କେନ୍ଦୁଝର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି

ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟିର ଦୁଇ ଦିନିଆ କେନ୍ଦୁଝର ଗସ୍ତ । ସୋମବାର ସନ୍ଧ୍ୟାରେ କାନୁପୁର ବୃହତ୍ ଜକ ସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିଛନ୍ତି ଲୋକ ଲେଖା କମିଟି । ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ନୀଳଗିରି ବିଧାୟକ ସୁକାନ୍ତ ନାଏକ ବାସୁଦେବପୁର ସ୍ଥିତ କାନୁପୁର ଡ୍ୟାମ୍ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ସ୍କିଲ ୱେ, କେନାଲ, ଡ୍ୟାମ୍ ଗେଟ୍, ଆଦିର ନିର୍ମାଣ ସମ୍ପର୍କରେ ଯନ୍ତ୍ରୀଙ୍କୁ ପଚାରି ବୁଝିବା ସହିତ ନିର୍ମାଣ କାର୍ଯ୍ୟରେ ବିଳମ୍ବ ନେଇ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ସନ୍ଦେହ ବ୍ୟକ୍ତ କରିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ଜଳ ସମ୍ପଦ ବିଭାଗ ସହିତ ସମୀକ୍ଷା କରିବା ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।

୨ୟ ଦିନ ମଙ୍ଗଳବାର, ପିଏସି, ବଡ଼ବିଲ ସ୍ଥିତ ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର କମ୍ପାନୀର ବେନିଫିସିଏସନ୍ ପ୍ଲାଣ୍ଟ ପରିଦର୍ଶନ କରିବା ସହ କମ୍ପାନୀ ବିରୁଦ୍ଧରେ ରହିଥିବା ବିଭିନ୍ନ ଅନିୟମିତତାକୁ ନେଇ ଅନୁଧ୍ୟାନ କରିଥିଲେ । ଜଳ ପରିଚାଳନା ଓ ସବୁଜ ବଳୟ ସୃଷ୍ଟି ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କମିଟି । ପିଟିସିଏଲ୍, କାରୋ ନଦୀରୁ ଜଳ ନେଇ ବ୍ୟବହାର ପାଇଁ ଅନୁମତି ପାଇଥିଲେ ସୁଦ୍ଧା ବିଗତ ୨ ବର୍ଷ ଧରି କେବଳ ଡିପ୍ ବୋରିଂ ମାଧ୍ୟମରେ ଭୂ-ତଳ ଜଳ ବ୍ୟବହାର କରିଆସୁଛି । ଯାହାଫଳରେ ଆଖପାଖ ଅଞ୍ଚଳରେ ଭୂ-ତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ପ୍ରଦୂଷିତ ଜଳକୁ ବିଶୋଧନ ନକରି ସିଧାସଳଖ ବାହାରକୁ ଛାଡ଼ି ଦେଉଥିବା ଫଳରେ ଚାଷୀକୂଳ ପ୍ରଭାବିତ ହେଉଥିବା କହିଛନ୍ତି ପବ୍ଲିକ ଆକାଉଣ୍ଟସ୍ କମିଟି ସଦସ୍ୟ ତଥା ବିଧାୟକ ସୁକାନ୍ତ ନାୟକ । ବୃକ୍ଷ ରୋପଣ କରିବା ଦିଗରେ କମ୍ପାନୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ କମିଟି । ସରକାରଙ୍କ ସମସ୍ତ ନୀତି ନିୟମକୁ ଏଠାରେ ଉଲଂଘନ କରାଯାଇଛି ବୋଲି କମିଟିର ଅଧ୍ୟକ୍ଷ ମୋହନ ମାଝୀ କହିଛନ୍ତି ।

ଏହାପରେ ରୁଗୁଡ଼ି ଠାରେ ଥିବା ନନ୍ଦିଘୋଷ ସ୍ପଞ୍ଜ ପ୍ଲାଣ୍ଟକୁ ଯାଇ ସେଠାରେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କମ୍ପାନୀ ଯେଉଁସବୁ ବ୍ୟବସ୍ଥା ଗ୍ରହଣ କରିଛି, ସେନେଇ ତଦାରଖ କରିବା ସହ ବିରକ୍ତି ଭାବ ପ୍ରକାଶ କରିଥିଲେ ପିଏସି । ବର୍ଷା ଜଳ ସଂରକ୍ଷଣ, ଜଳ ନିଷ୍କାସନ, ନିର୍ଗତ କଳା ଧୂଆଁ ପରିଚାଳନା ଆଦି ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ଦର୍ଶାଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ । ପ୍ଲାଣ୍ଟ ପରିଚାଳନାରେ କେବଳ ମାତ୍ର ଭୂ-ତଳ ଜଳ ବ୍ୟବହାର କରାଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି ।

ଏହାପରେ ଗୁଆଲି ଠାରେ ଥିବା ଜେଏସ ଡବ୍ଲୁ ଅଧିନ ନୁଆ ଗାଁ ଆଇରନ ଖଣିରେ ପହଞ୍ଚିଥିଲେ ପିଏସି । ଖଣି ପ୍ରଭାବିତ ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ସଂପୃକ୍ତ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ଏସବୁ ସମସ୍ୟାର କିଭଳି ସମାଧାନ ହୋଇପାରିବ ସେନେଇ କମ୍ପାନୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଏ ସଂକ୍ରାନ୍ତରେ ସଂପୃକ୍ତ ବିଭାଗ ଗୁଡ଼ିକ ସହିତ ଆଲୋଚନା କରାଯା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆକ୍ସନ ଟେକେନ ରିପୋର୍ଟ ପ୍ରସ୍ତୁତ କରି ଦିଆଯିବ ବୋଲି ମୋହନ ମାଝୀ କହିଛନ୍ତି । ଏହି ଗସ୍ତ ସମୟରେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ ।

Comments

3 responses to “କେନ୍ଦୁଝର ଗସ୍ତରେ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି”

  1. Binance Paglikha ng Account Avatar

    Can you be more specific about the content of your article? After reading it, I still have some doubts. Hope you can help me.

  2. Cel mai bun cod de recomandare Binance Avatar

    Thanks for sharing. I read many of your blog posts, cool, your blog is very good.

  3. Anm"al dig f"or att fa 100 USDT Avatar

    Your point of view caught my eye and was very interesting. Thanks. I have a question for you.

Leave a Reply

Your email address will not be published. Required fields are marked *