ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

()କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ଟେଲାପାଲି ଗ୍ରାମର ନଦୀରୁ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ହୋଇଛି । ଟେଲାପାଲି ଗ୍ରାମର ୪ଜଣ ଯୁବକ ସୁନୀଲ ରଣା, ବିକାଶ ରଣା, ସିକୁ ରଣା ଏବଂ ନୀଳକଣ୍ଠ ରଣା ଆଜି ସକାଳୁ ଶୌଚ ହେବାପାଇଁ ନଦୀକୁ ଯାଇଥିଲେ । ସେଠାରେ ଥିବା ଏକ ନାଳରେ ଏକ ବିରଳ ପ୍ରଜାତିର ପକ୍ଷୀଟିଏ ବସିଥିବା ଦେଖି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ । ପରେ ତାକୁ ଉଦ୍ଧାର କରି ଫିରିଙ୍ଗିଆ ଫରେଷ୍ଟର ପ୍ରବୀଣ ଦାସଙ୍କୁ ଘଟଣା ସମ୍ୱନ୍ଧରେ ଜଣେଇଥିଲେ । ଖବର ପାଇ ଫିରିଙ୍ଗିଆ ଫରେଷ୍ଟର ଟେଲାପାଲି ଗ୍ରାମରେ ପହଂଚିଥିଲେ । ପରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ପାତ୍ର ମଧ୍ୟ ଟେଲାପାଲି ଗ୍ରାମରେ ପହଂଚି ସୁରକ୍ଷିତ ଭାବେ ଫୁଲବାଣୀକୁ ନେଇଯାଇଥିଲେ । ଉଭୟ ବନାଞ୍ଚଳ ଅଧିକାରୀ ଓ ଫରେଷ୍ଟରଙ୍କ କହିବା ପ୍ରକାରେ ଉଦ୍ଧାର ହୋଇଥିବା ପକ୍ଷୀର ମୁଣ୍ଡରେ ଆଘାତ ରହିଛି ତେଣୁ ତାକୁ ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ସେ ସୁସ୍ଥ ଥିବା କହିଛନ୍ତି।

One thought on “ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

Leave a Reply

Your email address will not be published. Required fields are marked *