ୍ଗ ଶିଶୁକୁ ଧରି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

    ମାମାଲି ଓ ସୋନୁ ଜନ୍ମ ହେବାର ଦୁଇ ବର୍ଷ ପରେ ଦିବ୍ୟାଙ୍ଗ ହୋଇପଡିଥିବା ବାପା ମାଆ ଜାଣିବା ପରେ ଚିକିତ୍ସା ଲାଗି ବହୁ ଅର୍ଥ ଖର୍ଚ୍ଚ କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିବା ତାଙ୍କ ବାପା ମା କହିଛନ୍ତି । ଅନ୍ୟପଟେ ପାରାଦୀପ ଏଡିଏମ ଲଗ୍ନଜିତ ରାଉତ କହିଛନ୍ତି, ସେହି ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଭୂମିହୀନ ପଟ୍ଟା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

    ଦିବ୍ୟାଙ୍ଗଙ୍କ ପରିବାର ଧାରଣା ସ୍ଥଳରୁ ହଟିନଥିବା ବେଳେ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ବୁଝାସୁଝା ଜାରି ରହିଛି । ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଶିବଶଙ୍କର ।

  • ମାଲିକ ଘରେ କଳାକନା ବୁଲାଇ ଫେରାର ହେଲା ଡ୍ୟାନ୍ସର

    ମାଲିକ ଘରେ କଳାକନା ବୁଲାଇ ଫେରାର ହେଲା ଡ୍ୟାନ୍ସର

    ପେଶାରେ ସେ ଜଣେ ଡ୍ୟାନ୍ସର । କିନ୍ତୁ କାଣ୍ଡ ଯାହା କରିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ । ନିଜେ ନାଚୁ ନାଚୁ ମାଲିକାଣି ଙ୍କୁ ନଚେଇ ଦେଇ ଚାଲିଗଲା ଡ୍ୟାନ୍ସର। ମେଲୋଡି ପାଟି ମାଲିକାଣି ଙ୍କ ଘରେ ରହି କଳାକନା ବୁଲାଇ ଫେରାର ହେଳେ ଯଣେ ଡ୍ୟାନ୍ସର। ଖାଲି ସେତିକି ନୁହେଁ ଚୋରୀ ଜିନିଷ ଫେରାଇବା ପାଇଁ ଫୋନ କଲେ କିନ୍ତୁ ନିଜେ ଗାଏବ ହୋଇଗଲେ । ଏଭଳି ଘଟଣା ଘଟିଛି ପାଟକୁରା ଥାନା ପୁନ୍ଦାଳ ସ୍ଥିତ ବାଦଲ ଡ୍ୟାନ୍ସ ଗ୍ରୁଫର ମାଲିକାଣି ମଞ୍ଜୁଲତା ନାୟକ ଙ୍କ ଘରେ । ସୁପ୍ରଭା ଦାସ(ପାପାଲୀ) ମଞ୍ଜୁଲତା ଙ୍କ ଘରେ ରହି ନୃତ୍ୟ ଶିଖୁଥିଲେ। ଗତ ଶୁକ୍ରବାର ଦିନ ସୁଯଗ ଦେଖି ଘର ଲୋକ ଙ୍କ ଆଖି ଆଢୁଆଳ ରେ ଗଡ଼ରେଜ ଭାଙ୍ଗି ପଈଁଚାଳିଶି ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ, ପିନ୍ଧା ବସ୍ତ୍ର ଓ ଡ୍ୟାନ୍ସ କଷ୍ଟିଉମ ଆଦି ନେଇ ନିଜ ପୁରୁଷ ବନ୍ଧୁ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପରେ ପୁଣି ଫୋନ କରି ଚୋରି କରିଥିବା ଜିନିଷ ଫେରାଇ ଦେବ ବୋଲି ମାଲିକ କୁ ପ୍ରତିଶୃତି ଦେଇ ଗରା ପୁର ଛକ କୁ ଡାକି ଥିଲା। କିନ୍ତୁ ସେ ସ୍ଥାନ କୁ ଯିବା ପରେ ସେଠାରେ କେହି ନଥିବା ବେଳ ପରବର୍ତୀ ମୁହୂର୍ତ୍ତ ରେ ମାଲିକାଣି ମଞ୍ଜୁଳତା ନାୟକ ସୁପ୍ରଭା ଓ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ଶ୍ୟାମସୁନ୍ଦର ପୁର ଅଞ୍ଚଳରେ ପାଇଥିଲେ । ଏବଂ ସଙ୍ଗେ ସଙ୍ଗେ ସଦର ଥାନା ତାଙ୍କୁ ଜିମା ଦେଇଥିଲେ । ଏନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ପଡିଛି ।

