ଖାଇସାରି ଠିଆ ହୋଇଥିଲେ, ଟ୍ରକ୍ ଧକ୍କାରେ ଗଲା ଜୀବନ

କେନ୍ଦୁଝର ରାଙ୍କି ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ଜଣଙ୍କ ଜୀବନ ଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

କେନ୍ଦୁଝର ରାଙ୍କି ନିକଟରେ ଦୁର୍ଘଟଣା । ଟ୍ରକ୍ ପାର୍କିଂ ନିକଟରେ କିଛି ଟ୍ରକ ଡ୍ରାଇଭର ଖାଇସାରି ଠିଆ ହୋଇଥିଲେ । ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ଆଗରୁ ଘଟଣାସ୍ଥଳରେ ହିଁ ଦୁଇଜଣ ପ୍ରାଣ ହରାଇଥିଲେ । ଧକ୍କା ଏମିତି ଲାଗିଥିଲା ଯେ ଶରୀରରୁ ମାଂସ ପିଣ୍ଡୁଳା ବାହାରି ପଡ଼ିଥିଲା । ଏଭଳି ଦୃଶ୍ୟ ଲୋକଙ୍କୁ ନିହାତି ଭୟଭୀତ କରିବ ।

ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଲେ । ଏହି ଦୁର୍ଘଟଣାରେ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଲା । ସମସ୍ତ ମୃତକ ତଥା ଡ୍ରାଇଭର ଆନନ୍ଦପୁର ଅଞ୍ଚଳର । ଘଟଣାସ୍ଥଳରେ ପୋଲିସ ପହଞ୍ଚିଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା । ଏଥିସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ରାଜ୍ୟର କେଉଁଠି ନା କେଉଁଠି ଏଭଳି ଦୁର୍ଘଟଣା ଘଟୁଛି । ଏହା ବେଶ୍ କଷ୍ଟଦାୟକ ଏବଂ ହୃଦୟ ବିଦାରକ ଥିଲା । ଦୁର୍ଘଟଣାମାନ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ତେବେ ଆମେ ଏହା ମାନିବାକୁ ନାରାଜ୍ । ନିୟମ ରହିଛି ତଥାପି ଲୋକେ ନିୟମ ଉଲ୍ଲଂଘନ କରିଚାଲିଛନ୍ତି । ସରକାର ପଦକ୍ଷେପ ନେବା ସତ୍ତ୍ୱେ ରାସ୍ତା ଦୁର୍ଘଟଣା କମିବାର ନା ନେଉନି । ତେଣୁ ଏ ଦିଗରେ ସତର୍କ ହେବାକୁ ପଡ଼ିବ । ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବାକୁ ହେବ ।

Leave a Reply

Your email address will not be published. Required fields are marked *