ପାରିବାରିକ କଳିରୁ ଛୁରାମାଡ଼

କେନ୍ଦୁଝର ଯୋଡ଼ା ଥାନା ଅଧିନ ବିଲେଇପଦାରେ ପାରିବାରିକ ଗଣ୍ଡଗୋଳରୁ ଛୁରା ମାଡ଼ । ସମ୍ପର୍କୀୟ ଭାଇର ଛୁରା ମାଡ଼ରେ ଜଣେ ଗୁରୁତର ହୋଇଛି । ଗୁରୁତରଙ୍କ ନାଁ ଅମିତ କୁମାର ଲୋହାର ।

ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଚମ୍ପୁଆ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ,ଅମିତ ଲୋହାର ଓ ତାଙ୍କ ପିଉସୀ ପୁଅ ଭାଇ ଗୌତମ ଲୋହାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ଆଜି କୌଣସି କାରଣକୁ ନେଇ ପୁତୁରା ସଞ୍ଜୀବ ଲୋହାରାଙ୍କ ସହ ଅମିତଙ୍କ ମାରପିଟ୍ ହୋଇଥିଲା । ଏହି ସମୟରେ ସଞ୍ଜୀବଙ୍କ ବାପା ଗୌତମ ଏକ ଛୁରୀରେ ଅମିତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅମିତଙ୍କ ଗୋଡ଼ ଏବଂ ଅଣ୍ଟାତଳ ଭାଗରେ ଗଭୀର କ୍ଷତ ଲାଗିଛି । ଏହି ଘଟଣାରେ ଅମିତଙ୍କ ସମ୍ପର୍କୀୟ ପୁତୁରା ସଞ୍ଜୀବ ଲୋହାର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଯୋଡ଼ା ପୋଲିସ ଘଟଣାର ଛାନଭିନ୍ କରୁଛି ।

Leave a Reply

Your email address will not be published. Required fields are marked *