  • ଏମିତି ଏକ ଗାଁ ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ଶିଶୁ

    ଏମିତି ଏକ ଗାଁ ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ଶିଶୁ

    କେରଳ, ଏହାର ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ବେଶ୍ ଜଣାଶୁଣା । ଭଗବାନଙ୍କ ନିଜ ପ୍ରଦେଶ ଭାବେ ବିଖ୍ଯାତ ଏହି ରାଜ୍ୟ ଏବେ ଆଉ ଏକ ଆଶ୍ଚର୍ଯ୍ୟ ପାଇଁ ସାରା ପୃଚିବୀରେ ର୍ଚ୍ଚାରେ । ଏହି ଆଶ୍ଚର୍ଯ୍ୟକର ଘଟଣା ପାଇଁ ପୃଥିବୀର ବିଭିନ୍ନ ଦେଶର ଗବେଷକ ଏବେ ଏଠାରେ ପହଞ୍ଚି ଗବେଷଣା କରିବାରେ ଲାଗିଛନ୍ତି । କିନ୍ତୁ ଏହାର ଉତ୍ତର ଏ ଯାଏଁ ପାଇବାରେ ବିଫଳ । ଏହି ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି ‘ଯାଆଁଳା ଶିଶୁଙ୍କ ଗ୍ରାମ’ । ମାନେ ଗୋଟିଏ କିନ୍ତୁ ଏହି ଗାଁରେ ଅଛନ୍ତି 551 ଯୋଡା ଯାଆଁଳା ଶିଶୁ । କାନକୁ ବିଶ୍ବାସ ହେଉନି ନା ? ଏବେ ଆଖିରେ ଦେଖନ୍ତୁ । ……… ଏମିତି 551ରୁ ଅଧିକ ଯୋଡା ବା ଯାଆଁଳା ଶିଶୁ ଏହି ଗ୍ରାମରେ ଅଛନ୍ତି । ଯାହା ସାରା ବିଶ୍ବରେ ଏକ ନମ୍ବର ।


    ପ୍ରତ୍ୟକ ଗାଁକୁ ଆପଣ ଗଲେ, ଏହାର ମୁଖଶାଳାରେ ଲେଖାଥାଏ ଆମ ଗାଁକୁ ଆପଣଙ୍କୁ ସ୍ବାଗତ । କିନ୍ତୁ କେରଳର କୋଡିନି ଗାଁ ପ୍ରବେଶ ବାଟରେ ଲେଖା ଅଛି “ଯାଆଁଳା ଶିଶୁଙ୍କ ଗ୍ରାମକୁ ଆପଣଙ୍କୁ ସ୍ବାଗତ” । କୋଚିରୁ ପ୍ରାୟ 150 କିଲୋମିଟର ଦୁର, ଏହି ଗାଁରେ 2 ହଜାର ପରିବାର ବାସ କରନ୍ତି । ଜୀବନଶୈଳୀ ଅନ୍ୟମାନଙ୍କ ପରି ସାଧାରଣ । 2023 ଜାନୁଆରୀ ସୁଦ୍ଧା କେବଳ ଏହି ଗାଁରେ 551ଟି ଯମଜ ବା ଯାଆଁଳା ଶିଶୁ ଅଛନ୍ତି। ଯାହାକି ଏକ ବଡ ଆଶ୍ଚର୍ଯ୍ୟ । ଏମିତି ତ ପ୍ରତି ସହରରେ ଯାଆଁଳା ଶିଶୁ ଦେଖା ଯାଆନ୍ତି । ମେଡିକାଲ ସାଇନ୍ସର ଗବେଷଣା ଅନୁସାରେ ଭାରତରେ ପ୍ରତି 1ହଜାର ଶିଶୁଙ୍କ ମଧ୍ୟରେ 9ଟି ଯମଜ ସନ୍ତାନ ଦେଖାଯାଆନ୍ତି, କିନ୍ତୁ କୋଡିନି ଗାଁ ଏକ ବ୍ୟତିକ୍ରମ । ଯେଉଁଠି ଏହି ହାର, ପ୍ରତି ଏକ ହଜାର ଜନ୍ମରେ 45 ରହିଛି। ଏହା ବିଶ୍ୱର ଅନ୍ୟତମ ସର୍ବୋଚ୍ଚ। ଏପରିକି ଗୋଟିଏ ବାପାମାଙ୍କଠାରୁ ଦ୍ବିତୀୟ ବା ତୃତୀୟ ଥର ସନ୍ତାନ ଜନ୍ମରେ ବି ଯାଆଁଳା ଶିଶୁ ହୋଇଛନ୍ତି ।

    କିନ୍ତୁ ଏହାର ବୈଜ୍ଞାନିକ ବ୍ୟାଖ୍ୟା ରହିଛି କି? 2016 ଅକ୍ଟୋବରରେ, ସିଏସଆଇଆର- ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ସମେତ ବିଭିନ୍ନ ଅନୁଷ୍ଠାନର ଗବେଷକ ଦଳ, କେରଳ ୟୁନିଭର୍ସିଟି ଅଫ୍ ଫିସରିଜ ଆଣ୍ଡ ଓସନ୍ ଷ୍ଟଡିଜ୍ ଏବଂ ୟୁନିଭର୍ସିଟି ଅଫ୍ ଲଣ୍ଡନ ଆଣ୍ଡ ଜର୍ମାନୀ ଏହି ଘଟଣାର ତଦନ୍ତ କରିବା ପାଇଁ କୋଡିନି ଗାଁକୁ ଯାଇଥିଲେ। ଗବେଷକମାନେ ସେମାନଙ୍କ ଅଧ୍ୟୟନର ଅଂଶ ବିଶେଷ ସ୍ୱରୂପ ଯାଆଁଳା ଶିଶୁଙ୍କ ଲାଳ ଓ କେଶର ନମୁନା ସଂଗ୍ରହ କରିଥିଲେ।


    କିନ୍ତୁ ଗବେଷଣାରେ ସେମିତି କିଛି ଆଖି ଦୃଶିଆ ସଫଳତା ମିଳି ନ ଥିଲା । ଜେନେଟିକ୍ ବା ବଂଶଗତ କାରଣ ବ୍ୟତୀତ ଏହି ଗାଁର ପାଣିରେ ଏକ ନିର୍ଦ୍ଦିଷ୍ଟ ଉପାଦାନ ଥାଇପାରେ ବୋଲି କିଛି ଡାକ୍ତର କହିଥିଲେ। ଅନ୍ୟ ଏକ ଯୁକ୍ତିରେ ଗ୍ରାମବାସୀଙ୍କ ଖାଦ୍ୟପେୟ ପାଇଁ ଏପରି ହେଉଛି ବୋଲି କୁହାଯାଇଛି । ସାରା ବିଶ୍ୱରେ ଯୋଡ଼ା ଶିଶୁଙ୍କ ଜନ୍ମ ସଖ୍ୟା ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି କୃତ୍ରିମ ଗର୍ଭାଧାନ ବା ଆଇଭିଆର, କିନ୍ତୁ କୋଡ଼ିନିବାସୀଙ୍କ କ୍ଷେତ୍ରରେ ତାହା ହୋଇ ନଥାଏ। ଏଠି ସବୁ କିଛି ପ୍ରାକୃତିକ ଉପାୟରେ ହୋଇଥାଏ । ଗାଁର ଯାଆଁଳା ଶିଶୁଙ୍କ ଉତ୍ତର ଖୋଜିବା ପାଇଁ ଗବେଷକମାନେ ଏବେ ବି ଜେନେଟିକ୍ ଅଧ୍ୟୟନ ଜାରି ରଖିଛନ୍ତି।

    କେମିତି ଜାଣିବାକୁ ମିଳିଲା ଗାଁର ଯୋଡ଼ା ଶିଶୁଙ୍କ ବିଷୟରେ। ଏହା ଦୁଇ ଯମଜ ଭଉଣୀଙ୍କ କୌତୁହଳ ଥିଲା, ଯେଉଁମାନେ ଅନୁଭବ କରିଥିଲେ ଯେ ସେମାନଙ୍କ ଶ୍ରେଣୀରେ ହିଁ ଆଠ ଯୋଡ଼ା ଯମଜ ଏବଂ ସେମାନଙ୍କ ବିଦ୍ୟାଳୟରେ 24 ଯୋଡ଼ା ଯୋଡ଼ା ଯମଜ ଅଛନ୍ତି। ଏହା ହିଁ ପ୍ରଥମ ଆବିଷ୍କାର ବୋଲି କୁହାୟାଉଛି। ଏହି ଖବର ପ୍ରଚାରିତ ହେବା ପରେ ସେମାନେ ଜାଣିବାକୁ ପାଇଲେ ଯେ କୋଡିନିରେ ପ୍ରାୟ 280 ଯୋଡ଼ା ଯମଜ ସନ୍ତାନ ଅଛନ୍ତି। ଏହା ଫଳରେ କୋଡିନି ଗାଁରେ ଜନ୍ମ ନେଇଛି ‘ଟାକା’ବା ‘ଟୁଇନ୍ସ ଆଣ୍ଡ୍ କିନ୍ ଆସୋସିଏସନ୍’, ଯାହା କୋଡ଼ିନିର ଯୋଡ଼ାଡ ଶିଶୁ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେଉଛି।

    Twins Kehinde Adamolekun, left, and Taiwo Adamolekun, 28, attend the annual twins festival in Igbo-Ora South west Nigeria, Saturday, Oct. 8, 2022. The town holds the annual festival to celebrate the high number of twins and multiple births. (AP Photo/Sunday Alamba)

    ତେବେ କୋଡ଼ିନି ଦୁନିଆର ଏକ ମାତ୍ର ଗାଁ ନୁହେଁ, ଯେଉଁଠି ଯାଆଁଳା ଶିଶୁ ଜନ୍ମ ନେଉଛନ୍ତି । ଭିଏତନାମରେ ହଙ୍ଗଲୋକ କମ୍ୟୁନ, ନାଇଜେରିଆର ଇଗ୍ ବୋ-ଓରା ଏବଂ ବ୍ରାଜିଲରେ କାଣ୍ଡିନୋ ଗୋଡୋଇ ଅଂଚଳ ରହିଛି ଯେଉଁଠି ଯମଜ ଶିଶୁ ଜନ୍ମ ହୁଅନ୍ତି । ଇଗ୍ ବୋ-ଓରାର କେତେକ ପରିବାରରେ, ଯାହାକୁ “ବିଶ୍ୱର ଯୁଗ୍ମ ରାଜଧାନୀ” ମଧ୍ୟ କୁହାୟାଏ, ସେଠାରେ ତିନି କିମ୍ବା ତା’ଠାରୁ ଅଧିକ ଯୋଡ଼ା ଶିଶୁ ଥିବା ପରିବାର ରହିଛି। ବିବିସିର ଏକ ରିପୋର୍ଟ ଅନୁସାରେ, କ୍ୟାଣ୍ଡିନୋ ଗୋଡୋଇରେ ଡବଲ୍ ଦେଖିବା ଏକ ସାଧାରଣ କଥା। କିନ୍ତୁ କୋଡିନିରେ ବିଶ୍ବର ସର୍ବାଧିକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି ଏ ଯାଏଁ ।

  • ପାରାଦୀପରେ ବିଶ୍ଵକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

    ପାରାଦୀପରେ ବିଶ୍ଵକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

    ପାରାଦୀପରେ ବିଶ୍ଵପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବନ୍ଦରର ପ୍ରଶାସନିକ ଭବନ ବୋର୍ଡରୁମ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇବର୍ଷ କୋଭିଡ କଟକଣା ପରେ ବିଶ୍ଵକର୍ମା ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବନ୍ଦରର ସଚିବ ପି.ଏନ ବାହେକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାରାଦୀପର ବିଭିନ୍ନ ଟ୍ରକ ମାଲିକ ସଂଘ, ବୋଟ ମାଲିକ ସଂଘ, ବିଭିନ୍ନ ଶ୍ରମିକ ସଂଘ ଙ୍କ ସମେତ ବନ୍ଦରର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ କିଛି ସମସ୍ୟାକୁ ନେଇ ପୁନର୍ବାର ଶେଷ ପ୍ରସ୍ତୁତି ବୈଠକ ବସିବ ଏବଂ ସମସ୍ତଙ୍କ ସହଯୋଗ ରହିଲେ ବିଶ୍ଵକର୍ମାପୂଜା ବଡ ଧୂମଧାମରେ ପାଳିତ ହେବ ବୋଲି ପୌରାଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି ।

  • ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା ଘୋଟାଲା, ଠିକାଦାର ଦେଖାଉଛନ୍ତି ନାଲିଆଖି

    ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା ଘୋଟାଲା, ଠିକାଦାର ଦେଖାଉଛନ୍ତି ନାଲିଆଖି

    ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା । କୁମ୍ଭକର୍ଣ୍ଣ ନିଦରେ ପ୍ରଶାସନ। କୋଟି କୋଟି ଟଙ୍କା ଗିଳି ଠିକାଦାର ମାଲେମାଲ। ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ। ଆମେ କହୁଛୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୂଳାପାଳ ଛକ ପ୍ରଥମାଖଣ୍ଡିରୁ ବନ୍ଧଡିହ ରାସ୍ତା କଥା। ଦଶମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରୁନି କାମ। ସେପଟେ କୁମ୍ଭକର୍ଣ୍ଣକୁ ବଳିଯାଇଛି ସ୍ଥାନୀୟ ପ୍ରଶାସନ। ଠିକାଦାର ମନମୁଖୀ କାମ କରି ଚଳୁ କରୁଛନ୍ତି ଟଙ୍କା। ଫଳରେ ମୂଳାପାଳ ଛକ ପ୍ରଥମାଖଣ୍ଡିରୁ ବନ୍ଧଡିହ ରାସ୍ତା ପାଲଟିଛି ମରଣଯନ୍ତା। ଦଶରୁ ଅଧିକ ପଂଚାୟତର ହଜାର ହଜାର ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ନେଇ ଠିକାଦାରଙ୍କୁ ପଚାରିବାରୁ ଜନସାଧାରଣଙ୍କୁ ନାଲିଆଖି ଦେଖାଉଛନ୍ତି ଠିକାଦାର।

    ଏଠାରେ କହିରଖୁଛୁ କି, ରାସ୍ତାର ଉନ୍ନତି କରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏବଂ ବରୀ ବିଧାୟିକା ସୁନନ୍ଦା ଦାସ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ସୂଚନା ଫଳକ ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ୯,୬୭,୧୭୦୦୦ ବ୍ୟୟ ଅଟକଳ ହୋଇଥିଲା। ଏହାରି ଭିତରେ କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସରୁନି କାମ। ଏନେଇ ଠିକାଦାରଙ୍କୁ କହିଲେ ସେ କର୍ଣ୍ଣପାତ କରୁନାହିଁ କୌଣସି କଥାକୁ। ଠିକାଦାରଙ୍କ ଏପରି ବପରୁଆ ରଙ୍ଗ ଢଙ୍ଗକୁ ଦେଖି ସ୍ପଷ୍ଟବାରି ହୁଏ ଯେ ଠିକାଦାର କୌଣସି ବାବୁ ଭାୟାଙ୍କ ଛତ୍ରଛାୟା ତଳେ ଅଛନ୍ତି, ତେଣୁ କାହାରିକୁ ନାହିଁ ଡର କି ଭୟ। ଯାହା ସାଧାରଣରେ ଅସନ୍ତୋଷର କାରଣ ହୋଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଯୋଜନା କଲେଣି ସାଧାରଣ ଲୋକେ ।

  • ସହିଦ ନିରଞ୍ଜନ ଙ୍କୁ ଭୁଲି ଯାଇଛି ପ୍ରଶାସନ,ଅବ୍ୟବସ୍ଥା ରେ ନିରଞ୍ଜନ ଙ୍କ ସ୍ମତି ପୀଠ

    ସହିଦ ନିରଞ୍ଜନ ଙ୍କୁ ଭୁଲି ଯାଇଛି ପ୍ରଶାସନ,ଅବ୍ୟବସ୍ଥା ରେ ନିରଞ୍ଜନ ଙ୍କ ସ୍ମତି ପୀଠ

    ଆଜି ହେଉଛି‘କାରଗିଲ ବିଜୟ ଦିବସ’। ଆଜିର ଦିନଟି ଭାରତ ପାଇଁ ଏକ ଐତିହାସିକ ଦିନ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲ୍‌ ମାଟିରେ ବିଜୟର ଧ୍ଵଜା ଉଡ଼ାଇଥିଲା ଭାରତ। କାରଗିଲ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ଯବାନ୍ ଶହିଦ ହୋଇଥିବାବେଳେ ପାକିସ୍ତାନ ହରାଇଥିଲା ୪୦୦୦ରୁ ଉର୍ଦ୍ଧ୍ବ ସୈନିକ । ଏହି କାରଗିଲ ଯୁଦ୍ଧରେ ସେମାନଙ୍କ ମଧ୍ୟରୁ ରାଜ୍ୟର ନବମ ଓ ଭଦ୍ରକ ଜିଲ୍ଲାର ଏକମାତ୍ର ଯବାନ ମାଟି ମାଆ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିଲେ ଭଦ୍ରକ ମାଟିର ପୁଅ ନିରଞ୍ଜନ ବେହେରା। ଚାନ୍ଦବାଲି ବ୍ଲକ ଉତୁକୁଡ଼ା ପଞ୍ଚାୟତ ପାଙ୍ଗୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସେହି ବୀର ଯବାନଙ୍କ ଗାଥାକୁ ଭୁଲିଗଲା ପ୍ରଶାସନ । ଆଜି ସହିଦ ନିରଞ୍ଜନ ବେହେରାଙ୍କ ସ୍ମୃତିପିଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି, ମିଳୁନି ସହିଦଙ୍କୁ ସମ୍ମାନ ।
    ଦୀର୍ଘ ୨୧ବର୍ଷ ଧରି ପ୍ରଶାସନ ଏଥିପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ଅଂଚଳବାସୀଙ୍କୁ ମର୍ମାହତ କରିଛି । ଶହୀଦ ନିରଞ୍ଜନ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ତତ୍‌କାଳୀନ ବିଧାୟକ ଓ ପ୍ରଶାସନ ଯେଉଁ ଭଳି ଭାବରେ ପାଳନ କରିଥିଲେ ତାହା ପର ବର୍ଷଠାରୁ ତାଙ୍କୁ ସେପରି ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ କିମ୍ବା ତାଙ୍କ ଶ୍ରାଦ୍ଧ ବାର୍ଷିକରେ ସ୍ମୃତିସଭା ଟିଏ ମଧ୍ୟ ହୋଇ ପାରୁନାହିଁ । କେବଳ ପ୍ରଶାସନ ପକ୍ଷରୁ ସହିଦଙ୍କ ଶ୍ରାଦ୍ଧ ବାର୍ଷିକରେ ଫୁଲ ହାରଟିଏ ଦେଇ ସେତିକିରେ କାମ ସାରିଦିଏ ପ୍ରଶାସନ । ଶହୀଦ ନିରଞ୍ଜନ ତାଙ୍କ ନିଜସ୍ବ ଗ୍ରାମ ପାଙ୍ଗୁଡା ସ୍ଥିତ ଶହୀଦ ସ୍ମୃତି ସ୍ତମ୍ଭ ଏବଂ ଶହୀଦ ସ୍ମୃତିପୀଠ ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ଶହୀଦଙ୍କ ସ୍ତମ୍ଭରେ ନୀରଞ୍ଜନଙ୍କ ପ୍ରତିମୂର୍ତ୍ତିଟିଏ ନିର୍ମିତ ହୋଇପାରିଲା ନାହିଁ କେବଳ ସ୍ତୁତି ମାର୍ଗକୁ ନିରଞ୍ଜନ ମାର୍ଗ ବୋଲି ଦର୍ଶାଯାଇଛି । ଏବେ ସେହି ଶହୀଦ ସ୍ମୃତିପୀଠ ଚର୍ତୁପାର୍ଶ୍ଵରେ ବର୍ଷା ଦିନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଘେରି ରହିଛି । ଏଥିନେଇ ଚାନ୍ଦବାଲି ଅଞ୍ଚଳରୁ ବହୁ ବୁଦ୍ଧୀଜୀବୀ ଏହି ପିଠର ଭିତିଭୂମି ବିକାଶ କରିବା ସହ ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ସ୍ମୃତି ସଭାଟିଏ କରିବାକୁ ଦାବୀ କରିଛନ୍ତି ।

  • ବରଗଡ ଜିଲ୍ଲା ବରତୁଣ୍ଡା ଓ ଜାମସେଠ ଠାରେ ଦେଖିବାକୁ ମିଳିଛି ମାଉ ପୋଷ୍ଟର

    ବରଗଡ ଜିଲ୍ଲା ବରତୁଣ୍ଡା ଓ ଜାମସେଠ ଠାରେ ଦେଖିବାକୁ ମିଳିଛି ମାଉ ପୋଷ୍ଟର

    ପୁଣି ସାମ୍ନାକୁ ଆସିଲା ମାଓ ପୋଷ୍ଟର । ବରଗଡ ଜିଲ୍ଲା ପାଇକମାଳ ବ୍ଲକ ବରତୁଣ୍ଡା ଏବଂ ଜାମସେଠ ଠାରେ ମାଓବାଦୀ ପୋଷ୍ଟର ଲଗାଇଥିବା ଦେଖଇବାକୁ ମିଳିଛି । ଏହି ଅଞ୍ଚଳରେ ଜୁଲାଇ 28 ତାରିଖ ଠାରୁ ଅଗଷ୍ଟ 3 ତାରିଖ ଯାଏଁ ସହିଦ ଦିବସ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଠିକ ଏହି ସମୟରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ପ୍ରାଦୁର୍ଭାବ ।

    Poiché il sesso senza fretta richiede tempo, sarebbe bello venire con una parola che denota la prontezza ad andare alle azioni cos e una bomba sessuale e passare all’orgasmo. Pensa ad alcune cose come te di più, e da ciò che è meglio rifiutare.

    ପଷ୍ଟରରେ ଜନପ୍ରତିନିଧି, ଠିକାଦାର ସାଜି ଜେସିବିରେ କାମ କରୁଥିବା ତଥା ଦୁର୍ନୀତି ବିଷୟରେ ଅନେକ କିଛି ଉଲ୍ଲେଖ କରାଯାଇଛି । ପୋଷ୍ଟର ତଳେ ବରଗଡ ମହାସମୁନ୍ଦ ଡିଭିଜନ କମିଟି କଥା ଲେଖା ହୋଇଛି । ବରତୁଣ୍ଡା ଠାରେ ଏକ crpf କ୍ୟାମ୍ପ ଅଛି ଏବଂ ଅଳ୍ପ କିଛି ମିଟର ଦୂରରେ ଏହି ପୋଷ୍ଟର ଲାଗିଥିବା ଯୋଗୁଁ ଅଂଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।